Author: Samikhsya Bureau

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡଗୁଡିକୁ ପୁନର୍ଜୀବିତ କରିବା ଦିଗରେ କମ୍ପାନୀର ରଣନୀତିର ଏହି ପଦକ୍ଷେପ ଏକ ଅଂଶ। ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ଲୋକପ୍ରିୟ ଏସଆଇଏଲ ଏବେ ଆରସିପିଏଲର ବିସ୍ତୃତ ସମ୍ଭାରର ଏକ ଅଂଶ ହେବ। ଏହି ଅବସରରେ ଆରସିପିଏଲ ସିଇଓ କେତନ ମୋଦି କହିଛନ୍ତି ଯେ “ଆମେ ଭବିଷ୍ୟତର ବ୍ୟବସାୟ ନିର୍ମାଣ କରିବା ବେଳେ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ। ଏସଆଇଏଲ ଫୁଡ୍ସର ଅଧିଗ୍ରହଣ ଆମକୁ ଭରତୀୟ ଖାଦ୍ୟ ଓ ଖାଦ୍ୟସାମଗ୍ରୀଗୁଡିକୁ ଉପଭୋକ୍ତାଙ୍କ ପାଖରେ ନୂତନ ତଥା ଅଭିନବ ଫର୍ମାଟରେ ପହଞ୍ଚାଇବାରେ ସହାୟକ ହେବ। ଆରସିପିଏଲ ଏସଆଇଏଲ ବ୍ରାଣ୍ଡର ଗୁଣବତ୍ତା ଏବଂ ବିତରଣ ନେଟୱାର୍କରେ ଉନ୍ନତି ଆଣିବ। ଏସଆଇଏଲ ଫୁଡ୍ସର ପରିଚାଳନା ନିର୍ଦ୍ଦେଶକ ଅଜୟ…

Read More

ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର କ୍ଷତିଗସ୍ତ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଏସି ମୋ ବସ ରାଜମହଲ ଛକରୁ ଯାଉଥିବା ବେଳେ ହଠାତ ବ୍ରେକ ଦେଇଦେଇଥିଲା। ଫଳରେ ପଛରେ ଆସୁଥିବା ଆଉ ଏକ ମୋ ବସ ତାହାକୁ ଧକ୍କା ଦେଇଥିଲା। ଏହାପରେ ପରେ ସେହି ବସକୁ ଆଉ ଦୁଇଟି କାର ପଛକୁ ପଛ ଧକ୍କା ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା। ସରକାରଙ୍କ ମୋ ବସ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏହି ଉତ୍ତେଜନା ଲାଗି ରହିଥିଲା। ମୋ ବସ ଡ୍ରାଇଭର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଥିଲେ।

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଦିନ ଖବର କାଗଜର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ପିଆଇବି କମିଟର ସଦସ୍ୟ ହୋଇଛନ୍ତି। ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ହେଉଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଏକ ସଂସ୍ଥା। ଏହା ଅଧିନରେ ଥିବା ମିଡିଆ ଆକ୍ରିଡେଟେସନ କମିଟର ସେ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ଏହି କମିଟର ଅଧ୍ୟକ୍ଷ ହେଇଛନ୍ତି ପିଆଇବି ର ଡିଜି। ତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ମୋଟ 25 ଜଣ ସାମ୍ବାଦିକ ସଦସ୍ୟ ରହିଛନ୍ତି। ଏହି କମିଟ ବିଭିନ୍ନ ସମୟରେ ବୈଠକ କରି ଦେଶର ସାମ୍ବାଦିକମାନଙ୍କୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ କରିଥାନ୍ତି। ଏପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ପଦବୀ ମିଳିଥିବାରୁ ସୁଧୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Read More

