Author: Samikhsya Bureau

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି l ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ସାନରାଉତପଡ଼ା ଗ୍ରାମର ପ୍ରକାଶ ସୁନ୍ଦରାୟ। ତାଙ୍କର ବୟସ 29 ହେବ। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ମୁତାବକ ଯୁବକ ବାଇକରେ ଯାଉଥିବା ବେଳେ ଏକ ଅଜଣା କାର ଟି ପ୍ରକାଶ ଙ୍କୁ ଶକ୍ତ ଧକା ଦେଇଥିଲା। ଏପରିକି କାରଟି ପ୍ରକାଶଙ୍କୁ ପାଖାପାଖି 200 ମିଟର ଘୋଷାଡ଼ି ନେଇଯାଇଥିଲା। ପ୍ରକାଶଙ୍କ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ରୋଡ଼ରେ ଛିଟିକି ପଡିଥିବାର ଦେଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Read More

ନୂଆଦିଲ୍ଲୀ: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ତଦନ୍ତର ନେତୃତ୍ୱ ନେଉଥିବା ସମୀର ୱାଙ୍ଖଡେ  ହଟାଇ ଦିଆଯାଇଛି। ତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆସିବା ପରେ ଏନସିବି ଏହି ପଦକ୍ଷେପ ନେଇଥିବାର ଜଣାପଡିଛି।ଏହି ମାମଲାରେ ଥିବା ପାଞ୍ଚୋଟି କେସରୁ ତାଙ୍କୁ ହଟାଇ ଦିଆଯାଇଛି। ସେଥିରେ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲା ମଧ୍ୟ ରହିଛି। ତେବେ ସେ ମୁମ୍ବାଇର ନିର୍ଦ୍ଦେଶକ ପଦବୀରେ ରହିବେ ଏବଂ ଏହି ତଦନ୍ତ ପକ୍ରିୟାରେ ସାହାଯ୍ୟ କରିବେ ବୋଲି କୁହାଯାଇଛି। ଏହି ମାମଲାରେ ସମୀର ଦୁର୍ନିତି ଅଭିଯୋଗରେ ଛନ୍ଦି ହୋଇପଡିଛନ୍ତି। ଏନସିପି ନେତା ନବାବ ମଲିକ ତାଙ୍କ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେବାରେ ଲାଗିଛନ୍ତି।

Read More

ଭାଇ ଦୂଜ  2021: ଦୀପାବଳିର ଠିକ୍ ଦୁଇ ଦିନ ପରେ ଭାଇ ଦୂଜର ପର୍ବ ପାଳିତ ହୁଏ। ଦିୱାଲିର ଦୁଇ ଦିନ ପରେ ପଡୁଥିବା ଭାଇ ଦୂଜ କିମ୍ବା ଭାଇ ଟେକା ହେଉଛି ଏକ ପ୍ରମୁଖ ପର୍ବ ଯାହାକି ସାରା ଭାରତରେ ଲୋକମାନେ ପାଳନ କରନ୍ତି । ଏହି ଦିନ ମହିଳାମାନେ ନିଜ ଭାଇମାନଙ୍କ କପାଳରେ ଟିକା କିମ୍ବା ତିଲକ ଲଗାନ୍ତି ଏବଂ ସେମାନଙ୍କର ଦୀର୍ଘ ଏବଂ ସମୃଦ୍ଧ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଏହି ଦିନର ଉତ୍ସବ ମଧ୍ୟ ରାଧା ବୃନ୍ଦାବନ ପର୍ବ ପରି ପାରସ୍ପରିକ ପ୍ରେମର ପ୍ରତୀକ। ଭାଇ ଦୂଜରେ ଟିକା ପାଇବା ପରେ ଭାଇମାନେ ନିଜ ଭଉଣୀମାନଙ୍କୁ ଉପହାର ଦିଅନ୍ତି। ଭାଇ ଦୂଜ ପୂଜାର ଶୁଭ ସମୟ ଜ୍ୟୋତିଷଙ୍କ ଅନୁଯାୟୀ, ଚଳିତ ବର୍ଷ ଦ୍ୱିତିୟା ତିଥି ନଭେମ୍ବର 5 ତାରିଖ ରାତି 11.14 ରୁ ଆରମ୍ଭ ହୋଇ ନଭେମ୍ବର 06 ରେ ସନ୍ଧ୍ୟା…

