ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀମାନେ ଦେଖି ତାଜୁବ ହୋଇଛନ୍ତି। ସେମାନେ ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ହାତ ମିଳାଇଛନ୍ତି। ହେଲେ ସେତେବେଳେ ସେମାନେ ଏମିତି ଆଶ୍ଚର୍ଯ୍ୟ ପ୍ରକଟ କରି ନ ଥିଲେ। ଆଜି ନବୀନ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିବା ପରେ ସମସ୍ତେ ତାଙ୍କୁ ଦେଖି ତାଜୁବ ହୋଇଛନ୍ତି। ଏହାର କାରଣ ହେଲା ଯେ, ଆଜି ନବୀନ ପଟ୍ଟନାୟକ ଏକ ଭିନ୍ନ ବେଶରେ କଳିଙ୍ଗ ଷ୍ଟାଣ୍ଡିୟମରେ ପ୍ରବେଶ କରିଥିଲେ। ସେ ପୁରା ଯୁବ ବେଶରେ ଷ୍ଟାଣ୍ଡିୟମରେ ଘୁରି ବୁଲିଥିଲେ। ପୁରା ଖେଳାଳୀ ମୁଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ଧଳା ସ୍ପୋର୍ଟସ ଟିସାର୍ଟ ସହିତ କଳା ପ୍ୟାଣ୍ଟ ଆଉ ଗୋଡରେ ଚପଲ। ଏପରି ବେଶରେ କେହି କେବେ ଦେଖି ନ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଣ୍ଡିୟମ ଗସ୍ତରେ ଯାଇଥିଲେ। ଅବସର ଥିଲା ସେଠାକାର କ୍ରୀଡା ଭିତ୍ତିଭୂମି ଦେଖିବା ସହ ହକି ଖେଳାଳିଙ୍କ…
Author: Samikhsya Bureau
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (DCGA) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ ଇ-କରୋନା ଭ୍ୟାକ୍ସିନ୍ କର୍ବେଭ୍ୟାକ୍ସକୁ ଚୂଡ଼ାନ୍ତ ଅନୁମୋଦନ ଦେଇଛି। କର୍ବେଭ୍ୟାକ୍ସ ଟିକା ଏକ ମାଂସପେଶୀ ମାଧ୍ୟମରେ ଶରୀରରେ ପହଂଚିବ ଏବଂ ଏହାକୁ ୨୮ ଦିନ ମଧ୍ୟରେ ଦୁଇଟି ମାତ୍ରାରେ ଗ୍ରହଣ କରିବାକୁ ପଡିବ। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯାଏ। ଏହାପୂର୍ବରୁ ଫେବୃଆରୀ ୧୪ ତାରିଖରେ, DCGA ର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହିତ ବାୟୋଲୋଜିକାଲ ଇ’ର କୋଭିଡ-୧୯ ଟିକା ‘କର୍ବେଭ୍ୟାକ୍ସ’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇଁ ସୁପାରିଶ କରିଥିଲେ। NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପାଲ କହିଥିଲେ ଯେ, ଟୀକାକରଣର ଅତିରିକ୍ତ ଆବଶ୍ୟକତା ଏବଂ ଏଥିପାଇଁ ଅଧିକ ଜନସଂଖ୍ୟା ଅନ୍ତର୍ଭୁକ୍ତ କରିବା ପାଇଁ ନିୟମିତ ସମୀକ୍ଷା କରାଯାଏ। ସୀମିତ…
ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୁକ୍ତିଲତା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ୍ୱର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗାଦନ କରି ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ‘ଆସ ଭଲ ମଣିଷ ହେବା’ ଉକ୍ତିର ତାତ୍ପର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଆଚାର୍ଯ୍ୟ ହରିହର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରାରମ୍ଭରେ ଅଧ୍ୟାପକ ପବିତ୍ର କୁମାର ରଥ ବେଦପାଠ କରିଥିଲେ। ଅଧ୍ୟକ୍ଷା ଡଃ ପାଲ ଚରିତ୍ର ଗଠନ ଓ ପିତାମାତାଙ୍କୁ ଆଦର୍ଶ ମନେ କରିବା ସହିତ ମାତୃଭାଷା, ମାତୃଭୂମିକୁ ମା’ ଭଳି ଭଲ ପାଇବାକୁ ଉପଦେଶ ଦେଇଥିଲେ। ମାତୃଭାଷାର ମମତାକୁ ନ ଭୁଲିବାକୁ ପ୍ରେରଣା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟରାମ ଜେନା,…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି। ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବିମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି। ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆଥଲେଟ ମାନଙ୍କ ପାଇଁ ଏହି ଇନ୍ଡୋର ସୁବିଧା ଦେଶରେ ଆଥଲେଟିକ୍ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ…
