ପୁରୀ: ରଥଯାତ୍ରା ଅବସରରେ ଆଜି ପୁରୀ ବଡ ଦାଣ୍ଡରରେ ଉନମୋଚିତ ହୋଇଛି ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା। ଏହି ସ୍ବତନ୍ତ୍ର ସଂଖ୍ୟାଟି ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଅଧାରିତ। ଯାହାକୁ କୁହାଯାଇଛି ରଥଯାତ୍ରା ବିଶେଷାଙ୍କ। ଏହି ସ୍ବତନ୍ତ୍ର ସଂଖ୍ୟାରେ ରଥଯାତ୍ରାର ଇତିହାସ, କିମ୍ବଦନ୍ତୀ ଏବଂ ଗବେଷଣା ସାହିତ୍ୟ ଉପରେ ଆଧାରିତ ହୋଇଛି। ଏହି ସଂଖ୍ୟାରେ ରାଜ୍ୟର ବିଶିଷ୍ଠ ଲେଖକଙ୍କର ଲେଖା ପ୍ରକାଶିତ ହୋଇଛି। ଏହି ସଂଖ୍ୟାକୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱାତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କେଭି ସିଂହଦେଓ ପ୍ରମୁଖ ଉନମୋଚନ କରିଥିଲେ।
Author: Samikhsya Bureau
ପୁରୀ: ମହାପ୍ରଭୁ ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମି କୂଳରେ ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ମନୋରମ ବାଲୁକା କଳା ସ୍ଥାପନ କରିଛନ୍ତି। ସୋସିଆଲ ମିଡିଆରେ ଏହି କଳାକୃତିକୁ ସେୟାର କରି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, “ଜୟ ଜଗନ୍ନାଥ! ମହା ପ୍ରଭୁ ରଥଯାତ୍ରାର ଶୁଭ ଅବସରରେ, ମୁଁ ଓଡ଼ିଶାର ପୁରୀ ବେଳାଭୂମିରେ ମହା ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ବାଲୁକା କଳା ନିର୍ମାଣ କରିଛି। ତାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ।” ବାଲିର ଏହି କଳାକୃତି ବର୍ତ୍ତମାନ ରଥଯାତ୍ରା ଗହଳିରେ ବେଶ ଆକର୍ଷଣୀୟ ହୋଇପାରିଛି।
ଭୁବନେଶ୍ବର: ମୁମ୍ବାଇର ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ରଥଯାତ୍ରା ହୋଇଥିବାରୁ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି। ସେ କହିଛନ୍ତି ଯେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର, ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ପଣ୍ଡଲାଇଟ ଅପରେସନ ପାଇଁ ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଛି। ଡାକ୍ତରଙ୍କ ଅବଜରଭେସନ ପାଇଁ ସେ ବର୍ତ୍ତମାନ କ୍ୟାବିନରେ ଅଛନ୍ତି। କିଛିଦିନ ପରେ ସେ ଓଡିଶା ଫେରିବେ ବୋଲି ଜଣାପଡିଛି।
ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଜି ତିନିଠାକୁର ଶ୍ରୀମନ୍ଦିର ଛାଡି ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ସେଥିପାଇଁ ଶ୍ରୀମନ୍ଦିର କର୍ତ୍ତୁପକ୍ଷ ଏବଂ ସେବାୟତାମାନେ ବେଶ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି। ତେବେ ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ନୀତି ବର୍ତ୍ତମାନ 30 ମିନିଟ ବିଳମ୍ବରେ ଚାଲିଛି। ତେବେ ଆଗରୁ ଯାହା ନିର୍ଦ୍ଧାରିତ ହୋଇଥିଲା ତାହା ହେଲା ଯଦି ନୀତି ଠିକ ସମୟରେ ଚାଲେ ତେବେ ସେହି ଅନୁସାରେ ଆଜି ଅପରାହ୍ନ 2 ଟା 30 ମିନିଟରେ ଛେରା ପହଁରା ରହିଛି। ସେହିପରି ଅପରାହ୍ନ 4 ଟାରେ ରଥ ଟଣା ଆରମ୍ଭ ହେବ।
ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି। ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ…
ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ ଆଜ୍ଞାମାଳ ଧରି ରଥ ଅଭିମୁଖେ ଆସିଥିଲେ। ଅଳ୍ପ ଦୂରରେ ନିର୍ମାଣ ହେଉଥିଲା ତିନି ରଥ। ସେଠାରେ ପୂଜା କରାଯାଇ ଆଜ୍ଞାମାଳ ସ୍ଥାପନ କରାଗଲା। ଏହାପରେ ସୁରକ୍ଷା କର୍ମି ତଥା ଭକ୍ତମାନେ ଟାଣିଟାଣି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣିଥିଲେ। ବର୍ତ୍ତମାନ ତିନିଠାକୁରଙ୍କୁ ଅପେକ୍ଷାରେ ରହିଲେ ତିନି ରଥ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ଏହାପରେ 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଅପରାହ୍ନ 4ଟା ରୁ ଆରମ୍ଭ ହେବ ରଥ ଟଣା।
ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତୀର୍ଥଯାତ୍ରୀଙ୍କ ପାଇଁ ଓଏସ୍ଆରଟିସି ପକ୍ଷରୁ ସାରା ଓଡ଼ିଶାରେ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ ହେଉଛି। ଏହା ଜିଲ୍ଲାଗୁଡ଼ିକୁ ପୁରୀ ସହିତ ସଂଯୋଗ କରି ଭକ୍ତଙ୍କ ପାଇଁ ଏକ ସୁଗମ, ନିରାପଦ ଏବଂ ଆଧ୍ୟାତ୍ମିକ ଯାତ୍ରା ଅନୁଭୂତି ପ୍ରଦାନ କରିବ। ଏହି ବସ ସେବା ଯେଉଁ ଯେଉଁ ସ୍ଥାନରୁ ବାହାରି ପୁରୀ ଆସିବ ତାହା ହେଲା ଓଏସ୍ଆରଟିସି ପୂର୍ବରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ନାମରେ ହାଇଟେକ ବସ ସେବା ଆରମ୍ଭ କରିସାରିଛି। ଏହି ବସ ରାଜ୍ୟ ବାହାରୁ ପୁରୀକୁ ସଂଯୋଗ କରୁଛି। ମୁଖ୍ୟ ଭାରତର ପ୍ରମୁଖ ତୀର୍ଥସ୍ଥଳକୁ ଏହି ବସ ସେବା ଲାଗୁ କରାଯାଇଛି।
ପୁରୀ: ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଶ୍ରୀମନ୍ଦିର ନିତି ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ତେବେ ତା ପୂର୍ବରୁ ଯାହା ନିତି ରହିଛି ତାହା ହେଲା… ସୂଚନା ଅନୁସାରେ ଆସନ୍ତାକାଲି 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହାପରେ ପ୍ରଭୃ ବଳଭଦ୍ରଙ୍କ ରଥ ଅପରାହ୍ନ 4ଟା ରୁ ଆରମ୍ଭ ହେବ। ଏହାପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ।
ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର। ଓଡିଶା ସାମୟିକ କର୍ମଚାରୀଙ୍କ ନିବୃତ୍ତି ଭତ୍ତା ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ (Cessation of Service ) କରାଯିବା ସମୟରେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା (Cessation Benefit) ମିଳିବ। ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଏକକାଳୀନ ରାଶି ମିଳିବ। ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ…
ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ ସଫଳ ପରେ ସେ ଆଇସିୟୁରେ ଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିବାରୁ ତାଙ୍କୁ ଗତକାଲି କ୍ୟାବିନକୁ ସ୍ଥାନାନ୍ତରିତ କରାଯାଇଛି। ସେ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଅଛନ୍ତି। ଗତକାଲି ତାଙ୍କୁ ଦେଖିବା ପାଇଁ ବିଜେଡି ବିଧାୟକ ତଥା ନେତାମାନେ ଯାଇଥିଲେ। ସେଠାରେ ସେ ଡାକ୍ତର ତଥା ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଯେଉଁମାନେ ଯାଇଥିଲେ ସେମାନେ ହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ପ୍ରମୁଖ। ତେବେ ସେ ଖୁବ ଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ଏହି ଅବସରରେ ବିଧାନସଭା ପରିସରରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ବାଚସ୍ପତି ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନବ ଯୌବନ ଦର୍ଶନ। ଏହି ଦର୍ଶନ ଆଜି ପୂର୍ବହ୍ନ ପର୍ଯ୍ୟନ୍ତ ଚାଲିବ। ଆଜି ସକାଳ 8ଟାରୁ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଏହି ଦର୍ଶନ ଆଜି ସକାଳ 9 ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଆଜି ପ୍ରଭୃଙ୍କ ନବଯୌବନ ଦର୍ଶନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେଉଛି।ସ ସ୍ନାନ ଯାତ୍ରା ପରେ ପ୍ରଭୃ ଜ୍ହରରେ ପଡିଥିଲେ। ଏହାପରେ ସୁସ୍ଥ ହେବା ପରେ ତାଙ୍କର ବନକଲାଗି ନିତି କରାଯାଇଥିଲା। ପ୍ରଭୃଙ୍କ ବନକ ଲାଗିବା ପରେ ଆଜି ସେ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆରମ୍ଭ ହେବ ରଥଯାତ୍ରା।
ଭୁବନେଶ୍ବର: ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ଯରେ ବ୍ୟାପିଥିବା ହଇଜା ଅନୁଧ୍ୟାନ ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ଯାଳୟରେ ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ଡାକ୍ତର ସି ଏସ୍ ରାଜେନ୍ ଏକ୍କା ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ଯେ ରାଜ୍ୟର ୧୧ ଉର୍ଦ୍ଧ ଜିଲ୍ଲାରେ ହଇଜା ମହାମାରୀ ବ୍ୟାପିଛି। ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତା ଠାରୁ ଢ଼େର ଅଧିକ ସଂଖ୍ୟାର ରୋଗୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି।ପାଖାପାଖି ୧୨ ହାଜର ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଛନ୍ତି ।ପିଇବା ପାଣି କାରଣରୁ ଏହି ମହାମାରୀ ବ୍ୟାପିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ପୋଖରୀରୁ ପାଣି ପିଉଛନ୍ତି, ସରକାର ଜନତାଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି । ଏହାସହ ବହୁ ହସ୍ପିଟାଲ ପାରାମେଡିକାଲ ଷ୍ଟାପ ନାହାନ୍ତି, ସରକାର ହସ୍ପିଟାଲରେ…
