ଭୁବନେଶ୍ବର, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ସହିତ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୨୩ ତାରିଖ ପର୍ୟ୍ୟନ୍ତ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା – ୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ ୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଏହା ବ୍ୟତୀତ, ତିନିଟି ସ୍ଥାନୀୟ ପାସେଞ୍ଜର ଏବଂ ମେମୁ ବିଶେଷ ଟ୍ରେନ୍ ୧୪ ମଇ ୨୦୨୧ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ। ଏହି ଟ୍ରେନ୍ ଗୁଡିକ ହେଉଛି ୦୮୪୨୮/୦୮୪୨୭…
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର: କରୋନା ଦ୍ୱିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୩୭ଜଣ, ତିର୍ତ୍ତୋଲ ବ୍ଳକରୁ ୩୦ଜଣ ,ଜଗତସିଂହପୁର ବ୍ଲକରୁ ୨୬ଜଣ, କୁଜଙ୍ଗ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨୪ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ଏରସମା ବ୍ଲକରୁ ୧୩ଜଣ, ରଘୁନାଥପୁର ଓ ବିରିଡ଼ି ବ୍ଲକରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଚିହ୍ନଟ ହୋଇଥିବା ସମୁଦାୟ ୧୨୧୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ବର୍ତ୍ତମାନ ୧୩୨୧ ଜଣ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ଆଜି ଜିଲ୍ଲାରୁ ୧୪୫ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା…
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ ଉପର ମୁହାଁ ହେଉଛି। ଆଜି ଜଗତସିଂହପୁର ଜିଲ୍ଲାରେ ୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଜିଲ୍ଲା ପ୍ରଶାସନ ଏବେ କଟକଣାକୁ ଆହୁରି କଡାକଡି କରୁଛି। ଏହି ପ୍ରରିପେକ୍ଷୀରେ ଆଜି ଜଗତସିଂହପୁର ବ୍ଲକରେ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଭାବିତ ୱାର୍ଡଗୁଡିକରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଦେଇଛି। ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଡିହ ତରତଙ୍ଗ ଗ୍ରାମର ୩, ୪ ଏବଂ ୫ ନମ୍ବର ୱାର୍ଡକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଆସନ୍ତା ୧୯ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବା ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳର ସୀମା ଭିତରେ ଥିବା ସବୁ ସରକାରୀ…
ଭୁବନେଶ୍ବର: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡକୁ ନେଇ ଏକ ବୈଠକ ହୋଇଯାଇଛି। ଏହି ବୈଠକରେ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଅଭାବ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସ ଆଲୋଚନା କରିଛନ୍ତି। ଓଡ଼ିଶାକୁ ତୁରନ୍ତ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି। ତୁରନ୍ତ ୨୫ ଲକ୍ଷ ଟୀକା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆଉ ୨୨ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଅପେକ୍ଷାରତ ଅଛନ୍ତି। ସେଥିପାଇଁ ୨୫ ଲକ୍ଷ ଟୀକା ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ନବ ଦାସ ଦାବି କରିଛନ୍ତି। ଏହା ସହ ରାଜ୍ୟରେ ଅମ୍ଳଜାନ ପର୍ଯ୍ୟାପ୍ତ ଥିଲେ ମଧ୍ୟ ସିଲିଣ୍ଡରର ଅଭାବ ପରିଲିକ୍ଷିତ ହେଉଛି। ତେଣୁ ୩୦ ହଜାର ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ ଅନୁରୋଧ…
ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧% ରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ଯୋଗ କରିଥିବାବେଳେ ତାହା…
