Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ
ଆଜିର ଖବର

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

August 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ
କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

ଭୁବନେଶ୍ଵର: ଏଭଳି କିଛି ସ୍ଥାନ ରହିଛି ଯାହାର ଉତ୍ପତ୍ତି କାହାଣୀ ବେଶ ରହସ୍ୟମୟ। ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ନିକଟସ୍ଥ ସାମୁଦ୍ରିକ ମୁହାଣରେ ରହିଥିବା ଏକ ଦ୍ୱୀପାଚଁଳ ରହିଛି ଯାହାର ନାମ ହେଉଛି ହୁକିଟୋଲା। ଏହା ଏକ ବ୍ରିଟିଶ ସ୍ଥାପତ୍ୟ କଳାର ନୌବାଣିଜ୍ୟ ପ୍ରତୀକ। ବ୍ରିଟିଶ ଶାସନ କାଳରେ ୧୮୬୫-୬୬ ମସିହାରେ ତତକାଳୀନ ଜଳସେଚନ ବିଭାଗର ବ୍ରିଟିସ ମୁଖ୍ୟଯନ୍ତ୍ରୀ ହୁକି ୱାଲକର ତତ୍ୱାବଧାନରେ ଏହି ଦ୍ୱୀପାଚଁଳରେ ଏକ ଅଟାଳିକା ନିର୍ମାଣ କରାଯାଇଥିଲା। ସେତେବେଳେ ସାମୁଦ୍ରିକ ଜଳପଥରେ ଏହି ସ୍ଥାନ ଦେଇ ଜାହାଜ ଜରିଆରେ ନୌବାଣିଜ୍ୟ ପଣ୍ୟଦ୍ରବ୍ୟ ଆମଦାନୀ ରପ୍ତାନୀ କରାଯାଉଥିଲା।

ତେବେ ଯେତେବେଳେ ନଅଙ୍କ ଦଃୁର୍ଭିକ୍ଷରେ ସାରା ଓଡିଶା ଜନସାଧାରଣ ଭୋକରେ ଆଉଟୁପାଉଟୁ ହେଉଥିଲେ ସେ ସମୟରେ ଦଃୁର୍ଭିକ୍ଷ ମୁକାବିଲା ପାଇଁ ଜନସାଧାରଣଙ୍କ ଆବଶ୍ୟକତା ମେଂଟାଇବା ପାଇଁ ଏହିଦ୍ୱୀପ ମାଧ୍ୟମରେ ପଣ୍ୟସାମଗ୍ରୀ ଏବଂ ଖାଦ୍ୟଶସ୍ୟ ପରିବହନ କରାଯାଇ କେନ୍ଦ୍ରାପଡା ଜିଲ୍ଲା ମାଧ୍ୟମରେ ସାରା ଓଡିଶାକୁ ଯୋଗାଣ ହୋଇଥିଲା।

ପ୍ରଖ୍ୟାତ ବ୍ରିଟିଶ ଲେଖକ ଜନ୍ ବିମ୍ସଙ୍କ ମେମୋରିଜ ଅଫ ବେଙ୍ଗଲ ସିଭିଲିଆନ ବା ଓଡିଆ ଅନୁବାଦ ପୁସ୍ତକ ଏକ ଶାସକର ସ୍ମୃତି କଥାରେ ଏହାର ଉଲେଖ ରହିଛି। ଏହି ଅଟାଳିକା ଏବଂ ଦ୍ୱୀପଟି ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସାତ ହଜାର ବର୍ଗଫୁଟରେ ନିର୍ମିତ ଏହି ଅଟାଳିକା ୟୁରୋପୀୟ ସ୍ଥାପତ୍ୟଶୈଳୀର ରୂପରେଖ ବହନ କରେ। ଏହା ମଧ୍ୟରେ ଛଅଗୋଟି ପ୍ରକୋଷ୍ଠ ସହ ଅନ୍ୟ ତିନିଗୋଟି ପ୍ରକୋଷ୍ଠ ରହିଛି। ଅନ୍ୟ ତିନିଗୋଟି ପ୍ରକୋଷ୍ଠ ସହ କ୍ଷୁଦ୍ର ପ୍ରକୋଷ୍ଠ ଗୁଡିକର ଅନ୍ତରୀଣ ସଂଯୋଗ ରହିଛି।

