Author: Samikhsya Bureau

ଭୁବନେଶ୍ବର: ଗତକାଲି ମହାଶିବରାତ୍ରି ପାଇଁ ସାରା ଓଡିଶା  ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ରୁଦ୍ଧଦ୍ବାର ବୈଠକ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ହଠାତ ଶିବରାତ୍ରୀରେ କିଏ କୁଆଡେ ମନ୍ଦିର ବୁଲୁଥିବା ବେଳେ ମାତ୍ର ଅଳ୍ପ ସଂଖ୍ୟକ ନେତାଙ୍କୁ ନେଇ ଏପରି ବୈଠକ କାହିଁକି କରାଗଲା ସେ ନେଇ ପ୍ରଶ୍ନ ଉଠିଛି। ମିଡିଆରେ ପ୍ରଚାର କରାଗଲା ଯେ, ବିଭିନ୍ନ ନିଗମ ଅଧ୍ୟକ୍ଷ ପଦବୀ ପାଇଁ ଆଲୋଚନା ହେଉଛି। ତେବେ ଏହା ତ କୌଣସି ଗୁପ୍ତ କଥା ନ ଥିଲା। ତାହା ବିଜେପି କାର୍ଯ୍ୟାଳୟରେ କରାଯାଇ ପାରି ଥାଆନ୍ତା। ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପୁଣି ମହାଶିବରାତ୍ରୀରେ କରିବାର ଉଦ୍ଦେଶ୍ୟ କଣ ତାହା ସମସ୍ତଙ୍କର ସନ୍ଦେହ ସୃଷ୍ଟି କରିଛି। ଏହି ବୈଠକରେ ଯେଉଁମାନେ ଥିଲେ ସେମାନେ ହେଲେ ଖୋଦ ବାସଭବନ ମାଲିକ କନକ ବର୍ଦ୍ଧନ ସିଂହଦେଓ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ସଭାପତି ମନମୋହନ…

Read More

ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ସେବକ ଯିବା ବେଳେ ସେ ଖସିପଡି ତଳେ ପଡିଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ କ୍ୟାପିଟାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଯୋଗେନ୍ଦ୍ର ସମର୍ଥା ବୋଲି ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ, ମହାଦୀପ ଧରି ସେବକମାନେ ମନ୍ଦିର ପରିକ୍ରମା କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ତଳେ ଗଣ୍ଡଗୋଳ ଚାଲିଥିବା ବେଳେ ମନ୍ଦିର ବେଢା ଉପରେ ଛିଡା ହୋଇଥିବା ଯୋଗେନ୍ଦ୍ର ମହାଦୀପ ଛଡାଇ ନେଇ ମନ୍ଦିର ଉପରକୁ ତରତର ହୋଇ ଚଢିଯାଇଥିଲେ। ଫଳରେ ତାଙ୍କର ଗୋଡ ଖସିଯାଇଥିଲା। ତେବେ ସେ ଦୀପ ସହିତ ତଳେ ପଡିଥିବାରୁ ଏଥିରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେବକ ହୋଇଥିବା ବେଳେ ଆଉ ଜଣେ ପୋଲିସ ଅଧିକାରୀ ବୋଲି ଜଣା ପଡିଛି। ଏମାନଙ୍କ ଗୋଡରେ ତେଲ ପଡି…

