ଜୀବନ ଶୈଳୀ: ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି। ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି… ତରଭୁଜ ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍– ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ। ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ। ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ…
Author: Samikhsya Bureau
ଲାହୋର: ଜଣେ ସ୍ବାମୀଙ୍କର ଦୁଇଟି ସ୍ତ୍ରୀ ରହିଥିବାର ଶୁଣାଯାଇଥାଏ। କିନ୍ତୁ ସ୍ତ୍ରୀଙ୍କର ଦୁଇଟି ସ୍ବାମୀ ରହିଥିବାର ଖବର ସାମ୍ନାକୁ ଆସିଛି। ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀ ନିଜ ମଧ୍ୟରେ ବୁଝାମଣା କରିଥାନ୍ତି। କିନ୍ତୁ ଜଣେ ସ୍ତ୍ରୀ ପାଇଁ ଦୁଇ ଜଣ ସ୍ବାମୀ ବୁଝାମଣା କହିଛନ୍ତି। ଏହି ଘଟଣାର ପାକିସ୍ତାନର ଲହୋର ଅଞ୍ଚଳର ବୋଲି ଜଣାପଡିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପ୍ରଥମ ସ୍ବାମୀଙ୍କ ନିକଟକୁ ପଠାଇଛନ୍ତି। ସ୍ତ୍ରୀ ଗର୍ଭବତୀ ଥିବାବେଳେ ପ୍ରଥମ ସ୍ବାମୀ ଜଣକ ତାଙ୍କର ଉତ୍ତମ ଦେଖାରଖା କରିପାରିବେ ବୋଲି ଦ୍ବିତୀୟ ସ୍ବାମୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି। ଦୁଇଜଣ ସ୍ବାମୀ ଜଣକ ଏହା ସମ୍ପର୍କରେ ପୋଲିସ ଥାନାରେ ଲିଖିତ ବୟାନ ଦେଇଛନ୍ତି। ମହିଳାଙ୍କ ଦ୍ବିତୀୟ ସ୍ବାମୀ ବୁଝାମୁଣା ଚୁକ୍ତିରେ ଲେଖିଛନ୍ତି ଯେ– ତାଙ୍କ ସ୍ତ୍ରୀଙ୍କର ପ୍ରଥମ ସ୍ବାମୀଙ୍କଠାରୁ ଚାରିଜଣ ସନ୍ତାନ ଅଛନ୍ତି। ସେହି ସନ୍ତାନମାନଙ୍କର ଠିକ୍ ଭାବରେ ଦେଖାରେଖା ହୋଇପାରୁନଥିବାରୁ ସେ ବ୍ୟସ୍ତ ରହୁଥିଲେ। ଏଥିପାଇଁ…
ମେଷ: ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ: ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ: ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ: ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ…
ଭୁବନେଶ୍ବର: ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୁଷଣ ଜେନାଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ତାହା ହେଲା ସେ ଏବଂ ତାଙ୍କର କର୍ମିମାନେ ଗଂଜାମ ଜିଲ୍ଲାର ଗୋଳନ୍ଥରା ସରକାରୀ ସ୍କୁଲରେ ସଭା ଏବଂ ଭୋଜି କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ଠିକ୍ ନୁହେଁ ବୋଲି ଦଳ ଅଭିଯୋଗ କରିଛି। ଏଥିସହିତ ବିଭୂତି ଭୂଷଣ ଏବଂ ତାଙ୍କର କର୍ମିମାନେ ଗଂଜାମର କୋନିସି ଅଞ୍ଚଳରେ ସଂଧ୍ୟା 7ଟାରେ ଏକ ଶୋଭାଯାତ୍ରା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସଂଧ୍ୟାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ସେମାନେ ଶୋଭାଯାତ୍ରା କରିବା ବେଆଇନି। ଏହା ଉପରେ କମିଶନର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ଆଉ ଦିନଟିଏ ବାକି ଥିବା ବେଳେ ଆଜି ବିଜେଡି ଛାଡି ବିଜେପିରେ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଛନ୍ତି। ସୂଚନା ମୁତାବକ ବାଣପୁର ବ୍ଲକର ସାଂସଦ ପ୍ରତିନିଧି ସତ୍ୟନାରୟଣ ପ୍ରଧାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗାଲୁଆ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁରେଶ ଚନ୍ଦ୍ର ବାରିକିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରଧାନ ବିଜେପିରେ ଯୋଗ ଦେଇଥିବାର କହିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଗାଲୁଆ ପଞ୍ଚାୟତରେ ବିଜେପିର ପଲା ଭାରି ଥିବା ଆକଳନ କରାଯାଉଛି। ସୁରେଶ ଚଦ୍ର ବାରିକି ପୂର୍ବରୁ ମଧ୍ୟ ଉକ୍ତ ପଞ୍ଚାୟତର ଏକାଧିକ ଥର ସରପଞ୍ଚ ରହିଆସିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଗାଲୁଆ ପଞ୍ଚାୟତବାସୀ ତାଙ୍କୁ ନିର୍ବାଚିତ କରିବେ ବୋଲି ସେ ଅଶା ପ୍ରକଟ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।