ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୨୬୬ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Feb 19, 2022, 9:12 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୨୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୨ ଜଣ, ଯାଜପୁରରୁ ୭୨, ଅନୁଗୁଳରୁ ୬୩, କଟକରୁ ୬୨, କଳାହାଣ୍ଡିରୁ ୫୭, ବୌଦ୍ଧରୁ ୫୨, ସମ୍ବଲପୁରରୁ ୪୬, ଗଜପତିରୁ ୪୩, ମୟୂରଭଞ୍ଜରୁ ୪୨, କୋରାପୁଟରୁ ୩୯, ପୁରୀରୁ ୩୯, ବାଲେଶ୍ବରରୁ ୩୮, ଦେବଗଡରୁ ୩୭, କନ୍ଧମାଳରୁ ୨୮, ଢେଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୪, ଗଞ୍ଜାମରୁ ୨୩, ଝାରସୁଗୁଡାରୁ ୨୩, କେନ୍ଦ୍ରାପଡାରୁ ୨୩, ନବରଙ୍ଗପୁରରୁ ୧୯, ନୟାଗଡରୁ ୧୯, ଭଦ୍ରକରୁ ୧୮, ସୋନପୁରରୁ ୧୭, ରାୟଗଡାରୁ ୧୩, ମାଲକାନଗିରିରୁ ୧୧, ନୂଆପଡାରୁ ୧୦, ବଲାଙ୍ଗୀରିରୁ ୯, କେନ୍ଦୁଝରରୁ ୭ ଓ ଷ୍ଟେଟପୁଲରୁ ୫୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୬୭ ହଜାର ୧୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୫ ହଜାର ୮୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts