Author: Samikhsya Bureau

ନୂଆଦିଲ୍ଲୀ: ଆଜି ଏଆଇସିସିର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ ତାଙ୍କୁ ସାକ୍ଷାତ କରିବା ସହିତ କିଛି ସମୟ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ଏକ ଫଟୋ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି। ଯେଉଁଥିରେ କଂଗ୍ରେସର ନୂଆ କାର୍ଯ୍ୟାଳୟ ଇନ୍ଦିରା ଭବନ ଆଗରେ ପ୍ରିୟଙ୍କାଙ୍କୁ ଭକ୍ତଦାସ ଫୁଲତୋଡାଟିଏ ଦେଉଛନ୍ତି। ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ବସି ଆଲୋଚନା କରିବାର କୌଣସି ଫଟୋ ଦିଆଯାଇ ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ହେଲେ ପିସିସି ତରଫରୁ ଯେଉଁ ଦୁଇ ଧାଡିଆ ପ୍ରେସ ରିଲିଜ ଦିଆଯାଇଛି ସେଥିରେ କୁହାଯାଇଛି ଯେ, ଭକ୍ତ ଦାସ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଓଡିଶାରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଉପରେ ଆଲୋଚନା କରିଛନ୍ତି। ହେଲେ କଣ କଣ ଆଲୋଚନା କଲେ, କେତେବେଳେ ଆଲୋଚନା କଲେ, କେତେ ସମୟ ଆଲୋଚନା…

Read More

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ଆସନ୍ତା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ବଜେଟ ଖର୍ଚ୍ଚଦାବୀ ଉପରେ ଆଲୋଚନା ହେବା ସହିତ ବ୍ୟୟ ମଂଜୁରୀ ବିଲ ପାରିତ ହେବ। ସେଥିପାଇଁ ଶାସକ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ୟପକ୍ଷରେ ସରକାରୀ ଦଳକୁ ଘେରିବା ପାଇଁ ଦୁଇ ବିରୋଧୀ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ନ କରିବା ନେଇ ହାଙ୍ଗାମା କରିବ। ଚଳିତ ବର୍ଷ ରାଜ୍ୟ ସରକାର ମାର୍ଚ୍ଚ 5 ତାରିଖରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କଲେ ନାହିଁ। ଯାହାକୁ ନେଇ ବିଜେଡି ଉତକ୍ଷିପ୍ତ ହୋଇପଡିଛି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଘେରିବ। ମୁଖ୍ୟତଃ ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ପକାଇବ…

Read More

ଭୁବନେଶ୍ବର: ଆଜି ଶୁଭ ଦିନରେ ନୂଆ ସରକାରୀ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବାସଭବନଟି ରହିଛି ରାଜଭବନ ସମ୍ମୁଖ ଦେଇ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ଥିବା ଏକ ସରକାରୀ କ୍ବାଟର। ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ଅବସ୍ଥିତ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପିଏମଜି ପାଖରେ ଥିବା ଏକ କ୍ବାଟରରେ ରହୁଥିଲେ। ବର୍ତ୍ତମାନ ଏହି କ୍ବାଟରକୁ ବେଶ ଭଲଭାବରେ ନିର୍ମାଣ କରାଯାଇ ସଜାଇ ଦିଆଯାଇଛି। ପୁରୀରୁ ଏଗାର ଜଣ ପଣ୍ଡିତ ଆସି ପ୍ରଥମେ ପୂଜାପାଠ କରିଥିଲେ। ଏହାପରେ ଘରେ ପ୍ରଥମେ ଦୁଇଟି ଗାଈକୁ ପୂଜା କରାଯାଇ ପ୍ରବେଶ କରାଯାଇଥିଲା। ଏହି ଦୁଇଟି ଗାଈର ନାମ ହେଉଛି ନନ୍ଦା ଓ ନନ୍ଦିନୀ। ଏହାପରେ ମୋହନ ମାଝୀ ସସ୍ତ୍ରୀକ ସେହି ଗୃହରେ ପ୍ରବେଶ କରିଥିଲେ। ତେବେ ଗୃହରେ ପ୍ରଥମେ ଗୋମାତା ପ୍ରବେଶ କଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଏହି ଘରଟି ବହୁଦିନ ଧରି ବ୍ୟବହାର କରାଯାଇ…

