ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ଦିଲ୍ଲୀ ପ୍ରଦେଶ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ପ୍ରଦେଶ ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଦୀର୍ଘ 27 ବର୍ଷ ପରେ ବିଜେପି କ୍ଷମତାକୁ ଆସିବାରେ ସଫଳ ହୋଇଛି। ଏନେଇ ବୈଜୟନ୍ତ ପଣ୍ଡାଙ୍କ ସଫଳ ଗୋଟି ଚାଳନା ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜିର ବୈଠକରେ ଦିଲ୍ଲୀ ମୁକୁଟ କିଏ ପିନ୍ଧିବ ସେ ନେଇ ନିଷ୍ପତି ନିଆଯାଇପରେ। ଏହା ସହ ଦଳ ଦିଲ୍ଲୀ ବାସୀ ଙ୍କ ଆଶା ଓ ଆକାଂକ୍ଷା କିପରି ପୂରଣ କରିବ, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କିପରି ପୂରଣ କରିବ ଏବଂ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସାରା ଦିନ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ କର୍ମୀ ଓ…
Author: Samikhsya Bureau
ଭୁବନେଶ୍ବର: ପୁଣି ଥରେ ଫ୍ଲାଟ କିଣାବିକା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ନିକଟରେ ଏହି ଦ୍ବନ୍ଦକୁ ହଟାଇବା ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସେ ରେରା ଗଠନ ପୂର୍ବରୁ ଯେଉଁ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ତାହା କିଣାବିକା ହୋଇପାରିବ। ଏ ନେଇ ବିଭାଗ ସମସ୍ତ ରେଜଷ୍ଟ୍ରିଂ ଅଫିସକୁ ଅବଗତ କରାଇଥିଲେ। ହେଲେ ସେହି ବିଜ୍ଞପ୍ତି ଉପରେ ଆଜି ହାଇକୋର୍ଟ ରହିତାଦେଶ ଜାରୀ କରିଛନ୍ତି। ଫଳରେ ସରକାର ଯେଉଁ ନିଷ୍ପତି କରିଥିଲେ ତାହା ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପରବର୍ତ୍ତି ଶୁଣାଣି ହେବା ପରେ ଯାହା ନିଷ୍ପତି ହେବ ବୋଲି ଜଣାପଡିଛି। ଆସନ୍ତା 19 ତାରିଖରେ କୋର୍ଟ ପରବର୍ତ୍ତି ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ନିର୍ଦ୍ଦିଷ୍ଟ ସ୍ପଷ୍ଟ ନିତି ନ ଥିବାରୁ କୋର୍ଟ ଖପ୍ପା ହୋଇଛନ୍ତି।
ଭୁବନେଶ୍ୱର: ରାଜ୍ୟ ଆୟୁଷ ବିଭାଗର କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତାତିଛନ୍ତି ଆୟୁଷ ଛାତ୍ରଛାତ୍ରୀ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ଆୟୁଷ ମହାବିଦ୍ୟାଳୟକୁ ବନ୍ଦ କରାଯିବ। ଏହି ଧମକ ଦେଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂସଦ। ଯେଉଁମାନଙ୍କ ବିରୋଧରେ ଛାତ୍ରଛାତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେମାନେ ହେଲେ ନିର୍ଦେଶକ ପ୍ରେମଜିତ ନାୟକ, ଆୟୁଷ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୯ ବର୍ଷ ଧରି ୫ଟି ବିଭାଗ ଦାୟିତ୍ବରେ ଥିବା ଆୟୁଷ ନୋଡାଲ ଅଫିସର ତଥା ହୋମିଓପ୍ୟାଥିକ ରେଜିଷ୍ଟାରଏବଂ ଅଧ୍ୟାପକ ଡା ପ୍ରମୋଦ ବିହାରୀ ପ୍ରଧାନଙ୍କ ସହିତ ସେକ୍ସନ ଅଫିସର ପ୍ରଦୀପ ନାଥ ଶର୍ମାଙ୍କ ତୁରନ୍ତ ବଦଳି ଓ ତାଙ୍କ ପ୍ରତି ବିହିତ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି। ଏ ନେଇ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ସାତୋଟି…
ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କାପୁର ଏବଂ ଅଭିନେତା ଅର୍ଜୁନ କାପୁର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶ୍ରୀ କାପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ…
ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ବିଧାନାସଭା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ସବୁଦଳର ବିଧାୟକଙ୍କୁ ବାଚସ୍ପତି ଗୃହ ପରିଚାଳନାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ହରିଦାସ କୁମ୍ଭମପତି ଗୃହରେ ନିଜର ଅଭିଭାଷଣ ରଖିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କରିସାରିଛନ୍ତି। ରାଜ୍ୟପାଳ ଅଭିଭାଷଣ ପରେ ପରବର୍ତ୍ତି ଦିନରେ ଧନ୍ୟବାଦ ପ୍ରସ୍ତାବରେ ଆଲୋଚନା ହେବ।
ଭୁବନେଶ୍ବର: ଏଆଇସିସି ସଦସ୍ୟ ତଥା ପୂର୍ବତନ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପରୁ ଉଠିଲା ନିଲମ୍ବନ। ଆଜି ଏ ନେଇ କଂଗ୍ରେସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ଭକ୍ତ ଦାସ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଘୋଷଣା ହେବା ପରେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି। ମାନସ ଚୌଧୁରୀ କଟକ କଂଗ୍ରେସର ଜଣେ ପରିଚିତ ନେତା। ସେଠାରେ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। ହେଲେ ତାଙ୍କର ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ଭଲ ନ ପଡିବାରୁ ତାଙ୍କୁ ଏହି ଦଶା ଭୋଗୀବାକୁ ପଡିଥିଲା। ତେବେ ନୂଆ ସଭାପତି ଭାବେ ଭକ୍ତଦାସ ଯୋଗ ଦେବା ପରେ ତାଙ୍କ ଉପରୁ ସେହି ନିଲମ୍ବନ ଆଦେଶ ହଟାଇ ଦିଆଯାଇଛି।
ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ…
ଭୁବନେଶ୍ବର: ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକ ମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି, ଭୁବନେଶ୍ୱରସ୍ଥ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି। ଏହି ଅବସରରେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଏହି ମତ ବିନିମୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରସ୍ତୁତ ଭିଡିଓଟି ୟୁନିଟ-୧ ସରକାରୀ ଉଚ୍ଚ…