The Samikhsya Desk: ଏଣିକି କାର ରୋଡରେ ଗଡିବ ନାହିଁ ଆକାଶରେ ଉଡିବ। ଏହିପରି ଏକ ଅବସ୍ଥାବ କଥା ବର୍ତ୍ତମାନ ବାସ୍ତବ ହେବାକୁ ଯାଉଛି। କାରଣ ଏବେ ଆକାଶରେ ଉଡିବ ଉଡନ୍ତାକାର। ଏହାକୁ ବାସ୍ତବ ରୂପ ଦେଇଛନ୍ତି ତେଲଙ୍ଗାନା ଗୁଣ୍ଠୁରର ଏକ ଷ୍ଟାର୍ଟଅପ୍ କଂପାନୀ ‘ମ୍ୟାଗନମ୍ ୱିଙ୍ଗସ୍’ । ଏହି ଷ୍ଟାର୍ଟଅପ୍ କଂପାନୀ 2017 ରେ ଗବେଷଣା ଆରମ୍ଭ କରିଥିଲା। କମ୍ପାନୀ ସମ୍ପ୍ରତି ପ୍ରୋଟୋଟାଇପ୍ର ଏକ ସଫଳ ପରୀକ୍ଷଣ ଉଡ଼ାଣ କରିଛି, ଯାହା ଏକ ଏୟାର କାର ଭାବରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଯାନଟି ଏକ କାର୍ଯ୍ୟକ୍ଷମ ମଡେଲ୍ କିନ୍ତୁ ବାଣିଜ୍ୟିକ ନିୟୋଜିତ କରିବା ପୂର୍ବରୁ ନିୟାମକ ଅନୁମୋଦନ ଆବଶ୍ୟକ କରୁଛି। ଏହା ଏକ ବଡ ଡ୍ରୋନ ଆକାରର କରାଯାଇଛି। ଏହା ଘଣ୍ଟାରେ 100 କିଲୋମିଟର ବେଗରେ 40 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏବଂ 2,000 ଫୁଟ ଉଚ୍ଚତାରେ ପହଞ୍ଚିପାରିବ। କମ୍ପାନୀ ଅଧିକାରୀଙ୍କ ଅନୁଯାୟୀ, ଏହାକୁ ଦୂରରୁ କିମ୍ବା ମାନୁଆଲି…
ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ରାଜ୍ୟରେ ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଓଡ଼ିଆ ଅସ୍ମିତାର ଦୂରାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ଯୁବ କଂଗ୍ରେସକର୍ମୀ ମାନେ ରାଜମହଲ ଛକରୁ ଏକ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନ ଯୋଗେ ଉଠାଇନେଇଥିଲା। ଶ୍ରୀ ପାତ୍ର ଆଜି ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଲାଉ ନାହାନ୍ତି । ଦିଲ୍ଲୀରୁ ରିମୋଟ କ୍ରଣ୍ଟୋଲରେ ଏ ସରକାର ଚାଲିଛି। ଏଥିରୁ ସ୍ପଷ୍ଟ ଯେ ବିଜେପିର ଓଡ଼ିଆ ଅସ୍ମିତାର ଆହ୍ବାନ ଏକ ପ୍ରହସନରେ…
ଭୁବନେଶ୍ବର: ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ବିଧାୟକ ତଥା ନେତାଗଣ। ଆଜି ମୁମ୍ବାଇ ହସପିଟାଲରେ ନବୀନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଅବଗତ ହେବା ସହିତ ସେଠାରେ ଥିବା ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଯେଉଁ ନେତାମାନେ ଯାଇଥିଲେ ସେମାନେ ହେଲ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ପ୍ରମୁଖ।
ଭୁବନେଶ୍ବର: ରାଜ୍ୟରେ ଛାତ୍ରୀ ତଥା ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ତରଫରୁ ରାଜ୍ୟର ପ୍ରମୁଖ କଲେଜ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବିଜୁ ଛାତ୍ରଜନତା ତଥା ବିଜୁ ଯୁବ ଜନତା ମିଳିତ ଭାବେ ଏହି ବିକ୍ଷୋଭ କରାଯାଇଛି। ଏଥିରେ କଲେଜର କେତେକ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ବିକ୍ଷୋଭରେ ସାମିଲ ହୋଇଥିଲେ। ରାଜ୍ୟରେ ବର୍ତ୍ତମାନ ପ୍ରତି ଦିନ ମହିଳାମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ହେଲେ ବିଜେପି ସରକାର ଚୁପ ବସିରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ବିଜେଡି ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭୁବନେଶ୍ବରର ରାଜଧାନୀ କଲେଜ, ସମ୍ବଲପୁରର ଗଂଗାଧର ମେହର କଲେ ପ୍ରଭୃତି ସ୍ଥାନରେ ଏହି ବିକ୍ଷୋଭ କରାଯାଇଥିଲା।
