ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସୁଶ୍ରୀ ସୁଶିଳା ତିରିଆ ଅଧ୍ୟକ୍ଷ ରହିଥିବା ବେଳେ ସୁସ୍ମିତା ଘୋଷାଲ, ସୁନିତା ନାୟକ, ବୃନ୍ଦାବତୀ ମହାପାତ୍ର ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ତିଆନଜିନରେ 7 ବର୍ଷ ପରେ ଏକ ମଞ୍ଚରେ ସାକ୍ଷାତ କରିଛନ୍ତି। ଦୁଇ ନେତା ପ୍ରାୟ 50 ମିନିଟ୍ ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆଲୋଚନାରେ କୈଳାସ ମାନସରୋବର ଯାତ୍ରା, ସୀମା ଚୁକ୍ତି, ବାଣିଜ୍ୟ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଖୁସି। ସେ ଆହୁରି କହିଛନ୍ତି ଯେ, ଡ୍ରାଗନ୍ ଏବଂ ହାତୀ ଏକାଠି ହୋଇଛନ୍ତି। ସେ ଚୀନକୁ ଡ୍ରାଗନ କହୁଥିବା ବେଳ ଭାରତକୁ ହାତୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ ଚୀନ୍ ବିଶ୍ୱର ଦୁଇଟି ସର୍ବପୁରାତନ ସଭ୍ୟତା ଏବଂ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଉଭୟ ଦେଶ ଦକ୍ଷିଣ ବିଶ୍ବର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସେମାନଙ୍କ ଲୋକଙ୍କ କଲ୍ୟାଣ ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତିଆନଜିନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ସମୟରେ ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ବର୍ଷ କାଜାନରେ ହୋଇଥିବା ସଫଳ ଆଲୋଚନା ଭାରତ-ଚୀନ୍ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଛି। ସେ କହିଛନ୍ତି ଯେ ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଏବଂ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି। ଭାରତ ଏବଂ ଚୀନର ସ୍ୱତନ୍ତ୍ର ପ୍ରତିନିଧି ସୀମା ପରିଚାଳନା ଉପରେ ଏକ ଚୁକ୍ତିନାମାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଛନ୍ତି ଯେ ଭାରତ ଏବଂ ଚୀନ ମଧ୍ୟରେ ସହଯୋଗ 2.8 ବିଲିୟନ…
ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ୧୬ଟି ଏନଏସି ଏବଂ ୭ଟି ନୂଆ ମୁନିସିପାଲିଟି ନାମ ଘୋଷଣା କରିଛନ୍ତି। ତେବେ ନୂଆ ଏନଏସି ଘୋଷଣାରେ ରହିଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗି ସହର। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଏନଏସି ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ଧନ୍ୟବାଦ ଦେଇଛନ୍ତି ସାଂସଦ ଓ ଖୋର୍ଦ୍ଧା ବିଧାୟକ। ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀର ବିଶ୍ବରଂଜନ ବଡଜେନା।
ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ- ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ- ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ- ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ- ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…
ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ‘ନେସ୍ନାଲ କମନ୍ ମୋବିଲିଟି କାର୍ଡ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ଜନସାଧାରଣଙ୍କ ପାଇଁ ୱାନ ନେସନ ୱାନ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ଦେଶର ଜନସାଧାରଣ ଯେକୌଣସି ସହରରେ ବିଭିନ୍ନ ଟ୍ରାନସ୍ପୋର୍ଟ ସେବା ସୁବିଧାରେ ପାଇପାରିବେ। ସେ କହିଥିଲେ ଯେ, ଆଜି ଓଡିଶା ମଧ୍ୟ ଏଥିରେ ସାମିଲ ହୋଇଛି ଏବଂ ନେସ୍ନାଲ କମନ୍ ମୋବିଲିଟି କାର୍ଡ ର ସୁବିଧା ଆଗାମୀ ଦିନରେ OSRTC ବସ୍ ମାନଙ୍କରେ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ‘ଆମ ବସ୍’ ବୁକିଂ କରିବା ପାଇଁ ଏକ ହ୍ବାଟ୍ସ ଆପ୍ ଟିକେଟିଂ ସେବା ମଧ୍ୟ ଆରମ୍ଭ କରିଥିଲେ । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।…
ଭୁବନେଶ୍ବର: ଆଜିଠାରୁ ସହରାଞ୍ଚଳରେ ଲାଗୁ ହେଲା ସହର ସାଥୀ। ଟୋଲ-ଫ୍ରି କଲ କଲେ ମିଳିବ ସହରାଞ୍ଚଳ ଲୋକଙ୍କୁ ବିଭିନ୍ନ ସେବା । ଆଜି ସ୍ବାୟତ୍ତ ଶାସନ ଦିବସରେ ଏହି ସେବାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆଜି ଆମେ ଏକ ନୂଆ ପଦକ୍ଷେପ ନେଉଛୁ,୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ । ଆଜିଠାରୁ ଆପଣମାନଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କେବଳ ଏକ ଫୋନ୍ କଲେ, ଆପଣଙ୍କର ଅଭିଯୋଗ, ପ୍ରଶ୍ନ, କିମ୍ବା ପ୍ରସ୍ତାବ ସିଧାସଳଖ ସହର ସାଥୀ ପାଖରେ ପହଞ୍ଚିବ। ସହର ସାଥୀ ୨୪ ଘଣ୍ଟା ଆପଣଙ୍କ ପାଇଁ ସେବାରେ ରହିବେ। ଆମର କେବଳ ଗୋଟିଏ ଲକ୍ଷ୍ୟ ହେବା ଉଚିତ, ‘ଲୋକଙ୍କୁ ସେମାନଙ୍କ ଆକାଂକ୍ଷିତ ମୌଳିକ ସୁବିଧା ପ୍ରଦାନ କରାଇ ସେମାନଙ୍କ ଦୈନନ୍ଦିନ ଜୀବନକୁ ସ୍ବଚ୍ଛନ୍ଦ, ସାବଲିଳ ଏବଂ ସହଜ କରିବା’।
ଭୁବନେଶ୍ୱର: ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ (Pothole-free) ଏବଂ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ରେଲ୍ ଅଡିଟୋରିଅମ ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଆମେ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖୁଛୁ। ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ବିକାଶର ପ୍ରତିଛବି। ତେଣୁ, ଯଦି ସହରାଞ୍ଚଳ ଗୁଡିକର ରାସ୍ତା, ଘାଟ ପରିସ୍କାର ପରିଚ୍ଛନ୍ନ ନରୁହେ, ଗର୍ତ୍ତମୁକ୍ତ ନରହେ ତେବେ ଆମର ଲକ୍ଷ୍ୟ ଅପୂରଣୀୟ ରହିବ। ତେଣୁ, ଆସନ୍ତା ଏପ୍ରିଲ ମାସ ମଧ୍ୟରେ ରାଜ୍ୟର ସମସ୍ତ ପୌରାଞ୍ଚଳର ରାସ୍ତାଘାଟ ଗୁଡିକ ଯେପରି ଗର୍ତ୍ତମୁକ୍ତ ହେବ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ ଦୀର୍ଘ ଆଠ ବର୍ଷ ଧରି ରହିଥିଲେ। ସ୍ଥାନୀୟ ଲୋକ ଓ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ପାଇ ଖୁବ୍ ଖୁସି ଓ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ‘ମନ୍ କି ବାତ୍’ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ। ଆଜି ପ୍ରଧାନମନ୍ତ୍ରୀ ଓଡିଆ ଝିଅ ରଶ୍ମିତା ସାହୁଙ୍କ ସହିତ କଥା ହୋଇ ତାଙ୍କର ଉଚ୍ଚ ପ୍ରଶଂସା…
ଭୁବନେଶ୍ବର: ଆଜି ମୟୁରଭଂଜ ଜିଲ୍ଲା ଜାମଦା ର ତହସିଲଦାର ମଧୁସ୍ମିତା ସିଂଙ୍କୁ ତାଙ୍କ ଚାକିରୀରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାର ଆଜି ଏହି ବଡ ନିଷ୍ପତି ଗ୍ରହଣ କରିଛନ୍ତି। ମଧୁସ୍ମିତା ବେଲପାହଡ ମ୍ୟୁନିସପାଲଟିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଦୁର୍ନିତି ଅଭିଯୋଗ କରାଯାଇଥିଲା। ସେତେବେଳେ ସେ ଚାରି କୋଟି ଟଙ୍କା ହେରଫେର କରିଥିବାର ଅଭିଯୋଗ ହୋଇଥିଲା। ଏନଏସିର ବିଭିନ୍ନ ଖର୍ଚ୍ଚ ଉପରେ ସ୍ବତନ୍ତ୍ର ଅଡିଟ ରିପୋର୍ଟ କରାଯାଉଥିବା ବେଳେ ତାହା ଧରାପଡିଥିଲା। ଫଳରେ ରାଜସ୍ବ ବିଭାଗ ଏହାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ଦେଇଥିଲା। କ୍ରାଇବବ୍ରାଞ୍ଚ ତଦନ୍ତ କରିବା ପରେ ସତ୍ୟତା ଜଣାପଡିବାରୁ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ପୂର୍ବରୁ ବେଲପାହଡ ମ୍ୟୁନିସପାଲଟିର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶକୁ ଲୋକାଲ୍ ଫର ଭୋକାଲ୍, ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡିବ। ଆଜି ଆକାଶବାଣୀରେ ମନ କି ବାତ୍ କାର୍ଯ୍ୟକ୍ରମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରି ଶ୍ରୀ ମୋଦୀ କହିଛନ୍ତି, ପର୍ବପର୍ବାଣୀରେ ଦେଶବାସୀ କେବେବି ସ୍ୱଦେଶୀକୁ ଭୁଲିବା ଉଚିତ୍ ନୁହେଁ। ସେ କହିଛନ୍ତି, ଉପହାର ଭାରତରେ ତିଆରି ହେବା ଉଚିତ, ପୋଷାକ ଭାରତରେ ବୁଣା ହୋଇଥିବା ଉଚିତ, ସାଜସଜ୍ଜା ଭାରତରେ ତିଆରି ସାମଗ୍ରୀରୁ ତିଆରି ହେବା ଉଚିତ, ଜୀବନର ପ୍ରତ୍ୟେକ ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେବା ଉଚିତ। ସେ କହିଛନ୍ତି, ଏହି ସମସ୍ତ ଆନନ୍ଦ ମଧ୍ୟରେ, ଲୋକମାନେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଉଚିତ, କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ, ପର୍ବପର୍ବାଣୀର ଆନନ୍ଦ ଆହୁରି ବୃଦ୍ଧି ପାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା, ଦେଶର ଏକତା ରାଷ୍ଟ୍ରର ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ…
