ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ବର୍ତ୍ତମାନ ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଧାୟକ ଦଳ ବୈଠକ ପରେ ଦିଲ୍ଲୀ ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ନାମ ଘୋଷଣା କରିଛନ୍ତି। ସେହି ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ତାଙ୍କ ନାମରେ କେନ୍ଦ୍ରୀୟ ବିଜେପି ମୋହର ମାରିଛନ୍ତି। ସେ ଶାଲିମାରବାଗ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ବହୁ ବିଧାୟକ ଓ ବିଧାୟିକାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ସେ ସବୁର ଚର୍ଚ୍ଚାର ଅବସାନ ଘଟାଇ ରେଖା ଗୁପ୍ତା ବାଜି ମାରି ନେଇଛନ୍ତି। ଆସନ୍ତାକାଲି ସକାଳ ୧୧ ଟା ସମୟରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ରାମଲିଲା ମଇଦାନରେ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ…
Author: Samikhsya Bureau
ଭୁବନେଶ୍ବର: ଆଜି କିଟ ବିଶ୍ବବିଦ୍ୟାଳୟରେ ଘଟିଥିବା ଅମାନବୀୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କମିଟର ସଦସ୍ୟମାନେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଯିବା ସହିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ମତାମତ ନେବା ପରେ ଟିମ ଫେରିଯାଇଛନ୍ତି। ତେବେ ପୁଣି ଥରେ ଏହି କମିଟ କିଟ ପରିଦର୍ଶନରେ ଆସିବେ ବୋଲି ଜଣାପଡିଛି। ଗତକାଲି ସରକାର କିଟର ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟ ଗଠନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ କରାଯାଇଛି। ତେବେ ଆଜି ନିଜେ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ପୋଲିସ କମିଶନର ତଦନ୍ତ କରିବା ପାଇଁ ଯାଇଥିଲେ।
ମୁମ୍ବାଇ: ଭାରତର ଇଲେକ୍ଟ୍ରିକ୍ ଭେହିକିଲ୍ (EV) ବିପ୍ଳବ ଅଭିଯାନର ଅଗ୍ରଣୀ TATA.ev, ଆଜି ଦେଶର ଚାର୍ଜିଂ ମୌଳିକ ସୁବିଧାରେ ଦୃତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ, ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛି । 200,000 EV ରୁ ଅଧିକ ବିକ୍ରୟ ସଫଳତା ହାସଲ କରିବା ପରେ, EV ଲୋକମାନଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଉଦ୍ଦେଶ୍ୟରେ ଏବଂ 2027 ସୁଦ୍ଧା 400,000 ଚାର୍ଜିଂ ପଏଣ୍ଟ, ବର୍ତ୍ତମାନଠାରୁ ଦୁଇ ଗୁଣରୁ ଅଧିକ, ଉପଲବ୍ଧ କରିବା ପାଇଁ TATA.ev ଏହାର ପ୍ରତିଶୃତିବଦ୍ଧତାକୁ ତ୍ୱରାନ୍ୱିତ କରିଛି । 2019, ମସିହାରୁ, ଭାରତର EV ଚାର୍ଜିଂ ମୌଳିକ ସୁବିଧା ବିସ୍ତାର କରିବା ପାଇଁ TATA.ev ଏହାର ପ୍ରଚେଷ୍ଟାରେ ଅଗ୍ରଣୀ ହୋଇଛି । ପ୍ରଥମେ, ଟାଟା ଗ୍ରୁପ୍ କମ୍ପାନୀଗୁଡିକର ସହଭାଗୀତାରେ ସିମ୍ଲେସ୍ ଘରୋଇ/ହୋମ୍ ଚାର୍ଜିଂ ସମାଧାନର ଶୁଭାରମ୍ଭ କରିଛି ଏବଂ ତା’ପରେ EV ବହୁଳ ଭାବରେ ବ୍ୟବହାର ହେଉଥିବା ସହର ଏବଂ ଏହାର ଆଖପାଖରେ ସାର୍ବଜନୀନ ଚାର୍ଜିଂ…
ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମର ଆଲୁଅ ପ୍ରସଙ୍ଗଟି ମନରୁ ନ ଲିଭୁଣୁ କିଟ୍ କର୍ତ୍ତୃପକ୍ଷଙ୍କର ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ବର୍ବରୋଚିତ ଆକ୍ରମଣର ଘଟଣା ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଅପଯଶ ମୁଣ୍ଡାଇବାକୁ ବାଧ୍ୟ କରିଛି। ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ଠାରୁ ଏଭଳି ଅସମ୍ବେଦନଶୀଳ ପ୍ରସଙ୍ଗରୁ କିଛି ସଙ୍ଗୀନ ପ୍ରଶ୍ନର ଉତ୍ତର ଆମ୍ ଆଦମୀ ପାର୍ଟି ଦାବୀ କରିଛି। ତାହା ହେଲା ୧- ଛାତ୍ରୀ ଜଣକ ପୂର୍ବରୁ IROଙ୍କୁ ପୁରୁଷ ବଂଧୁଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବାର ଅଭିଯୋଗ ବାରମ୍ବାର କରିଥିଲେ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେଉଁ ବାଧ୍ୟ ବାଧକତା ଯୋଗୁଁ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାରୁ ବିରତ ରହିଲେ ? ୨- ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ଅନ୍ୟ କୌଣସି ବୃହତ୍ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ଚୟନ କରିବାକୁ ବାଧ୍ୟ ହୋଇଥିଲେ ? ୩- ଛାତ୍ରୀଙ୍କ ମର ଶରୀରକୁ ସହପାଠୀଙ୍କୁ ଅନ୍ତତଃ…
ଭୁବନେଶ୍ୱର: କାଶ୍ମୀର ଉପତ୍ୟକାର ଯୁବବର୍ଗ ଏକ ବିକଶିତ ଭାରତର ନିର୍ମାତା ହୁଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲଠାରେ ପଂଚମ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାରୁ ଆସିଥିବା ଯୁବ ପ୍ରତିନିଧିମାନେ ରାଜ୍ୟପାଳଙ୍କ ସହ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଅଂଚଳର ଯୁବପୀଢ଼ିଙ୍କ ମଧ୍ୟରେ ବୁଝାମଣା ଓ ସଦ୍ଭାବ ବୃଦ୍ଧି କରିବା ପାଇଁ ଆମ ଦେଶର ପ୍ରତିବଦ୍ଧତା ସୂଚାଉଛି । ଏହା ମଧ୍ୟ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରତିଫଳିତ କରୁଛି ଯାହା ବିଭିନ୍ନ ରାଜ୍ୟର ଯୁବ ବର୍ଗ ମଧ୍ୟରେ ଏକତା, ସାଂସ୍କୃତିକ ବିନିମୟ ଏବଂ ପାରସ୍ପରିକ ବୁଝାମଣାର ବନ୍ଧନକୁ ମଜବୁତ…
ଭୁବନେଶ୍ୱର: ବିଭିନ୍ନ ଦାବୀ ନେଇ ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀ କଲେଜ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ସେମାନଙ୍କର ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀଙ୍କ ଧମକ ଦେଇଛନ୍ତି। ରାଜ୍ୟରେ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଶିକ୍ଷା, ଚିକିତ୍ସା ସେବା, ନିଯୁକ୍ତି ସୁଯୋଗ ସୃଷ୍ଟି, ସରକାରୀ ସ୍ତରରେ ଔଷଧର ପ୍ରସ୍ତୁତି ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ଘୋର ସଙ୍କଟ ଦେଖାଦେଇଛି। ସେହିପରି ସରକାରୀ ସ୍ତରରେ ଉଦାସୀନତା ରୁ ଦୀର୍ଘ ବର୍ଷ ଧରି ଆୟୁଷ ଉପ ନିର୍ଦେଶକ ପଦବୀ ଖାଲି ପଡିଛି। କେନ୍ଦ୍ର ଆୟୁଷ ମିଶନ (ନ୍ୟାସନାଲ ଆୟୁଷ ମିଶନ)ରୁ ରାଜ୍ୟ କୁ ଆସୁଥିବା ଅର୍ଥ ଅନୁଦାନ ସୁ ବିନିଯୋଗ ପାଇଁ ରାଜ୍ୟ ପ୍ରୋଜେକ୍ଟ ମ୍ୟାନେଜର ପୋଷ୍ଟ,ଫାଇନାନ୍ସ ମ୍ୟାନେଜର ପୋଷ୍ଟ ଖାଲି ପଡ଼ିଛି। ଏହିପରି ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ଉପସ୍ଥାପିତ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ଭାବେ…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର…
