ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପ୍ରାକ୍ତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ଶାସନ, ରାଜନୈତିକ ଜୀବନ ଓ ଜନସଂପର୍କ ଉପରେ ଆଲୋକପାତ କରିଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସର୍ବଦା ଓଡ଼ିଆ ଜାତି ପାଇଁ ଶ୍ରଦ୍ଧାଶୀଳ ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡୋନେଲ କମିଟି ସମ୍ମୁଖରେ ସାକ୍ଷୀ ହେବା ସହ ଲଣ୍ଡନଠାରେ ଗୋଲଟେବୁଲ ବୈଠକରେ ଯୋଗଦେଇ ତଥ୍ୟପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ପାଇକ ବିଦ୍ରୋହଠୁ ଆରମ୍ଭ କରି ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ…
Author: Samikhsya Bureau
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି । ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଧାନ କିଣା ପାଇଁ ଚାଷୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ୟ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ। କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ…
ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥା 46 ବାର୍ଷିକ ନାଟ୍ୟ ମହୋତ୍ସବର ନାଟକ ଅସ୍ଥା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ଯେତେ ଶକ୍ତିଶାଳା, ଧନଶାଳୀ ଆଉ ସ୍ବାସ୍ଥ୍ୟବାନ ହେଲେବି ମନଟା ତା’ର ସବୁବେଳେ ଦୁର୍ବଳ। କେତେବେଳେ କୋଇ ପରିସ୍ଥିତିରେ ସେ ମନଟା ସେ ଭାଙ୍ଗି ନଯିବ କେହି କହି ପାରିବେନି । ଖାଲି ସେତିକି ନୁହେଁ ସେଇ ମନଟା ପୁଣି ଅବୁଝା ଆଉ ସଂକୀର୍ଣ୍ଣ ବାର୍ଦ୍ଧକ୍ୟ ଅଥବା ମୃତ୍ୟୁର ଅବ୍ୟବହିତ ପୂର୍ବରୁ, ଯେତେବେଳେ କି ଧନ ଦୌଲତ ଦେହର ଲାଳସା ଭୋଗବିଳାସ ଅଥବା ଜ୍ଞାତି କୁଟୁମ୍ବଙ୍କ ପ୍ରତି ମାୟା ମମତାର ଆବଶ୍ୟକତା ନଥାଏ । ସେତେବେଳେ ବି କିଛି ଛୋଟ ଛୋଟ ଘଟଣା ମଣିଷର ମାନସିକ ପ୍ରତିକ୍ରିୟାକୁ କଳୁଷିତ କରିଦିଏ କ୍ଷତ ବିକ୍ଷତ କରିଦିଏ। ନିଜର ଅବଚେତନ ମନର ଦଂଶନରେ ନିଜେ ବିଷାକ୍ତ ହୋଇଯାଏ। ସ୍ରଷ୍ଟାର ସୃଷ୍ଟି ବି ବାଟବଣା ହୋଇଯାଏ । ଏମିତି ସମୟ ଆସେ ନିଜେ…
ଭୁବନେଶ୍ବର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜ ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ। ସୂଚନା ଯୋଗ୍ୟ ଯେ 25 ଜୁନ୍ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ
ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର ପାଇଁ ଏକ ଯୁଗାନ୍ତକାରୀ ଘଟଣାକ୍ରମରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଚେନ୍ନାଇରେ ସିର୍ମା ଏସଜିଏସ ଟେକ୍ନୋଲୋଜିର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନକୁ ଉଦଘାଟନ କରିଛନ୍ତି। ମାଡ୍ରାସ ଏକ୍ସପୋର୍ଟ ପ୍ରୋସେସିଂ ଜୋନ୍ (ଏମଇପିଜେଡ୍) ରେ ଅବସ୍ଥିତ ଏହି ନିର୍ମାଣ କେନ୍ଦ୍ର ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରିବା ସହିତ ମୋବାଇଲ୍ ଫୋନରୁ ଆଇଟି ହାର୍ଡୱେର୍ ଉତ୍ପାଦନ, ବିଶେଷ କରି ଲାପଟପ୍ ପର୍ଯ୍ୟନ୍ତ ଦେଶର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି । “ମେକ ଇନ୍ ଇଣ୍ଡିଆ”ରେ ଏକ ମାଇଲଖୁଣ୍ଟ ନୂତନ ଆସେମ୍ବ୍ଲି ଲାଇନ ପ୍ରାରମ୍ଭରେ ବାର୍ଷିକ ୧ ଲକ୍ଷ ଲାପଟପ୍ ଉତ୍ପାଦନ କରିବ, ଯାହା ଆଗାମୀ ୧-୨ ବର୍ଷ ମଧ୍ୟରେ ୧୦ ଲକ୍ଷ ନିୟୁତ ୟୁନିଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କ୍ଷମତା ସହିତ ସିର୍ମା ଏସଜିଏସ୍ ବର୍ତ୍ତମାନ…
