ରିପୋର୍ଟ-ସୀତାରାମ ଅଗ୍ରୱାଲା ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ଦାସଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଠାରେ କରାଯାଇଛି ପୋଲିସର ଶକ୍ତି ପ୍ରଦର୍ଶନ। ଆସନ୍ତାକାଲି ବାଣପୁରରେ ପଞ୍ଚାୟତ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ କରାଯାଇଛି ଫ୍ଲାଗ ମାର୍ଚ୍ଚ। ଉକ୍ତ ଫ୍ଲାଗମାର୍ଚ୍ଚରେ ବାଣପୁର ତହସିଲଦାରଙ୍କ ସମେତ ବାଲୁଗାଁ ଏସଡିପିଓ, ୩ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ଏବଂ 20 ଗୋଟି ମୋବାଇଲ ଭ୍ୟାନରେ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଅତିରିକ୍ତ ଏସପି ଶ୍ରୀ ଦାସ ସ୍ଥାନୀୟ ପଲଟନ ପଡିଆରେ ପୋଲିସ ବ୍ରିଫିଙ୍ଗ କଲା ପରେ ଆରମ୍ଭ ହୋଇଥିଲା ଫ୍ଲାଗମାର୍ଚ୍ଚ। ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାର କହିଛନ୍ତି ଅତରିକ୍ତ ଏସପି ଶ୍ରୀ ଦାସ। ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ କରିବାପାଇଁ ସଂକଳ୍ପବଧ ଖୋର୍ଦ୍ଧା ଜିଲ୍ଲା…
Author: Samikhsya Bureau
ରିପୋର୍ଟ- ସୀତାରାମ ଅଗ୍ରୱାଲା ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତjଟି ପଞ୍ଚାୟତରେ ଅନୁଷ୍ଠିତ ହେବ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ଥିତି ପରଖିବାକୁ ଆଜି ବାଣପୁର ବ୍ଲକ ପରିଦର୍ଶନରେ ଆସିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଶ୍ରୀ ମହାପାତ୍ର ବାଣପୁର ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କ ସହ ଏକ ବୈଠକ କରିଥିଲେ। ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଣପୁରରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଶେଷରେ ନିର୍ବାଚନ ଶେଷ ହେବା ପରେ ବ୍ୟାଲଟ ବାକ୍ସ ରଖିବା ନିମନ୍ତେ ବ୍ଲକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ତେବେ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ…
ନୂଆଦିଲ୍ଲୀ: ନୂଆ କରୋନା ସଂକ୍ରାମଣ ହ୍ରାସକୁ ଦୃଷ୍ଟିରେ ରଖି କୋଭିଡ କଟକଣାରେ କୋହଳ କରିବାକୁ ରାଜ୍ୟଗୁଡିକ କେନ୍ଦ୍ର ସରକାର ଚିଠି ଲେଖି ଜଣାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ଗତ ମାସର 21 ତାରିଖରୁ ଦେଶରେ କୋଭିଡ -19 ମହାମାରୀ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ଗତ ସପ୍ତାହରେ ହାରାହାରି ଦୈନିକ ମାମଲା 50 ହଜାର 476 ଥିଲା ଏବଂ ଗତ 24 ଘଣ୍ଟା ମଧ୍ୟରେ 27 ହଜାର 409 ଟି ନୂତନ ମାମଲା ରିପୋର୍ଟ ହୋଇଛି। ଶ୍ରୀ ଭୂଷଣ କହିଛନ୍ତି ଯେ ଉଚ୍ଚ କୋଭିଡ କେସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସେମାନଙ୍କ ସୀମା ତଥା ବିମାନବନ୍ଦରରେ ଅତିରିକ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ସେ କହିଛନ୍ତି ଯେ, Covid- 19…
