Author: Samikhsya Bureau

ନୂଆଦିଲ୍ଲୀ: ଯେତେବେଳେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଜଣେ ବ୍ୟକ୍ତିଙ୍କ ଉପରେ କୃପା ବର୍ଷା ହୁଏ, ସେତେବେଳେ ଜୀବନର ଅନେକ ଅସୁବିଧା ଦୂର ହୋଇଯାଏ। ଜୀବନ ସରଳ ହୁଏ। ମାତା ଲକ୍ଷ୍ମୀଙ୍କୁ ବୈଭବର ଦେବୀ ବୋଲି ବିବେଚନା କରାଯାଏ। ଯେତେବେଳେ ମାତା ଲକ୍ଷ୍ମୀ ତଥା ଜୀବନରେ ଧନ ଆସିବା ଆରମ୍ଭ ହୁଏ, ସେତେବେଳେ ମାନ ସମ୍ମାନର ବୃଦ୍ଧି ହୁଏ। ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଚାହୁଁଛନ୍ତି, ତେବେ ସର୍ବଦା ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ। ସମୟାନୁବର୍ତ୍ତୀ ହୁଅନ୍ତୁ: ଯେଉଁମାନେ ସମୟାନୁବର୍ତ୍ତୀ ନୁହଁନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅନୁଗ୍ରହ କଦାପି ରହେ ନାହିଁ। ଏହିପରି ଲୋକମାନେ ସର୍ବଦା ଟଙ୍କା ଅଭାବ ସହିତ ସଂଘର୍ଷ କରନ୍ତି। ଜୀବନର ଦୁଃଖକୁ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି ପାଇଥାଏ। ଯେଉଁଥିପାଇଁ ସୁଖ ଏବଂ ଶାନ୍ତି ନଷ୍ଟ ହୋଇଯାଏ। ତେଣୁ, ଯଦି ଆପଣ ଜୀବନରେ ଧନୀ ହେବାକୁ ଚାହାଁନ୍ତି, ତେବେ ସମୟାନୁବର୍ତ୍ତୀ ହୁଅନ୍ତୁ। ଲକ୍ଷ୍ୟ ପ୍ରତି…

Read More

ଭୁବନେଶ୍ୱର: ନିର୍ବାଚନ ପ୍ରକି୍ରୟାରେ ଭୋଟଗଣନା ଏକ ମୁଖ୍ୟ କାର୍ଯ୍ୟ ଅଟେ। ଅସାବଧାନ ଭୋଟଗଣତି ଯୋଗୁଁ ସଂପୂର୍ଣ୍ଣ ନିର୍ବାଚନ ଫଳାଫଳ ଭୁଲ ହୋଇପାରେ। ଏ ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ରହିଛି। ଭୋଟଗଣତି କେନ୍ଦ୍ର ଉପରେ ନିର୍ବାଚନ ଅଧିକାରୀମାନେ ତୀକ୍ଷ୍‌ଣ ଦୃଷ୍ଟି ଦେବା ସହ ଭୋଟଗଣତି କେନ୍ଦ୍ର ମଧ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିଶ୍ଚିତ ରୂପେ ଯନିବାନ ହେବା ଉଚିତ। ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିବ। ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସଂପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳ…

Read More

ଚିଲିକା: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ସେହି ଅନୁସାରେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସେତିକି ଜମିବାରେ ଲାଗିଛି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନରେ ବର୍ତ୍ତମାନ ଚିଲିକାବାସୀଙ୍କ ନଜରରେ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଚାଲିଛି ଦ୍ବିମୁଖୀ ଲଢେଇ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢେଇ ହେଉଛି ବିଜେଡି ଏବଂ ବିଜେପି ମଧ୍ୟରେ। ବିଜେଡି ତରଫରୁ ଲିଲିବାଳା ଭୋଳ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ରୋଜିତା ପ୍ରଧାନ ଲଢେଇ କରୁଛନ୍ତି।ସେହିପରି କଂଗ୍ରେସରୁ ରଶ୍ମିତା ମହାପାତ୍ର ମଇଦାନରେ ଅଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତଥ୍ୟ ଅନୁସାରେ ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଲିଲିବାଳା ଭୋଳ ପ୍ରଚାରରେ ବେଶ୍ ଆଗରେ ଅଛନ୍ତି। ବିଜେପିର ରୋଜିତା ପଛରେ ପଡିଥିବା ବେଳେ, କଂଗ୍ରେସର ପ୍ରଚାର ଶିଥିଳ ଅବସ୍ଥାକୁ ଚାଲି ଆସିଛି। ମୁଖ୍ୟତଃ ରାଜ୍ୟରେ ବିଜେପି…

