ପୁରୀ: ଆଜି ତୁରନ୍ତ ପୁରୀରେ ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ଭାବେ ପିନାକ ମିଶ୍ର ଦାୟିତ୍ବ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଉଭୟ ପୂର୍ବରୁ ଏହି ଦୁଇଜଣ ପୁରୀରେ କାର୍ଯ୍ୟ କରୁଥିଲେ। ଏସପି ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ଆଗରେ ଉପସ୍ଥିତ ରହି ଭକ୍ତମାନଙ୍କୁ ଧାଡିରେ ଯିବାକୁ କହୁଥିବାର ଦେଖିବାକୁ ମିଳିଥିଲା। ଉଭୟ କିଛି ସମୟ ବ୍ୟବସ୍ଥା ତଦାରଖ କରିବା ପରେ ସେମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ କାର୍ଯ୍ୟ ଠିକଠାକ ଚାଲିଛି। ପ୍ରଭୃଙ୍କ ଆଡପ ବିଜେ ଦର୍ଶନ ଏବଂ ବାହୁଡା ପାଇଁସମସ୍ତ ବନ୍ଦୋବସ୍ତ କରାଯାଉଛି।
Author: Samikhsya Bureau
ଭୁବନେଶ୍ବର: ବରିଷ୍ଠ ଆଇଏଏସ ଶ୍ବାସତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ବାସତ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଇଡକୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ତେବେ ସେ ଏହିସବୁ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରୁଥିଲେ। ହେଲେ ସେ କେନ୍ଦ୍ରକୁ ଡେପୁଟେସନରେ ଯିବାରୁ ଏହି ପଦବୀ ଖାଲି ପଡିଥିଲା। ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ କାର୍ଯ୍ୟ କରିବ ସେ ନେଇ ବିଭିନ୍ନ ଅଧିକାରୀଙ୍କ ନାମ ଚର୍ଚ୍ଚା ଚାଲିଥିଲା। ହେଲେ ଶେଷର ମୁଖ୍ୟମନ୍ତ୍ରୀ ଶ୍ବାସତ ମିଶ୍ରଙ୍କ ନାମରେ ମୋହର ମାରିଛନ୍ତି।
ଭୁବନେଶ୍ବର: ପୁରୀରେ ଘଟିଯାଇଥିବା ଦଳାଚକଟା ଦୁର୍ଘଟଣାର ତଦନ୍ତ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଦୁର୍ଘଟଣାର ପ୍ରଶାସନିକ ତଦନ୍ତ କରିବା ପାଇଁ ନିଷ୍ପତି କରାଯାଇ ଉନ୍ନୟନ କମିଶନରଙ୍କୁ ଦାୟିତ୍ବ ଦିଆଗଲା। ଏଥିସହିତ ମୁଖ୍ୟମନ୍ତ୍ରୀ ଏ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁଙ୍କୁ ବଦଳି କରିଦେଇଛନ୍ତି। ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ଏସପିଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।
ଭୁବନେଶ୍ବର: ପୁରୀ ଦଳଚକଟାରେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଭୁବନେଶ୍ବର: ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ। ଏହା ସହିତ ପୁରୀ ଜିଲ୍ଲାପାଳ…
