ଭୁବନେଶ୍ବର: ଆଜି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଆମେ ସିଧା କରିପାରିବୁ ବଙ୍କା ମଧ୍ୟ କରିପାରିବୁ। ଏହି କଳାକୌଶଳ ଆମକୁ ଜଣା। ହେଲେ ସେପରି କରିବାକୁ ଆମେ ଯାଉ ନାହୁଁ। ଆମେ ବର୍ତ୍ତମାନ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛୁ। ସେଥିପାଇଁ ହିଂସା କରିବାକୁ ଯାଉ ନାହୁଁ। ଗତକାଲି ବିଧାନସଭାରେ ଜୟନାରାୟଣ ମିଶ୍ର ତାଙ୍କ କଲର ଧରିବା ପ୍ରସଂଗରେ ଏପରି କହିଛନ୍ତି ବିଧାୟକ ତାରା। ସେ କହିଛନ୍ତି ଯେ, ବିଜେପି ବିଧାୟକମାନେ ଗତକାଲି ମୋ ପାଖକୁ ଝପଟି ଆସିଲେ। ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିଦେବା ପାଇଁ ଆସିଥିଲେ। ମୋ ଭାଗ୍ୟ ଭଲ ରକ୍ଷା ପାଇଗଲି। ସାଧାରଣତଃ ମୁଁ ଯେତେବେଳେ ଡିବେଟରେ ଭାଗ ନିଏ ସେତେବେଳେ ଯେଉଁ କଥା କହେ ତାହା ବିଜେପି ସଦସ୍ୟଙ୍କୁ ବାଧୁଛି। ପୂର୍ବରୁ ସେମାନେ ରାଗିକରି ଥିଲେ। ଗତକାଲି ସଂସଦୀୟ ମନ୍ତ୍ରୀଙ୍କ ଡାକରାରେ ସେମାନେ ମୋତେ ମାରିବାକୁ ଆସିଥିଲେ ବୋଲି ତାରା କହିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ସାମ୍ବାଦିକଙ୍କ ବିଧାନସଭା ପ୍ରେସ ଗ୍ୟାଲେରୀକୁ ମୋବାଇଲ ନେବାକୁ ବାରଣ କରାଗଲା। ପୂର୍ବରୁ ଏପରି କଟକଣା ନ ଥିବା ବେଳେ ଆଜି ଏହା ଲାଗୁ କରାଯାଇଛି। ଫଳରେ ବିଧାନସଭା ସୁରକ୍ଷା କର୍ମି ବାହାରେ ସାମ୍ବାଦିକଙ୍କ ମୋବାଇଲ ନ ନେବାକୁ ନିବେଦନ କରୁଛନ୍ତି। ଯାହାକୁ ନେଇ ବିଧାନସଭା ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ଗୃହ ମଧ୍ୟରେ ବିଜେପି ସଦସ୍ୟମାନେ ବିରୋଧୀଙ୍କୁ ଧସ୍ତାଧସ୍ତା କରୁଥିବାର ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଥିଲା। ସାମ୍ବାଦିକମାନେ ତାହାକୁ ନିଦ ମୋବାଇଲରେ ରେକର୍ଡ କରି ଭାଇରାଲ କରିଥିଲେ। ଯେହେତୁ କେବଳ ପ୍ରଶ୍ନକାଳଟି ସୁଟିଂ ପାଇଁ ଅନୁମତି ରହିଛି, ସେହି ଅନୁସାରେ ସାମ୍ବାଦିକମାନେ ତାହାକୁ ରେକର୍ଡ କରିଥିଲେ। ଏହା ଶାସକ ବିଜେପିକୁ ଅଡୁଆ କରିଥିବାରୁ ଆଜି ସାମ୍ବାଦିକଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଫଳରେ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୃର୍ତ୍ତି ତଳେ ଧାରଣରେ ବସିଛନ୍ତି।
ଭୁବନେଶ୍ବର: ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରସଂଗକୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ଘଟିଯାଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରେ ଧକ୍କା ମରାମରି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଗୃହରେ ବଡ ଉତ୍ତେଜନ ସୃଷ୍ଟି ହୋଇଛି। ଜୟନାରାୟଣ ମିଶ୍ର ଓଡିଶାକୁ କଣ ଭାଗଭାଗ କରିବେ କି ବୋଲି ବିଜେଡି ସଦସ୍ୟ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଗୃହରେ ହାଙ୍ଗାମା ସୃଷ୍ଟି ହୋଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନ ବୃଦ୍ଧିକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଧରି ସେମାନେ ଗୃହ ମଧ୍ୟକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। କଂଗ୍ରେସ ବିଧାୟକ ତାରାବାହିନୀ ପତି ବାରମ୍ବାର ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ଗୃହରେ ହାଙ୍ଗାମା କରିଥିଲେ। ସେହିପରି ବିଜେଡି ସଦସ୍ୟଗଣ ଜୟନାରାୟଣ ମିଶ୍ରଙ୍କ କୋଶଳ ବିବୃତିକୁ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେମାନେ…
ଭୁବନେଶ୍ୱର: ଆର୍ଥିକ ଦୁର୍ବଳବା ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟାକୁ ପ୍ରାଇଭେଟ ସ୍କୁଲଙ୍କୁ କେଳେଙ୍କାରୀ ପାଇଁ ପ୍ରୋତ୍ସାହନ ଦେବାକୁ ସମ୍ପୂର୍ଣ ପ୍ରକ୍ରିୟା ଏକ ମାସ ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟଲା ରହିଛି ବୋଲି ଅଭିଯୋଗ କରି ଓଡିଶା ଅଭିଭାବକ ମହାସଂଘ ତୁରନ୍ତ ପୋର୍ଟାଲ ଖୋଲି ପିଲାଙ୍କ ପଞ୍ଜିକରଣ ଦାବୀ କରି ଆଜି ଆମରଣ ଅନଶନରେ ବସିଥିଲା। ସଂଶୋଧିତ ମାର୍ଗଦର୍ଶିକା ରେ ନିରୀହ, ଗରିବ ଓ ଅଶିକ୍ଷିତ ଆର୍ଥିକ ଦୁର୍ବଳ ବା ଗରିବ ଶ୍ରେଣୀର ଅଭିଭାବକ ନିଜର ପିଲାର ଆବେଦନ ପାଇଁ 17 ସତର ଦିନ ସମୟ ଦିଆଯାଇଥିବା ବେଳେ ଧନୀ ବା ବିତ୍ତଶାଳୀ ଉଚ ଶିକ୍ଷିତ ପ୍ରାଇଭେଟ ମ୍ୟାନେଜମେଣ୍ଟ ସ୍କୁଲ ଙ୍କୁ ପୋର୍ଟାଲ ରେ ପଞ୍ଜିକରଣ ପାଇଁ ସତୁରି 70 ଦିନ ସମୟ ଦିଆଯାଇଛି l ପ୍ରଥମ ପର୍ଯ୍ୟାୟ ଆବେଦନରେ ଜାନୁଆରୀ 22 ରୁ ଫେବୃଆରୀରୁ 28 ପର୍ଯ୍ୟନ୍ତ ସ୍କୁଲ ମାନଙ୍କ…
ଭୁବନେଶ୍ୱର: ପଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ତା -୯/୩/୨୦୨୫ ରିଖ ରବିବାର ଦିନ ‘ପାଣ୍ଡା କବ୍’ସ ଦ୍ୱିତୀୟ ଶାଖା ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗଦେଇ ‘ପାଣ୍ଡା କବସ୍’ ର ଉଦ୍ଘାଟନ କରିଥିଲେ । ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳି ର ବିକାଶ, କୌଶଳଭିତ୍ତିକ ପାଠ୍ୟକ୍ରମ ଏଵଂ ଆଧୁନିକ ପାଠ୍ୟ ଖସଡ଼ା ପଦ୍ଧତିରେ ଶିକ୍ଷାଦାନ ଆଦି ‘ପାଣ୍ଡା କବସ ‘ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋତ୍ସାହକ ଜନ୍ମେଜୟ ଜେନା ,ଅଜନ୍ତା କଳା ମିଶ୍ର ,ଅମିତ୍ ଖୁଣ୍ଟିଆ , ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ସ୍କୁଲ ର ନିର୍ଦେଶକ ଡ଼ା. ପ୍ରଭୁଚରଣ ମହାନ୍ତି , ମେନେଜିଙ୍ଗ ଟ୍ରଷ୍ଟି ସ୍ନିଗ୍ଧା ମହାନ୍ତି , ଡମ୍ବୁରୁ ପାଠଶାଳାର ପ୍ରତିଷ୍ଠାତା…