Read More

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏଭଳି ପରିସ୍ଥିତିରେ ବହୁଜନ ସମାଜ ପାର୍ଟି ପାଇଁ ଏକ ଖରାପ ଖବର ଆସିଛି। ଜିଲ୍ଲାର କୁନ୍ଦରକୀ ବିଧାନସଭା ଆସନରୁ ପ୍ରାର୍ଥୀ ହାଜି ରିଜୱାନଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ସମର୍ଥକଙ୍କୁ ବିଜେପିକୁ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି। ବିଏସପି ପ୍ରାର୍ଥୀ ମଧ୍ୟ ଏହି ଅଡିଓ କ୍ଲିପକୁ ନିଶ୍ଚିତ କରିଛନ୍ତି। ଅଡିଓ କ୍ଲିପ୍‌ରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଜିଆଉର ରେହମାନଙ୍କୁ ପରାସ୍ତ କରିବାକୁ ହାଜି ରିଜୱାନ କୁନ୍ଦରକୀ ଜନତାଙ୍କୁ ନିବେଦନ କରୁଥିବା ଶୁଣିବାକୁ ମିଳୁଛି। ସମ୍ଭଲର ଏସପି ସାଂସଦ ଶାଫିକ୍ ରେହମାନ ବୁର୍କଙ୍କ ନାତି ହେଉଛନ୍ତି ଜିୟାଉର୍ ରେହମାନ। ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୧୭ ବିଧାନସଭା ନିର୍ବାଚନରେ ​​ହାଜି ରିଜୱାନ୍ ଜିତିଥିଲେ। କିନ୍ତୁ ସମାଜବାଦୀ ପାର୍ଟି ତାଙ୍କୁ ୨୦୨୨ ନିର୍ବାଚନରେ ଟିକେଟ ଦେଇନଥିଲା। ଏହା ପରେ ସେ ଏସପି ବିରୋଧରେ…

Read More

ଭୁବନେଶ୍ଵର: ଆଜି ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୦୪ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଯାଜପୁର ଜିଲ୍ଲାରୁ ୪ ଜଣ, କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୨୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୭ ହଜାର ୮୪୦ ଏବଂ ବର୍ତ୍ତମାନ ୧୧ ହଜାର ୩୨୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Read More

