ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ । ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ…
Author: Samikhsya Bureau
କୁମ୍ଭ ରାଶିଫଳ-ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ମୀନ ରାଶିଫଳ-ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ।
ଧନୁ ରାଶିଫଳ-ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ମକର ରାଶିଫଳ-ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ।
କନ୍ୟା ରାଶିଫଳ-ଆଜି ଏକ ଖୁସିର ଦିନ ହେବ । ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ । ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ବିଛା ରାଶିଫଳ-ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ ।
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ମିଥୁନ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ ।
କର୍କଟ ରାଶିଫଳ-ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ତୂଳା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।
ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ସିଂହ ରାଶିଫଳ-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ୟୁରୋପୀୟ ପରିଷଦର ବୈଠକରେ ଯୋଗ ଦେଇଥିଲେ। ୟୁଏଇର ସମସ୍ତ 27 ଟି ଦେଶର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଭାରତ ଏବଂ ୟୁରୋପୀୟ ୟୁନିୟନର ନେତା ତଥା ଏହାର ସଦସ୍ୟ ଦେଶଗୁଡିକ ଗଣତନ୍ତ୍ରର ସ୍ୱାଧୀନତା, ନୀତି ଏବଂ ମାନବିକ ଅଧିକାର ପ୍ରତି ସାଧାରଣ ସ୍ୱାର୍ଥ, ନୀତି ଏବଂ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ୟୁନିଅନର ନେତାଙ୍କ ବୈଠକ ପରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମଲ୍ଟି ପୋଲାର ଜଗତର ସୁରକ୍ଷା, ସମୃଦ୍ଧତା ଏବଂ ନିରନ୍ତର ବିକାଶ ଉପରେ ଭାରତ ଏବଂ ୟୁରୋପୀୟ ୟୁନିଅନ୍ ଏକମତ ହୋଇଛନ୍ତି। ଆଜି ପର୍ତ୍ତୁଗାଲରରେ ଏକ ହାଇବ୍ରିଡ୍ ଫର୍ମାଟରେ ଏହି ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନରେନ୍ଦ୍ର ମୋଦୀ ଏକ ଭର୍ଚୁଆଲ୍ ମିଡିଆରେ ଅଂଶଗ୍ରହଣ କରିଥିଲେ। 2000 ରେ ଭାରତ ଏବଂ ୟୁରୋପୀୟ ୟୁନିୟନର ପ୍ରଥମ ବୈଠକ…
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ “ବ୍ରେକ୍ ଦ ଚେନ୍: ଡାକରା ଦିଆଯାଇଛି। କରୋନା ଚେନ୍ ଭାଙ୍ଗିବାକୁ ଏହି ଲକଡାଉନ୍ ସମୟକୁ ସଠିକ୍ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ସେହିପରି ରାଉରକେଲା ସହରରେ ଲକଡାଉନ ନିୟମ ପାଳନ କରି ଏହି ମହାମାରୀକୁ ଜିତିବାକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମହାନଗରବାସୀଙ୍କୁ ଅନୁରୋଧ କରିଛନ୍ତି। “କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି ଏହାକୁ ସମସ୍ତେ ମାନି ଘରେ ରହିବା ଦରକାର। ଅତି ଆବଶ୍ୟକ ନହେଲେ କେହି ବାହାରକୁ ଆସନ୍ତୁ ନାହିଁ। ଘରେ ରହିଲେ ହିଁ “ବ୍ରେକ୍ ଦ ଚେନ୍” କୁ ଆମେ ସଫଳ କରିପାରିବା”, ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଜିଲ୍ଲାପାଳ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହିଛି। ହେଲେ…
ରମେଶ ମହାନ୍ତି ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ଦୃତ ଗତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯିବା ସତ୍ତ୍ୱେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ଅମାନିଆଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥିଲା। ଖବର ପାଇ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଓ ତିର୍ତ୍ତୋଲ ପୋଲିସ୍ ରାହାମା ବଜାରରେ ପହଞ୍ଚି ଲକଡାଉନକୁ ବେଖାତିର କରୁଥିବା କିଛି ବ୍ୟବସାୟୀ ଓ ମାସ୍କ୍ ନଲଗାଇ ବିନା କାରଣରେ ବଜାରରେ ବୁଲାବୁଲି କରୁଥିବା କିଛି ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ସାବାଡ୍ କରାଯାଇଥିଲା। ସେହିପରି ତିର୍ତ୍ତୋଲ ବଜାର, ନିଶାମଣି ସରଣୀ ବଜାର, ନେହେରୁପଡିଆ ବଜାର ସହିତ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକ ମାସ୍କ୍ ନଲଗାଇ ଲକଡାଉନକୁ ବେଖାତିର କରି ବିନା କାରଣରେ ବଜାରଘାଟରେ ଘୁରିବୁଲୁ ଥିବା ଅମାନିଆଙ୍କୁ ତିର୍ତ୍ତୋଲ ପୋଲିସ୍ ଯଥାଶୀଘ୍ର ସାବାଡ୍ କରିବା…
