Author: Samikhsya Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଥିଲେ। ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନାଭିମୁଖୀ କାଯ୍ୟକ୍ରମଗୁଡି଼କୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ରେ ବଜେଟ 2024-25 ମୁତାବକ ଅଦ୍ୟାବଧି ହୋଇଥିବା ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଯେଉଁ ସବୁ ବିଭାଗ ରେ ଅଦ୍ୟାବଧି ଖର୍ଚ୍ଚ କମ ହୋଇଛି, ସେହିସବୁ ବିଭାଗକୁ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସମସ୍ତ ବିଭାଗ ମାନଙ୍କୁ ମଧ୍ୟ ଅନୁରୂପ ଭାବେ ଆଗାମୀ ବଜେଟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଖର୍ଚ୍ଚ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଉନ୍ନତି,…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡିଶା ପୋଲିସ୍ ପାଇଁ ଥିବା ତିନୋଟି ପ୍ରମୁଖ ଆହ୍ୱାନ ଯଥା- ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକର ଆଲୋଚନାରୁ ଜଣା ଯାଇଛି ଯେ ରାଜ୍ୟରେ ବର୍ତ୍ତମାନ 2198 ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ 2 ହଜାର ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ମହାସ୍ନାନ ସମେତ ବିଭିନ୍ନ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ମହାକୁମ୍ଭ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଉତ୍ତର କେନ୍ଦ୍ରୀୟ ଜୋନ୍ ସାଂସ୍କୃତିକ କେନ୍ଦ୍ର, ପ୍ରୟାଗରାଜ ପକ୍ଷରୁ ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶାର ‘ରୁଦ୍ରାକ୍ଷ ଫାଉଣ୍ଡେସନ’କୁ  ପ୍ରଥମ ଦିନରେ ଗଙ୍ଗା ମଞ୍ଚ, ପ୍ୟାରେଡ୍ ଗ୍ରାଉଣ୍ଡ ସେକ୍ଟର-୧ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ଅନନ୍ୟ ସୁଯୋଗ ମିଳିଥିଲା । ‘ରୁଦ୍ରାକ୍ଷ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ “ଗଙ୍ଗାବତାରମ୍” ନୃତ୍ୟ ପରିବେଷଣ ଉପସ୍ଥିତ ଲକ୍ଷ ଲକ୍ଷ  ଶ୍ରଦ୍ଧାଳୁମାନଙ୍କୁ ମନ୍ତ୍ରମୁଗ୍ଧ  କରିଥିଲା । ମହାକୁମ୍ଭ ଭଳି ଏକ ବୃହତ ମେଳାରେ ଓଡ଼ିଶାର ରୁଦ୍ରାକ୍ଷ ଫାଉଣ୍ତେସନକୁ ପରିବେଷଣର ସୁଯୋଗ ମିଳିବା ଆମ ପାଇଁ  ଅତ୍ୟନ୍ତ ଗର୍ବ, ଗୌରବ, ସୌଭାଗ୍ୟ ଏବଂ ଆନନ୍ଦର କଥା  ବୋଲି…

Read More

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କଠାରେ ଭରପୁର ପ୍ରତିଭା ରହିଛି। ଏଣୁ ସେମାନଙ୍କଠାରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରକାଶ ପାଇଁ ପ୍ରୋତ୍ସାହନ ଯୋଗାଇବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଏ ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟ, ଜଟଣୀର ଛାତ୍ରାଛାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ନୈସର୍ଗିକ ଶୋଭାରାଜି ଦେଖିବା ପରେ ଅଭିଷେକ ହଲ୍‌ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଦୁଇ ଜଣ ଛାତ୍ର / ଛାତ୍ରୀ ନିଜ ଦ୍ୱାରା ଆଙ୍କିତ ରାଜ୍ୟପାଳଙ୍କ ଫଟୋଚିତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ଓ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ବେହେରାଙ୍କ ଜରିଆରେ ରାଜ୍ୟପାଳ ପିଲାମାନଙ୍କର କୁଶଳ ଜିଜ୍ଞାସା…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରେମୁଣାର ପୂର୍ବତନ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛନ୍ତି। ରେମୁଣାର ପୂର୍ବତନ ବିଧାୟ ସୁଧାଂଶୁ ଶେଖର ପରିଡାଙ୍କ ଉପରୁ ଏହି ପ୍ରତ୍ୟାହାର ଆଦେଶ ଲାଗୁ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଳିୟ ବିଜ୍ଞପ୍ତି କୁହାଯାଇଛି। ସୁଧାଂଶୁ ଶେଖର ପୂର୍ବରୁ 2019 ମସିହାରେ ବିଜେଡି ଟିକେଟରୁ ରେମୁଣା ବିଧାୟକ ହୋଇଥିଲେ। ହେଲେ ଦଳ ଗତ 2024 ନିର୍ବାଚନରେ ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କ ପରିବର୍ତ୍ତେ ବିଦ୍ୟା ସ୍ମିତା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିଲା, ଯେ କି ହାରିଯାଇଥିଲେ। ସୁଧାଂଶୁ ସ୍ବାଧୀନ ବିଧାୟକ ଭାବେ ଲଢିବାରୁ ଦଳ ତାଙ୍କୁ ନିଲମ୍ବନ କରିଥିଲା। ବର୍ତ୍ତମାନ ସେ ପୁଣି ଥରେ ଦଳକୁ ଫେରିଆସିଛନ୍ତି।

