Author: Samikhsya Bureau

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ ଡିଜିଟାଲ ମାଧ୍ୟମରେ ପାଳନ ହୋଇଥିଲା ଯେଉଁଥିରେ ୩୦୦୦ରୁ ଅଧିକ କର୍ମଚାରୀ ଓ ସହଯୋଗୀ ଯୋଗ ଦେଇଥିଲେ। କମ୍ପାନୀର ଏଆଇ ଗ୍ରୁପ ତତ୍ୱଓରେସନ.ଏଆଇ (TatwaOrationAI) ଅଧିନରେ ଏହାର ଅତ୍ୟାଧୁନିକ କନଭରସେଶନାଲ ଏଆଇ ପ୍ରଡକ୍ଟ- ଏଆଇ ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ ଏହି ସେଲିବ୍ରେଶନର ମୁଖ୍ୟ ଆକର୍ଷଣ ଥିଲା । ଏଆଇ ଫାଷ୍ଟ ଓମନିଏଜେଂଟ ହେଉଛି ଭାରତର ପ୍ରଥମ ବହୁଭାଷୀୟ, ମାନବ-ସଦୃଶ ଏଆଇ ଏଜେଂଟ ଯାହା ପ୍ରସଙ୍ଗ-ସଚେତନ, ଭାବନା-ପରିଚାଳିତ ଯୋଗାଯୋଗ ପ୍ରଦାନ କରିବାରେ ସକ୍ଷମ । ଏହାକୁ ହାସ୍ୟ, ବ୍ୟଙ୍ଗ ଓ ସମାନୁଭୂତି ଭଳି ମାନବିକ ଗୁଣ ସହିତ କଷ୍ଟମାଇଜ କରାଯାଇପାରିବ, ଯାହା ଏହାକୁ ବିଶ୍ୱବ୍ୟାପୀ ଏଆଇ-ପରିଚାଳିତ ଗ୍ରାହକ ନିୟୋଜନରେ…

Read More

ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ  ବ୍ରିଗେଡିୟର ତଥା  ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଗସ୍ତରେ ଆସିଥିବା ଏହି ଅଧିକାରୀମାନେ ରାଜ୍ୟର  ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ନିକଟରୁ ଜାଣିବାର ଆଭିମୁଖ୍ୟ ରହିଛି । ନ୍ୟାସନାଲ ଡିଫେନ୍ସ କଲେଜରେ ଜାତୀୟ ନିରାପତ୍ତା ଏବଂ ରଣନୀତିକ ଶିକ୍ଷା ପାଠ୍ୟକ୍ରମ ବିଷୟରେ ଏକ ବର୍ଷିଆ ପ୍ରଶିକ୍ଷଣ ନେଉଥିବା  ଏହି ଅଧିକାରୀମାନେ…

Read More

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ । ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ । ପରେ ପରେ କଳିଙ୍ଗ…

Read More

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତାଙ୍କ ଅପମାନ ଓଡ଼ିଆ ଜାତି ସହିବ ନାହିଁ । ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁଙ୍କ ପଛରେ ସାଢେ଼ ଚାରି କୋଟି ଓଡ଼ିଆ ଛିଡା ହୋଇ ରହିଛନ୍ତି । ଏହା ସହିତ ସମ୍ବିତ ପାତ୍ର ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ପ୍ରିଭିଲେଜ ମୋସନ ଆଣିବା ପାଇଁ ମଧ୍ୟ ମତ ରଖିଥିଲେ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହି ଥିଲେ…

Read More

ବାଣପୁର: ଆଜି ବାଣପୁର କୋର୍ଟର ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେଏମଏଫସି) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଇପ୍ସିତା ପ୍ରିୟା ଏକ୍କା। ଏହି ଅବସରରେ ତାଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ସମେତ ଉପସଭାପତି ରାମଚନ୍ଦ୍ର ପଲେଇ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଆଦି ନୂତନ ବିଚାରପତିଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥଲେ। ନୂତନ ବିଚାରପତି ବାଣପୁର ଓକିଲ ସଂଘର ସମସ୍ତ ପ୍ରକାର ସହଯୋଗ ଲୋଡ଼ିବା ସହ ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କୋର୍ଟ କାର୍ଯ୍ୟ କିପରି ସୁରୁଖୁରୁରେ ଜାରି ରହିବ ତାହାଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ସୂଚନା ଥାଉକି ପୂର୍ବତନ ବାଣପୁର ଜେଏମଏଫସି ସ୍ନାତକୀ ଦାସଙ୍କ ନୂଆପଡା ଏସଡିଜେଏମ ଭାବେ…

