ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି: ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି) ବିଲ୍, 2025 ଉପସ୍ଥାପନ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି, 2047 ସୁଦ୍ଧା ବିକଶିତ ଭାରତର ଜାତୀୟ ସଂକଳ୍ପ ଅନୁରୂପ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାର ଯାହାର ବୟସ୍କ ସଦସ୍ୟ ଅଣକୁଶଳୀ ଶ୍ରମ କରିବାକୁ ଇଚ୍ଛୁକ, ସେମାନଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ମଜୁରି ଆଧାରିତ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ଏହାସହିତ ଏକ ସମୃଦ୍ଧ ଏବଂ ସଶକ୍ତ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତାକୁ ପ୍ରୋତ୍ସାହିତ କରାଯିବ। ଏହି ଐତିହାସିକ ବିଲ୍ ଭବିଷ୍ୟତ ପାଇଁ ପ୍ରସ୍ତୁତ, ସମନ୍ୱିତ…
Author: Samikhsya Bureau
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଭାରତର କୃଷି ଅର୍ଥନୀତିକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ଦେଶବ୍ୟାପୀ ସାରର ସୁଗମ ଏବଂ ସମୟୋଚିତ ପରିବହନ ସୁନିଶ୍ଚିତ କରେ। ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା ସାର ଲୋଡିଂ ୧୭,୧୬୮ ରେକରେ ପହଞ୍ଚିଛି। ଗତ ବର୍ଷର ସମାନ ସମୟରେ ୧୫,୩୬୯ ରେକ ତୁଳନାରେ ଏହା ୧୧.୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ରେଳ ନେଟୱାର୍କର ଦକ୍ଷ ପରିଚାଳନାକୁ ଦର୍ଶାଉଛି। କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଚାଷୀମାନଙ୍କୁ ବିହନ ଏବଂ ଅମଳ ପାଇଁ ସମୟରେ ସାର ଆବଶ୍ୟକ। ଏହାକୁ ଧ୍ୟାନରେ ରଖି, ଭାରତୀୟ ରେଳବାଇ ସାର ଏବଂ ଖାଦ୍ୟଶସ୍ୟ ଟ୍ରେନଗୁଡିକୁ ପ୍ରାଥମିକତା ଦେଇଛି। ଏହା ସମଗ୍ର ଦେଶରେ ରାଜ୍ୟଗୁଡିକୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଛି। ଅତ୍ୟାବଶ୍ୟକ ମାଲ ପରିବହନ ସେବାକୁ ସୁଦୃଢ଼ କରି, ରେଳବାଇ ଲକ୍ଷ ଲକ୍ଷ ଚାଷୀଙ୍କୁ ସାହାଯ୍ୟ କରୁଛି। ଏହା ଗ୍ରାମୀଣ ଜୀବିକା, ଖାଦ୍ୟ ସୁରକ୍ଷା ଏବଂ…
ନୂଆଦିଲ୍ଲୀ: ୨୦୧୪ ପୂର୍ବରୁ ଏବଂ ପରେ ଭାରତୀୟ ଜନତା ପାର୍ଟିର ଆର୍ଥିକ ଯାତ୍ରା ଭାରତୀୟ ରାଜନୈତିକ ପାଣ୍ଠିରେ ସବୁଠାରୁ ବଡ଼ ପରିବର୍ତ୍ତନ ମଧ୍ୟରୁ ଗୋଟିଏ। ସାଧାରଣ ସମ୍ବଳ ଥିବା କିଛି ଜାତୀୟ ଦଳ ମଧ୍ୟରୁ ଗୋଟିଏ ହେବା ପରେ, ବିଜେପି ମାତ୍ର ଏକ ଦଶନ୍ଧି ମଧ୍ୟରେ ଭାରତର ସବୁଠାରୁ ଧନୀ ରାଜନୈତିକ ଦଳ ହୋଇପାରିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଦ୍ୱାରା ପ୍ରକାଶିତ ତଥ୍ୟ ଏବଂ ସରକାରୀ ଆୟ ପ୍ରକାଶ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଦଳର ଆୟ ଏବଂ ସମ୍ପତ୍ତିର ଦ୍ରୁତ ଅଭିବୃଦ୍ଧି ହୋଇଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିର ଆର୍ଥିକ ସ୍ଥିତି ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଆର୍ଥିକ ଶକ୍ତି ବହୁତ ମଜବୁତ ନଥିଲା। ୨୦୧୩-୧୪ ଆର୍ଥିକ ବର୍ଷରେ ଦଳ ପ୍ରାୟ ୬୭୪ କୋଟି ଟଙ୍କାର ମୋଟ ଆୟ ଘୋଷଣା କରିଥିଲା। ଏହି ସମୟ ମଧ୍ୟରେ ବିଜେପିର ମୋଟ ସମ୍ପତ୍ତି…