ଭୁବନେଶ୍ବର: ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛନ୍ତି। 1995 ମସିହା ବ୍ୟାଚର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ବର୍ତ୍ତମାନ ଓଡିଶାରେ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ବ୍ୟାପକ ଆୟୋଜନ ଚାଲିଛି। ଯାହାର ଦାୟିତ୍ବରେ ଅଛନ୍ତି ହେମନ୍ତ ଶର୍ମା। ସେହିପରି 1994 ବ୍ୟାଚର ଆଇଏଏସ ରଂଜନା ଚୋପ୍ରାଙ୍କୁ ମଧ୍ୟ ପଦନ୍ନୋତି ଦିଆଯାଇଛି। ସେ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନତି ହୋଇଛନ୍ତି। ରଂଜନା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଯୁଗ୍ନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Read More

ଭୁବନେଶ୍ବର: ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ ‘, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ…

Read More

Train Accident: ମହାରାଷ୍ଟ୍ରର ଜଳଗାଁ ପାର ହେଉଥିବା ଏକ ଟ୍ରେନରେ ଅଗ୍ନିକାଣ୍ଡ ଗୁଜବ ପରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିବା ପରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଛି। ପଚୋରା ନିକଟସ୍ଥ ପରଧାଡେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି। ଘଟଣାର ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ଲକ୍ଷ୍ନୌରୁ ମୁମ୍ବାଇ ମଧ୍ୟରେ ଚାଲୁଥିବା ଏକ ଡେଲି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପୁଷ୍ପକ ଏକ୍ସପ୍ରେସ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବଗିରେ ନିଆଁ ଲାଗିଥିବା ଗୁଜବ ସୃଷ୍ଟି ହୋଇଥିଲା। ଏହାପରେ ଯାତ୍ରୀମାନେ ଚେନ ଟାଣିବା ପରେ ଟ୍ରେନ ଅଟକି ଯାଇଥିଲା। ଏହାପରେ ଯାତ୍ରୀମାନେ ତରବରିଆ ଭାବେ ଟ୍ରେନରୁ ଡେଇଁପଡିଥିଲେ। ସେମାନେ ଅନ୍ୟ ଲାଇନ ଉପରେ ଥିବା ବେଳେ ସେହି ଲାଇନରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା। ତେବେ ମୃତାହତ ସଂଖ୍ୟା ଏ ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା। ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ ଥିଲା। ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ। ପ୍ରତ୍ୟେକ ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ସ୍କୁଲ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନାରେ ପ୍ରତି ପଚାୟତରେ ଗୋଟିଏ ଲେଖାଏଁ ମଡେଲ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା…

Read More

ଭୁବନେଶ୍ବର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ । ନେତାଜୀଙ୍କ ୧୨୮ତମ ଜୟନ୍ତୀ ଉପଲକ୍ଷେ ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଦେଶରେ ପ୍ରଥମ ପରାକ୍ରମ ଦିବସ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲରେ ପାଳନ କରାଯାଇଥିଲା । ୨୦୨୨ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହଲୋଗ୍ରାମ ରହିଥିବା ଏକ ଷ୍ଟାଚ୍ୟୁକୁ ଅନାବରଣ କରାଯାଇଥିଲା । ୨୦୨୩ ମସିହାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ୨୧ଟି ଛୋଟ ବଡ ଦ୍ୱୀପକୁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଥିଲା । ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ତେବେ ଏହି…

Read More

ଭୁବନେଶ୍ବର: ଆସନ୍ତା ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ। ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ । ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ । ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ । ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ…