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବିଜେପି ନେତାମାନେ ନବ ଦାସ ପରିବାରଙ୍କୁ ଏକ ପ୍ରକାରର ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଦୁଇ ବର୍ଷ ତଳେ ଠିକ ଏହି ଜାନୁୟାରୀରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ହତ୍ୟାକୁ ନେଇ ପ୍ରଥମ ଦିନରୁ ବିଜେପି ସନ୍ଦେହ କରିଆସୁଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର ଏହାର ତଦନ୍ତକୁ ଠିକରେ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ। ବର୍ତ୍ତମାନ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ଅଛି। ଏପରି କ୍ଷେତ୍ରରେ ପୁଣି ବିଜେପି କହୁଛି ଯେ, ନବ ଦାସଙ୍କ ଝିଅ ଦୀପାଳି ଦାସ ସରକାରଙ୍କୁ ଲେଖିକି ଦେଲେ ସିବିଆଇ ତଦନ୍ତ ହେବ। ଏହା କେଉଁ ଆଇନରେ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏତବଡ ଘଟଣାକୁ…

Read More

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ‘ଧର୍ମ, ଇତିହାସ ଏବଂ ପରିଚୟ: ମେକିଂ ଅଫ୍ ହେରିଟେଜ୍-ସ୍କେପ୍ ଅଫ୍ ସେକ୍ରେଡ୍ ସିଟି’ ଉପରେ ଏକ ବକ୍ତବ୍ୟର ଆୟୋଜନ କରିଛି। ନେଦରଲ୍ୟାଣ୍ଡର ଲେଡେନ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଳୟ କାନୁନଗୋ ଏହି ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବରୁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିବା ପ୍ରଫେସର କାନୁନଗୋଙ୍କର ଧର୍ମ ଏବଂ ରାଜନୀତି, ହିନ୍ଦୁ ଧର୍ମ / ଜନସାଧାରଣ ହିନ୍ଦୁ ଧର୍ମ, ହିନ୍ଦୁ ଜାତୀୟତା, ସହରୀକାରଣ ଏବଂ ଧର୍ମ, ଭାରତୀୟ ଗଣତନ୍ତ୍ର, ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଇତିହାସ ଓଡିଶା, ହିନ୍ଦୁ ଦେଶ ଏବଂ ଭାରତ-ଚୀନ୍ ସଂଯୋଗ ଆଦି ବିଷୟ ଉପରେ ସମୃଦ୍ଧ ଜ୍ଞାନ ଓ ଅଭିଜ୍ଞତା ରହିଛି। ପ୍ରଫେସର କାନୁନଗୋ ତାଙ୍କ ବକ୍ତବ୍ୟରେ କହିଛନ୍ତି: “ଐତିହ୍ୟ ହେଉଛି ଏକାଧିକ ଅର୍ଥ ଏବଂ ପ୍ରକାଶ ସମ୍ବଳିତ ଏକ ଜଟିଳ ଏବଂ ବିବାଦୀୟ ଧାରଣା। ପୁରାତନ କାଳ ଠାରୁ ଆରମ୍ଭ କରି…