ପୁରୀ: ଖୁବ ଶିଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ପୁରୀ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯାହା ବି ଘଟଣା ଘଟିଛି ତାହା ପ୍ରଶାସନର ଅବହେଳା। ଏ ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ଘୋଷଣା ମଧ୍ୟ କରିଛନ୍ତି। ତେବେ ସେ ବାରମ୍ବାର ଗୋଟିଏ କଥା କହିଥିଲେ ଯେ, ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି କରିସାରିଛନ୍ତି। ଖୁବ ଶିଘ୍ର ଘୋଷଣା କରିବେ। ଫଳରେ ଏହା ନିଶ୍ଚିତ ଯେ, କେହି ଜଣେ ବଳି ପଡିବେ। ତେବେ ଆଇନ ମନ୍ତ୍ରୀଙ୍କ କହିବା କଥା ଯେ, ଗତକାଲି ରାତିରୁ ଭକ୍ତମାନେ ଶରଧାବାଲିରେ ଶୋଇଥିଲେ। ତେବେ ପହଡ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡି ଆସିବାରୁ ଯେଉଁମାନେ ଶୋଇଥିଲେ…
ଭୁବନେଶ୍ବର: ଶରଧାବାଲିରେ ଘଟିଯାଇଥିବା ଠେଲାପେଲା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ସେ କହିଛନ୍ତି ଯେ, ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଭୁବନେଶ୍ବର: ପୁରୀ ଶରଧାବାଲିରେ ଘଟିଯାଇଥିବା ଦଳଚକଟା ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ନିଜ ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଯେ, ” ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ସକାଳ ଦର୍ଶନ ସମୟରେ ଭୀଷଣ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଭକ୍ତଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖଦାୟକ ଘଟଣାରେ ଆହତ ହୋଇଥିବା ସମସ୍ତ ଭକ୍ତଙ୍କ ଆଶୁଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।” ସେ ଆହୁରି କହିଛନ୍ତି ଯେ, “ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ଆଜିର ଅଘଟଣ ଦର୍ଶାଉଛି, ଶ୍ରଦ୍ଧାଳୁଙ୍କ ପାଇଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।” ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ଏହି ଭୟାବହ ଅଘଟଣ ଘଟିବା ସମୟରେ ଭିଡ଼ ନିୟନ୍ତ୍ରଣ କରିବା…
ପୁରୀ: ପୁଣି ପୁରୀ ରଥଯାତ୍ରାକୁ ନେଇ ଆସିଲା ବଡ ବିଭ୍ରାଟ। ଭକ୍ତଙ୍କୁ ପ୍ରଶାସନ ଠିକରେ ସୁରକ୍ଷା ଦେଇ ନ ପାରିବାରୁ ଦଳାଚକଟା ହୋଇଛି। ଫଳରେ ଶରଧାବାଲିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ଏଥିସହିତ ବହୁ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶାସନର ବେପାରୁଆ ନୀତିକୁ ନେଇ ସମାଲଚନା କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ପହଡ ଖୋଲିବା ପରେ ଦର୍ଶନ କରିବା ପାଇଁ ଭିଡ ଲାଗିରହିଥିଲା। ଏହି ସମୟରେ ଚାରମାଳ ଧରି ଏକ ଟ୍ରକ ସେହି ଭିତରକୁ ପଶିଥିଲା। ଚାରମାଳ ରଖି ଟ୍ରକ ଫେରିଥିଲା। ହେଲା ସେହି ଭିଡ ଭିତରେ ଏହି କାମ କରିବା ଦ୍ବାରା ଭକ୍ତମାନେ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ପରିସ୍ଥିତି ଅଣଆୟତ ହୋଇପଡିବା ଯୋଗୁ ଦଳାଚକଟା ହୋଇଯାଇଥିଲା।
