ଭୁବନେଶ୍ବର: ପ୍ରକାଶ ପାଇଛି ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି। କୋରାପୁଟ ଜିଲ୍ଲା ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ କୋରାପୁଟ ପୋଲିସ ତରଫରୁ ଏହି ନିଯୁକ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଅର୍ଥାତ ୧୦ ତାରିଖରୁ ପ୍ରାର୍ଥୀମାନେ କୋରାପୁଟ କମାଣ୍ଡାଣ୍ଟ ହୋମଗାର୍ଡସ ଅଫିସରେ ଆବେଦନ ଦାଖଲ କରିପାରିବେ। ଏହି ଦାଖଲ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିରେ ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ କମ ହୋଇ ନ ଥିବା ୬୦ ବର୍ଷରୁ ଅଧିକ ହୋଇ ନ ଥିବ। ହେଲେ ପ୍ରାର୍ଥୀ କୋରାପୁଟର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାଶ କରିଥିବା ଆବଶ୍ୟକ। ଏଥିସହିତ ଯେଉଁମାନେ ଟେଲରିଂ, ବିନ୍ଧାଣୀ, ଇଲଟ୍ରିକସିଆନ, ପାଇପ ମିସ୍ତ୍ରୀ, ଏସି କାରୀଗର ପ୍ରଭୃତି ଦକ୍ଷତା ଥିବ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବିସ୍ତୁତ ବିବରଣୀ ପାଇଁ ତଳ ଲିଙ୍କକୁ କ୍ଲିକ କରନ୍ତୁ। କ୍ଲିକ କରନ୍ତୁ- କୋରାପୁଟ ଜିଲ୍ଲାପାଇଁ ହୋମଗାର୍ଡ ନିଯୁକ୍ତି ସୂଚନା
Author: Samikhsya Bureau
Reliance Trends Raja Offer: ଉତ୍ସବ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ ର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ ପକ୍ଷରୁ ‘ରଜ ମଉଜ ଓ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା’ ସହ ରଜ ଅଭିଯାନ ଶୁଭାରମ୍ଭ ଘୋଷଣା କରାଯାଇଛି। ରଜ ଅଭିଯାନକୁ ଗ୍ରାହକଙ୍କ ପାଇଁ ଅଧିକ ରୋମାଞ୍ଚକର ଏବଂ ଲାଭଦାୟକ କରିବା ପାଇଁ ଟ୍ରେଣ୍ଡ୍ସ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି ଯେଉଁଥିରେ ୩,୪୯୯/- ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କିଣାକିଣି କରୁଥିବା ଗ୍ରାହକମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ। ଏଥିସହ ଏହି ଅବଧି ମଧ୍ୟରେ ଗ୍ରାହକମାନେ ଶ୍ରେଷ୍ଠ ରଜ ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିପାରିବେ । ଟ୍ରେଣ୍ଡ୍ସ ଗ୍ରାହକମାନଙ୍କ ଠାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ ଆମନ୍ତ୍ରଣ…
ଭୁବନେଶ୍ୱର: ଦିବଂଗତ ରାଜନେତା ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲ ଉଭୟ ନେତାଙ୍କ ସୃତି ଚାରଣ କରି କହିଛନ୍ତି ଯେ, ଦଳ ପାଇଁ ସ୍ୱର୍ଗତଃ ପଟ୍ଟନାୟକ ଓ ରଫିକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ। ଦଳକୁ ତ୍ରୁଣମୂଳସ୍ତରରେ ମଜ୍ଭୁତ କରିବାରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ରାଜ୍ୟ ବିଜେପିର ପ୍ରଥମ ନିର୍ବାଚନରେ ସ୍ୱର୍ଗତଃ ପଟ୍ଟନାୟକ କାମାକ୍ଷାନଗରରୁ ବିଜୟୀ ହୋଇ ଦଳ ପାଇଁ ମୂଳଦୁଆ ପକାଇଥିଲେ । ସେ ଦଳର ସଂଘର୍ଷମୟ ଯାତ୍ରା ବେଳେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲେ। ସେହିପରି ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯…
