Author: Samikhsya Bureau

The Samikhsya Desk: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଫୋର୍ଡଓ ସମେତ ତିନୋଟି ପରମାଣୁ ସ୍ଥାନ ଉପରେ ଆମେରିକା ଆକ୍ରମଣ କରିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଇରାନର ଫୋର୍ଡଓ, ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ସ୍ଥାନ ଉପରେ ଆମେରିକା ସଫଳତାର ସହ ଆକ୍ରମଣ କରିଛି। ଏହି ାକ୍ରମଣରେ ନିୟୋଜିତ ସମସ୍ତ ବିମାନ ଇରାନ ଆକାଶ ସୀମାରୁ ପାର ହୋଇ ଘର ବାହୁଡା ହୋଇଛନ୍ତି। ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଆକ୍ରମଣରେ GBU-57A ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର୍, ଏକ ‘ବଙ୍କର୍ ବଷ୍ଟର୍’ ବୋମା ବ୍ୟବହାର କରାଯାଇଥିଲା, ପ୍ରତ୍ୟେକ ପରମାଣୁ ଲକ୍ଷ୍ୟସ୍ଥଳ ପାଇଁ ଦୁଇଟି ନିୟୋଜିତ କରାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇରାନକୁ ଏବେ ଏହି ଯୁଦ୍ଧ ସମାପ୍ତ କରିବାକୁ ରାଜି ହେବାକୁ ପଡିବ। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଶାନ୍ତିର ସମୟ ଆସିଛି। ଆଜି…

Read More

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅପରେସନ କରାଯିବ। ତାଙ୍କର ବେକ ପାଖ ମେରୁଦଣ୍ଡରେ ଏହି ଅପରସେନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାନରେ ଏହି ଅପରେସନ କରାଯିବ। ଭାରତର ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଏହି ଚିକିତ୍ସା କରାଯିବ। ଏ ନେଇ ପୂର୍ବରୁ ନୀବନ ନିଜ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସାରା ରାଜ୍ୟରେ ସମୁହ ଦୀପଦାନ କରାଯାଉଛି। ବିଶେଷ କରି ନବୀନ ପ୍ରେମୀ ଏହି ଦୀନଦାନ କାର୍ଯ୍ୟ କରୁଛନ୍ତି। ସେ କିପରି ଶୀଘ୍ର ଚିକିତ୍ସିତ ହୋଇ ଫେରିବେ ସେ ନେଇ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଛନ୍ତି। ପୁରୀର ଶ୍ରୀମନ୍ଦିର ସମ୍ମୁଖରେ ନବୀନ ପ୍ରେମୀ ଦୀପଦାନ କରି ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି। ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ନେତୃତ୍ବରେ ବିଜେଡିର କର୍ମିମାନେ ଏହି ପ୍ରାର୍ଥନା କରିଛନ୍ତି। ସେହିପରି…

Read More

ନୂଆଦିଲ୍ଲୀ: ଆଜି ବିଶାଖାପାଟଣାର ମନୋରମ ଉପକୂଳରେ 11ତମ ଅନ୍ତର୍ଜାତୀୟ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ତାଙ୍କ ସହିତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରାୟ 2.72 ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। “ବିଶାଖାପାଟନମର ଆରକେ ବିଚ୍ ଠାରୁ ଭୀମୁନିପାଟନମ ପର୍ଯ୍ୟନ୍ତ ପ୍ରାକୃତିକ ଉପକୂଳରେ 28 କିଲୋମିଟର ବ୍ୟାପୀ, 11ତମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ତିନି ଲକ୍ଷରୁ ଅଧିକ ଯୋଗ ଉତ୍ସାହୀ – ଅଭିଜ୍ଞ ଅଭ୍ୟାସକାରୀଙ୍କଠାରୁ ଆରମ୍ଭ କରି ପ୍ରଥମ ଥର ପାଇଁ ଅଂଶଗ୍ରହଣକାରୀ ପର୍ଯ୍ୟନ୍ତ – ଏକତା ପ୍ରଦର୍ଶନ କରି ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେମାନେ ଏକ ଖୋଲା ପରିବେଶରେ ଏକକାଳୀନ ଯୋଗ ପ୍ରଦର୍ଶନ କରିଥିଲେ, ଯାହାର ଲକ୍ଷ୍ୟ ଥିଲା ଏହି ପ୍ରକାରର…

