ଭୁବନେଶ୍ବର: ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବରର ୧୦ଟି ସ୍ଥାନରେ ରାବଣ ପୋଡି ପାଇଁ କମିଶନରେଟ ପୋଲିସ ଅନୁମତି ପ୍ରଦାନ କରିଛି। କାରଣ ଯେଉଁ ସ୍ଥାନ ଅଭାବ ରହିଛି ସେଠାରେ ରାବଣ ପୋଡି ପାଇଁ ପୋଲିସ ଅନୁମତି ପ୍ରଦାନ କରି ନାହିଁ। ଯେଉଁ ୧୦ଟି ପୂଜା କମିଟିକୁ ଏହି ରାବଣ ପୋଡି ପାଇଁ ଅନୁମତି ମିଳିଛି ସେଗୁଡିକ ହେଲା ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି।
Author: Samikhsya Bureau
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଗତକାଲି ରାତିରେ ମୁମ୍ବାଇର ପୂର୍ବ ବାନ୍ଦ୍ରା ଥିବା ତାଙ୍କ ପୁଅ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ଏନସିପି ନେତା ସିଦ୍ଦିକଙ୍କୁ ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡରେ ତିନିଜଣ ଗୁଳି ଚଳାଇଥିଲେ। ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଜଣେ ହରିୟାଣାର ୨୩ ବର୍ଷିୟ ଗୁରୁମେଲ ବଲଜିତ ସିଂ ଏବଂ ଅନ୍ୟଜଣେ ଉତ୍ତରପ୍ରଦେଶର ୧୯ ବର୍ଷର ଧରମରାଜ କାଶ୍ୟପ। ତୃତୀୟଟି ମଧ୍ୟ ୟୁପିରୁ ଶିବ କୁମାର ଗୌତମ ବୋଲି ଜଣାପଡିଛି, ହେଲେ ସେ ଫେରାର ଅଛି। ଜଣେ ଚତୁର୍ଥ ବ୍ୟକ୍ତି ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛି ଯେ କି ପୁରା ଘଟଣାକୁ ସେ ନିୟନ୍ତ୍ରଣ କରୁଥିଲା। ତେବେ ସେ କିଏ ପୋଲିସ ଅନୁସନ୍ଧାନ କରୁଛି। ଗତକାଲି ରାତି ପ୍ରାୟ 9 ଟା 30 ବେଳେ ଘଟିଥିବା ଏହି ଘଟଣାରେ…
ଭୁବନେଶ୍ବର: ଅଧର୍ମର ପରାଜୟ ଘଟି ହେବ ଧର୍ମର ଜୟ। ସେଥିପାଇଁ ଦଶହରାକୁ ବିଜୟା ଦଶମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୃଶ୍ରୀରାମ ରାବଣକୁ ହତ୍ୟା କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନରେ ବିଭିନ୍ନ ପୂଜା ମଣ୍ଡପ ତରଫରୁ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥାଏ। ଏଥିରେ ବିରାଟକାୟ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇ ତାକୁ ବଧ କରାଯାଇଥାଏ। ଗତକାଲି ସଂଧ୍ୟାରେ ଅନେକ ସ୍ଥାନରେ ବିଜୟା ଦଶମୀ ପାଳନ କରାଯାଇ ରାବଣ ପୋଡି କରାଯାଇଛି। ହେଲେ ଓଡିଶାର ଅନେକ ସ୍ଥାନରେ ଆଜି ରାବଣପୋଡି ଉତ୍ସବ ପାଳନ କରାଯାଉଛି। ତେବେ ହାଇକୋର୍ଟଙ୍କ ରାୟ ଅନୁସାରେ ଏଥର କଟକରେ ବାଣ ଫୁଟାଯାଇପାରିବ ନାହିଁ। ସେହିପରି ଭୁବନେଶ୍ବରରେ ଜନଗହଳି ସ୍ଥାନରୁ ବହୁଦୂରରେ ଏହି ଆତସବାଜି ପ୍ରତିଯୋଗୀତା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାବଣ ପୋଡି ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ଏବଂ ଅଗ୍ନିଶମ ବିଭାଗ…