ଭୁବନେଶ୍ବର: ସିବିଆଇ ଚଢାଉ ପରେ ଆଜି ଆଇଏଏସ ପଦବୀରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ। ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇ ଜବରଦସ୍ତ ପ୍ରବେଶ କରିବା ନେଇ ସେ ଅସନ୍ତୁଷ୍ଠ ଥିଲେ। ଫଳରେ ଏହାର ପ୍ରତିବାଦ କରି ସେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। 1995 ମସିହା ବ୍ୟାଚର ବିଷ୍ଣୁପଦ ସେଠୀ ବର୍ତ୍ତମାନ ପଦବୀ ବିହିନ ହୋଇ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସକାଳେ ସିବିଆଇର ଆଠ ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସ ଭବନରେ ଚଢାଉ କରିଥିଲେ। ହେଲେ ବିଷ୍ଣୁପଦ ଏହାର କାଗଜପତ୍ର ମାଗିବା ସହିତ ମହିଳା ଅଧିକାରୀ କାହିଁକି ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ହେଲେ ସିବିଆଇ ଅଧିକାରୀ କୌଣସି ପ୍ରକାର ଛାଡି ନ ଥିଲେ। ଏହାକୁ ନେଇ ସେ ଅସନ୍ତୁଷ୍ଠ ହୋଇ ଆଇଏଏସ ପଦବୀରୁ ଇସ୍ତଫା ଦେଇଥିବାର ଜଣାପଡିଛି।
ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରା ର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ। ସେଥିପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା ଲଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର…
ଭୁବନେଶ୍ବର: ରାଜ୍ୟର କିଟ୍ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ସୁରକ୍ଷା କର୍ମି ଛାତ୍ରମାନଙ୍କୁ ମାଡ ମାରିବା ଘଟଣା ନେଇ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରିଛନ୍ତି। ଏଥିସହିତ ଯେଉଁ ସୁରକ୍ଷା କର୍ମୀମାନେ ମାଡ ମାରିଥିଲେ ସେମାନଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସେହିପରି ଯେଉଁ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍କି ସେମାନଙ୍କୁ ନିଲମ୍ବନ କରିବାକୁ କୁହାଯାଇଛି। ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ସଦସ୍ୟ ରହିଛନ୍ତି। ଗତକାଲି ରାତିରେ କିଟ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ରାତିରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ କିଟ୍ ସୁରକ୍ଷା କର୍ମୀ…
ଭୁବନେଶ୍ବର: କିଟ ବିଶ୍ବବିଦ୍ୟାଳୟରେ ଗତକାଲି ନେପାଳର ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଆଜି ଏ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଆଜି ବିଧାନସଭାର ଶୂନ୍ୟକାଳରେ ତାଙ୍କୁ ଗିରଫ କରିବା ପାଇଁ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ। ସେ କହିଛନ୍ତି ଯେ, କିଟ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ହେଉଛନ୍ତି ଜଣେ ଜମି ମାଫିଆ। ସେ ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏପରିକି ସେ ମନ୍ଦିର ମଧ୍ୟ କରିଛନ୍ତି। ସେ ପୂର୍ବରୁ ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳରେ ବସାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଜଙ୍ଗଲ ଜମି ଜବରଦଖଲ କରିବା ବେଆଇନ ବୋଲି କହିଥିଲେ। ବର୍ତ୍ତମାନ ଗତକାଲି ରାତିରେ ଯେଉଁ ଘଟଣା ଘଟିଲା ତାହା ଆମ ଓଡିଶାକୁ ସାରା ଦେଶରେ ନିନ୍ଦିତ କରିଛି। ତାଙ୍କୁ ତୁରନ୍ତ…