ଭୁବନେଶ୍ବର: ବିଜେପିକୁ ଅଡୁଆ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। କାରଣ ସେ କେତେବେଳେ କଣ କହିଦେଉଛନ୍ତି ଯାହାକୁ ନେଇ ସାରା ଓଡିଶାରେ ଚହଳ ପଡୁଛି। ସେତିକିୁ ନୁହେଁ ତାଙ୍କ ବିଜେପି ଦଳ ମଧ୍ୟ ଅଡୁଆରେ ପଡୁଛି। ପୂର୍ବରୁ ବହୁ ଉଦାହରଣ ରହିଛି ଯାହା ତାଙ୍କୁ ବିବାଦୀୟ କରିଦେଇଛି। ସେହିପରି ଗତକାଲି ମହିଳା ଦିବସରେ ସେ ଯାହା କହିଲେ ତାହା ମଧ୍ୟ ଭିନ୍ନ ଏକ ବିବାଦୀୟ ସୃଷ୍ଟି କରିଛି। ଜୟନାରାୟଣ ସମ୍ବଲପୁରରେ ଏକ ସଭାରେ କହିଲେ ଯେ, ଆମେ ଓଡିଶାରେ ମିଶି ଭୁଲ କରିଥିଲୁ। କାରଣ କଳିଙ୍ଗ, କୋଶଳ ଓ ଉତ୍କଳ ନେଇ ଓଡିଶା। ହେଲେ ବର୍ତ୍ତମାନ କେବଳ ଉତ୍କଳ ନାଆ ରହୁଛି. କୋଶଳ ନାମ ରହୁ ନାହିଁ। ସମସ୍ତେ ଜୟ ଉତ୍କଳ ଗାଉଛନ୍ତି, ହେଲେ କାହିଁକି କୋଶଳ ନାମ ନିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ସେତେବେଳ ଓଡିଶା ସହିତ କୋଶଳ ମିଶିବା ଏକ ଐତିହାସିକ ଭୁଲ ଥିଲା…
ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ବାଲେଶ୍ବର ଜିଲ୍ଲା ଭୋଗରାଇରୁ ଲଗାତର ଭାବେ ଚାରିଥର ବିଧାୟକ ଥିଲେ। ସେ 2014 ମସିହାରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଉଚ୍ଚଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଥିଲେ। ତେବେ ଗତ ନିର୍ବାଚନରେ ବିଜେଡି ତାଙ୍କ ବଦଳରେ ଗୌତମ ବୁଦ୍ଧ ଦାସଙ୍କୁ ଟିକେଟ ଦେଇଥିଲେ। ସେ ବିଜୟ ଲାଭ କରି ବର୍ତ୍ତମାନ ବିଧାୟକ ଅଛନ୍ତି। ତାଙ୍କ ବିୟୋଗରେ ଓଡିଶା ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଆଜି ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସଫଳତା ବୋଲି କହୁଥିବା ବେଳେ ନବୀନ ଏହାକୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଆଜି ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଏହି ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ସୁଭଦ୍ରା ଯୋଜନାର ସଫଳତା ନେଇ ବିରୋଧୀ ହଜମ କରିପାରୁ ନାହଁନ୍ତି। ସେମାନଙ୍କୁ ହଜମ ଗୁଳି ଦରକାର ବୋଲି ତାତ୍ସଲ୍ୟ କରିଥିଲେ। ସେ କହିଥିଲେ ଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର…
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା। ସେ ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସବୁଠାରୁ ସନ୍ତୋଷର ଦିନ ଓ ସବୁଠାରୁ ଗୌରବର ଦିନ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତିଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର…
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୁବନେଶ୍ବର ସହିଦ ନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରି। ଯାହାର ନାମ ରହିଛି ମୁଖରୋଚ୍। ନିଆଁ ଏତେ ଜୋରରେ ଜଳୁଛି ଯେ, ପାଖ ଦୋକାନରେ ଏହା ବ୍ୟାପିବାର ସମ୍ଭାବନା ରହିଛି। ଭିତରେ ଥିବା ମିକ୍ସଚର ଏବଂ ଏହାର ବିଭିନ୍ନ ସାମଗ୍ରୀରେ ନିଆଁ ଲାଗି ଏହା ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଘଟଣା ଜଣାପଡିବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଠା ଚାଲିଛି। ଏଥିରେ ତିନୋଟି ଦମକଳ ଲାଗିଥିବାର ଜଣାପଡିଛି। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡି ନାହିଁ। ହେଲେ ନିଆଁର ବେଗ ଏତେ ପ୍ରଖର ଅଛି ଯେ ତାହାକୁ ଆୟତ କରିବାରେ କଷ୍ଟ ଦାୟକ ହୋଇପଡିଛି।
