Author: Samikhsya Bureau

Ahmedabad Plane Crash: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୮୦ ଜଣଙ୍କର ଡିଏନଏ ମେଳ ହୋଇଥିବା ନିଶ୍ଚିତ ହୋଇଛି। ଏଥିମଧ୍ୟରୁ ୩୩ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡାକ୍ତର ରଜନୀଶ ପଟେଲ ରବିବାର କହିଛନ୍ତି। ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏକ ହଷ୍ଟେଲ ଛାତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ, ଯିଏ ୨୦୧୬ ରୁ ୨୦୨୧ ମଧ୍ୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାଯ୍ୟ କରିଥିଲେ। ଡକ୍ଟର ପଟେଲ କହିଛନ୍ତି ଯେ ସୋମବାର ରାତି ସୁଦ୍ଧା ଆଉ…

Read More

ଭୁବନେଶ୍ବର: ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ତିନୋଟି ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଦାନ କରିଛନ୍ତି ଆଇନ,ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ତେବେ ଏହି ତିନି ବିଭାଗର ସଫଳତା ଉପରେ କଣ ଲେଖିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆସନ୍ତୁ ଜାଣିବା। ଆଇନ ବିଭାଗ- ଆଇନ୍ ବିଭାଗ ପକ୍ଷରୁ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନକୁ ଗୁରୁତ୍ୱ ଦେଇ ତଥା ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ୬୮ଟି ନୂଆ କୋର୍ଟ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତତ୍ ସହିତ ରାଜ୍ୟର ଆଉ ୫୫ ଟି ନୂତନ କୋର୍ଟ ଖୋଲାଯିବା ନେଇ ନୀତିଗତ ନିଷ୍ପତି ନିଆଯାଇଛି। ଶ୍ରୀ ମନ୍ଦିରର ଚ଼ାରିଦ୍ବାର ଖୋଲିବା ଏବଂ ପ୍ରଥମ କ୍ୟାବିନେଟରେ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ପାଇଁ ନିଷ୍ପତ୍ତି ଗ୍ରହଣ,ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସମଗ୍ର ଓଡ଼ିଶା ବାସୀଙ୍କ…