ଭୁବନେଶ୍ବର: ଏନ୍.ସି.ସି. ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍.ସି.ସି.ର କାଡେଟ୍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍.ସି.ସି. ଶାଖା ପ୍ରତିଷ୍ଠା କରାଯିବ। ରାଜ୍ୟରେ ଏନ୍.ସି.ସି. ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ । କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ । ଏହା ସହିତ କୋରାପୁଟରେ ଏନ୍.ସି.ସି.ର ଗ୍ରୁପ୍ ହେଡ୍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…
ଭୁବନେଶ୍ବର: ମାଘ ପୂର୍ଣ୍ଣିମା ହେଉଛି ମାଘ ମାସର ଶେଷ ଦିନ। ଏହାର ପରଦିନଠାରୁ ଫାଲଗୁନ୍ ମାସ ଆରମ୍ଭ ହେବ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃୟାରୀ ୧୨ ତାରିଖ ବୁଧବାରରେ ପଡୁଛି। ତେବେ ଏହିଦିନ ମଧ୍ୟ ସଂକ୍ରାନ୍ତି ମଧ୍ୟ ପଡୁଛି। ଅର୍ଥାତ ମାଘ ପୂର୍ଣ୍ଣିମା ଏବଂ କୁମ୍ଭ ସଂକ୍ରାନ୍ତି ଗୋଟିଏ ଦିନରେ ପଡୁଛି। ତେବେ ଏହି ପରି ପବିତ୍ର ଦିନରେ କଣ କରିବା ଉଚିତ ଜାଣନ୍ତୁ ଏହି ୬ ଟି ଉପଯୋଗୀ ତଥ୍ୟ। ୧- ପୂର୍ଣ୍ଣିମା ଦିନ ମଧ୍ୟରେ ମାଘ ପୂର୍ଣ୍ଣିମାର ମହତ୍ତ୍ବ ସମ୍ପୂର୍ଣ୍ଣ ଭିନ୍ନ। ମାଘ ପୂର୍ଣ୍ଣିମାରେ ତୀର୍ଥଯାତ୍ରୀ ନଦୀରେ ସ୍ନାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ଉତ୍ତରପ୍ରଦେଶର ପ୍ରୟାଗରାଜଙ୍କ ସଙ୍ଗମ ଉପକୂଳରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ। ୨- ମାଘରେ କଳ୍ପବାସର ଏକ ପରମ୍ପରା ଅଛି। ଏଥିରେ ଏକ ମାସ ଧରି ହଜାର ହଜାର ଲୋକ ଉପବାସରେ ରୁହନ୍ତି ଏବଂ ପ୍ରତିଦିନ ପ୍ରୟାଗ ରାଜ ସଙ୍ଗମରେ ସ୍ନାନ…
ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣା ଓଡ଼ିଶାର ଅଗଣିତ ଖେଳପ୍ରେମୀଙ୍କୁ ନିରାଶ କରିନି ବରଂ ଓଡ଼ିଶାର ସ୍ୱାଭିମାନକୁ ବିଶ୍ଵ ଦରବାରରେ ନିନ୍ଦିତ ଓ ଅପମାନିତ କରିଛି। ୫ ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡ଼ିଶାବାସୀଙ୍କ ଭାଗ୍ୟରେ ଗୋଟିଏ କ୍ରିକେଟ୍ ମ୍ୟାଚର ଆୟୋଜନ ଖବରଟି ଓଡ଼ିଶାବାସୀଙ୍କୁ ଯେତିକି ଆହ୍ଲାଦିତ କରିଥିଲା ଗତକାଲିର ନିନ୍ଦିତ ଘଟଣାଟି ସେମାନଙ୍କ ମନ ଓ ପ୍ରାଣକୁ ଅଶେଷ ଆଘାତ ପ୍ରଦାନ କରିଛି। ଆପଣମାନେ ଜାଣିଥିବେ ଭାରତୀୟ ଇନିଂସର ସପ୍ତମ ଓଭରରେ ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ୍ ଲାଇଟ୍ ଅଚଳ ହୋଇଯିବାରୁ ଓ ପୁନଶ୍ଚ ଲାଇଟ୍ ଜଳିବାରୁ ଗୋଟିଏ ବଲ୍ ପଡ଼ିବାପରେ ପୁନର୍ବାର ଲାଇଟ୍ ଲିଭିଯାଇଥିଲା। ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ୍ ରହିଥିଲା ଓ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ପିଚରେ ରହିଥିଲେ।ଏତେ…