Read More

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ। ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବ। ଏହାର କାରଣ ହେଲା ଆଜି ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହେବେ। ସେ ହେଉଛନ୍ତି ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝି। ସେ ଆଜି ତାଙ୍କର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବେ। ପ୍ରଦୀପ ଜଣେ ଯୁବ ନେତା ଭାବରେ ବେଶ ପରିଚିତ। ସେ ନବରଂଗପୁର ଜିଲ୍ଲାରେ ବେଶ ଜଣାଶୁଣା। ସେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ହେଲେ କଂଗ୍ରେସର କାର୍ଯ୍ୟଧାର ନେଇ ସେ ଅସନ୍ତୁଷ୍ଠ ଥିଲେ। ବହୁଦିନ ଧରି ସେ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ଚାଲିଥିଲା। ଏପରିକି ବିଜେଡିରେ ଯୋଗ ଦେଇ ସେ ରାଜ୍ୟ ସଭାକୁ ଯିବେ ବୋଲି ଆଲୋଚନା ଚାଲିଛି।

Read More

ଭୁବନେଶ୍ୱର: ଆମ ଟିଭି ନ୍ୟୁଜ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲର ସଫଳତା ପରେ ଏବେ ଆମ ଟିଭି ପକ୍ଷରୁ ନୂଆ ମ୍ୟୁଜିକ ଚ୍ୟାନେଲ ଆମ ଟିଭି ମ୍ୟୁଜିକ ଲୋକାର୍ପିତ ହୋଇଯାଇଛି। ଶ୍ରୁତିମଧୁର ଓ ଲୋକାଦୃତ ସଂଗୀତର  ପ୍ରତିଶ୍ରୁତି ନେଇ ଚ୍ୟାନେଲଟି ସବୁ ବର୍ଗର ହୃଦୟକୁ ଛୁଇଁବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଓ ଅତିଥିମାନେ ଏହି ଉତ୍ସବ ମତ ଦେଇଛନ୍ତି। ଶିକ୍ଷାବିତ ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା ଯୋଗଦେଇ ଚ୍ୟାନେଲ ସଫଳତା ସହ ଲୋକ ମନକୁ ଆକର୍ଷିତ କରିବ ବୋଲି ମତ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଯୋଗଦେଇ ସଂଗୀତ ନିର୍ଦେଶକ ଓମପ୍ରକାଶ ମହାନ୍ତିଙ୍କ ଗୀତ ଜହ୍ନ ଗୋଟେ ଛୋଟ ବିସ୍କୁଟ.. କୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଏନ. ଗଙ୍ଗାଧର ରେଡ୍ଡୀ, ରୋଟାରୀଆନ ପ୍ରସନ୍ନ ଚୌଧୁରୀ, ସମାଜସେବୀ ଶଶୀଭୂଷଣ ଦାସ, ଶ୍ରୀକାନ୍ତ ନାୟକ, ଏମ. ତେଜେଶ୍ଵର ରାୟ ପ୍ରମୁଖ…

Read More

ମୁମ୍ବାଇ: ଦେଶର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ରିଲାଏନ୍ସ କଂପାନୀର ମାଲିକ ମୁକେଶ ଆମ୍ବାନୀ ଏବଂ ତାଙ୍କ ପରିବାର ଭାରତ ଛାଡିବେ। ସେଥିପାଇଁ ସେମାନେ ଲଣ୍ଡନର ଷ୍ଟୋକ ପାର୍କରେ ଏକ ଘର କିଣିଛନ୍ତି। ସେଠାରେ ସେ ବସବାସ କରିବେ। ଏହି ଖବରକୁ ନେଇ ଦିନ ତମାମ ବେଶ୍ ଚର୍ଚ୍ଚା ଚାଲିଛି। ଏହି ଖବରକୁ ନେଇ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ତରଫରୁ ସ୍ପଷ୍ଟି କରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, କଂପାନୀ ଅଧ୍ୟକ୍ଷ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ କଳ୍ପୋଳକଳ୍ପିତ। ସେ ଲଣ୍ଡନ ନୁହେଁ ବିଶ୍ବର କୌଣସି ଦେଶକୁ ସ୍ଥାନାନ୍ତରିତ ହେବାର ନାହିଁ। ଏହି ସ୍ପଷ୍ଟିକରଣରେ କୁହାଯାଇଛି ଯେ, କଂପାନୀ ତରଫରୁ ଲଣ୍ଡନର ଷ୍ଟୋକ ପାର୍କ ଅଞ୍ଚଳରେ ଏକ ଘର କିଣାଯାଇଛି। ତାହା ଏକ ଐତିହ୍ୟ ବିଲିଡିଂ। ସେଠାରେ ଗଳ୍ଫ ଏବଂ କ୍ରୀଡା ରିସୋର୍ଟ ଭାବରେ ପରିଗଣିତ କରାଯିବ ବୋଲି ନିଷ୍ପତି…

Read More

ମେଷ : ଆଜି ଧନ ଦେବୀଙ୍କ କୃପା ଦ୍ୱାରା ବ୍ୟବସାୟରେ ଟଙ୍କା ମିଳିବ। ସହଯୋଗ ଏବଂ ସମର୍ଥନ ପ୍ରୟାସ ଏବଂ ଦୂରଦୃଷ୍ଟି ସହିତ ଆସିବ । ପାରିବାରିକ ସୁଖ ମିଳିବ । ଚାକିରିରେ ବିପଦପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ।  ଆଜି ଭୋଜି ଉପଭୋଗ କରନ୍ତୁ । ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ବୃଷ : ଯଦି କୌଣସି ପାରିବାରିକ ବିବାଦ ଚାଲିଛି, , ତେବେ ତାହା ଆଜି ଶେଷ ହେବ।  ତୁମେ ଶାନ୍ତି ଏବଂ ତୃପ୍ତି ପାଇବ।  ପିଲାମାନଙ୍କ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ। ଟଙ୍କା ପାଇବ। ପାରିବାରିକ ସମ୍ପତ୍ତିରେ ଲାଭ ହେବ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ।  ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।  ଯୁକ୍ତି, ବିତର୍କ କରନ୍ତୁ ନାହିଁ। ମିଥୁନ : ଟଙ୍କା ପାଇବା ପାଇଁ ପ୍ରୟାସ ସଫଳ ହେବ।  ତୁମେ ସମ୍ମାନ ପାଇବ। ଏକ ଉପଭୋଗ୍ୟ ଯାତ୍ରା ହେବ।  ବ୍ୟବସାୟ ଭଲ ହେବ।  ସୁଖ ମିଳିବ।…

