Author: Samikhsya Bureau

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମ୍ୟାପ ମାଇଁ କ୍ରପର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ଉପସ୍ଥାପନ ପ୍ରଦର୍ଶନ କରିଛନ୍ତି। ଏହି ଉପସ୍ଥାପନ ପ୍ରଦର୍ଶନ ସମୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରତିବର୍ଷ ଏଠାରେ ବାତ୍ୟା, ଅଦିନିଆ ବର୍ଷା, ବନ୍ୟା, ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ଏବଂ କୃଷକମାନେ ହିଁ ଏହାର ସର୍ବାଧିକ କ୍ଷତି ସହିଥାନ୍ତି । ଏହା ବାଦ, ରୋଗପୋକ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ମଧ୍ୟ ଫସଲ ହାନି ହୋଇଥାଏ । ଏସବୁର ମୁକାବିଲା କରିବା…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ନୂତନ ସଭାପତି ଭକ୍ତ ଚରଣ ଦାସ ଦଳର ଦାୟିତ୍ୱ ନେବା ପରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା କରିଥିଲେ । ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ଲଗାତାର ତିନିଦିନ ଧରି ପାଦରେ ଚାଲିଚାଲି ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଂଗ୍ରେସ ନେତା, କର୍ମୀ, କଂଗ୍ରେସ ପ୍ରେମୀ ଓ ଜନସାଧାରଣଙ୍କ ସହ ସମ୍ପର୍କ ଯୋଡ଼ି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଭୁବନେଶ୍ୱରରୁ ପୁରୀ ଯିବା ବାଟରେ, କଂଗ୍ରେସକୁ ଭଲ ପାଉଥିବା ସାଧାରଣ ଜନତାଙ୍କ କଂଗ୍ରେସକୁ ଭଲପାଇବା ଓ ବିପୁଳ ସମର୍ଥନ ଆମ ସମସ୍ତଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା କରୁଣା କଂଗ୍ରେସ ଉପରେ ରହିଛି । ଓଡ଼ିଶା ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ବିଶ୍ୱାସ ଜିତିବା ଆମର ପ୍ରଥମ…

Read More

ଭୁବନେଶ୍ବର: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍‍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓମାନରେ ଫସିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରାଯାଇଛି । 250 କିଲୋମିଟର ଦୀର୍ଘ ଗୋପାଳପୁର-ରାୟଗଡା ନୂଆ ରେଳ ଲାଇନ ଓ ନୂଆପଡା-ଗୁଣୁପୁର-ଥେରୁବାଲି ରେଳ ଲାଇନର ଦୋହରୀକରଣ ପାଇଁ ଫାଇନାଲ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଫୋକସ୍‍ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଓଡ଼ିଶା ବିକାଶର ଯେଉଁ ଲକ୍ଷ୍ୟ ରଖିଛି ମତାହା ନିଶ୍ଚୟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତଦନ୍ତ କମିଟ ଆଗରେ ହାଜର ହୋଇଛନ୍ତି। ସେ ରାଜ୍ୟ ଅତିଥୀ ଭବନରେ କମିଟର ସଦସ୍ୟଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି। ମୁଖ୍ୟତଃ କିଟ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରର ଘଟଣା ନେଇ ତାଙ୍କୁ ଏହି ଜେରା କରାଯାଇଥିବା ଜଣାପଡିଛି। ପ୍ରାୟ ଅଢେଇ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଛି। ରାଜ୍ୟ ସରକାର କିଟ ମାମଲାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୋଭା ଶର୍ମା ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ ଅଚ୍ୟୁତଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

Read More

ଭୁବନେଶ୍ବର: କିଟ୍ ଘଟଣା ନେଇ ଆଜି ବିଧାନସଭା ପଡିଲା ଉଠିଲା। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ କିଟ୍ ବିରୋଧରେ ବିଷଉଦଗାର କରିଛନ୍ତି। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଦସ୍ୟଗଣ ଦାବୀ କରିଛନ୍ତି। ଏ ନେଇ କଂଗ୍ରେସ କିଟ ବିରୋଧରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଛି। ତେବେ ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ହେଲେ ଆଜି ଶୂନ୍ୟକାଳରେ ଏବଂ ମୁଲତବି ଆଲୋଚନାରେ ଏ ନେଇ ବିଭିନ୍ନ ସଦସ୍ୟ କିଟ ବିରୋଧରେ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନାହିଁ ବୋଲି ଦାବୀ କରିଥିଲେ। ଏ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବୀ କରିଥିଲେ। ସରକାର କାହିଁକି ଏ ପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର ବୋଲି…

Read More

ଭୁବନେଶ୍ୱର: ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ ଠାରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏକ ଉତ୍ସବ ମୁଖରିତ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରାଜ୍ୟର ଅଧିବାସୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିବିଧତା ଆମ ଗୌରବ । ଏପରି କାର୍ଯ୍ୟକ୍ରମ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଅଛି ଏବଂ ବିବିଧ ସାଂସ୍କୃତିକ ପରଂପରା ଓ ଆକାଂକ୍ଷାକୁ ଏକ ଜାତୀୟ ପରିଚୟରେ ଏକତ୍ରିତ କରୁଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି…

Read More

ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଫାଷ୍ଟ ଲୁକ୍ ଓ ଅଡିଓ ଲୋକାର୍ପଣ ହୋଇଛି l ଏହି ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ l ତେବେ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ଶ୍ରୀମତୀ ସ୍ମିତା ରାଉତ ନେଇଛନ୍ତି ଏବଂ ପରେଶ ଚନ୍ଦ୍ର ମହାନ୍ତ ଏହାର ସହ-ପ୍ରଯୋଜନା କରିଛନ୍ତି…

Read More

ଭୁବନେଶ୍ୱର : ଆଗାମୀ ବନାଗ୍ନି ଋତୁରେ ଜଙ୍ଗଲଗୁଡ଼ିକରେ ଅଗ୍ନି ନିର୍ବାପନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ ବନାଗ୍ନି ଋତୁ (Forest Fire Season) ର ଯଥେଷ୍ଟ ପୂର୍ବରୁ ନଭେମ୍ବର/ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କାର‌୍ୟ୍ୟ ଯୋଜନା (District Action Plan/DAP)  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି, ଯଦ୍ୱାରା ଅନ୍ୟ ବିଭାଗଗୁଡ଼କର ଦରକାରବେଳେ ସହାୟତା ମିଳିପାରୁଛି । ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା (Fire Lines ସୃଷ୍ଟି କରାଯାଇଅଛି । ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର‌୍ୟ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ସଠିକ୍ ସ୍ଥାନରେ ପ୍ରଦର୍ଶନ କରାଯାଇଛି ଏବଂ ବନାଗ୍ନି ନିର୍ବାପନ ମକ ଡ୍ରିଲ (mock drill) ଇତ୍ୟାଦି କରାଯାଉଅଛି । ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇଅଛି ଓ ବନାଗ୍ନି ନିର୍ବାପନ ନିମନ୍ତେ…

Read More

ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜକୁ ଚାଷୀ ସରକାର ବୋଲି କହୁଛନ୍ତି। ଉଭୟ କହୁଛନ୍ତି, ଆମେ କୃଷକଙ୍କ ପାଇଁ ଜତ୍ନଶୀଳ। ହେଲେ, ପ୍ରକୃତପକ୍ଷେ ଚାଷୀର ଉତ୍ପାଦ ବୃଦ୍ଧି ସମୟରେ ସରକାରଙ୍କ ଅସଲ କଥା ଧରାପଡ଼ିଛି। ଅଧିକାଂଶ ଜିଲ୍ଲାରେ ଧାନ ବିକ୍ରିରେ ବ୍ୟାପକ ହରିଲୁଟ୍, ମିଲର ରାଜ୍ ଚାଲିଛି। ସରକାରଙ୍କ ସ୍ଲୋଗାନକୁ ଫିକା ପକେଇଦେଇଛି। ପ୍ରାରମ୍ଭରୁ ସରକାର ଧାନ କିଣା ବ୍ୟବସ୍ଥିତ କରି କଟନୀ ଛଟନୀ ବନ୍ଦ କରିବେ ବୋଲି କହିଥିଲେ ହେଁ, ପୂରା ହାତ ଛାଡ଼ି ଦେଇଛନ୍ତି। ଯେଉଁଥିରେ କି ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଏହାର ପ୍ରମାଣ। ମନ୍ତ୍ରୀ କହିଥିଲେ, ସଚିବ କହୁଛନ୍ତି, ଧାନ କିଣା ବ୍ୟବସ୍ଥାରେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ, ଏହାକୁ ଚାଷୀ ଓ ମିଲରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସରକାରୀ ନିୟନ୍ତ୍ରଣ ହୁଗୁଳା ହେଲା ପରେ ମିଲରଙ୍କ ମନମାନୀ ବଢ଼ିଯାଇଥିଲା। ସ୍ଥଳ ବିଶେଷରେ ୯, ୧୧, ୧୨ ଓ ୨୪କେଜି  ପର୍ଯ୍ୟନ୍ତ ମିଲରମାନେ ଧାନ…