Read More

ଭୁବନେଶ୍ବର: ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ ଉଦଘାଟନ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କ ଉଦ୍ଦେଶ୍ୟରେ ସେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି। ଫଳରେ ପଳାଶୁଣୀ ସମେତ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଗତ କିଛି ବର୍ଷ ଭିତରେ ପଳାଶୁଣୀ ଛକ ଜାତୀୟ ରାଜପଥ ଉପରେ 200ରୁ ଅଧିକ ଦୁର୍ଘଟଣା ହୋଇଛି। ଏଥିରେ ଅନେକ ମୃତାହତ ହୋଇଛନ୍ତି। ଏହି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମ।ଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ତେବେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ଦାବିକୁ ଗୁରୁତର ସହ ନେଇ ଫୁଟ୍ ଓଭରବ୍ରିଜ୍ ନିର୍ମ।ଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଗତବର୍ଷ ଜୁଲାଇ ମାସ ୧୯ ତାରିଖରେ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ପଳାଶୁଣୀଠାରେ ଫୁଟ୍ ଓଭରବ୍ରିଜ୍ ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତତ୍କାଳ ପଦକ୍ଷେପ ନେଇ…

Read More

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଶାସନର ୮ ମାସ ମଧ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ଏବଂ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏଥିରେ ଗଭୀର ମାର୍ମାହିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ମାତ୍ରେ ହିଁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ଓ ମହିଳା ନିର୍ଯାତନା ମାମଲା ଗୁଡ଼ିକର ତଦନ୍ତ ଓ ଅନୁଧ୍ୟାନ କରିବାକୁ ଏକ ରାଜ୍ୟସ୍ତରୀୟ ତଥ୍ୟ ଅନୁସନ୍ଧାନକାରି ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି। ଉକ୍ତ ତଥ୍ୟ ଅନୁସନ୍ଧାନ କାରି ଦଳ ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପର୍ଡିଗୁଡ଼ା ଗ୍ରାମକୁ ଗସ୍ତ କରିଥିଲେ ଏବଂ ଉକ୍ତ ଗ୍ରାମରେ ଏକ ନାବାଳିକା ଯିଏ କି ଚାରିଜଣ ଦୃର୍ବୁତ୍ତ ଙ୍କ ଦ୍ଵାରା ଗତ ଫେବୃଆରୀ ୮ ତାରିଖ ରାତିରେ ଦୂର୍ଷ୍କର୍ମର ଶିକାର ହୋଇଥିଲେ।ଉକ୍ତ ପିଡିତା ବାଳିକାର ପରିବାରକୁ…

Read More

ଭୁବନେଶ୍ବର: ଆଜି ଭିଜିଲାନ୍ସ ସକାଳୁ ସକାଳୁ ଚଢାଉ ଆରମ୍ଭ କରିଛି। ଏକକାଳିନ ୯ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଭୁବନେଶ୍ୱର ସହିତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ କଟକରେ ଏହି ଚଢାଉ କରାଯାଉଛି। ଏହି ସମୟରେ ତାଙ୍କ ଭୁବନେଶ୍ବର ବାସ ଭବନରୁ ନଗଦ 15 ଲକ୍ଷ ଟଙ୍କା, ତିନିଟି ସୁନା ବିସ୍କୁଟ ଏବଂ ସୁନା ଗହଣ ଜବତ କରାଯାଇଛି। ଯେଉଁ ଅଧିକାରୀଙ୍କ ଘରେ ଏହି ଚଢାଉ ଚାଲିଛି ସେ ହେଉଛନ୍ତି ରାଜ୍ୟ ପରିବହନ ଅଧିକରଣ (STA) ଉପ କମିଶନର ଶ୍ରୀ ପ୍ରଦୀପ କୁମାର ମହାନ୍ତି। ଏହି ତଦନ୍ତରେ ୨ ଜଣ ଅତିରିକ୍ତ ଏସ୍‌ଏସ୍‌ପି, ୧୩ ଜଣ ଡିଏସ୍‌ଏସ୍‌ପି, ୧୨ ଜଣ ଇନ୍‌ସ୍‌ପେକ୍ଟର, ୨୫ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି। ଯେଉଁ ସ୍ଥାନରେ ତଦନ୍ତ ଚାଲିଛି ସେଗୁଡିକ ହେଲା.. ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ତାଙ୍କ ନିଜସ୍ୱ ଘର। ରଘୁନାଥପୁର, ଭୁବନେଶ୍ୱରରେ ଥିବା ଚାରି ବିଏଚକେ ଫ୍ଲାଟ୍। କୁସୁପଲ୍ଲା,…