ଭୁବନେଶ୍ୱର: ନବରଂଗପୁରର ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜନ୍ଦ୍ରେ ବିଶୋଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସମେତ ଅମଳାଭଟା ଗ୍ରାମପଂଚାୟତ ସମିତି ସଭ୍ୟା ବିଦୁସ୍ମିତା ଜାନି, କାମତା ପଂଚାୟତ ସମିତି ସଭ୍ୟା, ମଂଚାଗାଁ ପଂଚାୟତ ସରପଂଚ ତିରୁପତି ମହାନ୍ତି, ବିଜେଡି କର୍ମୀ, ଜି.ସତ୍ୟମ ନାଇଡୁ, ଗୋଲକ ନାୟକ, ସିନ୍ଦୁ ନାୟକ, ଲମ୍ବୋଦର ନାୟକ, ପୁରଷୋତମ ଜାନି, ପଦଲାମ ସଗରିଆ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଂଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ବିଧାୟକ ଗୌରୀ ଶଙ୍କର ମାଝି, ବିଧାୟକ ରୂପ ଭତ୍ରା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରୟଣ…
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ତାହାର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପର୍କରେ ତଦାରଖ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ ବିଶେଷକରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ପାର୍ଶ୍ଵରେ ନିର୍ମାଣ କରାଯାଉଥିବା ସୂଚନା କେନ୍ଦ୍ର ଏବଂ ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଟ ପଥର ସ୍ଥାପନ ଇତ୍ୟାଦି କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବ୍ରହ୍ମଗିରିର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
Reliance Jewels Raja Offer: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ସ୍ୱତନ୍ତ୍ର ପାର୍ବଣ ଅଫର ସହିତ ନାରୀତ୍ୱ, ସମୃଦ୍ଧତା ଓ ମୌସୁମୀର ଆଗମନକୁ ପାଳନ କରୁଥିବା ପ୍ରିୟ ଓଡିଆ ପର୍ବ ରଜ ପର୍ବ ଉତ୍ସବ ପାଳନରେ ସାମିଲ ହୋଇଛି। ଏହି ଶୁଭ ଅବସରର ସମ୍ମାନରେ ବ୍ରାଣ୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ ସୁନ୍ଦର ଚୁଡ଼ି ବା ବ୍ୟାଙ୍ଗଲଗୁଡିକର ଏକ ରେଞ୍ଜ ବା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଓଡିଶାରେ ୧୪ଟି ଶୋରୁମର ଏକ ମଜବୁତ ଉପସ୍ଥିତି ସହିତ ଏହି ବ୍ରାଣ୍ଡ ପରମ୍ପରା, ଭାବନା ଓ କାରିଗରୀକୁ ପ୍ରତିଫଳିତ କରୁଥିବା ଅଳଙ୍କାର ମାଧ୍ୟମରେ ଏହି ଉତ୍ସବକୁ ଗ୍ରାହକଙ୍କ ନିକଟତର କରିଛି। ଏହି ଉତ୍ସବ ପାଳନର ଅଂଶ ଭାବେ ଗ୍ରାହକମାନେ ସୁନା ଚୁଡ଼ି (ବ୍ୟାଙ୍ଗଲ) ର ମେକିଂ ଚାର୍ଜ ଉପରେ ଫ୍ଲାଟ ୫୦ ପ୍ରତିଶତ ରିହାତି ଏବଂ ହୀରା ମୂଲ୍ୟ ଓ ମେକିଂ ଚାର୍ଜ ଉପରେ ୩୫ ପ୍ରତିଶତର ରିହାତି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍ଘାଟନ ହେବା ପାଇଁ ଯାଉଛି ଏବଂ…
ପୁରୀ: ଆଉ ଦିନକ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ହେବ ମହାପ୍ରଭୃଙ୍କ ସ୍ନାନ ଯାତ୍ରା। ତିନିଠାକୁର ରତ୍ନ ସିଂହାସନରୁ ବାହାରି ସ୍ନାନ ମଣ୍ଡପକୁ ବିଜେ କରିବେ। ସେଠାରେ ଶହେ ଆଠ ଗରା ପାଣିରେ ଗାଧୋଇବେ। ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହେବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହି ଅନୁସାରେ ପୁରୀ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ୪ ଏସ୍ପି ରାଙ୍କର କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ପୁରା ସହରରେ ମୁତୟନ ହେବେ । ଏହାସହ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।
ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ବଡ ମାଛକୁ ଧରିବାରେ ସକ୍ଷମ ହୋଇଛି। ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ଜଣେ ଆଇଏଏସ ଅଫିସର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଶ୍ରୀ ଧିମାନ ଚକମା। ଧିମାନ ହେଉଛନ୍ତି ୨୦୨୧ ବ୍ୟାଚ୍ ର ଆଇଏଏସ୍ ଅଫିସର। ଆଜି ସେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଡିଲାନ୍ସ ତାଙ୍କୁ ଗିରଫ ମଧ୍ୟ କରିଛନ୍ତି। ସେ ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଉଥିଲେ। ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଧିକ ଖୋଳତାଡ କରିବା ପରେ ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଚଢାଉ ଏବଂ ମଧ୍ୟ ଜାରୀ ରହିଛି। (ଏଥିରେ ଥିବା ଫଟୋଟି ୪୭ ଲକ୍ଷ ଟଙ୍କା ନଗଦ ଜବତ ପରେ ଭିଜିଲାନ୍ସ ତରଫରୁ…
The Samikhsya Desk: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଆଜିକାଲି ଖବରରେ ଅଛନ୍ତି। ସମ୍ପ୍ରତି ସେ ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଏହି ବିବାହ ମେ 3 ତାରିଖରେ ଜର୍ମାନୀର ବର୍ଲିନରେ ହୋଇଥିଲା, କିନ୍ତୁ ପ୍ରାୟ ଏକ ମାସ ପରେ ଗଣମାଧ୍ୟମ ଏହା ବିଷୟରେ ଜାଣିବାକୁ ପାଇଲା। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ, ମହୁଆ ମୋଇତ୍ରା ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ଏହି ନବ ବିବାହିତ ଦମ୍ପତି କେକ୍ କାଟୁଥିବାର ଦେଖାଯାଇଥିଲା। ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ବିବାହ ମଧ୍ୟ ଖବରରେ ଅଛି କାରଣ ମହୁଆ 50 ବର୍ଷ ବୟସର ହୋଇଥିବା ବେଳେ ପିନାକୀ ମିଶ୍ର 65 ବର୍ଷ ବୟସର। ଏବେ ଏହି ନବ ବିବାହିତ ଦମ୍ପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଏହି ଭିଡିଓରେ, ଏହି ନବ ବିବାହିତ ଦମ୍ପତି ବହୁତ…
ଭୁବନେଶ୍ବର: ଆସନ୍ତା ଜୁନ ୯ ତାରିଖ (ସୋମବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁନ ୬ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଜଣାଇପାରିବେ। ଏତଦ୍ ଭିନ୍ନ ଅଣପଞ୍ଜୀକୃତ ଆବେଦନକାରୀମାନଙ୍କର ଅଭିଯୋଗ ପତ୍ରଗୁଡିକୁ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।
The Samikhsya Desk: ଆଜି ଦିନତମାମ ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ରଙ୍କ ବାହାଘରକୁ ନେଇ ଚର୍ଚ୍ଚା ଚାଲିଛି। ସେ ଜର୍ମାନୀରେ ତ୍ରୁଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କୁ ବିବାହ କରିଛନ୍ତି। ଯାହାକୁ ନେଇ ସାମାଜିକ ତଥା ରାଜନୈତିକ ସ୍ତରରେ ବେଶ ଚହଳ ପକାଇଛି। ତେବେ ଏ ନେଇ ଉଭୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ମହୁଆଙ୍କ ଏକ୍ସ ପୋଷ୍ଟକୁ ନେଇ ସ୍ପଷ୍ଟ ହୋଇଛି ଯେ, ମହୁଆ ପିନାକୀଙ୍କୁ ବିବାହ କରିଛନ୍ତି। ଉଭୟ କେକ କାଟିବା ଫଟୋକୁ ମହୁଆ ପୋଷ୍ଟ କରି ସେଥିରେ ସେ ଦୁଇ ଧାଡି ଲେଖିଛନ୍ତି। ତାହା ହେଲା ” ଆପଣମାନେ ସ୍ନେହ ଏବଂ ଶୁଭେଚ୍ଛା ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଫଳରେ ସେମାନଙ୍କର ବିବାହ ହୋଇଛି ବୋଲି ମହୁଆ ସ୍ପଷ୍ଟ କରିଛନ୍ତି। https://twitter.com/MahuaMoitra/status/1930634952141426988
