ଭୁବନେଶ୍ବର: ଆସନ୍ତା ଜୁଲାଇ ୭ ତାରିଖ ସୋମବାର ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଗତ ୩୦.୦୬.୨୦୨୫ ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଜୁନ୍ ୩୦ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ ପତ୍ର ସହ ନିର୍ଦ୍ଧାରିତ ୟୁନିଟ୍-୨, ଅଶୋକନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ( କ୍ୟାପିଟାଲ ନର୍ସରୀ) ଠାରେ ଜନ ଶୁଣାଣି ପାଇଁ ଉପସ୍ଥିତ ରହିବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ।
Author: Samikhsya Bureau
ପୁରୀ: ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା। ପୂର୍ବରୁ ଅପରାହ୍ନ ଚାରିଟାରେ ରଥ ଟଣାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଆଜି ଅପରାହ୍ନ ତିନିଟାରେ ରଥଟଣା ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ତିନି ରଥରେ ଛେରା ପହଁରା ଆରମ୍ଭ କରିଥିଲେ। ତାହା ଶେଷ ହେବା ପରେ ଅପରାହ୍ନ ତିନିଟାରେ ପ୍ରଭୃ ବଳଭଦ୍ରଙ୍କୁ ରଥ ଟଣା ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ପ୍ରଭୃ ବଳଭଦ୍ର ମାଉସୀମା ମନ୍ଦିରରେ ପୋଡ ପିଠାଖାଇ ଆଗକୁ ଯାଇଥିବା ବେଳେ ମା ସୁଭଦ୍ରା ମଧ୍ୟ ସେହିପରି ପିଠାଖାଇ ଆଗକୁ ଯାଇଛନ୍ତି। ଜଗତରନାଥ ଜଗନ୍ନାଥ ରଥ ମଧ୍ୟ ମାଉସୀମା ମନ୍ଦିର ପାଖାପାଖି ହୋଇସାରିଲାଣି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଜି ଶ୍ରୀମନ୍ଦିର ସମ୍ମୁଖରେ ନିର୍ଦ୍ଧାରିତ ସମୟରେ ତିନି ରଥ ପହଞ୍ଚିଯିବେ।
ପୁରୀ: ଆଜି ମହାପ୍ରଭୃ ତାଙ୍କର ରତ୍ନବେଦୀକୁ ବାହୁଡିବେ। ଜନ୍ମବେଦୀରୁ ଯିବେ ରତ୍ନବେଦୀ। ସେଥିପାଇଁ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବାହୁଡା ଯାତ୍ରା ପ୍ରସ୍ତୁତି। ସକାଳୁ ସମସ୍ତ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୃଙ୍କ ବାହୁଡିବା କାର୍ଯ୍ୟ। ପ୍ରଥମେ ବଡ ଭାଇ ବଳଭଦ୍ର ଏବଂ ଏହାପରେ ମା ସୁଭଦ୍ରା ପହଣ୍ଡି ବିଜେ କରି ରଥାଋଢ ହୋଇସାରିଛନ୍ତି। ଏହାପରେ ପ୍ରଭୃ ଜଗନ୍ନାଥ ଟାହିଆ ହଲାଇ ହଲାଇ ରଥ ଆଡକୁ ଅଗ୍ରସର ହେଉଛନ୍ତି। ତିନିଠାକୁର ରଥ ବିଜେ ହେବା ପରେ ଆରମ୍ଭ ହେବ ଛେରା ପହଁରା ନୀତି। ଏହାପରେ ଚାରମାଳ କଢାଯାଇ ରଥଟଣା କାର୍ଯ୍ୟ କରାଯିବ। ଏହାପରେ ରଥ ଉପରେ ସିହଂଦ୍ବାର ନିକଟରେ ମହାପ୍ରଭୃ ଭକ୍ତଗଣଙ୍କୁ ଦର୍ଶନ ଦେବେ। ଆସନ୍ତାକାଲି ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ।
The Samikhsya Desk: ସେ କେରଳର ଜଣେ ଚାଷୀର ପୁଅ, ନାମ ତାଙ୍କର କେ ପି ହର୍ମିସ୍। ସେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଓକିଲାତି କରୁଥିଲେ। ହେଲେ ଦେଖିଲେ ତାଙ୍କ ରାଜ୍ୟର ଏକ ବ୍ୟାଙ୍କ ଦେବାଳିଆ ହୋଇଗଲାଣି। ମୁଖ୍ୟତଃ ପରିଚାଳନା ଗତ ତୃଟି ପାଇଁ ତାହା ବୁଡିଯିବାକୁ ବସିଲାଣି। ସେହି ବ୍ୟାଙ୍କର ନାମ ହେଉଛି ଟ୍ରାଭେନକୋର ଫେଡରାଲ ବ୍ୟାଙ୍କ। କଣ ହେଲା କେଜାଣି ହର୍ମିସ୍ ସେହି ବ୍ୟାଙ୍କରେ ଟଙ୍କା ଲଗାଇବା ପାଇଁ ଇଚ୍ଛା କଲେ। ସେତେବେଳେ ତାଙ୍କୁ ସମସ୍ତେ ମନା କଲେ। ହେଲେ ସେ କାହା କଥା ଶୁଣିଲେ ନାହିଁ। ଲୋକେ ତାଙ୍କୁ ପାଗଳା ବୋଲି କହିଲେ। ତଥାପି ସେ ସେହି ବ୍ୟାଙ୍କର ଅଧାରୁ ଅଧିକ ଅଂଶ ଧନ କିଣି ନେଲେ। ଫଳରେ ସେହି ବ୍ୟାଙ୍କ ତାଙ୍କ ନିୟନ୍ତ୍ରଣକୁ ଚାଲିଆସିଲା।ସେ ଦାୟିତ୍ବ ନେବା ପରେ ପ୍ରଥମେ ବ୍ୟାଙ୍କର ନାମ ପରିବର୍ତ୍ତନ କରି ରଖିଲେ କେବଳ ଫେଡରାଲ ବ୍ୟାଙ୍କ। ପରେ ନିଜର…
