ଭୁବନେଶ୍ବର: ଅନ ଲାଇନରେ ମିଳିପାରିବ ନାହିଁ ମହାପ୍ରସାଦ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କେତେକ ସଂସ୍ଥା ମହାପ୍ରସାଦକୁ ଅନ ଲାଇନରେ ବିକ୍ରି କରିବାକୁ ଆବେଦନ କରିଥିଲେ। ହେଲେ ସେସବୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ସେଗୁଡିକୁ ବାତିଲ କରି ଦିଆଯାଇଛି। ମହାପ୍ରସାଦର ଗୁଣବତ୍ତା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି। ଜଗନ୍ନାଥ ମହାପ୍ରସାଦକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ କେତେକ ସଂସ୍ଥା ଅନଲାଇନରେ ତାହା ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିଲେ। ସେମାନେ ମହାପ୍ରସାଦ ଏବଂ ଶୁଖିଲା ଭୋଗକୁ ଅନଲାଇନରେ ବିକ୍ରି କରିବା ପାଇଁ ଉଲ୍ଲେଖ କରିଥିଲେ। ସେହି ଆବେଦନକୁ ବିଚାର କରାଯାଇ ତାହାକୁ ବାତିଲ କରାଗଲା ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟ ମନ୍ଦିରରେ ଅନଲାଇନ ବ୍ୟବସ୍ଥା ଥିଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର…
Author: Samikhsya Bureau
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମର ଆଜି ଥିଲା ୧୪ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୮ ପ୍ରତିଶତ ଅଟେ । ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ପ୍ରଥମେ ଆସି ଅଭିଯୋଗ ଶୁଣାଣି…
ମୁମ୍ବାଇ: ଭାରତର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ୍ ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୨୦୨୫ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟ ଅନୁଯାୟୀ, ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ରିଲାଏନ୍ସ ରିଟେଲରେ ୨,୪୭,୭୮୨ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ଏହି ସଂଖ୍ୟା ଏକ ବର୍ଷ ପୂର୍ବରୁ ୨,୦୭,୫୫୨ ଥିଲା। ରିଟେଲ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ସବୁଠାରୁ ବଡ଼ ନିଯୁକ୍ତି ପ୍ରଦାନକାରୀ କମ୍ପାନୀ ମଧ୍ୟରୁ ଅନ୍ୟତମ। ନିଯୁକ୍ତିରେ ଏହି ବୃଦ୍ଧି ରିଟେଲ କ୍ଷେତ୍ରରେ କମ୍ପାନୀର ନିରନ୍ତର ସମ୍ପ୍ରସାରଣ ସହିତ ଆଗକୁ ବଢିଛି। ଏହି ଆର୍ଥିକ ବର୍ଷରେ, ରିଲାଏନ୍ସ ରିଟେଲ୍ ୨୬୦୨ଟି ନୂତନ ଷ୍ଟୋର ଖୋଲିଛି। ଏହା ସହିତ ସାରା ଦେଶରେ ରିଲାଏନ୍ସ ରିଟେଲ୍ ଷ୍ଟୋରର ମୋଟ ସଂଖ୍ୟା ୧୯,୩୪୦କୁ ବୃଦ୍ଧି ପାଇଛି। ଏହି ଷ୍ଟୋରଗୁଡ଼ିକ ୭ କୋଟି ୭୪ ଲକ୍ଷ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ…
ଭୁବନେଶ୍ବର: ଓଡିଶା ପାଇଁ ଜାତୀୟ କଂଗ୍ରେସ ବଡ ଯୋଜନା କରୁଛି। ଓଡିଶାର 2029 ରେ ଯେପରି କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭକ୍ତ ଦାସଙ୍କୁ ସଭାପତି କରିବା ପରେ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସଶକ୍ତ ହେବାରେ ଲାଗିଛି। ସେ ଯେବେଠାରୁ କଂଗ୍ରେସ ମଙ୍ଗ ଧରିଲେ ସେବେଠାରୁ ରାଜ୍ୟରେ କଂଗ୍ରେସ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମ କରିବାରେ ଲାଗିଛି। ତେବେ ଏକ ବିଶେଷ ସୂଚନା ଅନୁସାରେ ଜାତୀୟ କଂଗ୍ରେସ ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ଯେତେଦୂର ସମ୍ଭବ ତେଲେଙ୍ଗାନାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଶୁଣାଯାଉଛି। କାରଣ ସେ କୌଣସି ପଦପଦବୀରେ ନ ରହିଲେ କଂଗ୍ରେସକୁ ମଜବୁତ କରିବା କଷ୍ଟକର ହେବ। ସେଥିପାଇଁ ଏଆଇସିସି ତାଙ୍କର କ୍ଷମତା ବୃଦ୍ଧି ପାଇଁ ଏହି ପଦବୀ ପ୍ରଦାନ ପାଇଁ ଯୋଜନା କରୁଛି। ଦିଲ୍ଲୀ ସୁତ୍ର ଅନୁସାରେ ବର୍ତ୍ତମାନ ଏଆଇସିସି ପ୍ରଦେଶ କଂଗ୍ରେସ ଉପରେ…
ଗଣେଷ ପୂଜା : ଚଳିତ ବର୍ଷ ଗଣେଷ ପୂଜା କେବେ ହେବ। ସେ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଦ୍ବନ୍ଦ ସୃଷ୍ଟି ହୋଇଛି। କାରଣ ହେଲା ଏଥର ଚତୁର୍ଥୀ ଦୁଇ ଦିନ ପଡୁଛି। ଏହି ତିଥି ଅଗଷ୍ଟ 26 ତାରିଖୁ ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ କେଉଁଦିନ ଗଣେଷ ପୂଜା ହେବ ସେ ନେଇ ଦ୍ବନ୍ଦ ଦେଖାଦେଇଛି। ତେବେ ତିଥୀ ଗଣନାକାରୀଙ୍କ ହିସାବ ଅନୁସାରେ ଏଥର ଚତୁର୍ଥୀ ତିଥୀ ଦୁଇଦିନ ରହୁଥିଲେ ମଧ୍ୟ ଗଣେଷ ପୂଜା ଗୋଟିଏ ଦିନରେ ପାଳନ ହେବ। ତାହା ହେଲା ଅଗଷ୍ଟ 27 ତାରିଖରେ ପାଳନ ହେବ। ଗଣନା ଅନୁସାରେ ଏଥର ଚତୁର୍ଥୀ ତିଥୀ ଅଗଷ୍ଟ 26 ତାରିଖ ରାତି 1 ଟା 54 ମିନିଟରେ ଆରମ୍ଭ ହେଉଛି। ଏହା ଅଗଷ୍ଟ 27 ତାରିଖ ଅପରାହ୍ନ 3 ଟା 44 ପର୍ଯ୍ୟନ୍ତ ରହୁଛି। ଫଳରେ ସୂର୍ଯ୍ୟ ଉଦୟ ପରେ ଅର୍ଥାତ 27 ତାରିଖ…
ଭୁବନେଶ୍ୱର: ମୃତ ବଳଙ୍ଗା ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସ କରିଥିଲା ଏକ ବିରାଟ ପଦଯାତ୍ରା। ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଜଟଣୀରେ କଂଗ୍ରେସ କର୍ମକର୍ତ୍ତା ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ସାମିଲ ହୋଇ ବାୟାବର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚି ସ୍ୱର୍ଗତା ଛାତ୍ରୀଙ୍କ ପିତାଙ୍କ ସହ ସାକ୍ଷାତ କରି କବରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରୀ ରଖିବ ବୋଲି ଛାତ୍ରୀଙ୍କ ପିତାଙ୍କୁ ଆଶ୍ୱାସନା ଦେଇଥିଲେ। ବାୟାବରଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱରେ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗହଣରେ ଶହ ଶହ କର୍ମକର୍ତ୍ତାଙ୍କ ନାରୀ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଥିଲା। ନିମାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସାମିଲ ହୋଇଥିଲେ। ନିମାପଡା ପହଞ୍ଚିଲା ବେଳକୁ…
