Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯଦି ସରକାର ସମସ୍ତଙ୍କୁ ୫୦ ଲକ୍ଷ ଟଙ୍କା ଦେବେ, ତେବେ କଣ ହେବ ପରିସ୍ଥିତି
ଆଜିର ଖବର

ଯଦି ସରକାର ସମସ୍ତଙ୍କୁ ୫୦ ଲକ୍ଷ ଟଙ୍କା ଦେବେ, ତେବେ କଣ ହେବ ପରିସ୍ଥିତି

September 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଯଦି ସରକାର
ଯଦି ସରକାର ସମସ୍ତଙ୍କୁ ୫୦ ଲକ୍ଷ ଟଙ୍କା ଦେବେ, ତେବେ କଣ ହେବ ପରିସ୍ଥିତି

ଭାଇ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି କି ମୋ ମୋବାଇଲରେ ଗୋଟେ SMS ଆସିଛି —
ଯେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ମୋ ବ୍ୟାଙ୍କ ଏକାଉଣ୍ଟରେ ଡିପୋଜିଟ ହୋଇଛି —
ମୁଁ ଖୁବ ଖୁସିରେ ଡେଇଁ ଡେ ଇଁ ବହାରକୁ ଆସିଲି –
ସମସ୍ତଙ୍କୁ କହିଲି —
ଦେଖ ଭାଇ ଦେଖ
ଅଚ୍ଛେ ଦିନ ଆସିଗଲା
ମୋ ଏକାଉଣ୍ଟକୁ ପଚାଶ ଲକ୍ଷ ଆସିଗଲା —
ମୋ ଘରର ଅନ୍ୟମାନେ କହିଲେ
ବେଶି ଡିଆଁ ମାରନା
ଆମ ସମସ୍ତଙ୍କ ଖାତାରେ ବି ୫୦ ଲକ୍ଷ ଆସିଛି —
ମୋ ରାଣ, ଭାରି ଦୁଃଖ ଲାଗିଲା **

ଭାବିଲି ଯାଏଁ ସାଙ୍ଗଙ୍କୁ କହିବି —
ସାଙ୍ଗ କହିଲେ, ସେତିକି ଖୁସି ଥାଉ
ଆମ ଖାତାରେ ମଧ୍ଯ ପଚାଶ ଲକ୍ଷ ଆସିଛି —
ମୋର ସବୁ ଖୁସି ମାଟିରେ ମିଶିଗଲା
ପୁଣି ଭାବିଲି – ଦୋକାନକୁ ଯାଇ କିଛି ଜିନିଷ ନେଇଆସେ —
** ଭାଇ, ଗୋପାଳଭାଇ ଦୋକାନ କାହିଁକି ବନ୍ଦ ଅଛି ?
ଜଣେ କହିଲା – ଗୋପାଳ ଭାଇ ଦୋକାନ ବନ୍ଦ କରିଦେଲେ
ଏବେ ସେ ଦୋକାନ କାହିଁକି କରିବ ?
ତା ଖାତାକୁ ୫୦ ଲକ୍ଷ ଆସିଯାଇଛି *
ପୁଣି ଭାବିଲି, ସପିଙ୍ଗ ମଲକୁ ଯିବା –
ସେଠି ଦେଖିଲି ମଲ ଓ ସବୁ ଦୋକାନ ବନ୍ଦ
ସମସ୍ତଙ୍କୁ ୫୦ ଲକ୍ଷ ମିଳି ଯାଇଛି —-

ଏଥର ଭାବିଲି ହୋଟେଲ ଯାଇ ମନପସନ୍ଦର ପେଟପୁରା ଖାଇବା —
ସେଠି ଦେଖିଲି ହୋଟେଲ ପୁରା ଖାଲି – ସିକୁରୀଟି ଗାର୍ଡ ମଧ୍ୟ ନାହିଁ, ସେ ବି ୫୦ ଲକ୍ଷ ପାଇ ଧନୀ ହୋଇ ଯାଇଛି –
ବଜାର ଗଲି —
ଠେଲାଵାଲା, ଚା ଵାଲା, ଜୁସଵାଲା, ପରିବାବାଲା ସମସ୍ତେ କାମଛାଡ଼ି ବ୍ୟାଙ୍କକୁ ଯାଇଛନ୍ତି ଟଙ୍କା ଉଠାଇବାକୁ–
କାରଣ କାମ କରିବାର ଆଉ ଆବଶ୍ୟକତା ନ ଥିଲା, ସମସ୍ତେ ଧନୀ ହୋଇ ସାରିଥିଲେ —
ସହର ବାହାରକୁ ଗଲି
ସବୁ ଫେକ୍ଟ୍ରି ବନ୍ଦ
ସବୁ କର୍ମଚାରୀଙ୍କୁ ପଚାଶ ଲକ୍ଷ ମିଳିଯାଇଛି – ସମସ୍ତେ ନାଚଗୀତରେ ମସଗୁଲ ଅଛନ୍ତି
ଆଛାଦିନ ଆସିଗଲା
ଅଚ୍ଛାଦିନ ଆସିଗଲା **
ବିଲଆଡେ ଗଲି —
କେହି ବିଲକୁ ଆସିନାହାନ୍ତି
ଗାଈଗୋରୁ ଆରାମରେ ପନିପରିବା ଧାନ ଆଦି ଖାଉଛନ୍ତି
ଜଣେ ଭାଇ ଦେଖାହେଲା , କହିଲା
ଆମକୁ ଆଉ ଖରାବର୍ଷାରେ ଖଟିବାକୁ ପଡିବନି
ଆମେସବୁ ଧନୀ ହୋଇଯାଇଛୁ -/
** ମେଡିକାଲ ଗଲି
ଡାକ୍ତର ସବୁ ତାସ ଖେଳିବାରେ ବ୍ୟସ୍ତ ଥିଲେ
ଆଉ ଆମର ଚିକିତ୍ସା କରିବା ଦରକାର ନାହିଁ —
ପଚାଶ ଲକ୍ଷ ଟଙ୍କା ଢେର ବଞ୍ଚିବା ପାଇଁ **