ଭୁବନେଶ୍ବର: ଆସନ୍ତାକାଲି ବହୁ ବିବାଦୀୟ କୋଟିଆ ଗ୍ରାମପୁଂଜରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏପରିକି ଆନ୍ଧ୍ର ପଟୁ ଯେପରି କୌଣସି ବାଧା ନ ଆସେ ସେଥିପାଇଁ ସୀମା ସିଲ୍ କରାଯାଇଛି। ସେଠାରେ ଡେରା ପକାଇ ପୋଲିସ ପ୍ରହରା ଦେଉଛି। ଯେଉଁମାନେ ସୀମା ପାର ହେବାକୁ ଚାହୁଁଛନ୍ତି ସେମାନେ ଓଡିଶା ପରିଚୟ ପତ୍ର ଦେଖାଇଲେ ଅନୁମତି ଦିଆଯାଉୱଛି। ସେଠାରେ ନିର୍ବାଚନ କରିବା ପାଇଁ ଗୁରୁବାରଠାରୁ ପୁଲିଂ ଅଫିସରମାନେ ପହଁଚି ସାରିଛନ୍ତି। ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସେଠାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ନୂଆଦିଲ୍ଲୀ: ରେଳ ଯାତ୍ରା ପାଇଁ ଯାତ୍ରା ବୀମା କିଣିବା ପାଇଁ କିଏ ଧ୍ୟାନ ଦିଏ? ଅନେକ ଲୋକ ଜାଣିନାହାନ୍ତି ଯେ, ରେଳ ଦୁର୍ଘଟଣା ଏବଂ ଡକାୟତ ଭଳି ଅନ୍ୟାନ୍ୟ ଅଘଟଣରୁ ଆର୍ଥିକ ସୁରକ୍ଷା ପାଇଁ ୬୮ ପଇସା ପ୍ରିମିୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ୍ ପାଇପାରିବେ। ଆପଣ ହୁଏତ ଏହାକୁ ଅଣଦେଖା କରିଥିବେ, କିନ୍ତୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପ (IRCTC) ପ୍ରତ୍ୟେକ ଥର ଆପଣ ଏହାର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରିବା ସମୟରେ ଆପଣଙ୍କୁ ବୀମା ଯୋଗାଇ ଦେଉଛନ୍ତି | IRCTC ସାଇଟରେ ଆପଙ୍କର ଟ୍ରେନ୍ ଯାତ୍ରା ପାଇଁ ଟିକେଟ ବୁକିଂ କରିବାବେଳେ, ଆପଣ “ଟ୍ରାଭେଲ ଇନସୁରାନ୍ସ” ରେ ଏକ ବିକଳ୍ପ ପାଇବ ଯେଉଁଠାରେ ଆପଣ ଟ୍ରାଭେଲ ଇନସୁରାନ୍ସ ଚାହୁଁଛ କି ନାହିଁ ତାହା ବାଛି ପାରିବ। ହେଲେ ଏହାର ମୂଲ୍ୟ ମାତ୍ର ୬୮ ପଇସା, ତେଣୁ ଏହାକୁ…
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେପରି ବ୍ୟାପକ ଅନିୟମିତତା ଓ ହିଂସାକାଣ୍ଡ ଘଟିଛି ତାହା ରୋକା ଯାଉ ବୋଲି ଦାବୀ କରାଯାଇଛି। ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି। ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୁଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା, କିନ୍ତୁ ତାହା ନ କରି ସାଧା କାଗଜରେ ଲିଖିତ ଦେଇଛନ୍ତି । ଯାହାର କୈାଣସି ମୂଲ୍ୟ ନାହିଁ । ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ…
ଭୁବନେଶ୍ୱର : ଓଡିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ମହିଳା କମିଶନର ରେଖା ଶର୍ମାଙ୍କୁ ଓଡିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି। ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ବିଜେପିର ଏହି ପ୍ରତିନିଧି ଦଳ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମମିତା ହତ୍ୟାକାଣ୍ଡ ଏବଂ ଘଟଣା ପରବର୍ତୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ । ମମିତା ମେହେର ହତ୍ୟାକାଣ୍ଡକୁ ରାଷ୍ଟ୍ରୀୟ ମହିଳା କମିଶନ ବହୁ ଗମ୍ଭୀରତାର ସହ ବିଚାର କରିଛନ୍ତି ବୋଲି ବିଜେପି କହିଛି। ଆଜିର ଗସ୍ତ ଅବସରରେ କମିଶନ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଆଲୋଚନା କରିଛନ୍ତି । ମମିତାକୁ ନ୍ୟାୟ ପ୍ରଦାନ ପାଇଁ କମିଶନ ସମସ୍ତ ପ୍ରକାରର ଉଦ୍ୟମ ଜାରୀ ରଖିଛି ବୋଲି ଶ୍ରୀ ଶର୍ମା ବିଜେପି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ମମିତା ହତ୍ୟାକାଣ୍ଡ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ନିହାତି ଆବଶ୍ୟକ ରହିଛି । ତେଣୁ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ…
