ବାଲୁଗାଁ: 16 ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ନିକଟରେ ଟ୍ରକ ପଛକୁ କୁ ପିଟିଲା ଲାଇଫ ଲାଇନ ନାମକ ଦ୍ରୁତଗାମୀ ଯାତ୍ରୀ ବାହୀ ଭୋଲଭୋ ବସ। ଦ୍ରୁତ ଗତିରେ ଆସୁଥିବା ଭୋଲଭୋ ବସ ନିୟନ୍ତ୍ରଣ ହରାଇ ହରିକୁଣ୍ଡ ବରଡ଼ି ଗାଁ ରାସ୍ତା କଡ଼ରେ ଥିବା ସିମେଣ୍ଟ ଡିଭାଇଡ଼ର କୁ ପିଟିଲା। ଫଳରେ ଭିତରେ ଫସିଯାଇଥିବା ବସ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରେ ବସ ଚାଲକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ଦୁର୍ଘଟଣାରେ 10 ରୁ 15 ଯାତ୍ରୀ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି। ଆହତ ଯାତ୍ରୀ ମାନଙ୍କର ସାମାନ୍ୟ ଚିକିତ୍ସା ପରେ ସେମାନଂକୁ ଅନ୍ୟ ଘରୋଇ ବସରେ ଭୁବନେଶ୍ୱର କୁ ପଠାଇ ଦିଆଯାଇଅଛି। ଦ୍ରୁତଗାମୀ ବସ ହାଇଦ୍ରାବାଦ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନାଚୁଣୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀ ଙ୍କ ସହ ଉଦ୍ଧାର କାର୍ଯ୍ୟ…
Author: Samikhsya Bureau
ଭୁବନେଶ୍ବର: ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମଇ ମାସ 16 ତାରିଖ (16.05.2025) ଠାରୁ 22895/22896 ପୁରୀ-ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯାଇ 20ଟି କୋଚ୍ ସହିତ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି | ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ 16ଟି ଏସି ଚେୟାର କାର୍ କୋଚ୍, 2ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ 2ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ଉପଲବ୍ଧ ରହିବ | ପୁରୀ ଓ ହାଓଡ଼ା ମଧ୍ୟରେ ଚଳାଚଳ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେମି-ହାଇ-ସ୍ପିଡ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ଗଠନରେ ଚାରୋଟି ଏସି…
ଭୁବନେଶ୍ବର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି । ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର…
ଭୁବନେଶ୍ବର: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ତେଣୁ, ଓଡିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଷ୍ଟିଲ କମ୍ପାନୀ ଗୁଡିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।…
