Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»୨୦୨୪ର ରୋଚକ ଲଢ଼େଇ: ଦୁଇ ଭାଇ ଓ ଖୁଡ଼ୀ-ପୁତୁରା ମୁହାଁମୁହିଁ
ନିର୍ବାଚନ ଖବର

୨୦୨୪ର ରୋଚକ ଲଢ଼େଇ: ଦୁଇ ଭାଇ ଓ ଖୁଡ଼ୀ-ପୁତୁରା ମୁହାଁମୁହିଁ

April 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପି କଂଗ୍ରେସ
ହିମାଚଳ ପ୍ରଦେଶର ନଗର ନିଗମ ନିର୍ବାଚନ ଫଳାଫଳ: ବିଜେପି ର ବିପୁଳ ବିଜୟ, ଜାଣନ୍ତୁ କଂଗ୍ରେସର ସ୍ଥିତି

ଭୁବନେଶ୍ଵର: ଚଳିତ ନିର୍ବାଚନରେ କ୍ଷମତା ନିଶା ଏତେ ବଢ଼ି ଯାଇଛି ଯେ, ମାଆ ପେଟର ଦୁଇ ଭାଇ କେହି କାହାକୁ ସହିବାକୁ ପ୍ରସ୍ତୁତ ନୁହଁନ୍ତି। କେବଳ ଭାଇ ଭାଇ ନୁହଁନ୍ତି ଗୋଟିଏ ପରିବାରର ସଦସ୍ୟ ଖୁଡ଼ୀ-ପୁତୁରା କ୍ଷମତା ହାସଲ କରିବା ପାଇଁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ପଛଘୁଞ୍ଚା ଦେଇନାହାନ୍ତି।

ଏଭଳି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣା ଆମେ ପଢ଼ିବାକୁ ପାଉଥିଲୁ। କିନ୍ତୁ ଏବେ ଆମ ରାଜ୍ୟରେ ଏହିପରି ଦୁଇଟି ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀରେ। ଚିକିଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟ କଂଗ୍ରେସ ଦଳରୁ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିଜେପି ଟିକଟରେ ଚିକିଟି ବିଧାନସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାକୁ ନେଇ ଚିକିଟି ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

ସେହିପରି ନବରଙ୍ଗପୁର ବିଧାନସଭା ଆସନରେ ମଧ୍ୟ ପାରିବାରିକ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ନବରଙ୍ଗପୁରର ସଂସଦୀୟ କ୍ଷେତ୍ରର ୯ଥରର ସାଂସଦ ଖଗପତି ପ୍ରଧାନୀଙ୍କ ପୁଅ ତଥା ବିଜେଡି ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଦଳ ପ୍ରାର୍ଥୀ କରିଛି। କୌଶଲ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଖଗପତିଙ୍କ ଅନ୍ୟତମ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ଦିଲ୍ଲୀପ ପ୍ରଧାନୀ। ଦିଲ୍ଲୀପଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପ୍ରଧାନୀ କଂଗ୍ରେସ ତେନ୍ତୁଳି ଖୁଣ୍ଟି ବ୍ଳକ ଅଧ୍ୟକ୍ଷ ହେବାକୁ ଚେଷ୍ଠାକରୁଥିଲାବେଳେ ସଦାଶିବ ପରିବାର କଥା ଚିନ୍ତା ନ କରି ଏଥିରେ ବାଧା ସୃଷ୍ଟି କରିଥିଲେ ବୋଲି ଦିଲ୍ଲୀପ ଅଭିଯୋଗ କରିଛନ୍ତି। ତେଣୁ ସେ ପରିବାର କଥା ଚିନ୍ତା ନ କରି ଜାତୀୟ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା କହିଛନ୍ତି।

BJP Congress election 2024 odisha politics
Share. Facebook Twitter LinkedIn Email WhatsApp Copy Link

Related Posts

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026

ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

June 29, 2026
Latest News

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026

ଭୁବନେଶ୍ୱରରେ ଚାଞ୍ଚଲ୍ୟ! ଯୁବକଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.