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି, ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆଜି ଏ ନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭା ପତି ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖରେ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ…
ଭୁବନେଶ୍ୱର : ଦୁଇ ଶାସକ ଦଳ ବ୍ୟାପକ ଭାବେ ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଥିବା ବେଳେ, ରାଜ୍ୟ ନିର୍ବାଚନ ଆୟୋଗ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠଶନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି ଜଟଣୀ ବିଧାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ, ଜଟଣୀ, ଖୋର୍ଦ୍ଧାଜିଲ୍ଲା ଏବଂ ରାଜ୍ୟର ଅନ୍ୟ ଅଞ୍ଚଳକୁ ନିର୍ବାଚନ ପ୍ରଚାର ପାଇଁ ଘନଘନ ଗସ୍ତ କରୁଛନ୍ତି । ସେ ସେଠାରେ ବିଜେଡ଼ି, ବିଜେପି ଦଳର ଆଚରଣ ବିଧିର ଖୋଲା ଉଲଙ୍ଘନ ପ୍ରତ୍ୟକ୍ଷ ଭାବରେ ଦେଖୁଛନ୍ତି । ବିଜେଡ଼ି, ବିଜେପି ଦଳର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକ, ସାଂସଦ, ମନ୍ତ୍ରୀ ଓ ଦଳୀୟ ପଦାଧିକାରୀମାନେ ଟଙ୍କାଥଳି ଧରି ବୁଲୁଛନ୍ତି । ଚାରିଆଡ଼େ ମଦ, ମାଂସର ଆସର ଚାଲିଥିଲା ବେଳେ, ପୁଲିସ୍ ନୀରବଦ୍ରଷ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଶାସନ…
ଭୁବନେଶ୍ୱର : ପରାଜୟ ଭୟରେ ରାଜ୍ୟ ବିଜେପି ଏବେ ରକ୍ତମୁଖା ହୋଇଛି। ଦଳ ଯେଉଁ ଚିନ୍ତାଧାରା ନେଇ ଚାଲୁଛି ସେଥିରେ ଗଣମାଧ୍ୟମ ଆଦୌ ସୁରକ୍ଷିତ ନୁହେଁ। ଦେଶର ବିଜେପି ଶାସିତ ରାଜ୍ୟଗୁଡିକରେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସୁରକ୍ଷିତ ନୁହନ୍ତି। ଶାନ୍ତିପ୍ରିୟ ଓଡିଶାରେ ବିଜେପି ବିହାର ଓ ଉତ୍ତରପ୍ରଦେଶ ଢାଞ୍ଚାରେ ହିଂସାକାଣ୍ଡ କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ରାଉରକେଲା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ ଓ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ। ହେଲେ ନିର୍ବାଚନରେ ପରାଜୟ ଭୟରେ ବିଜେପି ଏବେ ରକ୍ତମୁଖା ହୋଇଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରୁଛି । ବିଜେପି ନେତାମାନେ ହିଂସାକାଣ୍ଡ ଭିଆଇବାରେ ଏକ୍ସପର୍ଟ। ସେମାନଙ୍କୁ ଏଥିରେ ପି.ଏଚ୍.ଡି ମିଳିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି…
