ଭୁବନେଶ୍ବର: ଆଜି ଭୁବନେଶ୍ବର ସତ୍ୟନଗର ମଶାଣୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅଭିଯୋଗ ପରେ ପୋଲିସ ଏହି ଶ୍ମଶାନରୁ ଜଣେ ମହିଳାଙ୍କ ଦରପୋଡା ଶବକୁ ଜବତ କରିଛି। ସେ ହେଉଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ବର୍ଗତ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ। ସେ କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ସୂଚନା ଅନୁସାରେ ଅଶ୍ରୁକଣାଙ୍କ ହଠାତ ଦେହ ଖରାପ ହେବାରୁ ତାଙ୍କ ବୋହୂ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କର ଆଜି ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ନ ଥିଲା। ଏପରି କି ତାଙ୍କର ବୋହୂ ପରିବାର ବର୍ଗକୁ ନ ଜଣାଇ ସତ୍ୟନଗର ମଶାଣିରେ ତାଙ୍କର ଦାହ କରୁଥିଲେ। ହେଲେ ପରିବାର ବର୍ଗ ଖବର ପାଇ ପୋଲିସକୁ ଅବଗତ କରାଇବା ପରେ ଦରପୋଡା ଶବ ଜବତ କରାଯାଇଥିଲା।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ଦେଓରଂଜନ କୁମାର ସିଂ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ସହିତ ସେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ରହିବେ। 2- ବିଶାଳ କୁମାର ଦେବ- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହିତ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ 3- ସଞ୍ଜୟ କୁମାର ସିଂ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ତାଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ 4- ଭାସ୍କର ଜ୍ୟୋତି ଶର୍ମା- କ୍ରୀଡା ଓ ଯୁବ ବ୍ୟାପାର ସହିତ ତାଙ୍କୁ ଓପିଟିସିଏଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ 5- ଗିରିଶ ଏସ ଏନ- କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ…
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପତ୍ତଯୋଶୀ,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, , ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା,ଲୋକସଭା ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ।ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ,ଚାଷୀମାନେ କଟଣି ଛଟଣୀର ଶିକାର ନହେବା ପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସଭାରେ ଗନି…
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଟଙ୍କା ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଲଣ୍ଡନ ଗସ୍ତ ଶେଷ କରି ଆଜି ଭୁବନେଶ୍ବରରେ ପହଞ୍ଚ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସେଠାକେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇ ଯାଇସାରି ଥିବା ବେଳେ ବ୍ଲକ ସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ, ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରି ନେଲେ…
ଲେଖକ:- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ଆଜି ଶ୍ରୀ ରତନ ଟାଟାଙ୍କର ଦେହାନ୍ତ ହେବାର ଏକ ମାସ ହୋଇଯାଇଛି। ଗତ ମାସର ଏହି ଦିନ, ଯେତେବେଳେ ମୁଁ ତାଙ୍କର ପରଲୋକ ଖବର ପାଇଥିଲି, ମୁଁ ଏସିଆନ ସମ୍ମିଳନୀକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ଆମଠାରୁ ଦୂରେଇ ଯାଉଥିବା ରତନ ଟାଟା ଜୀଙ୍କର ପରଲୋକର ଯନ୍ତ୍ରଣା ଏବେ ବି ମୋର ମନରେ ରହିଛି। ଏହି ଯନ୍ତ୍ରଣା ଭୁଲିଯିବା ସହଜ ନୁହେଁ। ରତନ ଟାଟା ଜୀ ରୂପରେ ଭାରତ ନିଜର ଜଣେ ମହାନ ପୁଅକୁ ହରାଇଛି। ଏକ ଅମୂଲ୍ୟ ରତ୍ନକୁ ହରାଇଛି। ଆଜି ମଧ୍ୟ ସହରଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅନୁପସ୍ଥିତିକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ଆମେ ସମସ୍ତେ ଏହି ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଛୁ। ସେ ଜଣେ ଶିଳ୍ପପତି ହୁଅନ୍ତୁ, ଉଦ୍ୟୋଗୀ ହୁଅନ୍ତୁ କିମ୍ବା ବୃତ୍ତିଗତ ହୁଅନ୍ତୁ, ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖିତ। ପରିବେଶ ସୁରକ୍ଷା ସହିତ ଜଡିତ…