Read More

ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର 40 ମିନିଟ ବିଳମ୍ବରେ ଉଠିଛି। ଭକ୍ତମାନେ ଅତୁର ଚିତରେ ଏହି ମହାଦୀପ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ସେବକମାନେ ମନ୍ଦିର ଶିଖରକୁ ଉଠିବା ପରେ ପୁରା ମନ୍ଦିର ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା। ତେବେ ଏହି ମହାଦୀପ ନେବା ବେଳେ ଏକ ଅଘଟଣ ଘଟିଥିଲା। ତାହା ହେଲା ମହାଦୀପ ନେଇ ମନ୍ଦିର ଉପରକୁ ଚଢିବା ବେଳେ ଜଣେ ସେବକ ମନ୍ଦିର ଉପରୁ ମହାଦୀପ ଧରି ଖସି ପଡିଲେ। ଫଳରେ ଅନ୍ୟଜଣେ ସେବକ ସେହି ମହାଦୀପ ଧରି ମନ୍ଦିର ଚୂଡାକୁ ଯାଇଥିଲେ। ଖସିପଡିଥିବା ସେବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ବିହାରରେ ଆଜି ମନ୍ତ୍ରୀ ପରିଷଦର ସଂପ୍ରସାରଣ କରାଯାଇଛି। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସାତ ଜଣ ନୂତନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ପାଟନା ରାଜଭବନରେ ଆଜି ସନ୍ଧ୍ୟାରେ ଶପଥ କରାଇଛନ୍ତି। ଏଥିରେ ବିଜେପି କୋଟାରୁ ସାତ ଜଣ ବିଧାୟକଙ୍କୁ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ କରିଥିବା ନୂତନ ମନ୍ତ୍ରୀମାନେ ହେଲେ ସଞ୍ଜୟ ସାରୋଗୀ, କୃଷ୍ଣ କୁମାର ମଣ୍ଟୁ, ଡକ୍ଟର ସୁନୀଲ କୁମାର, ମୋତିଲାଲ ପ୍ରସାଦ, ରାଜୁ କୁମାର ସିଂହ, ବିଜୟ କୁମାର ମଣ୍ଡଳ ଏବଂ ଜୀବେଶ କୁମାର। ଏହି ସଂପ୍ରସାରଣ ପରେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଂଖ୍ୟା ମୁଖ୍ୟମନ୍ତ୍ରୀ ସମେତ ୩୬ ରେ ପହଞ୍ଚିଛି। ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବିଧାୟକଙ୍କ ମଧ୍ୟରୁ ଚାରି ଜଣ ମିଥିଳା ଅଞ୍ଚଳର, ଯାହାକୁ ବିଜେପିର ଗଡ ବୋଲି କୁହାଯାଏ। ଜୀବେଶ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ପାରମ୍ପରିକ/ମିଠା ମଞ୍ଜି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସଏସଏଲ) ପାରମ୍ପରିକ ମଞ୍ଜି ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଖରିଫ-2025 ଠାରୁ ଦେଶର ବିଭିନ୍ନ ଅଞ୍ଚଳର ବଛା ବଛା ପାରମ୍ପରିକ ମଞ୍ଜିଗୁଡ଼ିକର ଜୈବିକ ଉତ୍ପାଦନ ଏବଂ ବଜାରରେ ସେଗୁଡ଼ିକର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ମଞ୍ଜିଗୁଡ଼ିକ ମଧ୍ୟରେ ଅମ୍ରେଲି ମିଲେଟ୍‌ (ଗୁଜରାଟ), ଉତ୍ତରାଖଣ୍ଡ ଗହତ୍‌ (କୋଳଥ), ଉତ୍ତରାଖଣ୍ଡ ମଣ୍ଡୁଆ (ମାଣ୍ଡିଆ), ବୁନ୍ଦେଲଖଣ୍ଡ ମେଥି, କାଠିଆ ଗହମ, ମୁନସିୟାରୀ ରାଜମା, କାଲା ଭଟ୍ଟ, ଚାରପି ପ୍ରକାରର କାଲା…

Read More

ନୂଆଦିଲ୍ଲୀ: ଆଜି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ କରାଯିବ। ଯାହାକୁ ନେଇ ବିହାର ରାଜନୀତି ବେଶ ଉଠୁଛି ପଡୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଅଦଳବଦଳ ହେବ ବୋଲି ସଙ୍କେତ ଦେଇସାରିଲେଣି। ଆଜି ରାଜ୍ୟ କ୍ୟାବିନେଟରୁ ରାଜସ୍ବମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଜୟସ୍ବାଲ ଇସ୍ତଫା ପ୍ରଦାନ କରିଛନ୍ତି। ତାଙ୍କର କହିବା କଥା ଯେ, ଆଜି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବ। ସେଥିପାଇଁ ମୁଁ ଇସ୍ତପା ଦେଇଛି। ମୋତେ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛି। ତେଣୁ ମୁଁ ସେଥିରେ ମନୋନିବେଶ କରିବି ବୋଲି ସେ କହିଛନ୍ତି। ତେବେ ଏହି ନୂଆ ମନ୍ତ୍ରୀମଣ୍ଡଳରେ ବିଜେପିର ପାଞ୍ଚ ଜଣ ବିଧାୟକ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଛି। ବର୍ତ୍ତମାନ ବିହାର ମିଳିତ ସରକାରର ମନ୍ତ୍ରୀ ପରିଷଦରେ ମୋଟ 30 ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର 15 ଜଣ ଥିବା ବେଳେ ଜେଡେୟୁର 13 ଜଣ ଅଛନ୍ତି।…