ଭୁବନେଶ୍ଵର: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ତେବେ ଆସନ୍ତା ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ। ତଥାପି ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ। ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ।
ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ୨୭ ଟି ଜିଲ୍ଲାରେ ଏହି ନିର୍ବାଚନ ହେବ। ଏଥିରେ ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୭ ହଜାର ୮୯ ଟି ବୁଥର ବନ୍ଦୋବସ୍ତ କରାଯାଇଛି। ଏଥିମଧ୍ୟରୁ ୨୫୬୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ। କେବଳ ଥର୍ମାଲ ସ୍କାନିଂ କରି ଭିତରକୁ ଛଡ଼ାଯିବ।
ଇସଲାମାବାଦ: ଆଜିକାଲି ପାକିସ୍ତାନ ଏକ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପୁଣିଥରେ ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ମନ କରୁଛି। ଆଜିକାଲି ପାକିସ୍ତାନକୁ ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ଓକିଲାତି କରାଯାଉଛି। ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ଭାରତ ସରକାର ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟର ପ୍ରତ୍ୟାହାର କରିନେଲେ, ଅଗଷ୍ଟ, ୨୦୧୯ରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ ଭାରତ ସହ ବାଣିଜ୍ୟ ଖୋଲିବାକୁ ପ୍ରୋତ୍ସାହିତ କରିଛନ୍ତି। ଡାଉଦ କହିଛନ୍ତି ଯେ, ଆମେ ଭାରତ ସହିତ ବାଣିଜ୍ୟ ଚାହୁଁଛୁ। ଦାଉଦଙ୍କ ଏହି ବିବୃତ୍ତି ପରେ ପାକିସ୍ତାନ-ଭାରତ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କର ଆଂଶିକ ଖୋଲିବାର ସମ୍ଭାବନା ଅଛି। ଅଗଷ୍ଟ ୫ ତାରିଖ ୨୦୧୯ରେ ଜମ୍ମୁ କାଶ୍ମୀରର ସ୍ଵତନ୍ତ୍ର ରାଜ୍ୟକୁ ଭାରତ ପ୍ରତ୍ୟାହାର କରିବା ପରେ ଦୁଇ ଦେଶ ମଧ୍ୟରେ…
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ଭାବରେ ରିଲାଏନ୍ସ ଜିଓର ଲୋକପ୍ରିୟ ଅଲ୍ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍’ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍ଡ୍-ଲାଇନ୍ ବ୍ରଡବ୍ୟାଣ୍ଡ୍ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସ୍ଡ୍-ଲାଇନ୍ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ର ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି। ଜାତୀୟ ସ୍ତରରେ ମଧ୍ୟ ଜିଓଫାଇବର୍ ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସ୍ଡ୍-ଲାଇନ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସ୍ଡ୍-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିଛି। ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର୍ ରାଜ୍ୟରେ ସର୍ବାଧିକ ପସନ୍ଦର…
