ଭୁବନେଶ୍ବର: ବହୁ ବାଦବିବାଦ ପରେ ପୁଣି ଥରେ ବିଜେପି ମନମୋହନ ସାମଲଙ୍କ ଉପରେ ଭରସା କରିଛି। ଗତକାଲି ସେ ସଭାପତି ହେଲେ ବୋଲି ବିଧବଧଭାବେ ଘୋଷଣା କରାଯାଇଛି। ଫଳରେ ବିଭିନ୍ନ ନେତାମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ମନମୋହନ ମଧ୍ୟ ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ ଗତକାଲି ପୁରୀ ଗସ୍ତ କରିଥିଲେ। ସଭାପତି ହେବା ପରେ ତାଙ୍କ ସମ୍ମୁଖରେ େରହିଛି ଏକ ବଡ ଚ୍ୟାଲେଞ୍ଜ। ଗତ ବିଧାନସଭା ନିର୍ବାଚନରେ ସେ ଯେପରି ନେତୃତ୍ବ ନେଇଥିଲେ ସେହିପରି ଆସନ୍ତା ପଞ୍ଚୟାତ ଏବଂ ପୌର ନିର୍ବାଚନ ତାଙ୍କ ମୁଣ୍ଡ ଉପରେ। ତାଙ୍କ ନେତୃତ୍ବରେ ବିଜେପି ତୃଣମୂଳ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବ। ବିଧାନସଭା ପରି ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଭଲ କରିବ ବୋଲି କର୍ମୀମାନେ ଆଶା ରଖିଛନ୍ତି। ତେବେ ଏସବୁ ଭିତରେ ଖୋଦ ମନମୋହନଙ୍କ ଭାଗ୍ୟରେ କଣ ଅଛି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। କାରଣ ରାଜ୍ୟରେ…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁରେ କଞ୍ଚା ପଣସକୁ ପାରିବା ଭାବରେ ବ୍ୟବହାର କରାଯାଏ। କିଛି ଲୋକ କଞ୍ଚା ପଣସକୁ ବହୁତ ପସନ୍ଦ କରନ୍ତି। କାରଣ କଞ୍ଚା ପଣସର ସ୍ୱାଦ ବହୁତ ଭଲ। ଯଦିଓ କିଛି ଲୋକ କଞ୍ଚା ପଣସର ସ୍ୱାଦ ପସନ୍ଦ କରନ୍ତି ନାହିଁ। କିଛି ଲୋକଙ୍କୁ କଞ୍ଚା ପଣସର ସ୍ଵାଦ ମଟନ୍ ପରି ଲାଗିଥାଏ। କଞ୍ଚା ପଣସ ହେଉଛି ଏପରି ଏକ ପରିବା, ଯାହା କେବଳ ସ୍ୱାଦିଷ୍ଟ ନୁହେଁ। ବରଂ ଅନେକ ପୁଷ୍ଟିକର ଖାଦ୍ୟରେ ମଧ୍ୟ ପରିପୂର୍ଣ୍ଣ। କଞ୍ଚା ପଣସରୁ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରାଯାଏ। ଯେକୌଣସି ଶରୀରରେ ପୁଷ୍ଟିକର ଖାଦ୍ୟର ଅତ୍ୟଧିକ ଆବଶ୍ୟକତା ରହିଛି, ତେଣୁ କଞ୍ଚା ପଣସ ଖାଇବା ଉଚିତ୍। କେବଳ ଏତିକି ନୁହେଁ, ଆପଣ ମଧ୍ୟ ଜାଣନ୍ତି ଯେ, ଦିନ ଗଡିବା ସହିତ ଉତ୍ତାପ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, କଞ୍ଚା ପଣସ ଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। ବିଶେଷକରି ମଧୁମେହରେ ପୀଡିତ…
The Samikhsya Desk: ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି। ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ…
ମେଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ବୃଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ମିଥୁନ: – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ ।…