ନୂଆଦିଲ୍ଲୀ: ଡିସେମ୍ବର ୧୬ ତାରିଖ ୨୦୨୫ରେ ରାଉଜ୍ ଆଭେନ୍ୟୁ କୋର୍ଟ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିର ଚାର୍ଜସିଟ୍ ଶୁଣିବାକୁ ମନା ଅରିଛନ୍ତି। ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। କୋର୍ଟ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାହିଁଲେ ତଦନ୍ତ ଜାରି ରଖିପାରିବ। ଚାର୍ଜସିଟ୍ରେ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ନାମ ଅନ୍ତର୍ଭୁକ୍ତ ଇଡି ଏହାର ଚାର୍ଜସିଟ୍ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ ପିତ୍ରୋଦା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆନ୍ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ନାମ ଉଲ୍ଲେଖ କରିଛି। କଂଗ୍ରେସ ଦଳ ଯୁକ୍ତି ଦେଇଥିଲା ଯେ, ଇଡିର ତଦନ୍ତ ରାଜନୈତିକ ପ୍ରତିଶୋଧର କାର୍ଯ୍ୟ ଥିଲା, ଯେତେବେଳେ ଇଡି ଦାବି କରିଥିଲା ଯେ ଏହା ଏକ ଗମ୍ଭୀର ଅର୍ଥନୈତିକ ଅପରାଧ ଯେଉଁଥିରେ ଠକେଇ ଏବଂ ମନି ଲଣ୍ଡରିଂର ପ୍ରମାଣ ମିଳିଛି। ସୋନିଆ…
ଭୁବନେଶ୍ଵର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ବିଚ୍ ଭଲିବଲ ପ୍ରତିଯୋଗିତା-୨୦୨୫-୨୬ ଉଦଯାପିତ ହୋଇଯାଇଛି। ଉଭୟ ବାଳକ ଏବଂ ବାଳିକା ବର୍ଗରେ ବାଲେଶ୍ୱର ଜିଲ୍ଲା ଦଳ ଯଥାକ୍ରମେ କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକା ଦଳକୁ ହରାଇ ବିଜୟୀ ହୋଇଛନ୍ତି। ଏହାସହ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ବିଚ୍ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ଉଭୟ ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧୃବଚରଣ ସାହୁ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।
ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ପୁସ୍ତକ ମେଳା ସରିବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଗତକାଲି ସୁଦ୍ଧା ପୁସ୍ତକ ମହୋତ୍ସବରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଆଜିର ଇଣ୍ଟରନେଟ ଓ ଜଗତୀକରଣର ଦୁନିଆରେ ବହିର ଚାହିଦା କମିନି, ବରଂ ବେଶ୍ ବଢିଛି ଏବଂ ଯୁବ ପାଠକ ମାନେ ବହି କିଣିବା ପାଇଁ ପୁସ୍ତକ ମହୋତ୍ସବର ଷ୍ଟଲମାନଙ୍କରେ ଭିଡ଼ ଜମାଉଛନ୍ତି। ଗତକାଲି ଓଡ଼ିଶା ବିଧାନସଭା ପାଠାଗାର ସବ-କମିଟି ସଦସ୍ୟମାନେ ମେଳା ପରିଦର୍ଶନ କରି ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ପୁସ୍ତକ ଚୟନ କରିଛନ୍ତି, ଯେଉଁଥିରେ ଓଡ଼ିଶାର ବରପୁତ୍ର ଓ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଆଧାରିତ ପୁସ୍ତକ ଅନ୍ତର୍ଭୁକ୍ତ। ଏହି ପୁସ୍ତକ ମହୋତ୍ସବରେ ୫୫୦ଟି ଷ୍ଟଲ…
