Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୪ ନିର୍ବାଚନରେ ବିଜେପି କୁ ଅଟକାଇପାରିବ ‘ଇଣ୍ଡି ମେଣ୍ଟ’?: ଜାଣନ୍ତୁ କ’ଣ କହୁଛି ସମୀକରଣ
ଜାତୀୟ ଖବର

୨୦୨୪ ନିର୍ବାଚନରେ ବିଜେପି କୁ ଅଟକାଇପାରିବ ‘ଇଣ୍ଡି ମେଣ୍ଟ’?: ଜାଣନ୍ତୁ କ’ଣ କହୁଛି ସମୀକରଣ

April 16, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଆରେ ଗୋଟେ କଥା ଅଛି; ଯୁଦ୍ଧ ବେଳେ ପୋଖରୀ ପାଣି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକାଇବାକୁ ବିରୋଧୀଙ୍କ ରଣନୀତି ଦେଖିଲେ ଏହାହିଁ କୁହାଯାଇପାରିବ। ନିର୍ବାଚନୀ ମଇଦାନରେ ସେନା ଠୁଳ ହୋଇସାରିଲେଣି। ଯୋଦ୍ଧାମାନେ ବି ଅସ୍ତ୍ରଶସ୍ତ୍ର ପଜାଇ ରେଡ୍ଡୀ ହୋଇ ବସିଲେଣି। ହେଲେ ମୋଦିଙ୍କୁ ଅଟକାଇବା ପାଇଁ ବିରୋଧୀ ମେଣ୍ଟ ଯେଉଁ ଅସ୍ତ୍ର ରଖିଥିଲେ ଧିରେଧିରେ ତାହା ଘୁଣ ଖାଇବାରେ ଲାଗିଛି। ମୁଣ୍ଡ ଖଟାଇବା ଅପେକ୍ଷା ସେମାନେ ଖଟ ମୁଣ୍ଡାଇବା ଭଳି ରଣନୀତି କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ରାଜ୍ୟର ରାଜନୀତିକ ସମୀକରଣକୁ ଲକ୍ଷ୍ୟ କଲେ ଆମେ ସହଜରେ ଏହି ଅଙ୍କ ବୁଝିପାରିବା।

୧. ବିରୋଧୀଙ୍କୁ ଇଡ଼ି ଓ ଆଇଟି ଡର: ଗଲା ମାର୍ଚ୍ଚ ୩୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ୨୭ ଦଳ ଏକାଠି ହୋଇଥିଲେ। ସେମାନେ ଭୋଟ ପାଇଁ ନୁହେଁ, ବରଂ ଇଡ଼ି ଓ ଆଇଟି ଡରରେ ଏକାଠି ହୋଇଥିଲେ ବୋଲି କୁହାଯାଇପାରିବ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡ଼ି ଗିରଫ କରିବା ପରେ ଇଣ୍ଡି ମେଣ୍ଟରେ କୋକୁଆ ଭୟ ଖେଳିଯାଇଛି। ସେପଟେ କଂଗ୍ରେସକୁ ମଧ୍ୟ ଆଇଟି ବିଭାଗ ପକ୍ଷରୁ ୩୫ ଶହ କୋଟିର ଜରିମାନା ଭରିବାକୁ କୁହାଯାଇଛି। ଏଥିରୁ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରିବ। ବିଜେପି ଖାଲିଯେ, ମୋଦିଙ୍କ ଲୋକପ୍ରିୟତା ଓ ବିଜେପିର ସଂଗଠନ ଉପରେ ଭରସା କରିଛି ତାହାନୁହେଁ ବିରୋଧୀଙ୍କୁ ସଣ୍ଢୁଆସୀ ଚାପ ଦେବାକୁ ବି ରଣନୀତି କରିଛି।