Read More

The Samikhsya Desk: ଯଦି କିଏ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରେ, ତେବେ ଆମେ ତାକୁ ବାହାବା କରୁ। ହେଲେ ସେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଦିନକୁ ରୋଜଗାର କରୁଥିଲେ ୩୦ କୋଟି ଟଙ୍କା। ହେଲେ ଭାଗ୍ୟ ଏପରି କଲା ଯେ, ସେ ବର୍ତ୍ତମାନ ପୁରା ଦେବାଳିଆ। ସେ ହେଉଛନ୍ତି ବିଗ ବଜାର ଓ ପାଣ୍ଟାଲୁନସ ପରି ଖୁଚୁରା ବ୍ୟବସାୟର ପ୍ରତିଷ୍ଠାତା କିଶୋର ବିୟାନୀ। ଭାରତର ପ୍ରଥମ ଖୁଚୁରା ଦୋକାନ ଏବଂ ପାଣ୍ଟାଲୁନ୍ସ ପୋଷାକ ବ୍ରାଣ୍ଡ – ବିଗ୍ ବଜାରର ପ୍ରତିଷ୍ଠାତା କିଶୋର ବିୟାନିଙ୍କୁ ଏକଦା ଭାରତର ‘ଖୁଚୁରା ରାଜା’ ବୋଲି କୁହାଯାଉଥିଲା।କାରଣ ତାଙ୍କର ଖୁଚୁରା ଦୋକାନ ଚେନ୍ ପ୍ରଚୁର ଲାଭ ଅର୍ଜନ କରିଥିଲା। ପ୍ରାୟତଃ ଦୈନିକ ରୋଜଗାର ୩୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବୋଲି ଜଣାପଡିଥିଲା। ତଥାପି, ଗୋଟିଏ ଭୁଲ କିଶୋର ବିୟାନିଙ୍କ ଦ୍ୱାରା ନିର୍ମିତ ଖୁଚୁରା ସାମ୍ରାଜ୍ୟକୁ ଭାଙ୍ଗି ଗଲା। ପ୍ରଥମେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ତିନି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସରେ ପହଞ୍ଚିଛନ୍ତି। ତାଙ୍କୁ ଲାର୍ନାକା ଅନ୍ତର୍ଜାତୀୟ ବିମାନବନ୍ଦରରେ ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ସ୍ୱାଗତ କରିଥିଲେ। ଦୁଇ ନେତା ଲେମେସୋସରେ ଭାରତୀୟ ଏବଂ ସାଇପ୍ରସ୍ ଉଦ୍ୟୋଗୀଙ୍କ ସହିତ ଏକ ବ୍ୟବସାୟିକ ଗୋଲଟେବୁଲ ଆଲୋଚନା କରିବେ। ଲେମେସୋସରେ, ଭାରତୀୟ ସମ୍ପ୍ରଦାୟ ଏବଂ ସାଇପ୍ରସ୍ ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଛାତ୍ର, ବୃତ୍ତିଗତ ଏବଂ ଭାରତୀୟ ପ୍ରବାସୀ ସଦସ୍ୟମାନେ ଏହି ଗସ୍ତକୁ ଦୁଇ ରାଷ୍ଟ୍ର ମଧ୍ୟରେ ବଢ଼ୁଥିବା ବନ୍ଧୁତାରେ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ଦେଖନ୍ତି। ଆସନ୍ତାକାଲି, ପ୍ରଧାନମନ୍ତ୍ରୀ ମୋଦି ନିକୋସିଆରେ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡ୍ସଙ୍କ ସହ ଆନୁଷ୍ଠାନିକ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, ନିବେଶ, ଶିକ୍ଷା, ଡିଜିଟାଲ୍ ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଆଲୋଚନା କରାଯିବାର ଆଶା କରାଯାଉଛି। ନେତାମାନେ ଭାରତ-ୟୁରୋପୀୟ ସଂଘ ସହଭାଗୀତା, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର…

Read More

ଭୁବନେଶ୍ବର: ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି)ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ର ବ୍ୟବହାର କରି ଜଳ ସମ୍ପଦର  ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଆଜି ଅନୁଷ୍ଠିତ  ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ  ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ  ବୈଷୟିକ ଜ୍ଞାନକୌଶଳକୁ  ସମନ୍ୱିତ କରିବା ଏବଂ  ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ,  “ଆମେ “ବିକଶିତ ଓଡିଶା @୨୦୩୬” ଏବଂ “ବିକଶିତ ଭାରତ @୨୦୪୭” ପାଇଁ “ଭିଜନ ଡକ୍ୟୁମେଣ୍ଟ” ପ୍ରସ୍ତୁତ କରୁଛୁ, ଏବଂ ସେଥିରେ  ଆମେ ବିଭିନ୍ନ ଅଧ୍ୟାୟକୁ…