ପୁରୀ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଆଜିଠାରୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ମା’ ମହାଲକ୍ଷ୍ମୀ ବାପ ଘରକୁ ଯାଇଥାଆନ୍ତି। ଏହି ସମୟରେ ମା’ ଯଶୋଦା ମହାପ୍ରଭୁଙ୍କ ପାଇଁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ତେବେ ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମ ଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରତିଦିନ ବଡ଼ି ଭୋର ୨ଟା ରୁ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି, ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ। ଆଜି ସକାଳୁ ଦ୍ୱାର ଫିଟା ନୀତି ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ମଇଲମ,…
ନୂଆଦିଲ୍ଲୀ: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ମିନି ନିଲାମ ଆଜି ହେବାକୁ ଯାଉଛି। ପ୍ରତିବର୍ଷ ଦଳଗୁଡ଼ିକ ପାଇଁ ଏହି ନିଲାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଦଳ ନିଜର ରଣନୀତିକୁ ସିଦ୍ଧ କରିବାକୁ ଚେଷ୍ଟା କରନ୍ତି। ମିନି ନିଲାମର ମୁଖ୍ୟ କଥା ହେଉଛି ଯେ, ଦଳଗୁଡ଼ିକ ପାଖରେ ବଡ଼ ପର୍ସ ନାହିଁ, କିନ୍ତୁ ମିନି ନିଲାମରେ ରଖାଯାଇଥିବା ବିଡ୍ ମେଗା ନିଲାମକୁ ମଧ୍ୟ ପଛରେ ପକାଇଥାଏ। ଏଠାରେ, ଆମେ ଆପଣଙ୍କୁ ଏପରି ୬ ଜଣ ଖେଳାଳିଙ୍କ ବିଷୟରେ କହିବୁ ଯାହାଙ୍କ ମିନି ନିଲାମରେ ବିଡ୍ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ୧. ମିଚେଲ ଷ୍ଟାର୍କ IPL-୨୦୨୪ ରେ ୨୪.୭୫ କୋଟି ଅଷ୍ଟ୍ରେଲିଆର ଘାତକ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୧୫ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ IPL ଡେବ୍ୟୁ କରିଥିଲେ। ଏହା ପରେ ଷ୍ଟାର୍କ IPL-୨୦୨୪ ମିନି ନିଲାମରେ ନଅ ବର୍ଷ ପରେ ଲିଗକୁ ଫେରିଥିଲେ। କୋଲକାତା ନାଇଟ୍ ରାଇଡର୍ସ,…
ଭୁବନେଶ୍ବର: ହିନ୍ଦୁ ଧର୍ମରେ ସଂକ୍ରାନ୍ତି ତିଥିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହି ତିଥି ବର୍ଷକୁ ୧୨ ଥର ଆସେ। ପ୍ରତ୍ୟେକ ସଂକ୍ରାନ୍ତି ତିଥିର ବିଶେଷ ମହତ୍ତ୍ୱ ରହିଛି। ସଂକ୍ରାନ୍ତି ତିଥି ହେଉଛି ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରୁଥିବା ତାରିଖ। ଧନୁ ସଂକ୍ରାନ୍ତି ହେଉଛି ବର୍ଷର ଶେଷ ସଂକ୍ରାନ୍ତି ତିଥି। ଧନୁ ସଂକ୍ରାନ୍ତିରେ, ସୂର୍ଯ୍ୟ ଦେବ ବିଛା ରାଶି ଛାଡି ଧନୁ ରାଶିରେ ପ୍ରବେଶ କରନ୍ତି। ଏହି ରାଶିରେ ଗୋଟିଏ ମାସ ପାଇଁ ଭ୍ରମଣ କରିବା ପରେ, ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରନ୍ତି, ତା’ପରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଧନୁ ସଂକ୍ରାନ୍ତିରେ, ଗଙ୍ଗାରେ ସ୍ନାନ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ବିଧିବଦ୍ଧ। ଏହି ଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଶୁଭ ଫଳ ଏବଂ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ଆସନ୍ତୁ ଜାଣିବା ଏହି ବର୍ଷ ଧନୁ ସଂକ୍ରାନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ ସଶକ୍ତ କରିବା। ଜାତୀୟ ଶିକ୍ଷା ନୀତି 2020ରେ ଦେଶର ଉଚ୍ଚ ଶିକ୍ଷା