ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ରାଜ୍ୟର ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରାଯିବ। ଏଥିରେ ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ରାଜ୍ୟ ସରକାର ଯୋଗାଇ ଦେବେ। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଭୋଗିଥିବା ବିସ୍ଥାପିତଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ଅନ୍ତର୍ଭୂକ୍ତ କରାଯିବ। ଏହି ଯୋଜନାରେ ଷ୍ଟିମୁଲସ୍ ବ୍ୟବସ୍ଥା ରହିଛି; ୪ ମାସ ମଧ୍ୟରେ ଘର କାମ ସମାପ୍ତ କଲେ ୨୦ ହଜାର ଟଙ୍କା, ୬ ମାସରେ ସମାପ୍ତ କଲେ ୧୦ ହଜାର ଟଙ୍କା ବୋନସ ମିଳିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୭,୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ରାଜ୍ୟର ୩୧୪ ବ୍ଲକରେ ନୂତନ ଷ୍ଟାଡିୟମ…
Author: Samikhsya Bureau
ଭୁବନେଶ୍ୱର: ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପାଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ଓୟୁଟିଆର୍ରେ ବିଏସ୍ସି ଇଂଜିନିୟରିଂ (ସିଭିଲ୍) ପରେ ପ୍ରଫେସର ସାହୁ ଏମ୍.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍କିରୁ ପିଏଚ୍ଡି ହାସଲ୍ କରିଥିଲେ । ଏହାପରେ ପ୍ରଫେସର ସାହୁ ମଧ୍ୟ ଏଲଏଲବି ମଧ୍ୟ କରିଛନ୍ତି । ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି । ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍ସିଲର ସଦସ୍ୟ ଏବଂ ସିନେଟ୍ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ…
ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି। ଆଜି ସକାଳେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଦେଖିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ। ବର୍ତ୍ତମାନ ସେ ଭେଣ୍ଟିଲେଟର ଥାଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ପାଖରେ ପତ୍ନୀ ଅପରାଜିତା ମହାନ୍ତି, ପୁତ୍ର ବାବୁସାନ ସହିତ ତାଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିତ ଥିବାର ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।
ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ଦଖଲ କରିଛି ବିଜେପି। ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଫଳରେ ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଶାସନ କରିବ ଭାରତୀୟ ଜନତା ପାର୍ଟି। ଆମ ଆଦମୀ ପାର୍ଟିର ବଡ ବିପର୍ଯ୍ୟୟ ଘଟିଛି। ଯାହା କେହି କେବେ ଆଶା କରି ନ ଥିଲା। ବର୍ତ୍ତମାନ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ଦଖଲ କରିବାରେ ଲାଗିଛି। ଆଜିର ଫଳାଫଳ ଅନୁସାରେ ଦିଲ୍ଲୀର ମୋଟ 70ଟି ବିଧାନସଭା ଆସନରୁ ବିଜେପି ଖାତାକୁ ଯାଇଛି 47 ଟି ଆସନ। ଆମ ଆଦମୀ ପାର୍ଟିକୁ ମିଳିଛି ମାତ୍ର 23 ଟି ଆସନ। ଏହି ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିବାରେ ସକ୍ଷମ ହୋଇପାରି ନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ଏହି ବିଧାନସଭା ଆସନରେ ରାଜ କରୁଥିଲା। ହେଲେ ସେଠାରେ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ ଏହି…