ମହାକୁମ୍ଭ 2025: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ଏକ ମେସିନ ବୋଟରେ ଯାଇ ଏହି ବୁଡ ପକାଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସଙ୍ଗମରେ ବୁଡ଼ ପକାଇବାରେ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ପ୍ରୟାଗରାଜରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ସମସ୍ତେ ସଙ୍ଗମ ସ୍ଥଳରେ ପହଞ୍ଚିଥିଲେ। ସଙ୍ଗମ ହେଉଛି ପବିତ୍ର ନଦୀ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀଙ୍କର ସଙ୍ଗମ ସ୍ଥଳ। ଏହା ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ବହନ କରେ। ଚଳିତ ମହାକୁମ୍ଭ ଉତ୍ସବ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବଡବଡ ନେତା ଏଠାରେ ବୁଡ଼ ପକାଇ ସାରିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି…
ଭୁବନେଶ୍ବର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ କରୁଛନ୍ତି । ଏହି ଜନଶୁଣାଣି ୧୧ ଫେବୃଆରୀ, ୨୦୨୫ ଦିନ ଅପରାହ୍ନ ୨:୦୦ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ର ଏକାମ୍ର ହଲ୍ ରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହଟକର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା କମିଶନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ…
ଭୁବନେଶ୍ବର: ଗତକାଲି ଭାରତ ଇଂଲଣ୍ଡ ମ୍ୟାଚ ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ଘଟଣା ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଏପରି ଅବହେଳା ପାଇଁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଟାର୍ଗେଟ କରିଛି ଦଳ। ଏପରି ଅବହେଳା ପାଇଁ କ୍ରୀଡାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବୀ କରିଛି। ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି ଯେ, ମ୍ୟାଚ ପୂର୍ବରୁ ମନ୍ତ୍ରୀ ଚାରିଥର ଷ୍ଟାଡିୟମ ଯାଇ ପ୍ରସ୍ତୁତି ତଦାରଖ କରିଥିଲେ। ହେଲେ ଠିକ ମ୍ୟାଚ ବେଳେ କିପରି ଲାଇଟ ପଳାଇଲା ତାହା ବଡ ନିନ୍ଦନୀୟ ଘଟଣା। ମନ୍ତ୍ରୀ କିପରି ପ୍ରସ୍ତୁତି ନିରୀକ୍ଷଣ କରୁଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରାଯାଇଥିବାରୁ ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।
ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା ନେଇ କ୍ଷୁବ୍ଧ ହୋଇଛନ୍ତି ରାଜ୍ୟ ସରକାର। ମ୍ୟାଚ ଆୟୋଜନ କରୁଥିବା ଓଡିଶା କ୍ରିକେଟ ଆସୋସିଏସନକୁ କାରଣ ଦର୍ଶା ନୋଟିସ ଜାରୀ କଲା କ୍ରୀଡା ବିଭାଗ। ଦଶ ଦିନ ଭିତରେ ଏପରି କାହିଁକି ଘଟିଲା ତାହାର କାରଣ ଦର୍ଶାଇବାକୁ ଏହି ନୋଟିସରେ କୁହାଯାଇଛି। ଅନ୍ୟପକ୍ଷରେ ଓସିଏ ତରଫରୁ ଗତକାଲି ଘଟଣାର ଖୋଳତାଡ ହୋଇଛି। ହେଲେ ସେମାନେ ଯାହା ଉତ୍ତର ଦେଉଛନ୍ତି ତାହା ବଡ ହାସ୍ୟସ୍ପଦ ଘଟଣା। ଓସିଏର କହିବା କଥା ଯେ, ଫ୍ଲଡ ଲାଇଟ କଟିଯିବା ପରେ ଜେନେରଟର ଲାଗିବା କଥା। ହେଲେ ସେତେବେଳେ ସେହି ଗାଡିର ଡ୍ରାଇଭର ପାଖେର ନ ଥିଲା। ସେ ଆସିବାକୁ ବିଳମ୍ବ ହେବାରୁ ଏପରି ଘଟିଲା ବୋଲି ସଫେଇ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସବୁ ଦୋଷ ଡ୍ରାଇଭର ଉପରେ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୨୧ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଓଡ଼ିଶୀ, କଥକ, ଭାରତନାଟ୍ୟମ୍ ଓ ମୋହିନୀଆଟ୍ଟମ ନୃତ୍ୟର ଫ୍ୟୁଜନ ସହିତ ମୟୁରଭଞ୍ଜ ଛଉ ନୃତ୍ୟ । ଉଦ୍ଯାପନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ, କଥକ, ଭାରତନାଟ୍ୟମ୍ ଏବଂ ମୋହିନୀଆଟ୍ଟମର ମିଶ୍ରଣ ଯାହା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଖାନକ ଇନଷ୍ଟିଚ୍ୟୁଟ୍ ଅଫ୍ ପରଫର୍ମିଂ ଆର୍ଟସ୍, ପବିତ୍ର ଆର୍ଟ ଭିଜୁଆଲ୍ ଇନଷ୍ଟିଚ୍ୟୁଟ୍ ଏବଂ ଇଣ୍ଟରନ୍ୟାସନାଲ୍ ଏକାଡ଼େମୀ ଅଫ୍ ମୋହିନୀଆଟ୍ଟମ୍ ଦ୍ୱାରା ପରିବେଷିତ ହୋଇଥିଲା । ସେମାନଙ୍କର ପ୍ରଥମ ଉପସ୍ଥାପନ ଥିଲା ଗଣେଶ ବନ୍ଦନା ଏବଂ ପରେ ପରେ ଶ୍ରୀ କୃଷ୍ଣ ଶରଣମ୍ ନମଃ – କୃଷ୍ଣଙ୍କ ଜୀବନର ଯାତ୍ରା। ଏହି ପ୍ରସ୍ତୁତି ଏକ ମିଶ୍ରିତ ସୃଜନଶୀଳ ନୃତ୍ୟ ଥିଲା ଯେଉଁଥିରେ ଓଡ଼ିଶା ଡ଼୍ୟାନ୍ସ…
କଟକ: ପୁଣି ଥରେ ବାରବାଟୀ ବଦନାମ ହୋଇପଡିଛି। ଆଜି ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ ଇଂଲଣ୍ଡ ମ୍ୟାଚ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳାଳୀମାନେ ଖେଳି ନ ପାରି ସେମାନେ ପାଭେଲିୟନକୁ ଫେରିଯାଇଛନ୍ତି। ଅନ୍ୟପକ୍ଷରେ ସେଠାରେ ଖେଳ ଦେଖିବାକୁ ଯାଇଥିବା ହଜାରହଜାର ଦର୍ଶକ ନିରାଶ ହୋଇପଡିଛନ୍ତି। ସେମାନଙ୍କୁ ବାରବାଟୀ ଆଜି ନିରାଶ କରିଛି। ସୂଚନା ଅନୁସାରେ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଲିଭିଯିବା ପରେ ବ୍ୟାଟରଙ୍କୁ ବ୍ୟାଟିଂ କରିବା ପାଇଁ ଅସୁବିଧା ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଅମ୍ପାୟରଙ୍କୁ ଏହି ଅଭିଯୋଗ କରିଥିଲେ। ସେମାନେ ଏପରି ଲାଇଟିରେ ଖେଳିପାରିବେ ନାହିଁ ବୋଲି ଜଣାଇଦେଇଥିଲେ। ଫଳରେ ଅମ୍ପାୟର ଖେଳକୁ ସ୍ଥଗିତ ରଖିଥିଲେ। ସମସ୍ତ ଖେଳାଳୀ ପଡିଆ ଛାଡି ପ୍ୟାଭିଲିୟନକୁ ଫେରିଯାଇଥିଲେ। ଆଜି ପ୍ରଥମେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରି ୩୦୪ ରନ ହାସଲ କରିଛି। ଏହାପରେ ଭାରତର ଓପନର ଭାବେ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ଲ ଓପନିଂ କରିଥିଲେ। ରୋହିତ ଶର୍ମା…