Read More

ଝାରସୁଗୁଡା: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ସାରା ଓଡିଶାରେ ଏହି ମହାନ ପୁରୁଷଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ତାଙ୍କର ସ୍ମୃତିଚାରଣ କରାଯାଇଛି। ସେହିପରି ଝାରସୁଗୁଡ଼ା ବଡ଼ମାଲରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗ ଦେଇ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଝାରସୁଗୁଡାର ବହୁ କର୍ମି ଯୋଗଦେଇଥିଲେ।

Read More

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଏହାର ପ୍ରତିବାଦରେ କଂଗ୍ରେସ ଦଳପକ୍ଷରୁ ଆଗାମୀ ୧୦ ତାରିଖ ସୋମ‌ବାର ଦିନ ୧୧ ଟା ସମୟରେ ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଉକ୍ତ ପର୍ଯ୍ୟବେକ୍ଷକମାନେ ଖୁବଶୀଘ୍ର ନିଜ ଦାୟିତ୍ୱରେ ଥ‌ିବା ଜିଲ୍ଲାକୁ ଗସ୍ତ କରିବେ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମ ପରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ…

Read More

ଭୁବନେଶ୍ବର: ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପୁଳ ଉତ୍ସାହ ରେ ପାଳିତ ହୋଇ ଯାଇଛି। ଏ ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ,ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହାସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟେଲ୍ ମ୍ୟାନ ଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାର ଆସିବ,ଯିବ. କିନ୍ତୁ ବିଜୁ ବାବୁ ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଛନ୍ତି ଓ ରହିଥିବେ, ତାଙ୍କ କାମ ପାଇଁ ଓଡ଼ିଆ ଜାତି…

Read More

ଭୁବନେଶ୍ବର: ବିଜେଡି ନେତା ତଥା ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ ଗତକାଲି ରାତିରେ ବିବାହ କରିଛନ୍ତି। ଏହି ବିବାହ ଭୁବନେଶ୍ବରର ଚନ୍ଦକା ନେଚର ରିସୋର୍ଟରେ ଆୟୋଜିତ କରାଯାଇଥିଲା। ମନ୍ନଥଙ୍କର ଏହା ହେଉଛି ଦ୍ବିତୀୟ ବିବାହ। କାରଣ ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ସେ ଏହି ଦ୍ବିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ମନ୍ନଥ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ତାଙ୍କ ନାମ ହେଉଛି ରୋଜାଲୀନ ପଟ୍ଟନାୟକ। ସେ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରିଛନ୍ତି। ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ସୁଚିସ୍ମିତା ମହାପାତ୍ର। ଆଉ ମଜାଦାର କଥା ହେଉଛି ସୁଚିସ୍ମିତା ଏବଂ ରୋଜାଲୀନ ଉଭୟ ବାନ୍ଧବୀ। ଏହି ବିବାହ ଉତ୍ସବକୁ ମନ୍ନଥ ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏପରିକି ବିବାହ ଉତ୍ସବ ଫଟୋ ଉଠାଇବା ପାଇଁ ସେ ସମସ୍ତଙ୍କୁ ବାରଣ କରିଥିଲେ। ଏହି ଉତ୍ସବରେ ବିଜେଡି କି କଂଗ୍ରେସ ନେତା କେହି…