ନିୟାମକ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଲାଗି ବ୍ୟବସ୍ଥା ରହିଛି। ଏନଇପିର ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ନୂଆ ଶିକ୍ଷା ନୀତି ଏକ ସାମଗ୍ରିକ ଏବଂ ଭବିଷ୍ୟତ-ମୁଖୀ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ଏଥିରେ ଭାରତୀୟ ମୂଲ୍ୟବୋଧ ଆଧାରିତ ମୌଳିକ ଶିକ୍ଷାଗତ ସ୍ୱାୟତ୍ତତା, ବହୁବିଧ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକତା ଉପରେ ଗୁରୁତ୍ୱାରୋପ କରାଯାଇଛି। 12 ଡିସେମ୍ବର, 2025ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025କୁ…
ଭୁବନେଶ୍ଵର: ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା। ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି। ଏହା ସହ ବହୁ ସଂଖ୍ୟାରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ ସହ ହଜାର ହଜାର ଏକର ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ନିଶା ଦ୍ରବ୍ୟ ଚୋରା ଚାଲାଣରେ ସମୁଦାୟ ୯୪ ଟି ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ କେଜି ଗଞ୍ଜେଇ, ୧ କେଜି ୬୫୦ ଗ୍ରାମ ବ୍ରାଉନ ସୁଗର, ୧୩୩ ଗ୍ରାମ ହେରୋଇନ, ୨୯୨ ବୋତଲ କଫ ସିରପ ଜବତ କରାଯାଇଛି। ଏହା…
ନୂଆଦିଲ୍ଲୀ: ରାୟବରେଲି ଠାରେ ଥିବା ଆଧୁନିକ କୋଚ୍ ଫ୍ୟାକ୍ଟ୍ରି (ଏମସିଏଫ୍) ଚଳିତ ଆର୍ଥିକ ବର୍ଷରେ ୧୫ ଡିସେମ୍ବରରେ ଏହାର ୧୫,୦୦୦ ତମ କୋଚ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ଏମସିଏଫ୍ ମୋଟ ୧୩୧୦ଟି କୋଚ୍ ନିର୍ମାଣ କରିଛି। ରେଳ ମନ୍ତ୍ରଣାଳୟ ଅଧୀନରେ ଏକ ନୂତନ ଭାବେ ପ୍ରତିଷ୍ଠିତ ଉତ୍ପାଦନ ୟୁନିଟ୍ ଏମସିଏଫ୍ ସ୍ୱଳ୍ପ ସମୟ ମଧ୍ୟରେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତା ଏମସିଏଫ୍ ଦଳର ସମର୍ପଣ, ପ୍ରତିବଦ୍ଧତା ଏବଂ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରୁଛି। ମୋଟ ନିର୍ମିତ ୧୫,୦୦୦ଟି କୋଚ୍ ମଧ୍ୟରୁ ୭୦୦୦ଟି ଶୀତତାପ ନିୟନ୍ତ୍ରିତ (ଏସି) କୋଚ୍ ଏବଂ ୮୦୦୦ଟି ଅଣ-ଶୀତତାପ ନିୟନ୍ତ୍ରିତ (ଅଣ-ଏସି) କୋଚ୍ ରହିଛି। ଏଥିରେ ବିଭିନ୍ନ ପ୍ରକାରର ରୋଲିଂ ଷ୍ଟକ୍ ଯେପରିକି ହମସଫର, ତେଜସ୍, ଅନ୍ତ୍ୟୋଦୟ, ଦୀନଦୟାଲୂ, ଭାରତ ଗୌରବ, ବ୍ରେକ୍ ଭ୍ୟାନ୍, ପାର୍ସଲ୍ ଭ୍ୟାନ୍, ଟ୍ରାକ୍ ରେକର୍ଡିଂ କାର୍, ଇକୋନୋମି…
ନୂଆଦିଲ୍ଲୀ: ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (ଏମଓଏସପିଆଇ) ଅଧୀନରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ (ପିଏଲଏଫଏସ), ଜନସଂଖ୍ୟାର କାର୍ଯ୍ୟକଳାପ ଅଂଶଗ୍ରହଣ ଏବଂ ନିଯୁକ୍ତି-ବେକାରୀ ସ୍ଥିତି ଉପରେ ତଥ୍ୟର ପ୍ରମୁଖ ଉତ୍ସ। ଦେଶ ପାଇଁ ଶ୍ରମ ଶକ୍ତି ସୂଚକଗୁଡ଼ିକର ମାସିକ ଏବଂ ତ୍ରୈମାସିକ ଆକଳନ ପ୍ରଦାନ କରିବା ପାଇଁ ପିଏଲଏଫଏସ ସର୍ଭେ ପଦ୍ଧତିକୁ ଜାନୁଆରୀ ୨୦୨୫ରୁ ସଂଶୋଧିତ କରାଯାଇଛି। ଏନଏସଓ, ଏମଓଏସପିଆଇ ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ (ପିଏଲଏଫଏସ), ଜନସଂଖ୍ୟା କାର୍ଯ୍ୟକଳାପ ଅଂଶଗ୍ରହଣ ଏବଂ ନିଯୁକ୍ତି-ବେକାରୀ ସ୍ଥିତି ଉପରେ ତଥ୍ୟର ପ୍ରାଥମିକ ଉତ୍ସ। ଦେଶ ପାଇଁ ଶ୍ରମ ଶକ୍ତି ସୂଚକଗୁଡ଼ିକର ମାସିକ ଏବଂ ତ୍ରୈମାସିକ ଆକଳନ ପ୍ରଦାନ କରିବା ପାଇଁ ପିଏଲଏଫଏସ ସର୍ଭେ ପଦ୍ଧତିକୁ ଜାନୁଆରୀ ୨୦୨୫ ରୁ ସଂଶୋଧିତ କରାଯାଇଛି। ପିଏଲଏଫଏସର ମାସିକ ଫଳାଫଳ ଏକ ମାସିକ ବୁଲେଟିନ ଆକାରରେ ପ୍ରକାଶିତ ହୁଏ। ଏହା ବର୍ତ୍ତମାନର ସାପ୍ତାହିକ ସ୍ଥିତି…