Read More

ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ଏବଂ ପରେ ଭୀଷ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏପରି ଅନେକ ଜିନିଷ ଥିଲା ଯାହାକୁ ସେ କେବଳ ଧୃତରାଷ୍ଟ୍ର, , ଦୁର୍ଯ୍ୟୋଧନ, , କୃଷ୍ଣ, , ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ କହିଥିଲେ। ଶରଶଯ୍ୟାରେ ପଡ଼ି ଭୀଷ୍ମ ଅନେକ ନୀତିବାଣୀ ଦେଇଛନ୍ତି। ଯାହା ସାଧାରଣ ମଣିଷ ଜୀବନରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେ ସବୁ ମଧ୍ୟରୁ ଆସନ୍ତୁ ଜାଣିବା ମାତ୍ର ଦଶଟି କଥା। ଅନ୍ୟମାନେ ଭଲ ପାଉଥିବା ଶବ୍ଦ କୁହନ୍ତୁ। ଅନ୍ୟମାନଙ୍କୁ ଖରାପ କଥା କହିବା, ଅନ୍ୟମାନଙ୍କୁ ସମାଲୋଚନା କରିବା, ଖରାପ ଶବ୍ଦ କହିବା, ଏସବୁ ତ୍ୟାଗ କରିବା ଉଚିତ। ଅନ୍ୟମାନଙ୍କୁ ଅପମାନ କରିବା ନିଜର ଅହଂକାର ଭାବକୁ ପ୍ରକଟ କରିଥାଏ। ବଳିଦାନ ବିନା କିଛି ହାସଲ ହୁଏ ନାହିଁ। ତ୍ୟାଗ ବିନା ଚରମ ଆଦର୍ଶର କୌଣସି ବାସ୍ତବତା ନାହିଁ । ତ୍ୟାଗ ବିନା ମଣିଷ ଭୟରୁ ମୁକ୍ତ ହୋଇପାରିବ ନାହିଁ । ତ୍ୟାଗ ସାହାଯ୍ୟରେ ମଣିଷ ସମସ୍ତ…

Read More

ସିଂହ : ଉପହାର ଗ୍ରହଣ କରାଯିବ।  ବ୍ୟବସାୟ ଭଲ ହେବ।  ଲାଭ ପାଇଁ ସୁଯୋଗ ଆସିବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ।  ଜୀବନସାଥୀ ସହିତ ସମ୍ପର୍କରେ ମଧୁରତା ରହିବ। ବରିଷ୍ଠମାନେ ସହଯୋଗ କରିବେ । ଯାତ୍ରା ଉପଭୋଗ୍ୟ ହେବ । କନ୍ୟା : ଚାକିରି,  ବ୍ୟବସାୟରେ ଇଚ୍ଛାକୃତ ପରିବେଶ ସୃଷ୍ଟି ହେବ।  ବିବାହିତ ଜୀବନ ସୁଖଦ ହେବ।  ରାଜନୈତିକ ଏବଂ ସାମାଜିକ କାର୍ଯ୍ୟରେ ସଫଳତାର ସମ୍ଭାବନା ଅଛି।  ଘରେ ଶାନ୍ତି ରହିପାରେ।  ଅପ୍ରତ୍ୟାଶିତ ଖର୍ଚ୍ଚ ବହନ କରିବାକୁ ସମର୍ଥ ହେବେ ।

Read More

ମେଷ : ଆଜି ଧନ ଦେବୀଙ୍କ କୃପା ଦ୍ୱାରା ବ୍ୟବସାୟରେ ଟଙ୍କା ମିଳିବ। ସହଯୋଗ ଏବଂ ସମର୍ଥନ ପ୍ରୟାସ ଏବଂ ଦୂରଦୃଷ୍ଟି ସହିତ ଆସିବ । ପାରିବାରିକ ସୁଖ ମିଳିବ । ଚାକିରିରେ ବିପଦପୂର୍ଣ୍ଣ କାର୍ଯ୍ୟରେ ସାବଧାନ ରୁହନ୍ତୁ। କର୍କଟ : ମାତା ଲକ୍ଷ୍ମୀଙ୍କ ଅନୁଗ୍ରହରେ,  ତୁମେ ଟଙ୍କା ଦୃଷ୍ଟିରୁ ଭଲ ଖବର ପାଇବ। ସଂପତ୍ତି ମୂଲ୍ୟ ବୃଦ୍ଧି ହେବ।  ସୁଖ ମିଳିବ।  ଆଜି ବହୁତ ଟଙ୍କା ମିଳିବ। ବ୍ୟବସାୟରେ ଅଗ୍ରଗତି ହେବ। ଆଜି ଅତିଥିମାନଙ୍କର ଆଗମନ ହେବ ।