Read More

ଭୁବନେଶ୍ବର: ପୂର୍ବ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ କାର୍ଯ୍ୟ ତ୍ବରାନ୍ବିତ କରାଇଥିବାରୁ ଧନ୍ୟବାଦ୍ ଦେବା ସହ ଆଉ କିଛି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ନିମ୍ନ ଲିଖିତ କାର୍ଯ୍ୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ପୂର୍ବରୁ 10 ଟି ଦାବୀ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। ସେ ସବୁ ରେ କାମ ଆଗେଇ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ ମହାଶୟା….ଏହା ସହ ଆଉ ଦୁଇଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି.. ପୂର୍ବ ଦାବି ମଧ୍ୟରୁ ତ୍ବରାନ୍ବିତ ହୋଇଥିବା କାର୍ଯ୍ୟ ଗୁଡ଼ିକ ହେଉଛି (1) ଦୁଇ ମାସ ଭିତରେ ସହିଦନଗର ହାଟରେ ରହୁଥିବା 500 ଦୋକାନୀ ମାନଙ୍କ ପାଇଁ ଆଡଭାନ୍ସ ପୋଜେକ୍ସନ ଦୁଇ ଏକର ଜମି ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମାର୍ଚ୍ଚ ୫ ତାରିଖ ହେଉଛି…

Read More

ଭୁବନେଶ୍ବର: ବିଜେଡି ନେତା ତଥା ଚିଲିକା ବିଜେଡିର ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ବର୍ତ୍ତମାନ ଅଡୁଆ ପରିସ୍ଥିତିରେ। କୋଇଲା ପରିବହନ ହେରେଫେର ମାମଲାରେ ତାଙ୍କୁ ଇଓଡବ୍ଲୁ ନଅ ଘଣ୍ଟା ଧରି ଜେରା କରିଛି। ଏଥିରେ ପ୍ରାୟ ୪୦ ରୁ ୫୦ କୋଟି ଟଙ୍କା ହେରେଫେରେ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ଇଓଡବ୍ଲୁ ଦୁଇଜଣଙ୍କୁ ଗିରଫ କରିସାରିଛି। ଘଟଣାରୁ ଜଣାପଡିଛି ଯେ, କେଉଁଝରର ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର ଖଣିଜ ପରିବହନ ନେଇ ହେରେଫେର ହୋଇଛି। ଏହି ସୋସାଇଟ ଓଏମସି ର ପରିବହନ କାର୍ଯ୍ୟ କରୁଥିଲେ। ଏହି ସଂସ୍ଥା ପାଇଁ ରାଜା ଚକ୍ର ଖଣିଜ ପରିବହନ ଦାୟିତ୍ବ ନେଇଥିଲେ। ହେଲେ ସେତେବେଳେ ସେ ଟନ ପିଛା ଲୋଡିଂ ପାଇଁ ଯେତିକି ଅର୍ଥ ନେଉଥିଲେ ତାହା ସର୍ବାଧିକ ଥିଲା। ଏପରିକି ସେ କେତେକ ଶ୍ରମିକଙ୍କ ନାମରେ ଟଙ୍କା ହେରେଫେର କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ରାଜାଙ୍କୁ ଇଓଡବ୍ଲୁରେ ହାଜର ହେବା ପାଇଁ…

Read More

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ହେମନ୍ତ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟଙ୍କୁ ୧ ଲକ୍ଷ ଟଙ୍କା, ବାଲେଶ୍ୱର…