Read More

ଭୁବନେଶ୍ବର: କିଟ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଅଡୁଆ ବଢିବାରେ ଲାଗିଛି। ଆସନ୍ତାକାଲି ଶୁକ୍ରବାର ସଂଧ୍ୟାରେ ସେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟ। ଶୁକ୍ରବାର ଦିନ ସଂଧ୍ୟା 6 ଟାରେ କମିଟ ଆଗରେ ହାଜର ହୋଇ ସମସ୍ତ କାଗଜପତ୍ର ଦେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଟ୍ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଏହି ଅନୁଷ୍ଠାନ ବିବାଦୀୟ ହୋଇପଡିଛି। ଏପରିକି ସଂସ୍ଥାର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ମାଡ ମାରି ହଷ୍ଟେଲରୁ ବାହାର କରିବା ଘଟଣା ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏ ନେଇ ନେପାଳ ପ୍ରଧାନମନ୍ତ୍ରୀ କଡା ସମାଲୋଚନା କରିବା ପରେ କେନ୍ଦ୍ର ସରକାର ଚେଇଁ ଉଠିଛନ୍ତି। ଏହି ବଡ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ କମିଟ ଗଠନ କରିଛନ୍ତି। ଏଥିରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ…

Read More

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଏହା ତିନିଦିନ ଧରି ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ସେହି ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ସୃଷ୍ଟି ହୋଇଛି। ଏହା  ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବ ବୋଲି କୁହାଯାଇଛି। ଆସନ୍ତା ଦୁଇ ଦିନ ପାଇଁ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,…

Read More

ଭୁବନେଶ୍ୱର: ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ…

Read More

ଭୁବନେଶ୍ଵର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ । ଏହି ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପତିଙ୍କ ମୁଖ୍ୟାଳୟ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ସ୍ଥିର ହୋଇଛି । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Read More

ଭୁବନେଶ୍ୱର : ରାଜ୍ୟରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ନେଇ ଗଠିତ ଟାସ୍କଫୋର୍ସର ଚତୁର୍ଥ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ତେଲକୋଇ ବିଧାୟକ ଫକୀରମୋହନ ନାୟକ, ବାସୁଦବେପୁର ବିଧାୟକ ଅଶୋକ କୁମାର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ବୈଠକରେ ଉତ୍ତରଓଡିଶା ବିକାଶ ପରିଷଦ ଗଠନନେଇ ପ୍ରସ୍ତୁତ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ରିପୋର୍ଟ ଉପରେ ଯଦି କୌଣସି ସଦସ୍ୟଙ୍କର କିଛି ମତାମତ ଦେବାର ଥାଏ ତେବେ ଆସନ୍ତା ୨ଦିନ ଭିତରେ ତାଙ୍କର ମତ ଜଣାଇବାପାଇଁ…

Read More

ଭୁବନେଶ୍ଵର: କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ (ସିଭିଆଇ) ରୋଗରେ ପୀଡ଼ିତ ଶିଶୁମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଦୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରରେ ସ୍ୱତନ୍ତ୍ର ‘କର୍ଟିକାଲ୍/ସେରେବ୍ରାଲ୍ ଭିଜୁଆଲ୍ ଇମ୍ପେୟାରମେଣ୍ଟ୍ ରିସୋର୍ସ ସେଣ୍ଟର’ ଉଦଘାଟିତ ହୋଇଛି। ଆମେରିକାର ‘ଭିଜନ-ଏଡ୍’ର ବଦାନ୍ୟ ସହଯୋଗ ଦ୍ୱାରା ସମ୍ଭବ ହୋଇଥିବା ଏହି ଅଗ୍ରଣୀ କେନ୍ଦ୍ର ଆଶାର କିରଣ ଭାବେ ଉଭା ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସିଭିଆଇ ଦ୍ୱାରା ପ୍ରଭାବିତ ଶିଶୁ ଏବଂ ପରିବାରମାନେ ସମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା । ସିଭିଆଇ ଏକ ମସ୍ତିଷ୍କ-ଭିତ୍ତିକ ଦୃଷ୍ଟିଶକ୍ତି ଦୁର୍ବଳତା ରୋଗ ଯେଉଁଥିରେ ଚକ୍ଷୁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରେ, କିନ୍ତୁ ମସ୍ତିଷ୍କ ଦ୍ୱାରା ଦୃଷ୍ଟିଶକ୍ତି ସୂଚନାକୁ ବ୍ୟାଖ୍ୟା କରିବା ଏବଂ ବୁଝିବାର କ୍ଷମତା ହ୍ରାସ ପାଇଥାଏ । ଦୃଷ୍ଟିଶକ୍ତି ଦୁର୍ବଳତା ଥିବା ପ୍ରାୟ ୩୦-୪୦% ଶିଶୁ ସିଭିଆଇ ଦ୍ୱାରା ପ୍ରଭାବିତ ହୁଅନ୍ତି, ଯାହା…