Read More

ଧନୁ : ବ୍ୟବସାୟ ଲାଭଦାୟକ ହେବ।  ଆପଣ ଦେବ ଦର୍ଶନଙ୍କ ଲାଭ ପାଇବେ। ବାହ୍ୟ ସହାୟତା ଆସିବ, ହଠାତ୍ ଟଙ୍କା ଆସିବା ହେତୁ ଅଟକି ଯାଇଥିବା କାମ ସରିଯିବ ।  ଏକ ସୁନ୍ଦର ଯାତ୍ରା ହେବାର ସମ୍ଭାବନା ରହିବ । ମକର : ପରିବାର ଏବଂ ସମାଜରେ ତୁମର କାର୍ଯ୍ୟକୁ ପ୍ରଶଂସା କରାଯିବ। ପିଲାମାନଙ୍କ ସାହାଯ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।  ବ୍ୟବସାୟରେ ନୂତନ ଚୁକ୍ତିରୁ ଲାଭ ମିଳିବ।  ଯନ୍ତ୍ରଣା, ଭୟ,  ଟେନସନର ପରିବେଶ ଦୂର ହେବ ।

Read More

କୁମ୍ଭ : ଧନ ପାଇବା ବିଷୟରେ ତୁମେ ଭଲ ଖବର ପାଇବ ।  ସୁଖ ରହିବ । ତୁମେ ତୁମର ସ୍ଥିତି, ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ସମର୍ଥ ହେବ । ଅବାଞ୍ଛିତ ଜିନିଷ ଘଟିବ । ସମ୍ପତ୍ତି କାରବାରରେ ଲାଭ ହେବ । ବ୍ୟବସାୟ ଭଲ ହେବ। ମୀନ : ଜମି ଏବଂ ନିର୍ମାଣ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ବାହ୍ୟ ସହାୟତା ଗ୍ରହଣ କରାଯିବ ।  ପରିବାରରେ ସହଯୋଗର ପରିବେଶ ରହିବ । ଟଙ୍କା ସମସ୍ୟା ହଠାତ୍ ସମାଧାନ ହେବ ।  ପରିବାରର ଚିନ୍ତା ଦୂର ହେବ ।

Read More

ତୂଳା : ଆଜି କ୍ଷେତ୍ରରେ ଟଙ୍କା ଆସିବ।  ଅଳସୁଆ ଛାଡି ପ୍ରତ୍ୟେକ କାର୍ଯ୍ୟ ଠିକ୍ ସମୟରେ କରାଯିବ ।  ବ୍ୟବସାୟ ଭଲ ହେବ।  ଜଣେ ଚାଣକ୍ୟ ହୋଇ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରି ସୁଖ ଅର୍ଜନ କରିବେ। ବିଛା : କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ।  ସିଷ୍ଟମ୍ ଉନ୍ନତି କରିବ।  ଘର ବାହାରେ ପଚରାଉଚରା କରାଯିବ। ସୁଖ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟ ସନ୍ତୁଷ୍ଟ ହେବ।  ଜୀବିକା କ୍ଷେତ୍ରରେ ଅଗ୍ରଗତି ହେବ ଏବଂ ଅର୍ଥ ଉପକୃତ ହେବ।

Read More

ବୃଷ : ଯଦି କୌଣସି ପାରିବାରିକ ବିବାଦ ଚାଲିଛି, , ତେବେ ତାହା ଆଜି ଶେଷ ହେବ।  ତୁମେ ଶାନ୍ତି ଏବଂ ତୃପ୍ତି ପାଇବ।  ପିଲାମାନଙ୍କ ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ। ଟଙ୍କା ପାଇବ। ପାରିବାରିକ ସମ୍ପତ୍ତିରେ ଲାଭ ହେବ। ମିଥୁନ : ଟଙ୍କା ପାଇବା ପାଇଁ ପ୍ରୟାସ ସଫଳ ହେବ।  ତୁମେ ସମ୍ମାନ ପାଇବ। ଏକ ଉପଭୋଗ୍ୟ ଯାତ୍ରା ହେବ।  ବ୍ୟବସାୟ ଭଲ ହେବ।  ସୁଖ ମିଳିବ।  ଉଚ୍ଚ ଏବଂ ବୌଦ୍ଧିକ ଶ୍ରେଣୀରେ ବିଶେଷ ସମ୍ମାନ ପାଇବାର ସମ୍ଭାବନା ଅଛି।

