Author: Samikhsya Bureau

ଭୁବନେଶ୍ୱର/ମୁମ୍ବାଇ: ଅଗ୍ରଣୀ ଏଆଇ ଭିତ୍ତିକ ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଗ୍ଲାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ପାଣ୍ଠି ହାସଲ (ଫଣ୍ଡିଂ)ର ସିରିଜ୍ ଡି ପର୍ଯ୍ୟାୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ଠାରୁ ୨୦୦ ନିୟୁତ ଡଲାର ନିବେଶ ଗ୍ରହଣ କରିବାକୁ ସହମତ ହୋଇଛି। ଜିଓ ଦ୍ୱାରା ହେବାକୁ ଥିବା ଏହି ପ୍ରସ୍ତାବିତ ନିବେଶର ଲକ୍ଷ୍ୟ ହେଉଛି ଏସିଆ ବାହାରେ ଥିବା ବହୁ ପ୍ରମୁଖ ଆନ୍ତର୍ଜାତିକ ବଜାର ଯଥା ଆମେରିକା, ବ୍ରାଜିଲ୍‌, ମେକ୍ସିକୋ ଓ ରୁଷିଆରେ ଗ୍ଲାନ୍ସର ଉନ୍ମୋଚନକୁ ତ୍ୱରାନ୍ୱିତ କରିବା। କଂପାନି ଲକ୍‌ସ୍କ୍ରିନ୍‌ରେ ବିଶ୍ୱର ସର୍ବବୃହତ ଲାଇଭ୍ ବିଷୟବସ୍ତୁ ଓ ବାଣିଜ୍ୟ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ହାସଲ କରିବାକୁ ଥିବା ପାଣ୍ଠିକୁ ଏହା ବିଶ୍ୱସ୍ତରରେ ସମ୍ପ୍ରସାରଣ ପାଇଁ ବ୍ୟବହାର କରିବ। ଜିଓ ପ୍ଲାଟଫର୍ମସ୍ ବ୍ୟତୀତ ଗ୍ଲାନ୍ସକୁ ବୃହତ ପ୍ରଯୁକ୍ତି ସଂସ୍ଥା ଗୁଗୁଲ୍ ଏବଂ ସିଲିକନ୍ ଭ୍ୟାଲିର ଭେଂଚର ଫଣ୍ଡ୍ ମିଥ୍ରିଲ୍ କ୍ୟାପିଟାଲ୍‌ର ସମର୍ଥନ ମଧ୍ୟ ରହିଛି। ଏହି ପ୍ରସ୍ତାବିତ ନିବେଶ…

Read More

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-୭ର କାର୍ଯ୍ୟକ୍ରମର ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍ ଙ୍କ ସ୍ୱାମୀ କମରୁଦ୍ଦିନ୍ ଖାଁଙ୍କୁ ପ୍ରଦାନ କରାଯ।ଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକା ସ୍ୱର୍ଗୀୟା ସରିନ୍ ଗତ ୨୦୨୧ ମସିହା ମଇ ମାସ ୧୧ ତାରିଖରେ କୋଭିଡ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅର୍ଥ ସବନମ୍ ଙ୍କ ସ୍ୱାମୀ ଓ ସେମାନଙ୍କ ନାବାଳିକା ଝିଅ ସିନମ୍ ସରିନ୍ ଙ୍କ ଯୁଗ୍ମ ଜମାଖାତାକୁ ଅନ୍ ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ସହାୟତା…

Read More

ଭୁବନେଶ୍ୱର: ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି । ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ…

Read More

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ 14 ତାରିଖ ଅର୍ଥାତ୍ 1 ଏପ୍ରିଲ 2021 ରୁ 14 ଫେବୃଆରୀ, 2022 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ତୁଳନାରେ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରାୟ 26.67 ନିୟୁତ ଟନ ଅଧିକ ବୋଝେଇ କରି 15% ବୃଦ୍ଧି ପଞ୍ଜିକରଣ କରି 200 ନିୟୁତ ଟନ ମାଇଲଖୁଣ୍ଟ ହାସଲ କରିଛି। ଏହି ସମୟ ମଧ୍ୟରେ, ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧିରେ 173.82 ନିୟୁତ ଟନ ପଣ୍ୟ ବୋଝେଇ ତୁଳନାରେ 200.50 ନିୟୁତ ଟନ ପଣ୍ୟ ପରିବହନ କରିପାରିଛି। ଏଠାରେ ଉଲ୍ଲେଖ କରାଯାଉଅଛି ଯେ ପୂର୍ବ ତଟ ରେଳପଥ ଏହି ସଫଳତା ହାସଲ କରିବା ପାଇଁ ଗତ ଆର୍ଥିକ ବର୍ଷର 360 ଦିନ ତୁଳନାରେ ମାତ୍ର 320 ଦିନ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି। 200 ନିୟୁତ ଟନ ପଣ୍ୟ…