ଭୁବନେଶ୍ବର: ଆଜି ହେଉଛି ବିଜୟା ଦଶମୀ। ଦୀର୍ଘଦିନ ଧରି ଚାଲିଥିବା ମା ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। କାରଣ ଆସନ୍ତାକାଲି ମା ଆମମାନଙ୍କ ପାଖରୁ ବିଦାୟ ନେବେ। ପୁଣି ମାଙ୍କ ଦର୍ଶନ କରିବାକୁ ହେଲେ ବର୍ଷେ ଅପେକ୍ଷା କରିବାକୁ ପଡିବ। ଦୀର୍ଘ ଦଶଦିନ ଧରି ଚାଲିଥିବା ଘୋଘା ଆଜି ରାତିରେ ଯବନିକା ପଡିବ। ସେଥିପାଇଁ ଆଜି ସମସ୍ତ ପୂଜା ମଣ୍ଡପରେ ସକାଳୁ ଭିଡ ପରିଲକ୍ଷିତ ହୋଇଛି। ତେବେ ଆଜି ଶେଷ ଦିନ ହୋଇଥିବାରୁ ସଂଧ୍ୟାରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଇଛି। ଆଜି ସମସ୍ତ ପୂଜା ମଣ୍ଡପରେ ଚାଲିଛି ଦଶମୀ ପୂଜା। ଆଜି ସଂଧ୍ୟାରେ ହେବ ରାବଣ ପୋଡି ଉତ୍ସବ। କାରଣ ଏହି ବିଜୟା ଦଶମୀରେ ପ୍ରଭୃ ଶ୍ରୀରାମ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ। ସେଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ବୋଲି କୁହାଯାଉଛି। ଆଜି ରାବଣ ପୋଡି ତଥା ପୂଜାର ଶେଷ ଦିନ ହୋଇଥିବାରୁ…
ଦୁଷ୍ମନ୍ତ କୁମାର ପଣ୍ଡା ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ଦୀପ୍” ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି। ଦୀପାବଳି ହିନ୍ଦୁମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି। ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ…
ଭୁବନେଶ୍ବର: ଆପଣ ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଖୁବ ଶିଘ୍ର ଆପଣଙ୍କ ପାଖକୁ ଫୋନ କଲ ଯିବ। ଏ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅନେକ ଆବେଦନ ବେଳେ ଭୁଲ କରିଦେଇଥାନ୍ତି। ତାହା ସବୁ ଯାଞ୍ଚ ହେଉଛି। ତାହା କେଉଁ ପ୍ରକାରର ଭୁଲ ଅନୁଧ୍ୟାନ କରି ତାଙ୍କ ପାଖକୁ ଫୋନ କଲ ଯିବ। କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମୀମାନେ ଘରକୁଘର ବୁଲି ତାହାର ସଂଶୋଧନ ମଧ୍ୟ କରିବେ। ଶେଷ ଆବେଦନକାରୀଙ୍କ ନିକଟକୁ ଟଙ୍କା ପଠାଯିବା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରୀ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା 1 କୋଟି 60 ହଜାର ମହିଳା ଆବେଦନ କରିସାରିଲେଣି। ସମସ୍ତ ଯାଞ୍ଚ ସରିବା ପରେ ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି: ୧- ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ। ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ। ୨- ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। ୩- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ। ଏହି କାରଣରୁ, ଗୋଟିଏ…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…
ଜୀବନଶୈଳୀ: ରାଶି ଏବଂ ଗ୍ରହମାନଙ୍କୁ ଦେଖିଲେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଭବିଷ୍ୟତ ଏବଂ ପ୍ରକୃତି ବିଷୟରେ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିଫଳକୁ ଦେଖି ଜଣେ ବ୍ୟକ୍ତିର ତ୍ରୁଟି ଏବଂ ରୋଗ ମଧ୍ୟ ସହଜରେ ଚିହ୍ନଟ ହୋଇପାରିବ। ଏଥିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ୍, କେଉଁ କାମ କରିବା ଉଚିତ୍, କ’ଣ କରିବା ଉଚିତ୍ ନୁହେଁ। ଗ୍ରହମାନଙ୍କର ପ୍ରଭାବ ଅନୁଯାୟୀ ରୋଗର