Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଭାଷାର ପୁସ୍ତକଗୁଡିକୁ ଡିଜିଟାଲ-ଫର୍ମକୁ ଆଣିବାପାଇଁ ଭରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା
ଆଜିର ଖବର

ବିଭିନ୍ନ ଭାଷାର ପୁସ୍ତକଗୁଡିକୁ ଡିଜିଟାଲ-ଫର୍ମକୁ ଆଣିବାପାଇଁ ଭରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା

February 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
budgetGFX
ବିଭିନ୍ନ ଭାଷାର ପୁସ୍ତକଗୁଡିକୁ ଡିଜିଟାଲ-ଫର୍ମକୁ ଆଣିବାପାଇଁ ଭରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା

Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍  ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ।

ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି।

ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି।  ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସୁଗମ କରିବା ପାଇଁ ୨୦୧୪ ପରେ ଆରମ୍ଭ ହୋଇଥିବା ୫ ଆଇଆଇଟିରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବ । ଆଇଆଇଟି, ପାଟନାରେ ହଷ୍ଟେଲ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷମତା ମଧ୍ୟ ବୃଦ୍ଧି କରାଯିବ ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ଲକ୍ଷ୍ୟରେ, ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପାଇଁ ଡିଜିଟାଲ୍ ଫର୍ମରେ ଭାରତୀୟ ଭାଷା ପୁସ୍ତକ ଯୋଗାଇବା ସକାଶେ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତୀୟ ଭାଷା ପୁସ୍ତକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ମେକ୍‍ ଫର୍‍ ଇଣ୍ଡିଆ, ମେକ ଫର୍‍ ଓ୍ବାର୍ଲ୍ଡ ସାମଗ୍ରୀ ଉତ୍ପାଦନ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ଆର୍ନ୍ତଜାତିକ ବିଶେଷଜ୍ଞ ଏବଂ ସହଭାଗୀତାରେ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି।  ଏହି ସହଭାଗୀତା ପାଠ୍ୟକ୍ରମ ଡିଜାଇନ୍, ପ୍ରଶିକ୍ଷକଙ୍କ ତାଲିମ, ଏକ ଦକ୍ଷତା ପ୍ରମାଣୀକରଣ ଢାଞ୍ଚା ଏବଂ ନିୟମିତ ସମୀକ୍ଷାକୁ ଅନ୍ତର୍ଭୁକ୍ତ କରିବ ।

ମୋଟ ୫୦୦ କୋଟି ଟଙ୍କା ବ୍ୟୟ ବରାଦରେ ଶିକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ।

ବଜେଟ୍ ଉପସ୍ଥାପନ କରିବାବେଳେ, ଶ୍ରୀମତୀ ନିର୍ମଳା ସୀତାରମଣ ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ଗବେଷଣା, ବିକାଶ ଏବଂ ଅଭିନବ ପ୍ରୟୋଗ ପାଇଁ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ, ପିଏମ୍ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ, ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଅନୁସନ୍ଧାନ ପାଇଁ ଦଶ ହଜାର ଫେଲୋସିପ୍ ପ୍ରଦାନ କରିବାକୁ ମଧ୍ୟ ବଜେଟରେ ପ୍ରସ୍ତାବ ଅଛି।

budget Budget25 ବଜେଟ ବଜେଟ 2025 ଶିକ୍ଷା ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026
Latest News

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.