Read More

ଭୁବନେଶ୍ୱର: ପୃଥିବୀରେ କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ ପରାସ୍ତ କରିପାରିବେ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ ପ୍ରସାଦ ପଣ୍ଡା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆର୍ନ୍ତଜାତିକ ଶିଶୁ କର୍କଟ ଦିବସ ପାଳନ ଅବସରରେ ଡାକ୍ତର ପଣ୍ଡା କହିଛନ୍ତି ଯେ ବିଶ୍ୱରେ ପ୍ରତ୍ୟେକ ବର୍ଷ ପାଖାପାଖି ୪ ଲକ୍ଷ ଶିଶୁ ବିଭିନ୍ନ ପ୍ରକାର କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି। ସେହିଭଳି ଭାରତରେ ପାଖାପାଖି ୫୦ ହଜାର ଶିଶୁ ଆକ୍ରାନ୍ତ ହେଉଛନ୍ତି। କ୍ୟାନ୍ସର ଆକ୍ରାନ୍ତ ଶିଶୁର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଭାବେ ସର୍ଜରୀ, କେମୋଥୋରାପି ଓ ରେଡିଏସନ୍ ଦ୍ୱାରା ଚିକିତ୍ସା…

Read More

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ସୋମବାର ଦିନ ଏହାର ପ୍ରଚାର ଶେଷ ହୋଇଛି। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପୁଲିଂ ଅଫିସରମାନେ ପହଁଚି ସାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ…

Read More

ଭୁବନେଶ୍ୱର/ଭବାନିପାଟଣା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଭବାନିପାଟଣାର ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ଆମ୍ବିଏନ୍ସ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ସହରର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ…

Read More

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ଶାସକ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଏହି ସମୟରେ ଗରିବ ଲୋକ ଯେଉଁ ରାସନ ପାଇଛନ୍ତି, ତାହା କେବଳ ନିର୍ବାଚନ ପର୍ଯ୍ୟନ୍ତ ଉପଲବ୍ଧ ହେବ। ନିର୍ବାଚନ ପରେ ଏହା ଉପଲବ୍ଧ ହେବ ନାହିଁ। ଏହା ପୂର୍ବରୁ ନଭେମ୍ବର ସୁଦ୍ଧା ଦିଆଯିବାର ଥିଲା, କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନ ଘୋଷଣା ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାସନ ଉପଲବ୍ଧ ହେବ ବୋଲି ଘୋଷଣା କରାଗଲା। କେନ୍ଦ୍ରୀୟ ବଜେଟରେ ରାସନ ଟଙ୍କା ରଖାଯାଇ ନାହିଁ, କାରଣ ସେ ଜାଣନ୍ତି ଯେ, ମାର୍ଚ୍ଚରେ ନିର୍ବାଚନ ଶେଷ ହେବ। ଅଖିଳେଶ ଯାଦବ ରାଏବରେଲିରେ କହିଛନ୍ତି ଯେ, ସମାଜବାଦୀମାନେ ମଧ୍ୟ ରାସନ ଦେଇଥିଲା। ଯେପର୍ଯ୍ୟନ୍ତ ଏସପି ସରକାର ଅଛି, ଆମେ ଆମର ଗରିବ ଲୋକଙ୍କୁ ରାସନ ଦେବୁ। ଏହା ସହିତ, ଆମେ ଗୋଟିଏ ବର୍ଷରେ ସୋରିଷ ତେଲ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ସୁସ୍ଥ ରହିବାକୁ ଚାହୁଁଛୁ। କିନ୍ତୁ ଆମର କିଛି ନିତିଦିନିଆ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି। ଆମମାନଙ୍କ ମଧ୍ୟରୁ କେତେକ ଲୋକ ନିର୍ଦ୍ଦିଷ୍ଟ ଜିନିଷକୁ ଏଡାଇବା ପାଇଁ ବାହାନା ବ୍ୟବହାର କରନ୍ତି। ଯେପରିକି ଶୌଚାଳୟକୁ ନ ଯିବା ପାଇଁ ଭ୍ରମଣ କରିବା ସମୟରେ ଅଧିକ ପାଣି ନପିଇବା, ଏସିରେ ବସିବା ସମୟରେ ଶୋଷ ନଲାଗିବାର ବାହାନା। କିନ୍ତୁ ବୋଧହୁଏ ଆପଣ ଜାଣି ନାହାଁନ୍ତି ଯେ, ଏହି ଅଭ୍ୟାସ ଗମ୍ଭୀର ଭାବରେ କ୍ଷତିକାରକ ହୋଇପାରେ। ଏହି ଅଭ୍ୟାସ ସବୁଦିନ ପାଇଁ ଆମର କିଡନୀକୁ କ୍ଷତି ପହଞ୍ଚାଇପାରେ। କେବଳ ଏହି ୨ ନୁହେଁ ବରଂ ଏପରି ଅନେକ ଅଭ୍ୟାସ ଅଛି ଯାହା ଦୀର୍ଘ ସମୟ ମଧ୍ୟରେ ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ। ଆମ ଶରୀରରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରରେ ରକ୍ତ ସଫା କରିବା ଏବଂ ଏଥିରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ…