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରି ପୁନର୍ବାର କହିଛନ୍ତି ଯେ ଇସଲାମାବାଦ ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମ ସହ ଆଲୋଚନା କରି ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଭାରତ ସ୍ପଷ୍ଟ କରିଛି ଯେ ପାକିସ୍ତାନ ସହିତ ଆଲୋଚନା କରିବାକୁ ବାକି ଥିବା ଏକମାତ୍ର ବିଷୟ ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବୈଧ ଭାବରେ କବଜା କରାଯାଇଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା। ବୈଦେଶିକ ମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଏହା ବର୍ଷ ବର୍ଷ ଧରି ଏକ ଜାତୀୟ ସହମତି, ଏବଂ ଭାରତର ସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ। ସେ ଆହୁରି…
ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମଜିକ ଓ ଆର୍ଥକଭାବେ ପଛୁଆ ବର୍ଗ(ଏସ୍ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗରେ ଥିବା ୫୪ ପ୍ରତିଶତ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇରହିବ । ୯୦ ଦଶକରେ ପଛୁଆ ବର୍ଗଙ୍କ ପାଇଁ…
ଭୁବନେଶ୍ୱର: ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଚ୍ଛା ଜଣାଇଥିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ଆମର ବାୟୁ ସେନାବାହିନୀମାନେ ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ସ୍ଥାନକୁ ନଷ୍ଟ କଲେ। ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର…
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି ଯେ ଅପରେସନ ସିନ୍ଦୂର ହେଉଛି ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରୁ ପଠାଯାଉଥିବା ଆତଙ୍କବାଦ ପ୍ରତି ଭାରତର ଏକ ଅଦ୍ଭୁତ ଏବଂ ଦୃଢ଼ ଜବାବ। ସେନାର ୧୫ କର୍ପସ ବାଦାମୀ ବାଗ କ୍ୟାଣ୍ଟନମେଣ୍ଟରେ ସୈନିକମାନଙ୍କୁ ସମ୍ବୋଧିତ କରି ସେ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରିବା ସମୟରେ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ସୂକ୍ଷ୍ମ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଦେଶ ମାତୃଭୂମିକୁ ସୁରକ୍ଷା ଦେବାରେ ସଶସ୍ତ୍ର ବାହିନୀର ସାହସ, ପ୍ରତିବଦ୍ଧତା ଏବଂ ଦୃଢ଼ ନିଷ୍ଠା ପାଇଁ ଗର୍ବିତ। ସେ କହିଛନ୍ତି, ସମଗ୍ର ବିଶ୍ୱ ଦେଖିଛି ଯେ ପାକିସ୍ତାନ ଭାରତକୁ କେତେ ଦାୟିତ୍ୱହୀନ ଭାବରେ ଧମକ ଦେଇଛି। ପାକିସ୍ତାନ ହାତରେ ଥିବା ପରମାଣୁ ଅସ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରଗୁଡ଼ିକୁ…
ଭୁବନେଶ୍ବର: ବର୍ତ୍ତମାନ ଭିଡିଓ କନଫ୍ରେସିଂ ମାଧ୍ୟମରେ ବିଭିନ୍ନ ବୈଠକ କରାଯାଉଛି। ସେହିପରି ରାଜ୍ୟ ସରକାର ବିଭିନ୍ନ ବିକାଶ କାର୍ଯ୍ୟ କ୍ଷେତ୍ରରେ ଥିବା ଅଧିକାରୀଙ୍କ ସହିତ ଭିସି ବା ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା କରୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିସିରେ ଭାଷଣ ଦେବା ବେଳେ କେତେକ ବିଡିଓ ଟିଭି ବନ୍ଦ କରି ପଳାଉଛନ୍ତି। ଲୋକମାନଙ୍କୁ ମଧ୍ୟ ପଳାଇଯାଅ ବୋଲି କହୁଛନ୍ତି। ତେବେ ଏ କଥା ଅନ୍ୟ କେହି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଆଜି