ଚିଲିକା: ଭୟାବହ ଅଗ୍ନିକାଣ୍ଡରେ ୧୨ ବଖରା ଘର ଭଶ୍ମିଭୂତ, ୭ ଲକ୍ଷ ମୂଲ୍ୟର ସମ୍ପତି ଜଳି ପୋଡି ପାଉଁଶ

Published: Apr 16, 2024, 5:37 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଳକ ସୋରଣ ଗ୍ରାମ ପଂଚାୟତର ହଂସାରାଡିହ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୧୦ ବଖରା ଚାଳ ଘର ଏବଂ ୨ ବଖରା ଆଜବେଷ୍ଟେସ ଭଶ୍ମିଭୂତ ହୋଇଯାଇଅଛି। ଏଥିରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତି ସହ ଆସବାବ ପତ୍ର ପୋଡି ପାଉଁଶ ହୋଇଥିବା ଜଣାପଡିଛି।

ହଂସରାଡିହ ଗ୍ରାମର ସୁରେଶ ରାଉତଙ୍କ ୩ ବଖରା, କୈଳାସ ରାଉତଙ୍କ ୨ ବଖରା ଚାଳ ଓ ଗୋକୁଳ ରାଉତ ୫ ବଖରା ଚାଳ ବଖରା ଘର ଏବଂ ବଗୁଲି ରାଉତ, ବୁଦ୍ଧିବାମନ ରାଉତଙ୍କ ଗୋଟିଏ ଲେଖାଏଁ ଘର ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି। ଏତଦବ୍ୟତୀତ ଅନେକ ବ୍ୟକ୍ତିଙ୍କର ଘର ଆଂଶିକ ପୋଡିଥିବା ଜଣା ପଡିଛି।

ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସଟସର୍କିଟ ବୋଲି ଟାଙ୍ଗୀ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ମୋହନ କୁମାର ଦଳାଇ ସୂଚନା ଦେଇଛନ୍ତି।

Related posts