ଭୁବନେଶ୍ବର: ଶୁକ୍ରବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର 2ୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା ୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ କର୍ମଚାରୀ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ମାସ୍କ ଆଣି ନ ଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ୨- ବୁଥ ପ୍ରବେଶ ଦ୍ବାରରେ ସାଇନଟାଇଜର ରଖାଯାଇଥିବ। ତାହାକୁ ଲଗାଇ ହାତ ସାଇନଟାଇଜେସନ କରିବାକୁ ପଡିବ। ଯଦି ପୁଲିଂ ଅଫିସର ଚିହ୍ନଟ…
ଭୁବନେଶ୍ବର: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନରେ କେତେକ ସ୍ଥାନର ହିଂସାତ୍ମକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି। ସେଥିପାଇଁ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟର ସୂଚନା ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନ ଏବଂ ୧୫୧୪ଟି ପଞ୍ଚାୟତରେ ଏହି ନିର୍ବାଚନ ହେବ। ଏଥିପାଇଁ ୨୦୪୩୬ଟି ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ଗଣତନ୍ତ୍ର ପର୍ବର ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର…
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ୱାରା ଗଣ୍ଡଗୋଳ ହେଉଥିବା ଖବର ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି। ବିଶେଷ କରି ପୁରୀ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି। ପୁରୀ ଜିଲ୍ଲାର କଣାସ ବ୍ଲକ୍ରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିଶନଙ୍କ ନିଜରକୁ ଆସିଛି। ଫଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ର୍ରକି୍ରୟାରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ଗତକାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ମତଦାନ ହାରର ସଂପୂର୍ଣ୍ଣ ସୂଚନା ଆସିଛି। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ମତଦାନ ହାର ହେଲା 77.2 ପ୍ରତିଶତ। ତେବେ ତିରିଶଟି ଜିଲ୍ଲା ମଧ୍ୟରୁ ମାତ୍ର ଆଠଟି ଜିଲ୍ଲାରେ 80 ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ହୋଇଛି। ତେବେ ଚମକଦାର ଖବର ହେଲେ ଗଂଜାମ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାରେ କମ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଯେଉଁ ଆଠଟି ଜିଲ୍ଲାରେ ଭଲ ମତଦାନ ହୋଇଛି ସେଗୁଡିକ ହେଲା ଅନୁଗୁଳ- 82.6 ପ୍ରତିଶତ ବୌଦ୍ଧ- 84.7 ପ୍ରତିଶତ ଦେବଗଡ- 83.75 ପ୍ରତିଶତ ଝାରସୁଗୁଡା- 82.1 ପ୍ରତିଶତ କୋରାପୁଟ- 80.2 ପ୍ରତିଶତ କଳାହାଣ୍ଡି- 81.12 ପ୍ରତିଶତ ନବରଂଗପୁର- 80.54 ପ୍ରତିଶତ ସୁବର୍ଣ୍ଣପୁର- 81.56 ପ୍ରତିଶତ ତେବେ ଯେଉଁ ଜିଲ୍ଲାଗୁଡିକରେ କମ ମତଦାନ ହେଉଛି ତାହା ସଂଖ୍ୟା ହେଲା ମାତ୍ର ତିନି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି…