ଚିକିତ୍ସା ମଧ୍ୟ ଜଣା ପଡିପାରେ। ଜ୍ୟୋତିଷ ଶାସ୍ତ୍ର ଏବଂ ଆୟୁର୍ବେଦର ମିଶ୍ରଣରୁ ଜୀବନ ବଞ୍ଚିବାର ମନ୍ତ୍ର କୁହାଯାଇଛି। ଯାହା ଅନୁସରଣ କରି ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିପାରିବ। ଆଜିକାଲି, ଲୋକମାନେ ପ୍ରାୟତଃ ଷ୍ଟିଲ କିମ୍ବା ଫାଇବର ବାସନ ବ୍ୟବହାର କରନ୍ତି। ଏହା ଦ୍ଵାରା କାହାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତ କାହା ପାଇଁ କ୍ଷତିକାରକ ହୋଇଥାଏ। କେଉଁ ପ୍ରକାରର ବ୍ୟକ୍ତି କେଉଁ ଧାତୁ ବାସନକୁସନ ବ୍ୟବହାର କରିବା ଉଚିତ୍ ଆସନ୍ତୁ ଜାଣିବା….…
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ। ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ…
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ବାନ୍ଦ୍ରା ପୂର୍ବାଞ୍ଚଳର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ରାତି ପ୍ରାୟ ୯.୩୦ ସମୟରେ ଶ୍ରୀ ସିଦ୍ଦିକଙ୍କ ଉପରେ ତିନୋଟି ଗୁଳି ମରାଯାଇଥିଲା। ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଶ୍ରୀ ସିଦ୍ଦିକଙ୍କୁ ତୁରନ୍ତ ଲିଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଛି। ପଶ୍ଚିମ ବାନ୍ଦ୍ରାରୁ ତିନିଥର ବିଧାୟକ ଥିବା ଶ୍ରୀ ସିଦ୍ଦିକ ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ ଏବଂ ଫେବୃଆରୀରେ ଦଳ ଛାଡି ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ଅଗଷ୍ଟରେ ଜିଶାନ ସିଦ୍ଦିକଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।
ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ଐତିହ୍ୟ ସହର କଟକକୁ ସ୍ମାର୍ଟ ସିଟି କରାଯିବ। ଏ ନେଇ ଆଜି ପୂଜା ମଣ୍ଡପ ବୁଲିଲା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ସରକାର କଟକକୁ ସ୍ମାର୍ଟ ସିଟି କରିବା ପାଇଁ ଅବଗତ ଅଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ଏ ନେଇ ବହୁଦିନରୁ କଟକବାସୀ ଦାବୀ କରିଆସୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ପ୍ରାୟ ଚାଳିଶଟି ମେଢ ପରିକ୍ରମା କରିଛନ୍ତି। ସେ ମାଙ୍କୁ ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।
ଭୁବନେଶ୍ବର: ଭାରତୀୟ ସୂଚନା ସେବା (ଆଇଆଇଏସ) ୨୦୨୨ ଓ ୨୦୨୩ ବ୍ୟାଚର ୯ ଜଣ ଶିକ୍ଷାନବୀସ ପ୍ରଶିକ୍ଷଣ ଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ଭୁବନେଶ୍ବରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ବର ଏନଏବିଏମ ପରିସରରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ସେଠାକାର କାର୍ଯ୍ୟଧାରା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି ।