ଭୁବନେଶ୍ବର: ଆଜି ଜଟଣୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପାଳନ କରିଛନ୍ତି ତାଙ୍କର ଜନ୍ମ ଦିନ। ଆଜି ତାଙ୍କର ଭୁବନେଶ୍ବର ବାସଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସେ ପାଳନ କରିଛନ୍ତି ଏହି ଜନ୍ମ ଉତ୍ସବ। ତାଙ୍କର ଜନ୍ମ ଦିନରେ ବିଭିନ୍ନ ଦଳର ନେତାମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ବର୍ତ୍ତାମାନ ୮୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ବୟସରେ ସେ ଏବେ ବି ବେଶ ଚଳଚଞ୍ଚଳ। ତାଙ୍କର ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସଭାପତି ଭକ୍ତଦାସ। ତାଙ୍କ ନିକଟକୁ ଯାଇ ସେ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫଲ ଘଡାଇ ମଧ୍ୟ ସୁରେଶ ରାଉତରାୟଙ୍କୁ ଅଭିନନ୍ଦନ କରିଛନ୍ତି। ସୁରଭାଇ ହେଉଛନ୍ତି ଜଣେ ଅଜାତ ଶତ୍ରୁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ଆଜି ତାଙ୍କ ବାସଭବନରେ ବହୁ ନେତାଙ୍କ ଭିଡ ଜମିଥିଲା। ସୁର ରାଉତରାୟଙ୍କ ନେତା ଭାବେ…
The Samikhsya Desk: ଭାରତର ସବୁଠାରୁ ବଡ ଷ୍ଟେସନର ନାମ କଣ ? ଆପଣମାନେ ଭାବିବେ ଦିଲ୍ଲୀ, ମୁମ୍ବାଇ କିମ୍ବା ଚେନ୍ନାଇ। ଭୁଲ କଥା ଏହି ଷ୍ଟେସନଗୁଡିକରୁ କୌଣସି ଗୋଟିଏ ବି ନାହିଁ। ହେଲେ ପ୍ରକୃତରେ ଭାରତର ବଡ ଷ୍ଟେସନ ଯେଉଁଟି ତାହାର ଅଚି 23 ଟି ପ୍ଲାଟଫର୍ମ। ଏହି ଷ୍ଟେସନରେ ଦୈନିକ 280 ଟି ଟ୍ରେନ ଚଳାଚଳ କରୁଛି। ଏପରିକି ଭାରତ ମୁଖ୍ୟ ଟ୍ରେନ ଯେପରିକି ଦୁରନ୍ତୋ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାଦ୍ଦୀ ଏକ୍ସପ୍ରେସ ପରି ଟ୍ରେନ ସେହି ଷ୍ଟେସନ ଦେଇ ଯାତାୟତ କରୁଛି। ତେବେ ସେହି ଷ୍ଟେସନଟି ସମସ୍ତେ ଭାବି ବେ ଯେ ନିଶ୍ଚିତ ମେଟ୍ରୋ ସିଟି ଷ୍ଟେସନ ହୋଇଥିବ। ନା ତାହା ଭୁଲ। ସେହି ଷ୍ଟେସନ ନାମ ହେଉଛି ହାୱାଡ ଜଙ୍କସନ। ପଶ୍ଚିମ ବଙ୍ଗରେ ଥିବା ଏହି ହାୱାଡା ଜଙ୍କସନ ଦେଶର ସବୁଠାରୁ ବଡ ଷ୍ଟେସନ। ଏହି ଷ୍ଟେସନରେ ଦୈନିତ 6 ଲକ୍ଷ ଯାତ୍ରୀଙ୍କ ଯିବାଆସିବା ହୋଇଥାଏ।…
ଭୁବନେଶ୍ବର: ସାରା ଦେଶରେ ବର୍ତ୍ତମାନ ଭୋଟ ଚୋରୀ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏହି ଭୋଟ ଚୋରୀକୁ ନେଇ ବିଭିନ୍ନ ପ୍ରମାଣ ରଖିବା ପରେ ପ୍ରସଂଗ ଘନେଇବାରେ ଲାଗିଛି। ରାହୁଳ ଦୀର୍ଘ ସମୟ ଧରି ସେ କିପରି ଭୋଟ ଚୋରୀ ହୋଇଛି ତାହାର ତଥ୍ୟ ରଖିଛନ୍ତି। ଫଳରେ ସାରା ଦେଶରେ ବର୍ତ୍ତମାନ ଏହାକୁ ନେଇ ତର୍କବିତର୍କ ହେବାରେ ଲାଗିଛି। ରାହୁଳଙ୍କ ଏହି ଚୋରୀ ପ୍ରସଂଗକୁ ଓଡିଶାରେ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସାର କରିବାରେ ଲାଗିିଛି। ଏକ ସାମ୍ବାଦିକ ସମ୍ମିଳନୀର କରି କଂଗ୍ରେସ ସଭାପତି ଭକ୍ତ ଦାସ ଓଡିଶାରେ କିପରି ଭୋଟ ଚୋରୀ ହୋଇଛି ତାହାର ବାଖ୍ୟା କରିଛନ୍ତି। ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେଡି ବର୍ତ୍ତମାନ ତିଆରି କରୁଛି ବଡ ରଣନୀତି। ବିଶେଷ କରି ଚାଷୀମାନଙ୍କୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଛି। ସେଥିପାଇଁ ଦଳ ଆସନ୍ତା ୧୮ ତାରିଖରେ ଆୟୋଜିତ କରୁଛି ବିରାଟ ଚାଷୀ ସମାବେଶ। ଏହି ସମାବେଶ ବରଗଡରେ ହେବ। କାରଣ ସେଠାରେ ବର୍ତ୍ତମାନ ଚାଷୀମାନେ ଯେପରି ସମସ୍ୟା ଭିତରେ ଗତିକରୁଛନ୍ତି ତାହାକୁ ଲୋକଲୋଚନକୁ ଦଳ ଆଣିବ। ଏ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯାଇଛି। ଏଥିରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର, ସଂଜୟ ଦାସବର୍ମା, ସ୍ନେହାଙ୍ଗିନ ଛୁରିଆ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି ଯେ, ଆସନ୍ତା ୧୮ ତାରିଖରେ ବରଗଡରେ ଏହି ଚାଷୀ ସମ୍ମିଳନୀ କରାଯିବ। ଏଥିରେ ଦଳର ତୁଙ୍ଗ ନେତା ଯୋଗଦେବେ ବୋଲି ସେ କହିଛନ୍ତି। ତେବେ ଏହି…
ବାଲୁଗାଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଲିକା ଗସ୍ତରେ ଆସୁଛନ୍ତି। ଗତ ଦୁଇ ଦିନ ହେଲା ସେ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରି ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଅଛି। ଆଜି ଅପରାହ୍ନ 1.30 ରେ ସେ ବଡ଼କୁଳ ସ୍ଥିତ ପାନ୍ଥନିବାସ ରେ ପହଞ୍ଚିବେ। ସେଠାରେ କିଛି ସମୟ ରହି ମଧ୍ୟାହ୍ନ ଭୋଜନ କରି ଅପରାହ୍ନ 2.45 ରେ ବଡ଼କୁଳ ପାନ୍ଥନିବାସ ରୁ ସିଧା ବାଣପୁର ମା’ ଭଗବତୀ ମନ୍ଦିର ଯିବେ। ଅପରାହ୍ନ 3 ଟାରେ ମା’ ଭଗବତୀ ମନ୍ଦିର ପହଞ୍ଚି ସେଠାରେ ମା ‘ ଙ୍କ ପୂଜାର୍ଚନା କରିବେ। ମା’ ଭଗବତୀ ମନ୍ଦିରରେ ଦୀର୍ଘ ଅଧେ ଘଣ୍ଟା ଅତିବାହିତ କରି ଅପରାହ୍ନ 3.30 ରେ ବାଣପୁରରୁ ଭୂଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ଅଭିମୁଖେ ବାହାରି ସେଠାରେ ପୂଜାର୍ଚନା କରି ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ମନ୍ କି ବାତ୍” କାର୍ଯ୍ୟକ୍ରମ ସାରା ଦେଶରେ ଘଟୁଥିବା ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରିବା ଏବଂ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ନାଗରିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ମଞ୍ଚ ଭାବେ କାର୍ଯ୍ୟ କରିଥାଏ। ଏହି ମାସିକ ରେଡିଓ ଏପିସୋଡ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ନବସୃଜନ ଏବଂ ସମାଜ ସେବା ଭଳି