ବିଡିଓମାନଙ୍କ ସହିତ ଭିସି ମାଧ୍ୟମରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ତେବେ ଏହାପରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ନେଇ ମୁଁ ହାର୍ଡ ନିଷ୍ପତି ନେଇପାରେ। ସେକାଳ ପଖାଳ ଆଉ ନାହିଁ। ମୁଁ ବଡ ନିଷ୍ପତି ନେଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ବ କରୁଛି।…
ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ଉଚ୍ଚ ଶିକ୍ଷା ପାଇଁ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ସରଂକ୍ଷଣକୁ ନେଇ କଡା ସମାଲୋଚନା କରିଛି ବିଜେଡି। ଏହା ଏକ ପ୍ରହେଳିକା ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି,ଏହା ଏକ ହାଲୁକା ସଂରକ୍ଷଣ ବା ଆଂଶିକ ସଂରକ୍ଷଣ। ସେଥିପାଇଁ ସରକାରଙ୍କୁ ଆଂଶିକ ଧନ୍ୟବାଦ। ସେ କହିଛନ୍ତି ଯେ, ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜିରେ ସିଟ ଖାଲି ପଡୁଛି । ଯେଉଁଠି ସିଟ ଖାଲି ପଡୁଛି ସେଠାରେ ସରକାର ସଂରକ୍ଷଣ ଦେଉଛନ୍ତି। ହେଲେ ଇଞ୍ଜିନିୟରିଂ, ମେଡିକାଲ ଓ ଟେକ୍ନିକାଲରେ ସଂରକ୍ଷଣ ଦିଆଯାଉ। ସେଠି ଏସସି ଓ ଏସଟି ପିଲାଙ୍କୁ ୨୦% ଦେଉଛନ୍ତି। ତାଙ୍କୁ ୩୮.୭୫ % ସଂରକ୍ଷଣ ଦିଅ। ଓବିସି ପିଲାମାନେ ଶୂନ ସଂରକ୍ଷଣ ପାଉଛନ୍ତି। ତାଙ୍କୁ ୨୭ % ଦିଅ । ଯଦି ସଂରକ୍ଷଣ ସେମାନଙ୍କୁ ଦେଇ ନପାରିବ ତେବେ ଏ ପ୍ରହେଳିକା ସୃଷ୍ଟି କରି ବାହାବା ନେବାର…
ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଅଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଗତ କିଛି ସପ୍ତାହ ଭୁବନେଶ୍ବର ବାହାରେ ଏହି ଶୁଣାଣି ହୋଇଆସୁଛି। ହେଲେ ଏଥର ଭୁବନେଶ୍ବରରେ ଜନ ଶୁଣାଣୀ ହେବ ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନୁହେଁ। ଏଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରର ଅଶୋକ ନଗରରେ ଅଭିଯୋଗ ଶୁଣାଣି କରିବେ। ଏ ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥର ଅଭିଯୋଗ ଅଶୋକ ନଗରରସ୍ଥିତ ୟୁନିଟ 2 ରେ ଥିବା ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯିବ। ଏହା କ୍ୟାପିଟାଲ ନର୍ସିରୀ ନିକଟରେ ଅବସ୍ଥିତ। ଏହି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯାଇ ଲୋକଙ୍କର ଅଭିଯୋଗ ଶୁଣାଣି କରିବେ। ସେଥିପାଇଁ ଅନଲାଇନ ପଞ୍ଜିକରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ।