Read More

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆରମ୍ଭ ହୋଇଛି ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇଛନ୍ତି। ତେବେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ନ କରି କେଭିଙ୍କ ବାସଭବନରେ କରିବା ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଓଡିଶାର ଖାଲିପଡିଥିବା ବିଭିନ୍ନ ନିଗମ ପଦପଦବୀ ପାଇଁ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ଦିନ ଧରି ଏହି ନିଗମ ପଦ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇପାରୁ ନାହିଁ। କାହାକୁ ଅଧକ୍ଷ କରାଯିବ କାହାକୁ ବାଦ ଦିଆଯିବ ସେ ନେଇ କୌଣସି ନିଷ୍ପତି ଗ୍ରହଣ ହୋଇପାରୁ ନାହିଁ। ଫଳରେ ଏହି ବୈଠକ କେଭି ସିଂହଦେଓଙ୍କ ବାସଭବନରେ କରାଯାଇଛି। ତେବେ ଆସନ୍ତାକାଲି ବିଜେପି ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ସେ ନେଇ ପ୍ରସ୍ତୁତି…

Read More

ଭଦ୍ରକ: ଆଜି ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି। ଏହି ଦର୍ଶନ ସମୟରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମିଲ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ବାବାଙ୍କୁ ଦର୍ଶନ କରିବା ସହିତ ଖିର ଅଭିଷେକ କରିଥିଲେ। ଏଥିସହିତ ସେ ସେଠାରେ ପୂଜାଅର୍ଚ୍ଚନା ମଧ୍ୟ କରିଥିଲେ। ଏହି ଗସ୍ତ ଅବସରରେ ସେ କହିଥିଲେ ଯେ, ଆରଡି ଆଖଣ୍ଡଳମଣି ମନ୍ଦିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଦଶ କୋଟି ବ୍ୟୟ ବରାଦ କରାଯାଇଛି। ଏଥିସହିତ ଆଉ ଯଦି କିଛି ଅନୁଦାନ ଆବଶ୍ୟକତା ରହିଛି ତେବେ ତାହା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଏ ନେଇ ଉପମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମହାଶିବରାତ୍ରୀ ଅବସରରେ ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମହାଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲି।  ଓଡିଶାର ପ୍ରସିଦ୍ଧ…

Read More

ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ତେବେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସିଂହଦ୍ବାରରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଛି। ଏପରିକି କେତେକ ମହିଳା ଭିଡ ଭିତରେ ଅଣନିଶ୍ବାସୀ ହୋଇପଡି ତଳେ ପଡିଯାଇଥିଲେ। ସେମାନଙ୍କୁ ଉପସ୍ଥିତି ସେଚ୍ଛାସେବୀ ବାହାରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ। ଏପରି ପରିସ୍ଥିତି ଦେଖି ଭୁବନେଶ୍ବର ଡିସିପି ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ସେଠାରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବାର ଜଣାପଡିଛି। ତେବେ ଭକ୍ତମାନେ ଶୃଙ୍ଖଳିତ ଭାବେ ଯିବା ପାଇଁ ବ୍ୟାରିକେଟ କରାଯାଇଛି। ହେଲେ ସେ ଭିତରେ ଠେଲାପେଲା ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ସାହାଣମେଲା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖାଯାଇଥିଲା। ରାତି ୧୨ଟାରୁ ଭକ୍ତମାନେ ଲମ୍ବା ଲାଇନରେ ଛିଡା ହୋଇଥିବାରେ ଦେଖିବାକୁ ମିଳିଥିଲା।

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ତଥା ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା। ସେଥିପାଇଁ ବିଜେପି କାର୍ଯ୍ୟାଳୟ ବେଶ ଚଳଚଞ୍ଚଳ ହୋଇ ଉଠିଛି। ନଡ୍ଡାଙ୍କର ଏହି ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ସେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମନ୍ତ୍ରୀ ବିଧାୟକ ଓ ନେତାଙ୍କ ସହିତ ସେ ଆଲୋଚନା କରିବେ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନଡ୍ଡା ଆସନ୍ତାକାଲି ପୁରୀରେ ଆୟୋଜିତ ଜାତୀୟ ସ୍ବାସ୍ଥ୍ୟ ମିଶନର ଜାତୀୟ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏଥିରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଯୋଗ ଦେବେ। ଏଥିରେ ସ୍ବାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବେ।