ଭୁବନେଶ୍ବର: ଆସନ୍ତାକାଲି ଦେଶର ଦଶଟି ଶ୍ରମିକ ସଂଗଠନ ଦେଶ ବ୍ୟାପି ହରତାଳ ଡାକରା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ 17 ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।ଏଥିରେ ଶ୍ରମିକ ସଂଗଠନଗୁଡିକ ନିଜ ଅଞ୍ଚଳର ବିଭିନ୍ନ ଅଫିସ, ବ୍ଲକ, ତହସିଲ, ସବଡିଭିଜନ ପ୍ରଭୃତି ସ୍ଥାନରେ ଏହି ହରତାଳ କରାଯିବ। ଏଥିରେ ଯେଉଁମାନେ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି ସେମାନେ ହେଲେ ଆଇଏନୟୁଟିସି, ଆଇୟୁଟିସି, ଏସଏଚଏମ, ସିଟୁ ପ୍ରମୁଖ ଅଛନ୍ତି। ମୁଖ୍ୟତଃ ପୁରୁଣା ପେନସନ ପଦ୍ଧତିକୁ ଲାଗୁ କରିବା, ଚାରି ଶ୍ରମିକ କୋଡ ବାତିଲ, ସର୍ବନିମ୍ନ ମାସିକ ମଜୁରୀ 26 ହଜାରଟଙ୍କା କରିବା ପ୍ରଭୃତି ରହିଛି। ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି।
ବଡବିଲ: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ଭାରତୀୟ ଖଣି ବ୍ୟୁରୋ (IBM) ସୋମବାର ଦିନ ଓଡ଼ିଶାରେ JSW ଷ୍ଟିଲର ନାରାୟଣପୋଶି ଲୁହା ଏବଂ ମାଙ୍ଗାନିଜ ଖଣିକୁ ଏହି ବିଶିଷ୍ଟ 5-ତାରା ପୁରସ୍କାର ପ୍ରଦାନ କରିଛି। ଏହି ମାନ୍ୟତା ସ୍ଥାୟୀ ବିକାଶ, ପରିବେଶଗତ ପରିଚାଳନା ଏବଂ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ ଖଣିର ଉଦାହରଣୀୟ ପ୍ରଦର୍ଶନକୁ ପ୍ରତିଫଳିତ କରେ। ଜୟପୁରର ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ 5-ତାରା ଏବଂ 7-ତାରା ମୂଲ୍ୟାଙ୍କିତ ଖଣିଗୁଡ଼ିକୁ ସମ୍ମାନିତ କରିବା ପାଇଁ IBM ସମ୍ବର୍ଦ୍ଧନା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। JSW ଷ୍ଟିଲ ଲିମିଟେଡର ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ନିଯୁକ୍ତ ଅତିରିକ୍ତ ନିର୍ଦ୍ଦେଶକ ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଗଜରାଜ ସିଂହ ରାଠୋର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ଠାରୁ କମ୍ପାନୀ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ…
NiladriBije: ଆଜି ମହାପ୍ରଭୃ ନଅ ଦିନିଆ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବିଜେ କରିବେ। ଆଜି ହେଉଛି ରଥଯାତ୍ରାର ଶେଷ ଦିନ। ଆଜି ରଥାଋଢ ଶ୍ରୀଜୀୟୁ ପହଣ୍ଡି ବିଜେ କରି ଶ୍ରୀମନ୍ଦିର ଗମନ କରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ 4 ଟା ବେଳେ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହେବ। ଏହା ରାତି ଦଶଟା ପର୍ଯ୍ୟନ୍ତ ଚାଲିବ। ଆଜି ମଧ୍ୟ ଭକ୍ତଙ୍କ ଭିଡ ବଢିବାର ସମ୍ଭାବନା ରହିଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଶେଷ କରି ଟ୍ରାଫିକ ସମସ୍ୟା ରହୁଥିବାରୁ ବଡଦାଣ୍ଡ ତଥା ଭୁବନେଶ୍ବର ପୁରୀ ରାସ୍ତାସାରା ଟ୍ରାଫକ ପୋଲିସ ମୁତୟନ କରାଯାଇଛି।
ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ। ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।