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା ପ୍ରତି ବିପଦ ଥିବା ୫୪ ଟି ଚାଇନିଜ୍ ଆପକୁ କେନ୍ଦ୍ର ସରକାର ନିଷିଦ୍ଧ କରିବେ। କେନ୍ଦ୍ର ସରକାର ବିଶ୍ଵାସ କରନ୍ତି ଯେ, ଏହି ଆପଗୁଡ଼ିକ ଭାରତର ସୁରକ୍ଷା, ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ସେଗୁଡିକୁ ନିଷିଦ୍ଧ କରାଯିବା ଉଚିତ। ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ ପୂର୍ବରୁ ମଧ୍ୟ ସୁରକ୍ଷା ବିପଦକୁ ବିଚାର କରି ମୋଟ ୨୭୦ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଏହି ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଏହା ପ୍ରଥମ ଥର ପାଇଁ ସରକାରଙ୍କ ଦ୍ୱାରା ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପଗୁଡିକ ଆଇଟି ଆକ୍ଟର ଧାରା ୬୯ ଏ ଅନୁଯାୟୀ ନିଷେଧ କରାଯାଇଛି। ତେବେ ସୂଚନା ମୁତାବକ ନିଷେଧ ହେବାକୁ ଥିବା ଚୀନା ଆପ୍‌ଗୁଡ଼ିକ ମଧ୍ୟରେ ‘ବିୟୁଟି କ୍ୟାମେରା- ସେଲ୍‌ଫି କ୍ୟାମେରା’,…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୪୪ ହଜାର ୮୭୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩୪ ହଜାର ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୬୮୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୩୪୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୬ ଲକ୍ଷ ୬୫ ହଜାର ୫୩୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୯ ହଜାର ୧୧ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୯୧ ହଜାର ୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୬ ଲକ୍ଷ ୭୭ ହଜାର ୬୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪ ଲକ୍ଷ ୭୮ ହଜାରକୁ ୮୮୨…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୧୪୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୪୫ ବାଲେଶ୍ଵର ଜିଲ୍ଲାରୁ- ୨୧ ବରଗଡ ଜିଲ୍ଲାରୁ- ୧୨ ଭଦ୍ରକ ଜିଲ୍ଲାରୁ- ୯ ବଲାଙ୍ଗୀରି ଜିଲ୍ଲାରୁ- ୨୦ ବୌଦ୍ଧ ଜିଲ୍ଲାରୁ- ୨୦ କଟକ ଜିଲ୍ଲାରୁ– ୬୫ ଦେବଗଡ ଜିଲ୍ଲାରୁ- ୯ ଢେଙ୍କାନାଳ ଜିଲ୍ଲାରୁ- ୯ ଗଜପତି ଜିଲ୍ଲାରୁ- ୩୯ ଗଞ୍ଜାମ ଜିଲ୍ଲାରୁ- ୧୮ ଜଗତସିଂହପୁର ଜିଲ୍ଲାରୁ- ୧୫ ଯାଜପୁର ଜିଲ୍ଲାରୁ- ୪୫ ଝାରସୁଗୁଡା ଜିଲ୍ଲାରୁ- ୨୪ କଳାହାଣ୍ଡି ଜିଲ୍ଲାରୁ- ୧୦ କନ୍ଧମାଳ ଜିଲ୍ଲାରୁ- ୮ କେନ୍ଦ୍ରାପଡା ଜିଲ୍ଲାରୁ- ୨୫ କେନ୍ଦୁଝର ଜିଲ୍ଲାରୁ-…

Read More

ସୁବାସ କୁମାର ତାରଣିଆଁ ଭୁବନେଶ୍ବର: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ଦୁଇଟି ହୃଦୟର ମିଳନରୁ ସୃଷ୍ଟି ହୁଏ ପ୍ରେମ। ପ୍ରତି ପର୍ବପର୍ବାଣୀ ଭଳି ବା ସ୍ମରଣୀୟ ଦିବସ ଭଳି ପ୍ରେମ ପାଇଁ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ଦିବସ। ପ୍ରତିବର୍ଷ ଫେବୃୟାରୀ ୧୪ ତାରିଖକୁ ଆନ୍ତର୍ଜାତିୟ ଭାଲେଣ୍ଟାଇନ ଡ଼େ ବା ପ୍ରେମ ଦିବସ ରୂପେ ପାଳନ କରାଯାଇଥାଏ। ପ୍ରେମକୁ ଶାଣିତ ସୁନ୍ଦର ଓ ମଜଭୂତ କରିବା ପାଇଁ ପ୍ରେମୀଯୁଗଳ ଏହି ଦିବସରେ ଭେଟି ପ୍ରେମର ପ୍ରତୀକ ସ୍ୱରୂପ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମକୁ ସ୍ମରଣୀୟ କରିଥାନ୍ତି। ସାମ୍ପ୍ରତିକ ସମୟରେ ପ୍ରେମ ଏକ ମହାମାରୀର ରୂପେ ନେଇଛି। ଏହି ପ୍ରେମ ଯୁବକ ଯୁବତୀଙ୍କୁ ଏପରି ଗ୍ରାସ କରିଛି ଯେ, ଥରେ ଯିଏ ପ୍ରେମଫାଶରେ ଫସିଯାଇଛି, ସେଥିରୁ ମୁକୁଳିବାଟା ବହୁତ କଷ୍ଟକର ହୋଇପଡ଼ିଛି। ଫଳରେ ପ୍ରେମ ପାଇଁ ଘଣୁଛି ଅନେକ ଅଘଟଣ। ପ୍ରେମ ପାଇଁ କେଉଁଠି ଯୁବକ ଆତ୍ମହତ୍ୟା କରୁଛି ତ କେଉଁଠି…

