ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଆଜି ଭୁବନେଶ୍ବରର ପିଏମଜି ଛକରେ ତୁମୁଳ କାଣ୍ଡ ଘଟିଛି। ପୋଲିସ ଏବଂ ବିଜେଡି କର୍ମିଙ୍କ ମଧ୍ୟରେ ଧସ୍ତଧସ୍ତି ଆରମ୍ଭ ହୋଇଯାଇଛି। ଫଳରେ ପୋଲିସ ପ୍ରଥମେ ପାଣି ମାଡ ଏବଂ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଫଳରେ ଆନ୍ଦୋଳନକାରୀମାନେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଛନ୍ତି। ତେବେ ଏହି ଲୁହବୁହା ବାଷ୍ପ ପ୍ରୟୋଗରେ କେତେକ ଆହତ ହୋଇଥିବାର ଜଣାପଡିଛି। ପୋଲିସ ବହୁ ବିଜେଡି ନେତା ଓ କର୍ମିଙ୍କୁ ଗିରଫ କରିଛି। ଲୋକସେବା ଭବନ ଘେରାଉ କରିବ ବୋଲି ଗତକାଲି ବିଜେଡି ଘୋଷଣା କରିଥିଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନେଇ ଏହି ଆନ୍ଦୋଳନ ହେବ ବୋଲି ଘୋଷଣା ହୋଇଥିଲା। ସେହି ଅନୁସାରେ ଆଜି ସକାଳୁ ବିଜେଡିର ବଡବଡ ନେତାଙ୍କ ସହିତ ହଜାରହଜାର କର୍ମି ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବୀ ସ୍ଲୋଗାନ କରି ଲୋକସେବା ଭବନ ଆଡକୁ ମାଡି…
Author: Samikhsya Bureau
The Samikhsya Desk: ଆଜି ବାଲେଶ୍ବରର ମୃତ ଛାତ୍ରୀଙ୍କ ବାପାଙ୍କ ସହିତ ଫୋନରେ କଥା ହେଲେ କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଏ ନେଇ ନିଜେ ରାହାୁଳ ଗାନ୍ଧୀ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ପାଇଁ କଂଗ୍ରେସ ସବୁ ପ୍ରକାରର ଲଢେଇ ଜାରୀ ରଖିବ। ତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ସବୁ ପ୍ରକାରର ପ୍ରୟାଶ ଜାରୀ ରଖିବ ବୋଲି ସେ କହିଛନ୍ତି। ରାହୁଳ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି। ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି। ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ। ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ…
ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବଦାହ ପ୍ରତିକାମୂକ ଭାବରେ ବିଜେପି କାର୍ଯ୍ୟାଳୟ ନିକଟରେ ସମାପିତ ହୋଇଥିଲା। ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଏକ ରାଲିରେ “ରାମ ନାମ ସତ୍ୟହେ, ହରିନାମ ସତ୍ୟହେ” ଉଚ୍ଚାରଣ କରି ଦୁଇଟି କୋକେଇ କାନ୍ଧେଇଥିଲେ ସେହି କୋକେଇରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଦୁଇଟି ଫ୍ଲେକ୍ସ ନିର୍ମିତ ଶବ ରଖାଯାଇଥିଲା। ସେପଟେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଶବ ତାଙ୍କ ନିଜ ଗାଁରେ ଦାହ ହେଉଥିବା ବେଳେ ଭୁବନେଶ୍ଵରରେ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବକୁ ଯୁବ କଂଗ୍ରେସ ପ୍ରତିକାତ୍ମକ ଭାବେ ଦାହ କରାଯାଇଥିଲା। ଶବଦାହର ସମସ୍ତ ବିଧୂ ଏହି କାର୍ଯ୍ୟକ୍ରମରେ ଅନୁସରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ଆମେ ମୋହନ ସରକାରର ପ୍ରତିକାତ୍ମକ ଶବଦାହ କରିଛୁ।…
