ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟାକ୍ସ ହ୍ରାସ କରିବା ପରେ ଆଜି ଓଡିଶା ମଧ୍ୟ ସେ ଦିଗରେ ପଦକ୍ଷେପ ନେଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲରେ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରାଯାଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ହ୍ରାସ ମୂଲ୍ୟ 5 ତାରିଖ ମଧ୍ୟ ରାତ୍ରୀରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲରେ 5 ଟଙ୍କା ଏବଂ ଡିଜେଲରେ 10 ଟଙ୍କ ଟାକ୍ସ ଛାଡ କରିଥିଲେ। ଏହାପରେ ପରେ ଆଜି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କର ଟାକ୍ସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଟାକ୍ସ ହ୍ରାସ କରିଥିଲେ। ଏହାପରେ ଆଜି ନବୀନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଏହି ଭାଟ ହ୍ରାସ ହେଲେ ପ୍ରତିବର୍ଷ…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଚାରିଆଡେ ଆନନ୍ଦର ଉତ୍ସବ। ଏହି ପବିତ୍ର ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦିରେ ଏକ ଟୁଇଟ କରି ସେ କହିଛନ୍ତି ଯେ, “ଦିୱାଲୀର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା। ମୁଁ ଆଶା କରୁଛି ଯେ ଏହି ଆଲୋକର ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ଆଣିଦେଉ।”
ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ମା’ କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।’
ନୂଆଦିଲ୍ଲୀ: ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ 50 ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ। ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ…
ଦୀପାବଳି 2021: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ ଶାନ୍ତି ବର୍ଷସାରା ରହିଥାଏ। ପୂଜା ସମୟରେ ଏହି କେତୋଟି କଥା ଭୁଲରେ କରିବା ଉଚିତ ନୁହେଁ। ମଇଳା: ଦୀପାବଳି ଦିନ ଘରଟି ସଂପୂର୍ଣ୍ଣ ପରିସ୍କାର କରିବା ଉଚିତ। ଏହି ଦିନ ଘରେ ମଇଳା ରହିଲେ ଦେବୀ ଲକ୍ଷ୍ମୀ ରାଗିଯାଆନ୍ତି ବୋଲି ବିଶ୍ବାସ ରହିଛି। ଦୀପାବଳି ଦିନ, ମା ଲକ୍ଷ୍ମୀ ଘରେ ମଇଳା, ଅଳିଆ ଆବର୍ଜନା ଥିଲେ ସେ ଗୃହରେ ପ୍ରବେଶ କରନ୍ତି ନାହିଁ। ତେଣୁ ଏହି ଦିନ ଘରକୁ ସଫା ଏବଂ ପରିଷ୍କାର ରଖନ୍ତୁ। ଉପହାର: ଦିୱାଲିରେ, ଛୁରୀ, କଞ୍ଚା, ବ୍ଲେଡ୍, ପେନ୍ ଇତ୍ୟାଦି କୈଣସି ତୀକ୍ଷ୍ଣ ଜିନିଷ କେବେବି ଉପହାର ଦେବା ଉଚିତ୍ ନୁହେଁ। ଏହା ଦୁର୍ଭାଗ୍ୟ…
ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ। ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ। କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…
ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସିି ମୋର୍ଚ୍ଚା ରାଜ୍ୟ ସଭାପତିଶ୍ରୀ ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଓବିସି ମୋର୍ଚ୍ଚାରରାଜ୍ୟ ଉପସଭାପତି ଭାବେସୁବାଷ ଜେନା, ରାମଚନ୍ଦ୍ର ବେହେରା, ଦିଲୀପ କାର୍ସେଲ, ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ ଓ ଉମାଶଂକର ପଟେଲ; ରାଜ୍ୟ ସାଧାରଣ ସଂପାଦକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ରାଜ୍ୟ ସଂପାଦକ ଭାବେ ସୈାଭାଗ୍ୟ ସାହୁ, ବଳରାମ ସୁବୁଦ୍ଧି, ସିଦ୍ଧାର୍ଥ ଶଙ୍କର ପତି, ଦୁର୍ଗାପ୍ରସନ୍ନ ନାୟକ, ମମତା ପଟେଲ ଓ ସୁକୁମାର ସାହୁ; କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ନାୟକ; କାର୍ଯ୍ୟାଳୟ ସଂପାଦକ ଭାବେ ସୁଶାନ୍ତ କୁମାର ଜେନା; ସୋସିଆଲ ମିଡିଆ ସଂଯୋଜକ ଭାବେ ଜି.ତ୍ରିଦେବ ରେଡ୍ଡୀ; ମିଡିଆ ସଂଯୋଜକ ଭାବେ ବିଷ୍ନୁଚରଣ…
ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି। ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ ସମ୍ପାଦିତ ହୋଇଥିଲା। ଦେଶରେ ପ୍ରଥମ ଥର ପାଇଁ ଏହି ଶ୍ରେଣୀୟ ବୋମାର ପ୍ରଥମ ଇଲେକ୍ଟ୍ରୋ ଅପ୍ଟିକାଲ ଅନ୍ୱେଷଣ ଆଧାରିତ ବିମାନ ପରୀକ୍ଷଣ ସମ୍ପନ୍ନ କରାଯାଇଛି। ଅକ୍ଟୋବର ୨୮, ୨୦୨୧ ଏବଂ ନଭେମ୍ବର ୩, ୨୦୨୧ରେ ରାଜସ୍ଥାନର ଜୈସାଲମେରସ୍ଥିତ ଚନ୍ଦନ ପରୀକ୍ଷଣ ରେଞ୍ଜ ପରିସରରେ ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନରୁ ଏହି ଅସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି ସିଷ୍ଟମର ଇଲେକ୍ଟ୍ରୋ ଅପ୍ଟିକାଲ କନଫିଗୁରେସନ (ବିନ୍ନ୍ୟାସ)ରେ ଇମେଜିଂ ଇନଫ୍ରା-ରେଡ (ଆଇଆଇଆର) ଅନ୍ୱେଷଣ ପ୍ରଯୁକ୍ତି ରହିଛି ଯାହା ଅସ୍ତ୍ରର ସଠିକ ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରିଥାଏ। ଉଭୟ ପରୀକ୍ଷଣରେ ନିର୍ଦ୍ଧାରିତ ଲକ୍ଷ୍ୟକୁ…
ନୂଆଦିଲ୍ଲୀ: ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆସନ୍ତାକାଲି ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ । ଗତ ମହାମାରୀଜନିତ ଲକଡାଉନ ସମୟରେ ଦେଶର ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ବଜାୟ ରଖିପାରିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଡିଜେଲ ମୂଲ୍ୟରେ ଅଧିକ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଗତ କିଛି…