Read More

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ କରୋନା ଟୀକାକରଣର ସତ୍ୟତା ଓ ଏହାର ବାସ୍ତବତାକୁ ନେଇ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଓକିଲ ନିଲେଶ ଓଝା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସୁପ୍ରିମ କୋର୍ଟ କହିଛନ୍ତି ଟୀକାକରଣକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ଯଦି ଲୋକଙ୍କ ଟିକସ ଅର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅନାବଶ୍ୟକ ଭାବେ ଲୋକଙ୍କୁ ଟୀକା ଦିଆଯାଇ ମୃତ୍ୟୁମୁଖକୁ ଠେଲାଯାଉଛି, ତେବେ ସରକାର ଏଥିପାଇଁ କ୍ଷତିପୂରଣ ଦେବେ ନା ନାହିଁ। ଆମେରିକା ଭଳି ଉନ୍ନତ ଦେଶରେ ଟୀକାକରଣ ଜନିତ ମୃତ୍ୟୁ ପାଇଁ କୋଟି କୋଟି ଟଙ୍କା କ୍ଷତିପୂରଣ ଦିଆଯାଉଛି। ଆମ ଦେଶରେ ଟୀକାକରଣ ଯୋଗୁ ପାଶ୍ୱର୍ପ୍ରତିକ୍ରିୟା ହୋଇ ଯେଉଁମାନଙ୍କ ମୃତ୍ୟୁ ଘଟୁଛି ସେମାନଙ୍କୁ କ୍ଷତିପୂରଣ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ। ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ। ସେହିପରି…

Read More

ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ…

Read More

ନୂଆଦିଲ୍ଲୀ: ଯଦି ଆପଣ ପ୍ରିପେଡ୍ ମୋବାଇଲ୍ ବ୍ୟବହାର କରନ୍ତି, ତେବେ କେଉଁ କମ୍ପାନୀର ରିଚାର୍ଜ ମୂଲ୍ୟ କେତେ ଟଙ୍କା ଅଛି, ଆସନ୍ତୁ ଜାଣିବା। ଏଠାରେ ଉଲ୍ଲେଖ କରାଯାଇଥିବା ଯୋଜନାଗୁଡ଼ିକ ହେଉଛି ସମସ୍ତ କମ୍ପାନୀର ଦୈନିକ 1GB ଡାଟା ଯୋଜନା। ପ୍ରତିଦିନ ଗୋଟିଏ GB ଡାଟା ସହିତ 28 ଦିନର ବୈଧତା ଥିବା କମ୍ପାନୀଗୁଡିକର ଏହା ହେଉଛି ଶସ୍ତା ଯୋଜନା। ଜିଓ ପ୍ରିପେଡ୍ ଯୋଜନା: ଜିଓ ବିଷୟରେ କହିବାକୁ ଗଲେ, ଏହାର 209 ଟଙ୍କା ଯୋଜନାରେ, ବ୍ୟବହାରକାରୀଙ୍କୁ ପ୍ରତିଦିନ 1 ଜିବି ଡାଟା ଦିଆଯାଉଛି। ଏହା ବ୍ୟତୀତ ଅସୀମିତ କଲିଂର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। 100SMS ମଧ୍ୟ ପ୍ରତିଦିନ ଉପଲବ୍ଧ। ଏହି ଯୋଜନାର ବୈଧତା ହେଉଛି 28 ଦିନ। ଏହିପରି ଏହି ଯୋଜନାରେ 28 GB ଡାଟା ଦିଆଯାଉଛି। ଏହା ବ୍ୟତୀତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍ ର ସବସ୍କ୍ରିପସନ୍ ଦିଆଯାଉଛି। ଏୟାରଟେଲ ପ୍ରିପେଡ୍…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 15 ତମ ସିଜନର ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ମୋଟ 21 ଖେଳାଳି କିଣିଛି। ଚେନ୍ନାଇ (ସିଏସକେ) ସର୍ବାଧିକ ମୂଲ୍ୟରେ ଦୀପକ ଚହରଙ୍କୁ ଦଳରେ ସ୍ଥାନିତ କରିଛି। ଏହା ବ୍ୟତୀତ ଅମ୍ବାତି ରାୟୁଡୁ, ଡୱେନ ବ୍ରାଭୋ ଏବଂ ରବିନ୍ ଉଥାପ୍ପାଙ୍କୁ ମଧ୍ୟ ଚେନ୍ନାଇ ଦଳରେ ଯୋଡିଛି। ଏଥି ସହିତ, ନୂତନ ଖେଳାଳିଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ଶିବମ ଦୁବେଙ୍କୁ 4 କୋଟି ଟଙ୍କାରେ କିଣିଛି। ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଡିଭନ୍ କନୱେକୁ ଏକ କୋଟିରେ ଏବଂ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଡୱେନ ପ୍ରିଟୋରିୟସଙ୍କୁ 50 ଲକ୍ଷ ଟଙ୍କାରେ କିଣାଯାଇଛି। ଏଥି ସହିତ ଧୋନିଙ୍କ ଦଳ ମଧ୍ୟ ମିଚେଲ ସାଣ୍ଟନର୍ ଏବଂ ନ୍ୟୁଜିଲ୍ୟାଣ୍ଡର ଆଡାମ ମିଲନେଙ୍କୁ ଦଳରେ ସାମିଲ କରିଛି। ଏହା ବ୍ୟତୀତ 2022 ଅଣ୍ଡର -19 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ 1.50 କୋଟିରେ ସିଏସକେ…