Read More

ଭୁବନେଶ୍ବର: ପ୍ରଭୃ ଜଗନ୍ନାଥଙ୍କ ଚିତ୍ରକୁ ଜଣେ ବିଦେଶୀନିଙ୍କ ଜଙ୍ଘରେ ଆଙ୍କିବା ଘଟଣା ମହାଙ୍ଗା ପଡିଲା। ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଏବଂ ଜଣେ ସହଯୋଗୀ। ସହୀଦ ନଗର ପୋଲିସ ଯେଉଁ ଦୁଇଜଣଙ୍କୁ ଗିରଫ କରିଛନ୍ତି ସେମାନେ ହେଲେ ରକି ଟାଟୋଜ ର ମାଲିକ ରକି ବିଶ୍ବୋଇ ଏବଂ ତାଙ୍କର ଜଣେ ସହଯୋଗୀ ଅଶ୍ବିନୀ ପ୍ରଧାନ। ଇଟାଲୀର ଜଣେ ଯୁବତୀଙ୍କ ଜଙ୍ଗରେ ରକି ଜଗନ୍ନାଥଙ୍କ ମୁହଁକୁ ଟାଟୁ କରିଥିଲେ। ଏହାପରେ ସେ ତାହାକୁ ସାମାଜିକ ଗଣମାଧ୍ୟମ ମଧ୍ୟ ପ୍ରକାଶ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ। ଗଣମାଧ୍ୟମରେ ରକିଙ୍କୁ ଗାଳି କରାଯିବା ସହିତ କ୍ଷମାପ୍ରାର୍ଥନା କରିବାକୁ ଦାବୀ କରାଯାଇଥିଲା। ଏହାପରେ ତାଙ୍କ ବିରୋଧରେ ସହିଦନଗର ଥାନାରେ ମାମାଲା ଋଜୁ କରାଯାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଭୟରେ ରକି ସାମାଜିକ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ଏପରିକି ଯୁବତୀ ଜଣଙ୍କ ମଧ୍ୟ କ୍ଷମା ପ୍ରାର୍ଥନା କରି ମୁଁ ଜଗନ୍ନାଥଙ୍କୁ ଭକ୍ତି କରେ ବୋଲି…

Read More

ଭୁବନେଶ୍ୱର: ଆଜି ବିଜେଇଏମ ସ୍କୁଲ ଅଭିଭାବକ ସଂଘ ସଭାପତି ଶ୍ରୀ ରଂଜନ କୁମାର ଦାସ ଙ୍କ ନେତୃତ୍ଵରେ ଏକ 10 ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ରେ ଭେଟିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଜଷ୍ଟିସ କେ ପି ମହାପାତ୍ର ଙ୍କ ସବ କମିଟି ରିପୋର୍ଟ କୁ ଫାଇନାଲ ରିପୋର୍ଟ ଦର୍ଶାଇ ବାର୍ଷିକ 20 % ହାରରେ ଫି ବୃଦ୍ଧି କରି ଚାଲିବା। ଗତ କାଲି ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବେଳେ ସବ କମିଟି ରିପୋର୍ଟର ସତ୍ୟତା ଧରା ପଡିଯିବା, ଫି ବୃଦ୍ଧି ପାଇଁ କିଛି ଅଭିଭାବକ ମାନେ ଶିକ୍ଷକ ମାନଙ୍କୁ କହିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ପୋଲିସ ଉପସ୍ଥିତି ରେ କହିବା କଥା ବିଷୟ ସ୍କୁଲ ଗଣଶିକ୍ଷା ବିଭାଗ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ଅଭିଭାବକ ଫି ବୃଦ୍ଧି ସପକ୍ଷରେ ଦସ୍ତଖତ ଦେଇ ନାହାନ୍ତି ବୋଲି ଆଜି ସଂଘ ଜଣାଇଥିଲେ । ପିଲାଙ୍କ…

Read More

ଭୁବନେଶ୍ବର: ଗତକାଲି ରାଜସ୍ଥାନର ଜୟପୁର ବିବାହ ବନ୍ଧନରେ ବାନ୍ଧି ହେଲେ ମହାଙ୍ଗାର ବିଜେପି ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ। ସେ ଓଏଏସ ଅଫିସର ସିପ୍ରା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି। ସେହି ବିବାହ ସମୟର ଫଟୋ ବର୍ତ୍ତମାନ ପ୍ରକାଶ ପାଇଛି। ପଢନ୍ତୁ- ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଯାହାକୁ ବିବାହ କଲେ ସେ କନ୍ୟା କିଏ ସେ?