The Samikhsya Desk: ଦୁଇ ଭଉଣୀ ମିଶି ପ୍ରତିଷ୍ଠା କରିଥିଲେ ଏକ ବେକରୀ ଦୋକାନ। ନାମ ଦେଇଥିଲେ ଥିଓବ୍ରୋମା ଫୁଡସ୍। ସେହି ଦୋକାନ ଯେ, ଦେଶରେ ଏକ ବଡ ବ୍ୟବସାୟ କରିବ କେହି କେବେ ଆଶା କରି ନ ଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ସେ ବେକରୀ ଚେନ କଂପାନୀକୁ କିଣି ନେଲା କ୍ରିସ କ୍ୟାପିଟାଲ ନାମିତ ଅନ୍ୟ ଏକ କଂପାନୀ। ଆଉ ତା ବଦଳରେ ସେହି କଂପାନୀ ଯେଉଁ ଅର୍ଥ ପ୍ରଦାନ କଲା ତାହା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। କ୍ରିସ କ୍ୟାପିଟାଲ ଥିଓବ୍ରୋମା ଫୁଡ ଚେନ କୁ ପ୍ରଦାନ କରିବ ୨୪୧୦୦୦୦୦୦୦୦ ଟଙ୍କା ବା ୨୪୧୦ କୋଟି ଟଙ୍କା। ଏହି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇକୋନମିକ୍ସ ଟାଇମସ। ତେବେ ସେହି ଦୁଇ ଭଉଣୀ ତାଙ୍କ ହାତରେ ରଖିଛନ୍ତି ମାତ୍ର ୧୦ ପ୍ରତିଶତ ଅଂଶଧନ। ଅର୍ଥାତ ଆଉ ନବେ ପ୍ରତିଶତକୁ କ୍ରିସ…
ଭୁବନେଶ୍ବର: ଆଜି ଅପରାହ୍ନରେ ବାଲେଶ୍ବର ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେଡି ନେତା। ଗତକାଲି ରାତିରେ ଛାତ୍ରୀଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ମୃତ ଦେବ ସତ୍କାର କରାଯାଇଛି। ଏହାପରେ ପୃଥକ ପୃଥକ ସମୟରେ ତାଙ୍କ ପରିବାରକୁ ସ୍ବାନ୍ତନା ପ୍ରଦାନ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି। କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ସ୍ଥାନୀୟ ନେତାମାନେ ମୃତ ଛାତ୍ରୀଙ୍କ ବାପା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ପ୍ରଦାନ କରିଛନ୍ତି। ଏହି ଘଟଣାରେ କଂଗ୍ରେସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି। ସେହିପରି ବିଜୁ ମହିଳା ଜନତା ଦଳରୁ ନେତ୍ରୀମାନେ ତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ପ୍ରଦାନ କରିଛନ୍ତି। ଏଥିରେ ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ବିଧାୟିକା ସୁବାସିନୀ ଜେନା ଏବଂ ଗୌତମବୁଦ୍ଧ ଦାସ ସାକ୍ଷାତ କରିଥିଲେ।
ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡି ବନ୍ଦ ଡାକରା ଦେଇଛି। କେବଳ ବାଲେଶ୍ବରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେଡି କର୍ମିମାନେ ବାଲେଶ୍ବର ବନ୍ଦ କରିବା ସହିତ ବିଭିନ୍ନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି ଭୁବନେଶ୍ବରରେ ମଧ୍ୟ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ। ହଜାରହଜାର