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ରାଷ୍ଟ୍ରିୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବଙ୍କୁ ପାଞ୍ଚ ବର୍ଷ ଜେଲ ଏବଂ ୬୦ ଲକ୍ଷ ଜୋରିମାନା ଦଣ୍ଡାଦେଶ ହୋଇଛି। ରାଞ୍ଚିର ଡୋରାଡା ଟ୍ରେଜେରୀରୁ ୯୫୦ କୋଟି ଟଙ୍କାର ସବୁଠାରୁ ବଡ ଚୋରାଚାଲାଣ ମାମଲାରେ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସମେତ ୩୮ ଜଣ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସିବିଆଇର ସ୍ୱତନ୍ତ୍ର ଓକିଲ ବିଏମପି ସିଂ କହିଛନ୍ତି ଯେ, ୩୮ ଦୋଷୀମାନଙ୍କ ମଧ୍ୟରୁ ୩୫ ଜଣ ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ଏବଂ ସ୍ୱାସ୍ଥ୍ୟଗତ କାରଣରୁ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ତିନିଜଣ ଦୋଷୀଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (RIMS) ରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ସିବିଆଇ ମୋଟ ୧୭୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବାବେଳେ ସେପ୍ଟେମ୍ବର ୨୬ ତାରିଖ ୨୦୦୫ ରେ ୧୪୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଚାରୋଟି ଭିନ୍ନ…
ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ, ନିଦ୍ରାହୀନତା ଅଭିଯୋଗ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଧିକାଂଶ ଲୋକ ୱେବ୍ ସୋ ଏବଂ ଅନଲାଇନ୍ ଚଳଚ୍ଚିତ୍ର ପୂରା ସମୟ ଦେଖୁଛନ୍ତି କିମ୍ବା ସୋସିଆଲ୍ ମିଡିଆରେ ସ୍କ୍ରୋଲ୍ କରୁଛନ୍ତି। ଦୀର୍ଘ ସମୟ ଧରି ଏହି ରୁଟିନ୍ ଅନୁସରଣ କରିବା ପରେ ଏହା ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ‘ଜର୍ନଲ ଅଫ ସ୍ଲିପ ରିସର୍ଚ୍ଚ’ ନାମରେ ପ୍ରକାଶିତ ଏକ ଅନୁସନ୍ଧାନରେ ଜଣାପଡିଛି ଯେ, ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଶୋଇବା ଉପରେ ଖରାପ ପ୍ରଭାବ ପକାଇଥାଏ। ଅନୁସନ୍ଧାନ ଅନୁଯାୟୀ, ଚଳଚ୍ଚିତ୍ର, ଟେଲିଭିଜନ୍ କିମ୍ବା ୟୁଟ୍ୟୁବ୍ ଭିଡିଓ ଦେଖିବା, ଇଣ୍ଟରନେଟ୍ ବ୍ରାଉଜ୍ କରିବା କିମ୍ବା ଜଣେ ବ୍ୟକ୍ତି ଶୋଇବା ପୂର୍ବରୁ ସଙ୍ଗୀତ ଶୁଣିବା ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ସହିତ, ଆପଣ ବୁଝିପାରିବେ ଯେ, ସୋସିଆଲ ମିଡିଆର ଦୀର୍ଘ ସମୟ ବ୍ୟବହାର ଆପଣଙ୍କ ଶୋଇବା ସମୟ ଏବଂ କମ୍…
ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା ମିଳିବାରେ ଲାଗିଛି। ତାହା ହେଲା ଚାଲିବାକୁ ସକ୍ଷମ ନଥିବା ଜଣେ ବୃଦ୍ଧାଙ୍କୁ ଟେକିଟେକି କନେଷ୍ଟବଳ ବୁଥ ଭିତରକୁ ନେବା ଘଟଣା। ସେଠାରେ ଥିବା ସମସ୍ତ କର୍ମକର୍ତ୍ତା ଏହି ପୋଲିସ ଅଫିସରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ଏକ ବୁଥରେ। ଆଉ ଯେଉଁ କନେଷ୍ଟବଳ ଏହି କାର୍ଯ୍ୟ କରିଛନ୍ତି ସେ ହେଉଛନ୍ତି ମମତା ରଣା। ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଏକ ଅଟୋରେ ଆସିଥିଲେ। ହେଲେ ତାଙ୍କ ସାଥୀରେ ଯେଉଁମାନେ ଥିଲେ ସେମାନେ ବୃଦ୍ଧାଙ୍କୁ ଟେକି ବୁଥ ଭିତରକୁ ନେବା ପାଇଁ ଚାହିଁଲେ। ହେଲେ ସେଠାରେ ଥିବା କନେଷ୍ଠବଳ ମମତା ରଣା ତାହାକୁ ବାରଣ କଲେ। ନିଜେ ବୃଦ୍ଧାଙ୍କୁ ଟେକିଟେକି ନେଇ ବୁଥ ଭିତରକୁ ଯାଇ ଭୋଟ ପ୍ରଦାନରେ…