ଭୁବନେଶ୍ବର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପ୍ରଖ୍ୟାତ କବି ମାଧବ କୌଶିକଙ୍କ କବିତା ପୁସ୍ତକ come back partha ଓ କବି ଅରୁଣ କୁମାର ସାହୁଙ୍କ ଦୁଇଟି ପୁସ୍ତକ ଜହ୍ନ ରାତିର ଛାଇ ଓ ସୂର୍ଯ୍ୟ ଉଇଁବାର ବେଳ ପୁସ୍ତକ ସ୍ଥାନୀୟ ରାଜ୍ୟ ସଂଗ୍ରହଳୟ ପ୍ରେକ୍ଷାଳୟରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉଦଘାଟକ ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ପ୍ରଶାନ୍ତ ନନ୍ଦ। ସେ କହିଥିଲେ ଯେ, ସମୟ ସବୁବେଳେ ନିରପେକ୍ଷ ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପଦ, ବିପଦ ନାଁ କାହା ପାଇଁ ସମୟ ଅଟକି ଯାଏ ନା କାହା ଦ୍ୱାରା ପ୍ରଭାବିତ ହୁଏ। ତେଣୁ ସାହିତ୍ୟକ ହେଉ କି ପାଠକ ହଉ ସମୟ ଅନୁସାରେ ଆଗେଇଵା ଦରକାର। କେନ୍ଦ୍ର ସାହିତ୍ୟ ଅକାଦେମି ର ସଭାପତି ତଥା ପ୍ରଖ୍ୟାତ କବି ମାଧବ କୌଶିକ କହିଥିଲେ. ଜଣେ ହଜାର ହଜାର ଶବ୍ଦରେ କଥା ତ ପ୍ରକାଶ…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭର୍ଚୁଆଲ ମୋଡ୍ ରେ ପତାକା ଦେଖାଇ ଏହି ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ତୀର୍ଥଯାତ୍ରାରେ ସେମାନେ ଅଶେଷ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 4ଟି ବସ୍ ର ଚଳାଚଳ କରାଯାଉଛି ଏବଂ ଆବଶ୍ୟକ ହେଲେ ଆହୁରି ଅଧିକ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଉଦ୍ଯାପନୀ ଦିବସ । ଏହି ଓଡ଼ଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ପୂର୍ବାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା କଟକର ସୂର୍ଯ୍ୟ ଗୁରୁକୁଳ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ମହିଷାସୁର ମର୍ଦ୍ଦିନୀ ପରିବେଷଣରୁ । ଏକକ ପର୍ଯ୍ୟାୟରେ ପୁରୀର ନନ୍ଦିତା ପ୍ରୀୟଦର୍ଶନୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ମୋହନେ ଦେଲି ଚାହିଁ ଗୋ ଆଗୋପ୍ରିୟ ସହୀ, କେନ୍ଦୁଝରର ରେଖା ମହାନ୍ତିଙ୍କ ଦ୍ୱାରା ମଙ୍ଗଳା ଚରଣ ପଦ…
କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟହାତରେ ନ୍ୟାୟର ତରାଜୁ ଧରି…
ଭୁବନେଶ୍ବର: ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କିରିମିରା ପଞ୍ଚାୟତ ଅଧ୍ୟକ୍ଷା ଅନାସ୍ଥା ଭୋଟ ଗ୍ରହଣକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦରେ ଖୋଦ ବିଜେଡି ସଭାପତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡିଥିଲା। ତେବେ ଆଜି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଭୁବନେଶ୍ବରର ଶଙ୍ଖ ଭବନରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କରି ଅଧ୍ୟକ୍ଷା ଅନାସ୍ଥାକୁ ବିଜେପି କାହିଁକି ଭୟଭିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସେହି ପଞ୍ଚାୟତର ଅନେକ ସରପଞ୍ଚ ତଥା ସମିତି ସଭ୍ୟସଭ୍ୟାମାନେ ଛଅମାସ ତଳେ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଆଣି ଭୋଟ ପାଇଁ ନିବେଦନ କରିଥିଲେ। ହେଲେ ତାହାକୁ ଜାଣିଶୁଣି ଟାଳି ଦିଆଗଲା। ଏ ନେଇ ବିଜେଡି ତରଫରୁ କୋର୍ଟରେ ମାମଲା କରାଗଲା। କୋର୍ଟ ରାୟଦେଲେ ଯେ ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯାଉ। କୋର୍ଟର ରାୟ ପରେ ପ୍ରଶାସନ ସାତ ଦିନ ଭିତର ଅନାସ୍ଥା ଭୋଟ…
ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଏହାଦ୍ୱାରା ଓଡ଼ିଶା ତଥା ଆଭ୍ୟନ୍ତରଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ଏକ ସୁଲଭ ଏବଂ ଆରାମଦାୟକ ସେବା ପାଇପାରିବେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ଅବସସରେ କହିଛନ୍ତି ଯେ, “ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ…
ଭୁବନେଶ୍ବର: ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ…
ଭୁବନେଶ୍ବର: ଆଜି ସଂଧ୍ୟାରୁ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଏଥିପାଇଁ କୌଣସି ଟିକେଟ ବା ପାଶ୍ ର ଆବଶ୍ୟକତା ନାହିଁ। ଏହି ବହୁ ମୂଲ୍ୟର ପ୍ରଦର୍ଶନୀକୁ କେବଳ ପ୍ରବାସୀଙ୍କ ପାଇଁ କରାଯାଇଥିଲା। ହେଲେ ସର୍ବସଧାରଣଙ୍କ ପାଇଁ ପ୍ରବେଶ ନ ଥିଲା। ଆଜି ରାଜ୍ୟ ସରକାର ଏ ନେଇ ନିଷ୍ପତି କରିଛନ୍ତି। ଏଥିସହିତ ପ୍ରତିଦିନ ସଂଧ୍ୟାରେ ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ତାହା ମଧ୍ୟ ଜାରୀ ରହିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ବିଷୟ ରହିଛି। ଯାହା ସମସ୍ତେ ଦେଖିବାର ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଏହାକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କଲେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।
ଭୁବନେଶ୍ବର: ଧିରେ ଧିରେ ଝାରସୁଗୁଡା ରାଜନୀତି ସରଗରମ ହେବାରେ ଲାଗିଛି। କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ରାଜନୀତି ରାଜ୍ୟପାର ହୋଇଛି। ସ୍ବର୍ଗତ ନବଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଗତକାଲି ଅଟକ ରଖିଥିଲା। ସେହିପରି କେତେକ ସମିତ ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ପୋଲିସ ଛତିଶଗଡର ଏକ ହୋଟେଲ ରୁମରେ ଅଟକ ରଖିଛି। ସେମାନେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟରେ ଅଂଶ ଗ୍ରହଣ କରିଥାଆନ୍ତେ। ତେବେ ଆଜି କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଅପେକ୍ଷା କରିଥିଲେ ମଧ୍ୟ କେହି ଆସି ନ ଥିଲେ। ଫଳରେ ଭୋଟ ଗ୍ରହଣ ବନ୍ଦ ହୋଇଯାଇଛି। ଏହାକୁ ନେଇ ସେଠାରେ ବିଜେପି ଏବଂ ବିଜେଡି ମଧ୍ୟରେ ଛକା ପଞ୍ଚା ଲାଗିରହିଛି। ଆଜି ଏ ନେଇ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।…
ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି। ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ଏହି ୮ଟି ପ୍ରକଳ୍ପ ହେଉଛି — ଗୁଣୁପୁର – ଥେରୁବାଲି ନୂଆ ଲାଇନ, ଜୁନାଗଡ଼ – ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ – କେନ୍ଦୁଝର ଗଡ ନୂଆ…
କଟକ: କଟକ ମହାନଗର ନଦୀ ପ୍ରଦୂଷଣ ରୋକିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ଏଣିକି ମହାନଦୀ ପଠାରେ କୌଣସି ପିକ୍ନିକ୍ ହୋଇପାରିବ ନାହିଁ। ଏପରିକି କୌଣସି ପ୍ରକାରର ଇଭେଣ୍ଟ ମଧ୍ୟ ଆୟୋଜନ ହୋଇପାରିବ ନାହିଁ। ନଦୀ ପ୍ରଦୂଷଣ ରୋକିବା ଲାଗି ସିଏମସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ ସିଲଭର ସିଟି ବୋଟ୍ କ୍ଲବ୍ ଠାରୁ କଟକ ଇନ୍ କଟକ ଏବଂ ତଳ ବାଲିଯାତ୍ରା ପଡିଆ ଠାରୁ ଚହଟା ଘାଟ ଯାଏଁ, ମହାନଦୀ ପଠାରେ କୌଣସି ଭୋଜି ଭାତ ଆୟୋଜନ ନକରିବାକୁ ସିଏମସି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଭୁବନେଶ୍ବର: ଆଜି ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ବିମାନ ବନ୍ଦରରୁ ସିଧା ରାଜଭବନ ଆସିଛନ୍ତି। ସେଠାରେ ସେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସେ ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ଉଦଜାପନୀ ଉତ୍ସବରେ ଯୋଗଦେବେ। ଆଜି ରାଷ୍ଟ୍ରପତି ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ଏଥିସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ବିଜେପି ନେତାମାନେ ମଧ୍ୟ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।