ମୁମ୍ବାଇ: ଆଜି ସକାଳୁ ପ୍ରଖ୍ୟାତ ସଂଗୀତଜ୍ଞା ବାପି ଲାହିରିଙ୍କ ପାର୍ଥୀବ ଶରୀର ଶ୍ମଶାନ ଅଭିମୁଖେ ନିଆଯାଇଛି। ତାଙ୍କର ପୁତ୍ର ବାପ୍ପା ଲାହିରି କାନ୍ଧରେ ପ୍ରାର୍ଥୀବ ଶରୀରକୁ ଧରି ଶୋଭାଯାତ୍ରାରରେ ବାହାରିଥିଲେ। ଏଥିରେ ବଲିଉଡର ପ୍ରମୁଖ ଅଭିନେତା ତଥା ସଂଗୀତଜ୍ଞ ସାମିଲ ହୋଇଛନ୍ତି। ଗତକାଲି ଏହି ସଂଗୀତଜ୍ଞ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ। ସେତେବେଳେକୁ ତାଙ୍କର ବୟସ 69 ବର୍ଷ ହୋଇଥିଲା। ବର୍ତ୍ତମାନ ତାଙ୍କର ପତ୍ନୀ ଚିତ୍ରାଣୀ ଲାହିରି, ପୁତ୍ର ବାପ୍ପା ଲାହିରି ଏବଂ ଝିଅ ରେମା ଲାହିରି ଅଛନ୍ତି। ଆଜି ସକାଳେ ତାଙ୍କ ପୁତ୍ର ଏବଂ ଜ୍ବାଇଁ ବିଦେଶରୁ ପହଁଛିବା ପରେ ଏହି ଶେଷକୃତ୍ୟ କାମ ଆରମ୍ଭ ହୋଇଥିଲା।
ଚାନ୍ଦପୁର: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ସବୁ ରାଜନୈତିକ ଦଳ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଜୋର ଲଗାଇଦେଇଛନ୍ତି। ଏପରି ସ୍ଥଳେ ନୟାଗଡ ଜିଲା ଚାନ୍ଦପୁର ଥାନା ମୟୁର ଝାଲିଆ ପଂଚାୟତରେ ଆସନ୍ତା କାଲି ନିର୍ବାଚନ ହେବ। ଏହି ପଂଚାୟତରୁ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗତ କାଲି ବିଳମ୍ବିତ ରାତିରେ କେତେକ ଲୋକ ଟଙ୍କା ବାଣ୍ଟୁଥିବା ବେଳେ ସେଠାରେ ପହଂଚି ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଗ୍ରାମବାସୀମାନଙ୍କର ବିରୋଧ ଦେଖି ପ୍ରାର୍ଥୀ ମାନେ ଆଣିଥିବା ମଦ ଟଙ୍କା ସହ ଖସି ପଳାଉଥିବା ବେଳେ ଗ୍ରାମବାସୀ ମାନେ ପ୍ରାର୍ଥୀଙ୍କୁ ଘେରିଯାଇ ଚାନ୍ଦପୁର ପୋଲିସ୍ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ପହଂଚି ୨ଜଣ ପ୍ରାର୍ଥୀଙ୍କ ସହ ଜଣେ ୱାର୍ଡ ସଭ୍ୟାଙ୍କର ପ୍ରାର୍ଥୀଙ୍କୁ…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ତୃତୀୟ ଚରଣ ନିର୍ବାଚନ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ବେଳେ ଉକ୍ତ ବ୍ଲକର ଅଠରବାଟିଆ ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଦେଖିବାକୁ ଗଲେ ୧୧ ୱାର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୬ ହଜାର ୪୦୦ ଅଟେ। ଚଳିତ ସରପଞ୍ଚ ପଦବୀ ପାଇଁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସବୁଠାରୁ ଉଚ୍ଚଶିକ୍ଷିତ ଏବଂ ରାଜନୀତିରେ ନବାଗତ ପ୍ରାର୍ଥୀ ହେଉଛନ୍ତି ଅଜିତ କୁମାର ସାହୁ। ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଏହି ଯୁବ ସାମ୍ବାଦିକ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ନିଜ ପଞ୍ଚାୟତକୁ ସରସ ସୁନ୍ଦର କରିବା ପାଇଁ। ଚଳିତ ବର୍ଷ ସାରା ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ଯୁବପିଢ଼ି ଏବଂ ସାମ୍ବାଦିକମାନେ ପଞ୍ଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଜନସାଧାରଣଙ୍କ ସମର୍ଥନ ମଧ୍ୟ ସେମାନଙ୍କୁ ମିଳୁଥିବାର ଦେଖାଯାଉଛି। ତେବେ…