ଭୁବନେଶ୍ବର: ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଲକର ୨୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ ଜନନାୟକ ତଥା ଲୋକସଭାର ବିରୋଧ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ସୋରଡ଼ା ବିଧାନ ସଭାର ସରପଞ୍ଚ ଗୌଡ଼ଗୋଠ ଗ୍ରାମ ପଞ୍ଚାୟତର ସରୋଜ ମଲ୍ଲିକ, ସମିତିସଭ୍ୟ ଗୌଡ଼ଗୋଠ ଗ୍ରାମପଞ୍ଚାୟତର କାମେଶ୍ଵର ମଲ୍ଲିକ, ପୂର୍ବତନ ନାୟକ ସରପଞ୍ଚ ଗୌଡ଼ଗୋଠ ଗ୍ରାମପଞ୍ଚାୟତର ଶ୍ୟାମ ମଲ୍ଲିକ,…
ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଆଜି ବିଜେଡିର ମହିଳା ସଦସ୍ୟାଙ୍କୁ ନେଇ ମହିଳା ଥାନା ଯାଇଥିଲେ। ସେଠାରେ ସେ ମହିଳା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେ ପୋଲିସ ଅନୁରୋଧ କରିଛନ୍ତି ଯେ, ତୁରନ୍ତ ଏହି ଏତଲା ଉପରେ ପଦକ୍ଷେପ ଗ୍ରହଣ କରାଯାଉ। ତେବେ ତାଙ୍କର ଅଭିଯୋଗ ହେଉଛି ନୀଳଗିରିର ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ। ଆଉ ମାମଲା ହେଉଛି ସନ୍ତୋଷ ଲେଖାଶ୍ରୀଙ୍କ ବିରୋଧରେ ଅଶାଳିନ ଶଦ୍ଦ ପ୍ରୟୋଗ କରି ଗାଳି କରିଥିଲେ। ଏହା ତାଙ୍କର ମାନହାନି ହୋଇଛି ବୋଲି ମଧ୍ୟ ସେ ଏତଲାରେ ଦର୍ଶାଇଛନ୍ତି। ସେଥିପାଇଁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନୁରୂପ ଭାବେ ନୀଳଗିରି ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଛି। ବିଜେଡି ମହିଳା ତରଫରୁ ଏହି ଏତଲା ସନ୍ତୋଷ ଖଟୁଆଙ୍କ ବିରୋଧରେ ଦିଆଯାଇଛି।
ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ବର୍ତ୍ତମାନ ଓଡିଶା ରାଜନୀତି ହଲଚଲ ହେବାରେ ଲାଗିଛି। ବିଶେଷ କରି ବିଜେପି ଶିବିରରେ ଏହାକୁ ନେଇ ଏକ ଭିନ୍ନ ପ୍ରକାରର ବାତାବରଣ ସୃଷ୍ଟି ହୋଇଛି। ଏପରି ଏକ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଛନ୍ତି ତାହା ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛି। ଆଜି ଅପରାଜିତା କହିଛନ୍ତି ଯେ, ବିଏମସି ଅଫିସ ଭିତରେ ଯାହା ହେଲା ତାହା ଯଦି ମୋ ପୁଅ କରଥାଆନ୍ତା ତେବେ ମୁଁ ପୋଲିସକୁ ଡାକି ତାକୁ ଆରେଷ୍ଟ କର ବୋଲି କହିଥାନ୍ତି। ଫଳରେ ଜଗା ପ୍ରଧାନଙ୍କ ଗିରଫକୁ ନେଇ ଅପରାଜିତା ସନ୍ତୁଷ୍ଠ ଅଛନ୍ତି। ସେ କହିଛନ୍ତି ଯେ, ଜଗା ପ୍ରଧାନ ଆମର ସହକର୍ମୀ। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଆମ ପାଇଁ ଏହା ଯନ୍ତ୍ରଣା ଦାୟକ। ତେବେ ଏହା ମଧ୍ୟ ସେ କହିଛନ୍ତି ଯେ, ଯାହା ଭୁଲ ତାହାକୁ ଭୁଲ କହିବାର ସତସାହସ ରହିବା…
