Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବୀମା କମିଟି (SLIC)ର ପ୍ରଥମ ସମ୍ମିଳନୀ ୧୫ ଜାନୁଆରୀ ୨୦୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ  ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର୍ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ ହୋଇଥିଲା। ସେ ତାଙ୍କ ଉଦବୋଧନରେ ରାଜ୍ୟ ସ୍ତରୀୟ ବୀମା କମିଟି (SLIC) କୁ  IRDAI, ରାଜ୍ୟ ସରକାର ଓ ବୀମା କମ୍ପାନୀମାନଙ୍କର ଏକ ତ୍ରିପାକ୍ଷିକ ସଂସ୍ଥାଗତ ବ୍ୟବସ୍ଥା ଭାବେ କାମ କରିବା ପାଇଁ ଉତ୍ସାହିତ କରିଥିଲେ । ବ୍ୟାଙ୍କିଂ କ୍ଷେତ୍ରରେ SLBC ପରି ବୀମା କ୍ଷେତ୍ରରେ SLIC କୁ  ସର୍ବୋତ୍ତମ ମାନଦଣ୍ଡ ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହି କମିଟି ରାଜ୍ୟର ବୀମା କଭରେଜ୍ ର  ଅବସ୍ଥା ମୂଲ୍ୟାଙ୍କନ କରି ୨୦୩୬ ସୁଧା ସମସ୍ତଙ୍କ ପାଇଁ ବୀମା ସୁବିଧା ଲକ୍ଷ୍ୟ ହାସଲ ପାଇଁ ବିହିତ ପଦକ୍ଷେପ ନେବ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ…

Read More

ଭୁବନେଶ୍ୱର: ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜନସାଧାରଣ ଏଚ୍‌ଏମ୍‌ପିିଭି ଭୂତାଣୁ ନେଇ ବିଚଳିତ କିମ୍ବା ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି । ଅଦ୍ୟାବଧି ଏଚ୍‌ଏମ୍‌ପିଭିର କୌଣସି ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହୋଇନାହିଁ । ତା’ ସତ୍ତ୍ୱେ ଓଡ଼ିଶା ସରକାର ସମସ୍ତ ପରିସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଇଡିଏସ୍‌ପି, ଏନ୍‌ସିଡିସି (Integrated Disease Surveillance Programme, National Centre for Disease Control) (IDSP – NCDC)ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ,…

Read More

ପୁରୀ: ପୌଷପୂର୍ଣ୍ଣିମା ଅବସରରେ ପରମ୍ପରାନୁସାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଉତ୍ସବ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପୂର୍ବରୁ ବରୁଣ ପୂଜା, ବର୍ଧନ ପୂଜା, କଳସ ପୂଜା, ଓ ରାମାଭିଷେକ ପଟି ପୂଜା ସହ ଅନ୍ୟାନ୍ୟ ପାରମ୍ପରିକ ନୀତି ବିଧାନ ହୋଇଥିଲା। ଗଜପତିଙ୍କ ଅଭିଷେକ ପ୍ରାରମ୍ଭରେ ଅଭିମନ୍ତ୍ରିତ ଜଳ ଦ୍ୱାରା ସ୍ନାନ, ମନ୍ତ୍ର ଉଚ୍ଚାରଣ ସହ ନୂଆ ପଇତା ଲାଗିବା ହୋଇଥିଲା। ଏହାରେ ଷୋଳ ଶାସନରୁ ଆସିଥିବା ବ୍ରାହ୍ମଣମାନେ ଉପସ୍ଥିତ ରହି ଗଜପତିଙ୍କୁ ଗୁଆ, ନଡ଼ିଆ, ଓ ପଇତା ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ରାଜ ପୁରୋହିତ ସହ ଅନ୍ୟ ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଗଜପତିଙ୍କ ଶୁଭ ଏବଂ ମଙ୍ଗଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଗଜପତି ମହାରାଜ ପାରମ୍ପରିକ ଗଜପତି ପୋଷାକରେ ସିଂହାସନ ଆରୋହଣ କରି ରାଜ୍ୟର ଶୁଭ ଓ ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପରମ୍ପରାଗତ ରୀତିନୀତି ସହ…