ଭୁବନେଶ୍ବର: ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ…
The Samikhsya Desk: ଦେଶର ଗୋଟିଏ ପରିଚିତ କଲର ବ୍ରାଣ୍ଡ ଡୁଲକ୍ସ ପେଣ୍ଟସ ଶେଷରେ ବିକ୍ରି ହୋଇଯାଇଛି। ଦୁଇଦିନ ତଳେ ଏ ନେଇ କଂପାନୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏହା ବ୍ରାଣ୍ଡଟି ଆକଜୋ ନୋବେଲ କଂପାନୀ ଅଧିନରେ ଉତ୍ପାଦନ ହେଉଥିଲା। ହେଲେ ଏହାର ୭୪.୭ ପ୍ରତିଶତ ଅଂଶଧନ ଅନ୍ୟ କଂପାନୀ କିଣି ନେଲା। ଯାହାର ମୂଲ୍ୟ ୮,୯୮୬ କୋଟି ଟଙ୍କା ହେବ। ତେବେ ଏହି ବ୍ରାଣ୍ଡକୁ ଯିଏ କିଣିଛି ସେ ହେଉଛି ଦେଶର ଅନ୍ୟତମ ବଡ କଲର କଂପାନୀ। ତାହାର ନାମ ହେଉଛି ଜେଏସଡବ୍ଲୁ ପେଣ୍ଟସ। ଏହା ଜିନ୍ଦଲ ଗ୍ରୁପର ଅନ୍ୟତମ ଏକ କଂପାନୀ ଯାହା କେବଳ କଲର ବା ରଂଗ ଉତ୍ପାଦନ କରେ। ଏହି ଜେଏସଡବ୍ଲୁ କଂପାନୀ ତାହାର ଘୋଷଣା ପତ୍ରରେ ଏହି କିଣା ପକ୍ରିୟା ସଂପର୍କରେ ଘୋଷଣା କରିଛି। ଜିନ୍ଦଲ ଏହି ଡୁଲକ୍ସ ବ୍ରାଣ୍ଡକୁ କିଣିବା ପରେ ଏହା ଦେଶର ଚତୁର୍ଥ ବୃହତ ରଂଗ କଂପାନୀ ଭାବେ ମାନ୍ୟତା…
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ୍ୟ। ବର୍ତ୍ତମାନ ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ କିଛିଦିନ ପରେ ସେ ସେଠାରୁ ଡିସଚାର୍ଯ୍ୟ ହେବେ। ତେବେ ନବୀନ ପଟ୍ଟନାୟକଙ୍କ ସଂପୂର୍ଣ୍ଣ ସ୍ବାସ୍ଥ୍ୟ କଥା ବୁଝୁଛନ୍ତି ଭି କେ ପାଣ୍ଡିଆନ। ହେଲେ ସେ ବର୍ତ୍ତମାନ ସୁଦ୍ଧା ଆଗକୁ ଆସୁ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ନବୀନଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ ନିକଟରେ ମୁମ୍ବାଇ ଯାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକଗଣ। ସେମାନେ ସମସ୍ତେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ସେଠାରେ ନିୟୋଜିତ ସଂତୃପ୍ତ ମିଶ୍ରଙ୍କ ସହିତ କଥା ହେଲେ। ବାହାରକୁ ଆସି ଫଟୋ ଉଠାଇଲେ। ପାଣ୍ଡିଆନଙ୍କ ସହିତ କେତେକ ନେତା କଥା ହୋଇଥିଲେ ମଧ୍ୟ କେହି ତାଙ୍କର ନାମ ଉଚ୍ଚାରଣ କଲେ ନାହିଁ କି ତାଙ୍କ ସହିତ ଦେଖା ହେବା କଥା କହିଲେ ନାହିଁ। ହେଲେ ପରବର୍ତ୍ତି ସମୟରେ…
ଭୁବନେଶ୍ବର : ଗତକାଲି ଜଗନ୍ନାଥ ଧାମ ପୁରୀ ଠାରେ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ପ୍ରଶାସନ ତରଫରୁ ଅବ୍ୟବସ୍ଥା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥକୁ ଜାଣିଶୁଣି ପ୍ରଶାସନ ଦ୍ବାରା ଅଟକି ରଖାଯିବା ଘଟଣା ଅତ୍ୟନ୍ତ ଦୁଃଖ ଓ ନିନ୍ଦନୀୟ ଘଟଣା। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଯେଉଁ ଦିନ ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ, ଶ୍ରୀ ଗୁଣ୍ଡିଚା ଯାତ୍ରା ଏକା ସମୟରେ ପଢ଼ିଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ଵାଭାବିକ ହେବ ବୋଲି କୁହାଯାଇଥିଲା। ତେଣୁ ସମସ୍ତେ ଆଶ୍ଵସ୍ତ ଥିଲେ । ହେଲେ ଗତକାଲି ବିଜେପି ସରକାର ଇଞ୍ଜିତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଯେପରି ନନ୍ଦିଘୋଷ ରଥକୁ ଅଟକାଇ ରଖୁଲେ ତାହା ସମସ୍ତ ଜଗନ୍ନାଥ ପ୍ରେମୀ ତଥା ବିଶ୍ୱବାସୀଙ୍କୁ ମର୍ମାହିତ କରିଛି। ବିଜେପି ସରକାର ନେତା, ମନ୍ତ୍ରୀ,…
ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି ଶିଳ୍ପ ଭିତ୍ତିକ ବିକାଶ, ସବୁଜ ଶକ୍ତି ବା ଗ୍ରୀନ ଓ ରିନିୱେବ୍ଲ ଏନର୍ଜିର ଉତ୍ପାଦନ ଏବଂ କୋଲ ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ, ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନିକଟରେ ଗୋପାଳପୁର ବନ୍ଦରର ବିକାଶ ପାଇଁ ରାଜ୍ୟ ସରକାର ଏକ କନସେସନ୍ ଏଗ୍ରିମେଣ୍ଟ କରିଛନ୍ତି । ଏଥିରେ ଆଦାନୀ ଗ୍ରୁପ ପକ୍ଷରୁ ୧୬,୫୫୪ କୋଟି ଟଙ୍କା…
ଭୁବନେଶ୍ୱର : ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ । କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି । ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ôଚତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା? ଗୌତମ ଆଦାନୀ ଓଡ଼ିଶା…
ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି। ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।” ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା…
ପୁରୀ: ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ତାନି ରଥ। ଆଜି ରଥଯାତ୍ରାର ଦ୍ବିତୀୟ ଦିନରେ ଭକ୍ତମାନେ ବେଶ ଆନନ୍ଦର ସହ ତିନିରଥ ଟାଣିଥିଲେ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଯାଇଥିଲା ବଡଦାଣ୍ଡ। ଆଜି ଦିନ ୧୧ଟା ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ। ଗତକାଲି ରଥ ଟଣାରେ ବିଳମ୍ବ ଯୋଗୁଁ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସଂଧ୍ୟା ହୋଇଯିବାରୁ ଆଉ ରଥଟଣା ହୋଇ ନ ଥିଲା। ହେଲେ ଆଜି ସକାଳୁ ରଥରେ ଠାକୁରଙ୍କ ଆଳତି ଏବଂ ରୀତିନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବରୁ ବେଶ ଭକ୍ତିପୂତ ଚିତରେ ମହାପ୍ରଭୃଙ୍କ ରଥକୁ ଭକ୍ତମାନେ ଟାଣିଥିଲେ।