Read More

ଭୁବନେଶ୍ବର: ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ସୂର୍ଯ୍ୟ ଦେବତାଙ୍କ ଜନ୍ମ ତିଥି। ମାଘ ସପ୍ତମୀ ଦିନ ସୂର୍ଯ୍ୟ କ୍ଷେତ୍ର କୋଣାର୍କର ପବିତ୍ର ଚଦ୍ରଭାଗା ତୀର୍ଥରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଥାଏ । ଏହା ମାଘ ସପ୍ତମୀ ମେଳା ବା ଚନ୍ଦ୍ରଭାଗା ଯାତ୍ରା ରୂପେ ପ୍ରସିଦ୍ଧ। ସୁପ୍ରାଚୀନ କାଳରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଛି। ପୁରାଣ ବର୍ଣ୍ଣିତ କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଜନ୍ମ ପୀଠ। କୋଣାର୍କ ହେଉଛି ସୂର୍ଯ୍ୟ ଦେବତା ଙ୍କ ଜନ୍ମପୀଠ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମୈତ୍ରୟ ବନର ଏହି ଚନ୍ଦ୍ରଭାଗା ତୀର୍ଥରେ ସୁର୍ଯ୍ୟ ଉପାସନା କରି ପିତୃ ଅଭିଶାପ ଜନିତ କୁଷ୍ଠରୋଗରୁ ମୁକ୍ତି ଲାଭ କରି କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସ୍ୱୟଂ ଶିବ ଏହି ତୀର୍ଥରେ ସ୍ନାନ କରି ବ୍ରହ୍ମାଙ୍କ ଶିର ଛେଦନ ଜନିତ ପାପରୁ ମୁକ୍ତି ହୋଇଥିଲେ। ଦେବୀ ସରସ୍ୱତୀ ପ୍ରାଚୀ ସରସ୍ୱତୀ ନଦୀ ରୂପରେ…

Read More

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି। ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Read More

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହି ମେଳାର ଅନ୍ୟତମ ଆକର୍ଷଣ ହେଉଛି ଯାତ୍ରା। ଏହା ଦେଖିବାକୁ ପାଇଁ ଦର୍ଶକଙ୍କର ବେଶ ଭିଡ ଜମିଥାଏ। ହେଲେ ଏହି ନାଟକ ପରିବେଷଣ ନେଇ ଚଳିତ ବର୍ଷ ବେଶ ବିବାଦୀୟ ହୋଇପଡିଛି। କାରଣ ଏହି ଯାତ୍ରପାର୍ଟିରେ ଅଭିନେତ୍ରୀ ବା ନୃତ୍ୟଶିଳ୍ପୀମାନେ ଉଲଗ୍ନ ହୋଇ ନୃତ୍ୟକୁ ବିରୋଧ କରାଯାଇଛି। ଏହି ବିରୋଧରେ ସାମିଲ ହୋଇଛନ୍ତି ସେହି ଅଞ୍ଚଳର ସରକାରୀ ଦଳର ବିଧାୟକ ବାବୁ ସିଂ। ଖାଲି ବିରୋଧ ନୁହେଁ ସେ ଠେଙ୍ଗା ଧରି ଧମକ ଦେଇଛନ୍ତି। ଯେଉଁମାନେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରିବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି ବିଧାୟକ। ଆଜି ସେ ନିଜର ସମର୍ଥକଙ୍କୁ ନେଇ ଏହି ଠେଙ୍ଗା ପ୍ରଦର୍ଶନୀ କରିଛନ୍ତି। ଚେତାବନୀ ଦେଇଛନ୍ତି ଯିଏ ମଞ୍ଚରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବ ତାହାକୁ ଠେଙ୍ଗା ପାହର ଦିଆଯିବ।