Read More

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇଜାଗ ଠାରୁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ…

Read More

ଭୁବନେଶ୍ୱର: ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ସରକାରକୁ ଆସିବାର ୧ବର୍ଷ ଭିତରେ ମହିଳା ଓ ଶିଶୁମାନଙ୍କ ଉପରେ ହିଂସା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ଚରମସୀମାରେ ପହଞ୍ଚିଛି । ପୂର୍ବ ସରକାର ସମୟରେ ଦିନକୁ ୭ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ବିଗତ ୧ ବର୍ଷ ଭିତରେ ତାହା ବିପଦଜନକ ଭାବେ ବୃଦ୍ଧିପାଇ ବର୍ତ୍ତମାନ ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମରେ ଶିକାର ହେଉଛନ୍ତି । ଆଜି ମୋଦିଙ୍କ ଓଡ଼ିଶା ଆଗମନ ଓ ସବୁକ୍ଷେତ୍ରରେ ବିଫଳ ହୋଇଥିବା ମୋହନ ମାଝୀଙ୍କ ସରକାରକୁ ଜାଲି ସାଟିଫିକେର୍ଟ ଦେଇ ତୁଛା ବାହାବାହା ନେବାର ପ୍ରୟାସକୁ ପ୍ରଦେଶ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଅନଶନ ମାଧ୍ୟମରେ ବିରୋଧ କରାଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ହେଇଥିବା ଶାନ୍ତିପୂର୍ଣ୍ଣ ଅନଶନରେ ପ୍ରଦେଶ କଂଗ୍ରେସର ତମାମ ବରିଷ୍ଠ ନେତା, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ,…

Read More

ଭୁବନେଶ୍ବର: ଓଡିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ଦୀର୍ଘ ଭାଷଣରେ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଡବଲ ଇଂଜିନ ସରକାରରେ ଡବଲ ଫାଇଦା ହେଲା ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ କେବଳ ହେଲା ତାହା ନୁହେଁ। ଓଡିଶାରେ ସୁଶାନ ଆସିବାର ଏକ ବର୍ଷ ପୂର୍ତ୍ତି ହେଲା ବୋଲି ମୋଦି କହିଥିଲେ। ସେ ଡବଲ ଇଂଜିନରେ ଡବଲ ଫାଇଦା ଉଦାହରଣ ଦେଇ କହିଥିଲେ ଯେ, ଓଡିଶାର ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ କରି ନ ଥିଲେ। ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡିଶା ଲୋକଙ୍କୁ ଡବଲ ଫାଇଦା ମିଳିଲା। କେନ୍ଦ୍ର ସରକାଙ୍କ ଆୟୁଷ୍ମାନ ଯୋଜନା ଏବଂ ରାଜ୍ୟର ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମିଶି ଡବଲ ଫାଇଦା ଦେଉଛି।…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ମେଗା ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ରୋଡ ସୋ କରିଛନ୍ତି। ଆଜି ନିର୍ଦ୍ଧାରିତ ସମୟରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରୋଡ ସୋରେ ସେ ଜନତା ମଇଦାନ ପର୍ଯ୍ୟନ୍ତ ଯାଇଥିଲେ। ଏହି ରୋଡ ସୋ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇଥିଲା। ପ୍ରଥମେ ସେ ବିମାନ ବନ୍ଦରରୁ ଗାଡି ଭିତରେ ବସି କାର କେଡରେ କିଛି ବାଟ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକେ ଭିଡ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୋଦି ଏକ ଖୋଲା ସୁସଜ୍ଜିତ ଗାଡିରେ ବସି ରୋଡ ସୋ କରିଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ। ତିନିଜଣ ଗୋଟିଏ ଗାଡିରେ…