Read More

ଭୁବନେଶ୍ବର: ରଜ ପାଇଁ ନନ୍ଦନକାନନ ଚିଡିଆଖାନାର ଛୁଟି ତାଲିକା ବଦଳିଯାଇଛି। ଓଡିଶାର ଗଣପର୍ବ ରଜ ହୋଇଥିବାରୁ ନନ୍ଦନକାନନ କର୍ତ୍ତୁପକ୍ଷ ଏହାର ଛୁଟିକୁ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଏଥର ନନ୍ଦନକାନନ ସୋମବାର ଦିନ ବନ୍ଦ ନ ରହି ମଙ୍ଗଳବାରରେ ବନ୍ଦ ରହିବ। ଏ ନେଇ ନନ୍ଦନକାନନ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ସାଧାରଣତଃ ନନ୍ଦନକାନନ ସୋମବାର ଦିନ ବନ୍ଦ ରହେ। ହେଲେ ଏଥର ଶେଷ ରଜ ସୋମବାରରେ ପଡୁଥିବାରୁ କର୍ତ୍ତୁପକ୍ଷ ସେହିଦିନ ଏହାକୁ ବନ୍ଦରଖିବା ପାଇଁ ଚାହିଁଲେ ନାହିଁ। ଲୋକମାନଙ୍କ ବା ପର୍ଯ୍ୟଟକଙ୍କ ଉତ୍ସବ ପାଳନକୁ ସମ୍ମାନ ଦେଇ ସୋମବାର ଛୁଟିକୁ ବାତିଲ କରି ମଙ୍ଗଳବାରକୁ ରଖିଛନ୍ତି। ଫଳରେ ନନ୍ଦନକାନନ ଦର୍ଶକମାନେ ମଙ୍ଗଳବାର ଦିନ ନ ଯିବାକୁ କୁହାଯାଇଛି।

Read More

ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର‌୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ…

Read More

Air India Plane Crash: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି। ସେ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦ ଯିବାକୁ କହିଥିଲେ। ବିମାନ ଦୁର୍ଘଟଣା ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ନିଶ୍ଚିତ କରିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ସେ ସ୍ଥଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଅହମ୍ମଦାବାଦ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସମ୍ପୃକ୍ତ ସଂସ୍ଥା ହାଇ ଆଲର୍ଟ ଅଛନ୍ତି ଏବଂ ସମନ୍ୱିତ ପ୍ରୟାସ ଚାଲିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ…

Read More

Air India Plane Crash: ଅହମଦବାଦରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ନୂଆନୂଆ ଖବର ଆଗକୁ ଆସିବାରେ ଲାଗିଛି। ବର୍ତ୍ତମାନର ସୂଚନା ଅନୁସାରେ ବିମାନଟି ନିକଟରେ ଥିବା ଏକ ମେଡିକାଲ ହସପିଟାଲ ମେସ ଉପରେ ପଡିଯାଇ ବିସ୍ପୋରଣ ହୋଇଥିଲା। ଯାହାର ଭିଡିଓ ମଧ୍ୟ ପଦାକୁ ଆସିଛି। ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣା ଦିନ 1. 40 ମିନିଟରେ ଘଟିଥିଲା। ବିମାନଟି ବିମାନ ବନ୍ଦରରୁ ଉପରକୁ ଉଠିବା ପରେ ହଠାତ ତଳକୁ ଖସିଥିଲା। ଏ ନେଇ ପାଇଲଟ ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ତେବେ ବିମାନଟି ଯେଉଁ କୋଠା ଉପରେ ପଡିଥିଲା ତାହା ହେଉଛି ବିଜେ ମେଡିକାଲ କଲେଜ ହଷ୍ଟେଲ ମେସ। ତେବେ ବିମାନଟି ଏହାର ଛାତ ଉପରେ ବିସ୍ପୋରଣ ହେଲା ବେଳକୁ ଛାତ୍ରମାନେ ସେତେବେଳେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହାର ଚିତ୍ର ବର୍ତ୍ତମାନ ବାହାରକୁ ଆସିଛି। ଟେବୁଲ ଉପରେ ଛାତ୍ରମାନଙ୍କର ଖାଇବା ପ୍ଲେଟ ଏ ପର୍ଯ୍ୟନ୍ତ ପଡିରହିଛି।ଏହାଦ୍ବାରା 20 ଜଣ ଛାତ୍ର…

