Author: Samikhsya Bureau

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ସ୍ପଣ୍ଟଲାଇଟ ଚିକିତ୍ସା ପାଇଁ ମୁମ୍ବାଇ ଗଲେ। ସେ ପୂର୍ବରୁ ଆଜି ମୁମ୍ବାଇ ଯିବେ ଏବଂ 22 ତାରିଖରେ ଚିକିତ୍ସା ହେବ ବୋଲି ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ଏହି ଭିଡ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଶିଘ୍ର ଆରୋଗ୍ୟ ଲାଭ ପାଇଁ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଥିଲେ। ତେବେ ଏହି ଭିଡ ଭିତରେ ଅନେକ ମହିଳା କାନ୍ଦୁ ଥିବାର ଲକ୍ଷ୍ୟ କରାଯାଇଥିଲା। ନବୀନ ଘରୁ ବାହାରି ଗାଡିରେ ବସି ହାତ ହଲାଇ ହଲାଇ ବିମାନ ବନ୍ଦରକୁ ଯାଇଥିଲେ। ଏହି ସମୟରେ ନବୀନଙ୍କୁ ଦେଖି ମହିଳାମାନଙ୍କର ଆଖି ଛଳଛଳ ହୋଇଯାଇଥିଲା। ସେମାନେ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କର ପ୍ରିୟ ନବୀନ ପଟ୍ଟନାୟକ ଖୁବ ଶିଘ୍ର…

Read More

ଭୁବନେଶ୍ବର: ଆଜି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ଆଜି ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେ ନବୀନ ନିବାସରୁ ବାହାରିବା ବେଳେ ପ୍ରବଳ ଜନସମାଗମ ହୋଇପଡିଥିଲା। ସେହିପରି ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। ଭାବ ବିହ୍ବଳ ମଧ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମର୍ଥକ। ଲଙ୍ଗ ଲିଭ ନବୀନ, ଜୟ ଜଗନ୍ନାଥ ପ୍ରଭଡତି ଧ୍ବନୀରେ ସମର୍ଥକମାନେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ସେ ଶିଘ୍ର ସୁସ୍ଥ ହୋଇ ଭୁବନେଶ୍ବର ଫେରିଆସିବେ ବୋଲି ଜଗନ୍ନାଥଙ୍କ ନିକଟରେ ସମର୍ଥକମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି। ପଢନ୍ତୁ- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

Read More

ଭୁବନେଶ୍ବର: ବିଶିଷ୍ଠ ସମାଜସେବୀ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ନିରଂଜନ ରଥଙ୍କ ପରଲୋକ ହୋଇଯାଇଛି। ଗୁରୁବାର ରାତି ୧୧ଟା ବେଳେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ସେ ଗୁରୁତର ହୋଇପଡିଲେ ଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ନିରଂଜନ ରଥ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ। ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ବେଙ୍ଗ କହେ ବେଙ୍ଗୁଲୀଲୋ…’ ସ୍ତମ୍ଭ ବେଶ୍‌ ପାଠକାଦୃତି ଲାଭ କରିଥିଲା। ସେ ମଧ୍ୟ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ ଭାବେ କାମ କରି ବେଶ୍‌ ସୁନାମ…

Read More

ଭୁବନେଶ୍ବର: ଆସନ୍ତା 22 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ ହେବ। ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଏହି ଅପରେସନ କରାଯିବ। ଏ ନେଇ ଖୋଦ ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି। ଏହି ଖବର ଜଣାପଡିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସାମାଜିକ ଗଣମାଧ୍ୟମରେ ନବୀନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଚନ୍ତି ଯେ,ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। (ଏଥିରେ ଥିବା ଫଟୋଟି ପୁରୁଣା, ଶପଥ ଗ୍ରହଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଡାକିବା ସମୟରେ ଏହାକୁ ନିଆଯାଇଛି। ବର୍ତ୍ତମାନର ଖବର ସହିତ ଏହାର କୌଣସି ସଂପର୍କ…