Read More

ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ “ସପ୍ତରଙ୍ଗ” ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶୀ ଗାୟନ ପରମ୍ପରାର ମହାନ୍ ପ୍ରତିଭା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପାରମ୍ପରିକ ସଙ୍ଗୀତର ସୁନାମଧନ୍ୟା ଗାୟିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ ଓ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀରା ଦାସଙ୍କ ଯୋଗଦାନ କାର୍ଯ୍ୟକ୍ରମର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହି ସବୁ କଳା ପରିପାଟୀ ମହାଭାରତୀୟ ସାଂସ୍କୃତିକ ପରିମଣ୍ଡଳକୁ କିପରି ଭାବରେ ସମୃଦ୍ଧ କରିଛି ତାର ଗୋଟିଏ ଆଭାସ ଦେଖିବାକୁ ମିଳିଛି। ଶ୍ରୀମତୀ ସୀମା ପଟ୍ଟନାୟକ, ପ୍ରଫେସର ସୁଚେତା ପ୍ରିୟବାଦିନୀ ଙ୍କର ଯୁଗଳ ସୀତାର ବାଦ୍ୟ ପରିବେଷଣ, ଡଃ ବର୍ଷା ବୈଶାଳୀ ପରିଡ଼ାଙ୍କ ଅନନ୍ୟ ଓଡ଼ିଶୀ…

Read More

ଭୁବନେଶ୍ବର: ଏଣିକି ରେରା ପୂରର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ । ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ ( ରେଜିଷ୍ଟାର ) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି । ଏ ନେଇ ଗୃହ…

Read More

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଟଙ୍କା କେବେ ମିଳିବ ସେ ନେଇ ଥିବା ପ୍ରତୀକ୍ଷାର ଏବେ ଅନ୍ତ ହେବାକୁ ଯାଇଛି। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଆସନ୍ତା ଆଠ ତାରିଖରେ ଏହି ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ସେ କହିଛନ୍ତି ଯେ, ଏଥର 20 ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯାଇଛି। ହିତାଧିକାରୀମାନେ ତା ପୂର୍ବରୁ ଅର୍ଥାତ 3 ଓ 4 ତାରିଖରେ NPCI ରେ ଯାଞ୍ଚ କରିପାରିବେ। ତେବେ ଏଥର ଯାଜପୁରରେ ଏକ ବଡ କାର୍ଯ୍ୟକ୍ରମ କରାଯାଇ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।

Read More

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ବିଦ୍ୟାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି। ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ। ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଅନୁକୂଳ ହେବ।  ଦେବଦେବୀ ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ ଓ ସେଠାରେ କାଠ ଚିରା ଅନୁକୂଳ କରାଯିବ।

Read More

ଭୁବନେଶ୍ବର: ନିକଟରେ ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ବିଭିନ୍ନ ନେତାଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ତାଲିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଏହି ତାଲିକାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସଙ୍କୁ ଅଧିକ କ୍ଷମତା ଦିଆଯାଇଥିବାରୁ ତାହାକୁ ନେଇ ଆଲୋଚନା ଚାଲିଛି। ତେବେ ବିଜେଡି ନିକଟରେ ଯେଉଁ ତାଲିକା ପ୍ରକାଶ କରିଛି ତାହା ହେଲା ଏଥିରେ ପ୍ରଣବ ପ୍ରକାଶ ପାଞ୍ଚଟି ନିର୍ବାଚନ ମଣ୍ଡଳି ଦାୟିତ୍ବରେ ରହିଛନ୍ତି। ତାଙ୍କର ସେହି ପୁରୁଣା ସଂଗଠନ ମୟୁରଭଂଜର କେତେକ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି। ସେହିପରି ସଂଜୟ ଦାସ ବର୍ମାଙ୍କୁ ଗଂଜାମ ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳି ଦାୟିତ୍ବ ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ଏହି ନେତାମାନେ ନିର୍ବାଚନ ମଣ୍ଡଳି ଗସ୍ତ କରି ସଂଗଠନକୁ କିପରି ସଜାଡିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

Read More

PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ…

Read More

ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ମୋଟ ବଜେଟ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ମିଶନ ଅବଧିକୁ ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ମସିହାରୁ ଭାରତର ଗ୍ରାମାଞ୍ଚଳର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୫ କୋଟି ପରିବାର ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଅଧିନରେ ଟ୍ୟାପ୍‍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ  ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଜଳ ଜୀବନ ମିଶନର ଫୋକସ “ଜନ ଭାଗିଦାରୀ” ମାଧ୍ୟମରେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନାର ଗୁଣାତ୍ମକ…

Read More

Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍  ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି। ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି।  ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ…

Read More

Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ନିବେଶ ହେଉଛି ବିକାଶର ତୃତୀୟ ଇଞ୍ଜିନ୍, ଯେଉଁଥିରେ ଲୋକଙ୍କ ମଧ୍ୟରେ ପୁଞ୍ଜିନିବେଶ, ଅର୍ଥନୀତିରେ ପୁଞ୍ଜିନିବେଶ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ। ଲୋକଙ୍କୁ ପୁଞ୍ଜିନିବେଶ କରିବାର ଏକ ଅଂଶ ଭାବରେ କେନ୍ଦ୍ର ବଜେଟ ୨୦୨୫-୨୬ରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ଅଧୀନରେ ପୋଷଣ ସହାୟତା ପାଇଁ ଖର୍ଚ୍ଚ ନିୟମକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ୮ କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ଏବଂ ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର-ପୂର୍ବାଞ୍ଚଳର ପ୍ରାୟ ୨୦ ଲକ୍ଷ କିଶୋରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଆଗାମୀ ୩…

Read More

Budget 2025: କେନ୍ଦ୍ର ବଜେଟ ୨୦୨୫-୨୬ରେ ପର୍ଯ୍ୟଟନକୁ ରୋଜଗାର ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧିକୁ ସୁଗମ କରିବା ମଧ୍ୟରେ ଆତିଥ୍ୟ ପରିଚାଳନା, ହୋମଷ୍ଟେ ପାଇଁ ମୁଦ୍ରା ଋଣ, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଏବଂ ଯୋଗାଯୋଗରେ ସହଜତାରେ ଉନ୍ନତି ଆଣିବା, ସୁବ୍ୟବସ୍ଥିତ ଇ-ଭିସା ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟଗୁଡ଼ିକୁ ପ୍ରଦର୍ଶନ-ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରିବା ସମେତ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଅନ୍ତର୍ଭୁକ୍ତ। ଦେଶର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚ୍ୟାଲେଞ୍ଜ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ କରାଯିବ ବୋଲି ସେ କହିଛନ୍ତି। ବଜେଟରେ ଆହୁରି ମଧ୍ୟ କୁହାଯାଇଛି ଯେ ହୋଟେଲ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟମାନଙ୍କୁ ଜମି ଯୋଗାଇ ଦେବାକୁ ପଡିବ ଏବଂ ସେହି ଗନ୍ତବ୍ୟସ୍ଥଳରେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଗତ ଜୁଲାଇ ବଜେଟରେ ‘ସହର ବିକାଶ କେନ୍ଦ୍ର’ ଭାବେ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍’ ଗଠନ କରିବେ। ଏହି ପାଣ୍ଠି ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପି ମାଧ୍ୟମରେ ଅତି କମରେ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରିବା ସର୍ତ୍ତରେ ବିଶ୍ୱସନୀୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏବାବଦରେ ୨୦୨୫-୨୬ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ବଜେଟରେ ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ. ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି। ତେଲୁଗୁ କବି ତଥା ନାଟ୍ୟକାର ଶ୍ରୀ ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ଏହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବକା ବିକାଶ’ ଲକ୍ଷ୍ୟ ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ। ସାଧାରଣ ବଜେଟ 2025-26 ର ସାରାଂଶ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ କେନ୍ଦ୍ର ବଜେଟରେ ବିକାଶର 4ଟି…

Read More

ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ‘ପ୍ରଥମେ ବିଶ୍ୱାସ, ପରେ ଯାଞ୍ଚ’ ଦର୍ଶନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମଧ୍ୟବିତ୍ତବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି ଏବଂ ସାଧାରଣ ଟିକସଦାତାଙ୍କୁ ଟିକସ ବୋଝରୁ ମୁକ୍ତି ଦେବାର ଧାରା ଜାରି ରହିଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ସମସ୍ତ ଟିକସଦାତାଙ୍କୁ ଫାଇଦା ଦେବା ପାଇଁ ଟିକସ ସ୍ଲାବ୍ ଏବଂ ଦରରେ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଟିକସଦାତାଙ୍କୁ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ (ଅର୍ଥାତ୍ କ୍ୟାପିଟାଲ ଗେନ୍ ଭଳି ସ୍ୱତନ୍ତ୍ର ହାର ଆୟକୁ ବାଦ୍ ଦେଇ ହାରାହାରି ଏକ ଲକ୍ଷ ଟଙ୍କା ମାସିକ ଆୟ ଉପରେ) ଉପରେ କୌଣସି ଆୟକର ଆଦାୟ କରାଯିବ ନାହିଁ। ୭୫,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଗୁଁ…

Read More