୨. ପାଣିରେ ମିଳାଇଗଲା ବିରୋଧୀଙ୍କ ସ୍ୱପ୍ନ: ଦିନକୁ ଦିନ ଦେଶରେ ବିଜେପିର ଶକ୍ତି ବଢ଼ିବାରେ ଲାଗିଛି। ନିର୍ବାଚନୀ ପରିସଂଖ୍ୟାନରୁ ଏହାବି ସ୍ପଷ୍ଟ ପ୍ରତୀୟମାନ। ୨୦୧୪ରେ ବିଜେପି ୨୮୨ ଆସନ ପାଇଥିବାବେଳେ ୨୦୧୯ ରେ ୩୦୩ ଆସନ ହାତେଇ ନେଇଥିଲା। ଏଥର ବିଜେପି ୩୭୦ ଆସନ ପାଇବାକୁ ଲକ୍ଷ୍ୟ ରଖିଛି। ଭୋଟ ଅଙ୍କକୁ ଦେଖିଲେ ବିଜେପିକୁ ଗତ ନିର୍ବାଚନରେ ୩୮% ଭୋଟ ମିଳିଥିବାବେଳେ ଏନଡିଏ ମେଣ୍ଟ ପାଇଥିଲା ୪୫% ଭୋଟ। ଅତଏବ ୫୫% ଭୋଟ ଏନଡିଏ ବିରୋଧରେ ପଡ଼ିଥିଲା। ଏନଡିଏ ବିରୋଧୀ ଭୋଟ ଗୋଟିଏ ଖାଳେଇରେ ପୂରାଇ ପାରିଲେ ଇଣ୍ଡି ମେଣ୍ଟ ରାଜନୀତିକ ସମୀକରଣ ବଦଳାଇ ଦେବ ବୋଲି କେତେକ ରାଜନୀତିକ ସମୀକ୍ଷକ ଅଙ୍କ କଷୁଥିଲେ। ବିଶେଷକରି ନୀତିଶ କୁମାର ଛାତିପିଟି ଏହି ଗଣିତ କଥା କହୁଥିଲେ। କିନ୍ତୁ ଏବେ ନୀତିଶ ଏନଡିଏ ସହ ଥିବାବେଳେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକାକୀ ଲଢ଼ୁଛନ୍ତି। ବିହାର ଓ ପଶ୍ଚିମବଙ୍ଗ ଅଙ୍କ ବିରୋଧୀଙ୍କ ସ୍ୱପ୍ନରେ ପାଣି ପୂରାଇଦେଇଛି କହିଲେ ଭୁଲ ହେବନାହିଁ।

୩. କଂଗ୍ରେସ କାନ୍ଧରେ ବୋଝ : ସାମ୍ପ୍ରତିକ ସ୍ଥିତିରେ ଦେଶର ୨ ଶହ ଲୋକସଭା ଆସନରେ କଂଗ୍ରେସ ସହ ବିଜେପିର ହିଁ ଲଢ଼େଇ ହେବ। ବିଜେପି ଗତଥର ଯେଉଁ ୩୦୩ ଆସନରେ ବାଜି ମାରିଥିଲା ସେଥିମଧ୍ୟରୁ ୧୯୦ ଆସନରେ ହିଁ କଂଗ୍ରେସ ସହ ଲଢେ଼ଇ ହୋଇଥିଲା। ଯେଉଁଥିପାଇଁ ବିଜେପି କଂଗ୍ରେସ ଓ ରାହୁଲଙ୍କୁ ହିଁ ଟାର୍ଗେଟ କରିଆସୁଛି। ୨୦୧୯ରେ କଂଗ୍ରେସ ୫୨ ଆସନ ପାଇଥିବାବେଳେ ୧୯୬ ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେଥିମଧ୍ୟରୁ ଦଳ ୧୭ ଆସନରେ ୫%ରୁ କମ୍ ଭୋଟରେ ହାରିଯାଇଥିବାବେଳେ ୫ରୁ ୧୫% ଆସନରେ ହାରିଥିବା ଆସନ ସଂଖ୍ୟା ହେଉଛି ୫୪। ୧୨୫ ଆସନରେ ୧୫%ରୁ ଉର୍ଦ୍ଧ୍ୱ ଭୋଟରେ ଦଳ ପରାସ୍ତ ହୋଇଥିଲା। ଏବେ ଦଳ ପାଇଁ ଚ୍ୟାଲେଞ୍ଜ ହେଉଛି ୭୧ ଆସନ। ଯେଉଁଠାରେ କି କଂଗ୍ରେସ ୧୫%ରୁ କମ ଭୋଟରେ ପରାସ୍ତ ହୋଇଥିଲା। ଏହି ଭୋଟ ହାରକୁ ଯଦି କଂଗ୍ରେସ ଓ ଇଣ୍ଡି ମେଣ୍ଟ ସହଯୋଗୀ ବଢ଼ାଇପାରନ୍ତି ତେବେ ଆସନ ସଂଖ୍ୟା ୧୦୦ ଟପିପାରିବ ବୋଲି ଆକଳନ କରାଯାଉଛି।

୪. ଇଣ୍ଡି ମେଣ୍ଟର ବଳ, ବିଜେପିର ଖେଳ : ଇଣ୍ଡି ମେଣ୍ଟର ବଳ ଥିଲା ଉତରପ୍ରଦେଶ (୮୦), ମହାରାଷ୍ଟ୍ର (୪୮), ପଶ୍ଚିମବଙ୍ଗ (୪୨) ଓ ବିହାର (୪୦)। ଏହି ୪ ରାଜ୍ୟରେ ୨୧୦ ଲୋକସଭା ଆସନ ରହିଛି। ଏହିସବୁ ରାଜ୍ୟରେ ବିରୋଧୀ ଏକାଠି ହୋଇଥିଲେ ବିଜେପି ନାକୁଆଣୀ ହୋଇଯାଇଥାଆନ୍ତା। ଏକଥା ମୋଦି ଓ ଅମିତ ଶାହା ବି ଭଲଭାବେ ବୁଝିସାରିଥିଲେ। ତେଣୁ ବିଜେପି ଏମିତି ଖେଳ କରିଛିଯେ, ବିରୋଧୀ ଦଳର ହୋସ ଉଡ଼ିଯାଇଛି। ଗୋଟିଏ ପଟେ ରାମମନ୍ଦିର କରି ୟୁପିରେ ଦଳ ହିନ୍ଦୁତ୍ୱ ଭୋଟକୁ ବଢ଼ାଇ ଦେଇଛି। ସେପଟେ ଉତରପ୍ରଦେଶରେ ଜାଠ୍ ସମର୍ଥନ ଥିବା ରାଷ୍ଟ୍ରୀୟ ଲୋକ ଦଳ ଏବଂ ପଛୁଆ ଓ ଦଳିତଙ୍କ ସମର୍ଥନ ଥିବା ସୁହାଲଦେବ ଭାରତୀୟ ସମାଜ ପାର୍ଟି ବି ବିଜେପି ସହ ହାତ ମିଶାଇଛନ୍ତି। ମାୟାବତୀ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବାରୁ ଇଣ୍ଡି ମେଣ୍ଟ ୟୁପିରେ ସଫଳତା ପାଇବ ବୋଲି ଭାବିବା ବୋକାମୀ ହେବ। ମହାରାଷ୍ଟ୍ରରେ ଏନସିପି ଓ ଶିବସେନାକୁ ବିଜେପି ଫଟାଇ ଦେଇ ଇଣ୍ଡି ମେଣ୍ଟକୁ ଦୁର୍ବଳ କରିଦେଇଛି। ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ୁଥିବାବେଳେ ବିହାରରେ ନୀତିଶ କୁମାର ବି ହାତ ଛାଡ଼ି ଦେଇଛନ୍ତି। ଅର୍ଥାତ୍ ନିର୍ବାଚନର ବହୁ ପୂର୍ବରୁ ଯେଉଁ ରାଜ୍ୟକୁ ନେଇ ବିରୋଧୀ ଆଶାବାନ ଥିଲେ ବିଜେପି ଖେଳରେ ତାହା ନିଷ୍ପ୍ରଭ ହୋଇସାରିଛି।

BJP Congress election 2024 INDI Alliance Lok Sabha Election NDA
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026
Latest News

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.