ଭୁବନେଶ୍ବର: ଆଜି ସକାଳେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସିବିଆଇ ଚଢାଉ କରିଛି। ଆଠଜଣିଆ ଟିମ ଆଜି ତାଙ୍କ ବାସଭବନରେ ପ୍ରବେଶ କରିିଥିଲେ। ସେମାନେ ସିବିଆଇରୁ ଆସିଛନ୍ତି ଚଢାଉ କରାଯିବ ବୋଲି କହିଥିଲେ। ହେଲେ ବିଷ୍ଣୁପଦ ସେଠୀଙ୍କ ଘରେ ଥିବା ତାଙ୍କ ପତ୍ନୀ କଣ ପାଇଁ ଚଢାଉ କରାଯିବ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ବିଷ୍ଣୁ ସେଠୀ ମଧ୍ୟ ସିବିଆଇ ଅଧିକାରୀଙ୍କୁ କେଉଁ କାରଣ ପାଇଁ ଚଢାଉ କରୁଛ ତାହାର କାଗଜ ମାଗିଥିଲେ। ଏପରିକି କୌଣସି ମହିଳା ଅଧିକାରୀଙ୍କୁ ନ ଆଣି କିପରି ଘରେ ପଶିଲ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସିବିଆଇ ଅଧିକାରୀ ଉତକ୍ଷିପ୍ତ ହୋଇପଡିଥିଲେ।ଏପରିକି ବିଷ୍ଣୁପଦ ମିଡିଆରେ କିଛି କହିବାକୁ ଯିବା ବେଳେ ସିବିଆଇ ଅଧିକାରୀ ତାହାକୁ ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଷ୍ଣୁପଦ ରୋଡ ଆଣ୍ଡ ବ୍ରିଜ ରେ ଲାଞ୍ଚ କାରବାର ନେଇ ସଂପୃକ୍ତ ଥିବାର ଅଭିଯୋଗ…
ଭୁବନେଶ୍ବର: ଆଗକୁ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ନେଲା ବଡ ନିଷ୍ପତି। ତାହା ହେଲା ଏଣିକି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ କ୍ଲାସ ହେବ। ଏପରିକି କୌଣସି ପରୀକ୍ଷା ଥିଲେ ତାହାକୁ ସକାଳେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ ଏସଓପି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଅନୁଷ୍ଠାନରେ ପିଇବା ପାଣି ସହିତ ଓଆରଏସ ରଖିବା ପାଇଁ ମଧ୍ୟ ଏସଓପି ରେ କୁହାଯାଇଛି। ଯଦି କୌଣସି ଅନୁଷ୍ଠାନରେ ନଳକୂପ ବା ପାଣି ଯୋଗାଣରେ ଅସୁବିଧା ଅଛି ତେବେ ସେମାନେ ତୁରନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି।
ଭୁବନେଶ୍ବର: ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧରିଥିବା ବ୍ରିଫ୍କେସ୍ଟି ଥିଲା ସ୍ୱତନ୍ତ୍ର। ସମ୍ବଲପୁରୀ ଇକତ୍ (ବାନ୍ଧକଳା) ଡିଜାଇନ୍ରେ ପ୍ରସ୍ତୁତ ହୋଇଥିବା ଏହି ବ୍ରିଫ୍କେସ୍କୁ ପ୍ରସ୍ତୁତ କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସୁପୁତ୍ରୀ ତଥା ମେୱାର୍ ରାଜପରିବାରର ବୋହୁ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର। ଉଦୟପୁର ମେୱାର ଓ ବଲାଙ୍ଗିର ପାଟଣାଗଡ଼ର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପାରମ୍ପରିକ ହସ୍ତତନ୍ତର ସମିଶ୍ରଣରେ ବିଭିନ୍ନ ଉପହାର, ଅଳଙ୍କାର ବାକ୍ସ ପ୍ରସ୍ତୁତି ସଂସ୍ଥା ଭୋଟାରୀ ପକ୍ଷରୁ ଏହି ବ୍ରିଫ୍କେସ୍କୁ ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଲ୍ୟାପ୍ଟପ୍ ବ୍ୟାଗ, ଅଳଙ୍କାର ବାକ୍ସ ଓ ବି୍ରଫ୍କେସ୍ ଆଦି ପ୍ରସ୍ତୁତ କରାଯାଉଛି। ବଂଶାନୁକ୍ରମିକ ପ୍ରଥା ଅନୁଯାୟୀ କାରିଗରମାନେ ଉଭୟ ସୁଦୃଶ ଓ ସଠିକ୍ ଦକ୍ଷତା ଉପଯୋଗ କରି ଏହି ବି୍ରଫ୍କେସ୍ ଭଳି ପ୍ରସ୍ତୁତ କରିଥିବା ଏହି ନୂତନ ଉତ୍ପାଦ ସ୍ୱତନ୍ତ୍ରତା ବହନ କରେ।