Read More

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରାଯିବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ୨୦୨୪-୨୫ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ। ଏହି ନୀତି ଆଞ୍ଚଳିକ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ ପାଠ୍ୟକ୍ରମର ପ୍ରସ୍ତୁତି ଓ ମଜବୁତ ଶିକ୍ଷା ବ୍ୟବସ୍ଥା ଗଠନ ହେବ ବୋଲି ଆଶା କରାଯାଇଛି। ପ୍ରଥମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଐତିହ୍ୟ, ସଂସ୍କୃତି, ଓ ମହାପୁରୁଷମାନଙ୍କ ଜୀବନୀ ଉପରେ ଅଧିକ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଏହା ପଢ଼ାଯିବ। ଏହି ମାଧ୍ୟମରେ ସେମାନେ ଅନୁସନ୍ଧାନ, ନବସୃଜନ, ଏବଂ ବ୍ୟବହାରିକ ଶିକ୍ଷା ଉପରେ ଗଭୀର ଅଭିଜ୍ଞତା ଅର୍ଜନ କରିପାରିବେ। ନୂତନ ଶିକ୍ଷା ନୀତି ମଧ୍ୟ ଶିଳ୍ପ ଇଣ୍ଟର୍ନସିପ୍ ମାଧ୍ୟମରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପ୍ରତି ଧ୍ୟାନ ଦେବ। ଏହା ଚାକିରିକୁ ଦୃଷ୍ଟିରେ…

Read More

ଭୁବନେଶ୍ବର: ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦକୁ ସମାଧାନ କରାଯାଇଛି ଏବଂ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ।ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜି ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିର ମନିଟରିଂ କରାଯିବ ଏବଂ ବିବାଦର ତଦନ୍ତ କରାଯିବ। ADM ତଦନ୍ତ କରି ଏହାର ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହି ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି, ଯେଉଁମାନେ ବିଶୃଙ୍ଖଳା କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେକ୍ସନ ୩୨ ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହା ସହିତ, ସୋ କଜ୍ ନୋଟିସ ମଧ୍ୟ ଜାରି କରାଯିବା ସହ ସେବା ପୂଜାରୁ ନିବୃତ୍ତ କରାଯିବ। ଯଦି ଦରକାର, ସେକ୍ସନ ୬୮ ନିୟମ ଅନୁସାରେ ସେବା ପୂଜା ପାଇଁ ଦିଆଯାଇଥିବା ଜମିକୁ ଫେରାଇ…

Read More

ଭୁବନେଶ୍ବର: ଯାଜପୁର ଅଞ୍ଚଳର ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଛି। ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ ଚାଲିଛି। ଏହି ସମାରୋହରେ ୧୭ଟି ଦେଶର ପ୍ରାୟ ୧,୫୦୦ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସନ୍ନ୍ୟାସୀ ଭାଗ ନେଇଛନ୍ତି। ଓଡ଼ିଶାରେ ବୌଦ୍ଧ ସମ୍ପଦ ଏବଂ ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି। ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ। ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନନ୍ତି। ଏହି ସ୍ଥାନଗୁଡ଼ିକ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଉପରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ଘନ କୁହୁଡି ବଳୟ ଦେଖିବାକୁ ମିଳିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ଯେଲୋ ଆଲର୍ଟ ଜାରି କରାଯାଇଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିପଡ଼ିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଶୂନ୍ୟ ଦୃଶ୍ୟମାନତା (ଜିରୋ ଭିଜିବିଲିଟି) ଦେଖାଯାଇପାରେ। ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହେବ। ୧୭ ତାରିଖରୁ ଖରା ଶୀତର ସମ୍ଭାବନା ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୭ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ। ଉପାନ୍ତ ଅଞ୍ଚଳରୁ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର ପଶ୍ଚିମା ପବନର ପ୍ରଭାବ ବଢ଼ିବ ବୋଲି ଅନୁମାନ କରିଛି। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭବ ହେବ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ,…

Read More

ନୂଆଦିଲ୍ଲୀ: ରାଜ୍ୟର ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏହି ବର୍ଦ୍ଧିତ ଭତ୍ତା ବିତରଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ। ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା…

Read More

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାହା ନିଷ୍ପତି ହୋଇଯାଇଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ବାଛିବା ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ତାଙ୍କର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେଣୁ ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ। ସେ ପୁଣି କହିଛନ୍ତି ଯେ, କେବଳ ସଭାପତି ନୁହେଁ, ଓଡିଶା କଂଗ୍ରେସର ଏକ ନବକଳେବର ହେବ। ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହାପରେ ଓଡିଶା କଥା ବିଚାର କରାଯାଇ ଘୋଷଣା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ରହିଛି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନ ଭରିଛନ୍ତି। ଏହି ଆସନରୁ ସେ ତିନି ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିୱାଲ୍ । ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ନୂଆଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ପ୍ରବେଶ ୨୦୧୪ ଓ ୨୦୧୯ରେ ବିଜେପିର ସାଂସଦ ନିର୍ବାଚିତ ହୋଇଥିଲେ। ସେପଟେ…