ଭୁବନେଶ୍ବର: ପୁରୀରେ ଏକ ବିଶ୍ଵ ସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ନିଷ୍ଫତ୍ତି ନେଇଛନ୍ତି।ଆଜି ଏ ନେଇ ଲୋକସେବା ଭବନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅନୁଷ୍ଠାନଗୁଡିକ ଗୋଟିଏ ପରିସରରେ ନିର୍ମିତ ହେବ। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳବଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ। ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ। ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ। ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ।…
ଭୁବନେଶ୍ବର: ଆଜି ଦିନ ତମାମ ଚାଲିଛି ବର୍ଷା। ତଥାପି ଏହି ବର୍ଷାରେ ଅଧା ଓଦା ହୋଇ ରାଜଭବନ ଯାଇଥିଲେ ବିଜେଡିର ବରିଷ୍ଠ ନେତା। ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କୁ ସାକ୍ଷାତ କରିବା ସହିତ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ବରେ ଏହି ଦଳ ଯାଇଥିଲେ। ତେବେ ସେମାନଙ୍କର ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଚଳିତ ବର୍ଷ ରଥଯାତ୍ରା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ଓ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ ସମ୍ପର୍କିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।ଏଥିସହିତ ଆଗାମୀ ବାହୁଡା ଯାତ୍ରା, ସୁନାବେଶ, ନିଳାଦ୍ରୀବିଜେ କିପରି ଭଲରେ ହେବ ସେ ନେଇ ମଧ୍ୟ ଦାବୀ କରିଛନ୍ତି। ଏଥିରେ ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଯୋଗଦେଇଥିଲେ।
ଭୁବନେଶ୍ବର: ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ଏଣିକି ଏହି ପ୍ରସିଦ୍ଧ ସହର ମହାନଗର ନିଗମ ହେବ। ଏଠାର କାଉନସିଲର କରପୋର୍ରେଟର ଏବଂ ମେୟର ରହିବେ। ଫଳରେ ପୁରୀ ପରି ଐତିହାସିକ ସହରଟିର ଉନ୍ନତି ହେବ ବୋଲି ଆଶା କରାଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡଦାଣ୍ଡରେ…
ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ମୋଂଟାନାରୁ ଆସିଥିବା ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ଦିନ ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ । ଇଣ୍ଡିଆ ଟ୍ରେକ – ୨୦୨୫ କାର୍ଯ୍ୟକ୍ରମରେ ପ୍ରତିନିଧିମଣ୍ଡଳୀ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ ଜଣାଇ ରାଜ୍ୟପାଳ ଓଡିଶାର ସମୃଦ୍ଧ ସଂସ୍କୃତି, କଳା ଏବଂ ସାମାଜିକ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ପ୍ରତିନିଧିମଣ୍ଡଳୀ ଭାରତର ବିବିଧତା ଅନୁସନ୍ଧାନ କରିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏପରି ପରିଦର୍ଶନ ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି କହିଥିଲେ। ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ରାଜଭବନ ପରିସର ପରିଦର୍ଶନ କରିଥିଲେ ଏବଂ ସେମାନଙ୍କ ଗସ୍ତ ସମୟରେ ସେମାନଙ୍କୁ ମିଳିଥିବା ଭବ୍ୟ ସ୍ୱାଗତକୁ ପ୍ରଶଂସା କରିଥିଲେ।