ଭୁବନେଶ୍ବର: ବର୍ତ୍ତମାନ ଚାରିଆଡେ ରଥଯାତ୍ରାର ମାହୋଲ। କେବଳ ଓଡିଶା କାହିଁକି ଦେଶ ବିଦେଶରେ ଚାଲିଛି ରଥଯାତ୍ରା। ହେଲେ ଓଡିଶାର ଏମିତି ଏକ ସ୍ଥାନରେ ରଥଯାତ୍ରା ହେଉଛି ଯେଉଁଠାରେ ସାମିଲ ହୋଇଛନ୍ତି ଭାରତର ଜଣେ କୋଟିପତି ମହିଳା ଭକ୍ତ। କେବଳ କୋଟିପତି କାହିଁକି ତାଙ୍କ ପରିବାରିକ ବ୍ୟବସାୟ କଥା ଯଦି ଚିନ୍ତା କରାଯାଏ ତେବେ ତାହା ହେବ 1230 କୋଟି ଟଙ୍କା। ଆମେ କହୁଛୁ ଅନୁଗୁଳ ଜିନ୍ଦଲ କଂପାନୀ କ୍ୟାମ୍ପସରେ ଥିବା ଜଗନ୍ନାଥ ମନ୍ଦିରର ରଥଯାତ୍ରା କଥା। ଆଉ ମହାପ୍ରଭୃଙ୍କୁ ଯେ କାନ୍ଦରେ ଧରି ରଥ ନିକଟକୁ ଯାଉଛନ୍ତି ସେ ହେଉଛନ୍ତି ସାଲ୍ଲୁ ଜିନ୍ଦଲ। ପ୍ରତିଷ୍ଠିତ Jindal Steel & Power କଂପାନୀର ଅଧ୍ୟକ୍ଷ Navin Jindal ଙ୍କ ଧର୍ମପତ୍ନୀ Shallu Jindal। ସେ ବର୍ତ୍ତମାନ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଅଛନ୍ତି। ଏଥିସହିତ ସେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଅଛନ୍ତି। ସାଲ୍ଲୁ ଜିନ୍ଦଲ ହେଉଛନ୍ତି ଭାରତର ପ୍ରଖ୍ୟାତ ଧନୀ…
ପୁରୀ: ଆଜି ସଂଧ୍ୟାରେ ତିନି ରଥରେ ମହାପ୍ରଭୃଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି। ତିନି ରଥରେ ତିନିଟି ଲେଖାଏଁ ହିସାବରେ ମୋଟ ନଅଟି ମାଟି ହାଣ୍ଡିରେ ପଣା ରଖି ଲାଗି କରାଯାଇଥିଲା। ଏହାପରେ ପଣା ଭର୍ତ୍ତି ସେହି ହାଣ୍ଡିଗୁଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଫଳରେ ରଥସାରା ସୁବାଶିତ ପଣା ବିଛେଇ ହୋଇ ଢାଳି ହୋଇଥିଲା। ରଥରେ ଏହି ପରଂପରା ବହୁ ପ୍ରାଚୀନ ଯୁଗର ହୋଇଆସୁଛି। ଏହା ମହାପ୍ରଭୃଙ୍କ ରଥଯାତ୍ରାର ଏକ ବିଧି। ଏହି ପଣାହାଣ୍ଡି ଭାଙ୍ଗିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରିବା। ସେମାନେ ମଧ୍ୟ ପ୍ରଭୃଙ୍କ ପ୍ରସାଦ ଖାଇାବକୁ ହକଦାର। ସେଥିପାଇଁ ରଥରେ ପଣାହାଣ୍ଡି ଭାଙ୍ଗି ସେମାନଙ୍କୁ ପ୍ରଦାନ କରିବାର ବିଧି ପ୍ରଚଳିତ ରହିଛି। ଏହି ପଣା ପ୍ରସ୍ତୁତି ମଧ୍ୟ ଏକ ଭିନ୍ନ ପ୍ରକାରର। ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ,…
ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି। ସେ ଗତମାସ 20 ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ ପାଇଁ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଥିଲା। ଏହାପରେ ସେ ଧୀରେ ଧିରେ ସୁସ୍ଥ ହେବା ପରେ ଆଜି ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଛନ୍ତି। ତେବେ ଡିସଚାର୍ଯ୍ୟ ହେବା ବେଳେ ଧୀରୁଭାଇ ଆମ୍ବାନୀ ହସପିଟାଲର ଡାକ୍ତର ଓ ସେବିକା ଗଣ ତାଙ୍କୁ ବିଦାୟ ଦେଇଥିଲେ। ସମସ୍ତେ ଧାଡି ବାନ୍ଧି ଛିଡା ହୋଇଥିବା ବେଳେ ନବୀନ ସମସ୍ତଙ୍କ ସହିତ ହ୍ୟାଣ୍ଡସେକ କରି ଧନ୍ୟବାଦ ଦେଉଥିଲେ। ନବୀନ ହସପିଟାଲରୁ ଡିସଚାର୍ଯ୍ୟ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ଓଡିଶା ଆସିପାରିବେ ନାହିଁ। କାରଣ ଗୋଟିଏ ସପ୍ତାହ ଧରି ତାଙ୍କର ସେଠାରେ ଫିଜିଓଥେରାପି କରାଯିବ। ସପ୍ତାହ ପରେ ସେ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