ଆସନ୍ତା ୧୮ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୩୩ ବୁଥକୁ ବୁଥ ଅଫିସର ସମେତ ପୁଲିଙ୍ଗ ଅଫିସର ମାନଙ୍କୁ ପଠାଯାଇଛି। ଏହା ସହ କିଭଳି ଶୃଙ୍ଖଳିତ ଭାବେ ମତଦାନ ସଂପୁଣ୍ଣ ହେବ, ତାହା ଉପରେ ବାଣପୁର ବ୍ଲକ ପ୍ରଶାସନ ଗୁରୁତ୍ଵ ଦେଇଛି। ସମସ୍ତ ପୋଲିସ ପ୍ରଶାସନ ନିର୍ବାଚନ ଡିଉଟିରେ ଥିବା ସମସ୍ତ କର୍ମଚାରୀମାନେ ୧୮ ତାରିଖ ମତଦାନ ପାଇଁ ପ୍ରସ୍ତୁତ ହୋଇରହିଛନ୍ତି। ବାଣପୁର ବ୍ଲକରେ ତିନୋଟି ଜୋନରେ ନିର୍ବାଚନ ପାଇଁ ମତଦାନ କରିବେ ଲୋକେ। ବାଣପୁର ବ୍ଲକରେ ୨୩୩ ଟି ବୁଥରେ ୧ ଲକ୍ଷ ୩ ହଜାର ୮ ସହ ୧୩ ଜଣ ଭୋଟର ମତଦାନ…
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦ ବନ୍ଦ ହେବାର ନାମ ନେଉନାହିଁ। ୟୁକ୍ରେନ ସୀମାରୁ ଋଷର ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ଯେଉଁଥିରେ ଆମେରିକା ଏବଂ ଚୀନ୍ ପରି ବଡ ଦେଶର ଆଖି ମଧ୍ୟ ଅଛି। ଏହି ସମୟ ମଧ୍ୟରେ, ୟୁକ୍ରେନରେ ବାସ କରୁଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ଏଠାରେ ରହୁଥିବା ଛାତ୍ର ଏବଂ ଅନ୍ୟମାନେ ଭାରତ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ବର୍ତ୍ତମାନ ଏକ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରାଯାଇଛି। ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ପରିବାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ହେଲ୍ପଲାଇନ ନମ୍ବର ମଧ୍ୟ ଲୋକଙ୍କ ପାଇଁ ଜାରି କରାଯାଇଛି। ଯଦି କାହାକୁ ୟୁକ୍ରେନରେ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ କିଛି ସୂଚନା ଦରକାର, ତେବେ…
ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟ୍ର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଦୁଃଖର କଥା ହେଉଛି ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେପି, ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜ଼ିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି। ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୦ ଜଣ, କଟକରୁ ୧୨୧, ରାୟଗଡ଼ାରୁ ୮୪, ବଲାଙ୍ଗୀରିରୁ ୮୨, କୋରାପୁଟରୁ ୭୯, ଯାଜପୁରରୁ ୬୪, ଦେବଗଡରୁ ୫୫, ପୁରୀରୁ ୫୪, ଅନୁଗୁଳରୁ ୫୩, ବାଲେଶ୍ବରରୁ ୪୯, ଜଗତସିଂହପୁରରୁ ୪୯, ଗଜପତିରୁ ୪୫, କଳାହାଣ୍ଡିରୁ ୪୦, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୭, ବୌଦ୍ଧରୁ ୩୧, କେନ୍ଦ୍ରାପଡାରୁ ୨୯, ଢେଙ୍କାନାଳରୁ ୨୩, ନବରଙ୍ଗପୁରରୁ ୨୩, କନ୍ଧମାଳରୁ ୨୨, ନୂଆପଡାରୁ ୨୨, ଗଞ୍ଜାମରୁ ୨୧, କେନ୍ଦୁଝରରୁ ୨୧, ସମ୍ବଲପୁରରୁ ୨୧, ବରଗଡରୁ ୧୭, ଭଦ୍ରକରୁ ୧୭, ମାଲକାନଗିରିରୁ ୬, ଝାରସୁଗୁଡାରୁ ୨ ଓ ଷ୍ଟେଟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨…