କର୍ମି ଲୋକସେବା ଭବନ ବନ୍ଦ କରିବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି। ସରକାରଙ୍କ ଚରମ ଅବହେଳାରୁ ନ୍ୟାୟ ପାଇଁ ଲଢେଇ କରୁଥିବା ଛାତ୍ରୀ ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଲା। ସେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଟୁଇଟ କରିଥିଲେ ମଧ୍ୟ କେହି ତାହା କଥା ଶୁଣିଲେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଓଡିଶା ବନ୍ଦ ଡାକରା ଦେଇଛି। ଆସନ୍ତା ସତର ତାରିଖରେ…
ଭୁବନେଶ୍ବର: ଦୁଇଦିନିଆ ଓଡିଶାଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଓଡିଶା ଆସିଥିଲେ। ଆଜି ବିମାନ ବନ୍ଦରରେ ତାଙ୍କୁ ବିଦାୟ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ହରିବାବୁ କୁମ୍ଭମପାଟି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ମେୟର ସୁଲଚନା ଦାସ ପ୍ରମୁଖ। ଏହି ଦୁଦିନିଆ ଗସ୍ତରେ ରାଷ୍ଟ୍ରପତି ପ୍ରଥମେ ଏମ୍ସ ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଆଜି ରାଷ୍ଟ୍ରପତି କଟକ ଗସ୍ତ କରି ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ସେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକରେ ଯୋଗଦେଇଥିଲେ। ଏହି ଉତ୍ସବରେ ସେ କଳିଙ୍ଗ ରତ୍ନ ପୁରସ୍କାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ସେହିପରି ସାରଳା ସମ୍ମାନ ପୁରସ୍କାର ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ପ୍ରଦାନ କରିଥିଲେ। ଏହାପରେ…
ଭୁବନେଶ୍ବର: ନିର୍ମାତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନେତୃତ୍ୱରେ ‘ମନ୍ତ୍ରମୁଗ୍ଧ’ ଟିମ ଫ୍ଲୋରକୁ ଓହ୍ଲାଇଛି। ଭୁବନେଶ୍ୱରର ସିମ୍ଫୋନୀ ମଲରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ଆରମ୍ଭ ହେବା ପୂର୍ବରୁ ଟିମ ପ୍ରଥମେ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ‘କର୍ମ’ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏଥିରେ ଦମଦାର ଭୂମିକାରେ ଆସୁଛନ୍ତି। ‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଅଭିନେତା ସନୋଜ କୁମାର ଓ…
ଭୁବନେଶ୍ବର: ଫକୀମମୋହନ କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ପରେ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୈତିକ ଗରମ ଦେଖାଦେଇଛି। କଂଗ୍ରେସ ଆସନ୍ତା 17 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ମଧ୍ୟ କଲେଜ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି। ତେବେ ଏ ନେଇ ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ସହାୟତା ରାଶି ବୃଦ୍ଧି ଦାବୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ ପିଡିତାଙ୍କ ପରିବାରକୁ କୋଡିଏ ଲକ୍ଷ ନୁହେଁ ଦୁଇ କୋଟି ଟଙ୍କା ଦିଆଯାଉ ବୋଲି ଦାବୀ କରିଛି। ଏଥିସହିତ ଦଳ କହିଛି ଯେ, ରାଜ୍ୟରେ ବର୍ତ୍ତମାନ ଅରାଜକତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ଅଭିଯୋଗ ଶୁଣୁଛନ୍ତି। ହେଲେ ତାଙ୍କ ପାଖକୁ ଗୋଟିଏ ଝିଅ ଅଭିଯୋଗ କରିବା ପରେ ସମସ୍ତେ ଚୁପ ବସିଛନ୍ତି। ସେହିପରି ଦଳର ଅଭିଯୋଗ ଯେ, ଗତକାଲି ରାତିରେ ବିଜେପିର ନେତାମାନେ ଝିଅର ଶବକୁ…
The Samikhsya Desk: ଆଜି ଜାମ୍ମୁରୁ ଚାଲିଥିବା ଅମରନାଥ ଯାତ୍ରା ପାଇଁ ଆଉ ଏକ ୬,୩୮୮ ଜଣ ତୀର୍ଥଯାତ୍ରୀ ଦଳ ଯାତ୍ରାରେ ବାହାରିଛନ୍ତି। ଫଳରେ ତୀର୍ଥଯାତ୍ରା ଆରମ୍ଭ ହେବାର ମାତ୍ର ୧୨ ଦିନ ମଧ୍ୟରେ ପବିତ୍ର ଗୁମ୍ଫା ମନ୍ଦିରରେ ଦର୍ଶନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୨.୨୦ ଲକ୍ଷ ଅତିକ୍ରମ କରିଛି। ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ପରଠାରୁ ଏପର୍ଯ୍ୟନ୍ତ ୨.୨୦ ଲକ୍ଷରୁ ଅଧିକ ଯାତ୍ରୀ ଅମରନାଥ ଯାତ୍ରା କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଆଜି ସକାଳେ, ତୀର୍ଥଯାତ୍ରୀଙ୍କ ଏକ ନୂତନ ଦଳ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଦୁଇଟି ସୁରକ୍ଷା କାଫଲାରେ କାଶ୍ମୀର ଉପତ୍ୟକା ଅଭିମୁଖେ ବାହାରିଛି। ପ୍ରଥମ କାଫଲା, ୧୦୩ଟି ଯାନ ଏବଂ ୨,୫୦୧ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଭୋର ୩:୨୬ ରେ ବାଲତାଲ ବେସ୍ କ୍ୟାମ୍ପ ଅଭିମୁଖେ ଯାତ୍ରା କରିଛି। ଦ୍ୱିତୀୟ କାଫଲା, ୧୪୫ଟି ଯାନ ଏବଂ ୩,୮୮୭ ଜଣ ତୀର୍ଥଯାତ୍ରୀଙ୍କୁ…
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଦିବଂଗତ ଛାତ୍ରୀଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।
ଭୁବନେଶ୍ବର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ କଲେ ଛାତ୍ରୀ। ଏମ୍ସରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହର 90 ଭାଗ ପୋଡିଯାଇଥିଲା। ଗତକାଲି ରାତି 12 ଟାରେ ଡାକ୍ତରଖାନା ତରଫରୁ ମୃତ ବୋଲି ଘୋଷଣା କରାଯାଇଥିଲା। ଫଳରେ ସେଠାରେ କାନ୍ଦବୋବାଳି ପଡିଥିଲା। ତାଙ୍କୁ ଜଣେ ପ୍ରଫେସର ନିର୍ଯ୍ୟାତନା ଦେଉଛନ୍ତି ବୋଲି ସେ ସମସ୍ତଙ୍କ ଆଗରେ ଗୁହାରି କରିଥିଲେ। ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଅନୁରୋଧ କରିଥିଲେ। ହେଲେ କେହି ଶୁଣିଲେ ନାହିଁ। ଫଳରେ ସେ କଳେ ଅଧ୍ୟକ୍ଷଙ୍କ ଚ୍ୟାମ୍ବର ଆଗରେ ଆତ୍ମହୁତି ଦେଇ ଜୀବନ ତ୍ୟାଗ କରିଦେଲେ। ଗତକାଲି ରାତିରେ ଏହି ଘଟଣା ଜଣାପଡିବା ପରେ ସେଠାରେ ବିଧାୟକ ବାବୁ ସିଂ, ଇରାଶିସ ଆଚାର୍ଯ୍ୟ, ଆକାଶଦାସ ନାୟକ ପ୍ରମୁଖ ହାଜର ହୋଇଥିଲେ। ଏହି ଖବର ଜଣାପଡିବା ପରେ ସେଠାରେ ବିରୋଧୀ ଦଳରେ କର୍ମିମାନେ ହାଜର ହୋଇଗଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଲାଗିରହିଲା। ଶବକୁ ପୋଷ୍ଟମର୍ଟ୍ଟମ କରିବା ପାଇଁ…