Read More

Plane Crash Video: ଅହମଦାବାଦରେ ଘଟିଯାଇଥିବା ଭୟଙ୍କର ଦୁର୍ଘଟଣାର ଭିଡିଓ ଆସିଛି। ଏଥିରେ ବିମାନଟି କିପରି ଦୁର୍ଘଟଣା ଗସ୍ତ ହେଲା ତାହା ସ୍ପଷ୍ଟ ଜଣାପଡିଛି। ବିମାନଟି ବିମାନ ବନ୍ଦରରୁ ଯିବା ପରେ ତାହା ତଳକୁ ଖସିଥିଲା ଏବଂ ଗୋଟିଏ ଘରର ଛାତ ଉପରେ ମାଡ ହୋଇ ବିସ୍ପୋରଣ କରିଥିଲା। ଦେଖନ୍ତୁ ସେହି ଭିଡିଓ.. ଏହି ଏୟାରଇଣ୍ଡିଆର ବିମାନ B787 ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ଏଥିରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ ୧୦ କ୍ୟାବିନ୍ କ୍ରୁ ମଧ୍ୟ ସାମିଲ ଥିଲେ । ବିମାନଟିକୁ କ୍ୟାପଟେନ୍ ସୁମିତ ସାଭରବାଲ ଚଲାଉଥିବାବେଳେ, ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର ।

Read More

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟ ସରକାର ନିଜର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ତାହାକୁ ତୀର ମାରିଛି। ସରକାର ବର୍ଷ ଏକ ଉପଲବ୍ଧି ଅନେକ ସ୍ଲୋଗାନ ଦେଉଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି। କହିଛି ବର୍ଷ ଏକ ପ୍ରତାରଣା ଅନେକ। ଏ ନେଇ ଦଳ 23 ଟି ପ୍ରତାରଣାର ତାଲିକା ଜାରୀ କରିଛି। ତାହା ହେଲା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ଜାରୀ କରିଛି କଂଗ୍ରେସ। ଏହି ସମ୍ମିଳନୀରେ କଂଗ୍ରେସ ସଭାପତି ଭକ୍ତ ଦାସ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦ ହରିଚନ୍ଦନ ଉପସ୍ଥିତ ଥିଲେ।

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା।  ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ପିଠରେ ପ୍ରଭୃ ସୁବାସିତ ଜଳରେ ସ୍ନାନ କରିଥିଲେ। ଭକ୍ତମାନେ ଏକାଠି ହୋଇ ପ୍ରଭୃ ପତିତପାବନଙ୍କ ସ୍ନାନ ନିତିକୁ ନିର୍ଦ୍ଧାରିତ ସମୟରେ ଶେଷ କରିଥିଲେ। ତେବେ ଚାଷଙ୍ଗରାର ପତିତପାବନ ଦେବଙ୍କ ସ୍ନାନ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଛି ଗଜା ମୁଆଁ ପୂଜା। ଏହିଦିନ ପ୍ରଭୃଙ୍କ ସ୍ନାନ ପରେ ବିଭିନ୍ନ ପ୍ରକାରର ମୁଆଁ ପୂଜା କରାଯିବାର ପରଂପରା ରହିଛି। ସେଥିପାଇଁ ଗ୍ରାମର ସମସ୍ତ ଭକ୍ତମାନେ ବିଭିନ୍ନ ସୁଗନ୍ଧିତ ମୁଆଁ ତିଆରି କରି ଭୋଗ କରାଇଥାନ୍ତି। ଏଥସହିତ ଦିନ ତମାମ ବିଭିନ୍ନ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପତିତପାବନ ନାଟ୍ୟ ସଂସଦ ତରଫରୁ ରାତିରେ ପରିବେଷଣ କରାଯିବ ନାଟକ “ସ୍ବାମୀ ପାଇଁ ପଛେ ନର୍କକୁ ଯିବି”।