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ବରିଷ୍ଠ CBSE ଅଧିକାରୀଙ୍କ ଅନୁଯାୟୀ, ପ୍ରଥମ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ମାସରେ ହେବ, ଯେତେବେଳେ ଦ୍ୱିତୀୟଟି ମେ ମାସରେ ଅନୁଷ୍ଠିତ ହେବ। ଏ ନେଇ CBSE ଅଭିଭାବକଙ୍କ ମତାମତ ଲୋଡିଛି। ଏଥିପାଇଁ ଏକ ଡ୍ରାଫ୍ଟ ନୀତି ପ୍ରସ୍ତୁତ କରାଯାଇ ପ୍ରକାଶ କରାଯାଇଛି। ଡ୍ରାଫ୍ଟ ନୀତି ମାର୍ଚ୍ଚ ୯ ପର୍ଯ୍ୟନ୍ତ ସାଧାରଣ ମତାମତ ପାଇଁ ଖୋଲା ରହିବ, ଯାହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଡ୍ରାଫ୍ଟ ଅନୁଯାୟୀ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୭ ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ୫ ରୁ ମେ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ପରୀକ୍ଷା ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ସାମିଲ କରାଯିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଭୟ…

Read More

ଭୁବନେଶ୍ବର: ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବିଶେଷ କରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ  ଆଲୋଚନା କରାଯାଇଥିଲା । ପୁରୀ ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ…

Read More

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ କରିହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ଶେଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ମହାଦୀପ ଉଠିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ । ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ଅନେକ ନୀତିକାନ୍ତି ରହିଛି। ତେଣୁ ସମସ୍ତ ନୀତିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଏବଂ ଶ୍ରଦ୍ଧାଳୁଙ୍କ…

Read More

ଭୁବନେଶ୍ବର: ବହୁଦିନ ପରେ ସାହିତ୍ୟ ଓ ସଂଗୀତ ଏକାଡେମୀର ସଚିବ ପଦ ପୂରଣ କରାଯାଇଛି। ଏହି ପଦବୀରେ ପୋଲିସ ଅଫିସର ତଥା ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଭାବେ କାର୍ଯ୍ୟ କରିବେ। ତେବେ ସଂଗୀତ ନାଟକ ଏକାଡେମୀର ସଚିବ ଭାବେ ଜଣଙ୍କୁ ନିଯୁକ୍ତି ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ। ତାଙ୍କର ନିଯୁକ୍ତି ନେଇ ଆଜି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚନ୍ଦ୍ରଶେଖର ହୋତାଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସ୍ବାଗତ କରାଯାଇଛି। ସେ ୨୦୦୭ ମସିହାରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ନିଜର ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ସେ ନିଜର ପ୍ରବନ୍ଧ ସଂକଳନ ‘ଚେତନାର ଅନ୍ବେଷଣ’ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବଲେଖକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ସେ ଏହି ନୂଆ ଦାୟିତ୍ବ ଗ୍ରହଣ…