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଭୋଟ ଗଣତି ପରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ତାହା ହେଲା ଆପ ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ନିର୍ବାଚନରେ ହାରିଯାଇଛନ୍ତି। ନୂଆଦିଲ୍ଲୀ ଆସନରେ ଲଢେଇ କରୁଥିବା ଅରବିନ୍ଦ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ପରବେଶ ବର୍ମାଙ୍କଠାରୁ 3 ହଜାର 183 ଭୋଟରେ ହାରିଯାଇଛନ୍ତି। ପରବେଶ ବର୍ମା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବସିଂ ବର୍ମାଙ୍କୁ ପୁଅ। ସେହିପରି ଆମ ଆଦମୀ ପାର୍ଟିର ଅନ୍ୟତମ ଚେହେରା ମନୀଷ ସିସୋଦିଆ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦକ୍ଷିଣପୂର୍ବ ଦିଲ୍ଲୀର ଜଙ୍ଗପୁରାରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ତରବିନ୍ଦର ସିଂହ ମାରୱାହ ତାଙ୍କୁ ମାତ୍ର 600 ଭୋଟରେ ପରାସ୍ତ କରିଛନ୍ତି। ଆମ ଆଦମୀ ଦୁଇ ପ୍ରମୁଖ ଚେହେରା ନିର୍ବାଚନ ହାରିଯିବା ପରେ ଦଳ ପାଇଁ ଏକ ବଡ ବିପର୍ଯ୍ୟୟ ସାବସ୍ତ ହୋଇଛି।
ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳୀ। ଏକ ସ୍ବତନ୍ତ୍ର ବିମାନରେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ମୋ ଫାୟାର ହୋଟେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା। ହୋଟେଲ ବାହାରେ ଓଡିଶାର ଲୋକନୃତ୍ୟ ଶିଳ୍ପୀମାନେ ସେମାନଙ୍କ ନୃତ୍ୟରେ ଖେଳାଳୀମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ହୋଟେଲ ପ୍ରବେଶ ପଥରେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଆଜି ଉଭୟ ଦଳ ସେଠାରେ ବିଶ୍ରାମ କରିବା ପରେ ଆସନ୍ତାକାଲି ବାରବାଟୀ ଷ୍ଟାଣ୍ଡିୟମକୁ ଅଭ୍ୟାସ ପାଇଁ ଯିବେ। ଖେଳାଳୀମାନଙ୍କ ପାଇଁ କମିଶନେରଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଆସନ୍ତାକାଲି କଟକ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ…
ଭୁବନେଶ୍ବର: ଆଜି ନୟାଗଡ଼ ପି.ଟି.ଏସ୍ ଗ୍ରାଉଣ୍ଡ ଠାରେ ପ୍ରଥମ ବ୍ୟାଚ଼୍ ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। ଅବକାରୀ ସିପାହୀ ମାନେ ହେଉଛନ୍ତି ଅବକାରୀ ବିଭାଗ ର ମେରୁଦଣ୍ଡ ସଦୃଶ।ଅବକାରୀ ସିପାହୀ ମାନଙ୍କର ସମାଜରେ ଏକ ପ୍ରମୁଖ ଭୂମିକା ରହିଛି।ଅବକାରୀ ପ୍ରଶାସନର ସମ୍ପୂର୍ଣ୍ଣ କାର୍ଯ୍ୟ ଅବକାରୀ ଷ୍ଟେସନର ଅଧିକାରୀଙ୍କ ଦକ୍ଷତା,ପ୍ରତିବଦ୍ଧତା, ବୃତ୍ତିଗତତା ଏବଂ ସାଧୁତା ଉପରେ ନିର୍ଭର କରେ।ଏକ ଷ୍ଟେସନରେ ନିଯୁକ୍ତ ଅବକାରୀ ସିପାହୀ ଅନୁଭବ କରିବା ଉଚିତ ଯେ ଅବକାରୀ ଆଇନ ଅନୁଯାୟୀ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ସମାଜରେ ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଏହା ଅବକାରୀ ଆଇନ ଏବଂ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସମୟରେ ସାଧାରଣ ଜନତାଙ୍କଠାରୁ ପ୍ରମୁଖ ସହଯୋଗ ହାସଲ କରିବ ଉଚିତ। ଓଡ଼ିଶା ପ୍ରଦେଶରେ ବେଆଇନ ମଦ,ଗଞ୍ଜେଇ ଓ…