ଭୁବନେଶ୍ବର: ଗତକାଲି ଥିଲା ପବିତ୍ର ରଥଯାତ୍ରା। ଏହି ପବିତ୍ର ଦିନରେ ପୁରୀରେ ତିନିଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଗତକାଲି ରଥଯାତ୍ରା ଆୟୋଜିତ ହୋଇଛି। ତେବେ ଓଡିଶାର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ରଥଯାତ୍ରାରେ ତିନି ରଥରେ ଛେରା ପହଁରା କରିଛନ୍ତି ନବୀନ। ସେହି ସ୍ଥାନଟି ହେଉଛି ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟ ପରିସରରେ ଥିବା ଜଗନ୍ନାଥ ମନ୍ଦିର। ସେଠାରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହି ତିନି ରଥରେ ଛେରାପହଁରା କରିଥାନ୍ତି କଂପାନୀ ଅଧ୍ୟକ୍ଷ ନବୀନ ଜିନ୍ଦଲ। ଚଳିତ ବର୍ଷ ମଧ୍ୟ ନବୀନ ପୁରା ପରିବାର ସହିତ ଅନୁଗୁଳ ଆସି ଏହି ରଥଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ସାଲୁ ଜିନ୍ଦଲ ଏବଂ ତାଙ୍କ ମାଆ ସାବିତ୍ରୀ ଜିନ୍ଦଲ ମଧ୍ୟ ଉପସ୍ଥିତ ଥିଲେ।
ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି। ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ…
ଭୁବନେଶ୍ବର: ଆଜି ଥିଲା ପବିତ୍ର ରଥଯାତ୍ରା। ଏହି ଅବସରରେ ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମୁଣ୍ଡ ଭକ୍ତିପୂତରେ ନଇଁଯାଇଛି। ତେବେ ଏହିପରି ପରିବେଶ ମଧ୍ୟରେ ଅନ୍ୟତମ ଜଗନ୍ନାଥ ପ୍ରେମୀ ନବୀନ ପଟ୍ଟନାୟକ ଅସୁବିଧାରେ ଥାଇ ମଧ୍ୟ ତାଙ୍କର ଭକ୍ତିରୁ କିଛି ଉଣା କରି ନାହାଁନ୍ତି। ସେ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ ମଧ୍ୟ ପ୍ରଭୃଙ୍କ ପ୍ରତିଟି ମୁହୁର୍ତ୍ତକୁ ଦେଖିବାର ସୁଯୋଗକୁ ହାତ ଛଡା କରି ନ ଥିଲେ। ସେ ହସପିଟାଲରେ ରହି ମଧ୍ୟ ଟିଭିରେ ସିଧାପ୍ରସାରଣକୁ ଦେଖି ତିନିଠାକୁରଙ୍କୁ ମୁଣ୍ଡିଆ ମାରୁଥିଲେ। ସେ ଟିଭିରୁ ସିଧାପ୍ରସାରଣ ଦେଖି ମୁଣ୍ଡିଆ ମାରୁଥିବାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଭି କେ ପାଣ୍ଡିଆନ। ଏଥିରୁ ସ୍ପଷ୍ଟ ହେଲା ଯେ, ପାଣ୍ଡିଆନ ରାଜନୀତି ଛାଡିଦେଲି ବୋଲି ଘୋଷଣା କରିଥିଲେ ମଧ୍ୟ ନବୀନଙ୍କୁ ଛାଡି ନାହାଁନ୍ତି। ତାଙ୍କର ସ୍ବାସ୍ଥ୍ୟ…
ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି ରଥଟଣା ହେବ ସେ ନେଇ ସୃଷ୍ଟି ହେଲା ଦ୍ବନ୍ଦ। ରଥ ଟଣା ନ ହେଲେ ପରଂପରା ନଷ୍ଟ ହେବ ବୋଲି ଆଶଙ୍କା କରି ସଂଧ୍ୟା ସାତଟା ପରେ ନନ୍ଦିଘୋଷ ରଥକୁ ସାମାନ୍ୟ ସିଂହଦ୍ବାରରୁ ଆଗକୁ ନେଲେ। ତେବେ ରଥ ଟଣାରେ ଏପରି କାହିଁକି ବିଳମ୍ବ ହେଲା ବୋଲି ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି। ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି କାନ୍ତି। କେବଳ ପହଣ୍ଡି ବେଳେ ସାମାନ୍ୟ ବିଲମ୍ବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ଠିକ୍ ହୋଇଥିଲା। ଆଜି ଅପରାହ୍ନ ୪ଟା ୫ ରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ହେଲେ ପ୍ରତି ମୂହୁର୍ତ୍ତରେ ବଳଭଦ୍ରଙ୍କ ରଥ ମୋଡ ନେଉଥିଲା। ତାହାକୁ ଠିକ କରି ପୁଣି…