ନୂଆଦିଲ୍ଲୀ: ‘ନକ୍ସଲ ମୁକ୍ତ ଭାରତ’ ଦିଗରେ ଏକ ଐତିହାସିକ ସଫଳତା ହାସଲ କରି ସୁରକ୍ଷା ବାହିନୀ ଛତିଶଗଡ଼-ତେଲଙ୍ଗାନା ସୀମାରେ କାରେଗୁଟ୍ଟାଲୁ ପାହାଡ଼ (କେଜିଏଚ) ରେ ନକ୍ସଲଙ୍କ ବିରୋଧରେ ସବୁଠାରୁ ବଡ ଅପରେସନରେ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ଏକ୍ସ “ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏକଦା ଲାଲ ଆତଙ୍କବାଦ ଦ୍ୱାରା ଶାସିତ କାରେଗୁଟ୍ଟାଲୁ ପାହାଡ଼ ଏବେ ଗର୍ବର ସହ ତ୍ରିରଙ୍ଗା ଉତ୍ତୋଳନ କରୁଛି। କାରେଗୁଟ୍ଟାଲୁ ପାହାଡ଼ ପିଏଲଜିଏ ବାଟାଲିଅନ୍-୧, ଡିକେଏସଜେଡସି, ଟିଏସସି ଏବଂ ସିଆରସି ଭଳି ପ୍ରମୁଖ ନକ୍ସଲ୍ ସଙ୍ଗଠନଗୁଡ଼ିକର ଏକୀକୃତ ମୁଖ୍ୟାଳୟ ଥିଲା, ଯେଉଁଠାରେ ନକ୍ସଲ୍ ପ୍ରଶିକ୍ଷଣ ସହିତ ରଣନୀତି ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଥିଲା। ଶ୍ରୀ ଶାହ କହିଥିଲେ ଯେ ଆମ ସୁରକ୍ଷା ବାହିନୀ ମାତ୍ର ୨୧ ଦିନ ମଧ୍ୟରେ ଏହି ସର୍ବବୃହତ୍ ନକ୍ସଲ ବିରୋଧୀ ଅପରେସନକୁ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ଏହା ଅତ୍ୟନ୍ତ…
ନୂଆଦିଲ୍ଲୀ: ଆଜି ସୁରକ୍ଷା ବାହିନୀ, ସ୍ୱତନ୍ତ୍ର ଗୁଇନ୍ଦା ସୂଚନା ଆଧାରରେ ଅବନ୍ତିପୋରାର ତ୍ରାଲର ନାଡେର ଅଞ୍ଚଳରେ ଏକ ମିଳିତ ଆତଙ୍କ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫ ଏହି ଅଭିଯାନରେ ସାମିଲ ଥିଲେ। ଭାରତୀୟ ସେନାର ଚିନାର କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟରେ ଏହି ଅଭିଯାନକୁ ନିଶ୍ଚିତ କରିଥିଲେ। “୧୫ ମଇ ୨୦୨୫ ରେ, ଏକ ଏଜେନ୍ସିରୁ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ଅବନ୍ତିପୋରାର ତ୍ରାଲର ନାଡେରରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଚ୍ୟାଲେଞ୍ଜ କରାଯିବା ପରେ, ଆତଙ୍କବାଦୀମାନେ ପ୍ରବଳ ଗୁଳି ବିନିମୟ କରିଥିଲେ। ଏକ ଭୟଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜାରି ରହିଛି।” ମଙ୍ଗଳବାର ଦିନ, ଶୋପିଆନରେ ଏକ ଏନକାଉଣ୍ଟରରେ ଲସ୍କର-ଏ-ତୈବା ଏବଂ ଏହାର ପ୍ରକ୍ସି ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଏଲଇଟି/ଟିଆରଏଫ)…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ ପାକିସ୍ତାନୀ ପତାକା ଏବଂ ସେ ସମ୍ପର୍କିତ ସାମଗ୍ରୀ ବିକ୍ରୟ ଉପରେ ଆମାଜନ ଇଣ୍ଡିଆ, ଫ୍ଲିପ କାର୍ଟ, ୟୁବାଏ ଇଣ୍ଡିଆ, ଇଟିସେ, ଫ୍ଲାଗ କଂପାନୀ ଏବଂ ଫ୍ଲାଗ ନିଗମକୁ ନୋଟିସ ଜାରୀ କରିଛି। ଏହି ସାମଗ୍ରୀ ବିକ୍ରି ନ କରିବା ପାଇଁ ବିଭାଗ ତରଫରୁ ନୋଟିସ ଜାରୀ କରାଯାଇଛି। https://twitter.com/JoshiPralhad/status/1922662498034995218 ଏକ ସୋସିଆଲ ମିଡିଆ ପୋଷ୍ଟରେ, କେନ୍ଦ୍ର ଗ୍ରାହକ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ କହିଛନ୍ତି, ଏପରି ସମ୍ବେଦନଶୀଳତାକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି, ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ବସ୍ତୁକୁ ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ: ବିଜେପି ବିରୋଧୀ କଂଗ୍ରେସକୁ ଅପରେସନ ସିନ୍ଦୂର ଉପରେ ଉଠାଇତିବା ପ୍ରଶ୍ନକୁ ନେଇ ସମାଲୋଚନା