ଝାରସୁଗୁଡା: ଦୀର୍ଘଦିନ ଧରି ହୋଇଥିବା ଲଗାଣ ବର୍ଷା କାହାର କଣ କ୍ଷତି କରିଛି ତାହା ଭିନ୍ନ କଥା। ହେଲେ ଝାରସୁଗୁଡା ଜିଲ୍ଲା ବହୁ ଲୋକଙ୍କ ପାଇଁ ଆଣିଦେଇଛି ଅନ୍ୟ ଏକ ସମସ୍ୟା। ତାହା ହେଲା ଜମା ହୋଇ ରହିଥିବା ଶିଳ୍ପ ପାଉଁଶ ଭାସି ଆସି ବିଭିନ୍ନ ଗାଁ ଭିତରେ ପଶିଯାଇଛି। ଯାହାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ବିଜେଡି ନେତ୍ରୀ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନଂ ୪୯ ରେ ଜମା ହୋଇଥିବା ପାଉଁଶ ଗଦା ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ତାଲପଟିଆ ଗ୍ରାମରେ ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ସବୁ ଅସୁବିଧା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଦୁର୍ଭାଗ୍ଯଜନକ। ଏହି ଅଭିଯୋଗ କରି ସେ…
ଭୁବନେଶ୍ବର: ଆଜି ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନନାୟକ। ଗତମାସ 22 ତାରିଖରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯାଇଥିଲା। ଭାରତର ପ୍ରଖ୍ୟାତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ବାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ। ସେ ହସପିଟାଲରୁ ଡିସଚାର୍ଯ୍ୟ ହେବା ପରେ ମୁମ୍ବାଇରେ ଗୋଟିଏ ସପ୍ତାହ ଅବସ୍ଥାନ କରିବେ। କାରଣ ତାଙ୍କର ଫିଜିଓଥେରାପି ଚାଲିବ। ଏହା ପ୍ରାୟ ଗୋଟିଏ ସପ୍ତାହ କିମ୍ବା ତାହାଠାରୁ ଅଧିକ ଦିନ ଲାଗିବ। ସେଥିପାଇଁ ସେ ଏବେ ଓଡିଶା ଆସିପାରିବେ ନାହିଁ ବୋଲି ଜଣାପଡିଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶା ମତ୍ସ୍ୟଚାଷ ସେବା ଏବଂ ଓଡିଶା ଉଦ୍ୟାନ କୃଷି ସେବା କ୍ୟାଡରର ବିଭିନ୍ନ ପଦବୀ ଗୁଡିକର ପୁର୍ନବିନ୍ୟାସ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ୨ଟି ସେବା କ୍ୟାଡରରେ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ମତ୍ସ୍ୟଚାଷ ସେବା କ୍ୟାଡରର ସମୁଦାୟ ପଦବୀ ସଂଖ୍ୟା ୮୩୫କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ପଦବୀ ସଂଖ୍ୟା ୬୧୮ ଥିଲା। ଏହାଦ୍ୱାରା ୨୧୭ଟି ନୂତନ ପଦବୀ ସୃଷ୍ଟି ହୋଇଛି। ମତ୍ସ୍ୟ ସେବା କ୍ୟାଡରର ଅଧିକାଂଶ ପଦବୀ ଗୁଡିକ କ୍ଷେତ୍ରସ୍ତରରେ ରହିଥାଏ। ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରି ୨୦୩୬ ସୁଦ୍ଧା ବାର୍ଷିକ ମତ୍ସ୍ୟ ଉତ୍ପାଦନ ୩୩ ଲକ୍ଷ ମେଟ୍ରିକ୍ ଟନ ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମତ୍ସ୍ୟ ସେବା…
ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପୁଣି ଥରେ ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଥିଲା ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ। ଏହା ଅପରାହ୍ନ 3 ଟା 30 ପର୍ଯ୍ୟନ୍ତ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ସେହି ସମୟ ଭିତରେ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ଏହି ସର୍ବୋଚ୍ଚ ପଦବୀ ପାଇଁ ପ୍ରାୟ ଦୁଇତିନି ଜଣ ଆଶାୟୀଥିଲେ। ହେଲେ ସର୍ବାଗ୍ରେ ରହିଥିଲେ ମନମୋହନ ସାମଲ। ସେ ଧାରାବାହିକ ଭାବେ ଦ୍ବିତୀୟ ଥର ପାଇଁ ସଭାପତି ହେଲେ। ପୂର୍ବରୁ ସେ 1999 ରୁ 2004 ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ଥିଲେ। ଗତ ସଭାପତି ସମୟରେ ତାଙ୍କର ଦୃଢ ନେତୃତ୍ବ ଯୋଗୁଁ ବିଜେପି ପ୍ରଥମ ଥର ପାଇଁ ରାଜ୍ୟ ଶାସନକୁ ଆସିଥିଲା।…
ଭୁବନେଶ୍ବର: ଓଡିଶାରେ ଯେତେସବୁ ଜିଆଇ ଟ୍ୟାଗ ବା Geographical Indication ମିଳିଛି ତାହାକୁ ନେଇ ଭୁବନେଶ୍ବରରେ ଖୋଲିଛି ଏକ ବିକ୍ରୟ କେନ୍ଦ୍ର। ଓଡ଼ିଶାର ସମସ୍ତ ଜିଆଇ ଉତ୍ପାଦକୁ ଏଥିରେ ବିକ୍ରୟ କରାଯାଉଛ। ଯେପରିକି ସମ୍ବଲପୁରୀ ଶାଢ଼ି, ପଟ୍ଟଚିତ୍ର, ରୂପା ତାରକସି, ରସଗୋଲା, ହଳଦୀ, ରସାବଳୀ ପରି ଜିଆଇ ମାନ୍ୟତା ପ୍ରାପ୍ତ ବସ୍ତୁ ଏଠାରେ ଉପଲବ୍ଧ ହେଉଛି। ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ନିକଟରେ ନିର୍ମିତ ଏହି ବିକ୍ରୟ କେନ୍ଦ୍ରର ନାମ ହେଲା ‘ଉତ୍କଳ ଅମୃତା’। ଏପରି ଏକ ଭିନ୍ନ ବିକ୍ରୟ କେନ୍ଦ୍ରର ପରିକଳ୍ପନା କରିଛନ୍ତି ଦୁଇ ଭଉଣୀ ଅମ୍ରିତା ସାବତ ଓ ଅନିତା ସାବତ। ଏହି ଉତ୍କଳ ଅମୃତାକୁ ଉଦଘାଟନ କରିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢୀ। ବର୍ତ୍ତମାନ ସୁଦ୍ଧା ଓଡିଶାର 16 ଟି ଜିନିଷକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମସ୍ତ ଜିନିଷ ଗୋଟିଏ ସ୍ଥାନରେ ବିକ୍ରି କରିବା ପାଇଁ ଦୁଇ ସାବତ ଭଉଣୀ ନିଷ୍ପତି କରି ସୃଷ୍ଟି କଲେ…
ଭୁବନେଶ୍ବର: ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେଉଛନ୍ତି। ଗତ ତିନିଦିନ ଧରି ସାମାଜିକ ଗଣମାଧ୍ୟମରେ ଏ ନେଇ ବେଶ ଜୋରରେ ଚର୍ଚ୍ଚା ଚାଲିଛି। ଏପରିକି କେତେକ ବରିଷ୍ଠ ସାମ୍ବାଦିକ ମଧ୍ୟ ବିଭିନ୍ନ ସୁତ୍ରରୁ ମନମୋହନ ସଭାପତି ହେବା ନିଶ୍ଚିତ ବୋଲି କହିଛନ୍ତି। ଫଳରେ ରାଜ୍ୟ ସଭାପତି ଦୌଡରେ ତାଙ୍କ ପଲ୍ଲା ବେଶ ଭାରୀ ରହିଛି ବୋଲି ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ନିରବ ରହିଛନ୍ତି ବୋଲି କେତେକ ମଧ୍ୟ ଲେଖିଛନ୍ତି। ତେବେ ଭିତିରଆ ସୁତ୍ର ଅନୁସାରେ ମନମୋହନ କୁଆଡେ ସଭାପତି ହେବେ ବୋଲି ନିଷ୍ପତି କରାଯାଇଛି। ସେଥିପାଇଁ ସେ ଆଜି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ। ତାଙ୍କୁ ସଭାପତି କରିବା ପାଇଁ ଏକ ବଡ ଗୋଷ୍ଠୀ କିଆଡେ ବେଶ ଲବି ଚଳାଇଛନ୍ତି। କାରଣ ହେଲା ତାଙ୍କର ସଭାପତିତ୍ବ ବଳରେ ଓଡିଶାରେ ବିଜେପି ସରକାର ଗଠନ କଲା। ବିଜେଡି ବିଜେପି…