The Samikhsya Desk: ରାଜ୍ୟରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି। ତାହା ହେଲା ଏକ ଗାଡି ଭିତରେ ଜଣେ ଯୁବତୀଙ୍କୁ ପାଞ୍ଚଜଣ ଗଣ ଦୁଷ୍କର୍ମ କରିଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଘରୁ ଗାଡିରେ ଆଣି ରାସ୍ତାକଡରେ ଏହି ଗଣ ଦୁଷ୍କର୍ମ କରି ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରୁ ଜଣାପଡିଛି ଯେ, ଉଦଳା ଅଞ୍ଚଳର ଜଣେ ଯୁବତୀଙ୍କର ଜଣେ ଯୁବକଙ୍କର ପରିଚୟ ଥିଲା। ଯୁବତୀଙ୍କୁ ଉଚ୍ଚ ଦରମାରେ ଚାକିରୀ କରାଇଦେବାର ପ୍ରତିଶୃତି ଦେଇ ତାଙ୍କୁ ବାଙ୍ଗିରିପୋଷିରୁ ଏକ କାରରେ ଆଣିଥିଲା। ତାଙ୍କ ସହିତ ଆଉ ଜଣେ ଯୁବକ ଥିବା ବେଳେ ରାସ୍ତାରେ ଆଉ ତିନି ଜଣ ବସିଥିଲେ। ଗାଡି ଚଲାଉଥିବା ଡ୍ରାଇଭର ଜଣେ ନାବାଳକ ଥିଲା।…
ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଏହି ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଇଲିଆନା ସିତାରିଷ୍ଟ, ଗୁରୁ ରାମହରି ଦାସ, ଡ଼. ଚିତ୍ତରଞ୍ଜନ ମଲିଆ, ଗୁରୁ ଗୋବିନ୍ଦ ଗୋପାଳ, ସଙ୍ଗୀତଜ୍ଞ ଡ଼. ସଂଗୀତା ଗୋସାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। “ଗୋଟିପୁଅ ଆମ ଓଡ଼ିଆ ସଂସ୍କୃତିର…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟର ୪ର୍ଥ ବର୍ଷ ଛାତ୍ରୀମାନେ ଚାଷୀମାନଙ୍କୁ ଜୈବିକ ପ୍ରଣାଳୀରେ ଚାଷ ପଦ୍ଧତି ପ୍ରଶିକ୍ଷଣ ଦେଇଛନ୍ତି । ଆଜି ବାଲିଅନ୍ତା ବ୍ଲକ ଶିଙ୍ଗିରିଶାସନ ଗ୍ରାମଠାରେ ଧାନଚାଷ ସମେତ ଅନ୍ୟାନ୍ୟ ଫସଲ ଚାଷରେ ପୋକ, କୀଟ-ପତଙ୍ଗ ଲାଗିଲେ ଜୈବିକ ପଦ୍ଧତିରେ ଫସଲ ସୁରକ୍ଷିତ ରଖିବା କୌଶଳ ନେଇ ଚାଷୀମାନଙ୍କ ସହ ଆଲୋଚନା ହୋଇଥିଲା । ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଭାବ ବିନିମୟ କାର୍ଯ୍ୟକ୍ରମ କୃଷିବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶ୍ରୀକୁମାର ସମ୍ଭବ ଓ ଡଃ ଶୁଭଶ୍ରୀ ସରକାରଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ପୋକ ତଥା କୀଟପତଙ୍ଗ ଦାଉରୁ ଫସଲକୁ ଟ୍ରାଇକୋ କାର୍ଡ଼ ଓ ଚିତ୍ରମିରି ପୋକ ମାଧ୍ୟମରେ ରକ୍ଷା କରାଯାଇ ପାରିବାର ବୈଷୟିକ କୌଶଳ ପ୍ରଦର୍ଶନ ସହିତ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଛାତ୍ରୀମାନେ ଦେଇଥିଲେ । କ୍ଷେତ୍ର ପ୍ରଦର୍ଶନ ସହିତ ଚାଷୀମାନଙ୍କୁ ବିଭିନ୍ନ କୌଶଳ ଶିଖାଇବା ସହ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରୀ କୁମାରୀ ସିମରନ…
ଭୁବନେଶ୍ବର: ପୁରୀ ରଥାଯାତ୍ରାରେ ବ୍ୟବହୃତ ରଥର ତିନୋଟି ଚକା ବର୍ତ୍ତମାନ ଭାରତର ସଂସଦରେ ସ୍ଥାନିତ ହେବ। ଏ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ଏହା ଏକ ବଡ ଐତିହାସିକ ଘଟଣା ହେବ ବୋଲି କୁହାଯାଉଛି। ଓମ ବିର୍ଲା ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେ ଏହି ଗସ୍ତ ସମୟରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସ୍ବାଗତ କରାଯିବା ସହିତ ରଥଯାତ୍ରାରେ ବ୍ୟବହୃତ ରଥ ଚକା ସଂସଦରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ସେ ରାଜି ହୋଇଛନ୍ତି। ଖୁବ ଶିଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ପୁରୀରେ ତିନି ରଥର ଭଙ୍ଗା କାର୍ଯ୍ୟ ଚାଲିଛି। ଏହାର ବିଭିନ୍ନ ଅଂଶକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଲାମ କରାଯାଉଛି। ଯେଉଁମାନେ ଏହାକୁ ଭକ୍ତିମାର୍ଗରେ ବ୍ୟବହାର କରିବେ ତାଙ୍କୁ ଦିଆଯିବ ବୋଲି ନିୟମ ରହିଛି।…
ଭୁବନେଶ୍ବର: ଆଜି ରାଜ୍ୟ ରାଜନୀତିରେ ଏକ ଭିନ୍ନ ପ୍ରକାରର ପରିବେଶ ଦେଖିବାକୁ ମିଳିଛି। ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହଠାତ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ଏବଂ ତାଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଉଭୟ ବିପରିତ ଦିଗରେ ଗତି କରୁଥିବା ବେଳେ ହଠାତ ଏକାଠି ହେବା ନିଶ୍ଚିତ ଭାବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ବୈଠକକୁ ଆହୁରି ରୋଚକ କରିଛି ତାଙ୍କ ସହିତ ଆଉ ତିନି ତାଙ୍କ ଖାସ ତିନି ମନ୍ତ୍ରୀ ଏଥିରେ ସାମିଲ ଥିଲେ। ସେମାନେ ହେଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥିସହିତ କିଛି ସରକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଟିମ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ।…
ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ସମୟ ବୃଦ୍ଧି କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଙ୍କେତ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚାଷୀ ଯେପରି ତାହାର ଅଧିକାରରୁ ବଞ୍ଚିତ ନ ହୁଏ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ପଂଜିକରଣ ଶେଷ ହେବା ପରେ ମଧ୍ୟ ଅନେକ ଚାଷୀ ସେଥିରେ ସାମିଲ ହୋଇପାରି ନାହାଁନ୍ତି। ସେଥିପାଇଁ ଏହି ସମୟ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୯ ଲକ୍ଷ୍ୟ ୬୬ ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ତେବେ ଯେଉଁମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ। ଫଳରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇପାରେ।
ଭୁବନେଶ୍ବର: ଏଥର ସେପ୍ଟେମ୍ବର ମାସଟି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ଏହି ମାସରେ ବହୁ ବଡ ପର୍ବପର୍ବାଣୀ ପଡୁଛି। ମୁଖ୍ୟତଃ ଦୁର୍ଗାପୂଜା ମାହୋଲ ଏହି ମାସରେ ଆରମ୍ଭ ହୋଇଯାଉଛି। ଏଥିସହିତ ପିତୃପୁରୁଷଙ୍କ ପକ୍ଷ ଏହି ମାସରେ ଆରମ୍ଭ ହୋଇଯାଉଛି। ତେବେ ଯେଉଁ ସବୁ ବଡବଡ ପର୍ବପର୍ବାଣି ରହିଛି ତାହା ହେଲା.. ସେପ୍ଟେମ୍ବର ୧ ତାରିଖ- ତାଳ ନବମୀ, ଠାକୁର