ଭୁବନେଶ୍ଵର: ଆଜି ରାଜ୍ୟରେ ୧୬ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୬୧ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଆକ୍ରାନ୍ତ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିଭଳି ବଲାଙ୍ଗୀରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୮୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୩ ହଜାର ୧୦୬ ଏବଂ ବର୍ତ୍ତମାନ ୮ ହଜାର ୬୬୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୭୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧୪ ବାଲେଶ୍ଵର ଜିଲ୍ଲାରୁ- ୩୬ ବରଗଡ ଜିଲ୍ଲାରୁ- ୧୦ ଭଦ୍ରକ ଜିଲ୍ଲାରୁ- ୧୧ ବଲାଙ୍ଗୀରି ଜିଲ୍ଲାରୁ- ୧୩ ବୌଦ୍ଧ ଜିଲ୍ଲାରୁ- ୫ କଟକ ଜିଲ୍ଲାରୁ– ୪୦ ଦେବଗଡ ଜିଲ୍ଲାରୁ- ୧୫ ଢେଙ୍କାନାଳ ଜିଲ୍ଲାରୁ- ୧୦ ଗଜପତି ଜିଲ୍ଲାରୁ- ୨୩ ଗଞ୍ଜାମ ଜିଲ୍ଲାରୁ- ୧୬ ଜଗତସିଂହପୁର ଜିଲ୍ଲାରୁ- ୧୪ ଯାଜପୁର ଜିଲ୍ଲାରୁ- ୩୨ ଝାରସୁଗୁଡା ଜିଲ୍ଲାରୁ- ୨୦ କଳାହାଣ୍ଡି ଜିଲ୍ଲାରୁ- ୧୨ କନ୍ଧମାଳ ଜିଲ୍ଲାରୁ- ୨୫ କେନ୍ଦ୍ରାପଡା ଜିଲ୍ଲାରୁ- ୧୮ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରାୟତଃ ଲୋକଙ୍କ ପାଦରେ ଯନ୍ତ୍ରଣା ହୁଏ, ତା’ପରେ ସେମାନେ ଏହାକୁ ଅଣଦେଖା କରନ୍ତି ଏବଂ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଏହା ପଛରେ ଅନେକ କାରଣ ଅଛି। ଯଦି ଆପଣ ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଣଦେଖା କରନ୍ତି, ତେବେ ଏହା ପରେ ଆପଣଙ୍କ ପାଇଁ ଅଧିକ ଅସୁବିଧା ସୃଷ୍ଟି କରିପାରେ। ସେଥିପାଇଁ ପାଦରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ। ପାଦରେ ଯନ୍ତ୍ରଣା ହେବାର ଅନେକ କାରଣ ଅଛି। ତେବେ ଆସନ୍ତୁ ସେହି କାରଣଗୁଡ଼ିକ ବିଷୟରେ ଜାଣିବା। ଶରୀରରେ ଲୌହର ଅଭାବ: ଖରାପ ଜୀବନଶୈଳୀ ଏବଂ ବାହ୍ୟ ଖାଦ୍ୟ ହେତୁ ଲୋକମାନେ ଶୁଦ୍ଧ ଏବଂ ପୁଷ୍ଟିକର ଖାଦ୍ୟ ପାଇବାରେ ସକ୍ଷମ ନୁହଁନ୍ତି। ଯେଉଁ କାରଣରୁ ଶରୀରରେ ଲୌହ ଅଭାବ ଆରମ୍ଭ ହୁଏ। ଲୌହ ଅଭାବରୁ ଲେଗ୍ସ ସିଣ୍ଡ୍ରୋମ ଯନ୍ତ୍ରଣା ହୋଇପାରେ। ଏହା ପ୍ରାୟତଃ ଗର୍ଭବତୀ ମହିଳାମାନଙ୍କଠାରେ ଦେଖାଯାଏ। ସବୁଜ ପନିପରିବା ଏବଂ କିଛି ଥେରାପି…
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ପରସ୍ପରର ଜିନିଷ ବ୍ୟବହାର କରନ୍ତି, କେହି ବନ୍ଧୁତ୍ୱରେ ଏବଂ କିଛି ସମ୍ପର୍କୀୟକୁ ଦୃଷ୍ଟିରେ ରଖି ଏହା କରିଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ କାହାରିଠାରୁ ମାଗିବା ଉଚିତ୍ ନୁହେଁ କିମ୍ବା ବ୍ୟବାହର କରିବା ଉଚିତ ନୁହେଁ। କେବଳ ଜ୍ୟୋତିଷ ଶାସ୍ତ୍ର ନୁହେଁ, ସ୍ବାସ୍ଥ୍ୟ ବିଜ୍ଞାନରେ ମଧ୍ୟ ପରସ୍ପର ଜିନିଷ ବ୍ୟବହାର କରିବାକୁ ମନା କରାଯାଇଛି। ତେବେ ଜାଣନ୍ତୁ ସେହି ଜିନିଷ ଯାହା ପରସ୍ପର ବ୍ୟବହାର କରିବା ଉଚିତ ନୁହେଁ ଶଯ୍ୟା: କେହି କେବେ କାହାର ବିଛଣା ବ୍ୟବହାର କରିବା ଉଚିତ୍ ନୁହେଁ। ଏହା ରୋଗର ଭୟ ସୃଷ୍ଟି କରିପାରେ ଏବଂ ନକାରାତ୍ମକତାର ମଧ୍ୟ ସମ୍ମୁଖୀନ ହୋଇପାରେ। ଯେଉଁଥିପାଇଁ ଜଣକୁ ବିଫଳତାର ସାମ୍ନା କରିବାକୁ ପଡିବ। ଯୋତା, ଚପଲ: ଜଣଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ଶନି ଦୋଷ ଲାଗିପାରେ। ଯେଉଁ ବ୍ୟକ୍ତିଙ୍କ ଜୀବନ ଶନି ଦୋଷ ରହେ ସେ…