ଭୁବନେଶ୍ବର: ତାଙ୍କ ନାମ ହେଉଛି ସଂଧ୍ୟାରାଣୀ ମାଝୀ, ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ହେଲେ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ସେ ବର୍ତ୍ତମାନ ବନିଛନ୍ତି ସରକାରୀ ମହିଳା ଡ୍ରାଇଭର। ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଯେତେ ସବୁ ଗାଡି ଅଛି ତାହାର ଡ୍ରାଇଭର ହେଉଛନ୍ତି ପୁରୁଷ। ହେଲେ ସଂଧ୍ୟା ପ୍ରଥମ ମହିଳା ଭାବେ ସରକାରୀ ଡ୍ରାଇଭର ସାଜିଛନ୍ତି। ସେ ବର୍ତ୍ତମାନ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ଖୋଦ ଉଷା ପାଢୀ ସଂଧ୍ୟାଙ୍କ ନିଯୁକ୍ତି ନେଇ ନିଜ ସାମାଜିକ ଗଣମାଧମରେ ପ୍ରକାଶ କରିଛନ୍ତି। 44 ବର୍ଷ ବୟସର ଏହି ଆଦିବାସୀ ମହିଳାଙ୍କ ଏପରି ସତସାହାସ ନେଇ ସମସ୍ତେ ବେଶ ପ୍ରସଂଶା କରୁଛନ୍ତି। ପୁରୁଷ ପ୍ରାଧ୍ୟାନ୍ୟ ବୃତ୍ତିରେ ଜଣେ ମହିଳା ପ୍ରବେଶ କରି ସେ ଏକ ନୂଆ ରେକର୍ଡ କରିଛନ୍ତି। ସଂଧ୍ୟାଙ୍କ ସ୍ବାମୀ ହେଉଛନ୍ତି ରାମରାୟ ମାଝୀ। ସେ ମଧ୍ୟ…
ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ପ୍ରାୟ ଘଣ୍ଚାଏ କାଳ ଧସ୍ତାଧସ୍ତି ହେବାପରେ ପୋଲିସ ବ୍ୟାରିକେଡକୁ ଆନ୍ଦୋଳନକାରୀ ମାନେ ଭାଙ୍ଗିଦେଇଥିଲେ। ପୋଲିସ ସେଠାରୁ ଭ୍ୟାନ ଯୋଗେ ଆନ୍ଦୋଳନକାରୀ ମାନଙ୍କୁ ଉଠାଇ ନେଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଥିଲେ ଯେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଫଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏ ସମଗ୍ର ଘଟଣାପାଇଁ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ଓଡ଼ିଶାରେ…
ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜ ର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତି ନେଇଥିଲେ। ୯୦ ଭାଗ ଶରୀର ପୋଡିଯାଇଥିବା ଉକ୍ତ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ଏମ୍ସ ହସ୍ପିଟାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।ଏହି ଘଟଣା ଓଡ଼ିଶାର ଶିକ୍ଷା,ପ୍ରଶାସନ ଓ ନାରୀ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ ବିଫଳତା…