Read More

ଭୁବନେଶ୍ୱର:-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ପୋଷ୍ଟର ଲଗାଯିବା ଘଟଣା ସାରା ସାମ୍ବାଦିକ ଜଗତକୁ ନିନ୍ଦିତ କରିଛି। ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବ୍ଲକ୍ ପ୍ରଶାସନର ଏଭଳି ନିନ୍ଦନୀୟ କାର୍ଯ୍ୟ ଏବଂ ଗଣମାଧ୍ୟମର କଣ୍ଠରୋଧକୁ ବିଭିନ୍ନ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି। ଏନେଇ ଜାର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ମନ୍ତ୍ରୀ ନିଜେ ଫୋନ୍ ଯୋଗେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାରଙ୍କୁ ତୁରନ୍ତ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସଠିକ୍ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ।  ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା। ତାହା ହେଲା ଯେ, କେବଳ ମହିଳାଙ୍କ ପାଇଁ ଥିବା ଏହି ଯୋଜନା ହାତେଇବାକୁ ପୁରୁଷମାନେ ମଧ୍ୟ ଆବେଦନ କରିଛନ୍ତି। ଡାଟା ବେସରୁ ତଦନ୍ତ କରିବା ପରେ ଜଣାପଡିଥିଲା ଯେ, ଏହି ଯୋଜନା ପାଇଁ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ସେମାନଙ୍କୁ ପରବର୍ତ୍ତି ସମୟରେ ଏହି ଯୋଜନାରୁ ବାଦ ଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ଏହି ଯୋଜନା ପାଇଁ ଆବେଦନ କରିଥିବା ମହିଳାଙ୍କ ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ତାହା ତଦାରଖ କରାଯାଉଥିଲା। ଏଥିସହିତ ସେମାନଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ମଧ୍ୟ ତଦାରଖ କରାଯାଇଥିଲା। ଏହି ବ୍ୟାଙ୍କ ଲିଙ୍କ ପରେ ଜଣାପଡିଥିଲା ଯେ, ସେମାନେ ମହିଳା ନୁହଁନ୍ତି ପୁରୁଷ। ତେବେ ମୁଖ୍ୟ କଥା ହେଲା ଏହି ବ୍ୟକ୍ତିମାନଙ୍କର ନାମ ମହିଳାମାନଙ୍କ ନାମ ପରି ହୋଇଛି। ଫଳରେ ସେମାନେ ଭାବି ଥିଲେ ଯେ ବୋଧହୁଏ…

Read More

ବେଙ୍ଗାଲୁରୁ: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କେ ଆର ମାର୍କେଟ ଅଞ୍ଚଳ ନିକଟରୁ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସିଟି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ତାମିଲନାଡୁରୁ ଆସିଥିବା ପିଡିତା ଜଣଙ୍କ ଗୋଡାଉନ ଷ୍ଟ୍ରିଟ୍ ନିକଟରେ ରାତି ପ୍ରାୟ ୧୧:୩୦ ସମୟରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ବଳତ୍କାର କରାଯାଇଥିବାର ଅଭିଯୋଗ ହୋଇଛି। ପୋଲିସ ଅନୁଯାୟୀ, ଘଟଣାର କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଝଗଡା କରି ଘରୁ ରାଗି ପଳାଇଆସିଥିଲେ। ସେ ରାତିରେ କିଛି ବ୍ୟକ୍ତିଙ୍କୁ ୟେଲାହାଙ୍କା ଯିବାକୁ ବସ୍ ବିଷୟରେ ପଚାରିଥିଲେ। ସେମାନେ ତାଙ୍କୁ ସାହାଯ୍ୟ କରିବା ଆଳରେ ବସଷ୍ଟାଣ୍ଡ ଅନ୍ୟସ୍ଥାନରେ ଅଛି ବୋଲି କହି ତାଙ୍କୁ ସାଥିରେ ନେଇଯାଇଥିଲେ। ତା’ପରେ ସେମାନେ ତାଙ୍କୁ ଗୋଡାଉନ ଷ୍ଟ୍ରିଟର ଏକ ନିର୍ଜନ ସ୍ଥାନକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍, ଅଳଙ୍କାର…

Read More

ଭୁବନେଶ୍ବର: ଭୁବନେଶ୍ୱର ଇନଫୋସିଟି-2 ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର ଉଦ୍‍ଘାଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ଅକୁଣ୍ଠିତ ଅନୁଦାନରେ ପ୍ରତିଷ୍ଠିତ ହୋଇଛି । ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସମସ୍ତ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକ‌ତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ସେବା ଯତ୍ନ ବ୍ୟତୀତ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ କରିବ। ଏଭଳି ଏକ କଲ୍ୟାଣକାରୀ ଅନୁଷ୍ଠାନର ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ରଟି…