Read More

ଭୁବନେଶ୍ବର: ବିଜେଡି ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଓଡିଶାରେ ହିଂସା ବୃଦ୍ଧି ନେଇ ଅଭିଯୋଗ କରିଛନ୍ତି। ଓଡିଶାର ପଞ୍ଚାୟତ ନିର୍ବାଚନରେ ବିଜେପି ଦ୍ବାରା ହତ୍ୟା ତଥା ଜଘନ୍ୟ ଶାରୀରିକ ଆକ୍ରମଣର ସମ୍ମୁଖୀନ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଧିକ ସୁରକ୍ଷା ଦାବି କରିଛନ୍ତି। ଏହି ପ୍ରତିନିଧୀ ଦଳ ଓଡିଶା ବିଜେପି ନେତା ଓ କର୍ମିଙ୍କ ଦ୍ବାରା ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଚାଲିଥିବା ହିଂସା ଘଟଣାର ନିର୍ଦ୍ଦିଷ୍ଟ ମାମଲା ମଧ୍ୟ ଉଲ୍ଲେଖ କରିଛନ୍ତି।

Read More

କଟକ: ଆଜି ସକାଳୁ ଭିଜିଲାନ୍ସ ବିଭାଗ କଟକ ରେ ଥିବା ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପିଙ୍କ ଘର ଉପରେ ଚଢାଉ କରିଛି। ତାଙ୍କ ନାମ ହେଉଛି ତ୍ରିନାଥ ମିଶ୍ର। ଆୟ ବହିଃଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇବା ପରେ ଏହି ଚଢାଉ କରାଯାଇଛି। ଏଥିରେ ଏକକାଳିନ ତାଙ୍କ ଡ୍ରାଇଭର ଘର ସହିତ 11 ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ 3 ଜଣ ଅତିରିକ୍ତି ଏସପି, 10 ଜଣ ଡିଏସପି, 13 ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଛନ୍ତି। ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା 1. ଫ୍ଲାଟ ନଂ -2 / 25, ମନୋରାମା ଇଷ୍ଟେଟ୍, ରସୁଲଗଡ, ଭୁବନେଶ୍ବର 2. ନବରଙ୍ଗପୁରର ଗ୍ରାମ-ଡାବୁଗାଓଁରେ ଅବସ୍ଥିତ ପୈତୃକ ଘର 3. ଗ୍ରାମ-ଖାଇରା, ଥାନା- ବଡଚଣା, ଜିଲ୍ଲା-ଯାଜପୁରରେ ଶଶୁର ସ୍ବର୍ଗତ ପ୍ରମୋଦ କୁମାର ଚୈଧରୀଙ୍କ ବାସଭବନ | 4. ସେହି ଖଇରା ଗ୍ରାମରେ ଥିବା ଶାନ୍ତିଲତା ଫାର୍ମ…