କରିଛି। ଗଣମାଧ୍ୟମ ସହିତ ଆଲୋଚନା କରି ଦଳର ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ଅପରେସନ ସିନ୍ଦୂରରେ ସଶସ୍ତ୍ର ବାହିନୀ ସେମାନଙ୍କର ଅସାଧାରଣ ବୀରତ୍ୱ ଏବଂ ସଠିକ ଦକ୍ଷତା ଦେଖାଇଛନ୍ତି। ଶ୍ରୀ ତ୍ରିବେଦୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ଚାଲିଛି, ଏବଂ କଂଗ୍ରେସର ନିରନ୍ତର ପ୍ରଶ୍ନ ସେମାନଙ୍କ ଉଦ୍ଦେଶ୍ୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ଯାହା ସନ୍ଦେହଜନକ ମନେହୁଏ। ଶ୍ରୀ ତ୍ରିବେଦୀ କହିଛନ୍ତି ଯେ, ପ୍ରତିବଦ୍ଧତା କେବଳ ଶବ୍ଦରେ ନୁହେଁ, ବରଂ କାର୍ଯ୍ୟରେ ମଧ୍ୟ ଦୃଶ୍ୟମାନ ହେବା ଉଚିତ। ସେ କହିଛନ୍ତି ଯେ, ମନ, କଥା ଏବଂ କାର୍ଯ୍ୟରେ ଏକତା ଅତ୍ୟାବଶ୍ୟକ, କାରଣ କାର୍ଯ୍ୟ ଦ୍ୱାରା ବିପରୀତ ଫମ୍ପା ଶବ୍ଦ କେବଳ ଅବିଶ୍ୱାସକୁ ଜନ୍ମ ଦିଏ। ମୁଖପାତ୍ର କହିଛନ୍ତି ଯେ, ଯେତେବେଳେ ଦେଶକୁ ଏକ ସ୍ୱରରେ କହିବାକୁ ପଡିବ, କଂଗ୍ରେସର ଏପରି କାର୍ଯ୍ୟ କେବଳ ଅନୁପଯୁକ୍ତ…
ଭୁବନେଶ୍ଵର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଆଜି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧୂତ କରି କହିଥିଲେ ଯେ ରାଜ୍ୟରେ ମୋହନ ମାଝୀ ସରକାର ରାଜ୍ୟର ଶତକଡା ୫୪ ପ୍ରତିଶତ ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଦାବିକୁ ପ୍ରତ୍ୟାଖାନ କରିବା ସହିତ ତାଙ୍କ ପ୍ରତି ଛଳନା କରିଛନ୍ତି। ସେ କହିଛନ୍ତି ଯେ ଆଜି ରାଜ୍ୟ କ୍ୟାବିନେଟ୍ ଏସ୍.ସି.ବି.ସି ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ଅଣବୈଷୟିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାର ନିଷ୍ପତି ନେଇଛନ୍ତି। ଯାହାକୁ ସେ ଐତିହାସିକ ପଦକ୍ଷେପ ବୋଲି ଦାବି କରୁଛନ୍ତି ତାହା ଏକ ମିଛ ଛଳନା ଓ ବାହସ୍ପଟ ଛଡା ଅନ୍ୟ କିଛି ନୁହେଁ। ରାଜ୍ୟର ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ବୈଷୟିକ ଶିକ୍ଷା…
ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁରେ କଞ୍ଚା ପଣସକୁ ପାରିବା ଭାବରେ ବ୍ୟବହାର କରାଯାଏ। କିଛି ଲୋକ କଞ୍ଚା ପଣସକୁ ବହୁତ ପସନ୍ଦ କରନ୍ତି। କାରଣ କଞ୍ଚା ପଣସର ସ୍ୱାଦ ବହୁତ ଭଲ। ଯଦିଓ କିଛି ଲୋକ କଞ୍ଚା ପଣସର ସ୍ୱାଦ ପସନ୍ଦ କରନ୍ତି ନାହିଁ। କିଛି ଲୋକଙ୍କୁ କଞ୍ଚା ପଣସର ସ୍ଵାଦ ମଟନ୍ ପରି ଲାଗିଥାଏ। କଞ୍ଚା ପଣସ ହେଉଛି ଏପରି ଏକ ପରିବା, ଯାହା କେବଳ ସ୍ୱାଦିଷ୍ଟ ନୁହେଁ। ବରଂ ଅନେକ ପୁଷ୍ଟିକର ଖାଦ୍ୟରେ ମଧ୍ୟ ପରିପୂର୍ଣ୍ଣ। କଞ୍ଚା ପଣସରୁ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରାଯାଏ। ଯେକୌଣସି ଶରୀରରେ ପୁଷ୍ଟିକର ଖାଦ୍ୟର ଅତ୍ୟଧିକ ଆବଶ୍ୟକତା ରହିଛି, ତେଣୁ କଞ୍ଚା ପଣସ ଖାଇବା ଉଚିତ୍। କେବଳ ଏତିକି ନୁହେଁ, ଆପଣ ମଧ୍ୟ ଜାଣନ୍ତି ଯେ, ଦିନ ଗଡିବା ସହିତ ଉତ୍ତାପ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, କଞ୍ଚା ପଣସ ଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। ବିଶେଷକରି ମଧୁମେହରେ ପୀଡିତ…