Read More

ଭୁବନେଶ୍ୱର: ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟୀକାର ଗୁଣବତ୍ତାସମ୍ପର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟୀକା ଭଣ୍ଡାର ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ISO 9001:2015 ପ୍ରମାଣପତ୍ର ପାଇଛି । ଟୀକାର ଉପଯୁକ୍ତ ସଂରକ୍ଷଣ, କୋଲ୍‌ଡ ଚେନ୍‌ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍‌ଲାଇନ୍‌ ସଫ୍ଟୱୟାର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟୀକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟୀକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି। ସଠିକ କୋଲ୍‌ଡ ଚେନ୍‌ ବ୍ୟବସ୍ଥା ଏବଂ ଟୀକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟୀକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ କ୍ଷମତାରୁ ହଟିଯିବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟିର ପରିସ୍ଥିତି ଭଲ ନାହିଁ। ଆପ୍ ନୂଆ ଦିଲ୍ଲୀରେ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ସେମାନେ କେବେ ବି ଆଶା କରି ନ ଥିଲେ। ଏପରି ପରିସ୍ଥିତିରେ ଶାସନ କ୍ଷମତାରେ ଥିବା ପଂଜାବରେ ମଧ୍ୟ ଦଳର ବିଭିନ୍ନ ସମସ୍ୟା ଉପୁଜିବ ବୋଲି ଅନେକ ଆଶଙ୍କା ମଧ୍ୟ କରୁଛନ୍ତି। ହେଲେ ଏହିପରି ଅବସ୍ଥାରେ ଜଣେ ପରିଚିତ ଚେହେରା ଆପ୍ ରେ ଯୋଗ ଦେବେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ହେଲେ ତାହା ସତ ଯେ, ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ଜଣେ ଅଭିନେତ୍ରୀ। ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି ସୁନ୍ଦରୀ ଅଭିନେତ୍ରୀ କାହିଁକି ଆପ୍ ରେ ଯୋଗ ଦେଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଯେଉଁ ଅଭିନେତ୍ରୀ ଆପ୍ ରେ ଯୋଗ ଦେଇଛନ୍ତି ସେ…

Read More

ଭୁବନେଶ୍ୱର: ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବୁଡ଼ ପକାଇଛନ୍ତି । ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକେଇଛନ୍ତି । ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି । ଗାଁ ଗାଁ ରେ ପ୍ରଗତିର ଗଙ୍ଗା ବହିବା ସହ ରାଜ୍ୟରେ ଶାନ୍ତି ଓ ଉନ୍ନତି ପାଇଁ କାମନା କରିଛନ୍ତି । ଭାରତୀୟ ଆଧ୍ୟାତ୍ମିକ ବିଶ୍ୱାସରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କେବଳ ପଵିତ୍ରତମ ନୁହେଁ ମୁକ୍ତିର ଏକ ପବିତ୍ର ତୀର୍ଥସ୍ଥାନ । ଏହି ପବିତ୍ର ସ୍ନାନ ସମୟରେ ସାଥିରେ ତାଙ୍କ ସହଧର୍ମିଣୀ ତଥା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଓ ସୁପୁତ୍ରୀ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ମଧ୍ୟ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ତଥା ପ୍ରସାର ପାଇଁ ଡିଜିଟାଲାଇଜେସନ୍ ଓ ଗ୍ଲୋବାଲାଇଜେସନକୁ ଦୃଷ୍ଟିରେ ରଖି ଆଜି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ତରଫରୁ ସାହିତ୍ୟିକ ଓ ଭାଷାବିତ୍‍ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ଭାଷା ଓ ଭବିଷ୍ୟତ’ ଶୀର୍ଷକ ଏହି କର୍ମଶାଳାରେ ଶବ୍ଦ ଭଣ୍ଡାର ଓ ଡାଟାସେଟ୍ ପ୍ରସ୍ତୁତି ପାଇଁ ବୈଠକର ଆୟୋଜନ କରାଯାଇଥିଲା। କର୍ମଶାଳାକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଓକାକ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ କୁମାର ରାଉତ, ଭର୍ଚୁଆଲ ଏକାଡେମୀର ସମ୍ପାଦକ ଶ୍ରୀ ସବ୍ୟସାଚୀ ହୋତା ଏବଂ ଅନେକ ବିଶିଷ୍ଟ ଭାଷାବିତ୍ ଉପସ୍ଥିତ ଥିଲେ। ଡ. ରାଉତ ସ୍ୱାଗତ ଅଭିଭାଷଣ ଦେବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ଦେବ୍ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକରୂପେ…