ଭୁବନେଶ୍ବର: ତୁଳସୀକ୍ଷେତ୍ର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରର ପାରିପାର୍ଶ୍ଵିକ ପରିବେଶର ଉନ୍ନତୀକରଣ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ବା ପ୍ରସ୍ତୁତି କରାଯାଉଛି ତାହା ଜାଣିବା ପାଇଁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ଜରୁରୀ ଚିଠି ଲେଖି ଜାଣିବାକୁ ଚାହିଁବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ତରବରିଆ କ୍ରମେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସାଶନିକ ଦଳ ମନ୍ଦିର ନିକଟରେ ପହଁଚି ପାରିପାର୍ଶ୍ଵିକ ପରିସ୍ଥିତି କିପରି ରହିଛି ତାହାର କ୍ଷେତ୍ରସମୀକ୍ଷା କରିଛନ୍ତି। ମନ୍ଦିର ମଧ୍ୟରେ ରହିଥିବା କେତେକ ସ୍ଥାନ ଯଥା ସିନ୍ଧୁକ ରଖିବା ସ୍ଥାନ, କାଠ ରଖିବା ଜାଗା, ମନ୍ଦିର ପାଚେରୀକୁ ଲାଗିଥିବା ଉଦ୍ୟାନ, ଚନ୍ଦନ ପୋଖରୀ ନିକଟରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର ମଧ୍ୟରେ କାଠ ଏବଂ ସିନ୍ଦୁକ କିଭଳି ଅନ୍ୟତ୍ର ସ୍ଥାନାନ୍ତର ହେବ ସେ ନେଇ ନିଷ୍ପତି ନିଆଯାଇପାରେ ବୋଲି ଦେବୋତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି ।…
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରି ଗାଁ ନିକଟରେ ଥିବା ଘୋଡ ହାଡ ଡ୍ୟାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ବନଖଣ୍ଡ ଅଧୂନସ୍ଥ ଦିଗପହଣ୍ଡି ବନାଞ୍ଚଳର ଘୋଡାହାଡ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମର ପୋଖରୀ ମାନଙ୍କରେ କୁମ୍ଭୀର ଗଣନା ପ୍ରକିୟା ଆରମ୍ଭ ହୋଇଛି। ଘୋଡାହାଡ ଜଳଭଣ୍ଡାରକୁ ୧० ଭାଗରେ ବିଭକ୍ତ କରାଯାଇ କୁମ୍ଭୀର ଗଣନା ଚାଲିଥିବା ବେଳେ ନିକଟସ୍ଥ ଗ୍ରାମଗୁଡିକରେ ଥିବା ୧୬ଟି ପୋଖରୀକୁ ଚିହ୍ନଟ କରାଯାଇ ଗଣନା ନିମନ୍ତେ ୬ଟି ଟିମ୍ ଗଠନ କରାଯାଇଛି। ଘୋଡ଼ାହାଡ଼ ଜଳଭଣ୍ଡାର ନିକଟରେ କୁମ୍ଭୀର ଗଣନା ପାଇଁ ନିୟୋଜିତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆ ଦିଆଯାଇଥିଲା। ଏସିଏଫ୍ ସସ୍ମିତା ବିଶ୍ଵାଳ ସମସ୍ତ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଦିଗପହଣ୍ଡି ବନାଞ୍ଚଳ ଅଧୂକାରୀ ଦିବ୍ୟରଞ୍ଜନ ସାହୁ ଉପସ୍ଥିତ ଥିଲେ। ବନ ବିଭାଗର ଗଣନା…
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବର୍ମା ନିଜ ଘରେ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି। ନିର୍ବାଚନ କମିଶନ ବର୍ମାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବା ଉଚିତ ଏବଂ ତାଙ୍କ ଘରେ କେତେ ଟଙ୍କା ଅଛି ତାହା ଜାଣିବା ପାଇଁ ତାଙ୍କ ଘରେ ଚଢାଉ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ନେତାମାନେ ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟିଥିଲେ। ସେ ପରବେଶ ବର୍ମାଙ୍କ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। କେଜରିୱାଲ କହିଛନ୍ତି ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଭୋଟ ଜାଲିଆତି କରିବାକୁ ବିଜେପି ଚେଷ୍ଠା କରୁଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ରୁ ଜାନୁଆରୀ…