ବାଣପୁର: ଆଜି ଦିନତମାମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଏକାଧିକ ଅଞ୍ଚଳରେ ପୋଲିସ ଚଢ଼ାଉ କରି ତିନି ବାଣ ବେପାରୀଙ୍କୁ ଗିରଫ କରିଛି । ପଦନପୁର, ଅଲାଈଡିହ ଏବଂ ଗୋପୀନାଥପୁର ଛକରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଅଫୁଟା ବାଣ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ଦୀପାବଳି ଥିବାବେଳେ ଉକ୍ତ ତିନି ଛକରେ ବେଆଇନ ଭାବେ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିଲେ ତିନି ଦୋକାନୀ । ତେବେ କୌଣସି ମତେ ଖବର ପାଇ ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୃଥକ ଭାବେ ଉକ୍ତ ତିନି ଗୋଟି ସ୍ଥାନରେ ଚଢ଼ାଉ କରିଥିଲେ । ପାଖାପାଖି ଦୁଇ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବାବେଳେ ଗିରଫ ତିନି ଦୋକାନୀମାନଙ୍କ ବିରୋଧରେ କେସ ନମ୍ବର ୩୯୦, ୩୯୧ ଏବଂ ୩୯୨ ରେ ତିନି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ୱନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେସବୁର ପୂର୍ଣ୍ଣାଙ୍ଗ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ । ସମୁଦାୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ…
ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧ ଲକ୍ଷ ୬୫ ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03 କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ…
ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ। ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ। କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ୟ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ…
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ…
ଭୁବନେଶ୍ବର: ଆଉ ନୁହେଁ ଏଥର ସ୍କୁଲ ଖୋଲିବ। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେତିକି ନୁହେଁ ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ସମ୍ଭାବନା ଅଛି ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି। ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି । ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି । ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ରହିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କ୍ଲାସ…
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୧,୨୦୯ କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୪% ଅଟେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୨% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮ ହଜାର ୧୪୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୫୬୭ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୧୯୧ କୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଧିରେ ଧି୍ରେ ଖୋର୍ଦ୍ଧା ଜିଲ୍ଲାର କରୋନା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ବିଗତ ଦିନରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ ସର୍ବାଧିର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଏହି ଜିଲ୍ଲାରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୨ ୨- ବାଲେଶ୍ୱର ଜିଲ୍ଲାରୁ – ୬ ୩- ବରଗଡ଼ ଜିଲ୍ଲାରୁ – ୧ ୪- ଭଦ୍ରକ ଜିଲ୍ଲାରୁ – ୭ ୫- ବୌଦ୍ଦ ଜିଲ୍ଲାରୁ – ୧ ୬- କଟକ ଜିଲ୍ଲାରୁ – ୧୯ ୭- ଢେଙ୍କାନାଳ ଜିଲ୍ଲାରୁ – ୩ ୮- ଗଜପତି ଜିଲ୍ଲାରୁ – ୨ ୯- ଗଞ୍ଜାମ ଜିଲ୍ଲାରୁ – ୩ ୧୦- ଜଗତସିଂହପୁର ଜିଲ୍ଲାରୁ – ୯ ୧୧- ଯାଜପୁର ଜିଲ୍ଲାରୁ – ୧୩ ୧୨- କଳାହାଣ୍ଡି ଜିଲ୍ଲାରୁ…
ଭୁବନେଶ୍ୱର: ରାଜ୍ୟରେ ଆଜି ମୋଟ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୨ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୫ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଥିଲେ। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଭୁବନେଶ୍ବର: ଗତ ଏକ ତାରିଖରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହୋଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ। ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଚାଲିବ। କେମିତି କରିବେ ସଂଶୋଧନ ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ। 1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ। 2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in …