Read More

ଭୁବନେଶ୍ବର: ଅତ୍ୟାଧୁନିକ ଶିକ୍ଷିତ ପୁଅମାନେ ଅତିମାତ୍ରାରେ ଆତ୍ମକୈନ୍ଦ୍ରିକ ହୋଇ : ଜୀବିକା ନିର୍ବାହ କରିବା ଆଳରେ, ବିଦେଶରେ ରହିବାକୁ ପସନ୍ଦ ମନେ କରନ୍ତି । ଫଳରେ ବ୍ୟକ୍ତିଗତ ସ୍ୱାର୍ଥ ନିକଟରେ ପାରିବାରିକ ସଂପର୍କ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼େ। ଯେଉଁ ବାପା, ମା’, ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ସୁନେଲା ସ୍ୱପ୍ନ ଦେଖିଥା ନ୍ତି ସମୟାନୁକ୍ରମେ ସେ ସ୍ୱପ୍ନ ଧୂଳିସାତ ହୋଇଯାଏ। ସେହି ସବୁ ଅତ୍ୟାଧୁନିକ ଉଚ୍ଚ ଶିକ୍ଷିତ ଯୁବକମାନେ ବାପା ମା’ଙ୍କୁ ସେମାନଙ୍କ ବୋଝ ବୋଲି ଭାବି ନିଅନ୍ତି । ସେହିସବୁ ବାପ, ମା’ ମାନେ ସ୍ତ୍ରୀକୁ ହରେଇଥିବା ରମାପଦ ରାୟ ଓ ସ୍ୱାମୀଙ୍କୁ ହରେଇଥିବା ଝରଣା ଦାସ ମାନେ ହୋଇପାରନ୍ତି । ଏମାନଙ୍କ ଏକଲା ଜୀବନ କେତେ ଯେ ଦୁବିସହ, ସେ କଥା ବିଦେଶରେ ଥିବା ପିଲାମାନେ ବୁଝିପାରନ୍ତି ନାହିଁ । ସେମାନଙ୍କ ବ୍ୟାଧଗ୍ରସ୍ଥ ଜୀବନ ପ୍ରତି ସମ୍ବୋଧନଶୀଳ ନ ହୋଇ ବରଂ ଡାକ୍ତରଙ୍କୁ କୁହନ୍ତି ସେମାନଙ୍କୁ ମାରିଦେବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଆଜି ସେନା ଦିବସରେ, ଆମେ ଭାରତୀୟ ସେନାର ଅସୀମ ସାହସକୁ ସାଲ୍ୟୁଟ୍ କରୁଛୁ, ଯାହା ଆମ ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବରେ ଛିଡା ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଭାରତୀୟଙ୍କ ନିରାପତ୍ତାକୁ ନିଶ୍ଚିତ କରୁଥିବା ସାହସୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମଧ୍ୟ ଆମେ ମନେ ରଖିଛୁ…

Read More

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ 9A କୋଟଲା ରୋଡ୍, ନୂଆଦିଲ୍ଲୀକୁ ଆଜି  ସ୍ଥାନାନ୍ତରିତ କରିଛି। ଆଗରୁ 47 ବର୍ଷ ଧରି 24 ଆକବର ରୋଡରେଏହି କାର୍ଯ୍ୟାଳୟ ଚାଲିଥିଲା। ଯାହା 139 ବର୍ଷର ଏହି ପୁରୁଣା ଦଳର ଅନେକ ସାକ୍ଷୀ ଏହି ପୁରୁଣା କୋଠାରେ ରହିଛି। ବହୁ ଇତିହାସ ଏହି ପୁରୁଣା କୋଠାରେ ସୃଷ୍ଟି ହୋଇଛି। ହେଲେ ଆଜି ସେହି ସ୍ଥାନରୁ କଂଗ୍ରେସ ତାହାର ଅଫିସକୁ ସ୍ଥାନାନ୍ତରିତ କରିଛି। କଂଗ୍ରେସ ସାଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ପଞ୍ଚମ ତଳ ବିଶିଷ୍ଟ ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଯାହା କି ଏହି ପ୍ରଚୀନ ଦଳର ଏକ ନୂତନ ଅଧ୍ୟାୟ ଲେଖିବ। ଦଳ ଏପରି ଏକ ସମୟରେ ନିଜ ଅଫିସ ସ୍ଥାନାନ୍ତରିତ କରିଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ ଫେବ୍ରୁଆରୀ 5ରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି କୋଠାର ନାମ ଇନ୍ଦିରା ଭବନ ରଖାଯାଇଛି। ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ସୋନିଆଙ୍କ ସହିତ,…