ରମେଶ ମହାନ୍ତି ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ଲକଡାଉନକୁ ବେଖାତିର କରି ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ବଜାରରେ ଚାଲୁଥିବା ଚୋରା ମଦବେପାର। ଖବର ପାଇ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଦିନ ୧୧ଟା ବେଳେ ମାଛଗାଁ ବଜାରରେ ଅଚାନକ ଚଢାଉ କରାଯାଇ ଶ୍ରୀକୃଷ୍ଣ ହୋଟେଲ ପଛପଟୁ ୨୫ ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ କରାଯିବା ସହିତ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇଛି। ଗିରଫ୍ ହୋଇଥିବା ଅଭିଯୁକ୍ତର ନାମ ରମେଶ ସ୍ୱାଇଁ ଓ ତାଙ୍କ ଘର ମାଛଗାଁ ସୁକିଦା ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢାଉରେ ବାଲିକୁଦା ଅବକାରୀ ଅଫିସ୍ ଇନଚାର୍ଜ ସସ୍ମିତା ହୋତାଙ୍କ ସହିତ ଚିତ୍ତ ରଞ୍ଜନ ଦାସ, ପ୍ରକାଶ ରାଉତ, ହିମାଂଶୁ ମାରାଣ୍ଡି, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ, କଲ୍ୟାଣୀ ସେଠୀ,…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୁଳରୁ ୩୪୨, ରାୟଗଡ଼ାରୁ ୩୩୭, ଝାରସୁଗୁଡାରୁ ୩୨୫, ବଲାଙ୍ଗୀରିରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ବରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯, ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢେଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡରୁ ୫୫, ମାଲକାନାଗିରିରୁ ୪୬, ବୌଦ୍ଧରୁ ୩୫ ଏବଂ ଷ୍ଟେଟ ପୁଲରୁ ୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୨୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୩୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୬୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୫ ହଜାର ୫୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୧୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଅହମ୍ମଦାବାଦ: ଗୁଜୁରାଟର ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳ ବିଶ୍ଵବିଦ୍ୟା ପ୍ରତିଷ୍ଠାନ ଦ୍ଵାରା କରୋନା ଦାୟୁରୁ ରକ୍ଷା ପାଇବା ପାଇଁ ଗାଈ ଗୋବରକୁ ବ୍ୟବହାର କରାଯାଉଥିବା ଦେଖାଯାଇଛି। ସେଠାରେ କିଛି ଲୋକ ନିଜ ଶରୀରରେ ଗାଈ ଗୋବରର ଲେପ ଦେଇ କରୋନାରୁ ରକ୍ଷା ମିଳିବ ବୋଲି ଦାବି କରିଛନ୍ତି। ଏହା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ସେମାନେ ଦାବି କରିଛନ୍ତି। କିନ୍ତୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଶରୀରରେ ଗୋବର ଲେପ ଦେଲେ ବ୍ଲାକ ଫଙ୍ଗସ୍ ଭଳି ଅନେକ ପ୍ରକାରର ରୋଗ ଦେଖାଯିବ ବୋଲି କୁହାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳର ଗାଈଶାଳାରେ ୨୦୦ରୁ ଅଧିକ ଗାଈ ଅଛନ୍ତି। ସେଠାର କର୍ମଚାରୀଙ୍କ କହିବା ଅନୁଯାୟୀ, ଗତ କିଛି ମାସ ହେଲା ପାଖାପାଖି ୧୫ ଜଣ ଲୋକ ପ୍ରତ୍ୟେକ ରବିବାର ଦିନ ଗୋବର ଏବଂ ମୁତ୍ର ର ଲେପ ନେଇଥାନ୍ତି। ପରେ ସେମାନଙ୍କୁ ଗାଈ କ୍ଷୀରରେ…
ସୀତାରାମ ଅଗ୍ରୱାଲ ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି। ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି। ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ…
ନୂଆଦିଲ୍ଲୀ, କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ବା ବ୍ଲାକ ଫଙ୍ଗସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଅଧିକ ଆମଦାନୀ ହେବା ସହ ଦେଶରେ ଏହି ଔଷଧର ଉତ୍ପାଦନ ବଢିଲେ ଯୋଗାଣ ସ୍ଥିତି ସୁଧୁରିବ । ଉତ୍ପାଦକ ବା ଆମଦାନୀକାରୀଙ୍କ ସହ ଷ୍ଟକ ସ୍ଥିତିର ସମୀକ୍ଷା କରି ଗତକାଲିଠାରୁ ସମ୍ଭାବ୍ୟ ଆବଶ୍ୟକତା ଆଧାରରେ ଆମ୍ଫୋଟେରିସିନ-ବି ଔଷଧ ବିଭାଗ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଣ୍ଟିତ କରାଯାଉଛି । ସରକାରୀ, ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ମଧ୍ୟରେ ଏହି ଔଷଧର ସୁଷମ ବଣ୍ଟନ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଆବଣ୍ଟିତ ଔଷଧ ସଂଗ୍ରହ ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକୁ ଯୋଗାଯୋଗ ବିନ୍ଦୁ…
Hinjili Police in Ganjam creating awareness and appealed to people of Hinjili to wear masks at all time when outside & maintain social distancing for controlling the spread of #COVID19. Despite the current challenges we’re all facing together.