ଭୁବନେଶ୍ବର: ବର୍ତ୍ତମାନ ଟୋଲଗେଟରେ କେବଳ ଟୋଲ ଆଦାୟ ନୁହେଁ, ଆପଣଙ୍କ ଗାଡିର ସମସ୍ତ ବିବରଣୀ ଠିକ ଅଛି କି ନାହିଁ ଯାଞ୍ଚ ହେଉଛି। ପୂର୍ବରୁ ପରମିଟ ଟିକସ ଆଦି ଯାଞ୍ଚ ହେଉଥିଲା। ହେଲେ ଚଳିତ ଫେବୃୟାରୀ 1 ତାରିଖରୁ ଗାଡିର ବୀମା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି। ଏ ନେଇ ରାଜ୍ୟରେ ଥିବା 22 ଟି ଟୋଲଗେଟରେ ଏହି ଯାଞ୍ଚ ପକ୍ରିୟା ଜାରୀ ରହିଛି। ବର୍ତ୍ତମାନ ଓଡିଶାରେ ପ୍ରାୟ 15 ଶହଟି ଗାଡି ବିନା ବୀମାରେ ଚାଲୁଥିବାର ଜଣାପଡିଛି। ଇ ଡିଟେକସନ ମାଧ୍ୟମରେ ଏହି ବୀମା ଅଛି କି ନାହିଁ ତାହା ଜଣାପଡିଯାଉଛି। ଫଳରେ ଗାଡି ଚାଳକଙ୍କୁ ବର୍ତ୍ତମାନ ତାଗିଦ କରି ଛାଡି ଦିଆଯାଉଛି। ପରବର୍ତ୍ତି ସମୟରେ ଏହା ଉପରେ କଡାକଡି ଧରପଗଡ କରାଯିବ ବୋଲି ନିଷ୍ପତି କରାଯାଇଛି। ସାଧାରଣତଃ ଗାଡିର ବୀମା ନ ଥିଲେ ଯଦି ଦୁର୍ଘଟଣା ହୁଏ ତେବେ କ୍ଷତିଗସ୍ତଙ୍କୁ କୌଣସି ସହାୟତା ରାଶି…
ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଆଜି ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଂଚାୟତ ସମିତି ସଦସ୍ୟା ମାଳତି ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ଉଦଳା ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରୁଧର ବିଶ୍ୱାଳ, ରୋହିଦାଶ ଟୁଡୁ, ଯୋଗେନ୍ଦ୍ର ଖଡିକା, ଶ୍ରୀଧର ଖଉଡେଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ଥ ନାଏକ, ରାମ ଚରନ ପାନିଆଲ୍, ହରିଶ୍ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ, ପ୍ରଶନ୍ନ ପାନିଆଲିଆ, ଗୋବିନ୍ଦ ରଣସିଆ, ହରେକୃଷ୍ଣ ବିଶ୍ୱାଳ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି…
ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ…
ଭୁବନେଶ୍ବର: ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ। ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି। ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ। ଏହି ପରିପ୍ରେକ୍ଷିରେ ଆସନ୍ତା ଫେବୃୟାରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ…
ଭୁବନେଶ୍ବର: ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି। ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଆସନ୍ତାକାଲି ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି। ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ…
