Author: Samikhsya Bureau

ନୂଆଜିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ତାରିଖ ବୁଧବାର ସନ୍ଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା ୨୦୨୧” କାର୍ଯ୍ୟକ୍ରମରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ ExamWarriors, ଶିକ୍ଷକ ଓ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା।”

Read More

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳର ବଡ ନେତାମାନଙ୍କର ପ୍ରଚାର ମୈଦାନକୁ ଓହ୍ଲାଇବା ଆରମ୍ଭ ହୋଇଯାଇଛି। ତେବେ ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲିରେ ପ୍ରଚାର କରିବେ ବୋଲି ଜଣାପଡିଛି। ପିପିଲିରେ ବିଜେଡ଼ି ପର୍ଯ୍ଯବେକ୍ଷକ ପ୍ରତାପ ଦେବ ଏନେଇ ସୂଚନା ଦେଇଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Read More

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏହା ମଧ୍ୟରୁ ରାଜଧାନୀରେ ସଂକ୍ରମଣ ସଂଖ୍ୟା ଅଧିକ ଦେଖାଯାଉଛି। ତେବେ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ବିଏମସି କରୋନା କଟକଣାକୁ କଡାକଡି କରିଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ବିଏମସି ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। କରୋନା ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ ଜୟଦେବ ବିହାରରେ ଥିବା ଏକ ଘରୋଇ କୋଚିଂ ସେଂଟରକୁ ବିଏମସି  ସିଲ୍ କରିଛି। ଏହାସହିତ ଆଜି ବିଏମସି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ ଜାରି ରଖିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅଧିନରେ ଥିବା ଜଣେ ହରିଜନ ମହିଳାଙ୍କ ଏକ ଜମିକୁ ସରକାର ଫେରାଇବା ଦାବିରେ  ସଂପୃକ୍ତ ମହିଳା ଆଜି କିସିଣ୍ଡା ଥାନା ସମ୍ମୁଖରେ ସକାଳ ୯ ଟାରୁ ଧାରଣାରେ ବସିଥିଲେ। କିସିଣ୍ଡା ଥାନାର ଅଧିକାରୀ ରାମେଶ୍ୱର ସିଂ ଧାରଣା ସ୍ଥଳକୁ ଯାଇ ଧାରଣାରେ ବସିଥିବା ମହିଳାକୁ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମହିଳା ଜଣଙ୍କ ଧାରଣାରୁ ଓହରି ଯାଇଥିଲେ। ସୂଚନା ଯୋଗ୍ୟଯେ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକାରିଣୀ ବିଶାଖା ପାଇକ…

Read More

ନୂଆଦିଲ୍ଲୀ, ଗତକାଲି ଭାରତ ରାଜନୈତିକ ଇତିହାସରେ ଆଉ ଏକ ବଡ ଘଟଣା ଯୋଡି ହୋଇଗଲା। ନକ୍ସଲଙ୍କ ଶଣ୍ଢୁଆସୀ ଆକ୍ରମଣରେ ସହିଦ ହେଲେ 22 ଯବାନ। କେତେ ଜଣ ମାଓବାଦୀ ମଲେ ତାହା ବଡ କଥା ନୁହେଁ, ହେଲେ ମାଓବାଦୀଙ୍କ ଯେଉଁ ହମଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥର ମାଓବାଦୀମାନେ ପୂର୍ବରୁ ଏକ ଚକ୍ରବ୍ୟୁହ ରଚନା କରି ସୁରକ୍ଷା କର୍ମୀଙ୍କୁ ଫସେଇ ଦେଇଛନ୍ତି। ଯାହା ପୂର୍ବରୁ କେବେ ଏପରି ଘଟଣା ଘଟି ନ ଥିଲା। ପ୍ରକୃତ ଘଟଣା ହେଲା ମାଓବାଦୀମାନ ଯବାନଙ୍କୁ ହତ୍ୟା କରିବେ ବୋଲି ପୂର୍ବରୁ ଷଡଯନ୍ତ୍ର କରିଥିଲେ। ସେଥିପାଇଁ ସେମାନେ ନିଜେ ସୁକୁମା ଜଙ୍ଗଲରେ ଲୁଚି ରହିଛନ୍ତି ବୋଲି ଏକ ଖବର ଜାଣିଶୁଣି ପ୍ରଚାର କରିଦେଲେ। ସେହି ଖବର ଗୁଇନ୍ଦା ବିଭାଗ ପାଖରେ ପହଁଚିବା ପରେ ଏକ ବଡ ଅପରସେନର ଯୋଜନା ପ୍ରସ୍ତୁତ କରାଗଲା। ମାଓବାଦୀମାନେ ଜାଣିଶୁଣି ଖବର ଦେଇ ଯବାନମାନଙ୍କୁ ଅପେକ୍ଷା କରି ରହିଲେ। ସେଥିପାଇଁ ସେମାନେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୫୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୯୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୦ ଜଣ, ନୂଆପଡା ଜିଲ୍ଲାରୁ ୬୦ ଜଣ, ବରଗଡ ଜିଲ୍ଲାରୁ ୪୩ ଜଣ,…