ଭୁବନେଶ୍ବର: ଆଜି ରାତିରେ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ସେ ଡିସିପି ଅଫିସରେ ଆତ୍ମସର୍ମପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଭୁବନେଶ୍ବର କୋର୍ଟକୁ ଫରୱାର୍ଡ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମିନା। ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ଓହରିଛି ଓଏଏସ ସଂଘ। ଏ ନେଇ ସଂଘ ତରଫରୁ ଘୋଷଣା କରାଯାଇଛି। ଆସନ୍ତାକାଲି ସେମାନେ ସମସ୍ତେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ଜଗା ପ୍ରଧାନଙ୍କ ଗିରଫ ନେଇ ଓଏଏସ ସଂଘ ଅଡିବସିଥିଲା। ଯେ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରାଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି କୁହାଯାଇଥିଲା।
ଭୁବନେଶ୍ବର: ଶେଷରେ ଆତ୍ମ ସର୍ମପଣ କରି ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ତାଙ୍କ ସମର୍ଥକଙ୍କ ଗହଣରେ ସେ ରାତିରେ ଡିସିପି ଅଫିସରେ ପହଞ୍ଚି ଆତ୍ମସର୍ମପଣ କରିଥିଲେ। ଏହାପରେ ପୋଲିସ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲ ନେଇଛି। ଏହାପରେ ତାଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡିଛି। ବିଏମସି ଅପିସରଙ୍କୁ ମାଡ ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଓଏଏସ ସଂଘ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଆସୁଥିଲେ। ଫଳରେ ସେହି ଦାବୀକୁ ଶୁଣି ଜଗନ୍ନାଥ ଏଗି ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି। ସେ ନିଜେ ଡିସିପି ଅଫିସ ଆସି ଆତ୍ମସର୍ମପଣ କରିଛନ୍ତି। ସେ କହିଛନ୍ତି ଯେ, ମୋ ପାଇଁ ରାଜ୍ୟର ଶାସନ ଅଚଳ ହୋଇପଡିଛି। ଯଦି ମୋତେ ଗିରଫ କରାଗଲା ତାହାର ସମାଧାନ ହେବ ତେବେ ସେଥିପାଇଁ ମୁଁ ପ୍ରସ୍ତୁତ ବୋଲି ଜଗନ୍ନାଥ କହିଛନ୍ତି।
ଭୁବନେଶ୍ବର: ଏକ ନାଟକୀୟ ମୋଡରେ ଭୁବନେଶ୍ବର ଡିସିପି ଅଫିସରେ ପହଞ୍ଚିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ତାଙ୍କର ସମର୍ଥକଙ୍କ ସହିତ ସେ ଡିସିପି ଅଫିସରେ ପହଞ୍ଚିଛନ୍ତି। ତେବେ ତା ପୂର୍ବରୁ ସେ ଘରୁ ଲେଖିଆଣିଥିବା ଏକ କାଗଜ ମିଡିଆ ଆଗରେ ପଢି ଶୁଣେଇଥିଲେ। ସେ କହିଥିଲେ ଯେ, ମୁଁ ପୋଲିସ ତଦନ୍ତରେ ସାହାଯ୍ୟ କରିବାକୁ ଆସିଛି। ଏକ ଲମ୍ବା କାଗଜରେ ଲେଖିଆଣିଥିବା ବିବୃତିରେ ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ରହିଛି। ଆଗକୁ ବାହୁଡା ଏବଂ ସୁନାବେଶ ରହିଛି। ଏସବୁ କାର୍ଯ୍ୟରେ ଓଏଏସ ଅଫିସରଙ୍କ ଆବଶ୍ୟକତା ରହିଛି। ଯଦି ମୋ ପାଇଁ ଏସବୁ କାମରେ ବାଧା ଆସୁଛି ତେବେ ମୁଁ ସମସ୍ତ ପ୍ରକାରର ପଦକ୍ଷେପକୁ ଗ୍ରହଣ କରିବା ପାଇଁ ରାଜି ଅଛି। ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ମୁଁ ସବୁ ପ୍ରକାରର ତଦନ୍ତକୁ ଗ୍ରହଣ କରିବି। ଏହା କହି ସେ ଡିସିପି ଅଫିସ ଭିତରକୁ ଯାଇଛନ୍ତି।
ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି। ସେଥିପାଇଁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇଉଠିଛି। ଭକ୍ତ ଦାସ ସଭାପତି ହେବା ପରେ ରାହୁଳ ପ୍ରଥମ ଥର ପାଇଁ ଆସୁଛନ୍ତି। ବରମୁଣ୍ଡା ପଡିଆରେ କରିବେ ସମାବେଶ। ସେଥିପାଇଁ ଜୋରଦାର ପ୍ରସ୍ତୁତିରେ କଂଗ୍ରେସ। ଆଜି ଭୁବନେଶ୍ୱର ବରମୁଣ୍ଡା ଠାରେ ଉଦବୋଧନ ଦେବା ସ୍ଥଳକୁ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ତଦରାଖ କରିଛନ୍ତି କଂଗ୍ରେସ ଟିମ। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଦଳର ଘନଘନ ବୈଠକ ମଧ୍ୟ ଚାଲିଛି। ରାହୁଳ ଗାନ୍ଧୀ ଆସିଲେ ଓଡିଶା କଂଗ୍ରେସର ଏକ ନବଜନ୍ମ ହେବ ବୋଲି ସମସ୍ତେ ଆଶା କରିରହିଛନ୍ତି।
ଭୁବନେଶ୍ବର: ବିଏମସି ଅଫିସରଙ୍କୁ ବିଜେପି କର୍ମୀମାନେ ବାଡାଇବା ଘଟଣାରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଜଗନ୍ନାଥ ପ୍ରଧାନ ଗିରଫ ନ ହୋଇ ଥିବାରୁ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ମାଡମାଡିବା ବେଳେ ଅଭିଯୁକ୍ତମାନେ ଜଗା ପ୍ରଧାନଙ୍କ ନାମ ଉଚ୍ଚାରଣ କରିଥିଲେ। ଫଳରେ ସେ ହିଁ ଏହି ଘଟଣାର ମୁକ୍ୟ ଖଳନାୟକ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନଙ୍କଙ୍କ ଖାସ ଲୋକ ବୋଲି କୁହାଯାଉଛି। ସେଥିପାଇଁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ତେବେ ଓଡିଶା ଗସ୍ତରେ ଥିବା ଧର୍ମେନ୍ଦ୍ର ଏ ନେଇ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଆଇନ ଉପରେ କେହି ନୁହଁନ୍ତି, ସେ ଦଳିୟ କର୍ମୀ ହେଉ କି ଯେ କେହି। ସେମାନେ ନିଶ୍ଚିତ ଦଣ୍ଡ ପାଇବେ। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବେ ମୋର ବିଶ୍ବାସ ରହିଛି। ଆଇନକୁ କେହି ହାତକୁ…
ଭୁବନେଶ୍ବର: ନୀଳଗିରିର ବିଜେପି ବିଧାୟକଙ୍କ ବିରୋଧରେ ଗର୍ଜ୍ଜିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେତିକି ନୁହେଁ ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଫେରାଦ ମଧ୍ୟ ହୋଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କିପରି ମହିଳାମାନଙ୍କୁ ଅସମ୍ମାନ କରୁଛନ୍ତି ତାହା ଲେଖି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଝଡ ସୃଷ୍ଟି ହୋଇଛି। ନିକଟରେ ବିଜେଡି ତରଫରୁ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏବଂ ସୁକାନ୍ତ ନାୟକ ଥିଲେ। ଏହି ସମୟରେ ଲେଖାଶ୍ରୀ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ନୀଳଗିରରେ ହାତୀକୁ ହତ୍ୟାକରି ଦାନ୍ତ ଚୋରୀ କରିଥିବା ପାଞ୍ଚ ଅଭିଯୁକ୍ତଙ୍କୁ ବନବିଭାଗ ଗରିଫ କରିଛି। ତେବେ ସେମାନଙ୍କ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ ନୀଳଗିରି ବିଧାୟକଙ୍କ ଫାର୍ମ ହାଉସରୁ…