Read More

ଭୁବନେଶ୍ବର: ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ସୁଶାନ୍ତ ମଣି 2 ଚକୋଲେଟ୍ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ଚକଲେଟ୍ ଯେଉଁଭଳି ମିଠା ସେହିଭଳି କିଛି ମିଠା ମିଠା ସ୍ଵାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଭରପୁର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି । ଦୁଇ ଜଣ ନବାଗତ କଳାକାର ଲୋହିତାକ୍ଷ ଏବଂ ସ୍ଵପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇର ପ୍ରତିଷ୍ଠିତ କଳାକାର ଚିତ୍ତ ତ୍ରିପାଠୀ । Kanccha lannka ଏକ ନୂଆ…

Read More

ପୁରୀ/ଭୁବନେଶ୍ଵର: ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ଵାଗତ କରାଯାଇଛି । ଏହି ମଶାଲ ଆଜି ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି. ରାମାସ୍ଵାମୀ ପ୍ରମୁଖ ପାଛୋଟି ନେଇଥିଲେ। ଭାରତୀୟ ଯବାନ ମାନଙ୍କ ବୀରତ୍ଵ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ। ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ୱେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ଵବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ଵ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଶ୍ରୀ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ଵାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ…

Read More

ଭୁବନେଶ୍ୱର: ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍‌. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ…

Read More

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ରେ ଅନୁରୂପ ହ୍ରାସ କାର୍ଯ୍ୟକାରୀ କରିଛନ୍ତି। ଏହିପରି ତଥ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଜାରୀ କରାଯାଇଛି। ତେବେ ୧୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ରେ ବର୍ତ୍ତମାନ ସୁଦ୍ଧା କୌଣସି ହ୍ରାସ କରିନାହାନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଲେ ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ,  ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ। କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପେଟ୍ରୋଲ ଲିଟର…

Read More

ଭୁବନେଶ୍ବର: ଆଜି ରାଜ୍ୟ ସଂସ୍କୃତି ବିଭାଗ ତରଫରୁ 31ତମ ରାଜ୍ୟ ଚଳଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ସହିତ ଶ୍ରେଷ୍ଠ ଚଳଚିତ୍ର, ନିର୍ଦ୍ଦେଶକ ତଥା ଅଭିନେତାଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛି। ସେହିପରି ଖୁସି ଚଳଚିତ୍ରରେ ଭଲ ଅଭିନୟ ପାଇଁ ଅଭିନେତା ସରୋଜ ପରିଡା ଏବଂ ଅଭିନେତ୍ରୀ  କାବ୍ୟାକିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ସେହିପରି ଶଳାବୁଢା ଚଳଚିତ୍ରଟି ଶ୍ରେଷ୍ଠ କାହାଣୀ ଭାବେ ଏବଂ ବ୍ୟଦନାଥ ଦାସ ନାୟକର ନାମ ଦେବଦାସ ଚଳଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନିତ କରାଯାଇଛି। ଶ୍ରେଷ୍ଠ ଟେଲି ସିନେମା ଭାବେ କାଳିଆ କରୁଛି ଲୀଲା ପୁରସ୍କୃତ ପାଇଁ ମନୋନିତି ହୋଇଥିବା ବେଳେ ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ…

Read More

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଜଜ୍‌ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମୁରଲୀଧର ନ୍ୟାୟମୂର୍ତ୍ତି ଶ୍ରୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ଜଜ୍‌ ଭାବେ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଉପସ୍ଥିତ ଥିଲେ। କୋଭିଡ୍‌ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ କରାଯାଇ ଏହି ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ମଧ୍ୟ ହାଇକୋର୍ଟର ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିଧାସଳଖ ପ୍ରସାର କରାଯାଇଥିଲା।

Read More