ଭୁବନେଶ୍ବର: ଟୀକା କମ ଥିବାରୁ ଏବେ ରାଜ୍ୟରେ ୫ ଟି ବଡ ସହରରେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉଲକେଲାରେ ଏବେ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଏନେଇ ସବୁ ସିଡିଏମଓ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିବା ବେଳେ ୪୪ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଟୀକାକରଣ ଦିନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ। ସେହିଭଳି ଜିଲ୍ଲା ଟାସ୍କ ଫୋର୍ସ ଅନୁମୋଦିତ ଘରୋଇ ହସ୍ପିଟାଲରେ ମାଗଣା ଟୀକା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର। ହେଲେ ସେଥିପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ ବୋଲି ଏସିଏସ କହିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ହାଇୱା ଧକ୍କା ଦେବାରୁ ଅକ୍ସିଜେନ ବୋଝେଇ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଛି। ସୂଚନା ଯୋଗ୍ୟ ଯେ, ଦେଶର ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ ଅଭାବ ପରିଲିକ୍ଷିତ ହେଉଛି। ତେଣୁ ଏହି ଅଭାବ ପୂରଣ ଲାଗି ଅନେକ ରାଜ୍ୟକୁ ଓଡିଶା ସରକାର ଅକ୍ସିଜେନ ଯୋଗାଇଦେଉଛନ୍ତି। ତେବେ ଆଜି ଆନ୍ଧ୍ରପ୍ରଦେଶ ନେଇ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଯାଉଥିବା ବେଳେ ଟାଙ୍ଗୀ ବାଇପାସ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ପୋଲିସ ପ୍ରଶାସନର ମୁଖ୍ୟ ଭୂମିକା ରହିଛି। ଆଜି ଅପରାହ୍ନରେ ଓଡିଶା ଡିଜିପି ଅଭୟ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ତଦାରଖ କରିଛନ୍ତି। ଏହି ସମୟରେ ବାଲୁଗାଁ ଅଞ୍ଚଳରେ କରୋନା ସ୍ଥିତିକୁ ନେଇ ଆଇଆଇସି ରମାକାନ୍ତ ମାହାଲିକଙ୍କ ସହ ଆଲୋଚନା କରିବା ସହ ଥାନାର ପ୍ରତ୍ୟେକ ପୋଲିସ କର୍ମୀଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଲକଡାଉନ କଟକଣାକୁ କିପରି ଅଧିକ କଡାକଡି କରାଯିବ, ତାହା ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ ଡିଜିପି। ଏହା ଭିତରେ ଅନେକ ପୋଲିସ କର୍ମୀ ମଧ୍ୟ ସଂକ୍ରମଣ ହେଉଥିବାରୁ ଡିଜିପି ଅଭୟଙ୍କ ଏହି ଗସ୍ତ ଦ୍ଵାରା ସେମାନଙ୍କ ମନୋବଳ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଡ଼ିଜିପିଙ୍କ ବାଲୁଗାଁ ଥାନା ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଉପସ୍ଥିତ ଥିଲେ। ସୂଚନା…
ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ନେଇ ଆଶଙ୍କା କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ଅନୁମାନ କରିଛି। ତେବେ ଏହାକୁ ଦେଖି ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରିଛନ୍ତି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ଆଜିଠାରୁ ୯ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଝଡବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା କରାଯାଇଥିବେଳେ ପବନର ବେଗ ପ୍ରତି ଘଣ୍ଟା ୪୦ ରୁ ୫୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି ଏବଂ ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ କୁଆପଥର ବର୍ଷା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୬୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୬୧, ପୁରୀରୁ ୫୧୨, କଟକରୁ ୫୦୯, ସୁନ୍ଦରଗଡରୁ ୪୭୩, ଅନୁଗୁଳରୁ ୪୬୪, ବଲାଙ୍ଗୀରିରୁ ୪୬୧, ଝାରସୁଗୁଡାରୁ ୪୩୭, ନୂଆପଡାରୁ ୩୫୩, ବରଗଡରୁ ୩୩୪, ନବରଙ୍ଗପୁରରୁ ୩୩୦, ସମ୍ବଲପୁରରୁ ୩୨୧, ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯, ମୟୂରଭଞ୍ଜରୁ ୨୨୦, ରାୟଗଡାରୁ ୧୯୨, ଗଞ୍ଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡରୁ ୧୪୦, ସୋନପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ବରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, ଗଜପତିରୁ ୭୮, କେନ୍ଦ୍ରାପଡାରୁ ୭୭, ଦେବଗଡରୁ ୭୫, କନ୍ଧମାଳରୁ ୪୫, ମାଲକାନାଗିରିରୁ ୩୧, ଢେଙ୍କାନାଳରୁ ୨୨, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୧୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୮୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୫୩୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୨ ହଜାର ୧୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୩.୨୦୨୧ ସକାଳୁ କଲମପୁର ଛକ ନିକଟସ୍ଥ କାଂଚନ ଜୁଏଲଏରୀ ଦୋକାନ ମାଲିକ ରଂଜନ କୁମାର ସାହୁ ସବୁଦିନପରି ଏକ ବେଗରେ ୨୫୦ ଗ୍ରାମ ସୁନା ଓ ୩ କି.ଗ୍ରା. ରୂପା ଗହଣା ରଖି ଦୋକାନ ସଟର ଖୋଲିବା ସମୟରେ ଅଜ୍ଞାତ ଚୋର ହଠାତ ଆସି ଉକ୍ତ ବେଗ ସହ ଗହଣା ଉଠାଇ ନେଇ ଚମ୍ପଟ ମାରିଥିଲେ। ଏ ସଂପର୍କରେ ରଂଜନଙ୍କ ଏତାଲ ଭିତିରେ ଜୁନାଗଡ ଥାନା କେଶ ନଂ. ୬୮/୨୦୨୧ ଆଇପିସି ୩୭୯/୩୪ ଧାରାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନୋକଟସ୍ଥ ଦୋକାନ ଗୁଡିକର ସିସିଟିଭି ଫୁଟେଜ ଓ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ୪ ଲକ୍ଷ ଉପରେ ରହିଛି। ଅନେକ ରାଜ୍ୟରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ତେଣୁ ଦେଶରେ ଅମ୍ଳଜାନ ବଣ୍ଟନ ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ଆଜି ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ଜଣ ସଦସ୍ୟ ରହିବେ। ବୈଜ୍ଞାନିକ, ଯୁକ୍ତିସଙ୍ଗତ ଏବଂ ନ୍ୟାୟସଙ୍ଗତ ଆଧାରରେ ଜାତୀୟ ଟାସ୍କ ଫୋର୍ସ ରାଜ୍ୟଗୁଡିକୁ ଅମ୍ଳଜାନ ଯୋଗାଣ ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବେ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୟପାଟଣା ଅଂଚଳର ୭୫ ଜଣ ଶ୍ରମିକ ଦାଦନ ଦଲାଲ କବଳରୁ ଉଦ୍ଧାର ହୋଇଛନ୍ତି। ଜୟପାଟଣା ଥାନା ଅଂଚଳ ସାନ କର୍ଲାକୋଟ ଗ୍ରାମକୁ ଗୋଟିଏ ବସ ଧରି ଦଲାଲ ପହଂଚିଥିଲା। ସେଠାରୁ ଶ୍ରମିକମାନେ ତାମିଲନାଡୁ ରାଜ୍ୟର ତ୍ରୀପୁର ଅଂଚଳକୁ ଦାଦନ ପାଇଁ ଯାଇଥାନ୍ତେ। ଠିକ ସମୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପାଟଣା ପୋଲିସ ପହଂଚି ବସକୁ ଅଟକ ରଖିବା ସହ ଶ୍ରମିକମାନଙ୍କୁ କରୋନା ସମୟରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ନଯିବା ପାଇଁ ପ୍ରବର୍ତ୍ତାଇଥିଲା। ବସ ନଂ. ଟିଏନ ୩୩ କେ ୮୪୮୮ ନମ୍ବର ବସ ନେଇ ଦୁଇଜଣ ଲୋକ ସାନ କର୍ଲାକୋଟ ଗ୍ରାମକୁ ଆସିଥିଲେ। ପୂର୍ବରୁ ଯାଇଥିବା ଶ୍ରମିକ ମାନଙ୍କୁ ପୁନର୍ବାର ସେଠାକୁ ନେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ସେହି ଶ୍ରମିକମାନେ ପୂର୍ବରୁ ସେଠାରେ କାମ କରୁଥିବା ବେଳେ କୋଭିଡ କଟକଣା ପାଇଁ ଫେରିଆସିଥିବା ବେଳେ ପୁନଃ ନେବାକୁ ବସ ଆସିଥିବା ଜଣାପଡିଥିଲା।…
ସମ୍ବଲପୁର: ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଛାତ୍ରବତ୍ସଳ ଶିକ୍ଷକ ସ୍ଵର୍ଗତ ବାଙ୍କନିଧି ୯୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖରେ ପୂର୍ବାହ୍ନ ପାଖାପାଖି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ଵର୍ଗତ ବାଙ୍କନିଧିଙ୍କ ବିୟୋଗରେ ଜିଲ୍ଲାର ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଯୋଗଜନ୍ମା ଦିଂବଗତ ଶିକ୍ଷକଙ୍କ ବିୟୋଗରେ ଏକ ଶୋକ ସଭାଆୟୋଜନ କରଯାଇଥିଲା। ପୁରାତନ ଶିକ୍ଷକ ଧରଣୀଧର ପ୍ରଧାନଙ୍କ ସଭାପତିତ୍ଵରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା…
ଭୁବନେଶ୍ବର: ଜୁନ ୩୦ ତାରିଖ ଭିତରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ବୋଲି ଆଶା କରାଯାଉଛି। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ହୁଅନ୍ତି, ସେମାନେ ସ୍ଥିତି ସୁଧୁରିଲେ ପରୀକ୍ଷା ଦେଇପାରିବେ। ମହାମାରୀ ସମୟରେ ଅଧିକ ବିକଳ୍ପ ନଥିବାରୁ ବୋର୍ଡ ଏଭଳି ବ୍ୟବସ୍ଥା ଗ୍ରହଣ କରିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

