କନ୍ଦର୍ପ ବେହେରା ରେଢାଖୋଲ: ଗୋଟିଏ ଗର୍ଭରୁ ଜନ୍ମିତ ଭାଇ ଯେ ଦିନେ ନିଜର ସାନ ଭାଇକୁ ହତ୍ୟା କରିବ ଏ କଥା କେବେ ବିଶ୍ୱାସ ଯୋଗ୍ୟ ହେଉ ନ ଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ। ନିଜର ବଡଭାଇ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଭଳି ଘଟଣା ଘଟି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଗାଁ ଛକ ପାଖରେ ସାନ ଭାଇ ଅଶୋକ ପ୍ରାଧାନ (୩୮) ଠିଆ ହୋଇଥିବା ସମୟରେ ହଠାତ୍ ଏକ ଟାଙ୍ଗିଆରେ ବଡ ଭାଇ ଅର୍ଜ୍ଜୁନ ପ୍ରଧାନ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ଅଶୋକ ପ୍ରଧାନ ମୃତ୍ୟୁ ବରଣ କରିଥିଲେ। ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ନାକଟିଦେଉଳ ଥାନାକୁ ଖବର ଦେବା ପରେ ରେଢାଖୋଲ…
Author: Samikhsya Bureau
ନୂଆଦିଲ୍ଲୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବାତ୍ୟା ତାଉତେ ଆହୁରି ତୀବ୍ର ହେବ ଏବଂ ସୋମବାର ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷିଟ ହୋଇଥିବା ଏହି ବାତ୍ୟା ଘଣ୍ଟାକୁ 11 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ମଙ୍ଗଳବାର ସକାଳେ ଗୁଜୁରାଟର ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳର ଉପରେ ଏକ ଭୟଙ୍କର ବାତ୍ୟା ତାଉତେ ସୃଷ୍ଟି ହୋଇଛି। ଆଜି ସକାଳେ ଗୋଆ ପାନଜୀରୁ ପ୍ରାୟ 130 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଏବଂ ମୁମ୍ବାଇରୁ 450 କିଲୋମିଟର ଦକ୍ଷିଣରେ ଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଯାଇ ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି…
ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଦେଇଛି।
ଭୁବନେଶ୍ବର: କରୋନା ଏବେ ଗାଁ ମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟପୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏକ ନୂଆ ଏସଓପି ଜାରି କରିଛି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଏହି ଅଞ୍ଚଳଗୁଡିକରେ ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ଆଶାକର୍ମୀମାନେ ସର୍ଭେଲାନ୍ସ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଲକ୍ଷଣ ଥିଲେ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ଯଦି କୌଣସି ବ୍ୟକ୍ତିଙ୍କ ଅମ୍ଳଜାନ ଅଭାବ କିମ୍ବା ସ୍ୱାସ୍ଥ୍ୟବସ୍ଥାରେ ଅଧିକ ସମସ୍ୟା ଅନୁଭବ କରନ୍ତି, ତେବେ ହସ୍ପିଟାଲକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରର ଓପିଡ଼ି ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଏଏନଏମଙ୍କୁ ରାପିଡ଼ ଆଣ୍ଟିଜେନ ପରୀକ୍ଷା ପାଇ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି। ତେବେ କୋଭିଡ଼ ପରିଚାଳନା ଉପରେ ତ୍ରୀସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ସାମାନ୍ୟ…
ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ
ଜଗନ୍ନାଥ ପରଂପରା : ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଆସିଲା ଶ୍ରୀଜୀୟୁଙ୍କ ଆଜ୍ଞାମାଳ
ପୁଣେ: କଂଗ୍ରେସ ସାଂସଦ ରାଜୀବ ସାତୱଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଯାଇଛି। ଏପ୍ରିଲ ୨୨ ତାରିଖକୁ ରାଜୀବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।
ବ୍ରହ୍ମପୁର: କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଆଉ ଏକ ପ୍ରୟାସ କରିଛନ୍ତି। ସେଥିପାଇଁ ଗଞ୍ଜାମବାସୀଙ୍କୁ ବିବାହ ଉତ୍ସବରେ କିଛି ନିୟମ ମାନିବାକୁ ନିବେଦନ କରିଛନ୍ତି। ବିବାହ ପାଇଁ ବର କନ୍ୟାଙ୍କ ଆଣ୍ଟିଜେନ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ବର କନ୍ୟାଙ୍କ ସମେତ ବିବାହ ଉତ୍ସବରେ ଯୋଗଦେବାକୁ ଥିବା ୫୦ ଜଣ ଅତିଥିଙ୍କୁ ଆଣ୍ଟିଜେନ ପରୀକ୍ଷା ପାଇଁ ସେ କହିଛନ୍ତି। ବିବାହ ପାଇଁ ଅନୁମତି ନେଲା ବେଳେ ଆଣ୍ଟିଜେନ ପରୀକ୍ଷା କରିବାକୁ ଶ୍ରୀ କୁଲାଙ୍ଗେ ଅନୁରୋଧ କରିଛନ୍ତି। ଏହାଦ୍ବାରା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ବାର୍ତ୍ତାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କୋଭିଡ଼ ପରିଚାଳନା ପାଇଁ କିଛି ନୂଆ ନୂଆ ପଦକ୍ଷେପମାନ ନେଇ ସେ ଚର୍ଚ୍ଚାରେ ଅଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି। ଲକଡାଉନ ସମୟରେ ଦିନତମାମ ଲୋକେ ଘରେ ରହୁଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ହେଲେ ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତିଦିନ ବାଣପୁର ବାଲୁଗାଁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ଦିନ ନାଇଁ କି ରାତି ନାହିଁ, କେତେବେଳେ ରାତ୍ରିରେ ତ କେତେବେଳ ଦିନ ଦ୍ବିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ କାଟ୍ ହେଉଛି। ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ବର୍ତ୍ତମାନ ଭିନ୍ନ ମୋଡ଼ ନେବାରେ ଲାଗିଛି। ହିତାଧିକାରୀମାନଙ୍କୁ ବାରମ୍ବାର ପୋଲିସ ଡ଼ାକି ପଚରା ଉଚୁରା ଜାରି ରଖିଥିବା ବେଳେ, ହିତାଧିକାରୀ ଶ୍ରମିକମାନଙ୍କୁ ଅଭିଯୁକ୍ତ ମାନେ ବନ୍ଧାହୋଇ ଫେରିଲା ପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ରାମପୁର ଥାନା କେସ୍ ନମ୍ବର ୪୩/୨୦୨୧ ଅନୁଯାୟୀ ୪୨୦, ୪୬୭, ୪୬୮ ଏବଂ ୩୪ ଆଇପିସି ଧାରାରେ ୩ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ୨୦ ଲକ୍ଷ ଟଙ୍କା କେମିତି ହଡ଼ପକାରୀମାନଙ୍କ ଠାରୁ ଆଦାୟ କରାଯିବ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପରି ସ୍ଥଳେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଜିଆରଏସ ତଥା ଗ୍ରାମ ରୋଜଗାର ସେବକ ଆଦବାରୁ ମାଝୀ ଅନାୟାସରେ ଘୁରି ବୁଲୁଛନ୍ତି। ତାଙ୍କର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୨ ଦିନ ଧରି ଲକଡାଉନ ଜାରି ରହିଛି। କିନ୍ତୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ହେବା ଦେଖାଯାଉନି। ରାଜ୍ୟରେ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଏହାକୁ ଦେଖି ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ୍ ସୁଟିଙ୍ଗ ଉପରେ ରୋକ୍ ଲଗାଇଛନ୍ତି। ସବୁ ଇନଡୋର ଏବଂ ଆଉଟଡୋର ସୁଟିଙ୍ଗକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୭୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୦ ହଜାର ୨୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭ ଲକ୍ଷ ୯୫ ହଜାର ୩୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୧୮ ହଜାର ୪୫୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଓ ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗଜପତି, କେନ୍ଦ୍ରାପଡା, ପୁରୀ, ନବରଙ୍ଗପୁର ଏବଂ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨ ହଜାର ୪୫୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି…
ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୫୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨ ହଜାର ୪୫୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୭ ହଜାର ୪୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୯୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୭୦୦ ଜଣ,…
ମେଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ଭାଗ୍ୟ ସଂଖ୍ୟା: 5 ଭାଗ୍ୟ ରଙ୍ଗ: ସବୁଜ । ବୃଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ସଂଖ୍ୟା:…
କୁମ୍ଭ- ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ । କୈତୁହଳପ୍ରଦ ବ୍ୟକ୍ତିଙ୍କ ସହିତ ତୁମର ଘନିଷ୍ଠତା ବୃଦ୍ଧି କରିବାର ଲକ୍ଷଣ ଅଛି । ମୀନ- ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ ।
ଧନୁ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି । ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ । ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ମକର – ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ ।
ତୂଳା- ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ । ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ । ବିଛା- ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ ।
ସିଂହ- ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ । ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ । ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି । କନ୍ୟା- ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ । ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ ।
ମିଥୁନ- ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । କର୍କଟ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ମେଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବୃଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ ।