Read More

ନୟାଗଡ: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନୟାଗଡ଼ ଜିଲାର ୬ଟି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାପୁର ବ୍ଲକର ବେଗୁନିଆଁ, ରଣପୁର ବ୍ଲକର ଶ୍ୟାମଘନପୁର, ଖଣ୍ଡପଡା ବ୍ଲକର ତେନ୍ତୁଳିଆପଲ୍ଲୀ, ସିଧାମୂଳା, ଗଣିଆ ବ୍ଲକର ୱାଲିପୁର, ଦଶପଲ୍ଲା ବ୍ଲକର ସରିଗଣ୍ଡା ପ୍ରଭୃତି ଗ୍ରାମରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ଶତାଧିକ ଛୋଟବଡ଼ ଦୋକାନ ବସିଥିଲା ବେଳେ ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ଗ୍ରାମବାସୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ବ୍ୟବସ୍ଥା କରାଯାଇଛି। ମେଳା ଦେଖିବା ନିମନ୍ତେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସେହିଭଳି, ଜିଲ୍ଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୂଳର ଲଡ଼ୁବାବା, ଝାମୁପାଟଣା ଦୂତୀକେଶ୍ବର, ରଣପୁର ଜଗନ୍ନାଥ ମନ୍ଦିର , ନୟାଗଡ ଜଗନ୍ନାଥ ମନ୍ଦିର,ଦଶପଲ୍ଲାର ମହାବୀର ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ପୂଜାନୀତି କରାଯାଇଛି ।

Read More

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି । ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ । ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ । ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି । ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ…

Read More

ଭୁବନେଶ୍ବର: ଦୀର୍ଘ ତିନିଦିନ ଧରି ପ୍ରଭୃ ଲିଙ୍ଗରାଜଙ୍କ ପୂଜା ବନ୍ଦ ରହିଛି। ଠାକୁରେ ମକର ମଣ୍ଡପରେ ତିନିଦିନ ଧରି ବସି ରହିଛନ୍ତି। ଭକ୍ତମାନେ ଦର୍ଶନ କରିବାକୁ ମନ୍ଦିରକୁ ଯାଉଥିଲେ ମଧ୍ୟ ପ୍ରଭୃଙ୍କ ପୂଜା ହୋଇ ନାହିଁ ଜାଣିବା ପରେ ଅସନ୍ତୁଷ୍ଠ ବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହି ବିବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ, ଏହାକୁ ନେଇ ବିରୋଧୀ ରାଜନୀତି ରୁଟି ସେକୁଛନ୍ତି। ହେଲେ ଏହାକୁ ଆମେ କେବେ କରିବାକୁ ଦେବୁ ନାହିଁ। ଏହାର ଖୁବ ଶିଘ୍ର ସମାଧାନ ହେବ। ଯେଉଁମାନେ ରୁଟି ସେକୁଛନ୍ତି ଦୟାକରି ତାହା ବନ୍ଦ କରନ୍ତୁ ବୋଲି ମନ୍ତ୍ରୀ ଧମକ ଦେଇଛନ୍ତି।

