ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଥାନା ପରିସରରେ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସାଙ୍ଗକୁ ବିଭିନ୍ନ ଦିଗରେ ପ୍ରଗତି ମୂଳକ ପଦକ୍ଷେପ ସମସ୍ତଙ୍କର କର୍ତ୍ତବ୍ୟ। ସାଇବର ଠକେଇରୁ କିଭଳି ନିଜକୁ ରକ୍ଷା କରିବା ଯାହାକି ମୋବାଇଲ ଫୋନ ମାଧ୍ୟମରେ ସାଇବର ଅପରାଧୀ ମାନେ ବିଭିନ୍ନ ଲୋଭନୀୟ ଅଫର ଦେଇଥିବା ବେଳେ ସେଥିରୁ ନିବୃତ୍ତ ରହିବା, ଅଜଣା ଭିଡିଓ କଲ ରିସିଭ୍ ନକରିବା, ଗୋପନୀୟ ତଥ୍ୟ ଅନ୍ୟକୁ ନଦେବା, ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢୀଙ୍କୁ ନିଶା କବଳରୁ ଦୂରେଇ ରଖିବା ନେଇ ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରୟାସ ଯଥେଷ୍ଟ ନୁହେଁ ଏଥିପାଇଁ ପ୍ରତିଟି ଜନସାଧାରଣ ସକ୍ରିୟ ସଚେତନ ହେବା ନିହାତି ଆବଶ୍ୟକ ବୋଲି ଥାନା ଅଧିକାରିଣୀ ଶ୍ରୀମତୀ ନାୟକ କହିଛନ୍ତି।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା କର୍ମଚାରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭାଇ ଓ ଭଉଣୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସାଧାରଣ ଜନତା ଉପସ୍ଥିତ ଥିଲେ। ଏସମ୍ପର୍କରେ ଉପସ୍ଥିତ ଜନସାଧାରଣ ବିସ୍ତୃତ ଟିପଣୀ ମାନ ଉପସ୍ଥାପନ କରିବାସହ ଏଥିରୁ ନିବୃତ୍ତ ରହିବାକୁ ସଚେତନତା କରାଯାଇଥିଲା। ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ, ସାଇବର ଠକେଇ, ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରରେ ରଖିବା ନେଇ ସମସ୍ତେ ପ୍ରୟାସ ଜାରି ରଖିବାକୁ ବହୁମତ ପ୍ରକାଶ ପାଇଥିଲା।
ଏହିପରିପ୍ରେକ୍ଷୀରେ ଏକ ସୁସ୍ଥ,ସୁରକ୍ଷିତ ସମାଜ ଗଠନ ସହିତ ନିଶା ମୁକ୍ତ ଓଡିଶା ଗଠନ ପାଇଁ ସମସ୍ତେ ସଂକଳ୍ପିତ ହେବାକୁ ପ୍ରତିଶ୍ରୁତି ଦେଇଥିଲେ।