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର। ଶ୍ୱାସରୋଗ ତଥା ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଶେଷଜ୍ଞ ଏବଂ ଆୟର୍ଲ୍ୟାଣ୍ଡର ଡୁଣ୍ଡଲାକ୍ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବାୟୁରେ ଘୂରି ବୁଲୁଥିବା ପ୍ରଦୂଷିତ କଣିକା ହିଁ କ୍ରନିକ୍ ଅବ୍ଷ୍ଟ୍ରକ୍ଟିଭ୍ ପଲ୍ମୋନାରୀ ଡିଜିଜ୍ (ସିଓପିଡି) ରୋଗର ମୁଖ୍ୟ କାରଣ ଏବଂ ବିଶ୍ୱରେ ଏହି ରୋଗର ମୃତ୍ୟୁ ହାର ମଧ୍ୟ ଅଧିକ। ଏଥି ନିମନ୍ତେ ସ୍ୱଚ୍ଛ ବାୟୁର ଆବଶ୍ୟକତା ରହିଛି ଏବଂ ଏହାକୁ ଗୁରୁତର ସମସ୍ୟା ବୋଲି ଚିନ୍ତା କରିବା ଉଚିତ୍ ବୋଲି ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ “ସିଓପିଡି ଆଣ୍ଡ ସିଲିଆରୀ ଡିସ୍ଫଙ୍କସନ୍” ଶୀର୍ଷକ ପ୍ରସଙ୍ଗରେ ବକ୍ତୃତା ଦେବା ଅବସରରେ ପ୍ରଫେସର ମହାପାତ୍ର…
ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର। ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି। “ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ। ସୋଆରେ ରିଜେନେରେଟିଭ୍ ମେଡିସିନ୍ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା…
ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା କବି ହରପ୍ରସାଦ ପରିଚ୍ଛା ପଟ୍ଟନୟାକଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ସାହିତ୍ୟିକ ମହଲରେ ବେଶ ପରିଚିତ ଅଛନ୍ତି। ବିଶେଷ କରି ଯୁବ ସାହିତ୍ୟିକଙ୍କଠାରୁ ଆରମ୍ବ କରି ବରିଷ୍ଠ ସାହିତ୍ୟିକଙ୍କ ସହିତ ତାଙ୍କର ଭଲ ସୁସଂପର୍କ ରହିଆସିଛି। ଜଣେ ଇଂରାଜୀ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ହରପ୍ରସାଦ ଦୁଇଥର ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ରାଜ୍ୟ ପାଠ୍ୟପୁସ୍ତକ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ସହ ଓଡିଶା ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର କବିତା ସଂକଳନ ମଧ୍ୟରେ ପିଙ୍କି କଥା (୧୯୭୬),ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪)…
ଭୁବନେଶ୍ବର: ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଚରଣ ପାଇଁ ମତଦାନ ଶେଷ ହୋଇଯାଇଛି। କିଛି ସ୍ଥାନକୁ ଛାଡିଦେଲେ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି। ଆଜି ଉତ୍ସାହର ସହ ଭୋଟରମାନେ ମତଦାନ କରୁଥିବା ଦେଖିବାକୁ ମିଳିଛି। ଯେଉଁ କିଛି ସ୍ଥାନରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା, ତାହାର ପୁନାରାବୃତ୍ତି ଯେପରି ନହେବ, ସେଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି କହିଛନ୍ତି। ଆଜି ମୋଟ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣରୁ ନିର୍ବାଚନ ହୋଇନାହି। ଏହା ସହିତ ଢେଙ୍କାନାଳର ୩ଟି ବୁଥ୍, ଯାଜପୁରର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ…
ସୀତାରାମ ଅଗ୍ରୱାଲ ଚିଲିକା: ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମେଡିକାଲ ଇନଚାର୍ଜ ଡାକ୍ତର ରମାକାନ୍ତ ନାୟକଙ୍କ ସୂଚନା ମୁତାବକ ବିଧାୟକ ଆଜି ଅପରାହ୍ନରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହିତ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ବିଧାୟକଙ୍କୁ ଅମ୍ଳଜାନ ଦିଆଯାଉଥିବା ବେଳେ ଏକାଧିକ ଟେଷ୍ଟ ମଧ୍ୟ ହୋଇଛି। ତେବେ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ବିଧାୟକଙ୍କୁ ଏମ୍ସ ହସ୍ପିଟାଲକୁ ରେଫେର କରାଯିବ ବୋଲି ଡାକ୍ତର ନାୟକ ଆମ ପ୍ରତିନିଧିଙ୍କୁ କହିଛନ୍ତି। ସୂଚନା ଥାଉକି ଆଜି ଅପରାହ୍ନ ରେ ଦେଓଗାଁ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିଧାୟକ ହଠାତ ଅସୁସ୍ଥତା ଅନୁଭବ କରିବାରୁ ଆଶୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି…