Read More

ଭୁବନେଶ୍ବର: ଆଉ କିଛିଦନି ପରେ ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରଣ ହେବ। ଏହା ପୂର୍ବରୁ ଏହି ହତ୍ୟାକାଣ୍ଡ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତାହା ହେଉଛି ଘଟଣା ଦିନ ଗୋଟିଏ ନୁହେଁ ବହୁ ବନ୍ଧୁକର ବ୍ୟବହାର ହୋଇଛି। ତେବେ କେତୋଟି ବନ୍ଧୁକ ତାହା ଜଣା ପଡି ନ ଥିଲେ ମଧ୍ୟ ସେଠାରେ ଗୋଟିଏ ବନ୍ଧୁକ ବ୍ୟବହାର ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ ଫରନେସିକ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ, ସେହିଦିନ ହତ୍ୟାକାରୀ ଗୋପାଳ ଦାସଙ୍କ ବନ୍ଧୁକରେ ତିନିଟି ଗୁଳି ଥିଲା। ତାହାର ଗୋଟିଏ ଗୁଳି ଠିକରେ ବାଜି ନ ଥିଲା, ଗୋଟିଏ ଗୁଳି ବ୍ଲାଙ୍କ ଫାଇରିଂ ହୋଇଥିଲା। ତେବେ ଅନ୍ୟ ଗୁଳିର ଖୋକା ଏ ପର୍ଯ୍ୟନ୍ତ ମିଳି ନାହିଁ। ଫଳରେ ନବ ଦାସଙ୍କୁ କିଏ ହତ୍ୟା କଲା ବୋଲି…

Read More

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥରମନ୍ ସନମୁଗରତ୍ନମ୍ ଆଜି ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ। ଏହାର ମୂଲ୍ୟ…

Read More

ଭୁବନେଶ୍ୱର: ଆଲୁମିନିୟମ ଓ ତମ୍ବାରେ ବିଶ୍ୱରେ ଅଗ୍ରଣୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ଫ୍ଲାଏ ଆଶ୍‍ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ ନିମନ୍ତେ ଏକ ୫-ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛି । କମ୍ପାନୀ ମଧ୍ୟ ଫ୍ଲାଏ ଆଶ୍‍ ବୋଝେଇ ସ୍ଥଳ ନିକଟରେ ଦୁଇଟି ବଲ୍‍କର ରିଚାର୍ଜ ଷ୍ଟେସନ ଉଦଘାଟନ କରିଛନ୍ତି, ଯାହା ଏହାର ଇଚ୍ଛିହାସରେ ଏହିଭଳି ପ୍ରଥମ ପଦକ୍ଷେପ ହୋଇଛି । ବିଦ୍ୟୁତ୍‍ଚାଳିତ ଯାନ ବ୍ୟବହାରର ଫଳସ୍ୱରୂପ କମ୍ପାନୀ ୩୫୦୦ ଟନ୍‍ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା ଆଶା ରଖିଛି, ଏବଂ ଏହା ପରିବହନ ଖର୍ଚ୍ଚ ବାବଦରେ ୧.୫ କୋଟି ଟଙ୍କା ସଞ୍ଚୟ କରିବାରେ ସହାୟକ ହେବ। ଏଥିସହିତ ଦୀର୍ଘସ୍ଥାୟିତା ଏବଂ କାର୍ବନ ନ୍ୟୁଟ୍ରାଲିଟି ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱସ୍ତରରେ ପ୍ରୟାସର ଅଂଶ ଭାବରେ ଆଦିତ୍ୟ ଆଲୁମିନିୟମ ତ୍ୱରିତ ଭାବରେ ତାହାର ଡିଜେଲ ଯାନଗୁଡିକ ସ୍ଥାନରେ ଇଭି ବ୍ୟବହାର କରିବାକୁ…