Read More

ଭୁବନେଶ୍ବର: ଆସନ୍ତା 20 ତାରିଖରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଦିନ ସେ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ, ସେଠାରୁ ରୋଡ ସୋ କରି ଜନତା ମଇଦାନ ଯିବେ। ଏ ନେଇ ଟ୍ରାଫିକ ବ୍ୟବସ୍ଥାରେ ବଡ କଟକଣା କରାଯାଇଛି। ସେଥିପାଇଁ ସେଦିନକୁ କଟକ ଭୁବନେଶ୍ବରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

Read More

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରଧୀଦଳର ନେତା ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ସେ ଆସନ୍ତା 20 ତାରିଖରେ ମୁମ୍ବାଇ ଗସ୍ତ କରିବେ ଏବଂ 22 ତାରିଖରେ ତାଙ୍କର ଚିକିତ୍ସା ହେବ। ସେ ମୁମ୍ବାଇର ପ୍ରଖ୍ୟାତ ହସପିଟାଲ କୋକିଳବେନ ଧିରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଚିକିତ୍ସା ବ୍ୟବସ୍ଥା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ବୁଝାବୁଝି କରୁଛନ୍ତି। ତେବେ ତାଙ୍କ ଅନୁପସ୍ଥିତରେ ବିଜେଡିର ଦୈନ୍ୟନ୍ଦିନ କଥା କିଏ ବୁଝିବ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ନବୀନ ବାହାରକୁ ଗଲେ ଦଳ ଭିତରେ ବିଦ୍ରୋହର ସ୍ବର ଉଠୁଛି। ତେବେ ଏସବୁକୁ ଧ୍ୟାନରେ ରଖି ନବୀନ ଯିବା ପୂର୍ବରୁ ସେ ନେଇ ସମସ୍ତ କାର୍ଯ୍ୟ କରିସାରିଛନ୍ତି। ଏ ନେଇ ନବୀନ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ତରଫରୁ ପ୍ରକାଶିତ ଏବଂ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ…

Read More

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ନିଜେ ନିଜର ପ୍ରଶଂସକଙ୍କୁ ଆବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା 22 ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସା ହେବି। ମୋର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଏକ ପକ୍ରିୟା ଶେଷ କରାଯିବ।  ସେ ଆହୁରି କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପରାମର୍ଶରେ ଏହି କାର୍ଯ୍ୟ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥଙ୍କ ଆର୍ଶିବାଦ ତଥା ଓଡିଶାର ଭାଇଭଉଣୀଙ୍କ ଶୁଭକାମନା ପାଇଁ ଖୁବ ଶିଘ୍ର ଫେରିଆସି ମୋର ସେବା ଜାରୀ ରଖିବି। ନବୀନ ନିଜ ସାମାଜିକ ଗଣମାଧ୍ୟମରେ ଏହା ପୋଷ୍ଟ କରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Read More