ନୂଆଦିଲ୍ଲୀ: ଭାରତରେ ବନ୍ଦର ପରିଚାଳନାକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ଅଧିକ ସ୍ଥାୟୀ କରିବାର ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା ସବୁଜ ସାମୁଦ୍ରିକତାର ଅବଧାରଣା। ସମଗ୍ର ବିଶ୍ବରେ ଏଚଏସଇ ବା ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ମାନକଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇବା ସହିତ, ଭାରତୀୟ ବନ୍ଦରମାନେ ଅନୁଭବ କରିଥିଲେ ଯେ, ପରିଚାଳନାଗତ ଦକ୍ଷତା ସହ ପରିବେଶ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ଜରୁରୀ। ଭାରତରେ ଏକ ସୁଦୀର୍ଘ ଉପକୂଳ ରହିଛି, ଯେଉଁଥିରେ ଅଛି ଏକ ବିଶାଳ ଜୈବବିବିଧତା ଓ ସାମୁଦ୍ରିକ ଜୀବନ । କିନ୍ତୁ ବଢିଚାଲିଥିବା ବାଣିଜ୍ୟ ଓ ବିକାଶ ଯୋଗୁଁ ଏସବୁ ଉପରେ ଚାପ ବଢିଚାଲିଛି। ନବୀକରଣୀୟ କ୍ରୟ ଦାୟିତ୍ୱ (ପିଆରଓ) ଦ୍ୱାରା ଆବଦ୍ଧ ସଂସ୍ଥା ଭାବରେ ଏସବୁର ଦାୟିତ୍ୱପୂର୍ଣ୍ଣ ପରିଚାଳନା କରିବା ପାଇଁ, ଭାରତୀୟ ବନ୍ଦରଗୁଡ଼ିକ, ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦେବା ଉଚିତ ଏବଂ ନିରାପଦ, ଦକ୍ଷ ଏବଂ ସ୍ଥାୟୀ ବନ୍ଦର ପାଇଁ ୯ଟି ମିଳିତ ଜାତିସଂଘର ସ୍ଥାୟୀ ବିକାଶ…
ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ଏହି ପହିଲି ଭୋଗ ନୀତି କରାଯିବ। କିମ୍ବଦନ୍ତୀ ଅନୁସାରେ ଆଜି ଠାରୁ ଏକ ମାସ ପାଇଁ ମା ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି। ଏଣୁ ଏହି ସମୟରେ ଯଶୋଦା ମା ଶ୍ରୀଜୀଉ ମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ସ୍ୱତନ୍ତ୍ର ଭାବେ ମହାପ୍ରଭୁଙ୍କୁ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି କରାଯାଇଥାଏ। ଗୋପାଳ ବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ। ଚଳିତ ବର୍ଷ ପହିଲି ଭୋଗ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଅଛି। ବିଶ୍ୱାସ ରହିଅଛି ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କର ପହିଲି ଭୋଗକୁ ମା ଯଶୋଦା ପ୍ରସ୍ତୁତ…
ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଆରକ୍ଷୀ ଉପ ଅଧିକ୍ଷକ ରଞ୍ଜନ କୁମାର ଦେ, ବେଲଗୁଣ୍ଠା ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୯୭ଜଣ ନିଜ ନିଜର ଅଭିଯୋଗ ପ୍ରଦାନ କରିଥିଲେ। ମୁଖ୍ୟତଃ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଶାରୀରିକ ଅକ୍ଷମତା, ପିଇବା ପାଣି, ଚାଷ ପାଇଁ ଜଳ, ବିଦ୍ୟୁତ ସମସ୍ୟା ବିଷୟରେ ଲୋକମାନେ ଅଭିଯୋଗ କରିଥିଲେ। ଏହି ଶିବିରରେ ଅଭିଯୋଗ କରିଥିବା ଗରିବ ଶ୍ରେଣୀ ଅନ୍ତର୍ଭୁକ୍ତ ୭ ଜଣଙ୍କୁ ମେଡିକାଲ ଖର୍ଚ୍ଚ ବାବଦକୁ ୪୨ହଜାର ୫ଶହ ଟଙ୍କା…