ଭୁବନେଶ୍ଵର: ଆଜି ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ସମ୍ପତ୍ତିର ହିସାବ ଦେଇନପାରିବାରୁ ତାଙ୍କୁ ଆଜି ଗିରଫ କରାଯାଇଛି। ପୂର୍ବରୁ ତ୍ରିନାଥଙ୍କ ଘର ଏବଂ ଅଫିସରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିବା ସହ ବିଏମଡବ୍ଲୁ ଭଳି ଅନେକ ଗାଡି ଜବତ କରାଯାଇଥିଲା। ଏଥିରେ ଏକକାଳିନ ତାଙ୍କ ଡ୍ରାଇଭର ଘର ସହିତ ୧୧ ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ୩ ଜଣ ଅତିରିକ୍ତି ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଥିଲେ।
ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସର ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (ଜେଏମ) ରେ କାମ କରିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀର ପୋଲିସର ନୂତନ ଭାବେ ଗଠିତ ଶାଖା ହେଉଛି ଏସଆଇଏ। ନିକଟରେ ଏସଆଇଏ ଗଠନ କରାଯାଇଛି। ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ସହ ଜଡିତ ଅପରାଧର ଯାଞ୍ଚ ପାଇଁ ଏଜେନ୍ସିକୁ ଦାୟିତ୍ଵ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ, କାଶ୍ମୀରର ଦକ୍ଷିଣ ଏବଂ କେନ୍ଦ୍ରୀୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଆଇଏ ଅଧିକାରୀମାନେ ରାତାରାତି ଚଢାଉ କରିଥିଲେ ଏବଂ ଦଶ ଜଣଙ୍କୁ ଗିରଫ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ସିଆଇଏ ଅନୁସନ୍ଧାନ ବେଳେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀର ‘ସ୍ଳିପର ସେଲ୍ସ’ କିମ୍ବା ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କେହି ପରସ୍ପରର କାର୍ଯ୍ୟକଳାପ ବିଷୟରେ ଅବଗତ ନଥିଲେ ଏବଂ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ କମାଣ୍ଡରଙ୍କଠାରୁ ସିଧାସଳଖ ନିର୍ଦ୍ଦେଶ ନେଉଥିଲେ। ଜଣେ…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ଆଜି ପ୍ରଥମ ଚରଣ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଯାଇଛି। ଆସନ୍ତା ୧୮ ଏବଂ ୨୦ ତାରିଖରେ ଦ୍ଵିତୀୟ ଏବଂ ତୃତୀୟ ଚରଣ ପାଇଁ ମତ ଦାନ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ଦ୍ଵିତୀୟ ଚରଣରେ ମତଦାନ ହେବାକୁ ଥିବାବେଳେ ଚିଲିକା ବ୍ଲକରେ ତୃତୀୟ ଚରଣରେ ମତଦାନ ହେବ। ତେବେ ଆଜି ବାଣପୁରରେ ବିଜେପି ପକ୍ଷରୁ ଏଥି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଶ୍ରୀ ହରିଚନ୍ଦନ ଉକ୍ତ ସମ୍ମିଳନୀ ଦ୍ୱାରା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବିଜେଡି ଶାସନରେ ପଞ୍ଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱସ୍ତ ହୋଇଛି। ଓଡ଼ିଶାକୁ ବ୍ୟାପକ କେନ୍ଦ୍ରୀୟ ସହାୟତା ଆସୁଛି ଏବଂ ପ୍ରତି ପଞ୍ଚାୟତରେ ବାର୍ଷିକ ୭୦-୮୦ ଲକ୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁଦାନ ମିଳୁଥିବାବେଳେ ବିଜେଡିର…