Read More

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ, ବିଶେଷକରି ଛାତ୍ରମାନଙ୍କୁ ସାମୟିକ ଭାବେ ଦେଶ ଛାଡିବାକୁ ଦୂତାବାସ କହିଛି। ବର୍ତ୍ତମାନ ୟୁକ୍ରେନରେ ୨୦ ହଜାରରୁ ଅଧିକ ଭାରତୀୟ ଅଛନ୍ତି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଛାତ୍ରମାନେ ଏଠାରେ ରହିବା ଆବଶ୍ୟକ କରନ୍ତି ନାହିଁ, ସେମାନେ ୟୁକ୍ରେନ ଛାଡିବା ଉଚିତ୍। ୟୁକ୍ରେନକୁ ଅଣ-ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି। ଦୂତାବାସ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନରେ ସେମାନଙ୍କର ଉପସ୍ଥିତି ବିଷୟରେ ସୂଚନା ପ୍ରଦାନ କରିବାକୁ କହିଛି। ଯାହା ଦ୍ଵାରା ଆବଶ୍ୟକ ହେଲେ ଦୂତାବାସ ସେମାନଙ୍କ ସହ ଯୋଗାଯୋଗ କରିପାରିବ। ଜାନୁଆରୀ ୨୬ ତାରିଖରେ କିଭରେ ଥିବା ଭାରତୀୟ ଦୂତାବାସ ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଶୀଘ୍ର ପଞ୍ଜୀକରଣ କରିବାକୁ କହିଥିଲେ। ଏକ ପ୍ରକାଶନରେ ଦୂତାବାସ କହିଛି ଯେ, ‘ୟୁକ୍ରେନରେ…

Read More

ଚଣ୍ଡିଗଡ: ଫେବୃଆରୀ ୨୦ ତାରିଖରେ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ୟୁପିଏ ସରକାରରେ ଆଇନ ମନ୍ତ୍ରୀ ଥିବା ଅଶ୍ୱିନୀ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଅନେକ ବରିଷ୍ଠ ନେତା କଂଗ୍ରେସରୁ ବିଚ୍ଛିନ୍ନ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ, ଆରପିଏନ୍ ସିଂ, ସୁସ୍ମିତା ଦେବ, ପ୍ରିୟଙ୍କା ଚତୁର୍ବେଦୀ ଅନ୍ତର୍ଭୁକ୍ତ। କିନ୍ତୁ ଅଶ୍ୱିନୀ କୁମାରଙ୍କ କଂଗ୍ରେସରୁ ଇସ୍ତଫା ସୂଚାଇ ଦେଇଛି ଯେ, ଦଳର ବରିଷ୍ଠ ନେତାମାନେ ମଧ୍ୟ ଦଳର ଆଭିମୁଖ୍ୟକୁ ନେଇ ନିରାଶ ହେଉଛନ୍ତି। ଅନ୍ୟ ଦୁଇ ବରିଷ୍ଠ ନେତା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନ୍ହୋ ଫଲେରିୟୋ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଦଳ ସହ ଅଲଗା ହୋଇଥିଲେ। ଅଶ୍ୱିନୀ କୁମାରଙ୍କ କଂଗ୍ରେସରୁ ଇସ୍ତଫା…

Read More

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଏବଂ ଅନୁଷ୍ଠାନଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କୁ ବେତନ ସହ ଏହି ଛୁଟି ପ୍ରଦାନ କରାଯିବ। ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ଆରମ୍ଭ ହେଉଛି। ଦିନଛଡା ଦିନେ ହିସାବରେ ଏହି ଭୋଟ ଗ୍ରହଣ 24 ତାରିଖରେ ଶେଷ ହେବ। ଯେଉଁ କର୍ମଚାରୀଙ୍କ ଯେଉଁ ଅଞ୍ଚଳରେ ଭୋଟ ଗ୍ରହଣ ଥିବ ସେମାନେ ସେହି ଦିନ ଏହି ଛୁଟି ପାଇପାରିବେ। ଏଥିରେ କୌଣସି ସଂସ୍ଥା ଖିଲାପ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Read More