Read More

ପୁରୀ: ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କୁହାଯାଏ ଯେ, ତିନିଠାକୁରଙ୍କୁ ଜର ହେବାରୁ ସେମାନେ ଅଣସର ଘରେ ଔଷଧ ସେବନ କରିବେ। ଏହି ସମୟରେ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ସେଥିପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଅଲରାନାଥଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ଶ୍ରୀଜୀଉ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ଅଣସର ଘରେ ରହି ଚିକିତ୍ସା କରାଯିବ। ଏହି ସମୟରେ ତାଙ୍କୁ ଔଷଧ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରାରେ ଯିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଏଣିକି ପାର୍ଟ ପ୍ଲଟ ବିକ୍ରି କରିପାରିବେ। ପୂର୍ବରୁ ଏହି ବିକ୍ରି ବନ୍ଦ କରିଦିଆଯାଇଥିଲା। ହେଲେ ବହୁ ଘଣ୍ଟାଚକଟା ପରେ ଏବେ ରାଜସ୍ବ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି। ଯେଉଁମାନେ ପାର୍ଟ ପ୍ଲଟ ବିକ୍ରି କରିବା ପାଇଁ ଚାହୁଛନ୍ତି ସେମାନେ ଏବେ ଆବେଦନ କରି ବିକ୍ରି କରିପାରିବେ। ତେବେ ବର୍ତ୍ତମାନ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ଅନୁମତି ଦିଆଯାଇଛି। ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ।ତେବେ ଏ ନେଇ ଖୁବ ଶିଘ୍ର ଗେଜେଟ ନୋଟିଫିକେସନ କରାଯିବ। ଏହାପରେ…

Read More

ପୁରୀ: ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ତିନିଠାକରୁ ସୁବାସିତ ଜଳରେ ସ୍ନାନ କରିଥାନ୍ତି। ଆଜି ନିର୍ଦ୍ଦାରିତ ସମୟରେ ମହାପ୍ରଭୃ ରତ୍ନ ମଣ୍ଡପରୁ ବାହାରି ସ୍ନାନ ମଣ୍ଡପକୁ ବିରାଜମାନ କରିଥିଲେ। ତିନି ଠାକୁର ସ୍ନାନ ମଣ୍ଡପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି। ଏହାପରେ ଶହେ ଆଠ ଗରା ପାଣିରେ ତିନିଠାକୁରଙ୍କ ସ୍ନାନ କରାଯାଇଥିଲା। ନୀତି ଅନୁସାରେ  ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚି ଛେରା ପହଁରା କରି ଆଳତି କରିଥିଲେ। ସ୍ନାନ ନୀତି ସରିବା ପରେ ମହାପ୍ରଭୃଙ୍କୁ ହାତୀ ବେଶ ବା ଗଜନାନ ବେଶ କରାଯାଇଛି। ଏହି ବେଶରେ ବର୍ତ୍ତମାନ ଭକ୍ତମାନେ ଠାକୁରଙ୍କୁ…

Read More

ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ।…

Read More

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ ଦଳରେ ସାମିଲ ହେଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ବାଗତ କରିବା ସହ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶ୍ରୀ ଦାସ ଜଣେ ସାମ୍ବାଦିକ ଖାଲି ନୁହେଁ ସେ ଜଣେ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି। ସେ ମଧ୍ୟ ଜଣେ ଭଲ ଲେଖକ ଓ କଥାକାର ତାଙ୍କର କଂଗ୍ରେସ ଦଳର ଯୋଗଦାନ କଂଗ୍ରେସ ଦଳକୁ ଅଧୂକ ଶକ୍ତିଶାଳୀ କରିବ । ଶ୍ରୀ ଦାସ ତାଙ୍କ ପ୍ରତିଉତ୍ତରରେ କହିଥିଲେ ସେ ବଲାଙ୍ଗୀର ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜର ସାଧାରଣ ସମ୍ପାଦକ ଥିଲେ । ଛାତ୍ର ଜୀବନରେ ସେ ରାଜନୀତି କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଅର୍ବାନ ପୋଲିସ ଆରକ୍ଷୀ ଉପଆୟୁକ୍ତ ଡିସିପିଙ୍କ ନବନିର୍ମିତ କାର୍ଯ୍ୟାଳୟର ଉଦ୍‍ଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ କାର୍ଯ୍ୟାଳୟ ସୌଧଟି ନିର୍ମାଣ ହୋଇଛି । ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଯେ, ଏହି ନୂଆ ଭବନ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଦେବାରେ ସାହାଯ୍ୟ କରିବ । ଏଥିରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ରାମ୍ପ, ସାଇବର ସେଲ, CCTNS ରୁମ୍‍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍‍, ଲିଗାଲ ସେଲ, ପାସର୍ପୋଟ ବିଭାଗ ଆଦି ସୁବିଧା ଉପଲବ୍‍ଧ କରାଯାଇଛି । ଏଥିସହିତ Conference Hall ଏବଂ ଟ୍ରେନିଂ ହଲ୍‍ର ସୁବିଧା ମଧ୍ୟ ରହିଛି । ଏହି ନୂଆ ଭବନଟି ପୋଲିସ ପ୍ରଶାସନକୁ ଦକ୍ଷତାର ସହ ଲୋକଙ୍କୁ ଠିକ୍‍ ସମୟରେ ସେବା ଯୋଗାଇ ଦେବାପାଇଁ ଉପଯୋଗୀ ହେବ ବୋଲି ସେ…