ଭୁବନେଶ୍ଵର: ଧୀରେ ଧୀରେ ନକଲି ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି। ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ କଳା କାରନାମା ଏବେ ବାହାରକୁ ଆସୁଛି। ୧୪ ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବିବାହ କରିଥିବାର ଅଭିଯୋଗ ପରେ ଏବେ ଆଉ ୩ ଜଣ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡିଛି। ଆଜି ଛତିଶଗଡ, ଆସାମ ଏବଂ ଓଡିଶାର ୩ ଜଣ ପତ୍ନୀଙ୍କର ସନ୍ଧାନ ମିଳିଛି। ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ସେ ବିବାହ କରିଥିବା ବେଳେ ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଓଡିଶାର ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏହି ୩ ଜଣଙ୍କୁ ମିଶାଇ ମୋଟ ୧୭ ମହିଳାଙ୍କୁ ନକଲି ଡାକ୍ତର ବିବାହ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ଏନେଇ ଆହୁରି ଖୋଳତାଡ କରୁଛି ପୋଲିସ। ଅଧିକ ତଦନ୍ତ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି।…
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆମ୍ ଆଦମୀ ଦଳର ପୂର୍ବତନ ନେତା ତଥା କବି କୁମାର ବିଶ୍ଵାସ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କେଜ୍ରିୱାଲଙ୍କୁ ପଞ୍ଜାବରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ବୋଲି କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ପଞ୍ଜାବ ଏକ ରାଜ୍ୟ ନୁହେଁ। କିନ୍ତୁ ଏହା ଏକ ଭାବନା, ପଞ୍ଜାବିଅତ ସାରା ବିଶ୍ୱରେ ଏକ ଭାବନା। କୁମାର ବିଶ୍ଵାସ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ନିର୍ବାଚନରେ ସେ କେଜ୍ରିୱାଲଙ୍କୁ ବିଚ୍ଛିନ୍ନତାବାଦୀ ବାହିନୀକୁ ନ ନେବାକୁ କହିଥିଲେ। ବିଶ୍ଵାସ ଆହୁରି କହିଛନ୍ତି ଯେ, କେଜ୍ରିୱାଲ ବହୁତ ଆଶ୍ଚର୍ଯ୍ୟଜନକ ଭାବେ କହିଥିଲେ ଯେ, ଦିନେ ମୁଁ ଏକ ସ୍ୱାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କେଜ୍ରିୱାଲଙ୍କୁ କହିଲି ଯେ ଏହା ବିଚ୍ଛିନ୍ନତାବାଦ ଏବଂ ସେମାନଙ୍କୁ ସମଗ୍ର ବିଶ୍ୱ ଅର୍ଥ ପ୍ରଦାନ କରୁଛି। ଏହାର…
ହାଇଦ୍ରାବାଦ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଯୋଗୁଁ ହାଇଦ୍ରାବାଦ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିପିସିସି) ମୁଖ୍ୟ ରେଭନ୍ତ ରେଡ୍ଡୀଙ୍କ ଅଭିଯୋଗ ପରେ ହାଇଦ୍ରାବାଦ ସହରର ଜୁବୁଲି ହିଲ୍ସ ପୋଲିସ ଷ୍ଟେସନରେ ଆଇପିସିର ଧାରା ୫୦୪ ଏବଂ ୫୦୫ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସୋମବାର ଦିନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଟିପିସିସି ମୁଖ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ନେତାମାନେ ବିଶ୍ୱ ସରମାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ରେଭନ୍ତ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଆସାମ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ମହିଳାମାନଙ୍କ ପ୍ରତି ଅପମାନଜନକ। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ବିଶ୍ୱ ସରମାଙ୍କୁ ଗିରଫ କରିବାକୁ କାହିଁକି ନିର୍ଦ୍ଦେଶ…
ଭୁବନେଶ୍ଵର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନ ୧ ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ତେବେ ରାଜ୍ୟରେ ୨୩ ଟି ସ୍ଥାନରେ ଆଜି ଭୋଟ ଗ୍ରହଣ ବନ୍ଦ ରହିଛି। ରାଜ୍ୟରେ ୧ ଟି ଜିଲ୍ଲା ପରିଷଦ, ୬ ଟି ସରପଞ୍ଚ, ୩ ଟି ପଞ୍ଚାୟତ ଏବଂ ୧୩ ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ ଗ୍ରହଣ ବନ୍ଦ ହୋଇଛି। ପ୍ରାର୍ଥୀମାନଙ୍କ ମୃତ୍ୟୁ ଯୋଗୁଁ ମତଦାନ ରହିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

