ପୁରୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି।
Author: Samikhsya Bureau
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ହୋଇଛି। ଅଭିଯୁକ୍ତ ଜଣେ ମାର୍ବଲ ମିସ୍ତ୍ରୀ ଏବଂ ତାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ କାଲି ରାତିରେ ଟାଇଲ୍ କାମ କରିବା ପାଇଁ ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଘରକୁ ମାର୍ବଲ ମିସ୍ତ୍ରୀ ଜଣଙ୍କ ଯାଇଥିଲେ। ହେଲେ ସେଠାରେ ସେହି ମହିଳା ଜଣଙ୍କୁ ମାର୍ବଲ ମିସ୍ତ୍ରୀ ଦୁଷ୍କର୍ମ କରିଥିଲେ। ମାର୍ବଲ ମିସ୍ତ୍ରୀଙ୍କର ନାମ ଚିତ୍ତ ରଂଜନ ପଲେଇ (୩୪ ବର୍ଷ)। ଅଭିଯୋଗ ପରେ ଚିତ୍ତ ରଂଜନଙ୍କୁ ଗିରଫ କରାଯାଇଛି। ଏବଂ ଅଭିଯୁକ୍ତଙ୍କ ନାମରେ କେଶ୍ ନଂ ୧୦୬/୨୨ ରେ ମାମଲା ରୁଜ୍ଜୁ କରିଛି। ତେବେ ପୋଲିସ୍ ଉଭୟଙ୍କର ନମୁନା ପରୀକ୍ଷା କରି ତଦନ୍ତ ଜାରି ରଖିଛି।
ଲକ୍ଷ୍ନୌ: ଆସନ୍ତାକାଲି ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି। ରାଏବରେଲିର ଏକ ସଭାରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ୟୁପିରେ ଚାକିରୀ ନାହିଁ। ବିରୋଧୀଙ୍କୁ ଆକ୍ରମଣ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ନିର୍ବାଚନ ଆସିବ, ଚାକିରୀ ଦେବାକୁ ଆପଣମାନେ ପ୍ରତିଜ୍ଞା କରନ୍ତି, କିନ୍ତୁ ଏପର୍ଯ୍ୟନ୍ତ କାହିଁକି ଦେଇନାହଁ? ଆପଣ ବିକାଶ ବିଷୟରେ ଆଲୋଚନା କରନ୍ତି ନାହିଁ, ଆପଣ ମହିଳାମାନଙ୍କ ପାଇଁ କ’ଣ କରିଛନ୍ତି, ତାହା ଆପଣ ମଧ୍ୟ କୁହନ୍ତି ନାହିଁ। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, କାହିଁକି ଦଳ ଅଧା ଜନସଂଖ୍ୟା ବିଷୟରେ କହୁନାହାଁନ୍ତି। ମୁଦ୍ରାସ୍ଫୀତି ଏବଂ ସମାଜର ଭାର କିଏ ବହନ କରେ? ଏହି ଲୋକମାନେ ଭାବନ୍ତି ଯେ, ମହିଳାମାନଙ୍କୁ ଏକ ଗ୍ୟାସ୍ ସିଲିଣ୍ଡର ଦିଅ ଆଉ ସେମାନେ ଖୁସି ହୋଇଯିବେ। ଆମେ ୪୦ ପ୍ରତିଶତ ମହିଳାଙ୍କୁ ବିଧାୟକ ହେବାର…
ନୂଆଦିଲ୍ଲୀ: ଭାରତର ଟି-୨୦ ଏବଂ ଦିନିକିଆ ଦଳ ପରେ ରୋହିତ ଶର୍ମା ବର୍ତ୍ତମାନ ଟେଷ୍ଟ ମ୍ୟାଚରେ ମଧ୍ୟ ଅଧିନାୟକ ହେବେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ବିରାଟ କୋହଲିଙ୍କ ଟେଷ୍ଟ ମ୍ୟାଚର ଅଧିନାୟକତ୍ୱ ଛାଡିବା ପରେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ରହିଥିଲା ଯେ ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ କିଏ ହେବେ, ଏବେ ସମସ୍ତେ ଏହାର ଉତ୍ତର ପାଇଛନ୍ତି। ରୋହିତଙ୍କ ପୂର୍ବରୁ କେ.ଏଲ୍ ରାହୁଲ ମଧ୍ୟ କିଛି ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ। ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି ବୋଲି ଘୋଷଣା କରାଯାଇଛି। ଚେତନ କହିଛନ୍ତି ଯେ, ଜଣେ ଅଧିନାୟକ ଭାବରେ ଆମେ ରୋହିତଙ୍କୁ ସର୍ବାଧିକ ସମୟ ଦେବାକୁ ଚାହୁଁଛୁ। ଟେଷ୍ଟ ଅଧିନାୟକଙ୍କ ପସନ୍ଦ ବିଷୟରେ…
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଓ ର୍ନିବିରୋଧ ଖବର ସଂଗ୍ରହ ନିମିତ୍ତି ନିର୍ଦ୍ଦେଶନାମା ଜାରି ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ। ନିର୍ବାଚନ ଅବସରରେ ଖବର ସଂଗ୍ରହକୁ ନେଇ କଣାସ, ପିପିଲି, କଟକ ସଦର, ଚାନ୍ଦବାଲି ସମେତ ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ସହ ଖବର ସଂଗ୍ରହରେ ସ୍ଥାନୀୟ ବୁଥ୍ ଅଧିକାରୀ ଓ ପୋଲିସ୍ ପକ୍ଷରୁ ବିରୋଧର ଚିତ୍ର ସାମ୍ନାକୁ ଆସିଛି। ଏପରିକି ଚାନ୍ଦବାଲିସ୍ଥିତ ବୁଥ୍ ଦାୟିତ୍ୱରେ ଥିବା ଅଧିକାରୀ ଖବର ସଂଗ୍ରହ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପତ୍ର ଲୋଡ଼ିବା ସାମ୍ବାଦିକଙ୍କ ଅଧିକାର ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ। ନିର୍ବାଚନ ଆୟୁକ୍ତ…