Read More

ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ ଚାଲିଛି। ୬ ତାରିଖ ଦିନ ଏହି ପ୍ରଥମ କିସ୍ତିର ପଞ୍ଚମ ପର‌୍ୟ୍ୟାୟ ଟଙ୍କା ପଠାଯିବ। ଏହାପରେ ୮ ତାରିଖରେ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତେବେ ଯେଉଁମାନେ ଆବେଦନ କରି ନାହାଁନ୍ତି ସେମାନଙ୍କ ପାଇଁ ଏବେ ମଧ୍ୟ ସମୟ ଅଛି। ସେମାନେ ସୁଭଦ୍ରା ପୋର୍ଟାଲରେ ଆବେଦନ କଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ତିନୋଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ। ତେବେ ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏଇ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଏହାପରେ ଆଉ କେହି ଆବେଦନ କରିପାରିବେ ନାହିଁ। ଯେଉଁମାନେ ନିଜକୁ ଉପଯୁକ୍ତ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ। ନଚେତ ନିଜେ ସୁଭଦ୍ରା ପୋର୍ଟାଲ ମଧ୍ୟମରେ ମଧ୍ୟ ଆବେଦନ କରିପାରିବେ।

Read More

କେନ୍ଦୁଝର: ଯେ କୌଣସି ସମାଜର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନ କରି ହାଡଭଙ୍ଗା ପରିଶ୍ରମ ଦ୍ଵାରା ଆମ୍ଭ ସମସ୍ତଙ୍କୁ ଆହାର ଦେଇଥାନ୍ତି। ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ। ତେଣୁ, ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହିଁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରି ନିଜ ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ୬୦ ପ୍ରତିଶତରୁ ବି ଉର୍ଦ୍ଧ୍ଵ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାରୁ ଆମ ସରକାର ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ରାଜ୍ୟର…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ଚଳିତ ମାର୍ଚ୍ଚ ମାସରେ ଦୁଇଥର ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଗଣଣାଧ୍ୟମକୁ କହିଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟର 5 ହଜାର ଟଙ୍କା ପ୍ରଦାନ କରାଯିବ। ଏଥିରେ ଏକ କୋଟି ମହିଳା ସାମିଲ ହୋଇଥିବାର ସେ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଅର୍ଥାତ ସମସ୍ତ ଆବେଦନ କରିଥିବା ମହିଳାଙ୍କୁ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟର ଯେଉଁମାନେ ପାଇ ନାହିଁନ୍ତି ସେମାନେ 6 ତାରିଖରେ ପୁଣି ଦ୍ବିତୀୟ ପର୍ଯ୍ୟାୟର ଟଙ୍କା ମାର୍ଚ୍ଚ 8 ତାରିଖରେ ସେମାନଙ୍କୁ ଦିଆଯିବ। ଫଳରେ ଚଳିତ ମାର୍ଚ୍ଚରେ…

Read More

ଭୁବନେଶ୍ବର: ବେଶ କିଛିଦିନ ଧରି ଓଡିଶା ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହା ହେଲା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପୁରୀ ଗସ୍ତ ବେଳେ ମହାପ୍ରସାଦ ଖାଉଥିବାର ଫଟୋ ଭାଇରାଲ ହେଉଛି। ଏହାକୁ ନେଇ ବିଭିନ୍ନ ଲୋକ ସମାଲୋଚନା କରିବାରେ ଲାଗିଛନ୍ତି। ବିଜେପିର ଓଡିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ତେବେ ଘଟଣାଟି ହେଲା ଯେ, ପୁରୀ ଗସ୍ତ ବେଳେ ଜେ ପି ନଡ୍ଡା କଦଳୀ ପତ୍ରରେ ମହାପ୍ରସାଦ ଖାଉଛନ୍ତି। ତାଙ୍କ ସାଥିରେ ଅଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ତେବେ ନଡ୍ଡା ମହାପ୍ରସାଦ ଖାଉଥିବା ବେଳେ ତାଙ୍କର ପାଦ ପୁରା କଦଳୀ ପତ୍ର ଉପରେ ରହିଛି। ଯାହା ଠିକ୍ ନୁହେଁ। ସାଧାରଣତଃ ଖାଦ୍ୟ ପଦାର୍ଥ ଖାଇବା ବେଳେ ଖାଇବା ପତ୍ରରେ ଗୋଡ ବାଜେ ନାହିଁ। ହେଲେ ମହାପ୍ରସାଦ ଖାଉଥିବା ବେଳେ ନଡ୍ଡାଙ୍କ ଗୋଡ କଦଳୀ ପତ୍ର ଉପରେ ରହିବା ନେଇ ସାମାଜିକ ଗଣମାଧ୍ୟମରେ…

Read More