Read More

ଭୁବନେଶ୍ବର: କଂଗ୍ରେସ ସଂକଳ୍ପ ଯାତ୍ରା ବେଳେ ଆହତ ହୋଇଥିବା ସଭାପତି ଭକ୍ତଚରଣ ଦାସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବାମ ହାତରେ ଅସ୍ତ୍ରପୋଚାର କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏହି ଅପରେସନ କରାଯାଇଛି। ବର୍ତ୍ତମାନ ସେ ପୁରା ସୁସ୍ଥ ଅଛନ୍ତି। ଆଉ କିଛିଦିନ ବିଶ୍ରାମ ପରେ ସେ ପୁଣି ଥରେ କାର୍ଯ୍ୟକ୍ଷମ ହେବେ। ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ସେ ସଂପକଳ୍ପ ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ଭିଡ ଭିତରେ ସେ ପଡିଯାଇଥିଲେ। ଫଳରେ ତାଙ୍କର ବାମ ହାତ ଜଖମ ହୋଇଯାଇଥିଲା। ପରବର୍ତ୍ତି ସମୟରେ ସେ ବ୍ୟାଣ୍ଡଜ କରି ପଦଯାତ୍ରା କରିଥିଲେ। ତାହା ଶେଷ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହାତରେ ଅପରେସନ କରାଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ସହ ପ୍ରଭାରୀ ଶାହାନାଜ୍ ଚୌଧୁରୀ ଓ ରୋଜାନିଲ୍ ତିର୍କୀ, ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ୍ ପ୍ରମୁଖ ୨୦ଟି ଜିଲ୍ଲାର ସଭାପତି, ବରିଷ୍ଠ ନେତୃବର୍ଗ, ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ଅଧିକାରୀ ତଥା ଗତ ନିର୍ବାଚନରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ଓ ଲୋକସଭାର ପ୍ରାର୍ଥୀ ସହିତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସଙ୍କ ସହିତ କିଭଳି ଭାବେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ ଓ ମଜଭୁତ କରାଯିବ ସେଥିପାଇଁ ସମସ୍ତଙ୍କ ପାଖରୁ ଖୋଲା ମନ ଓ ହୃଦୟରେ ତଥ୍ୟ ସଂଗ୍ରହ କରିଲେ। ଜିଲ୍ଲାର ନେତୃବର୍ଗଙ୍କୁ ଶ୍ରୀ ଲଲ୍ଲୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଲୋକଙ୍କ ସହିତ, ଲୋକଙ୍କ ପାଇଁ ଓ ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସ ନେତୃବର୍ଗ ସବୁବେଳେ ଲଢ଼ିବା ଉଚିତ୍। ଓଡ଼ିଶାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏ…

Read More

ଭୁବନେଶ୍ବର: ମହାଶିବରାତ୍ରି ହେଉ କିମ୍ବା ସୋମବାର, ସାଧାରଣତଃ ଦେବ ଦେବ ମହାଦେବଙ୍କୁ ବେଲପତ୍ର ପ୍ରଦାନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ସକାଳୁ ସକାଳୁ ବେଲଗଛରୁ ଏହି ପତ୍ର ତୋଳିଥାନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେ, ବେଲପତ୍ର ତୋଳିବା ବେଳେ ତାହାର କିଛି ନୀତି ନିୟମ ରହିଛି। ବେଲପତ୍ର ତୋଳିବା ନିୟମ ବେଲପତ୍ର ତୋଳିବା ପରେ ଆମେ ଗଛକୁ ମୁଣ୍ଡ ନୁଆଁଇ କ୍ଷମାପ୍ରାର୍ଥନା କରିବାର ଆବଶ୍ୟକ। କାରଣ ଗଛରର ଶରୀରରୁ ଯେତେବେଳେ ଗୋଟିଏ ପାଖୁଡା ଛିଣ୍ଡାଉଛନ୍ତି ତାହା ଗଛକୁ କଷ୍ଟ ଦେଇଥାଏ। ଏଥିସହିତ ଗଛକୁ ମନେ ମନେ ଧନ୍ୟବାଦ ଦେବା ଉଚିତ। ଯେତେଥର ତୋଳିବେ ସେତେଥର ମୁଣ୍ଡ ନୁଆଁଇ ଗଛକୁ ସମ୍ମାନ ଦେବା ଆବଶ୍ୟକ। ସେହିପରି ବେଲପତ୍ର ତୋଳିବା ସମୟରେ ଭଗବାନ ଶିବଙ୍କୁ ସ୍ମରଣ କରି ତୋଳିବା ଉଚିତ। ମନେ ରଖନ୍ତୁ ବେଲପତ୍ର ତୋଳିବା ବେଳେ ପୁରା ଡାଳକୁ ଭିଡିବା ଅନୁଚିତ। ଅନେକ ଉପରୁ ଭଲ ପତ୍ର ତୋଳିବା ପାଇଁ ପୁରା ଡାଳଟିକୁ ତଳକୁ…

Read More