The Samikhsya Desk: ସେ ହେଉଛନ୍ତି ବିଶ୍ବର ପ୍ରତିଷ୍ଠିତ ଧନୀ ମୁକେଶ ଆମ୍ବାନୀଙ୍କ ସମୁଦି। ଅର୍ଥାତ ତାଙ୍କର ପୁଅ ମୁକେଶ ଆମ୍ବାନୀଙ୍କ ଝିଅ ଇଶାଙ୍କୁ ବିବାହ କରିଛନ୍ତି। ହେଲେ ସେ କେବେ ମୁକେଶ ଆମ୍ବାନୀଙ୍କ ସଂପର୍କିୟ ବୋଲି ପରିଚୟ ଦିଅନ୍ତି ନାହିଁ। କାରଣ ଭାରତ ଶିଳ୍ପ ଜଗତରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେ ହେଉଛନ୍ତି ଅଜୟ ଗୋପୀକିସନ ପିରାମଲ। ଭାରତର ପ୍ରତିଷ୍ଠିତ ଫାର୍ମା କଂପାନୀ ପିରାମଲର ସେ ହେଉଛନ୍ତି ଅଧ୍ୟକ୍ଷ। ଅଜୟଙ୍କ ପୁତ୍ର ଆନନ୍ଦ ପିରାମଲ ମୁକେଶ ଆମ୍ବାନୀଙ୍କ ଝିଅ ଇଷା ଆମ୍ବାନୀଙ୍କୁ ବିବାହ କରିଛନ୍ତି। ଅର୍ଥାତ ଆନନ୍ଦ ହେଉଛନ୍ତି ମୁକେଶ ଆମ୍ବାନୀଙ୍କ ଜୁଆଁଇ। ସେହି ହିସାବରେ ଅଜୟ ହେଲେ ଆମ୍ବାନୀଙ୍କ ସମୁଦି। ମୁକେଶଙ୍କ ପରି ଅଜୟ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଫାର୍ମା କଂପାନୀ ପିରାମଲ ଦେଶବିଦେଶରେ ବେଶ ନାମ କମାଇଛି। ଯାହା ପଛରେ ଅଜୟଙ୍କ ଝାଳବୁହା ପରିଶ୍ରମ ଜଡିତ ରହିଛି। ମିଡିଆ ରିପୋର୍ଟ…

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ  ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ  ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ । ଲୋକସେବା ଭବନରେ  ଅନୁଷ୍ଠିତ  ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ  କମିଶନର  ତଥା ଶାସନ ସଚିବ  ଶ୍ରୀ ଅଶ୍ୱତୀ ଏସ୍‌ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପରୋକ୍ତ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ । ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ  ପ୍ରତିରୋଧ, ପରୀକ୍ଷଣ ଓ  ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ  କରାଯାଇଛି । ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ  ବିଶୋଧନ  କରାଯାଉଛି ।  ରୋଗୀମାନଙ୍କ ସଂଖ୍ୟାରେ  ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ  ଆସୁଛନ୍ତି,…

Read More

The Samikhsya Desk: ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି। ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ…

Read More

ଭୁବନେଶ୍ବର: ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ରାଜଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଜ୍ୟପାଳଙ୍କୁ ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି।ରାଜ୍ୟପାଳ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ରଥଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି। ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆସନ୍ତା 27 ତାରିଖରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ସରକାର ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ବୈଠକ କରି ସୁରକ୍ଷା ଏବଂ ରିତିନୀତି ଉପରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବେଶ ଆଗେଇ ଚାଲିଛି। 27 ତାରିଖରେ ରଥଯାତ୍ରା ହେଉଥିବା ବେଳେ 5 ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Read More

ଭୁବନେଶ୍ବର: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୋଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ବର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡିଶାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ସେ 20 ତାରିଖ ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଉ ଅଳ୍ପ ଦିନ ଥିବାରୁ ସେଠାର ପ୍ରସ୍ତୁତି ତଦାରଖ କରିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ ଆଜି ପୂର୍ବାହ୍ନରେ ଜନତା ମଇଦାନ ଗସ୍ତ କରି ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ସେହି ମଞ୍ଚରେ ପ୍ରାୟ ଏକ ଘଣ୍ଟା ଧରି ଭାଷଣ ପ୍ରଦାନ କରିବେ। ଏଥିସହିତ ସେ ସେହି ସ୍ଥାନରେ ପ୍ରାୟ ଦେଢଘଣ୍ଟା ଧରି ରହିବେ। ସେଥିପାଇଁ ଉଭୟ ଦଳ ଏବଂ ସରକାରଙ୍କ ତରଫରୁ ପ୍ରସ୍ତୁତି କରାଯାଇଛି। ସେଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରୁ ଏକ ରୋଡ ସୋ କରି ଜନତା ମଇଦାନ ଆସିବେ।