ବାଣପୁର ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ, ରାଜନେତା ତଥା ସୂଚନା ଅଧିକାର କର୍ମୀ ରାଧାକୃଷ୍ଣ ରାମଙ୍କ ୮୭ ବର୍ଷ ବୟସରେ ଆଜି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଶ୍ରୀ ରାଧାକୃଷ୍ଣ ନିଜର ବୃତ୍ତି ହିସାବରେ ପ୍ରଥମେ ଶିକ୍ଷକତାକୁ ଗ୍ରହଣ କରି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ କିଛି ବର୍ଷ ପାଇଁ କାର୍ଯ୍ୟ କରିଥିଲେ। ସେ ‘ହିନ୍ଦୀ ସାହିତ୍ୟ ରତ୍ନ’ ଉପାଧିରେ ମଧ୍ୟ ବିଭୂଷିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକତା ଛାଡି ସମାଜସେବା ଉଦ୍ଦେଶ୍ୟରେ ରାଜନୀତିରେ ଯୋଗ ଦେଇ ବାଣପୁର ଏନଏସି ର ପ୍ରଥମ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ରାଜନୈତିକ ଜୀବନରେ ବାଣପୁରର ଉନ୍ନତି ପାଇଁ ଏକାଧିକ କାର୍ଯ୍ୟ ହାତକୁ ନେଇଥିଲେ ଯାହାମଧ୍ୟରୁ ବାଣପୁର ବିଚାର ବିଭାଗୀୟ ଅଦାଲତ, ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଏବଂ ବାଣପୁର ଉପ ଟ୍ରେଜେରି…
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମଞ୍ଚ ଉପରୁ ଧନୁଶର ଧରି ମାରିଲେ ତୀର। ତାହା ଯାଇ ରାବଣ ଶରୀରରେ ବାଜିଲା। ଆଉ ନିମିଷେକ ମଧ୍ୟରେ ରାବଣର ଶରୀର ଜଳିପୋଡି ପାଉଁଶ ହୋଇଗଲା। ଆଜି ବିଜୟା ଦଶମୀ ଉପଲକ୍ଷେ ନୂଆଦିଲ୍ଲୀର ଲାଲ କିଲ୍ଲା ମଇଦାନରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ। ଏହି ଉତ୍ସବରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଉଭୟ ତୀରମାରି ରାବଣ, ମହୀରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବାଉଁଶ ମୂର୍ତ୍ତିରେ ନିଆଁଲଗାଇଥିଲେ। ଏହି ଉତ୍ସବ ଦେଖିବା ପାଇଁ ସେଠାରେ େହଜାର ହଜାର ଲୋକ ଏକଜୁଟ ହୋଇଥିଲେ।
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେ, ଯେଉଁମାନେ ସୁଭଦ୍ରା ଟଙ୍କା ପାଇ ନାହାଁନ୍ତି ସେମାନେ କଣ କରିବେ। ସେମାନେ ଆଉ ଟଙ୍କା ପାଇବେ କି ନାହିଁ। ସେ ନେଇ ଅନେକ ଦ୍ବନ୍ଦରେ ରହିଛନ୍ତି। ତେବେ ଏହି ଦ୍ବନ୍ଦକୁ ଦୂରକରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଏ ନେଇ ଆଜି ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନଙ୍କୁ ଅସ୍ବସ୍ଥି ଖବର ଦେଇଛନ୍ତି। ପ୍ରଭାତୀ କହିଛନ୍ତି ଯେ, ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନେ କୌଣସି ବ୍ୟସ୍ତ ହେବାର ନାହିଁ। ସେମାନଙ୍କ ଆବେଦନରେ କିଛି ତ୍ରୁଟି ରହିଥିବ। ତାହା ବର୍ତ୍ତମାନ ଯାଞ୍ଚ ଚାଲିଛି। ଯେଉଁମାନଙ୍କର ଆବେଦନରେ ତ୍ରୁଟି ପରିଲକ୍ଷିତ ହେବ ସେମାନଙ୍କ ପାଖକୁ ଫୋନ କଲ ଯିବ। ସେହି ତ୍ରୁଟିକୁ ସୁଧାରିବା ପାଇଁ ଫୋନ କଲ ହେଉ କିମ୍ବା ଅଙ୍ଗନବାଡି କର୍ମି ଘରକୁ ଘର ଯାଇ…