Read More

ଭୁବନେଶ୍ବର: ବସନ୍ତ ନାୟକ ଫାଉଣ୍ଡେସନ – ଓଡ଼ିଆ ସିନେମା ଜଗତ ର କିମ୍ବଦନ୍ତୀ, ସର୍ବକାଳୀନ ଶ୍ରେଷ୍ଠ ସିନେନିର୍ମାତା ସ୍ବର୍ଗତ ବସନ୍ତ ନାୟକଙ୍କ ସ୍ମୃତି ସ୍ମାରକୀ ଅନୁଷ୍ଠାନ। ଓଡ଼ିଆ ସିନେମା, ସଂସ୍କୃତି, ସଂଗୀତ ଓ ସାହିତ୍ୟରେ ସୃଜନତା ଏବଂ ନୂତନତା ସ୍ପର୍ଶ ନିମନ୍ତେ ସମ୍ପର୍ପିତ ଏ ଅନୁଷ୍ଠାନ। ସ୍ବର୍ଗତ ବସନ୍ତ ନାୟକ ଜନ୍ମଦିବସ ଜାନୁଆରୀ ୧୬ ତାରିଖରେ ପାଳନ ଅବସରରେ ବସନ୍ତ ନାୟକ ଫାଉଣ୍ଡେସନ ପ୍ରତିବର୍ଷ ପ୍ରଦାନ କରିଆସୁଛି “ବସନ୍ତ ନାୟକ ସ୍ମୃତି ସମ୍ମାନ”, ଜଣେଜଣେ ଓଡ଼ିଆ ସିନେସାଧକଙ୍କୁ, ଜୀବନବ୍ୟାପି ଓଡ଼ିଆ ସିନେମାକୁ ସେମାନଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଅଛି। ଏହି କ୍ରମରେ ଚଳିତ ବର୍ଷ ୨୦୨୫ ନିମନ୍ତେ ବସନ୍ତ ନାୟକ ସ୍ମୃତି ସମ୍ମାନ ବିଶିଷ୍ଟ ହାସ୍ୟାଭିନେତା ଶ୍ରୀ ଜୟୀରାମ ସାମଲଙ୍କୁ ପ୍ରଦାନ କରିଛି ବସନ୍ତ ନାୟକ ଫାଉଣ୍ଡେସନ। ଜାନୁଆରୀ ୧୬ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ଠାରେ ସନ୍ଧ୍ୟା ୬. ୩୦ ମିନିଟ ରେ ଅନୁଷ୍ଠିତ…

Read More

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ମିଷ୍ଟର ଥର୍‍ମନ ସନ୍‍ମୁଗ୍‍ରତ୍ନମ ଆଜି ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ବାଗତ କରିଥିଲେ। ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍‍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ । ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି । ସିଙ୍ଗାପୁର ସରକାରଙ୍କ ସହିତ ଓଡିଶା ସରକାରଙ୍କ ଅନେକ ଗୁ଼ଡିଏ MoU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହା…

Read More

ଭୁବନେଶ୍ବର: ସମଗ୍ର ଶିକ୍ଷା କାର‌୍ୟ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ । ସୂଚନାଯୋଗ୍ୟ…

Read More

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ୬ଷ୍ଠ ପରିଷଦ ପରିଚାଳନା ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚ଼ନା କରିଥିଲେ। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଵିଶେଷ ସହାୟତା ପ୍ରଗତି, କଠିନ ବର୍ଜ୍ୟବସ୍ତୁ ପରିଚ଼ାଳନାରେ ପ୍ରଗତି, ମିଶନ ଶକ୍ତି ଗୃହ ଓ ଆହାର କେନ୍ଦ୍ର ପ୍ରଗତି, ସ୍ମାର୍ଟ ପାର୍କ ଏବଂ ଶବଦାହ ସ୍ଥାନ ଉନ୍ନତି, କଚ୍ଚା ଏବଂ ଡବ୍ଲୁବିଏମ୍ ରୋଡକୁ ପେଭର ବ୍ଲକ ରୋଡ୍ କରିବା, ମୁକ୍ତା ଯୋଜନାର ପ୍ରଗତି, ବିଭିନ୍ନ କେନ୍ଦ୍ରୀୟ/ରାଜ୍ୟ ପେନସନ୍ ସ୍କିମ ସ୍ଥିତି, ପିଏମ୍ ସମ୍ମାନ ନିଧି,ପିଏମ୍ କିଷାନ ଯୋଜନା, ପିଏମ୍ ବିଶ୍ଵକର୍ମା ଯୋଜନା, ଷ୍ଟ୍ରିଟ୍ ଲାଇଟ ଏବଂ ଅନ୍ୟ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିସହିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସରସ ସୁନ୍ଦର ଭାବେ ଗଢିତୋଳିବା ପାଇଁ…