ଭୁବନେଶ୍ବର: ପାଣିପାଗ ସଂପର୍କିତ ଏକ ବଡ ଖବର ପଦାକୁ ଆସିଛି। ତାହା ହେଲା ଯେ, ଓଡିଶାରେ ଦୁଇଦିନ ଧରି ବର୍ଷା ଲାଗି ରହିବ। ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟକୁ ପୁଣି ଥରେ ପଶ୍ଚିମା ଝଡ ପ୍ରବେଶ କରୁଛି। ଏହା ପୁଣି ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪ ତାରିଖ ଏବଂ ୨୫ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ୨୫ ତାରିଖରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗ ଶୁଖିଲା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏବେ ରାଜ୍ୟରେ ୧୫୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ଗତ ୧୫ ତାରିଖରେ ତାଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉଆ କରିଥିଲା। ଚଢାଉ ବେଳେ ବହୁ ନାମିଦାମୀ କାର ମିଳିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ରିଦ୍ଧିମାନ ସାହାଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ଭବିଷ୍ୟତ ବିଷୟରେ ବାର୍ତ୍ତାଳାପକୁ ସାହା ପ୍ରକାଶ କରିବାକୁ ନେଇ ଦ୍ରାବିଡ କୌଣସି ଆଘାତ ପାଇନାହାଁନ୍ତି। ଦ୍ରାବିଡ଼ ବିଶ୍ୱାସ କରନ୍ତି ଯେ, ଅନୁଭବୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସ୍ପଷ୍ଟତା ପାଇବାକୁ ଯୋଗ୍ୟ। ନିକଟରେ ସାହା ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇ ନଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ, ଗତ ମାସରେ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଦ୍ରାବିଡ ତାଙ୍କୁ ପାରସ୍ପରିକ ଆଲୋଚନାରେ ଅବସର ନେବାକୁ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ଦ୍ରାବିଡ କହିଛନ୍ତି ଯେ, ସାହାଙ୍କ ସହ କଥା ହେବା ପଛରେ ଉଦ୍ଦେଶ୍ୟ ହେଉଛି ଯେ ଦଳରେ ତାଙ୍କର ସ୍ଥିତି ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ଅଛି ଏବଂ ସେ ଏଥିରେ ଦୁଃଖିତ ନୁହଁନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତର ୩-୦ ବିଜୟ ପରେ ଦ୍ରାବିଡ କହିଛନ୍ତି ଯେ, ମୁଁ…
ନୂଆଦିଲ୍ଲୀ: ସିବିଏସ୍ଇ, ଆଇସିଏସ୍ଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶାରୀରିକ ପରୀକ୍ଷା ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣିବାକୁ ରାଜି ହୋଇଛନ୍ତି। ଏହି ମାମଲାକୁ ନେଇ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ଏନ.ଭି. ରାମନା ଆଶ୍ଵାସନା ଦେଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏମ ଖାନୱିଲକରଙ୍କ ବେଞ୍ଚରେ ଖୁବ ଶୀଘ୍ର ଏହି ମାମଲା ଉଠାଯିବ ବୋଲି ଭି ରାମନା ଆବେଦନକାରୀଙ୍କୁ କହିଛନ୍ତି। ଆବେଦନକାରୀ କହିଛନ୍ତି ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ମହାମାରୀର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ଅନ୍ୟ କିଛି ଉପାୟ ମିଳିବା ଉଚିତ।