Read More

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ବର୍ତ୍ତମାନ ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଧାୟକ ଦଳ ବୈଠକ ପରେ ଦିଲ୍ଲୀ ପାଇଁ ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ନାମ ଘୋଷଣା କରିଛନ୍ତି। ସେହି ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ତାଙ୍କ ନାମରେ କେନ୍ଦ୍ରୀୟ ବିଜେପି ମୋହର ମାରିଛନ୍ତି। ସେ ଶାଲିମାରବାଗ ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ବହୁ ବିଧାୟକ ଓ ବିଧାୟିକାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ସେ ସବୁର ଚର୍ଚ୍ଚାର ଅବସାନ ଘଟାଇ ରେଖା ଗୁପ୍ତା ବାଜି ମାରି ନେଇଛନ୍ତି। ଆସନ୍ତାକାଲି ସକାଳ ୧୧ ଟା ସମୟରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ରାମଲିଲା ମଇଦାନରେ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ…

Read More

ଭୁବନେଶ୍ବର: ଆଜି କିଟ ବିଶ୍ବବିଦ୍ୟାଳୟରେ ଘଟିଥିବା ଅମାନବୀୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କମିଟର ସଦସ୍ୟମାନେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଯିବା ସହିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ମତାମତ ନେବା ପରେ ଟିମ ଫେରିଯାଇଛନ୍ତି। ତେବେ ପୁଣି ଥରେ ଏହି କମିଟ କିଟ ପରିଦର୍ଶନରେ ଆସିବେ ବୋଲି ଜଣାପଡିଛି। ଗତକାଲି ସରକାର କିଟର ଏହି  ଘଟଣାର ତଦନ୍ତ କରିବା ପାଇଁ ଏକ କମିଟ ଗଠନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟ ଗଠନ କରାଯାଇଛି। ତେବେ ଆଜି ନିଜେ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ପୋଲିସ କମିଶନର ତଦନ୍ତ କରିବା ପାଇଁ ଯାଇଥିଲେ।

Read More

ମୁମ୍ବାଇ: ଭାରତର ଇଲେକ୍ଟ୍ରିକ୍‌ ଭେହିକିଲ୍‌ (EV) ବିପ୍ଳବ ଅଭିଯାନର ଅଗ୍ରଣୀ TATA.ev, ଆଜି ଦେଶର ଚାର୍ଜିଂ ମୌଳିକ ସୁବିଧାରେ ଦୃତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ, ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛି । 200,000 EV ରୁ ଅଧିକ ବିକ୍ରୟ ସଫଳତା ହାସଲ କରିବା ପରେ, EV ଲୋକମାନଙ୍କ ପାଇଁ ସହଜରେ ଉପଲବ୍‌ଧ ହେବା ଉଦ୍ଦେଶ୍ୟରେ ଏବଂ 2027 ସୁଦ୍ଧା 400,000 ଚାର୍ଜିଂ ପଏଣ୍ଟ, ବର୍ତ୍ତମାନଠାରୁ ଦୁଇ ଗୁଣରୁ ଅଧିକ, ଉପଲବ୍‌ଧ କରିବା ପାଇଁ TATA.ev ଏହାର ପ୍ରତିଶୃତିବଦ୍ଧତାକୁ ତ୍ୱରାନ୍ୱିତ କରିଛି । 2019, ମସିହାରୁ, ଭାରତର EV ଚାର୍ଜିଂ ମୌଳିକ ସୁବିଧା ବିସ୍ତାର କରିବା ପାଇଁ TATA.ev ଏହାର ପ୍ରଚେଷ୍ଟାରେ ଅଗ୍ରଣୀ ହୋଇଛି । ପ୍ରଥମେ, ଟାଟା ଗ୍ରୁପ୍ କମ୍ପାନୀଗୁଡିକର ସହଭାଗୀତାରେ ସିମ୍‌ଲେସ୍‌ ଘରୋଇ/ହୋମ୍‌ ଚାର୍ଜିଂ ସମାଧାନର ଶୁଭାରମ୍ଭ କରିଛି ଏବଂ ତା’ପରେ EV ବହୁଳ ଭାବରେ ବ୍ୟବହାର ହେଉଥିବା ସହର ଏବଂ ଏହାର ଆଖପାଖରେ ସାର୍ବଜନୀନ ଚାର୍ଜିଂ…