Read More

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଧାୟିକାଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଯାଇଛି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଯୋଗୁଁ ବିଧାୟିକାଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୨୭ ନମ୍ବର ଜୋନରେ ପ୍ରଚାର କରିବା ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଥିଲା। ଭୋଟ ନଦେଲେ କିଛି ସରକାରୀ ସୁବିଧା ମିଳିବ ନାହିଁ ବୋଲି ପ୍ରମିଳା କହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ବିଞ୍ଝାରପୁର ଅଞ୍ଚଳରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା। ତେଣୁ ଏହି ଘଟଣା ସାମନାକୁ ଆସିବା ପରେ ଯାଜପୁର ଜିଲ୍ଲାପାଳ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ଯାଜପୁର ଜିଲ୍ଲାପାଳ ନୋଟିସ କରିଥିଲେ।

Read More

ନୂଆଦିଲ୍ଲୀ: ବିଜେପି ଅଭିଯୋଗର ଜବାବରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରେ ଏବଂ ସେ ମୋ ପାଇଁ ମଧ୍ୟ ଜୀବନ ଦେଇ ପାରେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମତଭେଦ କଂଗ୍ରେସକୁ ତଳକୁ ଆଣିବ। ଏହି ବିଷୟରେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ପଚାରିଥିଲେ, ଆମ ମଧ୍ୟରେ ବିବାଦ କେଉଁଠାରେ ଅଛି? ସେ ହସି ହସି ଯୁକ୍ତିକୁ ଓଲଟପାଲଟ କରି କହିଛନ୍ତି ଯେ, “ଯୋଗୀ ଜିଙ୍କ ମନରେ ସଂଘର୍ଷ ଏବଂ ବିବାଦ ରହିଛି। ଏଥିରୁ ଜଣାପଡୁଛି ଯେ, ତାଙ୍କ ମୋଦୀଜୀ ଏବଂ ଅମିତ ଶାହା ଜିଙ୍କ ମଧ୍ୟରେ ବିଜେପି ମଧ୍ୟରେ ମତଭେଦ ଥିବାରୁ ସେ ଏହା କହୁଛନ୍ତି।

Read More

ଭୁବନେଶ୍ୱର: ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଏସ୍‌.ସି., ଏସ୍‌.ଟି.ମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଅଛି। କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ୱାରା ସିଂହଭାଗ ହଡ଼ପ ହୋଇଯାଉଅଛି। ପ୍ରକୃତରେ ଦେଖାଗଲେ ଆମେ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖି ସଂରକ୍ଷଣ ପାଇଛୁ। ଏହାର ଉଦାହରଣ ହେଉଛି କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତି। ଏମାନେ ଚୋରାରେ ସଂରକ୍ଷଣକୁ ହଡ଼ପ କରୁଥିଲେ, ପରେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ପଛଦ୍ୱାର ଦେଇ ଏସ୍‌.ସି. ତାଲିକାକୁ ୨୦୦୨ ଡ଼ିସେମ୍ବରରେ ପଶି ଆସିଛନ୍ତି। ଦୀର୍ଘଦିନ ଧରି ସେମାନଙ୍କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତାଙ୍କୁ ଏସ୍‌.ସି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଣପୁର ବ୍ଳକରେ ସେବା କାର୍ଯ୍ୟ କରାଯାଇଛି। ସଂଗଠନ ପକ୍ଷରୁ ଘଞ୍ଚ ବରବରା ଜଂଗଲ ମଧ୍ୟରେ ଥିବା ଆଦିବାସୀ ଗ୍ରାମ ମହୁଲିଆ, ଲଣ୍ଡୁରୁ, ସିବିଡାରେ ବସବାସ କରୁଥିବା ପ୍ରାୟ ୮୦ ଟି ପରିବାରର ପିଲା ବଡ ମିଶାଇ ୨୫୦ ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବସ୍ତ୍ର ଯଥା ଶାଢୀ, ଲୁଙ୍ଗି, ଧୋତି, ଗାମୁଛା ଏବଂ ପୋଷାକ ସହିତ ଷ୍ଟିଲ ବାସନ ଆଦି ବଣ୍ଟନ କରା ଯାଇଅଛି। ଏଥି ସହିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିଳାଦ୍ରୀପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଯିବା ସହିତ ଆବଶ୍ୟକୀୟ ଔଷଧ ମଧ୍ୟ ବଣ୍ଟନ କରାଯାଇଅଛି। କ୍ଳବର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପୂର୍ବତ୍ତନ ସଭାପତି ବିଜୟ କୁମାର…

