ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନରେ ଶେଷ ହୋଇଛି। ବରିଷ୍ଠ ଆଇଏଏସ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବଦଳି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦକୁ ସ୍ବତନ୍ତ୍ର ସଚିବ ପାହ୍ୟା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଏହି ପଦରେ ଥିଲେ ଅରିନ୍ଦମ ଡାକୁଆ। ନୂଆ ସରକାର ଆସିବା ପରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପାଞ୍ଚମାସ ରହି କାମ କରିବା ପରେ ତାଙ୍କୁ ହଠାତ ସରକାର ବଦଳି କରିଦେଇଥିଲେ। ବର୍ତ୍ତମାନ ତାଙ୍କୁ ମୁନିସିପାଲ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ନିଯୁକ୍ତି ପାଇବ ସେ ନେଇ ଚର୍ଚ୍ଚା ଚାଲିଥିଲା।
Author: Samikhsya Bureau
ଭୁବନେଶ୍ବର: ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନସିଂଦେଓ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକ ମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ସହାୟତା ରାଶି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ, ରାଜ୍ୟର SDRF ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଚାଷୀ ମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀ ମାନଙ୍କୁ ସହାୟତା ମିଳିବ। ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍ପୁଟ୍ ସବ୍ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବ। ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ…
ଭୁବନେଶ୍ୱର: ଆସନ୍ତା ୮ ଓ ୯ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ଦୁଇ ଦିନିଆ ପ୍ରବାସୀ ଭାରତୀୟ ମହୋତ୍ସବ ଏବଂ ୨୮ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡିଶା କଂକ୍ଲେଭ ପାଇଁ ଭୁବନେଶ୍ବର ବିଏମସି ଦୀର୍ଘ ୧୫ଦିନ ଧରି ବିଭିନ୍ନ ସ୍ଥାନରୁ ୪୫୦ ରୁ ଉର୍ଦ୍ଧ୍ବ କୁକୁର ମାନଙ୍କୁ ସ୍ଥାନାନ୍ତର କରାଯାଇ ମଞ୍ଚେଶ୍ୱର ସ୍ଥିତ ମଞ୍ଚେଶ୍ୱର ସ୍ଥିତ ସ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ରେ ରଖାଯାଇଛି। କୁକୁର ମାନଙ୍କୁ ନିଜ ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ରହିଛି। ତେବେ ଏନେଇ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଖବର ନାହିଁ।ଆଜି ଏନେଇ ରାଜ୍ୟର କେତେକ ପ୍ରାଣୀ କଲ୍ୟାଣ ସ୍ବେଛାସେବୀ ସ୍ପଷ୍ଟ କରିଛନ୍ତି। ସେଠାରେ ଦୀର୍ଘ ଚାରି ଦିନ ହେବ କୁକୁର ମାନଙ୍କୁ ଠିକ ଭାବେ ଦେଖାଚାହା କିମ୍ବା ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ବହୁ…
ଭୁବନେଶ୍ବର: ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ଓଡିଶାର ସମସ୍ତ ୧୧୫ ପୌର ସଂସ୍ଥା (ULBs)ରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସଂଗଠକ, ଏମ୍.