Read More

ବାଲୁଗାଁ: ଶୀତ ଅନୁଭୂତ ତଥା ପାଗ ଅନୁକୂଳ ରହିଥିବାରୁ ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି।ଆସନ୍ତା ୧୮ରେ ପକ୍ଷୀ ଓ ୨୦ରେ ଡ଼ଲଫିନ ଗଣନା ନେଇ ଗୁରୁବାର ଦିନ ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର (ସିଡିଏ) ସଭାଗୃହ ଠାରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଭୂସ୍ବର୍ଗ ଚିଲିକାକୁ ଗତ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ କହିଛନ୍ତି।ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ…

Read More

ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥରମାନ ଶନମୁଗାରତ୍ନମ୍ ଆସନ୍ତାକାଲି ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ସେ ୧୭ ତାରିଖରେ ଆସି ୧୮ ତାରିଖରେ ଫେରିଯିବେ। ଏହି ଗସ୍ତ ପାଇଁ କମିଶନରେଟ ପୋଲିସ ଦ୍ୱାରା ଉଚ୍ଚ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତ ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଥମ ଦିନ କୁଆଡେ ଯିବେ ସିଙ୍ଗାପୁର ରାଷ୍ଟ୍ରପତି ୧୭ ଜାନୁଆରୀ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହୋଟେଲ ୱେଲକମକୁ ଯିବା ପରେ ଅପରାହ୍ନ ୪ ଟାରୁ ୫:୩୦ ପର‌୍ୟ୍ୟନ୍ତ ମଞ୍ଚେଶ୍ୱର ଥିବା ୱାର୍ଲଡ୍ ସ୍କିଲ୍ ସେଣ୍ଟରକୁ ପରିଦର୍ଶନ କରିବେ। ସନ୍ଧ୍ୟା ୭:୨୦ରେ ସେ କଳାଭୂମିକୁ ଯାଇ ସଂସ୍କୃତିକ କାର‌୍ୟ୍ୟକ୍ରମରେ ଭାଗ ନେବେ। ଦ୍ବିତୀୟ ଦିନରେ କୁଆଡେ ଯିବେ ୧୮ ତାରିଖ ଅପରାହ୍ନ ୨:୩୦ରେ ସେ ଭୁବନେଶ୍ୱରରୁ ଭରତପୁରରେ ଥିବା ଭାରତ ବାୟୋଟେକକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପୋଲିସ…

Read More

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କାର ସମ୍ମାନସୂଚକ ସହାୟକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହି ସହାୟକ ରାଶି ଚଳିତ ଜାନୁଆରୀ ମାସଠାରୁ ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଘୋଷଣାର ମୁଖ୍ୟାଂଶ ପଦ୍ମଶ୍ରୀ, ପଦ୍ମଭୂଷଣ, ଏବଂ ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଏହି ସହାୟକ ରାଶି ପ୍ରଦାନ କରାଯିବ। ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଏହି ଲାଭ ମିଳିବ। ସହାୟକ ରାଶି ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ଓଡିଶାର ଗର୍ବ ବଢ଼ାଇବ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର। ସେମାନଙ୍କ ଦରମା ଏବଂ ପେନସନଭୋଗୀଙ୍କ ଭତ୍ତା ପୁନର୍ବିବେଚନ କରିବା ପାଇଁ ଅଷ୍ଟମ ପେ କମିଶନ୍ ଗଠନ କରିବାକୁ ସରକାର ସମ୍ମତି ଦେଇଛି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି। କ୍ୟାବିନେଟ ବୈଠକ ପରେ ଏହାକୁ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସାଧାରଣ ଭାବରେ ସେପ୍ଟେମ୍ବର ୨୦୨୬ରେ ୭ମ ପେ କମିଶନ୍‍ର କାର୍ଯ୍ୟକାଳ ଶେଷ ହେବ। ଏହି ପରିସ୍ଥିତିରେ ଅଷ୍ଟମ ପେ କମିଶନ୍ ୨୦୨୫ରେ ଗଠିତ ହେବା ଦ୍ୱାରା ତାହା ଠିକ ସମୟରେ ଲାଗୁ ହେବ ବୋଲି ନିଶ୍ଚିତ ହୋଇଛି। ଅଷ୍ଟମ ପେ କମିଶନ୍‌ର ମୁଖ୍ୟ ବିବରଣୀ କେତେ କର୍ମଚାରୀ ପାଇବେ: ୪୯ ଲକ୍ଷରୁ ଅଧିକ କେନ୍ଦ୍ର ସରକାର କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଏହା ପାଇବେ। ସମୟସୀମା: ୭ମ ପେ କମିଶନ୍‍ର କାର୍ଯ୍ୟକାଳ ସମାପ୍ତ ପୂର୍ବରୁ ଏହାର ପୂର୍ଣ୍ଣ ରୂପରେଖ ପ୍ରକାଶିତ…