ବ୍ରିଟିଶ ଶାସନକାଳରେ କଟକର ବାରବାଟୀ ଦୁର୍ଗ ଓ ବାରଙ୍ଗର ଚୁଡଙ୍ଗଗଡରୁ ଅଣାଯାଇଥିବା ଶିଳାଖଣ୍ଡରେ ଏହି ଅଟାଳିକା ନିର୍ମାଣ ହୋଇଥିଲା। ଅଟାଳିକାର କାନ୍ଥ ଦୁଇରୁ ତିନି ଫୁଟ ଓସାର ଅଟେ। ସ୍ଥଳବିଶେଷରେ ନିର୍ମାଣରେ ବ୍ୟବହୃତ ପ୍ରସ୍ତର ଶିଳାଖଣ୍ଡର ରଂଗ ଧଳା,ନୀଳ,କଳା ଏବଂ ସବୁଜ ଯାହା ଘଣା ତିଆରି ଚୂନ ଦ୍ୱରା ସଂଯୋଜିତ ହୋଇଥିଲା।

ସାମନା ପଟ ପ୍ରକୋଷ୍ଠ ଗୁଡିକରେ ଲମ୍ବା ବାରଣ୍ଡା ସହ ନଗୋଟି ଆଲଣାରେ ସୋଭିତ ଏହି ଅଟାଳିକା ବେଶ ରମଣୀୟ ଏବଂ ଆକର୍ଷଣୀୟ। ବାରଣ୍ଡାର ଉଭୟ ଶେଷଭାଗରେ ୧୨ ଫୁଟ ଗଭୀରର ଦୁଇଟି କୂପ ରହିଛି ଯାହା ବର୍ଷାଜଳ ସଂରକ୍ଷଣ ପାଇଁ ଉଦିଷ୍ଟ। ଦ୍ୱୀପର ଚତଃୁପାଶ୍ୱର୍ରେ ସମୁଦ୍ର ଲୁଣିପାଣି ଘେରି ରହିଛି। ଫଳରେ ଏଠାରେ ବ୍ରିଟିସ ସ୍ଥପତିମାନେ ଏହି ଦୁଇ କୂପ ତିଆରି କରିଥିଲେ। ବର୍ଷାଦିନେ ବୃଷ୍ଟିଜଳକୁ ଏଇ ଦୁଇ କୂପ ମଧ୍ୟରେ ସଂରକ୍ଷଣ କରାଯାଉଥିଲା। ଯାହାକୁ ଦୈନନ୍ଦିନ କର୍ମ ସମୟରେ ଏବଂ ପାନୀୟ ଜଳ ଆବଶ୍ୟକତା ମେଂଟାଇବା ପାଇଁ ବ୍ରିଟିସର ମାନେ ବ୍ୟବାହର କରୁଥିଲେ ଯାହା ଆଜିଭି ଏକ ସ୍ଥାପତ୍ୟ ବିସ୍ମୟ। ଏହି ଅଟାଳିକାର ଛାତ ଇଟା,କାଠ ଓ ଲୌହ କଡି ଦ୍ୱରା ନିର୍ମିତ। ଛାତର ସାମନା ବାରାଣ୍ଡା ଆଡକୁ ଗଡାଣିଆ ଓ ଲୌହ ନଳ ଦ୍ୱରା ବର୍ଷାଜଳ କୂପ ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା ବିକଶିତ କରାଯାଇଛି।

ସାମୁଦ୍ରିକ ଟାପୁ ମଧ୍ୟରେ ଏହାହିଁ ମଧୁରଜଳର ଏକା ମାତ୍ର ଉତ୍ସଥିଲା। ବ୍ରିଟିଶ ଯନ୍ତ୍ରୀ ହୁକି ୱାଲକରକ ନାମରେ ଏହା ନାମ ହୁକିଟୋଲା ଭାବେ ପ୍ରସିଦ୍ଧି ପାଇଛି। ବର୍ଷବର୍ଷ ଧରି ସାମୁଦ୍ରିକ, ସଡକପଥ, ରେଳପଥ ପରିବହନର ବ୍ୟବସ୍ଥା ହେବା ପୂର୍ବରୁ ଏହି ଅଟାଳିକାଟି ଜଳପଥ ପରିବହନର ପଣ୍ୟାଗର ଓ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିଲା। ଜଙ୍ଗଲ, ପରିବେଶ ବିଭାଗ, ଓଡିଶା ସରକାରଙ୍କ ବନ୍ୟପ୍ରାଣୀ ବନଖଣ୍ଡଙ୍କ ଆମନ୍ତ୍ରଣ କ୍ରମେ ଏହି ଅଟାଳିକାର ସଂରକ୍ଷଣ ଦାୟିତ୍ୱ ଭାରତୀୟ ଜାତୀୟ କଳା ଓ ସଂସ୍କୃତିକ ଐତିହ ନ୍ୟାସ (ଇନଟାକ୍‌)କୁ ନ୍ୟସ୍ତ କରାଯାଇଥିଲା। ସମନ୍ୱିତ ଉପକୁଳ ଉନୟନ ଯୋଜନା ପ୍ରକଳ୍ପ (ଆଇ.ସି.ଜେଡ୍‌.ଏମ୍‌.ପି) ୨୦୧୫ ସହଯୋଗରେ ଇନ୍ଟାକ୍ ଓ ଓଡିଶା କଳା ସଂରକ୍ଷଣ କେନ୍ଦ୍ର, ଭୁବନେଶ୍ୱର ୨୦୧୬ ମସିହା ପ୍ରାରମ୍ଭରୁ ଏହାର ସଂରକ୍ଷଣ, ପୁନଃନିର୍ମାଣ ଏବଂ ସଂସ୍ଥାପନ କାର୍ଯ୍ୟ ଆରମ୍ଭ କରି ୨୦୧୭ ମସିହାରେ ସଫଳତାର ସହ ଶେଷ କରିଅଛି।