ଶରତ ପାଇକରାୟ ଆଉ ନିର୍ବାଚନ ରାଜନୀତିରେ ସାମିଲ ହେବି ନାହିଁ। ହେଲେ ଦଳରେ ରହି ରାଜନୀତି କରିବି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବର୍ତ୍ତମାନ କୌଣସି ନିର୍ବାଚନ ନ ଥିବା ବେଳେ ସେ ହଠାତ ଏପରି କାହିଁକି ଘୋଷଣା କଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ନେତାମାନେ ନିର୍ବାଚନ ସମୟରେ ସେମାନେ ଲଢେଇ କରିବେ କି ସନ୍ୟାସ ନେବେ ବୋଲି କହିଥାନ୍ତି। ହେଲେ ଜୁଏଲଙ୍କ ମେଘ ନ ଥାଇ ଘଡଘଡି କାହିଁକି ହେଲା ବୋଲି ସାଧାରଣରେ ଆଲୋଚନା ଚାଲିଛି। 2024 ନିର୍ବାଚନରେ ଜୁଏଲ ସୁନ୍ଦରଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ କେନ୍ଦ୍ରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ନିର୍ବାଚନ ପ୍ରଚାର ବେଳେ ଏହା ମୋର ଶେଷ ନିର୍ବାଚନ ବୋଲି ସେ କେବେ କେଉଁଠି ଘୋଷଣା କରି ନାହାଁନ୍ତି। ଏହା କରିଥିଲେ ବୋଧହୁଏ ତାଙ୍କ ପ୍ରତି ଭୋଟରଙ୍କ ଆଗ୍ରହ ଆହୁରି ବୃଦ୍ଧି ପାଇଥାଆନ୍ତା।…
ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ। ଗତକାଲି ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିପଦ ମୁକ୍ତ ହୋଇପାରି ନାହାଁନ୍ତି। ତାଙ୍କୁ ଚିକିତ୍ସା କରିବା ପାଇଁ ଏମସରେ ଏକ ଡାକ୍ତରି ଦଳ ଗଠନ କରାଯାଇଛି। ହେଲେ ଛାତ୍ରୀଙ୍କ ଅବସ୍ଥାରେ କୌଣସି ସୁଧାର ଆସିପାରି ନାହିଁ। ଏପଟେ ରାଜ୍ୟ ସରକାର କହିଛନ୍ତି ଯେ, ଯଦି ଛାତ୍ରୀଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ତେବେ ତାଙ୍କୁ ଏୟାର ଲିଫ୍ଟ କରାଯିବ। ଏ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। ହେଲେ ସେପଟେ ଛାତ୍ରୀଙ୍କ ଯେପରି ଅବସ୍ଥା ସେଥିରେ ଏୟାର ଲିଫ୍ଟ କରିବା ସମ୍ଭବ ନୁହେଁ ବୋଲି ଜଣାପଡିଛି। ଗତକାଲି କଲେଜର ଜଣେ ସହକାରୀ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି କଲେଜ ଅଧ୍ୟକ୍ଷ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ହେଲେ କେହି…
ଭୁବନେଶ୍ବର: ଶେଷରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ। ଆଜିଠାରୁ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଧରିବେ। ଏ ନେଇ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯାଇଛି। କୁହାଯାଇଛି ଯେ, ସରକାରଙ୍କ ସହିତ ସାତ ଦଫା ଦାବୀ ସଂପର୍କରେ ଆଲୋଚନା ଫଳପ୍ରଦ ହୋଇଛି। ସେଥିପାଇଁ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରାଯାଇଛି। ଗତ 8 ତାରିଖରୁ ଓଡିଶା ଡ୍ରାଇଭର ସଂଘ ସାତ ଦଫା ଦାବୀ ନେଇ ଧାରଣା ଦେଇଥିଲା। ହେଲେ ରାହୁଳ ଗାନ୍ଧୀଙ୍କ ଗସ୍ତ ସମୟରେ ଗାଡି ଛାଡିବା ଘଟଣା ତାଙ୍କୁ ବିବାଦୀୟ କରିଦେଇଥିଲା। ଏହାପରେ ଘରୋଇ ବସ ଡ୍ରାଇଭର ସଂଘ ଏହି ଆନ୍ଦୋଳନରୁ ଓହରିଯାଇ ବସ ଚଳାଚଳ କରାଯାଇଥିଲା। ଏ ସବୁ ବିବାଦ ଭିତରେ ଏବେ ସଂଘ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛି।