କ୍ଷେତ୍ରରେ ପ୍ରଭାବଶାଳୀ କାର୍ଯ୍ୟ କରୁଥିବା ଭାରତୀୟଙ୍କ ପ୍ରେରଣାଦାୟୀ କାହାଣୀ ସେୟାର କରନ୍ତି। ସେ ଯୁବକ, କୃଷକ, ମହିଳା, କାରିଗର, ଉଦ୍ୟୋଗୀ, କ୍ରୀଡ଼ାବିତ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ତୃଣମୂଳ ସ୍ତରର ପଦକ୍ଷେପ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି କାହାଣୀଗୁଡ଼ିକ ପ୍ରାୟତଃ ଦୁର୍ଗମ ଏବଂ ବିବିଧ ଅଞ୍ଚଳରୁ ଆସିଥାଏ, ଯାହା ରାଷ୍ଟ୍ରର ସମୃଦ୍ଧ ଏବଂ ସମାବେଶୀ ଭାବନାକୁ ପ୍ରତିଫଳିତ କରିଥାଏ। ‘‘ମନ୍ କି ବାତ୍” ମଧ୍ୟ…
ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ର ଟଙ୍କା। ଆଜି କୋରାପୁଟ ଜୟପୁରରେ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏହା ହେଉଛି ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ଏଥିରେ ଆଜି ଏକ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ 5000 ହଜାର ଟଙ୍କା ଲେଖାଏଁ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟରେ ପହଞ୍ଚିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ତେବେ ଏହି ଯୋଜନାରୁ ପ୍ରାୟ ୨ ଲକ୍ଷ ମହିଳା ବାଦ ପଡିଛନ୍ତି। ସେମାନଙ୍କୁ କିପରି ସାମିଲ କରାଯିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେପରି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ତାହା ସାରା ବିଶ୍ବରେ ଚର୍ଚ୍ଚା କେନ୍ଦ୍ର ପାଲଟିଛି। ଭାରତୀୟ କଂପାନୀମାନେ ଆମେରିକାକୁ ବିଭିନ୍ନ ଖାଦ୍ୟ ଜିନିଷ ରପ୍ତାନୀ କଲେ 50 ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ। ଏହା ଭାରତୀୟ କଂପାନୀଙ୍କ ପାଇଁ ମଧ୍ୟ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେମାନେ ବର୍ତ୍ତମାନ ତାଙ୍କ କଂପାନୀର ଆର୍ଥିକ ସ୍ଥିତି ନେଇ ବ୍ୟସ୍ତ ବିବ୍ରତ ହେବାକୁ ଲାଗିଲେଣି। ତେବେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ, ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନ ଦେବା ପାଇଁ ଏହି କଂପାନୀଗୁଡିକ ବିକଳ୍ପ ରାସ୍ତା ବାଛି ନେଲେଣି। ବହୁ କଂପାନୀ ଭାରତ ବାହାରେ ସେମାନଙ୍କୁ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରିବାକୁ ଚିନ୍ତା କଲେଣି। ସେହି କଂପାନୀ ମଧ୍ୟରେ ଅଛନ୍ତି ଅମୁଲ, ପାର୍ଲେ, ଆଇଟିସି ଏବଂ ଗଡରେଜ। ଇକୋନମିକ୍ସ ଟାଇମ ରିପୋର୍ଟ ଅନୁସାରେ ଏହି କଂପାନୀ…
ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କଡା ହେବାରେ ଲାଗିଛି। ପ୍ରଥମେ 25 ପ୍ରତିଶତ ଏହାପରେ ପୁଣି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଭାରତ ଉପରେ ଲଗାଇଛନ୍ତି। ଫଳରେ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ଏଣିକି ବ୍ୟବସାୟୀମାନେ 50 ପ୍ରତିଶତ ଶୁଳ୍କ ଦେବେ। ପୂର୍ବରୁ ସେମାନେ ଯେଉଁ ଜିନିଷ 100 ଟଙ୍କାରେ ବିକ୍ରି କରୁଥିଲେ ବର୍ତ୍ତମାନ ଅତିରିକ୍ତ ଶୁଳ୍କ ସହିତ 150 ଟଙ୍କା ଦେବାକୁ ପଡିବ। ତେବେ ଏହି ଅତିରିକ୍ତ ଶୁଳ୍କ ଦ୍ବାରା ଆମେରିକାର ଭାରତୀୟ ଜିନିଷର ବିକ୍ରୀ ହ୍ରାସ ପାଇବ। କାରଣ ଆମେରିକୀୟମାନେ ଯେଉଁ ଜିନିଷ 100 ଟଙ୍କାରେ କିଣିଥିଲେ ତାହା ବର୍ତ୍ତମାନ 150 ଟଙ୍କା ହୋଇଯିବ। ଫଳରେ ଏତେ ପଇସା ଦେଇ ସେମାନେ ଭାରତୀୟ ଜିନିଷ କିଣିବାକୁ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ଯେଉଁ ଜିନିଷ ଆମେରିକୀୟଙ୍କ ନିହାତି ଆବଶ୍ୟକ ହୁଏତ ତାହାକୁ ସେମାନେ ବାଧ୍ୟ ହୋଇ କଣିପାରନ୍ତି।…
ଭୁବନେଶ୍ବର: ରାଜ୍ୟରେ ଯେପରି ହିଂସା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର ବଦନାମ ହେବାରେ ଲାଗିଛନ୍ତି। କେଉଁଠି ଗଣବଳତ୍କାର, କେଉଁଠି ଆତ୍ମହତ୍ୟା, କେଉଁଠି ହତ୍ୟା ପରି ଘଟଣା ବଢିବାରେ ଲାଗିଛି। ଏହାକୁ ରୋକିବାରେ ପୋଲିସ କାହିଁକି ବିଫଳ ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ବୈଠକ। ଲୋକସେବା ଭବନରେ ଏହି ବୈଠକ ଆଜି ଅପରାହ୍ନରେ ବସିବ ବୋଲି ସ୍ଥିର ହୋଇଛି। ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଗୁଇନ୍ଦା ମୁଖ୍ୟ, କ୍ରାଇମ ବ୍ରାଞ୍ଚ ମୁଖିଆ ପ୍ରମୁଖ ଯୋଗଦେବେ। ସେମାନଙ୍କୁ ଏକ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। କେଉଁଠି କିପରି ଭୁଲ ରହୁଛି ଏବଂ ତାହାର ଭବିଷ୍ୟତ ସମାଧାନ କଣ ହେବ ସେସବୁ ଲେଖି ଆଣିବା ପାଇଁ କୁହାଯାଇଛି। ବିଭିନ୍ନ ଘଟଣାରେ ଗୁଇନ୍ଦା ବିଭାଗ କାହିଁକି ସୂଚନା ଦେବାରେ ବିଫଳ ହୋଇଛି ସେ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।
ରେଙ୍ଗାଲି: ଆଦିତ୍ୟ ଆଲୁମିନିୟମ, ଲପାଙ୍ଗା, ସିଏଚସି ଲଇଡା ଓ ମହିଳା ଓ ଶିଶୁ ବିକାଶ, ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ରେଙ୍ଗାଲି ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ରେ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖ ଠାରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏଥିରେ ସ୍ତନ୍ୟପାନ ର ଗୁରୁତ୍ଵ ଓ ଆବଶ୍ୟକ ଉପରେ ଆଲୋଚନା କରାଯାଇଥିଲା । ଶିଶୁର ଯତ୍ନ ଓ ସ୍ତନ୍ୟପାନ ର ବିଭିନ୍ନ ପ୍ରଣାଳୀ ଉପରେ ଲୋକମାନେ ଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ପାଇଁ କଙ୍ଗାରୁ ଯତ୍ନ ର ଆବଶ୍ୟକ ବିଷୟେରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି କୁ ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସ ଓ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା କାର୍ଯଟିକୁ…