ଭୁବନେଶ୍ବର: କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ। ସେମାନେ ହେଲେ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏମାନେ ନିଜ ପରିବାର ସହିତ ପ୍ରୟାଗରାଜ ଗସ୍ତରେ ବାହାରିଛନ୍ତି। ଗତକାଲି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଡ ପକାଇଥିଲେ। ସେ ସେଠାରେ ପୂଜାପାଠ ମଧ୍ୟ କରିଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସପରିବାର ଯାଇ ପ୍ରୟାଗରାଜରେ ବୁଡ ପକାଇଥିଲେ। ଏଥିସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ବିଧାୟକ ତଥା ନେତାମାନେ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଏକଜିଟ୍ ପୋଲ ଫଳାଫଳ ଆସିବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଛଅଟି ଏକଜିଟ୍ ପୋଲ ବିଜେପିକୁ ୩୫-୬୦ ଆସନରେ ଜିତିବାର ପୂର୍ବାନୁମାନ କରିଛି। ସେହିପରି ଶାସକ ଆପ ପାଇଁ ଆକଳନ ବହୁତ ଖରାପ ବୋଲି କୁହାଯାଇଛି। ଆପର ଆସନ ଆକଳନ ୩୨-୩୭ ମଧ୍ୟରେ ରହିଛି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ, ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି, ଏକାକୀ ବିଜୟର ହ୍ୟାଟ୍ରିକ୍ ଲକ୍ଷ୍ୟ ରଖିଛି। ଦଳ ୨୦୧୩ ରୁ ଦିଲ୍ଲୀରେ କ୍ଷମତାରେ ଅଛି। ସେତେବେଳେ ଏହାକୁ କଂଗ୍ରେସ ସମର୍ଥନ କରିଥିଲା। ୬୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଗତ ୨୮ ବର୍ଷ ଧରି ଦିଲ୍ଲୀରେ କ୍ଷମତା ବାହାରେ ଅଛି। ୧୫ ବର୍ଷ ଧରି ସହରକୁ ଶାସନ କରିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନରେ କୌଣସି ଆସନ ଜିତିପାରି ନାହିଁ।
ଭୁବନେଶ୍ୱର: ରାଜ୍ୟରେ ଆୟୁଷ ସର୍ଜନ ଙ୍କ ଭତ୍ତା ଵୃଦ୍ଧି ପାଇଁ ବହୁଦିନରୁ ଦାବୀ ରହିଥିଲା।ଏ ସମ୍ପର୍କରେ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ରେ ଥିବା ୪ଟି ସରକାରୀ ହୋମିଓପ୍ୟାଥିକ ଓ ପୁରୀ, ଅଙ୍କୁଶପୁର,ବଲାଙ୍ଗୀରରେ ଥିବା୩ଟି ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ମାସ ଧରି ସମସ୍ତ ସରକାରୀ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ବନ୍ଦ ଡାକରା ଦେଇ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ରେ ଆନ୍ଦୋଳନ କରାଯାଇଥିଲା। ଏମବିବିଏସ ଓ ବିଡିଏସ ଛାତ୍ର ଛାତ୍ରୀ ଙ୍କ ଭତ୍ତା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଆୟୁଷ ହାଉସ ସର୍ଜନ ଙ୍କୁ ପୂର୍ଣ ମାତ୍ରାରେ ଉପେକ୍ଷା କରାଯାଉଥିବା ନେଇ ତୀବ୍ର ସମାଲୋଚନା କରିଥିଲେ। ତେବେ ନୂତନ ସରକାର ଆସିବା ପରେ ଅଲ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷ ରୁ ପୂର୍ବରୁ ଆୟୁଷ ହାଉସ ସର୍ଜନ ଙ୍କ ଥିବା୧୭ହଜାର ଟଙ୍କା ଭତ୍ତା କୁ ଆୟୁଷ ମେଡ଼ିକାଲ ଅଫିସର ଙ୍କ ମାସିକ…
ଭୁବନେଶ୍ୱର: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ । ଅର୍ଥ କମିଶନ ପୁରୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖାଯାଇ ସାମଗ୍ରିକ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବା ପାଇଁ ସମୁଚିତ ସମ୍ବଳ ବଣ୍ଟନ ଉପରେ ଗୁରୁତ୍ୱାରୋପ…