ଭୁବନେଶ୍ବର: ଓଡିଶାରେ ୨୦୨୪ ମସିହାରେ ହୋଇଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ନେଇ ଉନମୋଚିତ ହେଲା ଏକ ପୁସ୍ତକ ‘ନିର୍ବାଚନ ୨୦୨୪’। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଉନମୋଚନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଏବଂ ସମ୍ବାଦ ଓ କନକ ଟିଭିର ସମ୍ପାଦିକା ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ପେନ ଇନ ବୁକସ ପ୍ରକାଶନୀ ସଂସ୍ଥା ତରଫରୁ ଏହି ପୁସ୍ତକକୁ ପ୍ରକାଶ କରିଛନ୍ତି ଯୁବ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁସ୍ତକଟି ବେଶ ଉପାଦେୟ ହୋଇପାରିବ ବୋଲି କହିଥିଲେ। ଗତ ନିର୍ବାଚନରେ ଓଡିଶାରେ ବେଶ ବିରଳ ଘଟଣା ଘଟିଯାଇଛି। ଯାହାକୁ ଜଣେ ସାମ୍ବାଦିକ ଭାବେ ଅମିତାଭ ବେଶ ପାଖରୁ ଦେଖିଛନ୍ତି। ସେଥିପାଇଁ ଏହି ପୁସ୍ତକରେ ସେସବୁ ଘଟଣା ନିଶ୍ଚିତ ସ୍ଥାନିତ…
ଭୁବନେଶ୍ବର: ଆଜି ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ବିରୋଧୀ କଂଗ୍ରେସ ଓ ବିଜେଡି ଗୃହ ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ। ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ହାତରେ ଧରି ଗୃହ ମଧ୍ୟ ଭାଗରେ ହାଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦୁଇଥର ମୁଲତବି ରଖିଛନ୍ତି। ଆଜି ଗୃହରେ ବିରୋଧୀ ବିଜେଡି ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନ ପ୍ରସଂଗରେ ସରକାରୀ ଦଳକୁ ଘେରିଥିଲେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏବଂ ପଞ୍ଚାୟତିରାଜ ଦିବସ ଘୁଞ୍ଚାଇବା ପ୍ରଭୃତି ପ୍ରସଂଗ ଗୃହରେ ଉତଥାପନ କରି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ପ୍ରଥମେ ଦିନ 12 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହାପରେ ବିଜେଡି ସଦସ୍ୟଗଣ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିଥିଲେ। ସେହିପରି କଂଗ୍ରେସ ସଦସ୍ୟଗଣ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ନେଇ ହାଙ୍ଗାମା…