ସଡକପଥ, ସାମୁଦ୍ରିକ ଜଳପଥ ଓ ବାୟୁମାର୍ଗର ବିକାଶ ହେବା ପରେ ଏହି ପ୍ରାଚୀନ ନୌବାଣିଜ୍ୟ ସ୍ଥଳର ଗୁରୁତ୍ୱ ହ୍ରାସ ପାଇଛିଁ ସତ ତେବେ ଏହି ଐତିହାସିକ ନୌବାଣିଜ୍ୟ ସ୍ମାରକୀର ଅତୀତର ଗୁରୁତ୍ୱକୁ ଅସ୍ୱୀକାର କରାଯାଇନପାରେ। ଏବେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ଦ୍ୱରା ଏହି ସ୍ଥାନଟି ଅଲିଭ ରିଡଲି କଇଁଛ ସୁରକ୍ଷାକେନ୍ଦ୍ର ଭାବେ ବ୍ୟବହାର ହେଉଅଛି,ସ୍ଥାନଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଂଶବିଶେଷ ଭାବେ କାର୍ଯ୍ୟ କରୁଛି। ଏହା ସହ ଏହି ସ୍ଥାନଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ରମଣୀୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପରିବର୍ତୀତ ହୋଇଅଛି। ମହାକାଳପଡା ବ୍ଲକର ଜମ୍ବୁ ହେଉ ଅବା ଖରିନାସୀ ମତ୍ସ ଅବତରଣ କେନ୍ଦ୍ରରୁ ଯନ୍ତ୍ରଚାଳିତ ବୋଟ ଯୋଗେଁ ଜଳପଥରେ ଦୁଇଘଂଟା ଯାତ୍ରା ପରେ ପଡେ ଏହି ରମଣୀୟ ଦ୍ୱୀପ। ଏଠାରେ ପର୍ଯ୍ୟଟକମାନଙ୍କ ଆଗମନ,ପରିଦର୍ଶନ,ବଣଭୋଜୀ କରାଯିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି।

ପର୍ଯ୍ୟଟକମାନେ ଏଠାକୁ ଆସି ଏକ ସୁଖଦ ଅନୁଭୁତି ନେଇ ଫେରିବାର ସ୍ମୃତିବହନ କରୁଛି ହୁକିଟୋଲା। ଏହାର ଐତିହାସିକ ଗୁରୁତ୍ୱ,ଅନୁଭୁତି,ପ୍ରାକୃତିକ ପରିବେଶରେ ସମ୍ମୋହିତ ହେଉଥିବା ପର୍ଯ୍ୟଟକ ମାନେ ନିଜର ଅନୁଭୁତି ବର୍ଣ୍ଣନା ନ କରି ରହିପାରନ୍ତି ନାହିଁ।

କେନ୍ଦ୍ରାପଡା ନୌବାଣିଜ୍ୟ ସ୍ମାରକୀ ମହାକାଳପଡା ହୁକିଟୋଲା ଦ୍ୱୀପ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

August 30, 2026

ଆଜି ଅଗଷ୍ଟ ୩୦ ତାରିଖରେ ଏହି ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

August 30, 2026

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026
Latest News

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

August 30, 2026

ଆଜି ଅଗଷ୍ଟ ୩୦ ତାରିଖରେ ଏହି ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

August 30, 2026

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.