ଆଇ. ଏସ୍ ପ୍ରଫେସନାଲ / କନସଲଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କ ପାଇଁ “ସହରୀ ଶାସନ” ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ତୃଣମୂଳ ସ୍ତରରେ ସହରୀ ଶାସନ ଏବଂ ଦକ୍ଷତା ବୃଦ୍ଧି ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତିବଦ୍ଧତା ଅଧୀନରେ ଏହି ତାଲିମ ଏକ ପ୍ରମୁଖ ପଦକ୍ଷେପ। ଅଂଶଗ୍ରହଣକାରୀମାନଙ୍କ ସହିତ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଆଲୋଚନା ପ୍ରସଙ୍ଗରେ ବିକଶିତ ଓଡ଼ିଶା @ ୨୦୩୬ ଏବଂ ବିକଶିତ ଭାରତ @ ୨୦୪୭ ର ଦୂରଦୃଷ୍ଟି ହାସଲ କରିବାରେ ସାମୂହିକ ଉଦ୍ୟମ ତଥା ଉତ୍ସର୍ଗୀକୃତତାର ମୁଖ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗରିକ-କେନ୍ଦ୍ରିକ ପଦକ୍ଷେପ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପୌର ସଂସ୍ଥା ଗୁଡିକର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବାରେ କାର୍ଯ୍ୟରତ ଗୋଷ୍ଠୀ ସଂଗଠକ ଓ…
ଭୁବନେଶ୍ବର: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର। ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି ।
ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କୁମ୍ଭମପତି। ଓଡିଶାର ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର କୁମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କର ଶପଥ ପାଇଁ ଭୁବନେଶ୍ବରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଛି। ସେ ଶୁକ୍ରବାର 10ଟା 15 ମିନିଟରେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। ହରିବାବୁ ଆଜି ଅପରାହ୍ନରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ହରିବାବୁ ମିଜୋରାମର ରାଜ୍ୟପାଳ ଭାବେ କାମ କରୁଥିଲେ। ଗତକାଲି ତାଙ୍କୁ ମିଜୋରାମ ରାଜଭବନ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି.
ଭୁବନେଶ୍ବର: ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ଭୁବନେଶ୍ବର: ଓଡିଶାର ଶିଳ୍ପ ବିକାଶ ଏବଂ ରୋଜଗାର ସୃଷ୍ଟି କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାର ୩୩ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟାରେନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୨୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୪,୨୨୨.୨୪ କୋଟି ଟଙ୍କା ଏବଂ ଏଥିରୁ ମୋଟ ୧୪,୪୯୭ ରୋଜଗାର ସୃଷ୍ଟି ହେବା ଆଶା କରାଯାଉଛି। ଏହି ଅନୁମୋଦନ ସରକାରଙ୍କ ଶୀର୍ଷ ସମିତି ମୁଖ୍ୟ ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହା ଓଡିଶାର ସାମାଜିକ-ଆର୍ଥିକ ବିକାଶକୁ ଅଗ୍ରଗତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଓଡିଶା ପୂର୍ବ ଭାରତର ସର୍ବୋତ୍କୃଷ୍ଟ ନିବେଶ ପ୍ରବେଶ ଭାବେ ସ୍ଥାପିତ ହୋଇଛି, ଯାହା ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡିଶା ରୋଡ ସୋ’ ଗୁଡିକର ସଫଳତା ଦ୍ୱାରା ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଆଜି ନୂଆ ବର୍ଷ -୨୦୨୫ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନ୍ଧାରୁଆ ସ୍ଥିତ ଓଡ଼ିଶା ପତିତ ଉଦ୍ଧାର ସମିତି ପରିଦର୍ଶନରେ ଯିବା ସହ ଅନ୍ତେବାସୀଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିଛନ୍ତି। ଅପରାହ୍ନରେ ମନ୍ତ୍ରୀ ଏଠାକୁ ଯିବା ସହ ଏଠାରେ ରହୁଥିବା ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀ ମାନଙ୍କୁ ଫଳ ଓ କମ୍ବଳବଣ୍ଟନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ସମାଜରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକ ଦୟା କିମ୍ବା ସହନାଭୂତି ନୁହେଁ ବରଂ ସମ୍ମାନର ପାତ୍ର। ଏହି ସମସ୍ତ ବର୍ଗର ଉନ୍ନତି ସାଧିତ ହୋଇ ପାରିଲେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ ବୋଲି…
ଭୁବନେଶ୍ବର: ନୂଆ ବର୍ଷରେ ନୂଆ ମଙ୍ଗୁଆଳ ଖୋଜିବାରେ ଲାଗିଛି ଓଡିଶାର ତିନି ପ୍ରମୁଖ ଦଳ। ବିଜେଡି ବିଜେପି ଏବଂ କଂଗ୍ରେସ ଦଳର ନୂଆ ସଭାପତି ଏହି ନୂଆ ବର୍ଷରେ ଘୋଷଣା ହେବ। ସେଥିପାଇଁ 2025 ମସିହାରୁ ଦଳ କାହା ନେତୃତ୍ବରେ ଆଗକୁ ଯିବ ସେ ନେଇ ଅଙ୍କକଷା ଚାଲିଛି। ଦଳିୟ ନିୟମ ଅନୁସାରେ ଜାତୀୟ ବିଜେପି ଦଳ ତାହାର ତ୍ରୁଣମୂଳ ନିର୍ବାଚନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ନିର୍ବାଚନ ବାକି ରହିଛି। ତାହା ଶେଷ ହେବା ପରେ ପରେ ରାଜ୍ୟ ସଭାପତି କିଏ ହେବ ସେ ନେଇ ନିର୍ବାଚନ କିମ୍ବା ମନୋନୟନ କରାଯିବ। ଏଥିରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ରିପିଟ ହେବେ ନା ନୂଆ ନେତା ଆସିବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିପରି କଂଗ୍ରେସ ନିର୍ବାଚନରେ ବଡ ଧକ୍କା ଖାଇବା ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଶରତ ପଟ୍ଟନାୟକ। ଏହାପରେ କଂଗ୍ରେସର ସଭାପତି କିଏ…
ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଶ୍ରେଷ୍ଠ ବିଭାଗ ଭାବେ ପରିଣତ କରିବା ପାଇଁ ଅଧିକାରୀ ଓ କର୍ମଚାରୀବୃନ୍ଦ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଜଣାଇଛନ୍ତି। ଆଜି ପୂର୍ବାହ୍ନରେ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ନୂତନ ବର୍ଷର ଶୁଭକାମନା ଜ୍ଞାପନ କରି ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ନିର୍ମାଣରେ ବିଭାଗର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡା. ମହାପାତ୍ର ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସରକାର ଗଠନର ଗୋଟିଏ ବର୍ଷ ପୂରଣ ହେଉଥିବା ଦୃଷ୍ଟିରୁ ଚଳିତ ବର୍ଷଟି ଗୁରୁତ୍ୱପୂର୍ଣ୍ଣ ଏବଂ ନିକଟରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ମଧ୍ୟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେବ ବୋଲି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ନୂଆବର୍ଷ 2025। ସେଥିପାଇଁ ସାରା ବିଶ୍ବ ବେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାଲିଥିଲା ରଂଗାରଂଗ କାର୍ଯ୍ୟକ୍ରମ। ସେହି ରଂଗୀନ ପରିବେଷ ମଧ୍ୟରେ ପ୍ରବେଶ କରିଛି 2025 ମସିହା। ତେବେ ଏହି ନୂଆ ବର୍ଷକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ନିଜ ବାଲୁକା କଳା ଭିତରେ ପ୍ରଭୃ ଜଗନ୍ନାଥଙ୍କୁ ସ୍ଥାପନା କରି ସାରା ବିଶ୍ବକୁ ସେ ନୂଆବର୍ଷ ଉପଲକ୍ଷେ ସ୍ବାଗତ କରିଛନ୍ତି। ପ୍ରତିବର୍ଷ ସୁଦର୍ଶନ ଏହିପରି ଭିନ୍ନ ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଥାନ୍ତି। ଏଥରେ ସେ ବିଶ୍ବ ପରିବେଷ ସଚେତନାତା ନେଇ ସେ ତାଙ୍କ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତକାଲି ନୂଆ ବର୍ଷ କାର୍ଯ୍ୟକ୍ରମ ରେ ସାମିଲ ହେବେ ନାହିଁ। ତେଣୁ ଅଭିନନ୍ଦନ ପାଇଁ ଆସନ୍ତକାଲି ନବୀନ ନିବାସ କୁ ନ ଆସିବା ପାଇଁ ଶ୍ରୀ ପଟ୍ଟନାୟକ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି।
ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ହଜାର ହଜାର ଚାଷୀ, ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ…
ଭୁବନେଶ୍ବର: ଆସନ୍ତାକାଲି ହେବ ନୂଆ ବର୍ଷ। ଏହି ବର୍ଷରେ ସମସ୍ତେ ବେଶ ଆନନ୍ଦ ଉଲ୍ଲାସରେ ଅଭିନନ୍ଦନ କରିବେ। ଆଜି ରାତିରୁ ଆରମ୍ଭ ହୋଇଯିବ ଏହି ଉତ୍ସବ। ତେବେ ଏହି ନୂଆ ବର୍ଷରେ ଆପଣ ଓଡିଆ ରେ ଶୁଭେଚ୍ଛା ବାର୍ତ୍ତା ପଠାନ୍ତୁ। ବାସ ତଳେ ଦିଆଯାଇଥିବା ବିଭିନ୍ନ ଶୁଭେଚ୍ଛା ବାର୍ତ୍ତାକୁ କପି କରି ଆପଣଙ୍କ ହ୍ବାଟସଆପ ରେ ପେଷ୍ଟ କରି ପଠାନ୍ତୁ। 1. ନୂଆଁ ବର୍ଷର ଶୁଭେଚ୍ଛା ଓ ଆଶୀର୍ବାଦ! ପ୍ରେମ, ଶାନ୍ତି, ସମୃଦ୍ଧି ଓ ସଫଳତାର ଆଶୀର୍ବାଦ ତୁମର ଜୀବନରେ ଆସୁ। ପ୍ରଭୁ ତୁମକୁ ଭଲ ରଖନ୍ତୁ। 2. ଏହି ନୂଆଁ ବର୍ଷ ତୁମ ପାଇଁ ଏକ ସ୍ବର୍ଣ୍ଣମୟ ଅବସର ହେଉ। ଅଭିନନ୍ଦନ ସବୁ ଦୁଃଖକୁ ଭୁଲି ଆନନ୍ଦ ଓ ଆଶାର ସହ ଏକ ନୂତନ ଆରମ୍ଭ ହେଉ। ନୂଆଁ ବର୍ଷର ଶୁଭକାମନା! 3. ଏହି ନୂତନ ବର୍ଷ ଆପଣଙ୍କର ସବୁ ସ୍ବପ୍ନ ସାର୍ଥକ ହେଉ ସମସ୍ତ ପରିବାର ଓ ମିତ୍ରମାନଙ୍କ…
ଭୁବନେଶ୍ବର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆଜି ବୀମା କମ୍ପାନୀ ମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ବୀମା କମ୍ପାନୀ ମାନଙ୍କ ସହଯୋଗ କାମନା କରିଛନ୍ତି। ଯୋଗ୍ଯ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବା ପାଇଁ କମ୍ପାନୀଗୁଡିକୁ କହିବା ସହ କୌଣସି ବ୍ଯତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏଥିସହିତ, ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲର କ୍ଷତି ହୋଇଥିଲେ, କ୍ଷତିପୂରଣ ବାବଦରେ ସୂଚନା ଦେବା ନିମନ୍ତେ କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି…
ଭୁବନେଶ୍ବର: ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ନବୀନ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ସପ୍ତମ ପାଳି, ଚଳିତ ବର୍ଷର ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ଅଭିଯୋଗ ପ୍ରକୋଷ୍ଠରେ ଅଥବା ଯେଉଁଠାକୁ ଯାଆନ୍ତି ସେଠାରେ ସାଧାରଣଲୋକଙ୍କୁ ଭେଟିବା, ସେମାନଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ସପ୍ତମ ପାଳିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରଥମେ ଭେଟିଥିଲେ । ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା…
ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ନବୀନ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଅଞ୍ଚଳ ଦେଖିଥିଲେ। କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ…