ମେଷ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ । ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନେ ସମର୍ଥନ ପାଇବେ। ବୃଷ : ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭବ, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କର। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ମିଥୁନ : ଧନ ଏକ ଦ୍ରୁତ ଗତିରେ ଆସିବ। କଥାବାର୍ତ୍ତା ଭାଷାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବ୍ୟବସାୟରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଦୃତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବଢୁଛି। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୨୯-୩୦ ବେଳକୁ ରାଜ୍ୟରେ ପିକ୍ ଡିମାଣ୍ଡ ପ୍ରାୟ ୧୦ ହଜାର…
ଭୁବନେଶ୍ଵର: ଓଡ଼ିଶା ସରକାର ୩୩୫୩.୧୫ କୋଟି ଟଙ୍କାର ମିଳିତ ନିବେଶରେ ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିଯୁକ୍ତି ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଏହି ଅନୁମୋଦନ ମିଳିଛି। ଏହା ଫଳରେ ୪୬୩୭ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଥିବା ସଙ୍ଗେ ସଙ୍ଗେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଭାବେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଅଧିକ ପ୍ରଭାବୀ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଏକ ବିବିଧ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ୍, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ,…
କଟକ: ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗ ପରେ ୬ ଜଣ ଅଭିଯୁକ୍ତଙ୍କୁ କଟକ ପୋଲିସ ଗରିଫ କରିଛି। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଜଣେ ଅଛନ୍ତି। ଅଭିଯୋଗ ଅନୁସାରେ କଟକର ଜଣେ କଲେଜ ଛାତ୍ରୀ ତାଙ୍କର ବଏ ଫ୍ରେଣ୍ଡଙ୍କ ସହ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ସାଙ୍ଗମାନେ ତାଙ୍କର ଅଶ୍ଲିଳ ଫଟୋ ଉଠାଇଥିଲେ। ଏଥିରେ ସହଯୋଗ କରିଥିଲେ ଭରତପୁର ଅଞ୍ଚଳରେ ରହୁଥିବା କାଫେ ମାଲିକ। ଏହାପରେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିଲେ।
ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି। ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍ ପକ୍ଷରୁ ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି…
ଭୁବନେଶ୍ୱର: ଏକ ନୂତନ ସହଯୋଗ କ୍ରମରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଏବଂ ଏମଓଏସଆର୍ଟ୍ ଲ୍ୟାବ୍ସ ମିଳିତ ଭାବେ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍ କ୍ଷେତ୍ରରେ ଏକ ଅଭିନବ ପ୍ରଫେସନାଲ ଡିପ୍ଲୋମା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି। ସେମିକଣ୍ଡକ୍ଟର ଟେକ୍ନୋଲୋଜି, ଆନାଲଗ୍ ଡିଜାଇନ୍, ଡିଜିଟାଲ୍ ଡିଜାଇନ୍, ଡିଜାଇନ୍ ଯାଞ୍ଚ, ଶାରୀରିକ ଡିଜାଇନ୍, ଲେଆଉଟ୍ ଡିଜାଇନ୍, ବୈଧତା, ପରୀକ୍ଷା ଏବଂ ମାପ ସହିତ ଭିଏଲଏସଆଇର ବିଭିନ୍ନ ବିଶେଷତ୍ୱରେ ସମୃଦ୍ଧ କରି ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ପ୍ରସ୍ତୁତ କରିବା ପାଇଁ ଏହି ପାଠ୍ୟକ୍ରମର ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ, ୫ ନଭେମ୍ବର ୨୦୨୪ ରେ ଉଭୟ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଆଇଆଇଟି ଭୁବନେଶ୍ୱର ତରଫରୁ ପ୍ରଫେସର ଦିନକର ପାସଲା, ଡିନ୍-ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶଦାତା ତଥା ଏମଓଏସଆର୍ଟ୍ ଲ୍ୟାବ୍ସ ପକ୍ଷରୁ ସିଇଓ ଶ୍ରୀ ରାଜେଶ ଗୁପ୍ତା ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ଅବସରରରେ, ଅନ୍ୟମାନଙ୍କ ମଧ୍ୟରେ ଡିନ୍-ଜାରି…