Read More

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଆୟୋଜିତ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ଆସନ୍ତା 20 ତାରିଖ ଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସୁଛନ୍ତି। ତାଙ୍କ ଗସ୍ତକୁ ଦେଖି ଉଭୟ ଭାରତୀୟ ଜନତା ପାର୍ଟି ଏବଂ ରାଜ୍ୟ ସରକାର ବେଶ ତତ୍ପର ହୋଇ ଉଠିଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ 20 ତାରିଖ ଦିନ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରେ ଅପରାହ୍ନ 3 ଟା 40 ମିନିଟରେ ପହଞ୍ଚିବେ। ସେଠାରୁ ସେ ପାଞ୍ଚମିନିଟ ମଧ୍ୟରେ ବାହାରକୁ ଆସିବେ। ସେଠାରୁ ସେ ଏକ ରୋଡ ସୋ’ରେ ସାମିଲ ହୋଇ ଜନତା ମଇଦାନ ପର୍ଯ୍ୟନ୍ତ ଯିବେ। ଏହି ରୋଡ ସୋ ବିମାନ ବନ୍ଦରରୁ ଏଜି ଛକ, ଅଶୋକ ନଗର ଏବଂ ଜୟଦେବ ବିହାର ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ଯିବ। ସେଥିପାଇଁ ପ୍ରାୟ ତିରିଶ ମିନିଟ ସମୟ ରଖାଯାଇଛି। ଅର୍ଥାତ ପ୍ରଧାନମନ୍ତ୍ରୀ ଜନତା…

Read More

ନୂଆଦିଲ୍ଲୀ: ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ଦକ୍ଷିଣପଶ୍ଚିମ ବାଙ୍ଗାଲାଦେଶରେ ଏବଂ ପଶ୍ଚିମବଂଗ ଗ୍ୟାଙ୍ଗଟିକ କ୍ଷେତ୍ରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଦ୍ବାରା ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଏପରିକି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ସେହିପରି ଆଉ ଏକ ଲଘୁଚାପ ଆରବିୟାନ ସାଗରରେ ସୃଷ୍ଟି ହୋଇଛି। ଦକ୍ଷିଣ ଗୁଜୁରାଟରେ ଏହି ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡିଛି। ଏହାଦ୍ବାରା ସେହି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Read More

The Samikhsya Desk: କଥାରେ ଅଛି ପ୍ରତିଭା ପାଖରେ ବୟସ ହାର ମାନେ। ଅର୍ଥାତ ଯାହାର ପ୍ରତିଭା ଅଛି ତାହା କେତେବେଳେ ବା ଯେ କୌଣସି ବୟସରେ ଫୁଟି ବାହାରିଯାଏ। ଉଦାହରଣ ସ୍ବରୂପ ଜଣେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବର ବାଳିକାକୁ  ନିଆଯାଇପାରେ। ସେ କୋଟି କୋଟି ଟଙ୍କାର ଏକ ଟେକନୋଲୋଜି କଂପାନୀ ଖୋଲି ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାମ ହେଉଛି ପ୍ରାଞ୍ଜଳୀ ଅବସ୍ଥି ବା Pranjali Awasth. ପ୍ରାଞ୍ଜଳୀ ଅବସ୍ଥି ମାତ୍ର ୧୬ ବର୍ଷ  ବୟସରେ ଏକ ଟେକ୍ କଂପାନୀ ପ୍ରତିଷ୍ଠା କରି ଖବରର ଶିରୋନାମା ପାଲଟିଛନ୍ତି। ତାଙ୍କୁ ଯେତେବେଳେ ବାର ବର୍ଷ ସେତେବେଳେ ସେ କୋଡିଂ ଶିକ୍ଷା କରିଥିଲେ। ଏହାପରେ ଏହି କୋଡିଂ କାର୍ଯ୍ୟରେ ସେ ଏତେ ମଜିଗଲେ ଯେ, ତାହାକୁ ଏହି କଂପାନୀ କରିବା ପାଇଁ ମନସ୍ଥ କଲେ। ଆଉ ସେ କରି ଦେଖାଇଦେଲେ ମଧ୍ୟ। କିଶୋରୀ ପ୍ରାଞ୍ଜଳୀ ଅବସ୍ଥିଙ୍କ ଏହି କୋଡିଂ ଟେକ୍…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଖରା ଛୁଟି ଶେଷ ହେବାରେ ଲାଗିଛି। ଘୋଷଣା ଅନୁସାରେ ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖରେ ଖୋଲିବାକୁ ଘୋଷଣା କରାଯାଇଥିଲା। ହେଲେ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିବର୍ତ୍ତନ କରିଛି। ନୂଆ ଘୋଷଣା ଅନୁସାରେ ଆସନ୍ତା ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି। ଆଜି ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସବୁ ପଦବୀ ଗୁଡିକ…

