Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ
ଆଜିର ଖବର

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହେବ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

ଅଭିଯାନ ଅଧୀନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୬୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରାଯାଇ ଜିଲ୍ଲାଗୁଡ଼ିକୁ ବଣ୍ଟନ କରାଯିବ।

ଅଗଷ୍ଟ ୯ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି ହେବ। ଏଥିରେ ମୁଖ୍ୟମନ୍ତ୍ରୀ, ସରକାରୀ ଅଧିକାରୀ, ଯୁବବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌, NCC ଓ NSS ସ୍ୱେଚ୍ଛାସେବୀଙ୍କ ସମେତ ସାଧାରଣ ଲୋକ ସାମିଲ ହେବେ।

ଅଗଷ୍ଟ ୧୪ରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଏବଂ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ। ଏହାସହ ‘ଭାରତୀୟମ୍’, ଦେଶାତ୍ମବୋଧକ ସଙ୍ଗୀତ, ବାଲୁକା କଳା, ରଙ୍ଗୋଲି ଓ ‘Selfie with Tiranga’ ଭଳି କାର୍ଯ୍ୟକ୍ରମ ହେବ।

ଅଗଷ୍ଟ ୯ରୁ ୧୭ ମଧ୍ୟରେ ନାଗରିକମାନେ ତ୍ରିରଙ୍ଗା ସହ ସେଲ୍ଫି ନେଇ ଅନଲାଇନ୍‌ରେ ଅପଲୋଡ୍‌ କରି ଡିଜିଟାଲ ପ୍ରମାଣପତ୍ର ପାଇପାରିବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଅଭିଯାନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବ।

ଓଡ଼ିଆ ଭାଷା ଘରେ ଘରେ ତ୍ରିରଙ୍ଗା ବିଭାଜନ ବିଭୀଷିକା ସ୍ମୃତି ଦିବସ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତି ସାହିତ୍ୟ ଓ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳିତ

August 8, 2026

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026
Latest News

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳିତ

August 8, 2026

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.