Read More

ଭୁବନେଶ୍ବର: ଆଜି ଓଡିଶାରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ସେ ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ର ପୁସ୍ତିକା ମଧ୍ୟ ଉନ୍ମୋଚିତ କରିଛନ୍ତି। • ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ ଏହି ଯୋଜନାରେ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ ବରପୁତ୍ର ମାନଙ୍କ ଜନ୍ମସ୍ଥଳୀରେ ପୂର୍ବ ପୁରୁଷଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା, ପ୍ରତିମୂର୍ତ୍ତି ସ୍ଥାପନା କରିବା, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିବା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍‌, ଇତ୍ୟାଦି ନିର୍ମାଣ, ଗ୍ରନ୍ଥାଗାର ନିର୍ମାଣ,…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଛନ୍ତି। ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର ରହସ୍ୟ ଉପରେ ଆଲୋକପାତ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏପରିକି ଏହା ଏକ ବିଶ୍ବ ଖବର ହୋଇଯାଇଛି। କାରଣ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରି ଓଡିଶା ଆସିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଦେବା ବେଳେ ସେ ଟ୍ରମ୍ପଙ୍କ ନିମନ୍ତ୍ରଣ କଥା ଉଲ୍ଲେଖ କରିିଥିଲେ। ସେ କହିଥିଲେଯେ, ଜି 7 ବୈଠକରେ ଯୋଗଦେବାକୁ କାନାଡା ଯାଇଥିଲି। ସେଠାରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କଲେ। କହିଲେ କାନାଡା ଆସିଛି ୱାସିଂଟନ ଆସ। ଏକାଠି ଭୋଜନ କରିବା। ଏହା ଶୁଣିବା ପରେ ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେଲି। କହିଲି ନିମନ୍ତ୍ରଣ କରିଥିବାରୁ ବହୁତ…

Read More

PM Modi in Odisha: ଅପେକ୍ଷାର ଅନ୍ତ ହୋଇଛି। ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସାଂସଦ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ କଡା ସୁରକ୍ଷା ଭିତରେ ସେ ବିମାନ ବନ୍ଦର ବାହାରକୁ ଆସି ଲୋକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଉଛନ୍ତି। ରାସ୍ତାରେ ଲୋକମାନେ ତାଙ୍କ କାର ଉପରକୁ ଫୁଲ ଫିଙ୍ଗିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ଭିଡ ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚି ତାଙ୍କର ଅଭିଭାଷଣ ରଖିବେ।

Read More

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ସ୍ପଣ୍ଟଲାଇଟ ଚିକିତ୍ସା ପାଇଁ ମୁମ୍ବାଇ ଗଲେ। ସେ ପୂର୍ବରୁ ଆଜି ମୁମ୍ବାଇ ଯିବେ ଏବଂ 22 ତାରିଖରେ ଚିକିତ୍ସା ହେବ ବୋଲି ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ଏହି ଭିଡ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଶିଘ୍ର ଆରୋଗ୍ୟ ଲାଭ ପାଇଁ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଥିଲେ। ତେବେ ଏହି ଭିଡ ଭିତରେ ଅନେକ ମହିଳା କାନ୍ଦୁ ଥିବାର ଲକ୍ଷ୍ୟ କରାଯାଇଥିଲା। ନବୀନ ଘରୁ ବାହାରି ଗାଡିରେ ବସି ହାତ ହଲାଇ ହଲାଇ ବିମାନ ବନ୍ଦରକୁ ଯାଇଥିଲେ। ଏହି ସମୟରେ ନବୀନଙ୍କୁ ଦେଖି ମହିଳାମାନଙ୍କର ଆଖି ଛଳଛଳ ହୋଇଯାଇଥିଲା। ସେମାନେ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କର ପ୍ରିୟ ନବୀନ ପଟ୍ଟନାୟକ ଖୁବ ଶିଘ୍ର…

Read More

ଭୁବନେଶ୍ବର: ଆଜି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ଆଜି ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେ ନବୀନ ନିବାସରୁ ବାହାରିବା ବେଳେ ପ୍ରବଳ ଜନସମାଗମ ହୋଇପଡିଥିଲା। ସେହିପରି ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। ଭାବ ବିହ୍ବଳ ମଧ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମର୍ଥକ। ଲଙ୍ଗ ଲିଭ ନବୀନ, ଜୟ ଜଗନ୍ନାଥ ପ୍ରଭଡତି ଧ୍ବନୀରେ ସମର୍ଥକମାନେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ସେ ଶିଘ୍ର ସୁସ୍ଥ ହୋଇ ଭୁବନେଶ୍ବର ଫେରିଆସିବେ ବୋଲି ଜଗନ୍ନାଥଙ୍କ ନିକଟରେ ସମର୍ଥକମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି। ପଢନ୍ତୁ- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