Read More

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମିଜୀ ମହାମୃତ୍ୟୁର ପଥିକ ହୋଇଛନ୍ତି। ମୃତ୍ୟୁକୁ ସେ ଆହ୍ୱାନ କରୁଥିଲେ। ତାଙ୍କ ଶରୀର ତାଙ୍କୁ ସହଯୋଗ କରୁନାହିଁ, ଏଣୁ ପ୍ରଭୁ ତାଙ୍କ ପାଖକୁ ନେଇଯିବାକୁ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ବେଦ ବର୍ଣ୍ଣିତ ମୃତ୍ୟୁ ସୁକ୍ତକୁ ଶ୍ରୀ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ବାଖ୍ୟା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ…

Read More

ଭୁବନେଶ୍ୱର: ନବଗଠିତ ସାମାଜିକ ଅନୁଷ୍ଠାନ ବିସ୍ଥାରିତ ଓଡ଼ିଶା ପକ୍ଷରୁ ଏକ ବାର୍ତ୍ତାବାହକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଭୁବନେଶ୍ୱରଠାରେ ଆହୂତ ଏହି ସମ୍ମିଳନୀରେ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ବନ୍ଧୀୟ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ସହ ତାହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଧାରିତ, ସୁଚିନ୍ତିତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ସଭାପତି ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର। ରାଜ୍ୟରେ ବହୁ ଅନୁଷ୍ଠାନ ଥିଲେ ମଧ୍ୟ ଏହି ସାମାଜିକ ସଂଗଠନର ଆଭିମୁଖ୍ୟ ଦୃଷ୍ଟିକ୍ଷେତ୍ର, ସ୍ୱାତନ୍ତ୍ର‌୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ତାର ଜାତୀୟ ଆବାହକ ଡଃ ବିପିନ ବିହାରୀ ମିଶ୍ର। ସେ ପ୍ରକାଶ କରିଥିଲେ ଯେ ଏକ ମୂଲ୍ୟବୋଧଭିତ୍ତିକ ସମାଜ ପାଇଁ ଏହି ଅନୁଷ୍ଠାନ ଦିଗ୍‌ଦର୍ଶନ ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସଙ୍କଟର ନିରାକରଣ ପାଇଁ ପାଇଁ ଅବିରତ ଉଦ୍ୟମ କରିବ। ଏହି ଅବସରରେ ସାଧାରଣ ସମ୍ପାଦକ ଗୋଲକ ବିହାରୀ ସିଂହ ପ୍ରକାଶ କରିଥିଲେ ଯେ, ଏହି ଅନୁଷ୍ଠାନ ରାଜ୍ୟର ଉଚ୍ଚାଙ୍ଗ ଐତିହ୍ୟ…

Read More

ଭୁବନେଶ୍ୱର: ମହାବୀର ମନ୍ଦିରର ବାର୍ଷିକ ଉତ୍ସବ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟ ଗେଟ୍ ନଂ-୮ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି। ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମୁନିକୁମାରୀ, ଡ଼େଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରରାୟଣ ସାହୁ, ସଂଘ କାର୍ଯ୍ୟକାରୀ କମିଟି ସଭ୍ୟ…

Read More