ଭୁବନେଶ୍ବର: ସ୍ଥଗିତ ହେଲା ଓଡିଶା ପୋଲିସ ଗ୍ରୁପ ବି ନିଯୁକ୍ତି ପରୀକ୍ଷା। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାର୍ଚ୍ଚ ୮ ଓ ୯ ତାରିଖ, ୨୦୨୫ ମସିହାରେ OPRB ଦ୍ୱାରା ହେବାକୁ ଥିଲା। ଯାହା ସ୍ଥଗିତ ରଖାଯାଇଛି। ଏ ନେଇ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡ଼ିଶା ପୁଲିସର ଗ୍ରୁପ୍- ‘ବି’ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର ଲିଖିତ ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଅର୍ଥାତ ପରବର୍ତ୍ତି ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଗଲା।
ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଏ ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ଟଣ୍ଡନଙ୍କ ନାମ ସୁପାରିସ୍ କରାଯାଇଛି। ଜଷ୍ଟିସ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି। ସେ ୨୦୧୦ ମସିହାରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ କୋଲକାତା ହାଇକୋର୍ଟର ବିଚାରପତି ଭାବେେ କାର୍ଯ୍ୟ କରୁଛନ୍ତି। ସେ ସର୍ବଭାରତୀୟ ବିଚାରପତିଙ୍କ ରାଙ୍କରେ ସପ୍ତମ ସ୍ଥାନରେ ଅଛନ୍ତି। ଏହି ରାଙ୍କରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରଥମ ସ୍ଥାନରେ ଅଛନ୍ତି। ବିଚାରପତି ପୂର୍ବରୁ ଲେ କୋଲକତା ହାଇକୋର୍ଟର ବରିଷ୍ଠ ଓକିଲ ଭାବେ କାର୍ୟ୍ୟ କରୁଥିଲେ।
ଭୁବନେଶ୍ୱର: ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ମୋଟର କାର ରାଲିରେ ଅଂଶ ଗ୍ରହଣ କରିଥିବା ନୌସେନାର ଅଧିକାରୀ / କର୍ମକର୍ତ୍ତାଙ୍କ ସହ ରାଜଭବନର ଅଭିଷେକ ହଲ୍ ଠାରେ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉକ୍ତ କାର ରାଲି କେବଳ ଏକ ଯାତ୍ରା ନୁହେଁ । ରାଲିରେ ଅଂଶ ଗ୍ରହଣକାରୀମାନେ ଯୁବ ସମୁଦାୟ ଏବଂ ନାଗରିକମାନଙ୍କ ନିକଟରେ ପହଂଚି ଭାରତୀୟ ନୌସେନାରେ ଥିବା କ୍ୟାରିୟର ସମ୍ଭାବନା ସଂପର୍କରେ ସଚେତନ କରାଇବେ । ଦେଶର ସୈନିକ ସ୍କୁଲମାନଙ୍କରେ ଝିଅମାନଙ୍କର ଆଡମିସନ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନେଇଥିବା…
ନୂଆଦିଲ୍ଲୀ: ଆଜି ଏଆଇସିସିର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ ତାଙ୍କୁ ସାକ୍ଷାତ କରିବା ସହିତ କିଛି ସମୟ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ଏକ ଫଟୋ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଯେଉଁଥିରେ କଂଗ୍ରେସର ନୂଆ କାର୍ଯ୍ୟାଳୟ ଇନ୍ଦିରା ଭବନ ଆଗରେ ପ୍ରିୟଙ୍କାଙ୍କୁ ଭକ୍ତଦାସ ଫୁଲତୋଡାଟିଏ ଦେଉଛନ୍ତି। ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ବସି ଆଲୋଚନା କରିବାର କୌଣସି ଫଟୋ ଦିଆଯାଇ ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ହେଲେ ପିସିସି ତରଫରୁ ଯେଉଁ ଦୁଇ ଧାଡିଆ ପ୍ରେସ ରିଲିଜ ଦିଆଯାଇଛି ସେଥିରେ କୁହାଯାଇଛି ଯେ, ଭକ୍ତ ଦାସ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଓଡିଶାରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଉପରେ ଆଲୋଚନା କରିଛନ୍ତି। ହେଲେ କଣ କଣ ଆଲୋଚନା କଲେ, କେତେବେଳେ ଆଲୋଚନା କଲେ, କେତେ ସମୟ ଆଲୋଚନା…
ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ଆସନ୍ତା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ବଜେଟ ଖର୍ଚ୍ଚଦାବୀ ଉପରେ ଆଲୋଚନା ହେବା ସହିତ ବ୍ୟୟ ମଂଜୁରୀ ବିଲ ପାରିତ ହେବ। ସେଥିପାଇଁ ଶାସକ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ୟପକ୍ଷରେ ସରକାରୀ ଦଳକୁ ଘେରିବା ପାଇଁ ଦୁଇ ବିରୋଧୀ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ନ କରିବା ନେଇ ହାଙ୍ଗାମା କରିବ। ଚଳିତ ବର୍ଷ ରାଜ୍ୟ ସରକାର ମାର୍ଚ୍ଚ 5 ତାରିଖରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କଲେ ନାହିଁ। ଯାହାକୁ ନେଇ ବିଜେଡି ଉତକ୍ଷିପ୍ତ ହୋଇପଡିଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଘେରିବ। ମୁଖ୍ୟତଃ ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ପକାଇବ…
ଭୁବନେଶ୍ବର: ଆଜି ଶୁଭ ଦିନରେ ନୂଆ ସରକାରୀ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବାସଭବନଟି ରହିଛି ରାଜଭବନ ସମ୍ମୁଖ ଦେଇ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ଥିବା ଏକ ସରକାରୀ କ୍ବାଟର। ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ଅବସ୍ଥିତ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପିଏମଜି ପାଖରେ ଥିବା ଏକ କ୍ବାଟରରେ ରହୁଥିଲେ। ବର୍ତ୍ତମାନ ଏହି କ୍ବାଟରକୁ ବେଶ ଭଲଭାବରେ ନିର୍ମାଣ କରାଯାଇ ସଜାଇ ଦିଆଯାଇଛି। ପୁରୀରୁ ଏଗାର ଜଣ ପଣ୍ଡିତ ଆସି ପ୍ରଥମେ ପୂଜାପାଠ କରିଥିଲେ। ଏହାପରେ ଘରେ ପ୍ରଥମେ ଦୁଇଟି ଗାଈକୁ ପୂଜା କରାଯାଇ ପ୍ରବେଶ କରାଯାଇଥିଲା। ଏହି ଦୁଇଟି ଗାଈର ନାମ ହେଉଛି ନନ୍ଦା ଓ ନନ୍ଦିନୀ। ଏହାପରେ ମୋହନ ମାଝୀ ସସ୍ତ୍ରୀକ ସେହି ଗୃହରେ ପ୍ରବେଶ କରିଥିଲେ। ତେବେ ଗୃହରେ ପ୍ରଥମେ ଗୋମାତା ପ୍ରବେଶ କଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଏହି ଘରଟି ବହୁଦିନ ଧରି ବ୍ୟବହାର କରାଯାଇ…
ଭୁବନେଶ୍ବର: ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ ଉଦଘାଟନ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କ ଉଦ୍ଦେଶ୍ୟରେ ସେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି। ଫଳରେ ପଳାଶୁଣୀ ସମେତ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଗତ କିଛି ବର୍ଷ ଭିତରେ ପଳାଶୁଣୀ ଛକ ଜାତୀୟ ରାଜପଥ ଉପରେ 200ରୁ ଅଧିକ ଦୁର୍ଘଟଣା ହୋଇଛି। ଏଥିରେ ଅନେକ ମୃତାହତ ହୋଇଛନ୍ତି। ଏହି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମ।ଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ତେବେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ଦାବିକୁ ଗୁରୁତର ସହ ନେଇ ଫୁଟ୍ ଓଭରବ୍ରିଜ୍ ନିର୍ମ।ଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଗତବର୍ଷ ଜୁଲାଇ ମାସ ୧୯ ତାରିଖରେ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ପଳାଶୁଣୀଠାରେ ଫୁଟ୍ ଓଭରବ୍ରିଜ୍ ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତତ୍କାଳ ପଦକ୍ଷେପ ନେଇ…
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଶାସନର ୮ ମାସ ମଧ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ଏବଂ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏଥିରେ ଗଭୀର ମାର୍ମାହିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ମାତ୍ରେ ହିଁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ଓ ମହିଳା ନିର୍ଯାତନା ମାମଲା ଗୁଡ଼ିକର ତଦନ୍ତ ଓ ଅନୁଧ୍ୟାନ କରିବାକୁ ଏକ ରାଜ୍ୟସ୍ତରୀୟ ତଥ୍ୟ ଅନୁସନ୍ଧାନକାରି ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି। ଉକ୍ତ ତଥ୍ୟ ଅନୁସନ୍ଧାନ କାରି ଦଳ ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପର୍ଡିଗୁଡ଼ା ଗ୍ରାମକୁ ଗସ୍ତ କରିଥିଲେ ଏବଂ ଉକ୍ତ ଗ୍ରାମରେ ଏକ ନାବାଳିକା ଯିଏ କି ଚାରିଜଣ ଦୃର୍ବୁତ୍ତ ଙ୍କ ଦ୍ଵାରା ଗତ ଫେବୃଆରୀ ୮ ତାରିଖ ରାତିରେ ଦୂର୍ଷ୍କର୍ମର ଶିକାର ହୋଇଥିଲେ।ଉକ୍ତ ପିଡିତା ବାଳିକାର ପରିବାରକୁ…
ଭୁବନେଶ୍ବର: ଆଜି ଭିଜିଲାନ୍ସ ସକାଳୁ ସକାଳୁ ଚଢାଉ ଆରମ୍ଭ କରିଛି। ଏକକାଳିନ ୯ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଭୁବନେଶ୍ୱର ସହିତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ କଟକରେ ଏହି ଚଢାଉ କରାଯାଉଛି। ଏହି ସମୟରେ ତାଙ୍କ ଭୁବନେଶ୍ବର ବାସ ଭବନରୁ ନଗଦ 15 ଲକ୍ଷ ଟଙ୍କା, ତିନିଟି ସୁନା ବିସ୍କୁଟ ଏବଂ ସୁନା ଗହଣ ଜବତ କରାଯାଇଛି। ଯେଉଁ ଅଧିକାରୀଙ୍କ ଘରେ ଏହି ଚଢାଉ ଚାଲିଛି ସେ ହେଉଛନ୍ତି ରାଜ୍ୟ ପରିବହନ ଅଧିକରଣ (STA) ଉପ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି। ଏହି ତଦନ୍ତରେ ୨ ଜଣ ଅତିରିକ୍ତ ଏସ୍ଏସ୍ପି, ୧୩ ଜଣ ଡିଏସ୍ଏସ୍ପି, ୧୨ ଜଣ ଇନ୍ସ୍ପେକ୍ଟର, ୨୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି। ଯେଉଁ ସ୍ଥାନରେ ତଦନ୍ତ ଚାଲିଛି ସେଗୁଡିକ ହେଲା.. ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ତାଙ୍କ ନିଜସ୍ୱ ଘର। ରଘୁନାଥପୁର, ଭୁବନେଶ୍ୱରରେ ଥିବା ଚାରି ବିଏଚକେ ଫ୍ଲାଟ୍। କୁସୁପଲ୍ଲା,…