ଭୁବନେଶ୍ବର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର…
ଭୁବନେଶ୍ବର: ଓଡ଼ିଶା ହସ୍ତତନ୍ତର ଅନ୍ଲାଇନ୍ ବ୍ୟବସାୟିକ ପ୍ଲାଟ୍ଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ କରାଯାଇଛି । ଏବର୍ଷ ‘ଆର୍ଟସ ଅଫ୍ ଉଇଭିଂ’ (ଏଓଡବ୍ଲୁ୍ୟ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି । ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲୁ୍ୟ ପକ୍ଷରୁ ଏରି ସିଲ୍କର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରିି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ…
ଭୁବନେଶ୍ୱର: ଆସନ୍ତା ସୋମବାର ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଅନଲାଇନ ସ୍ଲଟ ବୁକିଂ ଆଜି ଶେଷ ହୋଇଛି। ଆସନ୍ତା ସୋମବାର ଜନଶୁଣାଣି ପାଇଁ ଆଜି ନିର୍ଦ୍ଧାରିତ ପୂର୍ବାହ୍ନ ୧୧ ଟା ସମୟରୁ ଜଣାଶୁଣାଣି ପୋର୍ଟାଲ ଖୋଲାଯାଇଥିଲା ଏବଂ ଆଜି ଅପରାହ୍ଣ ସୁଦ୍ଧା ସମସ୍ତ ୧୦୦୦ ଟି ସ୍ଲଟ ବୁକିଂ ହୋଇସାରିଥିବା ଜଣାଯାଇଛି। ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୧ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଅନ୍ ଲାଇନ୍ ପଞ୍ଜୀକରଣ କରିଥିବା ଜନସାଧାରଣ ସେମାନଙ୍କର ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା…
ନୂଆଦିଲ୍ଲୀ: ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ ୭ ଅଗଷ୍ଟରେ ପାଳନ ହୋଇଥାଏ। ଏଥିରେ ହସ୍ତତନ୍ତକୁ ଉତ୍ସାହିତ କରିବା ପାଇଁ ୫ ଜଣଙ୍କୁ ସନ୍ଥ କବୀର ପୁରସ୍କାର ଏବଂ ୧୯ ଜଣ ଜାତୀୟ ପୁରସ୍କାର ସମେତ ମୋଟ ୨୪ ଜଣଙ୍କୁ ପୁରସ୍କୃତ କରାଯାଇଥାଏ। ଏହି ପୁରସ୍କାରଗୁଡ଼ିକ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନଏଚଡିପି) ଅଧୀନରେ ହସ୍ତତନ୍ତ ମାର୍କେଟିଂ ସହାୟତା (ଏଚଏମଏ) ଉପାଦାନର ଏକ ଅଂଶ। ଏହି ପୁରସ୍କାରଗୁଡ଼ିକ ବୁଣାକାର, ଡିଜାଇନର, ମାର୍କେଟର, ଷ୍ଟାର୍ଟ-ଅପ୍ ଏବଂ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର କାର୍ଯ୍ୟକୁ ସ୍ୱୀକୃତି ଦିଏ ଯେଉଁମାନେ ଏହି କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି। ପ୍ରତ୍ୟେକ ସନ୍ଥ କବୀର ପୁରସ୍କାର ପାଇଁ ୩.୫ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଏକ ସ୍ୱର୍ଣ୍ଣ ମୁଦ୍ରା (ଜଡ଼ିତ), ଏକ ତାମ୍ରପତ୍ର, ଏକ ଶାଲ ଏବଂ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ। ପ୍ରତ୍ୟେକ ଜାତୀୟ ହସ୍ତତନ୍ତ ପୁରସ୍କାରରେ ୨ ଲକ୍ଷ ଟଙ୍କା ନଗଦ ପୁରସ୍କାର, ଏକ ତାମ୍ରପତ୍ର, ଏକ…