…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି। ଜୟ ଜଗନ୍ନାଥ କହି ସେ ତାଙ୍କର ବଜେଟ ଭାଷଣ ଆରମ୍ଭ କରିଥିଲେ। ସେ ଆର୍ଥିକ ବର୍ଷ 2025-26 ପାଇଁ ମୋଟ 2 ଲକ୍ଷ 90 ହଜାର କୋଟି ଟଙ୍କା ବଜେଟ୍ ଅଟକଳ କରାଯାଇଛି। ଏହା ଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 10 ପ୍ରତିଶତ ଅଧିକ। ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 70 ହଜାର କୋଟି ଟଙ୍କାର ପ୍ରସ୍ତାବିତ “କାର୍ଯ୍ୟକ୍ରମ ବ୍ୟୟ” (Programme Expenditure) ପାଇଁ ରହିଛି। ଯାହା ମୋଟ ବଜେଟ୍ ଅଟକଳର 59 ପ୍ରତିଶତ । ଚଳିତ ବଜେଟରେ ଆକଳନ କରାଯାଇଥିବା 65 ହଜାର 12 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6 ଦଶମିକ 1 ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ପୁଞ୍ଜି ନିବେଶ ଅନ୍ତର୍ଗତ…
ଭୁବନେଶ୍ବର: ବହୁ ଦାବୀ ପରେ ଶେଷରେ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପାଣ୍ଠି ପରିମାଣ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚର ପରିମାଣ ବାର୍ଷିକ 3 କୋଟି ରହିଛି। ହେଲେ ଏଥର ବଜେଟରେ ତାହାକୁ ବାର୍ଷିକ 5 କୋଟିକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ 2025-2026 ମସିହା ପରେ ଏ ବାବଦରେ ଖର୍ଚ୍ଚ ହେବ 736 କୋଟି ଟଙ୍କା। ଏ ନେଇ ଚଳିତ ବଜେଟରେ ବ୍ୟୟ ଅଟକଳ କରାଯାଇଛି।
ଭୁବନେଶ୍ବର: ବିଗତ ଜୁଲାଇ ମାସ ଠାରୁ ରାଜ୍ୟ ଶାସକ ଦଳ ଧାନ କିଣା ନେଇ ଖୁବ୍ ବୟାନ ବାଜି କରିଥିଲା। କଟନୀ ଛଟନୀ ହେବନାହିଁ ବୋଲି ସଂପୂର୍ଣ୍ଣ ଯୋଜନା ଘୋଷଣା ହୋଇଥିଲା। ଧାନ କାଟ ବନ୍ଦ କରିବା ପାଇଁ ଦୁଇ ଜିଲ୍ଲାରେ ଜଣେ ମନ୍ତ୍ରୀଙ୍କୁ ପାଞ୍ଚ ଥାକିଆ ବ୍ୟବସ୍ଥାରେ ଜିଲ୍ଲା ଠାରୁ ବ୍ଲକ୍ ଯାଏ ତଦାରଖ କରିବା ପାଇଁ ବ୍ୟବସ୍ଥା ହୋଇଥିଲା ଏହାକୁ ନେଇ ତୁହାକୁ ତୁହା ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଗଲା। ହେଲେ, କ‘ଣ ରାଜନୈତିକ ପାଣିପାଗ ବଦଳିଗଲା ଯେ, ଆଉ କଟନୀ ଛଟନୀ ବନ୍ଦ କରିବା ପାଇଁ ସରକାର ଆଗ୍ରହ ପ୍ରକାଶ କଲେ ନାହିଁ। ଗୋଟିଏ ଗୋଟିଏ ଜିଲ୍ଲାରେ ୧୦ରୁ ୧୨ କେଜି ଧାନ କାଟ ହେଉଛି। ଖୋଦ୍ ଖୋର୍ଦ୍ଧା ଜିଲ୍ଲାରେ ୨୪ କେଜି ଧାନ କଟା ଯାଇଛି। ନୟାଗଡ଼ ଜିଲ୍ଲାର ପ୍ରତି ବ୍ଲକରେ ୯ ରୁ ୧୦ କେଜି ଧାନ କଟା ହେଉଛି। କିନ୍ତୁ କୌଣସି ଜାଗାରେ…
Odisha Budget: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ଏଥିରେ କୃଷି ପାଇଁ ୩୭,୮୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ ଯାହା ରହିଛି ତାହା ହେଲା.. 1- ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨୦୨୦ କୋଟି 2- ଶ୍ରୀ ଅନ୍ନ ପାଇଁ ୬୦୦ କୋଟି ଟଙ୍କା 3-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୬୪ କୋଟି ଟଙ୍କା 4- ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ଟଙ୍କା 5- ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୨୫୨ କୋଟି ଟଙ୍କାର ଆର୍ଥିକ ସହାୟତା ବ୍ୟୟବରାଦ କରିଛନ୍ତି।