Read More

ପୁରୀ: ଗତକାଲି ରାତିରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା। ତାଙ୍କର ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି। ତାଙ୍କର ପୁତ୍ର ମୁଖାଗ୍ନି ଦେଇଛନ୍ତି। ଶ୍ରୀମନ୍ଦିର ରୋଷ ଘରୁ ଅଗ୍ନି ନେଇ ତାଙ୍କର ଶବ ସତ୍କାର କରାଯାଇଛି। ରଣାର୍ଣ୍ଣବ ଦେବ ସାଧାରଣରେ ଥାଟ ରାଜା ଭାବେ ପରିଚିତ ଥିଲେ। ତାଙ୍କର ମାମୁଁ ଘର ବାଲେଶ୍ବର ନୀଳଗିରି ଅଞ୍ଚଳରେ ହୋଇଥିବାରୁ ସେ ସେଠାରେ ରହୁଥିଲେ। ସେହି ଅଞ୍ଚଳରେ ସେ ବେଶ ପରିଚିତ। ଏଥିସହିତ ପୁରୀ ରାଜ ନଅରରେ ତାଙ୍କର ସ୍ବତନ୍ତ୍ର ଅଲଗା କୋଠରୀ ରହିଛି। ପୁରୀ ଆସିଲେ ସେମାନେ ସେହି ରାଜନଅର କୋଠରୀରେ ରହୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ପୁରୀରେ ହୋଇଛି। ରାଜ…

Read More

Air India Plane Tragedy: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସରକାର ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହ ସଚିବ କରିବେ। ଉଚ୍ଚସ୍ତରୀୟ ବହୁ-ଶାଖାଗତ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଗୁଜରାଟର ଗୃହ ବିଭାଗ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା କର୍ତ୍ତୃପକ୍ଷର ଅଧିକାରୀ, ଅହମ୍ମଦାବାଦର ପୋଲିସ କମିଶନର, ଭାରତୀୟ ବାୟୁସେନାର ଯାଞ୍ଚ ଏବଂ ସୁରକ୍ଷା ମହାନିର୍ଦ୍ଦେଶକ ଏବଂ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ମହାନିର୍ଦ୍ଦେଶକ ଅନ୍ତର୍ଭୁକ୍ତ। କମିଟି ତିନି ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ମାନକ କାର୍ଯ୍ୟପଦ୍ଧତି ପ୍ରକ୍ରିୟା ପ୍ରସ୍ତୁତ କରିବା ଉପରେ କମିଟି ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଦ୍ୱାରା ଏକ…

Read More

ଭୁବନେଶ୍ବର: ଆଜି ଶେଷ ରଜରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭୁବନେଶ୍ବରର ଓୟୁଏଟି ହଲରେ ଆୟୋଜିତ ଏକ ବିଶେଷ କାର‌୍ୟ୍ୟକ୍ରମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିରେ ମୁଖ୍ୟଶାସନ ସଚିବଙ୍କ ସହିତ ବିଭାଗୀୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ମୋଟ ୫ ଟି ବିଭାଗ ପାଇଁ ଏହି ନିଯୁକ୍ତି କରାଯିବ। ସେଥିମଧ୍ୟରେ ପୁର୍ତ୍ତ ବିଭାଗର ସର୍ବାଧିକ ୫୬୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ୨୦୪,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୧୧୭ ଜଣ, ଜଳ ସଂପଦ ବିଭାଗ ପାଇଁ ୬୨ ଜଣ ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

Read More