Read More

ଭୁବନେଶ୍ବର: ଶେଷରେ ଚାକିରୀରୁ ନିଲମ୍ବିନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା। ସେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଭାବେ ଜଣେ ବ୍ୟବସାୟୀଙ୍କଠାରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ରଙ୍ଗ ହାତରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ସରକାରୀ ବାସ ଭବନରୁ ପ୍ରାୟ 47 ଲକ୍ଷ ଟଙ୍କା ବାହାରିଥିଲା। ତାଙ୍କୁ ଆଇନ ଅନୁସାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲଣ କରିଥିଲା। ସେଠାରେ ତାଙ୍କର ଜାମିନୀ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ଏହାପରେ ଆଜି ତାଙ୍କୁ ଚାକିରୀରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଲମ୍ବିତ କରିଛନ୍ତି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏ ନେଇ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ବର୍ଷ ମଧ୍ୟରେ କଣ ସଫଳତା ହାସଲ କରାଯାଇଛି ତାହାର ଏକ ରୂପରେଖ ପ୍ରଦାନ କରିଥିଲେ। ସେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା…

Read More

ଭୁବନେଶ୍ବର: ଓଡିଶାର ମହାପୁରଷମାନେ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିଛି। ଏଣିକି ସେହି ଗ୍ରାମଗୁଡିକ ଚିହ୍ନଟ କରାଯାଇ ବିକଶିତ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି ଯେ ଏହି କାର୍ଯ୍ୟ ସଂସ୍କୃତି ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପରି ବହୁ ବିଭାଗର ମିଳିତ ସହଯୋଗରେ କରାଯିବ। ବର୍ତ୍ତମାନ ଓଡିଶାର ବହୁ ମହାପୁରୁଷ ଜନ୍ମ ଗ୍ରହଣ କରିଥିବା ଗ୍ରାମଗୁଡିକ ଅବହେଳିତ ହୋଇ ପଡିରହିଛି। ସେହି ଗ୍ରାମବାସୀ ଯେଉଁ ଗର୍ବ କରିବା କଥା ତାହା ହୋଇପାରୁ ନାହିଁ। ସେଥିପାଇଁ ରାଜ୍ୟ ସରକାର ସେହି ଗ୍ରାମଗୁଡିକ ଚିହ୍ନଟ କରି ବିକାଶ କରିବେ। ଏହି ଚିହ୍ନଟ ପକ୍ରିୟା ପଞ୍ଚାୟତିରାଜ ବିଭାଗ ଓ ସଂସ୍କୃତି ବିଭାଗ ମିଳିତ ଭାବେ କରିବେ। ଖୁବ ଶିଘ୍ର ଏହାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

Read More