Read More

ଭୁବନେଶ୍ବର: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରଯାଇଛି। ଏହା ମଧ୍ୟରେ 1542 ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି। ଏହି ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବାପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ବା Seed Money ଦିଆଯିବ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ନବଗଠିତ 1542ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ 76.80 କୋଟି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ସମବାୟ…

Read More

ଭୁବନେଶ୍ବର: ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme) ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ (Hot Cooked Meal) ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ। ଏହାସହିତ ଘରକୁ ରେସନ (Take Home Ration) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ…

Read More

ଭୁବନେଶ୍ବର: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ। ଏହି ପାଚକ, ପାଚିକା ମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦,୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ…

Read More

ଭୁବନେଶ୍ୱର : ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ। ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା । ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ। ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ…

Read More

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷା ନୀତି-2020 ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ । ସେ କହିଥିଲେ ଯେ, 10+2 ବ୍ୟବସ୍ଥା ବଦଳରେ ରାଜ୍ୟରେ 5+3+3+4 ବ୍ୟବସ୍ଥା ଲାଗୁ କରାଯିବ । ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ପୁଣି ଆସିଲା ବଡ ଖବର। ଏହି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଏପରି ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାରୁ ସଂପୂର୍ଣ୍ଣ ବାଦ ପଡିଯାଉଥିଲେ। ସେମାନଙ୍କୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟ ବାହାରେ ଯେଉଁମାନେ କାମଧନ୍ଦା କରିବା ପାଇଁ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ସେ କହିଛନ୍ତି ଯେ, ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ତେଣୁ ସେମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ସେ କହିଛନ୍ତି ଯେ, ଖୁବ ଶିଘ୍ର ସୁଭଦ୍ରା ଯୋଜନାର ପରବର୍ତ୍ତି ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏହି ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା…

Read More

Donald Trump Takes Oath: ଡୋନାଲ୍ଡ ଟ୍ରମ୍ପ ଆଜି ୱାଶିଂଟନରେ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି 10ଟା 30 ସେ ଶପଥ ନେଇଛନ୍ତି। ଶପଥଗ୍ରହଣ ଉତ୍ସବରେ ଟ୍ରମ୍ପ ତାଙ୍କର ଡାହାଣ ହାତକୁ ଉପରକୁ ଉଠାଇଥିଲେ ଏବଂ ବାମ ହାତକୁ ଆଧ୍ୟାତ୍ମିକ ଗ୍ରନ୍ଥ ମହାନ ବାଇବେଲ ଉପରେ ରଖି ଶପଥ ନେଇଥିଲେ। ଟ୍ରମ୍ପ ଶପଥ ନେଇ କହିଥିଲେ: “ମୁଁ ଗମ୍ଭୀରତା ଏବଂ ପୂର୍ଣ୍ଣ ନିଶ୍ଚିତତାର ସହିତ ଏହି ଶପଥ ଗ୍ରହଣ କରୁଛି ଯେ ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦକୁ ବିଶ୍ୱସନୀୟ ଭାବରେ ପାଳନ କରିବି। ମୁଁ ମୋର ସର୍ବତମ ଶକ୍ତିରେ ଆମର ରାଷ୍ଟ୍ର ସମ୍ବିଧାନକୁ ସୁରକ୍ଷିତ, ସଂରକ୍ଷିତ ଏବଂ ରକ୍ଷା କରିବାକୁ ଶପଥ କରୁଛି।” ଏହି ଶପଥ ପରେ ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ। ଆମେରିକା ଜନସାଧାରଣଙ୍କ ମଧ୍ୟରେ ଏହି ଅବସର ଉତ୍ସାହ ଏବଂ…

Read More