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବିଳମ୍ବିତ ସମୟରେ ଦୁଇଟି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ଭଦ୍ରକ ଏସପି ମାଦକର ସନ୍ଦୀପ ସମ୍ପଦଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର ରାଉତଙ୍କୁ ଭଦ୍ରକ ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବାକୁ ଯାଉଛି। ଏହା ଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ମେକ୍ ଇନ୍ ଓଡିଶା ୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି। ଆଜି ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ଏକ ନୂଆ ରାସ୍ତା ଖୋଲିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତିଯେ, ଆମର…
ଭୁବନେଶ୍ବର: ବର୍ତ୍ତମାନ ନିମାପଡା ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଏହି ନିର୍ବାଚନ ମଣ୍ଡଳିରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦାସ। ଉଭୟ ବିଜେପି ଦଳର। ହେଲେ ନିର୍ବାଚନ ପର ଉଭୟଙ୍କ ମଧ୍ୟରେ ଭଲ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଭିତରେ ଭତିରେ ଥିଲା ହେଲେ ଏବେ ଫୁଟି ପଦାକୁ ବାହାରିଲାଣି। କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ କାର୍ଯ୍ୟକ୍ରମ କରିଥିଲେ। ଯାହାର ନାମ ଥିଲା ଉତ୍କର୍ଷ ନିମାପଡା। ଏଥିରେ ନିମାପଡାର କଣ କଣ ଉନ୍ନତି ହୋଇଛି ତାହାର ଏକ ଆଲୋଚନା ତଥା ତାଲିକା ଲୋକଙ୍କୁ ଦିଆଯାଇଛି। ଯାହାକୁ ନେଇ ସମୀର ଦାସ ଖପ୍ପା ହୋଇଉଠିଛନ୍ତି। ସେ କହିଛନ୍ତି ବର୍ଷେ ହେଲା ନିମାପଡାରେ ମାଟି ମୁଠାଟିଏ ପଡି ନାହିଁ। ସମୀର ଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଁ ନିମାପଡାର ଉନ୍ନତି ପାଇଁ ବହୁ ଚେଷ୍ଠା କରିଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଯାହା ହିସାବ…
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ଆରମ୍ଭ ହେଉଛି ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ। ଏହି ଉତ୍ସବ ଜୟଦେବ ଭବନରେ ଚାରିଦିନ ଧରି ଚାଲିବ। ଏଥିରେ ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପାଞ୍ଚଟି ଲେଖାଏଁ ସିନେମା ପ୍ରଦର୍ଶିତ କରାଯିବ। ସେଗୁଡିକ ହେଲା ଏହି ଉତ୍ସବରେ ମୋଟ 20 ଟି ଚଳଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ସେଥିରେ ଓଡିଆ ଚଳଚିତ୍ର 10ଟି ରହିଛି। ସେହିପରି ବଙ୍ଗଳା, ହିନ୍ଦି, କନ୍ନଡ ଛତିଶଗଡି, ମରାଠି ଏବଂ ଗୁଜୁରାଟୀ ପ୍ରମୁଖ ଭାଷାର ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ।
ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ । ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି,…
ଭୁବନେଶ୍ବର: ଓଡିଶାର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ରାଜ୍ୟ ବିଜେପି ନେତାଙ୍କ ସୁତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗ ଦେବା ପାଇଁ ଓଡିଶା ଆସିବେ। ସମ୍ଭବତଃ ସେ ଆସନ୍ତା 11 କିମ୍ବା 12 ତାରିଖରେ ଆସିବେ ବୋଲି ଜଣାପଡିଛି। ସେଥିପାଇଁ ବିଜେପି ଶିବିର ତରଫରୁ ବେଶ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତୀ ପାଳନ ପାଇଁ ଉଭୟ ସରକାର ଏବଂ ଦଳ ତରଫରୁ ବଡ ଆୟୋଜନର ପ୍ରସ୍ତୁତି ଚାଲିଛି। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସରକାର ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ବର୍ତ୍ତମାନ କୋରନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କାରଣ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦିଲ୍ଲୀରେ ମଧ୍ୟ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷରେ କରୋନା ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ସବୁକୁ ଲକ୍ଷ୍ୟ ରଖି ନୂଆଦିଲ୍ଲୀରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସରକାରୀ ଅଫିସରେ ବର୍ତ୍ତମାନ ସମସ୍ତେ ମାସ୍କ ପିନ୍ଧି ବସୁଥିବାର ଜଣାପଡିଛି। ବର୍ତ୍ତମାନ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ନେଇ କୌଣସି କଟକଣା କରି ନ ଥିଲେ ମଧ୍ୟ ସମସ୍ତେ ନିଜନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ବିଶେଷ କରି ରୁନ୍ଧା ବୈଠକ ରୁମରେ ସମସ୍ତେ ମାସ୍କ ପିନ୍ଧି ବସିବା ପାଇଁ ଆଘୋଷିତ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏପରିକି ମନ୍ତ୍ରୀଙ୍କ ବୈଠକରେ ମାସ୍କ ପିନ୍ଧି ଆସିବା ପାଇଁ ବାଧ୍ୟ କରାଯାଇଛି। ଫଳରେ ଗତ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ…
ଭୁବନେଶ୍ବର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ। ଓଡିଶାରେ କେହିବି ଭୂମିହିନ ରହିବେ ନାହିଁ। ଯେଉଁମାନଙ୍କର 4 ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି…
ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ଜଗନ୍ନାଥ ଏକ୍ସପ୍ରେସ। ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟିତ କରିଛନ୍ତି। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ଆରମ୍ଭ ହୋଇଛି। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। ତେବେ ଏହି ବସ ସେବା ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା ପୁରୀ – ଅଯୋଧ୍ୟା ପୁରୀ – ଉଜ୍ଜୟନ ପୁରୀ – ତିରୁପତି ପୁରୀ- ହାଇଦ୍ରାବାଦ ପୁରୀ- ଭିଲାଇ ଭୁବନେଶ୍ୱର – ବିଶାଖାପାଟନମ୍ ରାୟଗଡ- ହାଇଦ୍ରାବାଦ ଭବାନୀପାଟଣା – ହାଇଦ୍ରାବାଦ ରହିଛି। ତେବେ ଯେଉଁମାନେ ଏହି ବସ ସେବା ନେବାକୁ ଚାହିଁବେ ସେମାନେ booking.osrtc.org ୱେବ ସାଇଟକୁ ଯାଇ ବୁକିଂ…