Read More

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମର ଆଲୁଅ ପ୍ରସଙ୍ଗଟି ମନରୁ ନ ଲିଭୁଣୁ କିଟ୍ କର୍ତ୍ତୃପକ୍ଷଙ୍କର ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ବର୍ବରୋଚିତ ଆକ୍ରମଣର ଘଟଣା ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଅପଯଶ ମୁଣ୍ଡାଇବାକୁ ବାଧ୍ୟ କରିଛି। ରାଜ୍ୟ ସରକାର ଓ କିଟ୍ କର୍ତ୍ତୃପକ୍ଷଙ୍କ ଠାରୁ ଏଭଳି ଅସମ୍ବେଦନଶୀଳ ପ୍ରସଙ୍ଗରୁ କିଛି ସଙ୍ଗୀନ ପ୍ରଶ୍ନର ଉତ୍ତର  ଆମ୍ ଆଦମୀ ପାର୍ଟି ଦାବୀ କରିଛି। ତାହା ହେଲା ୧-  ଛାତ୍ରୀ ଜଣକ ପୂର୍ବରୁ IROଙ୍କୁ ପୁରୁଷ ବଂଧୁଙ୍କ ଦ୍ବାରା ଅତ୍ୟାଚାରିତ ହେଉଥିବାର ଅଭିଯୋଗ ବାରମ୍ବାର କରିଥିଲେ ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେଉଁ ବାଧ୍ୟ ବାଧକତା ଯୋଗୁଁ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାରୁ ବିରତ ରହିଲେ ? ୨-  ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ଅନ୍ୟ କୌଣସି ବୃହତ୍ କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ଚୟନ କରିବାକୁ ବାଧ୍ୟ ହୋଇଥିଲେ ? ୩- ଛାତ୍ରୀଙ୍କ ମର ଶରୀରକୁ ସହପାଠୀଙ୍କୁ ଅନ୍ତତଃ…

Read More

ଭୁବନେଶ୍ୱର: କାଶ୍ମୀର ଉପତ୍ୟକାର ଯୁବବର୍ଗ ଏକ ବିକଶିତ ଭାରତର ନିର୍ମାତା ହୁଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲଠାରେ ପଂଚମ କାଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମୀର ଉପତ୍ୟକାରୁ ଆସିଥିବା ଯୁବ ପ୍ରତିନିଧିମାନେ ରାଜ୍ୟପାଳଙ୍କ ସହ ଭାବ ବିନିମୟ କରିବା ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । କାଶ୍ମୀରର ଯୁବ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଅଂଚଳର ଯୁବପୀଢ଼ିଙ୍କ ମଧ୍ୟରେ ବୁଝାମଣା ଓ ସଦ୍‌ଭାବ ବୃଦ୍ଧି କରିବା ପାଇଁ ଆମ ଦେଶର ପ୍ରତିବଦ୍ଧତା ସୂଚାଉଛି । ଏହା ମଧ୍ୟ “ଏକ ଭାରତ – ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରତିଫଳିତ କରୁଛି ଯାହା ବିଭିନ୍ନ ରାଜ୍ୟର ଯୁବ ବର୍ଗ ମଧ୍ୟରେ ଏକତା, ସାଂସ୍କୃତିକ ବିନିମୟ ଏବଂ ପାରସ୍ପରିକ ବୁଝାମଣାର ବନ୍ଧନକୁ ମଜବୁତ…

Read More