Read More

ଭୁବନେଶ୍ବର: ବିଶିଷ୍ଠ ସମାଜସେବୀ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ନିରଂଜନ ରଥଙ୍କ ପରଲୋକ ହୋଇଯାଇଛି। ଗୁରୁବାର ରାତି ୧୧ଟା ବେଳେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଚାରିଦିନ ତଳେ ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ସେ ଗୁରୁତର ହୋଇପଡିଲେ ଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ନିରଂଜନ ରଥ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ। ‘ସମାଜ’ର ସମ୍ପାଦକୀୟ ପୃଷ୍ଠାରେ ‘ବେଙ୍ଗ କହେ ବେଙ୍ଗୁଲୀଲୋ…’ ସ୍ତମ୍ଭ ବେଶ୍‌ ପାଠକାଦୃତି ଲାଭ କରିଥିଲା। ସେ ମଧ୍ୟ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ ଭାବେ କାମ କରି ବେଶ୍‌ ସୁନାମ…

Read More

ଭୁବନେଶ୍ବର: ଆସନ୍ତା 22 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ ହେବ। ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଏହି ଅପରେସନ କରାଯିବ। ଏ ନେଇ ଖୋଦ ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି। ଏହି ଖବର ଜଣାପଡିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସାମାଜିକ ଗଣମାଧ୍ୟମରେ ନବୀନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଚନ୍ତି ଯେ,ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। (ଏଥିରେ ଥିବା ଫଟୋଟି ପୁରୁଣା, ଶପଥ ଗ୍ରହଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଡାକିବା ସମୟରେ ଏହାକୁ ନିଆଯାଇଛି। ବର୍ତ୍ତମାନର ଖବର ସହିତ ଏହାର କୌଣସି ସଂପର୍କ…

Read More

ଭୁବନେଶ୍ବର: ଆସନ୍ତା 20 ତାରିଖରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଦିନ ସେ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ, ସେଠାରୁ ରୋଡ ସୋ କରି ଜନତା ମଇଦାନ ଯିବେ। ଏ ନେଇ ଟ୍ରାଫିକ ବ୍ୟବସ୍ଥାରେ ବଡ କଟକଣା କରାଯାଇଛି। ସେଥିପାଇଁ ସେଦିନକୁ କଟକ ଭୁବନେଶ୍ବରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

Read More

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରଧୀଦଳର ନେତା ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ସେ ଆସନ୍ତା 20 ତାରିଖରେ ମୁମ୍ବାଇ ଗସ୍ତ କରିବେ ଏବଂ 22 ତାରିଖରେ ତାଙ୍କର ଚିକିତ୍ସା ହେବ। ସେ ମୁମ୍ବାଇର ପ୍ରଖ୍ୟାତ ହସପିଟାଲ କୋକିଳବେନ ଧିରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଚିକିତ୍ସା ବ୍ୟବସ୍ଥା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ବୁଝାବୁଝି କରୁଛନ୍ତି। ତେବେ ତାଙ୍କ ଅନୁପସ୍ଥିତରେ ବିଜେଡିର ଦୈନ୍ୟନ୍ଦିନ କଥା କିଏ ବୁଝିବ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ନବୀନ ବାହାରକୁ ଗଲେ ଦଳ ଭିତରେ ବିଦ୍ରୋହର ସ୍ବର ଉଠୁଛି। ତେବେ ଏସବୁକୁ ଧ୍ୟାନରେ ରଖି ନବୀନ ଯିବା ପୂର୍ବରୁ ସେ ନେଇ ସମସ୍ତ କାର୍ଯ୍ୟ କରିସାରିଛନ୍ତି। ଏ ନେଇ ନବୀନ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ତରଫରୁ ପ୍ରକାଶିତ ଏବଂ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ…