ଭୁବନେଶ୍ୱର: ଆଜି ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବହୁବନ୍ଧ ଗ୍ରାମପଂଚାୟତ ସରପଂଚ ଶ୍ରୀ ସୂର୍ଯ୍ୟନାରାୟଣ ମୁର୍ମୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମୁର୍ମୁଙ୍କ ସମେତ ପଂଚାୟତ ସମିତି ସଦସ୍ୟ କାଂଚନି ପାତ୍ର, ୱାର୍ଡ ମେମ୍ବର ସରସ୍ୱତୀ ମୁର୍ମୁ, ୱାର୍ଡ ମେମ୍ବର ହେମଲତା ମୁର୍ମୁ, ୱାର୍ଡ ମେମ୍ବର ସନିଆ ମଢେଇ, ପୂର୍ବତନ ୱାର୍ଡ ମେମ୍ବର ଲିଲୋ ଚନ୍ଦ୍ର ବିନ୍ଧାଣି, ପୂର୍ବତନ ୱାର୍ଡ ମେମ୍ବର ବ୍ରଜ ମୋହନ ହୋ, ପୂର୍ବତନ ୱାର୍ଡ ମେମ୍ବର ରଘୁନାଥ ସିଂଙ୍କ ସମେତ ନାରୀନେତ୍ରୀ ଶାନ୍ତିଲତା ମୁର୍ମୁ, ମାନସ ରଞ୍ଜନ ଦାସ, ଶେଖ ଅଞ୍ଜୁମ ହୁସେନ, ଦିତିକାନ୍ତ ପାତ୍ର, ଗୌରମୋହନ ସିଂ, ରତିକାନ୍ତ ପାତ୍ର, ଚୁରିଆ ସୋରେନ୍, ଗୋପାଳ ସୋରେନ୍, ଲକ୍ଷ୍ମଣ ମହନ୍ତ, ସାଲଖାନ୍ ମୁର୍ମୁ, ରବିନ୍ଦ୍ର ଦେହୁରୀ, ଯଦୁନାଥ ପାତ୍ର, ଶଶୀଧର ଦେହୁରୀ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ…
ଭୁବନେଶ୍ବର: ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ଦିଲ୍ଲୀ ବିଧାନସଭାରେ ଯେପରି ଆସନ ହାସଲ କରିଛି ତାହା ଏକ ରେକର୍ଡ। ସାରା ଦେଶରେ ବର୍ତ୍ତମାନ ବିଜେପିର ଦିଲ୍ଲୀ ଦରବାର ଦଖଲ ନେଇ ଚାଲିଛି ଚର୍ଚ୍ଚା। ତେବେ ଏହା ଭିତରେ ଜଣେ ଓଡିଆ ନେତାଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ସେ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ତଥା ବିଜେପିର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କାରଣ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନର ପୁରା ଦାୟିତ୍ବ ନେଇଥିଲେ ସାଂସଦ ବୈଜୟନ୍ତ ବା ଜୟ ପଣ୍ଡା। ଗତବର୍ଷ ଅକ୍ଟୋବର ମାସରେ ଦଳ ତାଙ୍କୁ ଦିଲ୍ଲୀର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତଙ୍କ ଦିଲ୍ଲୀରେ ଭଲ ଦଖଲ ରହିଥିବାରୁ ଦଳର ନେତା ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡା ତାଙ୍କ ଉପରେ ଭରସା କଲେ। ଆଉ ତାହାର ଫଳ ଦେଖାଇଦେଲେ ସାଂସଦ ବୈଜୟନ୍ତ ପଣ୍ଡା।…
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ବିଜେପିର ବଡ ବିଜୟ ଘଟିଛି। ଏହାକୁ ନେଇ ବିଜେପି ଶିବିରରେ ବେଶ ଉତ୍ସାହ ଖେଳିଯାଇଛି। ତେବେ ଏହାକୁ ନେଇ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟିପ୍ପଣୀ ଦେଇଛନ୍ତି। ତାହା ହେଲା… ଜନଶକ୍ତି ସର୍ବୋପରି! ବିକାଶ ଜିତିଲା, ସୁଶାସନ ଜିତିଲା। ଦିଲ୍ଲୀର ସମସ୍ତ ଭାଇ ଭଉଣୀଙ୍କୁ ଏପରି ଐତିହାସିକ ବିଜୟ ପାଇଁ ଆପଣଙ୍କୁ ମୋର ସାଲ୍ୟୁଟ୍ ଏବଂ ଅଭିନନ୍ଦନ! ଆପଣମାନେ ମୋତେ ଯେଉଁ ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ ଗଭୀର କୃତଜ୍ଞ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏହାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ; ଏହା ଆମର ଗ୍ୟାରେଣ୍ଟି। ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମୁଁ ବିଜେପି…