ମୁମ୍ବାଇ: କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ତେବେ ଏହି ତୃତୀୟ ସାମ୍ମୁଖ୍ୟକୁ କେସିଆର ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଶିବସେନା ହେଉଛି ପ୍ରଥମ ଦଳ ଯିଏକି କଂଗ୍ରେସକୁ ସାଙ୍ଗରେ ନେଇ ଆଲୋଚନା କରିଥିଲା। ସଞ୍ଜୟ ରାଉତ କହିଛନ୍ତି ଯେ, କଂଗ୍ରେସ ବିନା ଏକ ରାଜନୈତିକ ସାମ୍ମୁଖ୍ୟ ଗଠନ ହେବ ବୋଲି ଆମେ କେବେ କହି ନାହୁଁ। ସେହି ସମୟରେ ଯେତେବେଳେ ମମତା ବାନାର୍ଜୀ ଏକ ରାଜନୈତିକ ସାମ୍ମୁଖ୍ୟର ପରାମର୍ଶ ଦେଇଥିଲେ। ସେତେବେଳେ ଶିବସେନା ପ୍ରଥମ ରାଜନୈତିକ ଦଳ ହୋଇ କଂଗ୍ରେସକୁ ନେଇ ଆଲୋଚନା କରିଥିଲା। ସମସ୍ତଙ୍କୁ ସାଙ୍ଗରେ ନେଇ ନେତୃତ୍ୱ ନେବାକୁ କେସିଆରଙ୍କ କ୍ଷମତା ଅଛି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସଞ୍ଜୟ ରାଉତ କହିଛନ୍ତି ଯେ, “ସେ ଆମକୁ ପରାମର୍ଶ…
ଭୁବନେଶ୍ଵର: ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ ଏବଂ ବର୍ତ୍ତମାନ ୫ ହଜାର ୬୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ବେଙ୍ଗୁଲୁରୁ: ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମଚାରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଛୁରାମାଡ଼ରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷ ବୟସ୍କ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି। ରାତି ୯ ଟାରେ ଏହି ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପୀଡିତଙ୍କ ନାମ ହର୍ଷା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ମଧ୍ୟ ହିଜାବ ବିବାଦ ସହ ଜଡିତ ବୋଲି କୁହାଯାଉଛି। ଅନୁସନ୍ଧାନ ସମୟରେ ଜଣାପଡିଛି ଯେ, ହର୍ଷା ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ଏକ ପୋଷ୍ଟ ଲେଖିଛନ୍ତି।
ବ୍ରହ୍ମପୁର: ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଏହି ଚଢାଉରେ ସାମିଲ ଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଛତ୍ରପୁର ଷ୍ଟେସନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଜଣେ ଯୁବକ ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ କରୁଥିଲା। ଯୁବକ ଜଣଙ୍କ ଠାରୁ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଯୁବକ ବ୍ରହ୍ମପୁର ସହରର ଶୁଭମ୍ ପଟ୍ଟନାୟକ ବୋଲି ସୂଚନା ରହିଛି। ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ, ଛତ୍ରପୁର…
ନୂଆଦିଲ୍ଲୀ: ଦେଶରେ ଗତକାଲି ୧୯ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୬୭୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨୦୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୮ ଲକ୍ଷ ୩୮ ହଜାର ୫୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୨ ହଜାର ୧୦୯ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୩୭ ହଜାର ୯୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨ ଲକ୍ଷ ୨ ହଜାରକୁ ୧୩୧ ବୃଦ୍ଧି…