ରାଞ୍ଚି: ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ଉଠାଇଥିବାକୁ ନେଇ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫେବୃଆରୀ ୨୧ ତାରିଖରେ ତାଙ୍କ ସଜା ଘୋଷଣା କରାଯିବ। ଏହି ମାମଲାରେ କୋର୍ଟ ୨୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଚାରା ସ୍କାମ ହେଉଛି ସବୁଠାରୁ ବଡ ମାମଲା। ଏପର୍ଯ୍ୟନ୍ତ ଲାଲୁ ଯାଦବଙ୍କୁ ୯୫୦ କୋଟି ଟଙ୍କାର ଚାରାଚାଲାଣ ସମ୍ବନ୍ଧୀୟ ୫ ଟି ମାମଲା ମଧ୍ୟରୁ ୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୯୯୬ ମସିହାରେ ଯେତେବେଳେ କିଛି ସରକାରୀ କର୍ମଚାରୀ ନକଲି ଖର୍ଚ୍ଚ ରିପୋର୍ଟ ଦାଖଲ କରିଥିଲେ, ସେତେବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଡୋରଣ୍ଡା ଟ୍ରେଜେରୀରୁ କୋଟି କୋଟି ଟଙ୍କା ଉଠାଇ ନିଆଯାଇଥିଲା ଏବଂ ବିନା ଯାଞ୍ଚରେ ଜାଲିଆତି କରି ଖର୍ଚ୍ଚର ରିପୋର୍ଟ…

Read More

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି ଜାରି ରହିଛି। ଦୁର୍ନୀତି ଓ ଅପରାଗତା ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର କଡା ନଜର ଦେଇଛନ୍ତି। ଯେଉଁମାନେ ଦୁର୍ନୀତିଖୋର କିମ୍ବା ନିଜ କାର୍ଯ୍ୟରେ ଅବହେଳା କରନ୍ତି, ରାଜ୍ୟ ସରକାର ତାଙ୍କୁ ତୁରନ୍ତ ବାଧ୍ୟତାମୂଳକ ଅବସର ଦେଉଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ (IUCAW) ଡି.ଏସ୍‌.ପି ଭାବରେ ନିଯୁକ୍ତ ଓଡିଶା…

Read More

ବରଗଡ: ପଞ୍ଚାୟତ ନିର୍ବାଚନ ମଧ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ବରଗଡ ଜିଲ୍ଲା ଭଟଲି କେଲେଣ୍ଡା ପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଯାଇଛି। ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେଣୁ ଆସନ୍ତାକାଲି ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ବରଗଡ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଭାଲେଣ୍ଟାଇନ୍ ଡେ’ରେ ଆମ ଟିଭି ମ୍ୟୁଜିକ ଦ୍ବାରା ରିଲିଜ ହେଲା ମ୍ୟୁଜିକ ଭିଡ଼ିଓ “ଛାଁ ଙ୍କୁ ଛାଁ ଓ ସାଥିରେ”। ଏହି ରିଲିଜ ସମୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରୋଟାରିୟନ ପ୍ରସନ୍ନ ଚୌଧୁରୀ, ପ୍ରଣୟ ଜେଠୀ, ଏସ.କେ ରାଜୁ, ତେଜେଶ୍ଵର ରାଓ, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତ୍ରୀ ମାମୁନ୍ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଏହାସହ ନିଜେ ନିଜର ବକ୍ତବ୍ୟ ରଖିବା ସହ ଆଗକୁ କେମିତି ଆମ ଟିଭି ମ୍ୟୁଜିକ ଦର୍ଶକ ମାନଙ୍କୁ ବିଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଇଦେବ ବୋଲି ନିର୍ଦ୍ଦେଶକ ବାବୁ ବାବୁ ଓ ପ୍ରଣୟ ଜେଠୀ କହିଥିଲେ। ତାହାସହ ‘ଛାଁ ଙ୍କୁ ଛାଁ ଓ ସାଥିରେ’ ଗୀତଟିରେ ପ୍ରେମାନନ୍ଦ ମ୍ୟୁଜିକ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ। ଏଥିସହ ଆମ ଟିଭି ମୁଭିଜ୍ ର ଆଉ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ୍ ହୋଇଛି “ଜହ୍ନ ଗୋଟେ ମିଠା…

Read More

ମୁମ୍ବାଇ: ପଳାତକ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇର ଡି କମ୍ପାନୀର ଅନେକ ସ୍ଥାନ ଅନୁସନ୍ଧାନ କରୁଛି। ଏହା ବ୍ୟତୀତ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏହିପରି ଅନେକ ନେତାଙ୍କ ସମ୍ପତ୍ତି ଏବଂ ଟଙ୍କା କାରବାରର ଯାଞ୍ଚ କରୁଛି। ଯାହାର ତାରଗୁଡ଼ିକ ଡି କମ୍ପାନୀ ସହିତ ଜଡିତ। ଏହା ପୂର୍ବ ଅର୍ଥ ଲଣ୍ଡରିଂ ମାମଲା ସହିତ ଜଡିତ ଯେଉଁଥିରେ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍ ଏବଂ ତାଙ୍କ ସହଯୋଗୀମାନେ ଜଡିତ ଅଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଦାଉଦ ଇବ୍ରାହିମ ଏବଂ ତାଙ୍କର କିଛି ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଅର୍ଥ ହେରଫେର, ହାୱାଲା, ଚୋରା ଚାଲାଣ ଅଭିଯୋଗରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା। ସୂଚନା ଅନୁଯାୟୀ, ଏବେ ୧୦ ଟି ସ୍ଥାନରେ ଚଢାଉ ଚାଲିଛି। ଏହି ସମୟରେ ଦାଉଦ ଇବ୍ରାହିମଙ୍କ…

Read More

ନ୍ୟୁୟର୍କ: ଉତ୍ତରପ୍ରଦେଶରେ ନିର୍ମିତ ଅତର ନ୍ୟୁୟର୍କରେ ଲଞ୍ଚ କରାଯାଇଛି। ସୂଚନାନୁସାରେ, ଏହି ଅତର କନ୍ନୌଜ ଜିଲ୍ଲାରେ ତିଆରି ହୋଇଛି। ଯାହାକୁ ବର୍ତ୍ତମାନ ଆମେରିକାର ଲୋକମାନେ ବ୍ୟବହାର କରିପାରିବେ। ନ୍ୟୁୟର୍କରେ ଥିବା ଭାରତର ମହାବାଣିଜ୍ୟ ଦୂତାବାସ ରଣଧୀର ଜୟସ୍ଵାଲ ଏହାକୁ “ଭାଲେଣ୍ଟାଇନ୍ସ ଡେ” ଅବସରରେ “ଆଜାଦୀ କା ଅମୃତ ମହୋତ୍ସବ” ଇଭେଣ୍ଟରେ “ମେଡ୍ ଇନ୍ ଇଣ୍ଡିଆ” ଅତର ଭାବରେ ଲଞ୍ଚ କରିଛନ୍ତି। ଭାରତୀୟ ଦୂତାବାସ ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ନ୍ୟୁୟର୍କରେ କନ୍ନୋଜ ଜିଲ୍ଲାରୁ ନିର୍ମିତ ଅତର ପ୍ରଥମ ଥର ପାଇଁ ଏଠାରେ ଆରମ୍ଭ ହୋଇଛି। ଅତର ନିର୍ମାତା ଜିଘାରାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସ୍ଵପ୍ନିଲ ପାଠକ ଶର୍ମା କହିଛନ୍ତି ଯେ, ନ୍ୟୁୟର୍କରେ ଭାରତୀୟ ସୁଗନ୍ଧିତ ଦ୍ରବ୍ୟ ଲଞ୍ଚ କରିବା ଏକ ଗୌରବର ବିଷୟ। ସେ କହିଛନ୍ତି ଯେ, ତାଙ୍କ ସହରକୁ ବୈଶିକ ସ୍ତରରେ ଉପସ୍ଥାପନ କରିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ। କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଜିଘାରାନାର ଏହି…

Read More

ନୂଆଦିଲ୍ଲୀ: ଗତକାଲି ଦେଶରେ ୩୪ ହଜାର ୧୧୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨୭ ହଜାର ୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୪୬ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୩୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୬ ଲକ୍ଷ ୯୨ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୯ ହଜାର ୩୫୮ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୫୫ ହଜାର ୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୭ ଲକ୍ଷ ୬୦ ହଜାର ୪୫୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪ ଲକ୍ଷ ୨୩ ହଜାରକୁ ୧୨୭…

Read More