Read More

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପରୀକ୍ଷା ଚାଲିବ। ପ୍ରତିଦିନ ଦୁଇଟି ଲେଖାଏଁ ସିଟିଂ ପରୀକ୍ଷା କରାଯାଉଛି। ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏଁ ଚାଲିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ। ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯାଉଛି। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ସାମ୍ଭାବ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ। ତେବେ ଆସନ୍ତା ୮ ତାରିଖ ଓଷ୍ଟା ୱେବସାଇଟରେ…

Read More

ନୂଆଦିଲ୍ଲୀ: ଗତ ୬ ଦିନ ଧରି ଦେଶରେ ପେଟ୍ରୋଲ-ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚ ୩୦ ତାରିଖରେ ପେଟ୍ରୋଲ ଦାମରେ ୨୨ ପଇସା ଏବଂ ଡିଜେଲ ଦାମରେ ୨୩ ପଇସା ହ୍ରାସ ହୋଇଥିବା ବେଳେ ତୈଳ କମ୍ପାନୀ ଆଜି ଯାଏଁ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ କ୍ରମାଗତ ୨୪ ଦିନ ଧରି ତୈଳ ଦର ସୀମିତ ରହିଥିଲା। ଦେଶରେ ପ୍ରତ୍ୟେକ ଦିନ ସକାଳ ୬ ଟାରେ ତୈଳ ଦରରେ ସଂଶୋଧନ ହୋଇଥାଏ। କାରଣ କ୍ରୂଡ଼ ଅଏଲ ଏବଂ ବିଦେଶୀ ମୁଦ୍ରାର ଦାମ ଆଧାରରେ ପ୍ରତ୍ୟେକ ଦିନ ତୈଳ ଦରରେ ପରିବର୍ତ୍ତନ ହୋଇଥାଏ। ସକାଳ ୬ ଟାରେ ନୂଆ ଦାମ ଦେଶର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଲାଗୁ ହୋଇଥାଏ। ଏମିତି ଚେକ୍ କରିପାରିବେ ଆପଣଙ୍କ ସହରର ତୈଳ ଦର: ଗୋଟିଏ ଏସଏମଏସ (SMS) ମାଧ୍ୟମରେ ଆପଣ ନିଜ ଫୋନରେ ପେଟ୍ରୋଲ-ଡିଜେଲ ଦର ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ ଅଏଲ ଏସଏମଏସ ସେବା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୫ ଲକ୍ଷ ୮୯ ହଜାର ୬୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୪୧ ହଜାର ୮୩୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ… 1.  ସୂର୍ଯ୍ୟୋଦୟ ପୂର୍ବରୁ ରାତି 3 ରୁ 6 ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ। 2. ସକାଳ 6 ରୁ 9 ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ…

Read More

ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…

Read More

ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ…

Read More

ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ । କୋର୍ଟ କାର୍ଯ୍ୟରେ ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ। ବ୍ୟବସାୟ ଲାଭଦାୟକ ହେବ। କନ୍ୟା- ଶାରୀରିକ ଯନ୍ତ୍ରଣା ସମ୍ଭବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଆରାମ ଉପାୟରେ ଖର୍ଚ୍ଚ ହେବ। ଲେଖା ଏବଂ ପଢିବାରେ ସମୟ ଅତିବାହିତ ହୋଇପାରେ । ସଫଳତା ପାଇବେ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ ।

Read More

ବିଛା-  ଦାୟିତ୍ୱବୋଧ ବୃଦ୍ଧି ପାଇବ । ଭାବିବା ପରେ ସଫଳତା ମିଳିବ । ସୁଯୋଗକୁ ହାତ ଛଡା କରିବାକୁ ଦିଅନ୍ତୁ ନାହିଁ । ପୁନରୁଦ୍ଧାର ପାଇଁ ଦାୟିତ୍ବ ବଢିବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ଭଲ କରିବ । ଖୁସି ହେବେ । ମକର- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରାରେ ଉପକୃତ ହେବେ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ ।

Read More

କର୍କଟ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ହାତ ଟାଣ ହୋଇଯିବ। ଜଣେ ବ୍ୟକ୍ତିଙ୍କ ସହିତ ଅଯଥାରେ ବିବାଦ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ହୃଦୟ ବିଷୟରେ କାହାକୁ କୁହନ୍ତୁ ନାହିଁ । ମୀନ- ଯାନ, ଯନ୍ତ୍ର ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ କ୍ଷତି ଏବଂ ଯନ୍ତ୍ରଣା ସମ୍ଭବ । ପୁରୁଣା ରୋଗ ପାଇଁ ଖର୍ଚ୍ଚ ହେବ । ନିଜ ନିଜ ବ୍ୟକ୍ତିଙ୍କ ସହିତ ଏକ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇପାରେ।

Read More

ତୂଳା- ଶତ୍ରୁତା ବଢି ପାରେ। କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ। କୁମାରୀମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ। ଶାରୀରିକ ସମସ୍ୟା ହୋଇପାରେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ବୃଦ୍ଧି ପାଇବ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ।

