କଷ୍ଟମ ବିଭାଗ ପକ୍ଷରୁ ୫ କୋଟି ମୂଲ୍ୟର ଘଣ୍ଟା ଜବତ ଘଟଣା: ସ୍ପଷ୍ଟିକରଣ ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା

Published: Nov 16, 2021, 1:10 pm IST

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ମୁମ୍ବାଇ କଷ୍ଟମ ବିଭାଗ ଦୁଇଟି ଘଣ୍ଟା ଜବତ କରିଛି। ତେବେ ଏହାକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସ୍ବେଚ୍ଛାକୃତ ଭାବେ ମୁମ୍ବାଇ ବିମାନବନ୍ଦରର କଷ୍ଟମ୍ସ କାଉଣ୍ଟରକୁ ଯାଇ ମୋ ସହିତ ଆଣିଥିବା ବ୍ୟାଗ ବିଷୟରେ ସୂଚନା ଦେବା ଏବଂ ଆବଶ୍ୟକ କଷ୍ଟମ୍ସ ଡ୍ୟୁଟି ଦେବା ପାଇଁ ଯାଇଥିଲି। ତାଙ୍କ ବିବୃତ୍ତିରେ ସେ ଏହା ମଧ୍ୟ କହିଛନ୍ତି ଯେ, ସୋସିଆଲ ମିଡିଆରେ ଘଣ୍ଟାର ମୂଲ୍ୟ ୫ କୋଟି ବୋଲି ମିଥ୍ୟା ପ୍ରଚାର କରାଯାଉଛି, ପ୍ରକୃତରେ ଏହାର ମୂଲ୍ୟ ୧.୫ କୋଟି ଟଙ୍କା।

ସୂଚନା ଯୋଗ୍ୟ ଯେ କଷ୍ଟମ୍ସ ବିଭାଗ ଦ୍ଵାରା ୫ କୋଟି ମୂଲ୍ୟର ୨ ଟି ଘଣ୍ଟା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଜବତ କରାଯାଇଥିଲା। କଷ୍ଟମ ଅଧିକାରୀ କହିଥିଲେ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ଘଣ୍ଟାର ବିଲ ନଥିଲା କିମ୍ବା ସେ ଏହି ଘଣ୍ଟା ବାବଦରେ କୌଣସି ସୂଚନା ଦେଇନଥିଲେ।

Related posts