Read More

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ନିଜେ ନିଜର ପ୍ରଶଂସକଙ୍କୁ ଆବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା 22 ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସା ହେବି। ମୋର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଏକ ପକ୍ରିୟା ଶେଷ କରାଯିବ।  ସେ ଆହୁରି କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପରାମର୍ଶରେ ଏହି କାର୍ଯ୍ୟ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥଙ୍କ ଆର୍ଶିବାଦ ତଥା ଓଡିଶାର ଭାଇଭଉଣୀଙ୍କ ଶୁଭକାମନା ପାଇଁ ଖୁବ ଶିଘ୍ର ଫେରିଆସି ମୋର ସେବା ଜାରୀ ରଖିବି। ନବୀନ ନିଜ ସାମାଜିକ ଗଣମାଧ୍ୟମରେ ଏହା ପୋଷ୍ଟ କରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Read More

The Samikhsya Desk: ସେ ହେଉଛନ୍ତି ବିଶ୍ବର ପ୍ରତିଷ୍ଠିତ ଧନୀ ମୁକେଶ ଆମ୍ବାନୀଙ୍କ ସମୁଦି। ଅର୍ଥାତ ତାଙ୍କର ପୁଅ ମୁକେଶ ଆମ୍ବାନୀଙ୍କ ଝିଅ ଇଶାଙ୍କୁ ବିବାହ କରିଛନ୍ତି। ହେଲେ ସେ କେବେ ମୁକେଶ ଆମ୍ବାନୀଙ୍କ ସଂପର୍କିୟ ବୋଲି ପରିଚୟ ଦିଅନ୍ତି ନାହିଁ। କାରଣ ଭାରତ ଶିଳ୍ପ ଜଗତରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେ ହେଉଛନ୍ତି ଅଜୟ ଗୋପୀକିସନ ପିରାମଲ। ଭାରତର ପ୍ରତିଷ୍ଠିତ ଫାର୍ମା କଂପାନୀ ପିରାମଲର ସେ ହେଉଛନ୍ତି ଅଧ୍ୟକ୍ଷ। ଅଜୟଙ୍କ ପୁତ୍ର ଆନନ୍ଦ ପିରାମଲ ମୁକେଶ ଆମ୍ବାନୀଙ୍କ ଝିଅ ଇଷା ଆମ୍ବାନୀଙ୍କୁ ବିବାହ କରିଛନ୍ତି। ଅର୍ଥାତ ଆନନ୍ଦ ହେଉଛନ୍ତି ମୁକେଶ ଆମ୍ବାନୀଙ୍କ ଜୁଆଁଇ। ସେହି ହିସାବରେ ଅଜୟ ହେଲେ ଆମ୍ବାନୀଙ୍କ ସମୁଦି। ମୁକେଶଙ୍କ ପରି ଅଜୟ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଫାର୍ମା କଂପାନୀ ପିରାମଲ ଦେଶବିଦେଶରେ ବେଶ ନାମ କମାଇଛି। ଯାହା ପଛରେ ଅଜୟଙ୍କ ଝାଳବୁହା ପରିଶ୍ରମ ଜଡିତ ରହିଛି। ମିଡିଆ ରିପୋର୍ଟ…

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ  ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ  ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ । ଲୋକସେବା ଭବନରେ  ଅନୁଷ୍ଠିତ  ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ  କମିଶନର  ତଥା ଶାସନ ସଚିବ  ଶ୍ରୀ ଅଶ୍ୱତୀ ଏସ୍‌ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପରୋକ୍ତ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ । ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ  ପ୍ରତିରୋଧ, ପରୀକ୍ଷଣ ଓ  ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ  କରାଯାଇଛି । ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ  ବିଶୋଧନ  କରାଯାଉଛି ।  ରୋଗୀମାନଙ୍କ ସଂଖ୍ୟାରେ  ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ  ଆସୁଛନ୍ତି,…

Read More

The Samikhsya Desk: ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି। ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ…

Read More

ଭୁବନେଶ୍ବର: ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ରାଜଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ରାଜ୍ୟପାଳଙ୍କୁ ଆସନ୍ତା ପବିତ୍ର ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି।ରାଜ୍ୟପାଳ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ରଥଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି। ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆସନ୍ତା 27 ତାରିଖରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତଥା ସରକାର ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ବୈଠକ କରି ସୁରକ୍ଷା ଏବଂ ରିତିନୀତି ଉପରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବେଶ ଆଗେଇ ଚାଲିଛି। 27 ତାରିଖରେ ରଥଯାତ୍ରା ହେଉଥିବା ବେଳେ 5 ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Read More