ଭୁବନେଶ୍ବର: କୋଭିସିଲ୍ଡ ଟୀକାର ଦ୍ଵିତୀୟ ଡୋଜ ଟୀକାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକି ୪୨ ଦିନ ପରେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ନିର୍ଦ୍ଦେଶ ହୋଇଛି। ଏହାପୂର୍ବରୁ ୪ ସପ୍ତାହ ପରେ ଏହି ଟୀକାର ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ ସପ୍ତାହ ପରେ କୋଭିସିଲ୍ଡ ଟୀକା ନେବା ପାଇଁ କୁହାଯାଇଛି। ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନିଆଯାଇପାରିବ। ଟୀକାକରଣରେ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା। ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧୁ, ସନ୍ଥ, ଅସହାୟ, ଭିକାରୀ, ମାନସିକ ବିକୃତ ଲୋକଙ୍କୁ ଏଥର ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ଟୀକାଦେବା ପାଇଁ ବ୍ୟବସ୍ଥା ପାଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟୀକା ପାଇଁ ୭ ଟି ପରିଚୟ ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଥିବା ବେଳେ ଏଭଳି କିଛି ଲୋକଙ୍କ ପାଖରେ କୌଣସି ପରିଚୟ ନଥାଏ। ସେମାନଙ୍କୁ ମଧ୍ୟ ସଂକ୍ରମଣ ଭୟ ଥିବାରୁ ଚିହ୍ନଟ କରାଯାଇ ଟୀକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: କରୋନା କେବଳ ସହରରେ ସୀମିତ ନାହିଁ। ଗ୍ରାମାଞ୍ଚଳରେ ଏବେ କରୋନା କାୟା ବିସ୍ତାର କରିଚାଲିଛି। ଯେଉଁଭଳି ଭାବେ କରୋନା ଗ୍ରାମାଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି, ଦେଖିଲେ ହୃଦୟ ଥରି ଉଠିବ। ଗ୍ରାମାଞ୍ଚଳରେ ନୂଆ ନୂଆ ଦୁଃଖଦ ଘଟଣାମାନ ସାମ୍ନାକୁ ଆସୁଛି। ତେବେ ପଶ୍ଚିମ ନୋଏଡାର ଜଲାଲପୁର ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଛାତିକୁ ଥରାଇଦେବ। ସେହି ଗ୍ରାମର ବାଡୁଅ ପୁଅର ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଦ୍ଵିତୀୟ ପୁଅର ମୃତ ଦେହକୁ ଘରେ ପଡିଥିବାର ଜଣେ ବାପା ଦେଖିବାକୁ ପାଇଲେ। ପ୍ରଥମ ପୁଅର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ପୁଅ ମଧ୍ୟ ଆକ୍ରାନ୍ତ ହୋଇ ଘରେ ପୃଥକବାସରେ ରହୁଥିଲେ। ହେଲେ ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅର ଜୀବନ ଚାଲିଗଲା। ବାପା କେବେ ସ୍ଵପ୍ନରେ ବି ଭାବିନଥିବେ ଯେ ପ୍ରଥମ ପୁଅର ମୃତ୍ୟୁର କିଛି ଘଣ୍ଟା ପରେ ଦ୍ଵିତୀୟ ପୁଅ…
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କମିଶନରଙ୍କ ବଦଳି ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି। ସଞ୍ଜୟ କୁମାର ସିଂହ ଏବେ ନୂଆ ବିଏମସି କମିଶନର। ପ୍ରେମଚନ୍ଦ୍ରଙ୍କ ପରେ ନୂଆ ବିଏମସି କମିଶନର ଭାବେ ସେ ଦାୟିତ୍ଵ ନେବେ। ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାରଙ୍କୁ ନୂଆ ଦାୟିତ୍ଵ ମିଳିବ। ସଞ୍ଜୟ କୁମାର ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗର ଦାୟିତ୍ଵରେ ଅଛନ୍ତି। କମିଶନର ସହ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ଏହାସହ ସଞ୍ଜୟଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ପ୍ରେମଚନ୍ଦ୍ର କମିଶନରଙ୍କୁ ଜିଏ ବିଭାଗର ଓଏସଡି ଦାୟିତ୍ଵ ମିଳିଛି। ସେହିଭଳି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ ଏବଂ ଡାଃ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ…
ନୂଆଦିଲ୍ଲୀ: ଗୁଜୁରାଟ ଭାବନଗରର ଏକ ହୋଟେଲକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ହେଲେ ଆଜି ସେଠାରେ ଅଚାନକ ଅଗ୍ନିକାଣ୍ଡ ଘଟିଯାଇଛି। ସେହି କେୟାର ସେଣ୍ଟରରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ମୁତାବକ, ଅଗ୍ନିକାଣ୍ଡ ଏତେ ଭୀଷଣ ନଥିଲା। ଧୂଆଁ ଉଠିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଚିକିତ୍ସିତ ହେଉଥିବା ୬୧ ଜଣ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବଂ ବାକି ୭ ଜଣ ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା ଜାରି ରହିଛି। ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଏହି ଚିକିତ୍ସାଳୟରେ ପ୍ରଥମରୁ ୧୨୬ଟି ବେଡ୍ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଚିକିତ୍ସାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁରରେ (ଏମ୍.ସି.ଏଚ୍) ୧୦୦ ବେଡ୍ ହସପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଆଗେଇ ଚାଲିଛି। ଏନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା। ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୮ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୯୯ ଆକ୍ଟିଭ୍ କେସ୍ ରହିଛି।