ଭୁବନେଶ୍ବର: ନିକଟରେ ୱାକଫ ବିଲକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। କାରଣ ବିଜେଡି ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା। ହେଲେ ପରବର୍ତ୍ତି ସମୟରେ କଣ ହେଲା କେଜାଣି ଭୋଟ ପୂର୍ବରୁ ବିବେକାନୁମୋଦିତ ଭୋଟ ଦେବାକୁ କୁହାଗଲା। ଫଳରେ ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ବିଜେଡି ସାଂସଦ ମୁନ୍ନା ଖାନ। ତେବେ ରାଜ୍ୟସଭାର ଅଫିସିଆଲ ଭର୍ସନ ଅଫ ଡିବେଟ ରିପୋର୍ଟ ପ୍ରକାଶ ପାଇବା ପରେ କଣ ସତ ତାହା ସ୍ପଷ୍ଟ ହୋଇଛି। ରିପୋର୍ଟ ଅନୁସାରେ ବିଜେଡିର ସାତ ସାଂସଦ ମଧ୍ୟରୁ ପାଞ୍ଚଜଣ ବିଲ ସପକ୍ଷରେ ଭୋଟ ଦେଇଛନ୍ତି। ସେମାନେ ହେଲେ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି। ସେହିପରି ବିଲ ବିରୋଧରେ ଭୋଟ ଦେଇଛନ୍ତି ମୁନ୍ନା ଖାନ। ଏହି ଭୋଟ ଦାନରୁ ବିରତ ରହିଥିଲେ ଅନ୍ୟତମ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।
ଭୁବନେଶ୍ବର: ବହୁଦିନ ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ। ଆଜି ସାମ୍ବାଦିକ ସମ୍ମିଳନୀ କରେ ସେ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି। ବିଜେଡିର ବଡବଡ ନେତା କୁଆଡେ ତାଙ୍କୁ ଫସାଇ ଦେଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ ସେ ନାଁ ନେଇ ବବି ଦାସ, ମାନସ ମଙ୍ଗରାଜ ଏବଂ କରର୍ପୋରେଟର ଅମରେଶ ଜେନା ଫସାଇଦେଲେ ବୋଲି କହିଛନ୍ତି। କେବଳ ନେତା ନୁହଁନ୍ତି ତାଙ୍କ ଇସାରାରେ ପୋଲିସ ଅଧିକାରୀ ମଧ୍ୟ ମୋତେ ଫସଇବା କାମରେ ଲାଗିଥିଲେ। ଏପରିକି ମୋର ସ୍ଥିତି କଣ ତାହା ଦେଖିବା ପାଇଁ ସେହି ପୋଲିସ ଅଧିକାରୀ ଜେଲ ଭିତରକୁ ନିୟମିତ ଯାଉଥିଲେ ବୋଲି ଅର୍ଚ୍ଚନା ଅଭିଯୋଗ କରିଛନ୍ତି। ସେମାନେ ମୋତେ ବିଷ ଇଂଜେକସନ ଦେଇ ହତ୍ୟା ଉଦ୍ୟମ କରୁଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଏହି ଅଭିଯୋଗ ପରେ ବିଜେଡି ନେତା କିମ୍ବା ପୋଲିସ ଅଫିସରଙ୍କ କୌଣସି ପ୍ରତିକ୍ରିୟା…
ଭୁବନେଶ୍ବର: ସୁସ୍ଥ ହୋଇ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ହଜାର ହଜାର ସମର୍ଥକ ତାଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ନବୀନ ପଟ୍ଟନାୟକ ସ୍ବାଗତଂ କରି ବିଜେଡି କର୍ମି ଓ ନେତା ପାଛୋଟି ନେଇଥିଲେ। ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର 22 ତାରିଖରେ ଛୋଟିଆ ଅପରେସନ କରାଯାଇଥିଲା। ଏହାପରେ ସେ ସେଠାରେ ରହି ଫିଜିଓଥେରାପି କରୁଥିଲେ। ଆଜି ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଓଡିଶା ଫେରି ଆସିଛନ୍ତି। ଏହାପରେ ସେ କିଛି ଦିନ ଘରେ ବିଶ୍ରାମ କରିବେ ବୋଲି ଜଣାପଡିଛି।