ଭୁବନେଶ୍ବର: ଅଗ୍ରଣୀ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ “ରୁଦ୍ରାକ୍ଷ ଫାଉଣ୍ଡେସନ” ତରଫରୁ ଫେବୃୟାରୀ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସ୍ଥାନୀୟ “ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର” ପରିସରସ୍ଥ ‘ଉତ୍କଳ ରଙ୍ଗମଞ୍ଚ’ ପ୍ରେକ୍ଷାଳୟରେ ଅନୁଷ୍ଠିତ ସପ୍ତମ ସଙ୍ଗୀତ ଓ ନୃତ୍ୟ ଉତ୍ସବ “ବର୍ଣ୍ଣାଳୀ -୨୦୨୫” ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମହୋତ୍ସବକୁ ପ୍ରଥମ ଦିନ ସଂଧ୍ୟାରେ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡା. ଶୀତକଣ୍ଠ ଦାଶ, ସିସିବିଏ ର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାମପ୍ରସାଦ ଆକିସେଟି, ଖ୍ୟାତନାମା ନୃତ୍ୟାଙ୍ଗନା ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପିକା ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗର ପ୍ରାକ୍ତନ ଉପଦେଷ୍ଟା…
ଭୁବନେଶ୍ଵର: ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ରାଜ୍ୟ ସମୃଦ୍ଧିର ମେରୁଦଣ୍ଡ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଆଜି ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାବେଶରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ, ଆଭ୍ୟନ୍ତରୀଣ ଜଳଉତ୍ସ ରହିଥିବାରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟଭାବେ ନେତୃତ୍ଵ ନେବାର ଅପାର ସମ୍ଭାବନା ଓ ସୁଯୋଗ ରହିଛି । ଗ୍ରାମୀଣ ଜୀବିକାକୁ ସୁନିଶ୍ଚିତ କରିବା, ଅର୍ଥନୈତିକ ଅଭିବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହାର ସାମର୍ଥ୍ୟ ରହିଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ “ବିକଶିତ ଓଡ଼ିଶା ଓ ବିକଶିତ ଭାରତ” ଗଠନ ସହ ଜଡ଼ିତ । ଯେହେତୁ ଆମେ…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତାକାଲି ଦିନ ୧୦ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଂଚିବେ । ସେଠାରୁ ସଭାପତି ଶ୍ରୀ ଦାସ ନେତୃବୃନ୍ଦ ମାନଙ୍କ ସହ ସଂକଳ୍ପ ପଦଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପିପିଲି ପର୍ଯ୍ୟନ୍ତ, ୧୯ ତାରିଖ ଦିନ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଏବଂ ୨୦ ତାରିଖ ଦିନ ଚନ୍ଦନପୁର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପର୍ଯ୍ୟନ୍ତ ଯିବାପାଇଁ ସ୍ଥିର ହୋଇଅଛି । ଉକ୍ତ ପଦଯାତ୍ରାର ଏକ କାର୍ଯ୍ୟସୂଚୀ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଂଗରେ ଧରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହେବାକୁ ସଭାପତି…