ଭୁବନେଶ୍ବର: ବିଏମସି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଆଜି ଓଏଏସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ସେ ସମସ୍ତଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣା ପଛରେ ଯିଏ ଅଛି ତାକୁ ପୋଲିସ ନିଶ୍ଚିତ ଗିରଫ କରିବ। ଯଦି ନ ହୁଏ ତେବେ କୋର୍ଟ ତାଙ୍କୁ ଟାଣିଆଣିବ ବୋଲି ପୂଜାରୀ କହିଛନ୍ତି। ସେ କହିଛନ୍ତି ଯେ, ଓଏସଏସ ଅଫିସରମାନେ କ୍ବାସି ଜୁଡିସିଆଲ ଅଫିସର। ତାଙ୍କ ପାଖରେ ମାଜିଷ୍ଟ୍ରେଟ ପାୱାର ରହିଛି। ସେମାନେ ଆଇନକାନୁନ ବହୁତ ଭଲ ଭାବରେ ଜାଣନ୍ତି। ତେଣୁ ବିଏମସି ଅଫିସରଙ୍କ ମାଡ ଘଟଣାରେ କେହି ଖସିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି ବ୍ଲକ୍ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି । ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ଖାଦ୍ୟ ଯୋଗାଣ ଆଦି ପଦକ୍ଷେପ ସହ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଳେ ମଧ୍ୟ ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ସେ ବରିଷ୍ଠ ଅଧିକାରୀଙ୍କ ସହିତ ସହାୟତା ଉପରେ ମଧ୍ୟ ଆଲୋଚନା କରିଛନ୍ତି।
ଭୁବନେଶ୍ବର: ଶରଧାବାଲି ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତ ଅଧିନସ୍ଥ ଗୋବର୍ଦ୍ଧନପୁର ଗ୍ରାମର ନିବାସୀ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଧର୍ମପତ୍ନୀ ସ୍ବର୍ଗୀୟା ବାସନ୍ତୀ ସାହୁଙ୍କ ପରଲୋକ ଘଟିଥିଲା। ଆଜି ତାଙ୍କ ପରିବାରଙ୍କୁ ସାକ୍ଷାତ କର ସମବେଦନା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇ ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଗୋବର୍ଦ୍ଧନପୁର ସ୍ଥିତ ବାସଭବନକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି। ତାଙ୍କ ସ୍ବାମୀ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କଲି। ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଧୈର୍ୟ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା। ମନ୍ତ୍ରୀଙ୍କ…
ଭୁବନେଶ୍ବର: ବିଜେପି ନେତା ତଥା ଭୁବନେଶ୍ବର ମଧ୍ୟର ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ଗତକାଲି ସେ ବିଜେପି ସଭାପତି ମନମୋହନଙ୍କ ସହିତ ଆଲୋଚନା ପରେ ସେ ନୀରବି ଯାଇଛନ୍ତି। ତାଙ୍କୁ କୁଆଡେ ରୋକଠୋକ କୁହାଗଲା ଯେ, ପାର୍ଟିକୁ ଯିଏ ବଦନାମ କରିବ ତାଙ୍କୁ ଛଡାଯିବ ନାହିଁ। ବାଶ ଏତିକିରି ଜଗନ୍ନାଥ ବୁଝିଗଲେ ଆଗକୁ କଣ ହେବ। ତେବେ ଭିତିରିଆ ସୁତ୍ର ଅନୁସାରେ ଜଗା ପ୍ରଧାନଙ୍କ ଲୋକଙ୍କ ଏପରି ପଦକ୍ଷେପକୁ ନେଇ କୁଆଡେ ଦିଲ୍ଲୀରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହୋଇଛି। ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେଉଛି ବୋଲି ଧାରଣା ସୃଷ୍ଟି ହୋଇଛି। ଯଦି ଜଗନ୍ନାଥଙ୍କ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତେବେ ସରକାର ବଦନାମ ହେବ। ସେଥିପାଇଁ ଜଗନ୍ନାଥଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ତେବେ ସେ ଆତ୍ମସର୍ମପଣ କରିବେ ନା…