ଭୁବନେଶ୍ବର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ଏହି ‘ଜରୁରୀ କାଳୀନ ପରିସ୍ଥିତି’ ସମୟକୁ ସ୍ଵାଧୀନ ଭାରତର ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ପ୍ରକାର ଦମନଲୀଳା, ଅକଥନୀୟ ଅତ୍ୟାଚାର ଚାଲିଥିଲା ସେ ସବୁକୁ କେହି ଭୁଲି ପାରିବେ ନାହିଁ। କିନ୍ତୁ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ନୂଆ ପିଢିଙ୍କ ପାଖରେ ଏହି କାଳିମାମୟ ଅଧ୍ୟାୟର ସ୍ମୃତିକୁ ପହଞ୍ଚାଇବା ପାଇଁ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ୨୫…
ଭୁବନେଶ୍ବର: ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିଥିଲୁ। ଆମର ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି। ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ। ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପର ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ। ଆପ୍ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ ମାଇଲଷ୍ଟୋନ। ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ୍…
ଭୁବନେଶ୍ବର: ଗତକାଲି ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁରରୁ ଗିରଫ ହୋଇଥିବା ଭବାନୀ ଶଙ୍କର ଦାସ ବିଜେପି ନେତା। ସେ ବିଜେପିର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ହାତ ରହିଛି। ଯାହାକୁ ନେଇ ବ୍ରହ୍ମପୁର କାହିଁକି ସାରା ରାଜ୍ୟର ରାଜନୀତିର ବେଶ ସରଗରମ ହୋଇପଡିଛି। ନିକଟରେ ସେହି ବ୍ରହ୍ମପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏବେ ପୁଣି ସେହିପରି ଅଭିଯୋଗ ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ସ୍ଥିତି କଣ ତାହା ସ୍ପଷ୍ଟ ଅନୁମେୟ କରି ହେଉଛି। ଗତକାଲି ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ବିଶ୍ଵହିନ୍ଦୁ ପରିଷଦର ସଦସ୍ୟ ତଥା ବିଜେପି ନେତା ଏବଂ ବାଜପେୟ କ୍ଲିନିକ ମାଲିକ ଭବାନୀ ଶଙ୍କର ଦାଶଙ୍କୁ ଗିରଫ କରିଛି। ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା ବ୍ରହ୍ମପୁର ଏମକେସିଜି ହସପିଟାଲରେ କରାଯାଇଛି। ଦୁଷ୍କର୍ମ ର ଶିକାର ହୋଇଥିବା…
ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ସେ ବିଜେପିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ନିଜେ ମତ ରଖିଛନ୍ତି। ସେ ତାଙ୍କର ସାମାଜିକ ଗଣମାଧ୍ୟମ ନିଜର ମତାମତ ଦେଇଛନ୍ତି। କାରଣ ତାଙ୍କ ଉପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଦ୍ବାରା ଚଢାଉ କରାଯାଉଛି। ନିକଟରେ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଇଟି ରେଡ କରାଯାଇଥିଲା। ବାରମ୍ବାର ଏପରି କରିବା ଅର୍ଥ ଦୀପାଳି କିପିରି ବିଜେପିରେ ସାମିଲ ହେଲେ ସେ ନେଇ ଆଶଙ୍କା ସୃଷ୍ଟି ହେଲା। ତେବେ ଏହାକୁ ନେଇ ଦୀପାଳି ତାଙ୍କ ସାମାଜିକ ଗଣମାଧ୍ୟମରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, “ଜଣେ ଯେତେ ସଫଳ ଓ ଜୀବନରେ ଯେତେ ଆଗକୁ ବଢ଼ିବ ସେ ସେତେ ନିନ୍ଦା, ଅପବାଦର ଶିକାର ହେବ। ଯିଏ ଯେତେ ଚେଷ୍ଟା କରୁ ମୋର ସେବା ମନୋଭାବକୁ ଭାଙ୍ଗି ପାରିବ ନାହିଁ କି ଲୋକଙ୍କ ସହିତ ସ୍ଵର ଉତ୍ତୋଳନ…