ଭୁବନେଶ୍ୱର: ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ।ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଓଡ଼ିଶା ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରୁଛି ଓଡ଼ିଶା ଯାତ୍ରୀ – ଏକ ଅଭିନବ ଗତିଶୀଳତା ଆପ୍ ଯାହା ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ଯାତାୟାତକୁ ପରିବର୍ତ୍ତନ କରୁଛି। ଏହାର କାର୍ଯ୍ୟର ମୂଳରେ ସୁରକ୍ଷା ସହିତ, ଏହି ଆପ୍ ଶୀଘ୍ର ହଜାର ହଜାର ନାଗରିକଙ୍କ ପାଇଁ ବିଶ୍ୱସ୍ତ ଯାତ୍ରା ସାଥୀ ହୋଇପାରିଛି । ଏହି କାହାଣୀ ଗତ ମାସରେ “ଘରକୁ ନିରାପଦରେ ଆସ” ଶୀର୍ଷକ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ସମୟରେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ ଓଡ଼ିଶା ଯାତ୍ରୀ ଆରମ୍ଭ କରିଥିଲେ, ଯାହା ଯାତ୍ରୀ ସୁରକ୍ଷା ବୃଦ୍ଧି କରିବା ଏବଂ ସ୍ମାର୍ଟ, ଅଧିକ…
ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ତାଙ୍କ ଘର ଆଉ ବିଭିନ୍ନ ସ୍ଥାନ ଚଢାଉ କରିବା ପରେ ମିଳୁଛି ଖାଲି ଟଙ୍କା, ସୁନା, ପ୍ଲଟ ଆଉ କୋଠା। ଟଙ୍କାର ପରିମାଣ ଏତେ ଯେ, ଭିଜିଲାନ୍ସ ଅଧିକାରୀ ଟଙ୍କା ମେସନ ଆଣି ତାହା ଗଣିବାରେ ଲାଗିଛନ୍ତି। ଦେଖନ୍ତୁ ଏହି ଭିଡିଓ… ତେବେ ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମାଲକାନାଗିର ୱାଟରସେଡ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଏବଂ ପିଡି। ତାଙ୍କ ନାମ ହେଉଛି ସାନ୍ତନୁ ମହାପାତ୍ର। ତାଙ୍କର ସାତଟି ସ୍ଥାନରେ ଚଢାଉ ଚାଲିଛି। ସେଥିରେ ଯାହା ଏ ପର୍ଯ୍ୟନ୍ତ ମିଳିଛି ତାହା ହେଲା କୋରାପୁଟ ଜୟପୁରରେ ଛଅ ହଜାର ସ୍କ୍ବାର ଫୁଟର ଏକ ତିନି ମହଲା ବାସ ଗୃହ, ଭୁବନେଶ୍ବର ହଂସାପଳରେ 33 ଡିସିମିଲି ପ୍ଲଟ, ଜୟପୁର ଟାଉନରେ 40 ଡିସିମିଲର ପ୍ଲଟ, ସେହି ଜୟପୁରରେ ଆଉ ଏକ 55 ଡିସିମିଲି ପ୍ଲଟ ରହିଛି। ଉପରୋକ୍ତ ଗୃହ ଏବଂ ଜମିଗୁଡ଼ିକର…
ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସକାଳୁ ସାତଟାରୁ ଏହି ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଛି। ଏହି ଗଣପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆଜି ସାଧାରଣ ଭୋଟରେ ଭାବେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। କଡା ସୁରକ୍ଷା ମଧ୍ୟରେ ସେ ପ୍ରେସିଡେଣ୍ଟ ଇଷ୍ଟେଟରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ଭୋଟ ଦେଇଥିଲେ।
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା-୨୦୨୫ ଯଥା +୨ କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା (ଭୋକେସନାଲ) ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ (୧୦ମ) ପରୀକ୍ଷା-୨୦୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସଂପୃକ୍ତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଳ୍ଲା ଶିକ୍ଷା ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ବୈଠକରୁ ଜଣାଯାଇଛି ଯେ ଚଳିତ ବର୍ଷ ଯୁକ୍ତ ୨ କଳାରେ ୨,୪୭,୩୯୧…
ଭୁବନେଶ୍ୱର: ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍ଥ ଇନ ଟୁଡେସ୍ ଫାଷ୍ଟ-ପେସ୍ଡ ଲାଇଫ୍ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସନିଷ୍ଟ ଡା. ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ।…