ଅନୁକୂଳଚନ୍ଦ୍ର ଜୟନ୍ତି ସେପ୍ଟେମ୍ବର ୩ ତାରିଖ- ପାର୍ଶପରିବର୍ତ୍ତନ ବଡ ଏକାଦଶୀ ସେପ୍ଟେମ୍ବର ୪ ତାରିଖ- ସୁନିଆଁ ସେପ୍ଟେମ୍ବର ୫ ତାରିଖ- ଗୁରୁଦିବସ ସେପ୍ଟେମ୍ବର ୬ ତାରିଖ- ଅନନ୍ତ ବ୍ରତ ସେପ୍ଟମ୍ବର ୭ ତାରିଖ- ଭାଦ୍ରବ ପୂର୍ଣ୍ଣିମା, ଭାଗବତ ଜନ୍ମ ସେପ୍ଟେମ୍ବର ୧୪ ତାରିଖ- ମୂଳାଷ୍ଠମୀ ସେପ୍ଟମ୍ବର ୧୭ ତାରିଖ- ସଂକ୍ରାନ୍ତି, ବିଶ୍ବକର୍ମା ପୂଜା ସେପ୍ଟେମ୍ବର ୨୧ ତାରିଖ- ମହାଳୟା ସେପ୍ଟେମ୍ବର ୨୨ ତାରିଖ- ନବଦିନାତ୍ମକ ପୂଜା ଆରମ୍ଭ ସେପ୍ଟେମ୍ବର ୨୮ ତାରିଖ- ପୀଠେ ସପ୍ତମୀ ପୂଜା ସେପ୍ଟେମ୍ବର…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଆଜି କର୍ଣ୍ଣାଟକ ମୈସୁରୁସ୍ଥିତ ଶ୍ରୀ ସୁତ୍ତୁର ମଠରେ ଯୋଗ ଦେଇ ଜଗଦଗୁରୁ ଡ. ଶ୍ରୀ ଶିବରାତ୍ରୀ ରାଜେନ୍ଦ୍ର ମହାସ୍ୱାମୀଜୀଙ୍କ ୧୧୦ତମ ଜନ୍ମବାର୍ଷିକୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସନ୍ଥ ଏବଂ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା। “ରାଜନୀତି ବିଭାଜନ କରେ, କିନ୍ତୁ ଧର୍ମ ଏକତ୍ର କରେ, ଏବଂ ଆଜି ଧର୍ମ ଆମ ସମସ୍ତଙ୍କୁ ମାନବତାର ସେବା ପାଇଁ ଏକତ୍ର କରିଛି”, ବୋଲି ସେ କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମଠ ବହୁ ବର୍ଷ ଧରି ସମାଜ କଲ୍ୟାଣ ଏବଂ ମାନବତାର ସେବାରେ ଏକ ଅତୁଳନୀୟ ଭୂମିକା ଗ୍ରହଣ କରିଆସୁଛି। ଶିକ୍ଷା ଠାରୁ ସ୍ୱାସ୍ଥ୍ୟସେବା…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍, ସ୍ତମ୍ଭକାର ତଥା ନୂଆ ଦିଲ୍ଲିସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ୍’ ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ରନ ନାଥ ରାଉତ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ଅଭିଲେଖାଗାରର ବୈଷୟିକ ସହାୟକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା । ସମ୍ପାନର ମୁଖ୍ୟ ବକ୍ତା ପ୍ରଫେସର ଦେବେନ୍ଦ୍ର ନାଥ ରାଉତ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର’ ଶୀର୍ଷକରେ କହିଥିଲେ ଯେ ବିଶ୍ୱର ପ୍ରତ୍ୟେକ କୋଣରେ ରହୁଥିବା ଓଡ଼ିଆ ଯୁବ ଧ୍ୱଜା ଧାରକ ଓଡ଼ିଆ ଅସ୍ମିତା କଣ ବୁଝିବାକୁ ହେବ! ଓଡ଼ିଶୀ, ସମ୍ବଲପୁରୀ, ଛଉ ବା ଅନ୍ୟ ମନବିମୋହିତ କରିବାର କଳା ଓ…
ମେଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ବୃଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ମିଥୁନ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ ଆପଣଙ୍କୁ ଭଲ ଫଳାଫଳ ଦେବ। ଦିନଟି ଭଲ ହେବ। ଆଜି, ସୃଜନଶୀଳ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ଆପଣ ମଧ୍ୟ କଠିନ ପରିଶ୍ରମ କରିବେ। ବ୍ୟବସାୟ ବିସ୍ତାର ହେବ କିନ୍ତୁ ଅସୁବିଧାର ସମ୍ମୁଖୀନ…