Read More

ଭୁବନେଶ୍ବର: ଏ ପର୍ଯ୍ୟନ୍ତ ପ୍ରଭୃ ଲିଙ୍ଗରାଜଙ୍କ ପୂଜା ହୋଇପାରିଲା ନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୃ ଲିଙ୍ଗରାଜ ପୂଜା ନ ହୋଇ ଦର୍ଶନ ଦେଉଛନ୍ତି। ଗତକାଲି ମକର ସଂକ୍ରାନ୍ତି ପରି ଦିନରେ ମଧ୍ୟ ଠାକୁର ଅପୂଜା ରହିଲେ। ଫଳରେ ଭକ୍ତମାନଙ୍କ ମଧ୍ୟରେ ଏହା ଗଭୀର ଆଘାତ ଦେଇଛି। ତେବେ ଏ ନେଇ ଆଜି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଏକ ବୈଠକ ବସିଥିଲା। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲାପାଳ ଏବଂ କେତେକ ସେବାୟତ ଯୋଗଦେଇଥିଲେ। ଏଥିରେ ସେମିତି କିଛି ନିଷ୍କର୍ଷ ବାହାରିପାରିଲା ନାହିଁ। ତେବେ ଆଜି ସଂଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସି ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବୈଠକ ନେଇ ମନ୍ତ୍ରୀ କହିଛନ୍ତି ଯେ,ଏବେ ଯେଉଁ ବିବାଦ ଦାଖାଦେଇଛି ତାହାର ସମାଧାନ ପାଇଁ ସତ୍ବଲିପିରେ କେତେକ ପରିବର୍ତ୍ତନ ଆବଶ୍ୟକ ରହିଛି। ତାହାକୁ ପରିବର୍ତ୍ତନ କରିବା ପାଇଁ ଏକ…

Read More

ଭୁବନେଶ୍ବର: ଓଡିଶା ବିଜେପିରେ କିଏ ହେବ ସଭାପତି। ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ଏହି ଜାନୁଆରୀ ମାସରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ପୂର୍ବରୁ କୁହାଯାଇଛି। ହେଲେ ମାସର ପନ୍ଦର ଦିନ ବିତିବାକୁ ଯାଉଥିବା ବେଳେ ସଭାପତି କିଏ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ଚର୍ଚ୍ଚା ଭିତରେ ବର୍ତ୍ତମାନ ଦୁଇ ଜଣଙ୍କ ନାମ ଆଗକୁ ଆସିଛି। ସେ ହେଉଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ ଏବଂ ଉପସଭାପତି ଗୋଲକ ମହାପାତ୍ର। ତେବେ ଗୋଲକ ସଭାପତି ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସେ ବାବା ବାଗେଶ୍ବରଙ୍କୁ ପୁରୀରେ ଭେଟିବା ନେଇ ବଡ ଆଲୋଚନା ଚାଲିଛି। ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ବାଗେଶ୍ୱର ଧାମର ବାବା ଧିରେନ ଶାସ୍ତ୍ରୀ। ତାଙ୍କୁ ପୁରୀରେ ସାକ୍ଷାତ କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ତେବେ ତାଙ୍କର ସାକ୍ଷାତ ଭିନ୍ନ ହୋଇଥିଲେ ମଧ୍ୟ ଆଗକୁ ସଭାପତି…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ସକାଳୁ ସ୍ନାନ ବା ବୁଡ ପକାଇଲେ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ବିଭିନ୍ନ ପବିତ୍ର ନଦୀ ବା ପୁଷ୍କରଣୀରେ ଏହି କାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳାଷ ଯେଉଁଠାକୁ ହଜାରହଜାର ସଂଖ୍ୟାର ଭକ୍ତମାନେ ଏକାଠି ହୋଇ ବୁଡ ପକାଇଛନ୍ତି। ତେବେ ସେହି ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପବିତ୍ର ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମକର ସ୍ନାନ କରୁଛନ୍ତି । ସେ ସକାଳୁ ଆସି ନଦୀରେ ସ୍ନାନ କରିବା ସହିତ ବିଭିନ୍ନ ପୂଜା ମଧ୍ୟ କରିଛନ୍ତି। ଏହି ଉପଲକ୍ଷେ ସେଠାରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିବର୍ଷ ଏହି ମକର ସଂକ୍ରାନ୍ତିରେ ସେ ଏହି ମକର ସ୍ନାନ କରିଥାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ଭାବେ…

Read More

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ । ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି। ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ।…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ଦେବଦେବ ମହାଦେବଙ୍କ ନିକଟରେ ମକର ଚାଉଳ ଲାଗି କରାଯାଏ। ତେବେ ଏହାକୁ ନେଇ ପ୍ରଭୃ ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ଲାଗିଛି ବିବାଦ। ଫଳରେ ଗତକାଲି ରାତି ଆଠଟାରୁ ପ୍ରଭୃଙ୍କ ପୂଜା ନୀତି ଆଜି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି। ଘଟଣାରୁ ଜଣାପଡିଛି ଯେ,ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହୋଇଥିଲେ। ସେଠାରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ।ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି…

Read More