Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା, ଘଣ୍ଟାକୁ 11 କିଲୋମିଟର ବେଗରେ ମାଡି ଆସୁଛି ତାଉତେ
ଜାତୀୟ ଖବର

ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା, ଘଣ୍ଟାକୁ 11 କିଲୋମିଟର ବେଗରେ ମାଡି ଆସୁଛି ତାଉତେ

May 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା, ଘଣ୍ଟାକୁ 11 କିଲୋମିଟର ବେଗରେ ମାଡିଆସୁଛି ତାଉତେ

ନୂଆଦିଲ୍ଲୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବାତ୍ୟା ତାଉତେ ଆହୁରି ତୀବ୍ର ହେବ ଏବଂ ସୋମବାର ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷିଟ ହୋଇଥିବା ଏହି ବାତ୍ୟା ଘଣ୍ଟାକୁ 11 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ମଙ୍ଗଳବାର ସକାଳେ ଗୁଜୁରାଟର ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ପାଣିପାଗ ବିଭାଗ ଅନୁଯାୟୀ, ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳର ଉପରେ ଏକ ଭୟଙ୍କର ବାତ୍ୟା ତାଉତେ ସୃଷ୍ଟି ହୋଇଛି।  ଆଜି ସକାଳେ ଗୋଆ ପାନଜୀରୁ ପ୍ରାୟ 130 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଏବଂ ମୁମ୍ବାଇରୁ 450 କିଲୋମିଟର ଦକ୍ଷିଣରେ ଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଯାଇ ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ସକାଳେ ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଗୁଜୁରାଟ ଉପକୂଳ ପାର ହେବାର ସମ୍ଭାବନା ରହିଛି।

ଗୁଜୁରାଟର ବିଭିନ୍ନ ସ୍ଥାନରେ ଏହି ବାତ୍ୟାର ପ୍ରଭାବରେ ଅତି ପ୍ରବଳ ବର୍ଷା ସହ ସୋମବାର ସକାଳ ଠାରୁ ଘଣ୍ଟା ପ୍ରତି 179 କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ଏବଂ 18 ମେ ସୁଦ୍ଧା ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗୁଜୁରାଟ ସରକାରଙ୍କ ପ୍ରଶାସନ ତିବ୍ରତର  ବାତ୍ୟାକୁ ମୁକାବିଲା କରିବା ପାଇଁ ଗୁଜୁରାଟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ, ଗୃହମନ୍ତ୍ରୀ ଅମିତ ଶାହା ସାମ୍ଭବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଆନୁଷଙ୍ଗିକ ଏଜେନ୍ସିଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଗୁଜୁରାଟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଦାମନ, ଡିୟୁ ଏବଂ ଦାଦ୍ରା ନାଗର ହାଭେଲି ପ୍ରଶାସକଙ୍କ ସହ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଗୃହମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ସମସ୍ତ କୋଭିଡ ଡାକ୍ତରଖାନା, ଲାବୋରେଟୋରୀ, ଟିକା ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା, ବିଶେଷ କରି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେବାର ଅଞ୍ଚଳରେ ସେମାନେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଥିଲେ।

ଗୃହ ମନ୍ତ୍ରଣାଳୟ ଏହି ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ ଅଗ୍ରୀମ କିସ୍ତି ପ୍ରଦାନ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ- NDRFର 6ଟି ରାଜ୍ୟରେ ଡଙ୍ଗା, ଗଛ କଟର ଏବଂ ଟେଲିକମ୍ ଉପକରଣ ସହିତ ସଜ୍ଜିତ 42 ଟି ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି 26 ଟି ଦଳ ରିଜର୍ଭ ଭାବରେ ରଖାଯାଇଛି।

ତାଉତେ
Share. Facebook Twitter LinkedIn Email WhatsApp Copy Link

Related Posts

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026
Latest News

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.