Categories
ଆଞ୍ଚଳିକ

ନାଚୁଣୀ ପଞ୍ଚାୟତରେ ଆମ ପୋଲିସ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନାଚୁଣୀ ଥାନା ଆମ ପୋଲିସ ସମିତି ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଉଭୟ ନାଚୁଣୀ ଥାନା ଓ ନାଚୁଣୀ ପଞ୍ଚାୟତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ସ°ଯୋଜନା କରିବା ସହ ମୁଖ୍ୟ ବକ୍ତା ଭାବେ ନିଜର ବକ୍ତବ୍ୟ ରଖିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଡଭୋକେଟ ଦିଲିପ କୁମାର ପଟ୍ଟନାୟକ ଓ ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ ଯୋଗ ଦେଇ ନିିଜ ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଉଭୟ ପୋଲିସ ଓ ପୋଲିସ ପ୍ରଶାସନ ସହ ଆବଶ୍ୟକ ସହଯୋଗ ଓ ଦାୟିତ୍ଵ ଉପରେ ଗୁରୁତ୍ବ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଉଭୟ ପୋଲିସ ଓ ପବ୍ଲିକ( ନାଗରିକ) ମଧ୍ୟରେ ପାରସ୍ପରିକ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ସମସ୍ତ ଙ୍କୁ ନିଜ ନିଜ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ପୋଷଣ କରିବା ନିହାତି ଜରୁରୀ ବୋଲି ମତ ରଖିଥିଲେ। ଅତିଥି ପରିଚୟ ଦୀପକ କୁମାର ପାତ୍ର ପ୍ରଦାନ କରିଥିଲେ। ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନାଚୁଣୀ ସମିତି ସଭ୍ୟ ବିରଞ୍ଚି ନାରାୟଣ ରାଉତଙ୍କ ସହ ବିଶିଷ୍ଟ ବ୍ୟକ୍ତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟ ଓ କର୍ମକର୍ତ୍ତା, ଓ୍ବାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇ ଅତିଥି ମାନଙ୍କ ସହ ନିଜର ମତ ବିନିମୟ କରିଥିଲେ। ଉଭୟ ନାଚୁଣୀ ପଞ୍ଚାୟତ ଓ ନାଚୁଣୀ ପୋଲିସ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀ ନିମନ୍ତେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ସଭାପତି ବିଭୁତି ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକ, ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।

ଚିଲିକା ହ୍ରଦ ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଇଁ ପରିଚିତ ବାଲୁଗାଁ ସହରର ବିଭିନ୍ନ ସମସ୍ୟା ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ସହରର ମୁଖ୍ୟ ସମସ୍ୟା ଟ୍ରାଫିକ ସମସ୍ୟା ହୋଇଥିବା ବେଳେ ଏଦିଗରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦେବା ସହ ତୁରନ୍ତ ସମାଧାନ ପାଇଁ ପାର୍କିଂ ବ୍ୟବସ୍ଥା, ଉଠାଦୋକାନୀମାନଙ୍କୁ ତାଗିଦ, ଅମାନିଆ ଗାଡି ଚାଳକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ରାସ୍ତାଘାଟରୁ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦାରେ ରଖିବା ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ସହରରେ ମଦ୍ୟପଙ୍କ ଦୌରାତ୍ମ୍ୟ, ଚୋରି, ରାହାଜାନୀ ଦିଗରେ ଧ୍ୟାନ ଦେବା ସହ ସହରରେ ଚାରିଆଡେ ସିସି ଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।