ଭୁବନେଶ୍ୱର: ଲଣ୍ଡନଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଶ୍ରୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଶ୍ରୀ ମହାନ୍ତି ଗତ ୬୪ ବର୍ଷ ଧରି ଲଣ୍ଡନରେ ଵାସ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତକାର ସୌଭାଗ୍ୟ ଏବଂ ଗର୍ବର ବିଷୟ। ନିଜର ଚମତ୍କାର ଚିତ୍ରକଳା ମାଧ୍ୟମରେ କେବଳ ଲଣ୍ଡନରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶ୍ରୀ ମହାନ୍ତି ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ସଫଳତା ଓଡିଶା ଏବଂ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡିଶାର କଳା ଓ ସଂସ୍କୃତିର ବିକାଶ ଏବଂ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ମହାନ୍ତିଙ୍କ ପରାମର୍ଶ ନିଶ୍ଚିତ ଲାଭଦାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି। ସାକ୍ଷାତକାର ଅବସରରେ ଶ୍ରୀ ମହାନ୍ତି ତାଙ୍କ ଦ୍ୱାରା ଲିଖିତ ଏବଂ ଅକ୍ସଫୋର୍ଡ଼ ୟୁନିଭର୍ସିଟି ପ୍ରେସ ଦ୍ୱାରା ପ୍ରକାଶିତ ‘Through Brown Eyes’ ଶୀର୍ଷକ…
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୫ତମ ଶ୍ରାଦ୍ଧ ଦିବସରେ ଗତକାଲି ପୂଜ୍ୟପ୍ରଣାମ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ପାଳନ ପରେ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ମଣ୍ଡଳୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ରାଜଧାନୀରେ ସ୍ୱର୍ଗତ ଦାସଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ବାଲେଶ୍ୱର ସହରର ଏକ ମୁଖ୍ୟ ରାସ୍ତାକୁ ତାଙ୍କ ନାମରେ ନାମକରଣ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ। ଗତ ୨୧ ବର୍ଷ ଧରି ରାଜଧାନୀରେ ପୂଜ୍ୟପ୍ରଣାମ ଟ୍ରଷ୍ଟର ପୂଜ୍ୟପୂଜା କାର୍ଯ୍ୟକ୍ରମ ସମ୍ପର୍କରେ ଉପାଧ୍ୟକ୍ଷ ଶ୍ରୀ ସୀତାବଲ୍ଲଭ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଟ୍ରଷ୍ଟି ଶ୍ରୀ ପ୍ରଜ୍ଞାରାଜ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ଜୀବନୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ…
ଭୁବନେଶ୍ବର: ଆଜି ଭିଜିଲାନ୍ସ ଅଧିକାରୀମାନେ ଜଣେ କନିଷ୍ଠ ମ୍ୟାନେଜରଙ୍କ ଘରେ ଚଢାଉ କରିଛନ୍ତି। ଭୋର ଚାରିଟାରୁ ଏହି ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ଇଡିକୋ ର କନିଷ୍ଠ ପରିଚାଳକ ବିଜୟ କୁମାର ଉଦୟସିଂହ। ଭିଜିଲାନ୍ସ ତାଙ୍କର ରାଜରାଣୀ ମଉଜାର ଆର୍ଯ୍ୟ ବିହାର କୋଠାରେ ଚଢାଉ କରି ତାଜୁବ ହୋଇଯାଇଛନ୍ତି। ବାବୁଙ୍କ ଏହି ଘର ମୁଖ୍ୟ ଗେଟଟି ରିମୋଟ କଣ୍ଟୋଲରେ ଖୋଲୁଛି। ଏଥିସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାବାଡି ଓ ପ୍ଲଟଗୁଡିକ ଖୋଳଚାଡ ଚାଲିଛି। ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ ଜୁନିୟର ମ୍ୟାନେଜର ବାବୁଙ୍କ ଘରୁ କେତେ ସମ୍ପତ୍ତି ଠାବ କରାଗଲାଣଇ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିସହ ଟିମ୍ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛନ୍ତି। (…
ଭୁବନେଶ୍ବର: କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନବୀନ ପଟ୍ଟାନାୟକ କିପରି ପରାଜୟ ହୁଅନ୍ତୁ ସେ ନେଇ ଚକ୍ରାନ୍ତ କରାଯାଇଥିଲା। ଏହିପରି ବିଭିନ୍ନ ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାରେ ଲାଗିଛି। ଯାହାକୁ ନେଇ କଡା ଜବାବ ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, “ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ।” ସେ ଆହୁରି କହିଛନ୍ତି ଯେ, “ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍…