ଲକ୍ଷ୍ନୌ: ସମାଜସେବୀ ପାର୍ଟିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାନ ପରିଷଦରେ ବିରୋଧୀ ଦଳର ନେତା ଅହମ୍ମଦ ହାସନ ଆଜି ଲକ୍ଷ୍ନୌରେ ଦେହାନ୍ତ ହୋଇଯାଇଛି। ସେ ଡ. ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏହାପୂର୍ବରୁ, ସେ ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନରେ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଡିସେମ୍ବର ୧୬ ତାରିଖରେ କେଜିଏମୟୁ ଲୋରି କାର୍ଡିଓଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଦେଖା କରିଥିଲେ। ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ଜନ୍ମଗ୍ରହଣ କରିଥିବା ଅହମ୍ମଦ ହାସନଙ୍କ ପିତା ଜଣେ ବ୍ୟବସାୟୀ ତଥା ଜଣେ ପ୍ରସିଦ୍ଧ ଧର୍ମ ବିଦ୍ୱାନ ଥିଲେ। ଅହମ୍ମଦ ହାସନ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିଥିଲେ। ପରେ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପୋଲିସ ସେବାର ଅଧିକାରୀ ହୋଇଥିଲେ। ସେ ୧୯୬୦ ରେ ପ୍ରଥମ ଥର…
ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସଂଘର୍ଷରେ ଦୁଇ ସୈନିକଙ୍କ ଶହୀଦ ହେବାର ଖବର ରହିଛି। ଏଥି ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି।
ଚଣ୍ଡିଗଡ: ଆସନ୍ତାକାଲି ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ଟି ଆସନରେ ମତଦାନ ହେବ। ଅମୃତସର ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମତଦାନର ଗୋଟିଏ ଦିନ ପୂର୍ବରୁ ଅସୁବିଧାରେ ପଡ଼ିଛନ୍ତି। ସିଦ୍ଧୁଙ୍କ ବିରୋଧରେ ଚଣ୍ଡିଗଡ଼ର ଡିଏସପି ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୂଚନାନୁସାରେ, ଚଣ୍ଡିଗଡ଼ ଡିଏସପି ଦିଲଶର ସିଂ ଚନ୍ଦେଲ ସିଦ୍ଧୁଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ୨୦୨୧ ମସିହାରେ ଏକ ରାଲିରେ ପୋଲିସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ସିଦ୍ଧୁ ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବାରେ ବିଫଳ ହୋଇଛନ୍ତି ବୋଲି ଡିଏସପି କହିଛନ୍ତି। ଡିସେମ୍ବର ୨୦୨୧ ମସିହାରେ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ଅଶ୍ରୀନି ସେଖଡୀଙ୍କ ସମାବେଶରେ ପହଞ୍ଚିଥିବା ସିଦ୍ଧୁ ପଞ୍ଜାବ ପୋଲିସକୁ ପରିହାସ କରିଥିଲେ। ସେ କହିଥିଲେ ଯେ, “ଯଦି ଅଶ୍ରୀନି ସେଖଡୀ ଆପଣଙ୍କୁ ଧକ୍କା ମାରନ୍ତି, ତେବେ ଥାନାଦାରଙ୍କ ପ୍ୟାଣ୍ଟ ଓଦା ହୋଇଯାଏ।” ଏଥି ସହିତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତରେ ଏକ ବଡ ଧରଣର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ତଥା ଚଳିତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଆକ୍ରମଣରେ ସରପଞ୍ଚ ଜିତେନ୍ଦ୍ର ଭୋଳ ଆହତ ହୋଇଥିବା ବେଳେ ତାଙ୍କ କାରଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଫଳରେ ସରପଞ୍ଚଙ୍କ ସମର୍ଥିତ କର୍ମୀମାନେ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତକାଲି ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିଲା। ଏହି ମତଦାନ ସଂପୂର୍ଣ୍ଣ ରୂପେ ଶାନ୍ତି ଶ୍ରୁଙ୍ଖଳା ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରିରେ ଏକ ବଡ ଧରଣର ହିଂସା ଦେଖିବାକୁ ମିଳିଛି। ଏଥିରେ ବିଜେପି ଆଉ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କୁ ୩୦ ରୁ ୪୦…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୩୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୭ ଲକ୍ଷ ୧୫ ହଜାର ୨୧୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୦ ହଜାର ୯୭ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୬୦ ହଜାର ୨୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨ ଲକ୍ଷ ୫୩ ହଜାରକୁ ୭୩୯ ବୃଦ୍ଧି ପାଇଛି।
ଭୁବନେଶ୍ଵର: ଆଜି ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୯୪ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଅନୁଗୁଳ, ବାଲେଶ୍ଵର, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୫ ହଜାର ୮୪୩ ଏବଂ ବର୍ତ୍ତମାନ ୭ ହଜାର ୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୭୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୪୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧୧ ବାଲେଶ୍ଵର ଜିଲ୍ଲାରୁ- ୧୫ ବରଗଡ ଜିଲ୍ଲାରୁ- ୮ ଭଦ୍ରକ ଜିଲ୍ଲାରୁ- ୬ ବଲାଙ୍ଗୀରି ଜିଲ୍ଲାରୁ- ୫ ବୌଦ୍ଧ ଜିଲ୍ଲାରୁ- ୮ କଟକ ଜିଲ୍ଲାରୁ- ୧୫ ଦେବଗଡ ଜିଲ୍ଲାରୁ- ୨ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୨୪ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୨୬ ଝାରସୁଗୁଡା ଜିଲ୍ଲାରୁ- ୬ କଳାହାଣ୍ଡି ଜିଲ୍ଲାରୁ- ୧୩ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦ୍ରାପଡା ଜିଲ୍ଲାରୁ- ୫ କେନ୍ଦୁଝର ଜିଲ୍ଲାରୁ- ୮ ଖୋର୍ଦ୍ଧା…
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ଶନିବାର ଅପରାହ୍ନ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିବେ। ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ୨ ଟା ୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ପୁରୀରେ ସେ ପହଞ୍ଚିବା ପରେ ରାଜଭବନ ଯିବେ । ସେଠାରୁ ରାଷ୍ଟ୍ରପତି ୪.୫୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ବାହା ଘରରେ ଯୋଗ ଦେଇଛନ୍ତି। ସାଧାରଣତଃ ପୁଅଝିଅ ବାହାଘରରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ସମ୍ଭବ ହୋଇ ନ ଥାଏ। ହେଲେ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଝିଅ ବାହାଘରରେ ଯୋଗ ଦେଇଥିଲେ। ଭୂପେନ୍ଦ୍ର ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ଜଙ୍ଗଲ, ପରିବେଷ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଅଛନ୍ତି। ତାଙ୍କର ଝିଅ ଶୋଭାଙ୍କର ଶୁକ୍ରବାରରେ ବାହାଘର ଥିଲା। ସେଥିପାଇଁ ନୂଆଦିଲ୍ଲୀରେ ଏକ ବଡ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏଥିସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ବରକନ୍ୟାଙ୍କୁ ଆର୍ଶିବାଦ ଦେବା ପାଇଁ ଯାଇଥିଲେ।
ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ହାରାହାରି 71 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଯେପରି ଗଣ୍ଡଗୋଳ ହୋଇଥିଲା 2ୟ ପର୍ଯ୍ୟାୟରେ ସେପରି ହୋଇ ନ ଥିଲା। କାଁ ଭାଁ ଗଣ୍ଡଗୋଳ ଛାଡି ଦେଲେ ଭଲ ମତଦାନ ହୋଇଥିବାର ଜଣାପଡିଛି। ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଜଗତସିଂହପୁର ଏବଂ ଯାଜପୁରରେ କିଛି ବୁଥରେ ବିଶୃଙ୍ଖଳା ଯୋଗୁଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତି ସମୟରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି କେତେକ ସ୍ଥାନରେ ବାଲଟ ପେପରରେ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁଠି ବିଶୃଙ୍ଖଳା ଦେଖାଦେଇଛି ତାହାର ସଂପୂର୍ଣ୍ଣ ରିପୋର୍ଟ ନିର୍ବାଚନ କମିଶନର ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ…
ଭୁବନେଶ୍ୱର: ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍. ଆୟର, ଆଇନ୍ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍ସନ୍ ଅଧିକାରୀ ଉତ୍ତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ…
ଭୁବନେଶ୍ବର : ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣେ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ। 1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ…
ନୂଆଦିଲ୍ଲୀ: ଆଜି ଚାରୋଟି ରାଶିର ବ୍ୟକ୍ତିମାନଙ୍କର ରୋଜଗାର ବେଶ ଭଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେମାନଙ୍କର ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ଆଜିର ଦିନଟି ଭଲ ରହିବ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଏହି ଚାରୋଟି ରାଶି ହେଲା କର୍କଟ, ସିଂହ, ତୂଳା ଏବଂ କନ୍ୟା ରାଶି। ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ । ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ । ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ ।…
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ। ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ…
ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା…
ଟୋକିଓ : ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ 5ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ 6ଜି ଲଞ୍ଚ କରିବାକୁ ଯାଉଛି ଜାପାନ । ଆସନ୍ତା 2030 ମସିହାରେ ଜାପାନ 6ଜି ଲଞ୍ଚ କରିବାକୁ ଯାଉଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ମତ ଦିଆଯାଇଛି। 5ଜିର ସ୍ପିଡ୍ ଅପେକ୍ଷା ଏହାର ସ୍ପିଡ୍ 10 ଗୁଣା ଅଧିକ ରହିବ ବୋଲି ଜାପାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଟାକାଓ ସାନାଏ ମତ ଦେଇଛନ୍ତି । 6ଜି ଇଣ୍ଟରନେଟ୍ ସେବା ପାଇଁ ବୈଷୟିକ କୌଶଳ ନିମନ୍ତେ ଜାପାନ ସରକାର ଏନ୍ଟିଟି ଏବଂ ତୋଷିବା ସହିତ ଚୁକ୍ତି କରିଛନ୍ତି । 6ଜି ଇଣ୍ଟରନଟ ସେବା ପାଇଁ ଜାପାନ ସରକାର 7 ବିଲିୟନ୍ ଡଲାରର ବଜେଟ୍ ସ୍ଥିର କରିଛନ୍ତି ।