ଭୁବନେଶ୍ବର: ପାଖେଇଲାଣି ସାବିତ୍ରୀ ବ୍ରତ ।ଏଥର ସାବିତ୍ର ବ୍ରତ ମେ 26 ତାରିଖ ସୋମବାର ଦିନ ପଡୁଛି। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି। ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ। ସାବିତ୍ରୀ ବ୍ରତ ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ: ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: – – ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ। – କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ। – ଏହି…
ମେଷ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ତୁରନ୍ତ କୈଣସି ଲାଭ ହେବ ନାହିଁ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ରୋଗ କ୍ଷତି କରିପାରେ, ସାବଧାନ ରୁହନ୍ତୁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ। ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ। ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଶୁଭ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଅନୁକୂଳ ଅଟେ। ସମୟର ସୁଯୋଗ ନିଅନ୍ତୁ। ଲଜ୍ଜିତ ହୁଅନ୍ତୁ ନାହିଁ । ମିଥୁନ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ…
ଭୁବନେଶ୍ୱର: ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ। ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ।…
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ପାକିସ୍ତାନକୁ ତୁର୍କୀର ସମର୍ଥନ ଉପରେ କ୍ରୋଧର ପୃଷ୍ଠଭୂମିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମାକୁ “ଜାତୀୟ ସୁରକ୍ଷା” ବୋଲି ଦର୍ଶାଇ ବାତିଲ କରିଛି। X ଉପରେ ଏକ ପୋଷ୍ଟରେ, ପ୍ରମୁଖ ବିଶ୍ୱବିଦ୍ୟାଳୟ କହିଛି ଯେ ଏହା “ଜାତୀୟ ସୁରକ୍ଷା ବିଚାରକୁ ନେଇ” ତୁର୍କୀ ବିଶ୍ୱବିଦ୍ୟାଳୟ ସହିତ ଏହାର ବୁଝାମଣାପତ୍ର ସ୍ଥଗିତ ରଖିଛି। ଜେଏନୟୁ ୱେବସାଇଟ୍ ଅନୁଯାୟୀ, ଏହି ଚୁକ୍ତିନାମା ଫେବୃଆରୀ 3, 2025 ରେ ତିନି ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିଲା। ଏହା ଫେବୃଆରୀ 2, 2028 ପର୍ଯ୍ୟନ୍ତ ଜାରି ରହିବାକୁ ସ୍ଥିର କରାଯାଇଥିଲା। ହେଲେ ତୁର୍କୀର ପାକିସ୍ଥାନ ପ୍ରତି ସମର୍ଥନ ଥିବାରୁ ବିଶ୍ବବିଦ୍ୟାଳୟ ଏହି ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ମୁମ୍ବାଇର ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତି। ଏପରିକି ଏହି ସେଓକୁ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ସେହିପରି…