ଭୁବନେଶ୍ବର: ବର୍ତ୍ତମାନ ଲଣ୍ଡନରେ ଖୋଲିଲା ଚିଲିକା ରେଷ୍ଟୁରାଣ୍ଟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ମଙ୍ଗଳବାର ଦିନ ଲଣ୍ଡନର ବକ୍ସଲିହେଥ୍ ଠାରେ ଏହି ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛି। ଯାହାର ନାମ ରଖାଯାଇଛି ଚିଲିକା। ଏହାକୁ ଉଦଘାଟନ କରିଛନ୍ତି ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ରେଷ୍ଟୁରାଣ୍ଟଟି ଲଣ୍ଡନରେ ରହୁଥିବା ଦୁଇଜଣ ପ୍ରବାସୀ ଓଡିଆଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି। ସେମାନେ ହେଲେ ଶୁଭକାନ୍ତ ଦାସ ଏବଂ ପାର୍ଥ ପଣ୍ଡା। ଏହି ଉଦଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ସହିତ ସ୍ଥାନୀୟ ମେୟର, କାଉନସିଲର ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ରେଷ୍ଟୁରାଣ୍ଟରେ କେବଳ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରାଯିବ। ସେଠାରେ ଥିବା ପ୍ରବାସୀ ଭାରତୀୟ ତଥା ବିଦେଶୀଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଶେଷରେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ତେବେ ଏ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏସଓପି ନିର୍ଦ୍ଧାରିତ ହେବ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଅଧିନସ୍ଥ ଗଦାପୁର ଗାଁର ଦୁଇ ଜଣ ଆମ୍ବଟାକୁଆ ଖାଇ ମୃତ୍ୟବରଣ କରିଥିବାର ଅଭିଯୋଗ ହୋଇଛି। ଏଥସହିତ ଏହି ଅଖାଦ୍ୟ ଖାଇ ଅନେକ ଅସୁସ୍ଥ ହୋଇଥିବାର ଖବର ପ୍ରକାଶିତ ହୋଇଛି। ଏହି ଘଟଣା ପରେ ଶାସକ ବିରୋଧୀ ମୁହାଁମୁହିଁ ହୋଇପଡିଛନ୍ତି। ଏ ନେଇ କଂଗ୍ରେସ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ତାଙ୍କୁ ସାକ୍ଷାତ କରିଛନ୍ତି। ବିଭିନ୍ନ ସ୍ତରରେ ବିରୋଧ ପରେ ଆଜି ମୁଖ୍ୟମନ୍ତ୍ରୀ ଏହାର ଆରଡିସି ତଦନ୍ତ ଘୋଷଣା କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି। ତେଣୁ ଏହି ପରିବାର ଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି।…
ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ପ୍ରବଳ ଚାପ ପଡିବା ପରେ ଶେଷରେ ତାହାକୁ ବାତିଲ କରିଛି ଇସ୍କନ।ଏ ନେଇ ଇସ୍କନ ତରଫରୁ କୁହାଯାଇଛି ଯେ, ଜଗନ୍ନାଥ ଭକ୍ତଙ୍କ ଭାଗାବେଗକୁ ଲକ୍ଷ୍ୟ ରଖି ଏହି ରଥଯାତ୍ରା ବାତିଲ କରାଗଲା। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକିର୍ତ୍ତନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ନଅ ତାରିଖରେ ଆମେରିକାର ହ୍ୟୁଷ୍ଟେନ ସହରରେ ଏହି ରଥଯାତ୍ରା ପାଇଁ ଆୟୋଜନ କରାଯାଇଥିଲା। ଏ ନେଇ ଇସ୍କନ ତରଫରୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାପ ପଡିବା ପରେ ଏବେ ତାହା ବାତିଲ କରିଯାଇଛି। ଇସ୍କନ ତରଫରୁ ଦେଶ ତଥା ବିଦେଶରେ ବିଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରିବାରେ ଲାଗିଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରବଳ ବିରୋଧ କରିଆସୁଛନ୍ତି। ତେବେ ଆଜି ଜଗନ୍ନାଥଙ୍କ ପ୍ରଥମ ସେବକ ତଥା ଶ୍ରୀଜଗନ୍ନାଥ ପ୍ରଶାସନର ମୁଖ୍ୟ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ…
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଏବଂ କଂଗ୍ରେସ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜାତୀୟ ଖାଦ୍ୟ ନିରାପତା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ନେତୃବୃନ୍ଦ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡ଼ାମ୍, ସାହାନୱାଜ୍ ଚୌଧୁରୀ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ମହମ୍ମଦ ମୋକିମ୍, ରୋଜାଲୀନା ତିର୍କୀ, କିଶୋର ଚନ୍ଦ୍ର ପଟେଲ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନିପତି, ସି.ଏସ୍ ରାଜନଏକ୍କା, ଅଶୋକ କୁମାର ଦାସ, ବିଶ୍ୱରଞ୍ଜନ ମହାନ୍ତି, ସଶ୍ମିତା ବେହେରା, ଭୁଜବଳ ମାଝି,କାଡ୍ରାକା ଆପାଲାସ୍ୱାମି, ନିଳମାଧମ ହିକ୍କା, ମଙ୍ଗୁ ଖିଲ, ସୋଫିଆ…