ପୁରୀ: ଆଜି ସଂଧ୍ୟାରେ ତିନି ରଥରେ ପାଳିତ ହେବ ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମୋଟ ନଅ ଟି ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯିବ।ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖି ଏହି ନୀତି କରିବୋ। ଏହାପରେ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ। ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର…
ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଆଜି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି । ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ଯ୍ୟକରିଥିଲେ । ଏତଦଭିନ୍ନ ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟକରିଥିଲେ। କୋରାପୁଟ ପୌରାଞ୍ଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ । ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ଅଳକା…
ପୁରୀ: ମହଣ ମହଣ ସୁନାରେ ଝଲସୁଛନ୍ତି ତିନିଠାକୁର। ଆଜି ମହାପ୍ରଭୃଙ୍କ ସୁନାବେଶ ଥିବାରୁ ଲକ୍ଷଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହୋଇଛି। ରଥ ଚାରିପଟେ କର୍ଡନ ମାଧ୍ୟମରେ ଭକ୍ତମାନେ ବୁଲିବୁଲି ତିନିଠାକୁରଙ୍କ ସୁନା ବେଶକୁ କରୁଛନ୍ତି ଦର୍ଶନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ, ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଥିଲା। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶ ରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଆଜି ରାତ୍ର ୧୧.୦୦ ଘଟିକା ଯାଏଁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୃ।
ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଆଜିର ଦିନକୁ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଥିଲେ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦେଇଥାଏ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ କେତେଜଣ ମହାମନୀଷୀ ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବାଦର ଉତ୍ଥାନ କରି ଦେଶ ମାତୃକାର ସେବା ପାଇଁ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ। ସେ କେବଳ ଜଣେ ଶିକ୍ଷାବିତ୍ ନ ଥିଲେ ବରଂ ଏକ…