ଲେଖକ: ସମୀର ପଣ୍ଡିତ, ନିର୍ଦ୍ଦେଶକ, ବି.ଇ.ଇ ୨୦୭୦ ମସିହା ପର୍ଯ୍ୟନ୍ତ କାର୍ବନ ଉତ୍ସର୍ଜନକୁ ଶୂନ୍ୟ କରିବା ହେଉଛି ଭାରତର ଲକ୍ଷ୍ୟ। ସେଥିପାଇଁ ଇଲେକ୍ଟ୍ରିକ୍ ଯାନ (ଇ.ଭି.) ପରିବହନ କ୍ଷେତ୍ରକୁ କାର୍ବନ ମୁକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ଇଲେକ୍ଟ୍ରିକ୍ ଯାନକୁ ବ୍ୟାପକ ଆକାରରେ ଆପଣାଇବା ଏକ ବିଶ୍ୱସନୀୟ ଏବଂ ସୁଲଭ ଚାର୍ଜିଂ ଭିତ୍ତିଭୂମି ଉପରେ ନିର୍ଭରଶୀଳ। ଏହାକୁ ଅଧିକ ସୁବିଧାଜନକ କରିବା ନିମନ୍ତେ ଭାରତ ସରକାର ଇଲେକ୍ଟ୍ରକ୍ ବାହନ ଚାର୍ଜିଂ ସଂସାଧନର ସ୍ଥାପନା ଏବଂ ସଂଚାଳନ ନିମନ୍ତେ ମାର୍ଗ ଦର୍ଶିକା ୨୦୨୪ ଜାରି କରିଛନ୍ତି। ଏହା ଦେଶବ୍ୟାପୀ ଚାର୍ଜିଂ ଷ୍ଟେସନମାନ ସ୍ଥାପନାରେ କ୍ଷିପ୍ରତା ଆଣିବା ଦିଗରେ ଡିଜାଇନ୍ ପ୍ରସ୍ତୁତ କରିବା ସକାଶେ ଏକ ଢାଞ୍ଚା ଭାବେ କାର୍ଯ୍ୟ କରିବ। ଏକ ମଜଭୁତ ଇ. ଭି ଚାର୍ଜିଂ ନେଟୱାର୍କର ନିର୍ମାଣ କେବଳ ଲୋକମାନଙ୍କ ସୁବିଧା ନିମନ୍ତେ ନୁହେଁ, ଅପରନ୍ତୁ ଶକ୍ତି, ସୁରକ୍ଷା, ନବୀକରଣ ଶକ୍ତିର ଲାଭ ଉଠାଇବା ଏବଂ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି। କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି। ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି।…
କଟକ: କଟକ ଛତ୍ରବଜାର ସ୍ଥିତ ତହସିଲଦାର ଲେନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲାୟନ୍ସ କ୍ଲବ ପ୍ଲାଟିନମ ର ସର୍ଭିସ ଚେୟାରପର୍ସନ ତଥା ଜିଲ୍ଲା ଜି.ଏମ.ଟି ସଂଯୋଜକ ସୌମ୍ୟରଞ୍ଜନ ପ୍ରଧାନଙ୍କ ଜନ୍ମଦିବସ ଉପଲକ୍ଷେ ଉକ୍ତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଲାୟନ୍ସ କ୍ଲବ ଡାଇମଣ୍ଡ କଟକ ତଥା ହୋପ ଅନୁଷ୍ଠାନ ଏବଂ ଜେସିବି ଗ୍ରୁପ ଶଙ୍କରପୁରର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ରେଡ଼କ୍ରସ ରକ୍ତଭଣ୍ଡାରର କର୍ମଚାରୀ ମାନେ ସୁଚାରୁରୂପେ ଉକ୍ତ ଶିବିରକୁ ପରିଚାଳନା କରିବା ସହ ଏହାକୁ ସଫଳ କରିଥିଲେ। ଶତାଧିକ ରକ୍ତଦାତା ମାନେ ଉକ୍ତ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ l ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରଥମ ଥର ରକ୍ତଦାନ ପାଇଁ ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।ଆୟୋଜକମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଜ କୁମାର ମହାପାତ୍ର,ବିଜୟ କୁମାର ସ୍ୱାଇଁ, ଜେ.ବି.ସି କ୍ଲବ ଏବଂ ହୋପ…
ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅଞ୍ଚଳରେ ଗତ ନଭେମ୍ବର ମାସରେ ହୋଇଥିବା ଏକ ସୁନା ହାର ଚୋରି ଘଟଣା ର ତଦନ୍ତ ଚଳାଇ ବଡ଼ବଜାର ପୋଲିସ ଶେଷରେ ସଫଳତା ପାଇଛନ୍ତି। ଘଟଣା ରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ଅଞ୍ଚଳରେ ପି ଭେଙ୍କଟେଶ୍ଵର ପାତ୍ର ନାମକ ଜଣେ ବ୍ୟବସାୟୀ ଙ୍କର ସୁନା ଦୋକାନରେ ଅତ୍ୟନ୍ତ ଭିଡର ସୁଯୋଗ ନେଇ ଜଣେ ମହିଳା କୌଶଳ କ୍ରମେ ଏକ ସୁନା ହାର ଚୋରି କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ। ରାତିରେ ଦୋକାନ ବନ୍ଦ ସମୟରେ ବ୍ୟବସାୟ ହିସାବ ବେଳେ ଗୋଟିଏ ସୁନା ହାର ର ଅଭାବ ପରିଲକ୍ଷିତ ହୋଇଥିଲା ଓ ଦୋକାନ ମାଲିକ ଓ କର୍ମଚାରୀ ମାନେ ସିସିଟିଭି କ୍ୟାମେରା ଫୁଟେଜ ଦେଖି ଜାଣିପାରିଲେ ଯେ ଉକ୍ତ ହାର ଚୋରି ହୋଇଛି। ଏହି ଘଟଣା ବିଷୟରେ ଦୋକାନ ମାଲିକ ବଡ଼ବଜାର ଥାନା ରେ ଅଭିଯୋଗ କରିବା ପରେ ପୋଲିସ…