Read More

ଭୁବନେଶ୍ବର: ବିଜେଡିର ଟାଣୁଆ ନେତା ନବ ଦାସ ହତ୍ୟାକାଣ୍ଡକୁ ଆଉ କିଛି ଦିନ ପରେ ଦୁଇ ବର୍ଷ ପୁରଣ କରିବ। ୨୯ ଜାନୁଆରୀ ୨୦୨୩ରେ ତାଙ୍କୁ ହତ୍ୟା କରାଯାଇଥିଲା। ଯାହା ସେତେବେଳେ ଓଡିଶା କାହିଁକି ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। କାରଣ ହତ୍ୟା ବେଳେ ସେ ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ମନ୍ତ୍ରୀଙ୍କୁ ଖୋଲମଖୋଲ ଗୁଳି କରିବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବର୍ତ୍ତମାନ ଏହାକୁ ନେଇ ଓଡିଶାର ରାଜନୀତିରେ ପୁଣି ଥରେ କାଦୁଇ ଫିଙ୍ଗା ଆରମ୍ଭ ହୋଇଯାଇଛି। ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଳ ଦାସଙ୍କ ସହିତ ବିଜେପି ନେତା ଆରୋପ ପ୍ରତ୍ୟାରୋପ କରିବାରେ ଲାଗିଛନ୍ତି। ଦୀପାଳି କିରିମିରା ପଞ୍ଚାୟତ ସମିତ ଅଧ୍ୟକ୍ଷା ଅନାସ୍ତା ଉପରେ ବିଜେପିକୁ ଟାର୍ଗେଟ କରିବା ପରେ ଏହି ବିବାଦ ସୁତ୍ରପାତ ହୋଇଛି। କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନାସ୍ତା ଭୋଟିଂକୁ ବିଜେପି ଷଢଯନ୍ତ୍ର…

Read More

ମୁମ୍ବାଇ: ସୈଫ ଅଲ୍ଲି ଖାନଙ୍କୁ ଏକ ଅଜଣା ବ୍ୟକ୍ତି ମୁମ୍ବାଇ ଘରେ ପଶି ଛ ଥର ଛୁରି ମାରିଥିବାର ଜଣାପଡିଛି। ଏହି ଘଟଣା ଗତକାଲି ରାତି ୨.୩୦ ରେ ଘଟିଥିଲା। ଏହି ଘଟଣା ପରେ ସୈଫଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅପରେସନ ଚାଲିଛି ବୋଲି କୁହାଯାଇଛି। ତେବେ ଡାକ୍ତରଖାନା ସୂଚନା ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ବ୍ୟକ୍ତି ଜଣଙ୍କ ସୁରକ୍ଷା ବଳୟ ଭେଦ କରି ତାଙ୍କ ଘରେ ପ୍ରବେଶ କରିଥିଲା। ସେତେବେଳେସୈଫ ଘୁମାଉଥିଲେ ବୋଲି କୁହାଯାଉଛି। ସେ ପଶିବା ପରେ ସୈଫଙ୍କ ନିଦ ଭାଙ୍ଗି ଯାଇଥିଲା। ଏହାପରେ ତାଙ୍କ ସହିତ ଅଭିନେତାଙ୍କ ମୁହାଁମୁହିଁ ହେଲା। ତା’ ପରେ, ଏହି ବ୍ୟକ୍ତି ସୈଫଙ୍କୁ ଛ ଥର ଛୁରି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମାଲ କରି ଏହାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସୈଫଙ୍କ ଘରର…

Read More

ଭୁବନେଶ୍ବର: ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆ ଲୋଭାବତୀ ପରିଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ଲୋଭାବତୀ ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ। ଏହା ହେଉଛି ପ୍ରଭାବତୀଙ୍କ ପୈତୃକ ଗ୍ରାମ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ହେଉଛନ୍ତି ଲୋଭାବତୀଙ୍କ ତୃତୀୟ ସନ୍ତାନ। ଏହି ଖବର ଜଣାପଡିବା ପରେ ନିଜ ପୈତୃକ ଗ୍ରାମରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ।

Read More