ପାଞ୍ଚ ଦିନ ପରେ —–
ଖବର ମିଳିଲା ଲୋକେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି
କାରଣ —
ବିଲରୁ ପନିପରିବା ଆସୁନାହିଁ
ରାସନ ଦୋକାନ ବନ୍ଦ
ହୋଟେଲ ଜଳଖିଆ ଦୋକାନ ବନ୍ଦ
ଲୋକେ ଚିକିତ୍ସା ଅଭାବରୁ ସଡୁଛନ୍ତି –
ଡାକ୍ତର ସବୁ ଛୁଟିରେ —-
ପଶୁ ଭୋକରେ ମରୁଛନ୍ତି
ପିଲା ଭୋକରେ କାନ୍ଦୁଛନ୍ତି, ଗାଈ କ୍ଷୀର ଦେଉନାହାନ୍ତି ——
ଲୋକମାନେ ବିଡା ବିଡା ନୋଟ ଧରି ରାସ୍ତାରେ ଧାଁ ଦଉଡ଼ ହେଉଛନ୍ତି — ଭାଇ ଦି ହଜାର ନେ, ମୋତେ ଅଧ ଲିଟର କ୍ଷୀର ଦେ – ଦି ଦିନ ହେଲା ପିଲାଟା କିଛି ଖାଇନାହିଁ —

ଦଶ ଦିନ ପରେ ଲୋକମାନେ ମରିବାକୁ ଲାଗିଲେ —
କିଛିଲୋକ ଟଙ୍କା ବ୍ୟାଗ ଧରି ବଜାରରେ ବୁଲୁଛନ୍ତି, ଲକ୍ଷେ ନେ ୫ କିଲୋ ଚାଉଳ ଦେ – ଚାରିଦିନ ହେଲା କିଛି ଖାଇନାହୁଁ, ଘରେ ଯାହା ଥିଲା ସବୁ ଶେଷ –/
ସବୁ ବଜାର ବନ୍ଦ ହୋଇ ସାରିଛି
ବଜାର, ଗୋଦାମରେ କାହା ଷ୍ଟକ ଥିଲା ଶେଷ-
ସବୁଆଡେ ମୃତ୍ୟୁକୁ ଅପେକ୍ଷା କରିଥିବା ମଣିଷ ଦେଖାଯାଉଥାନ୍ତି
ଆଉ ମୁଁ ମୋର ୫୦ ଲକ୍ଷ ଧରି ଘୁଷୁରୀ ଘୁଷୁରି ବୁଲୁଛି —
ଭାଇ ଏଇ ନିଅ ପଚାଶ ଲକ୍ଷ
ଦି ପଟ ରୁଟି ଦିଅ ***

ଏହି ସମୟରେ ମାଆ ପାଟି ଶୁଭିଲା —
ଉଠ ବେ ଭେଗା, ରାତିସାରା ମୋବାଇଲ ଚଳେଇବୁ, ସକାଳ ନଅଟା ବାଜିଲାଣି – ଡାକି ଡାକି ମୋ ତଂଟି ଫାଟିଗଲାଣି —
” ମରିଗଲି ମରିଗଲି ” ବୋଲି ବିଳିବିଳେଇ ହେଉଛୁ , କିଛି ଖରାପ ସପନ ଦେଖୁଲୁକି ?
ମୁଁ କହିଲି ନା ମାଆ, ସ୍ୱପ୍ନ ଦେଖିଲି –
ତା ପରେ ଭାବିଲି ଏ ‘ଖରାପ ଦିନ’ ଭଲ *
ଗରିବୀ ଅଛି
ଖାଇବାକୁ ତ ମିଳୁଛି
ପାଣି ତ ମିଳୁଛି
ପଶୁ ପଡ଼ିଆରେ ତ ଚରୁଛନ୍ତି
ଲୋକେ ଯିବା ଆସିବା ତ କରୁଛନ୍ତି **#**
ମାଆ ହାତରୁ ଖାଇ ମୁଁ କାମକୁ ଚାଲିଲି —
ଭଗବାନ ଏ ପଚାଶ ଲକ୍ଷ ଟଙ୍କା କାହାରି ଖାତାକୁ ନ ଆସୁ —
ନହେଲେ ଆଉ କାମ କିଏ କରିବ — ସମସ୍ତେ ତ ଅଧା କୋଟିପତି !!!!! ( ସୌଜନ୍ୟ ସାମାଜିକ ଗଣ ମାଧ୍ୟମ)

ସରକାରଙ୍କ ମାଗଣା ଯୋଜନା ସ୍ବପ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.