ଭୁବନେଶ୍ୱର: ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ୧୯୦ ତମ ଜନ୍ମଜୟନ୍ତୀ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ସାରା ବିଶ୍ୱରେ ବିଶିଷ୍ଟ ଜ୍ୟୋତିର୍ବଜ୍ଞାନୀ ଓ ଗଣିତଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ତଥା ଖଣ୍ଡପଡ଼ା ରାଜବଂଶର ସଦସ୍ୟ ପଠାଣି ସାମନ୍ତଙ୍କର ପ୍ରକୃତ ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯୋଗ ଦେଇ ପଠାଣିଙ୍କ ଜ୍ୟୋତିର୍ବିଜ୍ଞାନ ଓ ଗାଣିତ୍ୟିକ ଗବେଷଣା ଏବଂ ତାଙ୍କର ସଫଳତା ଯାହାକି ସାରା ବିଶ୍ୱକୁ ଅଭିଭୂତ କରିଥିଲା ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମାତ୍ର ୧୪ ବର୍ଷ ବୟସରୁ ଆକାଶ ପର୍ଯ୍ୟବେକ୍ଷଣ କରି ଏହି ମହାନ ଜ୍ୟୋତିର୍ବିଜ୍ଞାନୀ ନିଜ ଦ୍ୱାରା ରଚିତ ‘ସିନ୍ଧାନ୍ତ ଦର୍ପଣ’ରେ ଅନେକ ତଥ୍ୟ ଲୋକଲୋଚନକୁ ଆଣିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା…
ଖୋର୍ଦ୍ଧା: ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୨୭ ତମ ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଆଜି ଅପରାହ୍ନରେ ଉଦଘାଟିତ ହୋଇ ଯାଇଅଛି। ଏହି କ୍ୟାମ୍ପୋରିକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦ୍ଘାଟନ କରିଥିଲେ। ପରେ ପରେ ୭ ଟି ବ୍ଲକର ସ୍କାଉଟ୍ ଓ ଗାଇଡ ମାନେ ମାର୍ଚ୍ଚ ଫାଷ୍ଟରେ ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ ମୁଖ୍ୟ ବକ୍ତା ଭାବେ,ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ରଶ୍ମି ବାଳା ପରିଡା, ବିଜୟ କୁମାର ବେହେରା, ସାଂଗଠାନିକ ସଂପାଦକ ବିଭୁ ପ୍ରସାଦ ସେନାପତି, ଓ ଖୋର୍ଦ୍ଧା ବ୍ଳକ ଶିକ୍ଷା…
ଭୁବନେଶ୍ଵର: ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂତନ ୱେବସାଇଟ୍କୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ। ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ନୂତନ ୱେବସାଇଟ୍ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ…
ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ୍ ରୁ ଅକ୍ସର ପଟେଲଙ୍କୁ ବାଦ୍ ଦିଆଯାଇଛି। ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ମଧ୍ୟ ପଟେଲ ପ୍ଲେଇଂ ଇଲେଭେନର ଅଂଶ ନଥିଲେ। ବିସିସିଆଇ ନିଶ୍ଚିତ କରିଛି ଯେ, ଅସୁସ୍ଥତା ଯୋଗୁଁ ପଟେଲ ସିରିଜର ବାକି ମ୍ୟାଚ୍ ରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ଦଳର ଅପଡେଟ୍ ହୋଇଥିବା ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ଉଇକେଟକିପର), ସଞ୍ଜୁ ସାମସନ (ଉଇକେଟକିପର), ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ। ବିସିସିଆଇ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଏବଂ ପଞ୍ଚମ ଟି-୨୦ ରୁ ଅକ୍ସର ପଟେଲଙ୍କୁ ବାଦ୍ ଦିଆଯାଇଛି।…