Read More

କୁମ୍ଭ – କୈଣସି ଆଇନଗତ କ୍ରମରେ ପଡ଼ନ୍ତୁ ନାହିଁ । କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସିଂହ- ଛୋଟ ପରିବାର ସଦସ୍ୟ ଅଧ୍ୟୟନ ପାଇଁ ଚିନ୍ତିତ ହୋଇପାରନ୍ତି । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଏକ ବ୍ୟବସାୟ ବଡ ଡିଲ୍ ବହୁତ ଲାଭ ଦେଇପାରେ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ ।

Read More

ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଧନୁ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ । ଜଣେ ବ୍ୟକ୍ତିଙ୍କ ସହିତ ଅନାବଶ୍ୟକ ବିବାଦ ସମ୍ଭବ । ଦୁଃଖ ରହିବ। ମନରେ ଏକ ଦ୍ୱନ୍ଦ୍ୱ ଦେଖାଯିବ । ଦୁଃଖଦ ଖବର ଦୂରରୁ ଆସିପାରେ। ଆବଶ୍ୟକ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ ।

Read More

ଭୁବନେଶ୍ବର, ଛତିଶଗଡ ସୁକୁମା ବିଜେପୁରୀ ସୀମାରେ ମାଓ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏହି ସ୍ଥାପତ୍ୟ ନିର୍ମାଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି କଳାରେ ସୁଦର୍ଶନ ବାଲୁକାରେ ଏକ ଜଙ୍ଗଲ କରିଛନ୍ତି। ତା ସମ୍ମୁଖରେ ସିଆରପିଏଫ ଯବନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଯବାନଙ୍କ ୟୁନିଫର୍ମକୁ ସେ ରଂଗନୀ ବାଲୁକା ଦେଇ ବାସ୍ତବତାକୁ ଫୁଟାଇଛନ୍ତି।

Read More

ନୂଆଦିଲ୍ଲୀ, ପୁଣି ଥରେ ନକ୍ସଲଙ୍କ ତାଣ୍ଡବ ଆରମ୍ଭ ହୋଇଛି। ରବିବାରର ଭୋରରୁ ନକ୍ସଲଙ୍କ ଆକ୍ରମଣରେ 22 ଜଣ ଯବାନ ନିହତ ହୋଇଛନ। ଏହି ଦୁଃଖଦ ଘଟଣା ଛତିଶଗଡ ସୁକୁମା ବିଜେପୁର ସୀମା ଅଞ୍ଚଳରେ ଘଟିଛି। ମାଓବାଦୀମାନେ ସୀମାନ୍ତ ଜଙ୍ଗଲରେ ଲୁଚି ରହିଥିବାର ଖବର ପାଇଁ ଯବାନମନାଙ୍କ ତରଫରୁ ଏକ ବଡ ଅପରେସନ ଚାଲିଥିଲା। ହେଲେ ଯବାନମାନେ ଆସୁଥିବାର ଜାଣିବା ପରେ ନକ୍ସଲମାନେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପ୍ରାୟ 4 ଘଣ୍ଟା ଧରି ନକ୍ସଲ ଏବଂ ଯବାନମାନଙ୍କ ମଧ୍ୟରେ ଗୁଲି ବିନିମୟ ହୋଇଥିଲା। ହେଲେ ନକ୍ସଲମାନେ ଯେପରି ସ୍ଥାନରେ ଲୁଚି ଗୁଳି ଚାଳନା କରୁଥିଲେ ସେଥିରେ ଯବାନମାନେ ସେମାନଙ୍କୁ ସମ୍ମୁଖୀନ ହେବା କଷ୍ଟଦାୟକ ଥିଲା। ଫଳରେ ସେଠାରେ 22 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ 8 ଜଣ ହେଉଛନ୍ତି ଜିଲ୍ଲା ରିଜର୍ଭ ଗାର୍ଡ, 6 ଜଣ ଏସଟିଏଫ, 7 ଜଣ କୋବ୍ରା ବାହିନୀ ଏବଂ ଜଣେ ବସ୍ତରିୟା ବାହିନୀ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୮୨, ଖୋର୍ଦ୍ଧାରୁ ୩୪, କଟକରୁ ୨୮, ବରଗଡରୁ ୨୪, ଝାରସୁଗୁଡାରୁ ୨୪, ସୁନ୍ଦରଗଡରୁ ୧୫, ବଲାଙ୍ଗୀରିରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୮, ଯାଜପୁରରୁ ୮, କଳାହାଣ୍ଡିରୁ ୮, ମୟୂରଭଞ୍ଜରୁ ୮, ଗଞ୍ଜାମରୁ ୬, ପୁରୀରୁ ୬, କେନ୍ଦ୍ରାପଡାରୁ ୪, ଅନୁଗୁଳରୁ ୩, ବାଲେଶ୍ବରରୁ ୩, କେନ୍ଦୁଝରରୁ ୩, ରାୟଗଡ଼ାରୁ ୨, ଦେବଗଡରୁ ୧, ଜଗତସିଂହପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୨ ହଜାର ୬୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର…

Read More